Bhubaneswar Buzz

#OdiaPostAt11 ପ୍ରେମରେ ପଡ଼ିବା ପାଇଁ କଣ ମ୍ୟାଟର କରେ? ଆଶ୍ଚର୍ଯ୍ୟକର ୧୧ ଟି ମନସ୍ତାତ୍ତ୍ଵିକ କାରଣ

Couple Holding Hands at Sea Sunset

Couple Holding Hands at Sea Sunset

ଆପଣ ଯଦି ବାସ୍ତବରେ ଜାଣିବାକୁ ଚାହାନ୍ତି ଯେ ଆମେ ପ୍ରେମରେ କିଆଁ ପଡୁ ତେବେ ଏହି ସ୍ଥାନ ଆପଣଙ୍କ ଆରମ୍ଭ ମାତ୍ର । କାହା ପ୍ରେମରେ ପଡିବାର ଅନେକ କାରଣ ରହିଛି । ପ୍ରାକୃତିକ, ଦୈହିକ ଆକର୍ଷଣ ମନସ୍ତାତ୍ତ୍ଵିକ ଦୃଷ୍ଟିକୋଣ  ଆଦିରୁ ପ୍ରେମ ହେବାରେ ଅନେକ ଆଲୋଚନା ହୋଇଛି । ଆମେ କେବଳ କିଛି ସାଇକୋଲୋଜିକାଲ ପଏଣ୍ଟ ଏଠାରେ ଉପସ୍ଥାପନ କରୁଛୁ ।

ଯଦି କେହି ଆପଣଙ୍କ ଭଳି:

ସାଧାରଣତଃ ବିପରୀତ ଜିନିଷ ଆକର୍ଷଣର ବିନ୍ଦୁ ହୁଏ କିନ୍ତୁ ଚିନ୍ତାଧାରାର ସମାନତା (similarities) ଅନ୍ୟର ମନକୁ ଛୁଇଁଥାଏ । ନିଜର ଅନୁଭବ ହୁଏ । ଏମିତି ଟିକେ କଥାରେ ବେଳେବେଳେ ତାଙ୍କ ଇଛାକୁ ଆପଣ ପସନ୍ଦକରି ‘’ମୋର ବି ସେଇ ଏକା ପସନ୍ଦ (me too)’’ କହି ପକାନ୍ତି । ଏମିତି ଅନେକ ଘଟଣାରେ ଯେବେ ଆପଣ ସହମତ ଥାନ୍ତି ତେବେ ବ୍ୟର୍ଥ ଝଗଡ଼ା ହୋଇନଥାଏ । ସମ୍ପର୍କର ଏକ ମୂଳଦୁଆ ଠିଆହୁଏ ।

ଉଚ୍ଚତା ଆଧାର :

ହଁ ଉଚ୍ଚତା ମ୍ୟାଟର କରେ । ଅର୍ଥ ନୁହେଁ ଯେ ଆପଣ ମୋଟା ସୋଲ ବାଲା ଚପଲ ଯୋତା ପିନ୍ଧନ୍ତି କିନ୍ତୁ ଡେଙ୍ଗା ହେବା ଭଲ ଝିଅମାନେ ପସନ୍ଦ କରନ୍ତିନି ଯେ ତାଙ୍କ ମୁଣ୍ଡ ପୁଅଙ୍କ ଚିନ୍ ତଳକୁ ରହୁ ଯାହା ଦ୍ଵାରା ତାଙ୍କୁ ଗୋଇଠି ଉଠାଇବାକୁ ପଡ଼ିବ । ଡେଟିଂବେଳେ ଡେଙ୍ଗା ପୁରୁଷ କିଛି ସ୍ବତନ୍ତ୍ର ଫାଇଦା ଉଠେଇଥାନ୍ତି ।

ଆପଣ କେମିତି ବାସନ୍ତି :

ଟିଭି ବିଜ୍ଞାପନରେ ଦେଖୁଥିବା କ୍ଲିପମାନରେ କିଛି ସତ୍ୟତା ଅଛି । ଆପଣଙ୍କ ଦେହର ଗନ୍ଧ ସାମାନ୍ୟ ରହିବା ଦରକାର ଅତି ଉତ୍କଟ ସୁଗନ୍ଧିତ ଡିଓ ନୁହେଁ କି ଶାରୀରିକ ଦୁର୍ଗନ୍ଧ ନୁହେଁ ।

ଆଖି ମିଶେଇବା :

ଗବେଷଣାରୁ ଜଣାପଡିଛି ପରସ୍ପରଙ୍କ ଆଖିକୁ ୨ ମିନିଟ ଚାହିଁ ରହିଲେ ଆକର୍ଷଣ ସୃଷ୍ଟି ହେବ ଏହା ବେଶୀ ଯେବେ ଅତୀତରେ ଦୁଇ ବିପରିତ ଲିଙ୍ଗ କେବେ ମିଶିନଥିବେ  ।

ଯଦି ପ୍ରଥମ ଦେଖାରେ ଆପଣଙ୍କୁ କେହି ପସନ୍ଦ କରିନଥିବେ :

ପ୍ରେମ କାହାଣୀରେ ପ୍ରଥମରୁ ଚେସିଂ ଆମକୁ ଅଧିକ ମଜା ଦେଇଥାଏ । ନୁହେଁ କି ? ଏହା ହେଉଛି ପ୍ରେମ – ଘୃଣା ଡ୍ରାମାର ପ୍ରାରମ୍ଭିକ ଅବସ୍ଥା ଯେଉଁଥିରେ ଅପର ପକ୍ଷକୁ ଭଲ ଭାବେ ଜାଣିପାରୁ ବୁଝିପାରୁ । ଜଣେ ଅନ୍ୟର ଭାବନା ପରିଧିକୁ ଆସିବା ପରେ ସେହି ବ୍ୟକ୍ତି ସହ ନିବିଡ଼ ହେବାର ସାଧାରଣତଃ ଦେଖାଯାଏ ।

ସାହସିକ ପଦକ୍ଷେପ :

ଦୁଇଜଣ ମିଶି କିଛି ସାହସିକ କାମ କଲେ ଜଣେ ଅନ୍ୟର ନିକଟତର ହୁଅନ୍ତି । ଉତ୍କଣ୍ଠା ଏବଂ ଶାରୀରିକ ଆକର୍ଷଣ ସହିତ ଏହାର ସିଧା ସମ୍ପର୍କ ଅଛି । କାମନା ଆପଣଙ୍କୁ ଉତ୍ତେଜିତ କରେ ଏବଂ ପ୍ରେମରେ ପଡିବାକୁ ଉସକାଏ ।

କେହି ଡାକନ୍ତି ବାହାରେ କପେ କଫି ପିଇବାପାଇଁ :

ବାହାରେ କପେ କଫି ପିବାକୁ ଡାକିଥିବା ବ୍ୟକ୍ତି ଅନ୍ୟ ଜଣକ ହୃଦୟକୁ ଛୁଇଁ ଯାଆନ୍ତି ।  କଫି ଏକ ଗରମ ପାନୀୟ ସେହିଭଳି ଡାକୁଥିବା ବ୍ୟକ୍ତି ତାଙ୍କ ସମ୍ପର୍କକୁ ଉଷୁମ ରଖନ୍ତି । ନିଜକୁ ଖୋଲିବା ଏବଂ ସମ୍ପର୍କକୁ ଆଗେଇନେବା ସହ ନିଜେ ଅନ୍ୟ ଆଗରେ ଅଧିକ comfort ମନେ କରନ୍ତି । ଯାହାଙ୍କ ସହ ଆପଣ comfort ଅନୁଭବ କରନ୍ତି ତାଙ୍କ ସହ ଆପଣ କ୍ଲୋଜ ହୁଅନ୍ତି ଯାହା ଆକର୍ଷଣର ଏବଂ ପ୍ରେମ ହେବାର ଏକ କାରଣ ।

ଦାମୀ ଘର :

ମହିଳାମାନେ ପୁରୁଷଙ୍କ ଦାମୀ କାର, ବାଇକକୁ ଭଲ ପାଆନ୍ତି ତେବେ ଏକ ଦାମୀ ବଙ୍ଗଳାରେ କଣ ଆକର୍ଷଣ ଅଛି ? ଆପଣଙ୍କ ଘରେ ଏକ ହାଇ ଏଣ୍ଡ ଏବଂ ସୁନ୍ଦର ଚିତ୍ର ମହିଳାଙ୍କୁ ଆକର୍ଷିତ କରେ । ଏହା ସମ୍ପତି ଆଭିଜାତ୍ୟ ଉପରେ ଏକ ଗାଢ଼ ପ୍ରଭାବ ପକେଇଥାଏ ।

ଯଦି କେହି ପାଖାପାଖି ବାସକରନ୍ତି :

କାହାଣୀରେ ଆପଣ ଜାଣିଥିବେ କେମିତି ରସ୍ ରାଚେଲକୁ କେମିତି ୯ ବର୍ଷ ପରେ ତା ହୃଦୟକୁ ଜିଣିପାରିଥିଲା । ଘର ପାଖାପାଖି ରହିଲେ ଭେଟ ହେବାର ସୁଯୋଗ ବେଶୀ ମିଳେ । ମିଳାମିଶାରେ ବିଶ୍ଵସ୍ତତା ବଢ଼େ । ସମ୍ପର୍କ ଏକ ନୂଆ ସ୍ତରରେ ପହଞ୍ଚେ ।

୧୦ ସ୍ମାଇଲ :

ଏହା ବ୍ୟାପେ । ଆକର୍ଷଣକାରୀ ଓ ସୁଖ ପ୍ରଦାନକାରୀ ମଧ୍ୟ । ଯୁକ୍ତାତ୍ମକ ଶକ୍ତି ଜାଗ୍ରତ କରାଏ । ଅନ୍ୟର ଏକ ସ୍ମିତହାସ୍ୟ ଅର୍ଥ ଅନ୍ୟଙ୍କଠାରେ ଆପଣ ଗ୍ରହଣୀୟ ହେଲେ

୧୧ ସମତାଳରେ ଚାଲି :

ଯେବେ ଜଣେ ପୁରୁଷ ରୋମାଣ୍ଟିକ ଲକ୍ଷ୍ୟରେ ଥାଆନ୍ତି ନିଜ ଚାଲିବା ଗତି ଧିର କରି ମହିଳା ସାଥୀଙ୍କ ସହ ପାଦ ମିଳାଇ ଖୁବ କମ ବ୍ୟବଧାନରେ ଚାଲନ୍ତି ।

ପୁଣି ଆସନ୍ତା କାଲି… ରାତି ୧୧ ଟାରେ…

ଶୁଭ ରାତ୍ରୀ

 

Comments

comments