Bhubaneswar Buzz

#OdiaPostAt11 IRNSS-1 ସିରିଜର ସମସ୍ତ ଉପଗ୍ରହ କକ୍ଷପଥରେ ସ୍ଥାପିତ – ମିଳିବ ଜିପିଏସ ପରି ସ୍ଵଦେଶୀ ଦିଗବାରେଣୀ ସେବା

ISRO launch GPS satelite

pic courtesy : times now

ISRO’s IRNSS-1 G, the seventh and final satellite of India’s navigation system, has successfully been launched and with it the country has taken a huge leap in the world of science with its own GPS! IRNSS or Indian Regional Navigation Spacecraft System is the Indian navigation system which envisages establishment of regional navigation system using a combination of GEO and GSO spacecraft. ISRO’s workhorse Polar Satellite Launch Vehicle (PSLV-C33) injected IRNSS-1G into the intended orbit. The PSLV marked yet another textbook launch and its 34th consecutive successful mission, reaffirming its dependability. We take a look at seven interesting facts about IRNSS, India’s own GPS.

ପୂର୍ବରୁ କାରଗିଲ ଯୁଦ୍ଧ ସମୟରେ ଆମେରିକୀୟ ଦିଗବାରେଣୀ ଉପଗ୍ରହ ଉପରେ ନିର୍ଭର କରିବାକୁ ପଡ଼ିଥିଲା । ସେହି ଜରୁରୀ ପରିସ୍ଥିତି ସମୟରେ ଆମେରିକା ଏହାର ସେବାକୁ ବନ୍ଦ କରିଦେଇଥିଲା । ଭାରତର ଯୁଦ୍ଧକାଳିନ ପରିସ୍ଥିତିରେ ବିଦେଶ ନିୟନ୍ତ୍ରିତ ଦିଗବାରେଣୀ ଉପଗ୍ରହଗୁଡ଼ିକର ଅସହଯୋଗ କାରଣରୁ ଏଭଳି ଅସୁବିଧାକୁ ଭବିଷ୍ୟତରେ ଏଡ଼ାଇବା ପାଇଁ ଭାରତ ନିଜସ୍ଵ ନାଭିଗେସନ ସାଟେଲାଇଟ ନିର୍ମାଣ ପାଇଁ ଯୋଜନା କରିଥିଲା ।

mapmyindianav

Indian Regional Navigation Satellite System ବା IRNSS ଅପରେସନାଲ ନାମ NAVIC -Navigation with Indian Constellation (ନାବିକ) ବା ଭାରତୀୟ ଦିଗବାରେଣୀ ସିଷ୍ଟମ (Indian GPS) ଦିଗବାରେଣୀ ଉପଗ୍ରହ ସମୂହକୁ ନେଇ ଗଠିତ ଯାହା ଏକ ଅବସ୍ଥାନର ଶୁଦ୍ଧ ବାସ୍ତବିକ ସମୟ ସୂଚାଇବ । ଏହା ଭାରତର ଏବଂ ଏହାର ଚାରିପାଖରେ ବର୍ଦ୍ଧିତ ୧୫୦୦ କିମି କ୍ଷେତ୍ରରେ ସମୟ ସେବା ଯୋଗାଇବ । ଜିଓ କକ୍ଷରେ ୩ ଟି ଓ ଜିଏସଓ କକ୍ଷରେ ୪ଟି ଉପଗ୍ରହ ଭୂପୃଷ୍ଠର ୩୬,୦୦୦ କିମି ଉପରେ ଅବସ୍ଥାନ କରୁଛନ୍ତି । ଏହା ଛଡ଼ା ଭୂପୃଷ୍ଠ ଷ୍ଟାଣ୍ଡବାଏରେ ଦୁଇଟି ସମେତ ସମ୍ପୁର୍ଣ୍ଣ ପ୍ରଣାଳୀ ୯ ଟି ସାଟେଲାଇଟ ଦେଇ କାର୍ଯ୍ୟ କରୁଛି ।

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋ ଦେଶର ଦିଗବାରେଣୀ ଉପଗ୍ରହଗୁଡ଼ିକୁ ଭାରତୀୟ ଆଂଚଳିକ ଦିଗବାରେଣୀ ଉପଗ୍ରହ ବ୍ୟବସ୍ଥା- ଆଇଆରଏନଏସଏସ -୧ ସିରିଜକୁ  ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ସତୀଶ ଧାବନ ଅନ୍ତରୀକ୍ଷ କେନ୍ଦ୍ରରୁ ଧ୍ରୁବୀୟ ଉତକ୍ଷେପଣ ଯାନ ପୋଲାର ସାଟେଲାଇଟ ଭେହିକିଲ(ପିଏସଏଲଭି) ଜରିଆରେ ଉତକ୍ଷେପଣ କରିଛି । ୨୦୧୬ ଏପ୍ରିଲ ୨୮ରେ ଶେଷ ସାଟେଲାଇଟ ୧ ଜି ସହ ଭାରତ ତା’ର ସମସ୍ତ ନାଭିଗେସନ ସାଟେଲାଇଟ ନିଜ ରକେଟ ସାହାଯ୍ୟରେ କକ୍ଷପଥରେ ସ୍ଥାପନ କରିବା ଲକ୍ଷ୍ୟ ପୁରଣ କରିଛି । ଏହି ସାଟେଲାଇଟଗୁଡ଼ିକର ଜୀବନକାଳ ମାତ୍ର ୧୨ ବର୍ଷ । ଏହି ପ୍ରକଳ୍ପରେ ସମୁଦାୟ ୧,୪୨୦ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତ୍ୟେକ ସାଟେଲାଇଟର ମୂଲ୍ୟ ପ୍ରାୟ ୧୫୦ କୋଟି ଏବଂ PSLV-XL ସଂସ୍କରଣର ରକେଟର ମୂଲ୍ୟ ପ୍ରାୟ ୧୩୦ କୋଟି । କେବଳ ସପ୍ତମ ରକେଟ ପାଇଁ ଖର୍ଚ୍ଚ  ହୋଇଛି ୯୧୦ କୋଟି ।

ଭାରତ ଇଣ୍ଡିଆନ ରେଜିଓନାଲ ନେଭିଗେସନ ସାଟେଲାଇଟ ସିଷ୍ଟମ ସିରିଜର ପ୍ରଥମ ଆଇଆରଏନଏସଏସ – ୧ଏ , ୧ବି ୧ସି, ୧ଡି, ୧ଇ, ୧ଏଫ, ୧ ଜି  ଯଥାକ୍ରମେ ୧ ଜୁଲାଇ ୨୦୧୩, ୪ ଏପ୍ରିଲ ୨୦୧୪ରେ, ଅକ୍ଟୋବର ୨୦୧୪, ମାର୍ଚ୍ଚ ୨୦୧୫, ପଞ୍ଚମ  ୨୦ ଜାନୁଆରୀ ୨୦୧୬, ଷଷ୍ଠ ୧୦ ମାର୍ଚ୍ଚ ୨୦୧୬, ଶେଷ  ଓ ସପ୍ତମ ୨୮ ଏପ୍ରିଲ ୨୦୧୬ରେ  ଶ୍ରୀହରିକୋଟାରୁ ଉତକ୍ଷେପଣ କରିଥିଲା ।

ନାଭିଗେସନ ସିଷ୍ଟମ ଦ୍ବାରା ଦୁଇ ପ୍ରକାର ସେବା ପ୍ରାପ୍ତ ହୋଇଥାଏ ଯଥା ମାନକ ଅବସ୍ଥିତି (Standard Positioning Service (SPS)) ସେବା ଯାହା ସମସ୍ତଙ୍କ ଦ୍ବାରା ଉପଯୋଗ ହୁଏ ଏବଂ ନିଷିଧ ଅବସ୍ଥିତି (Restricted Service (RS)) ସେବା ଯାହା ଅଧିକୃତ ଉପଯୋଗକାରୀଙ୍କୁ ମିଳିଥାଏ ।

ଭାରତୀୟ ଜିପିଏସ ସିଷ୍ଟମର ବ୍ୟବଧାନ ଆକ୍ୟୁରାସୀ ୧୦ ମିଟର ରହିଛି ଜଳ ଓ ସ୍ଥଳ ଦିଗ ବାରେଣୀ, ବିପର୍ଯ୍ୟୟ ପରିଚାଳନା, ପ୍ରତିରକ୍ଷା କ୍ଷେତ୍ରରେ, ଯାନବାହନ ଟ୍ରାକିଂ, ବନ୍ଦର ପରିଚାଳନା, ପଦଯାତ୍ରୀ ଓ ଭ୍ରମଣକାରୀଙ୍କ ପାଇଁ  ଦିଗବାରେଣୀ, ମୋବାଇଲ ସହ ଯୋଡ଼ି ମ୍ୟାପିଂ, ଭୌଗୋଳିକ ତଥ୍ୟ ଆହରଣ ଏବଂ ଡ୍ରାଇଭରଙ୍କୁ ସ୍ଵର ଓ ଦୃଶ୍ୟ ସେବା IRNSS ଯୋଗାଇଦେବ ।

ଜିପିଏସ କ୍ଲବ:

ଏହି ବୈଷୟିକ ସଫଲତା ଫଳରେ ଭାରତ, ଆମେରିକା, ୟୁରୋପ, ରୁଷ, ଜାପାନ, ଚୀନ ଆଦି ବଛା ଦେଶମାନଙ୍କ ସହ ସମକକ୍ଷ ହୋଇ ପାରିଛି । ଭାରତୀୟ ଜିପିଏସ ଆମେରିକା (୨୪ଟି ସାଟେଲାଇଟ)ର ଜିପିଏସ ସିଷ୍ଟମ ଭଳି ସମାନ । ରଷିଆର ଗ୍ଲୋନାସ(Glonass) , ୟୁରୋପର  ଗାଲିଲିଓ (Galileo), ଚୀନର ବିଡୁ (Beidou) ଆଦି ଏକ ଏକ ଜିପିଏସ ସିଷ୍ଟମ ଜିପିଏସ ଓ ଗ୍ଲୋନସ ହେଉଛି “ସମ୍ପୁର୍ଣ କ୍ରିୟାକ୍ଷମ ଗ୍ଲୋବଲ ସିଷ୍ଟମ” ଚାଇନା ଓ ଜାପାନୀ ସିଷ୍ଟମ ଆଞ୍ଚଳିକ କଭରେଜରେ କାର୍ଯ୍ୟ କରୁଛନ୍ତି । ୟୁରୋପର ଗାଲିଲିଓ ଏବେ ଯାଏଁ କ୍ରିୟାକ୍ଷମ ହେବାକୁ ଅଛି । ଭାରତର ଏହି ସିଷ୍ଟମ ଆଞ୍ଚଳିକ କଭରେଜରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମାତ୍ର ।

IRNSS ପୁର୍ଣ୍ଣ କାର୍ଯ୍ୟକ୍ଷମ ଘୋଷଣା ହେବାକୁ ବାକି ଅଛି । ଏହାର ସବୁ  ଉପଗ୍ରହ ପାଇଁ ଏକ ପରୀକ୍ଷଣ  ଓ ପ୍ରତିପରୀକ୍ଷଣ ବାକି ଅଛି । ଏଥିପାଇଁ ଆଉ ଚାରିମାସ ସମୟ ଲାଗିବ । ଥରେ ସମସ୍ତ ଟେଷ୍ଟରେ IRNSS ସଫଳ ହେଲେ , ଭାରତକୁ ଆଉ ଅନ୍ୟଦେଶ ସହ ନିର୍ଭର ହେବାକୁ ପଡିବନାହିଁ । ଏହା ପରେ ଉତ୍ପାଦନକାରୀମାନେ ନାଭିଗେସନ ସିଗନାଲ ରିସିଭର ଓ ଆପ୍ଲିକେସନ ତିଆରି କରିବା ବାକି ଅଛି ଯାହା ଫଳରେ ଏହି ଦିଗବାରେଣୀ ସେବା ଦରକାରୀ ଭିନ୍ନ ଭିନ୍ନ କାର୍ଯ୍ୟରେ ଲାଗି ପାରିବ ।

Inspired by Khirabdhi

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments