Bhubaneswar Buzz

#OdiaPost ବିଶ୍ବର ମଙ୍ଗଳ କାମନା ନିମିତ୍ତ ୧୮୭୬ରୁ ଆୟୋଜିତ ହେଉଛି ଯୋରନ୍ଦା ମହିମା ମେଳା

ଯୋରନ୍ଦା ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରୁ ପୂର୍ଣ୍ଣିମା ଯାଏଁ ତିନିଦିନ ଧରି ଆୟୋଜିତ ହୋଇଥାଏ । ଏହି ମେଳାର ମୁଖ୍ୟ ଆର୍କଷଣ ହେଉଛି ଝାଡ଼ଦୀପ ପ୍ରଜ୍ୱଳନ ଦେଖିବା । ମେଳା ତିନି ଦିନ ପ୍ରତ୍ୟେକ ସନ୍ଧ୍ୟାରେ ବିଶ୍ୱର ମଙ୍ଗଳ କାମନା କରାଯାଇ ମହଣ ମହଣ ଘିଅରେ ବୃହତ ପିତ୍ତଳ ଝାଡ଼ଦୀପ ପ୍ରଜ୍ବଳନ କରାଯାଏ ।

ମେଳାରେ ପଡ଼ୋଶୀ ରାଜ୍ୟ ସମେତ ଓଡ଼ିଶାର ପୁରପଲ୍ଲୀରୁ ଆସିଥିବା ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥାଏ । ଲକ୍ଷାଧିକ ସାଧୁ ସନ୍ନ୍ୟାସୀ ଓ ଭକ୍ତଙ୍କ ‘ମହିମା ଅଲେଖ’ ଡାକ ସହିତ ବଡ଼କାଠ, ମାଦେଳି, ଖୋଳ ଓ ଖଞ୍ଜଣୀ ବାଦ୍ୟରେ ଭଜନ କୀର୍ତ୍ତନ, ହରିବୋଲ, ହୁଳହୁଳି ଆଦିରେ ଶୁନ୍ୟ ମନ୍ଦିର ବେଢ଼ା ପ୍ରକମ୍ପିତ ହୋଇଉଠେ । ମେଳାର ଦୋକାନ ବଜାର, ସର୍କସ, ଦୋଳି ଓ ଯାତ୍ରା ପାର୍ଟି ମଧ୍ୟ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

ଏହିଦିନମାନଙ୍କରେ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି । ୧୮୭୬* ମସିହା ମାଘ ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଯୋଗେଶ୍ଵର ମହିମାପ୍ରଭୁଙ୍କ ତିରୋଧାନ ପରଠାରୁ ଯୋରନ୍ଦାର ମହିମାଗାଦି ପ୍ରାଙ୍ଗଣରେ ମହିମା ମେଳା ମହୋତ୍ସବ ପାଳିତ ହୋଇଆସୁଛି ।

——————————————————————————————————————–

By Nitu Ranjan Dash

Visual Anthropologist
Delhi University

Comments

comments