Bhubaneswar Buzz

ପୁନେର ଅନୁଷ୍ଠିତ ହୋଇଯାଇଛି ଉତ୍କଳ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣରେ ଵ୍ରହ୍ମପୁର ବ୍ଲାଷ୍ଟର୍ସ ବିଜୟୀ।

 

ପୁନେର ଅନୁଷ୍ଠିତ ହୋଇଯାଇଛି ଉତ୍କଳ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସଂସ୍କରଣରେ ଵ୍ରହ୍ମପୁର ବ୍ଲାଷ୍ଟର୍ସ ବିଜୟୀ। ପ୍ରବାସୀ ଓଡ଼ିଆଙ୍କ ଅନୁଷ୍ଠାନ ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଂଟ ଡିସେମ୍ବର ୧ ରୁ ଆରମ୍ଭ ହୋଇଥିଲା ଓ ଡିସେମ୍ବର ୩୦ତାରିଖରେ ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ସହିତ ଉଦଯାପନୀ ଉତ୍ସବ ଆୟୋଜିତ ହୋଇଥିଲା।
ଏହି ଟୁର୍ଣ୍ଣାମେଂଟରେ ସମ୍ବଲପୁର ସମୁରାଇସ, ଢେଙ୍କାନାଳ ଡାଇନାମାଇଟ୍ସ, ବାଲେଶ୍ୱର ବୁଲସ, ମୟୁରଭଞ୍ଜ ମାରଭଲସ, ବଲାଙ୍ଗୀର ଷ୍ଟାରସ, ଭଦ୍ରକ ଚାମ୍ପିଆନ୍ସ, ଭୁବନେଶ୍ୱର ଜାଗୁଏର୍ସ ଓ ଵ୍ରହ୍ମପୁର ବ୍ଲାଷ୍ଟର୍ସ ଭଳି ମୋଟ ଆଠଟି ଦଳ ସାମିଲ ହୋଇଥିଲେ।
ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ପୁନେର ଖଡ଼କି ସ୍ଥିତ ଅର୍ଡନାନ୍ସ ଫ୍ୟାକ୍ଟ୍ରିର ସିନିଅର ଜେନେରାଲ ମ୍ୟାନେଜର ତଥା ପୁନେର ଜଣେ ପ୍ରତିଷ୍ଠିତ ଓଡ଼ିଆ ଶ୍ରୀ ମନୋଜ କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ପିମ୍ପରି ଚିଞ୍ଚୱାଡ଼ ମହାନଗରର ନଗରସେବକ ଶ୍ରୀ ଜାଭେଦ ଶେଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଫାଇନାଲ ମ୍ୟାଚ ଦିନ ପୁନେର ଓଡ଼ିଆ ଅଧିବାସୀମାନଙ୍କ ପାଇଁ ବନ୍ଧୁମିଳନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରଯାଇଥିଲା।
ଏଥିସହିତ ବ୍ୟବହାରଯୋଗ୍ୟ ଲୁଗାପଟା ଓ କମ୍ବଳ ସଂଗ୍ରହର ମଧ୍ୟ କାର୍ଯ୍ୟକ୍ରମ ରଖାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଂଗୃହିତ କପଡା ଗୁଡିକ ଅନୁଷ୍ଠାନର ସ୍ୱୟଂସେବକ ମାନଙ୍କ ଦ୍ୱାରା ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯିବ ବୋଲି ଅନୁଷ୍ଠାନତରଫରୁ କୁହାଯାଇଛି। ପୁନେର କୋଣ ଅନୁକୋଣରୁ ହଜାର ହଜାର ଓଡ଼ିଆ ଲୋକ ପଡ଼ିଆରେ ଉପସ୍ଥିତରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।
ଫାଇନାଲ ମ୍ୟାଚଟି ଢେଙ୍କାନାଳ ଡାଇନାମାଇଟ୍ସ ଓ ଵ୍ରହ୍ମପୁର ବ୍ଲାଷ୍ଟର୍ସ ମଧ୍ୟରେ ଖେଳା ଯାଇଥିଲା। ଢେଙ୍କାନାଳ ଦଳ ଟସଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଵ୍ରହ୍ମପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୪୨ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଆଲୋକ ସାହୁ ସର୍ବାଧିକ ୬୩ ରନ ଓ ଆଲୋକ ରାଉତ ୪୫ ରନ ସଂଗ୍ରହ କରିଥିଲେ। ସେହିପରି ଢେଙ୍କାନାଳ ଦଳ ପକ୍ଷରୁ ହାବୁ ଓ ଆଲୋକ ୨ଟି ଲେଖାଏଁ ଉଇକେଟ ହାସଲ କରିଥିଲେ। ଜବାବରେ ଢେଙ୍କାନାଳ ଦଳ ୧୬ ଓଭରରେ ସମସ୍ତ ଉଇକେଟ ହରାଇ ୮୧ ରନ ସଂଗ୍ରହ କରିପାରିଥିଲେ । ଦଳ ପକ୍ଷରୁ ଆଲୋକ ସର୍ବାଧିକ ୩୫ ରନ ସଂଗ୍ରହ କରିଥିଲେ ଓ ଵ୍ରହ୍ମପୁରର ଆଲୋକ ସାହୁ ୧୨ ରନ ଦେଇ ୫ ଉଇକେଟ ହାସଲ କରିଥିଲେ।
ଉତ୍କଳ ପ୍ରିମିୟର ଲିଗର ଦ୍ବିତୀୟ ସଂସ୍କରଣରେ ଵ୍ରହ୍ମପୁର ବ୍ଲାଷ୍ଟର୍ସ ଚାମ୍ପିୟାନ ହୋଇଛି। ବିଜୟୀ ଦଳର ଆଲୋକ ସାହୁ ମ୍ୟାନ ଅଫ ଦି ମ୍ୟାଚ ଓ ଆଲୋକ ରାଉତ ସର୍ବଶ୍ରେଷ୍ଠ ଖେଳ ପାଇଁ ମ୍ୟାନ ଅଫ ଦି ସିରିଜ ଘୋଷିତ ହୋଇଥିଲେ।
ପ୍ରତ୍ୟେକ ବର୍ଷ ନଭେମ୍ବର ମାସରେ ଏହି ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବାକୁ ଯାଉଛି ଓ ଆସନ୍ତା ସଂସ୍କରଣରେ ବହୁତ ଗୁଡିଏ ନୂଆ ଦଳ ସାମିଲ ହେବାକୁ ଯାଉଛନ୍ତି ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି। ଓଡିଶାରୁ ଦୁରରେ ଓଡିଶାକୁ ସମ୍ମାନ ଜଣେଇ ଏହି ଭଳି ଏକ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ କରାଯାଉଥିବାରୁ ଉପସ୍ଥିତ ଦର୍ଶକ ମାନେ ଉତ୍କଳ ସମାଜକୁ ସାଧୁବାଦ ଜଣେଇଥିଲେ।

Comments

comments