Bhubaneswar Buzz

Another nice Blog by Deepak Das : ମେରୁଦଣ୍ଡ

 

Merdanda short story by deepak das

ମୋ କାହାଣୀ ମୁଁ ସେ ସମୟରୁ ଲେଖୁଛି ଯେତେବେଳେ ମୋତେ ୧୮-୨୦ ବର୍ଷ ବୟସ ହେଇଥିବ, ହେତୁ ବି ଠିକ ସେ ପଡୁନି l ଏବେ ୬୦ ପାର କରିବନି ବୋଧେ l କାଳିଆ କସରା ମୋର କେବେଠୁ ଚାଲି ଗଲେଣି , ଶରୀର ରେ ଦମ୍ଭ ଆଉ ନାହିଁ , ଦାଣ୍ଡ ଖଟ ରେ ବସି ରହୁଛି ଦିନ ସାରା , କରିବି କଣ , ଚାଷ ଜମି ତ ସବୁ ପଡିଆ ପଡିଲା | ବର୍ଷ ରେ ତ ଥରେ ଫସଲ ହେଲା , ସେଇଟା ପୁଣି ଧାନ | ମୁଗ , ବିରି, କୋଳଥ ମୁ ଶେଷ ଥର ବନ୍ୟା ବର୍ଷ କରିଥିଲି , ଆଉ ନାଇଁ | ଲାଭ ତ ଦୂର କଥା ଘରେ ଟିକେ ପିଠା ପଣା, ବାହା ପୁଆଣି କୁ ବି ଅଣ୍ଟିଲାନି | ଆଉ ପରିବା, ଛାଡ ତା କଥା , ମୁଲିଆ ମଜୁରୀ ଯେମିତି ହେଲାଣି ଘୋଡା ଛ ଟଙ୍କା କୁ ଦାନା ନ ଟଙ୍କା ବେପାର ମୋ ପାଇଁ | ପରିବା ଚାଷ ସବୁ ଏବେ ବଡ ବଡ଼ିଆ ଙ୍କ କଥା | ନାତି କହୁଥିଲା କଣ ବଡ ଲୋକ ସବୁ କନ୍ଧମାଳ ରେ ମଶାରୀ ଜାଲି  ଭିତରେ ପରିବା ଚାଷ କଲେଣି ,କାଗଜ ପେଟି ଭିତରେ କୁଆଡେ ଟମାଟ ଆସୁଛି ବଡ ସହରକୁ , ସଢ଼ି ଯାଉନି , କେଜାଣି l

ମୋ ବେଳ ଆଉ ଆଜି ଭିତରେ କେତେ କଣ ବଦଳିଲାଣି ତାର ଆଉ ହିସାବ ନାହିଁ  | ଶାସ୍ତ୍ରୀ ମହାଶୟ ସେ ସମୟ ରେ ଜୟ ଯବାନ ଜୟ କିଷାନ ଡାକରା ଦେଇଥିଲେ ; ଛୋଟ ଥିଲି , ବୁଝି ପାରୁନଥିଲି , ତଥାପି ଭାରି ଖୁସି ଲାଗେ , ଚାଷୀ ଭାଇ ମାନଙ୍କ ପାଇଁ ପ୍ରଧାନ ମନ୍ତୀ ଡାକରା ଦଉଛନ୍ତି | ମନ୍ତ୍ରୀ ମହାଶୟ ନିଜ ପ୍ରଧାନ ମନ୍ତ୍ରୀ ଆବାଶ ରେ ବି ହଳ ଯୋଚିଥିଲେ | ଚାଷୀ କୁ ଦେଶ ର ମେରୁଦଣ୍ଡ ବୋଲି କହିଥିଲେ | ସମୟ ସହ ବଦଳିଲା ଚିନ୍ତାଧାରା | ଆମକୁ ଗୋଲଡ଼ କାର୍ଡ , କିଷାନ କ୍ରେଡିଟ କାର୍ଡ, କୃଷି ଋଣ କଣ କଣ ମିଳୁଛି ତାର ହିସାବ ନାହିଁ | ଚାଷୀ କଣ ସେ ପଇସା ପାଉଛି , ପାଇଲେ ବେ କେତେ , ଚାରି ଅଣା ପାଇଲେ ବାର ଅଣା ବାଟ ମାରଣା | ଆଧାର କାର୍ଡ ବନେଇ, ବ୍ୟାଙ୍କ ରେ ଖାତା ଖୋଲି , ବାର ଜାଗା ରେ ଟିପ ଦସ୍ତଖତ କରିଲା ବେଳକୁ ବେଉଷଣ ଆସିଯିବଣି | ସବୁ ସରିକି ଅମଳ ହେଲା, ତା ପରେ ଆରମ୍ଭ ହେଇଗଲା ସରକାରୀ କଳ ଆଉ ବେପାରୀଙ୍କ ଭିତରେ ଟଣା ଟଣି | ଫସଲ ଯାଇକି ଗୋଦାମ ରେ ପଡିଲା ବେପାରୀ ଯୋଉ ରେଟ ଦେଲା , ସେଥିରେ ମୁ ଋଣ ସୁଝିବି ନା ପରିବାର ଚଳେଇବି ? ବର୍ଷେ ଦୁଇ ବର୍ଷ ଗଲା ପରେ ମନ ଭାଙ୍ଗିଗଲା | ଛାଡିଦେଲି ସବୁ |

ଆଜି ମୁଁ ଚାଷୀ , କିନ୍ତୁ ମୋ ବେଉସା ଚାଷ କରିବା  ନୁହେଁ | ମୋ ଭଳି କେତେ କୁହାଳିଆ  ହୁସିଆର ଲୋକ ସରକାରୀ ଅନୁଦାନ ର ଆଂଶିକ ଲାଭ ଉଠେଇ କେମିତି ପରିବାର ଚଳେଇବେ ଶିଖି ଗଲେଣି | ପୁଅ ପାଇଁ ଅଟୋ ଟା ପରା ସେଇ କୃଷି ଋଣ ପଇସା ରୁ କରିଛି , ମଝିରେ ମଝିରେ ଋଣ ବି ଛାଡ଼ ହେଇଯାଉଛି | ମୁକୁନ୍ଦ ଭାଇ ପୁଅ ବି କୃଷି ଋଣ ପଇସା ରୁ ଟ୍ରାକଟର କିଣିକି ପାୱାର ପ୍ଲାଣ୍ଟ ରେ ଲଗେଇଛି, ଯାହା ହଉ ଭଲ ମନ୍ଦ କୋଉ କାମ ରେ ଟିକେ ରୋଜଗାର ତ ମିଳି ଯାଉଛି |  ପ୍ରକୃତ ଯିଏ ଚାଷୀ, ଯୋଉ ମଳି ମୁଣ୍ଡିଆ ହେଇକି ଥିଲା ସେମିତି ଅଛି , ବୋଧହୁଏ ଆହୁରି ଖରାପ ଅବସ୍ଥା ରେ | ମୋ ସମୟରେ କୃଷି ବୈଜ୍ଞାନିକ ଗାଁ କୁ ଆସୁଥିଲେ ଆଖୁ ଚାଷ , ସୂର୍ଯ୍ୟମୁଖୀ ଚାଷ କେମିତି ହୁଏ କହିବା ପାଇଁ , ବିଲ ହୁଡ଼ା ରେ ଠିଆ ହେଇକି ବାବୁ ମାନେ  ବତଉଥିଲେ | ଆଜି କଲି କଣ ମୋବାଇଲ ରେ ଲେଖିକି ପଠେଇଲେ ବୈଜ୍ଞାନିକ ଆସିବେ , କିଏ କହୁଥିଲା କମ୍ପୁଟର ରେ ଚାଷ ପ୍ରଣାଳୀ ଲେଖା ହେଇଚି ; ସରକାର କହୁଛି ପଡିକି ଚାଷ କର , ଆରେ ଭାଇ ସେତିକି ପାଠ ପଢିଥିଲେ ମୁ ଅମିନ ଚାକିରୀ କରିନଥାନ୍ତି | ଇଏ ତ ସେମିତି କଥା ହେଲା କି ମୋତେ ରୋଷେଇ ଜଣା ନାହିଁ , ତମେ ମୋତେ ରୋଷେଇ ଶିଖେଇବ ନା ଲୋନ ଦବ, କହିବା ଢାବା ରେ ଖାଇଦେ | ଯାହାକୁ ଚାଷ କାମ ନ ଜଣେଇ ତମେ ଲୋନ ଦେଇଦେବ, ସେ ବିଚରା ଋଣ ନଶୁଝି ଆତ୍ମହତ୍ୟା କରିବନି ତ ଆଉ କଣ କରିବ, ଚାଷୀ ତା ମାଲ୍ୟା ବାବୁ ଙ୍କ ଭଳି ଶିକ୍ଷିତ ନୁହେଁ ଯେ ଗାଁ ଛାଡିକି ପଳେଇବ | ଏମିତି ଦେଖିକି ମୁ ସରଳ ପନ୍ଥା ନେଇଗଲି, କାହିଁକି ଚାଷ କରିବି , ଋଣ ସୁଝି ହବନି; ପୁଅ ପାଇଁ ଅଟୋ କରିଦେଲେ ଭଲ , ଚାଲୁ ଯେତେ ଦିନ ଯାଏ ଚାଲିବ, ନହେଲେ ବ୍ୟାଙ୍କ ଵାଲା ଆସିକି ନେଇଯିବେ , କାହା ଜୀବନ ତା ଯିବନି |

ମୋ ସହ ଆପଣ ବୋଧେ ଏକମତ ହେବେ, ଚାଷୀ ବୋଲି କିଛି ଜୀବିକା ଏବେ ଆଉ ନାହିଁ | ଯା ପାଖରେ ଅଧିକ ଜମି ଅଛି ରେ ବିଲଡ଼ର,  ଯା ପାଖରେ କମ ଜମି ଅଛି ସେ ହେଲା ସାହୁକାର , ଯିଏ ଚାଷ କଲା ସେ ହେଲା ମୁଲିଆ | ଚାଷୀ ଗଲା କୁଆଡେ ? ଯାହାକୁ ଏକଦା ବୀର ଯବାନ ସହ ତୁଳନା କରା ଯାଉଥିଲା ଆଜି ତା ଅସ୍ତିତ୍ବ ଜଣେ ଗରିବ , ଗାଁ ରେ ରହୁଥିବା ଦିନ ମଜୁରିଆ ରେ ପରିଣତ ହେଇଯାଇଛି | ନିଜକୁ ଦେଶ ର ମେରୁଦଣ୍ଡ କହୁଥିବା ଲୋକ ଆଜି ତା ନିଜ ମେରୁଦଣ୍ଡ କୁ ବି ସିଧା କରିପାରୁନି | କେତେ ଜଣ ଜୀବିକା ପରିବର୍ତନ କରି କରିଲେଣି ତା କେତେ ଜଣ ମୋ ଭଳି ସରକାର ଅନୁକମ୍ପା ର ଅପବ୍ୟବହାର କଲେଣି  | ଚାଷୀ ଜୀବନ ମଝିରେ ଭଲ ରାଜନୀତି ବି କଲା , କୋଉ ନାଚିକା ଲିଙ୍ଗା ଚାଷୀ ମୁଲିଆ ଙ୍କ ନେତା ହେଲାଣି ତ କୋଉଠି ଚାଷୀ ଙ୍କୁ ପୋଲିସ ଦମନ କଲାଣି | ଦିନ ଏମିତି ନ ଆସୁ ଦେଶର ସବୁଠୁ ବଡ଼ କୌଳିକ ବୃତ୍ତି ସେଇ ଏକ ଭାଗ କୋଟି ପତି  ମାନଙ୍କ ହାତକୁ ନ ଚାଲି ଯାଉ ଯୋଉମାନେ ଦେଶ ର ଅଧା ଧାନ କୁ ଗ୍ରାସ କରି ରଖିଛନ୍ତି l

http://deepakdas7.blogspot.in/2017/01/blog-post_31.html

Comments

comments