Bhubaneswar Buzz

#ଲୋକସଭାନିର୍ବାଚନ – ଏବେ ଓଡ଼ିଆ ସମେତ ୧୨ଭାଷାର ହାସଟାଗରେ ଟୁଇଟରର ସ୍ୱତନ୍ତ୍ର ଇମୋଜି

ଵିଶ୍ୱର ସର୍ଵଵୃହତ ଗଣତନ୍ତ୍ର ଭାରତ ଏହାର ୧୭ତମ ଲୋକସଭା ନିର୍ଵାଚନପାଇଁ ସଜବାଜ ହେଉଥିଵା ଵେଳେ ନିର୍ଵାଚନରେ ଜନତାଙ୍କ ଵ୍ୟାପକ ଅଂଶଗ୍ରହଣ, ଅଧିକ ଵୋଟରଙ୍କୁ ମତଦାନ କରିଵାଲାଗି ପ୍ରେରଣ କରିଵା, ନିର୍ଵାଚନ ସମ୍ପର୍କିତ ଆଲୋଚନା ଓ ନିର୍ଵାଚନ ଵେଳେ ଏକ ସୁସ୍ଥ ବାତାଵରଣ ଗଢ଼ି ତୋଳିଵା ଉଦ୍ଦେଶ୍ୟରେ ଟୁଇଟର ଇଣ୍ଡିଆ ୧୨ଟି ଭାରତୀୟ ଭାଷାପାଇଁ ୧୨ଟି ହାସଟ୍ୟାଗ ମାନକ କରିଛନ୍ତି । ଏହି୧୨ଟି ସ୍ୱତନ୍ତ୍ର ହାସଟ୍ୟାଗ ଟୁଇଟ କଲେ ସ୍ୱତଃ ଭାଵେ ଏହି ଇମୋଜି ଯୋଡ଼ି ହୋଇଯିଵ । ଏହି ଇମୋଜି ହେଉଛି ଭାରତ ସଂସଦ ଭଵନର ଏକ ଚିତ୍ର । ଟୁଇଟର ଵ୍ୟଵହାରକାରୀ ଏହାକୁ ୩୧ ମେ ୨୦୧୯ ପର୍ଯ୍ୟନ୍ତ ଵ୍ୟଵହାର କରିପାରିଵେ ।
ଓଡ଼ିଆ ସମେତ ଅନ୍ୟ ଭାରତୀୟ ଭାଷାଗୁଡ଼ିକ ହେଲା, ହିନ୍ଦୀ, ଇଂରାଜୀ, ବଙ୍ଗଳା/ଆସାମୀ, ଗୁଜରାଟୀ, କନ୍ନଡ଼, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ।
 #ଲୋକସଭାନିର୍ବାଚନ, #LokSabhaElections2019, #IndiaDecides2019, #IndiaElections2019,  #लोकसभाचुनाव2019, #লোকসভানিৰ্বাচন, #લોકસભાચૂંટણી, #ಲೋಕಸಭೆಚುನಾವಣೆ, #ലോക്സഭാതെരെഞ്ഞെടുപ്പ്, #लोकसभानिवडणूक, #ਲੋਕਸਭਾਚੋਣਾਂ, #நாடாளுமன்றதேர்தல்,#లోక్‌సభఎన్నికలు, ଏବଂ لوک_سبھا_انتخابات#

Comments

comments