Bhubaneswar Buzz

#OdiaPostAt11 ରମେଶ ଅଗରୱାଲ ଅନେକ ଟ୍ରକ ଡ୍ରାଇଭରଙ୍କ ଜୀବନ ରକ୍ଷା କରିଛନ୍ତି – ଅନିଦ୍ରା କାରଣରୁ ଏପରି ହଜାର ହଜାର ଡ୍ରାଇଭରଙ୍କ ଦୁଃଖଦ ମୃତ୍ୟୁ ଘଟେ । କଣ ତାଙ୍କ ପ୍ରୟାସ ଜାଣନ୍ତୁ…

Odia post at 11 by bbsrbuzz agarwal 2 Odia post at 11 by bbsrbuzz agarwal

ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁର ସେ ଅକୁହା କଥା:

ଆମେ ବସ ଅଥବା ଆରାମଦାୟକ ଚାରି ଚକିଆ ଯାନରେ ରାଜପଥରେ ଯିବାବେଳେ ମାଲବାହୀ ଟ୍ରକଗୁଡ଼ିକ ମଧ୍ୟମ ଗତିରେ ଆଗକୁ ବଢୁଥିବାର ଦେଖୁ । ଗାଡି ଦେହରେ ମେରା ଭାରତ ମହାନ, ହମ ଦୋ ହମାରା ଦୋ ଆଦି ଅନେକ କଥା ଓ ଉପଦେଶରେ ଚିତ୍ର ବିଚିତ୍ର ହୋଇଥାଏ । ଜାତୀୟ ପରମିଟ ଲେଖାଥିବା ପ୍ରାୟ ଟ୍ରକ ଏକାଧିକ ରାଜ୍ୟ (୫୦୦ ରୁ ଆରମ୍ଭ କରି  ୩୦୦୦ କିମିରୁ ଅଧିକ ବାଟ) ଅତିକ୍ରମ କରି ଏମାନେ ମାଲ ପରିବହନ କରିଥାନ୍ତି । ହେଲେ ଜାଣିଛନ୍ତି ଏହାକୁ ଚଳାଉ ଥିବା ଡ୍ରାଇଭର ଅଧିକନ୍ତୁ ବିନା ନିଦ୍ରା ଓ ବିଶ୍ରାମରେ ଏ କାର୍ଯ୍ୟ କରି ଭାରିଯାନ ଚଲାଇବାର ଏକ ଗୁରୁ ଦାୟିତ୍ବ ନେଇଥାନ୍ତି । ଏହି ମାଲ ବୋଝେଇ ଟ୍ରକରେ ଅଧିକାଂଶ ଆମର ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନଷ ସବୁ ଥାଏ ।

ଅଲ ଇଣ୍ଡିଆ ଟ୍ରାନ୍ସପୋର୍ଟ ୱେଲଫେୟାର ଆସୋସିଏସନ (AITWA) ଆକଳନ ଅନୁସାରେ ୨୦୧୨ ମସିହାରେ ଅନିଦ୍ରା ଓ ଥକାପଣ କାରଣରୁ ୨୬,୬୫୦ ଲୋକ ଏଥିରେ  ମୃତ୍ୟୁ ବରଣ କରିଛନ୍ତି (ସମୁଦାୟ ୧୩୯,୦୯୧ଟି ମୃତ୍ୟୁ ) । ୨୦୧୩ ରେ ଏହି ସଂଖ୍ୟା ୨୪,୦୮୧ ଥିଲା (ବର୍ଷର ସମୁଦାୟ ୧୩୭,୪୨୩ ଟି ସଡକ ଦୁର୍ଘଟଣାରୁ) ।

ରମେଶ ଅଗରୱାଲଙ୍କ ପାଇଁ ଏହା ଏକ ପୁର୍ଣ୍ଣ ସମ୍ବେଦନଶୀଳ ଘଟଣା (ସେ ପ୍ରମୁଖ କମ୍ପାନୀ ଅଗରୱାଲ ପ୍ୟାକର୍ସର ମୁଖ୍ୟ ପରିଚାଳକ) । ୨୦୧୨ ମସିହାରେ ସେ ଏହାର ଏକ ସମାଧାନ କରିବାକୁ ଯାଇ ସେ ପ୍ରତିଷ୍ଠା କଲେ ୫୦୦ ଶଯ୍ୟା ବିଶିଷ୍ଟ “ନିଦ୍ରା ଦାନ କେନ୍ଦ୍ର” – ଟ୍ରକ ଡ୍ରାଇଭରଙ୍କ ପାଇଁ ଏକ ଘର ଯେଉଁଠାରେ ସେମାନେ ପର୍ଯ୍ୟାପ୍ତ ନିଦ୍ରା ଓ ବିଶ୍ରାମ କରିପାରିବେ । ଏହାକୁ ଜୟପୁର ଓ ଆଜମେର ମଧ୍ୟରେ ଥିବା ଜାତୀୟ ରାଜପଥ ୮ କଡରେ ସ୍ଥାପନ କଲେ । ଏହି ବିଶ୍ରାମାଗାରରେ ଶୌଚାଳୟ, ସ୍ନାନାଗର, କ୍ଷୌର ଦୋକାନ ଧୋବା ସେବା, ଆମ୍ବୁଲାନ୍ସ , ପାର୍କିଂ ଓ ସୁରକ୍ଷାକର୍ମୀ ଉପଲବ୍ଧ ଅଛନ୍ତି । ଏହି ସେବା ୨୪*୭ ସମ୍ପୁର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି । ଏହା ଏକ ସ୍ବାକ୍ଷରିତ ଦସ୍ତାବିଜରେ ଏହି ସେବା ସେ ୬ ଘଣ୍ଟା ନିଦ୍ରା ପାଇଁ ବ୍ୟବହାର କରୁଛନ୍ତି ବୋଲି ଜାଣାଇବେ ।

ସେ ଏହାର ସମାଧାନ ପାଇଁ ଆଗେଇ ଆସିଲେ :

ଏମିତି କଣ ହେଲା ଯେ ସେ ଏଥିପାଇଁ ଆଗେଇ ଆସିଲେ ? ଯେଉଁ ପ୍ରୟାସ ଅନ୍ୟମାନଙ୍କ ଭାବିବା ବାହାରେ ଥିଲା! ଇସ୍ତନବୁଲରେ ଏକ ପରିବହନ ଉପସ୍ଥାପନାରେ ଭାରତ ସଡକ ମୃତ୍ୟୁରେ ଅଗ୍ରଣୀ ଥିବା ଜାଣି ସେଇଠୁ ଫେରିବା ପରେ ସେ ଏ ବିଷୟରେ ଅନୁସନ୍ଧାନ କରି ଜାଣିବାକୁ ପାଇଲେ ଯେ ଅଧିକାଂଶ ସଡକପଥରେ ଘଟୁଥିବା ଦୁର୍ଘଟଣାରେ ନିଦ୍ରା ହୀନତା ଓ ଥକାପଣ ଭୂମିକା ବେଶୀ । ଡ୍ରାଇଭର ଯେ ଅନେକ ଦୂରରୁ ଆସିଥାନ୍ତି ସେମାନେ କ୍ଲାନ୍ତ ହୋଇ ପଡନ୍ତି ଯାହା ଫଳରେ ଗାଡି ଚାଳନାରେ ନିୟନ୍ତ୍ରଣ କମିବା ଦ୍ବାରା ଭାରସାମ୍ୟ ହରାନ୍ତି ଓ ଦୁର୍ଘଟଣା ଘଟେ ।

ଏହି ଲରି ଡ୍ରାଇଭରମାନେ ଅଧିକତମ ୨ ରୁ ୩ ଘଣ୍ଟା ବିଶ୍ରାମ କରନ୍ତି ଜାଗ୍ରତ ରହିବା ପାଇଁ “କାଲି ଗୋଲି’’ ସେବନ କରନ୍ତି । ନିଦ୍ରାହୀନତା ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣେ । ସେଇ ଟ୍ରକ ଡ୍ରାଇଭରଙ୍କ ଲାଗି ସମ୍ପୁର୍ଣ୍ଣ ବ୍ୟବସ୍ଥା କରିବାକୁ ଯାଇ ରମେଶ ଓ ତାଙ୍କ ଭାଇ ରାଜେନ୍ଦ୍ର ଏମିତି ଏକ ଆବାସର ପରିକଳ୍ପନା କଲେ । ଖୁବ ଶୀଘ୍ର ସୁରାଟ ଓ କଲିକତା ୬ ନମ୍ବର ଜାତୀୟ ରାଜପଥ ମଧ୍ୟରେ ଏପରି ଅନ୍ୟ ଏକ ବ୍ୟବସ୍ଥା କରିବାକୁ ଯାଉଛନ୍ତି ସେମାନେ । ଅଗରୱାଲଙ୍କ ଦଳ ଜୟପୁର ପଥରେ ପ୍ରତି ମାସ ୪୧ ଟି ଜୀବନ ରକ୍ଷା କରୁଛନ୍ତି ବୋଲି ଆକଳନ କରିଛନ୍ତି ।

ଭୁବନେଶ୍ବର ବଜ ସେ ମହାଶୟଙ୍କ ପ୍ରୟାସକୁ ପ୍ରଶଂସା କରୁଛି । ଆଶା କରୁଛି ସରକାର ନିଜେ ଏଭଳି ଏକ ବ୍ୟବସ୍ଥା ପାଇଁ ଆଗେଇ ଆସିବେ ।

ମତାମତ ଅପେକ୍ଷାରେ …

ଫେରିବୁ ପୁଣି ଆସନ୍ତା କାଲି …ରାତି ୧୧ ଟାରେ…

ଶୁଭରାତ୍ରୀ

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments