Bhubaneswar Buzz

ମହାରାଷ୍ଟ୍ରର ପୁନେ ସହରରେ ଉଦଘାଟିତ ହୋଇଯାଇଛି ଉତ୍କଳ ପ୍ରିମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣ। ପୁନେର ଓଡ଼ିଆ ଅଧିବାସୀମାନଙ୍କ ଦ୍ୱାରା ଗଠିତ ଉତ୍କଳ ସମାଜ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ୮ଟି ଦଳ ସାମିଲ ହୋଇଛନ୍ତି

ମହାରାଷ୍ଟ୍ରର ପୁନେ ସହରରେ ଉଦଘାଟିତ ହୋଇଯାଇଛି ଉତ୍କଳ ପ୍ରିମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣ। ପୁନେର ଓଡ଼ିଆ ଅଧିବାସୀମାନଙ୍କ ଦ୍ୱାରା ଗଠିତ ଉତ୍କଳ ସମାଜ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ୮ଟି ଦଳ ସାମିଲ ହୋଇଛନ୍ତି। ପୁନେର ନିଗଡ଼ିସ୍ଥିତ ମଦନଲାଲ ଢ଼ିଙ୍ଗ୍ରା ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଂଟ ଖେଳାଯାଉଛି।
ଡିସେମ୍ବର ୧ ତାରିଖଦିନ ପୁନେର ଜଣେ ପ୍ରତିଷ୍ଠିତ ଓଡ଼ିଆ କର୍ନେଲ ସୁରେନ୍ଦ୍ର ସାସେନିଙ୍କ ଦ୍ୱାରା ଏହି ଟୁର୍ଣ୍ଣାମେଂଟର ଉଦ୍ଘାଟନ ହୋଇଥିଲା। ପୁନେର ଓଡ଼ିଆ ଅଧିବାସୀମାନଙ୍କ ମଧ୍ୟରେ ଭାଇଚାରା ବଢେଇବାର ଏହା ଏକ ମାଧ୍ୟମ ହେବ ବୋଲି ଶ୍ରୀ ସାସେନି କହିଥିଲେ। ପୁନେର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ଓଡ଼ିଆ ଅଧିବାସୀମାନେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
ପୁନେ ମାଟିରେ ଓଡ଼ିଶାର ଗୌରବ ବଜାୟ ରଖିବା ପାଇଁ ସାମିଲ ହୋଇଥିବା ସମସ୍ତ ୮ ଦଳର ନାମ ଓଡ଼ିଶାର ସହର ଅନୁସାରେ ରଖାଯାଇଛି। ଦଳଗୁଡିକର ନାମ ଵ୍ରହ୍ମପୁର ବ୍ଲାଷ୍ଟରସ, ସମ୍ବଲପୁର ସମୁରାଇସ, ବାଲେଶ୍ଵର ବୁଲସ, ଢେଙ୍କାନାଳ ଡାଇନାମାଇଟ୍ସ, ବଲାଙ୍ଗୀର ଷ୍ଟାରସ, ମୟୁରଭଞ୍ଜ ମାର୍ଭଲସ, ଭଦ୍ରକ ଚମ୍ପିୟାନସ ଓ ଭୁବନେଶ୍ୱର ଜାଗୁଏର୍ସ।
ଟୁର୍ଣ୍ଣାମେଂଟର ଉଦ୍ଘାଟନୀ ମ୍ୟାଚରେ ଢେଙ୍କାନାଳ ଡାଇନାମାଇଟ୍ସ ଓ ଵ୍ରହ୍ମପୁର ବ୍ଲାଷ୍ଟରସ ପରସ୍ପରକୁ ସାମ୍ନା କରିଥିଲେ ଯେଉଁଥିରେ ଵ୍ରହ୍ମପୁର ବ୍ଲାଷ୍ଟରସ ୫ ଉଇକେଟରେ ବିଜୟୀ ହୋଇଥିଲା। ଦଳ ପକ୍ଷରୁ ସମ୍ବିତ ୧୪ ରନ ଦେଇ ୩ ଟି ଉଇକେଟ ହାସଲ କରି ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ।
ସେହି ଭଳି ଦିନର ଦ୍ବିତୀୟ ମ୍ୟାଚରେ ପ୍ରଥମ ସଂସ୍କରଣର ବିଜୟୀ ବାଲେଶ୍ୱର ବୁଲସକୁ ୩୨ ରନରେ ହରାଇ ବଲାଙ୍ଗୀର ଷ୍ଟାରସ ଵିଜୟ ଲାଭ କରିଥିଲା।
ଏହି ଟୁର୍ଣ୍ଣାମେଂଟ ଡିସେମ୍ବର ୧ରୁ ଡିସେମ୍ବର ୩୦ ତାରିଖ ମଧ୍ୟରେ ପ୍ରତ୍ୟେକ ଶନିବାର ଓ ରବିବାର ଖେଳାଯିବ ବୋଲି ଉତ୍କଳ ସମାଜ ତରଫରୁ ସୂଚନା ଦିଆଯାଇଛି।

Comments

comments