Bhubaneswar Buzz

#OdiaPostAt11 ୧୦୦ ବର୍ଷରେ ଅବତୀର୍ଣ୍ଣ ମହୀଶୁର ସାଣ୍ଡାଲ ସୋପ

 

mysore sandal soap 100 years bbsrbuzz

Karnataka Soaps & Detergents Limited, the pride company of the Government of Karnataka is known for its Mysore Sandal Soap since 1916. The historic and pride company is all set to complete its 100th year on May 10 2016.

mysore-soap Dhoni Ad

ମହୀଶୁର ଚନ୍ଦନ ସାବୁନ (Mysore Sandal Soap  / ಮೈಸೂರ್ ಸ್ಯಾಂಡಲ್ ಸೋಪ್) ଭାରତ ସରକାରଙ୍କ ଅଧିନସ୍ଥ କର୍ଣ୍ଣାଟକ ସାବୁନ ଏବଂ ଡିଟରଜେଣ୍ଟ ଲିଃ (KSDL)ର ଏକ ସାବୁନ ବ୍ରାଣ୍ଡର ନାମ । ମହୀଶୁରର ରାଜା ନଲଭାଡି କୃଷ୍ଣରାଜା ଉଦୟର ୧୯୬୧ମସିହାରୁ ବେଙ୍ଗାଳୁରୁ ଠାରେ ଏହାର କାରଖାନା ସ୍ଥାପନା ପରଠୁ ଆଜି ଯାଏଁ ମହୀଶୁର ସାଣ୍ଡାଲ ସୋପ ବ୍ରାଣ୍ଡ ନାମରେ ସାବୁନ ତିଆରି ହେଉଛି । ବିଂଶ ଶତାବ୍ଦୀରେ ମହୀଶୁରର ସାମ୍ରାଜ୍ୟ ଚନ୍ଦନ କାଠର ପ୍ରମୁଖ ଉତ୍ପାଦନକାରୀ ରାଜ୍ୟ ଥିଲା ପ୍ରଥମ ବିଶ୍ଵ ଯୁଦ୍ଧ ସମୟରେ ମହୀଶୁର ସାମ୍ରାଜ୍ୟରୁ ବିପୁଳ ପରିମାଣରେ ଉତ୍ପାଦିତ ଚନ୍ଦନ କାଠ ୟୁରୋପକୁ ପଠାଯାଇପାରିନଥିଲା । ଫଳରେ ଗଛିତ ଚନ୍ଦନ କାଠକୁ ନିଜେ ପ୍ରକ୍ରିୟାକରଣ କରି ବ୍ୟବହାର ପାଇଁ ଏକ ବିକଳ୍ପ ଦେଖାଦେଲା । ୧୯୮୦ ମସିହାରେ ସରକାରୀ ସାବୁନ ଫାକ୍ଟ୍ରୀ, ଚନ୍ଦନ ତୈଳ ସହ ଶିମୋଗା ଏବଂ ମହୀଶୁରଠାରେ ବିଲୀନ ହୋଇ KSDL ଏକ ସ୍ଵତନ୍ତ୍ର କମ୍ପାନୀ ହୋଇଥିଲା । ମହୀଶୁର ସାଣ୍ଡଲ ସୋପ ହେଉଛି ଏକମାତ୍ର ସାବୁନ ଯିଏ ବିଶ୍ଵରେ ଏକମାତ୍ରସାବୁନ ଭାବେ ୧୦୦% ବିଶୁଦ୍ଧ ଚନ୍ଦନ ତେଲରୁ ତିଆରି ହେଉଛି । ଭାରତ ସରକାର ମହୀଶୁର ଚନ୍ଦନ ସାବୁନକୁ ଭାରତୀୟ ଭୌଗଳିକ ସଂକେତ ଭାବେ ପଂଜିକୃତ କରିଛନ୍ତି ।  ୨୦୦୬ ମସିହାରେ କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନୀ ଏହାର ପ୍ରଥମ ଆମ୍ବାସଡର ଭାବେ ନିୟୋଜିତ ହୋଇଥିଲେ ।

ଶରଭା ଏକ ଧାର୍ମିକ ଜୀବ ଯାହା ଏକ ହାତୀର ମୁଣ୍ଡ ଏବଂ ସିଂହର ଶରୀର ଏହି ସାବୁନର ଲୋଗୋ ଭାବେ ବ୍ୟବହୃତ ହୋଇଥାଏ ।ଏହାର କାରଣ ଏହି ଲୋଗୋ ଜ୍ଞାନ, ସାହସ ଓ ଶକ୍ତିର ମିଶ୍ରଣ ଯାହା କମ୍ପାନୀର ଦର୍ଶନକୁ ସୂଚାଏ ।

mysore sandal soap 100 years

(ଅଗଷ୍ଟ ୩୦, ୧୯୩୭ ମସିହାରେ ଜଷ୍ଟିସ ପାର୍ଟି ଇଣ୍ଡିଆ-ଇଂରାଜୀ ପତ୍ରିକାରେ ପ୍ରକାଶିତ ମହୀଶୁର ଚନ୍ଦନ ସାବୁନର ଏକ ବିଜ୍ଞାପନ)

ଭାରତ ବଜାରରେ ଉତ୍ପାଦନ ଏବଂ ବିପଣନ ହେଉଥିବା ସାବୁନ ୪୫୦,000 ଟନ ହେଉଥିବା ବେଳେ ‘ମହୀଶୁର ଚନ୍ଦନ ସାବୁନ’ ମାର୍ଚ୍ଚ ୨୦୦୬ ସୁଧା ବଜାରର ୬୫୦୦ ଟନ ଅଂଶ ହାସଲ କରିଥିଲା । ବେଙ୍ଗାଳୁରୁ KSDL କାରଖାନା ବାର୍ଷିକ ୨୬,୦୦୦ ଟନ ସାବୁନ ଉତ୍ପାଦନ କରେ । କୌଣସି ବିପଣନ ଯୋଜନା ପ୍ରସ୍ତୁତ ନକରି ୨୦୦୬ ଯାଏଁ ଏପରି ବ୍ୟବସାୟ ଚାଲୁରହିଥିଲା । ଧୋନୀଙ୍କ ଆମ୍ବାସଡର ନିଯୁକ୍ତି ପରେ ରୂପା ଏବଂ ସୁନା ମୂଦ୍ରା ଜିତିବାର ଏକ ଭାଗ୍ୟଶାଳୀ ବିଜେତା ଚୟନ ସ୍କିମ ପ୍ରଚଳିତ ହୋଇଥିଲା । ଏହାର ୮୫% ବ୍ୟବସାୟ କର୍ଣ୍ଣାଟକ ଆନ୍ଧ୍ର ପ୍ରଦେଶ ଏବଂ ତାମିଲ ନାଡୁରେ ହୋଇଥାଏ । ଏହି ଉତ୍ପାଦ ଛାଡ଼ା ଛୁଆମାନଙ୍କ ପାଇଁ ‘ମହୀଶୁର ସାଣ୍ଡଲ ବେବି ସୋପ’ ମଧ୍ୟ ବଜାରରେ ପ୍ରବେଶ ହୋଇଥିଲା । ଏବେ ମୂଳ ଉତ୍ସ ଚନ୍ଦନ କାଠର ଅଭାବ ଫଳରେ ବିଦେଶରୁ ମଧ୍ୟ ଆମଦାନୀ ହେଉଛି । ରାଜ୍ୟରେ ଚନ୍ଦନ ବନର ସଂରକ୍ଷଣର ଦାୟିତ୍ଵ ହାତକୁ ନିଆଯାଇଛି । ୨୦୧୬ ମେ ୧୦ରେ କମ୍ପାନୀ ୧୦୦ ବର୍ଷ ପୁରଣ କରିବାକୁ ଯାଉଛି । ଶତାବ୍ଦୀ ପୁର୍ତ୍ତୀକୁ ସ୍ମରଣୀୟ କରିବା ପାଇଁ ମହୀଶୁର ସାଣ୍ଡାଲ ସେଣ୍ଟେନିଆଲ  ନାମରେ ଉପସ୍ଥାପିତ ହେବାକୁ ଯୋଜନା ଅଛି ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

 

Comments

comments