Bhubaneswar Buzz

#OdiaPost ଇଲେକ୍ଟ୍ରୋନିକ ଵୋଟିଂ ମେସିନରେ ମତ ଗ୍ରହଣ ହେଉଥିଵା ଵେଳେ, ଫଳାଫଳ ପ୍ରକାଶ ହେଵାରେ ଵିଳମ୍ବ କାହିଁକି ହୁଏ?

ଦେଶରେ ୫ଟି ରାଜ୍ୟରେ ହୋଇଥିଵା ଵିଧାନସଭା ନିର୍ଵାଚନ ଫଳାଫଳ ପରେ ଚାରିଟି ରାଜ୍ୟରେ ସ୍ଥିିତି ସ୍ପଷ୍ଟ ହୋଇସାରିଥିଵା ଵେଳେ ଗୋଟିଏ ରାଜ୍ୟର ଫଳାଫଳ ଅସ୍ପଷ୍ଟ ରହିଵାର ଦେଖିଵାକୁ ମିଳିଛି ।
ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ଉଭୟ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିଵାରୁ ସ୍ଥିତି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ପ୍ରତିିଦ୍ୱନ୍ଦ୍ୱିତା ଅତି ଶାଣିତ ହୋଇଥିଵାରୁ କେତେକ ପ୍ରାର୍ଥୀଙ୍କ ଭାଗ୍ୟ ଲଟକି ରହିଛି । ଏଠାରେ ଅନେକ ସ୍ଥାନରେ ପୁନଃଗଣତି ପାଇଁ ପ୍ରାର୍ଥୀ ଏଜେଣ୍ଟମାନେ ଦାବି କରିଵାରୁ ଫଳାଫଳ ଘୋଷଣା ହୋଇପାରୁନାହିଁ ।

ନିର୍ଵାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଏଥର ଗଣତି ପ୍ରକ୍ରିୟା କଡ଼ା ନିୟମ ଓ ଶୃଙ୍ଖଳା ମଧ୍ୟରେ ସମ୍ପନ୍ନ ହେଉଛି । ତେଣୁ ଏଥିପାଇଁ ଅଧିକ ସମୟ ଦରକାର ହେଉଛି । ଏଥିସହିତ ପୋଷ୍ଟାଲ ବାଲଟ ମତ ଗଣତି ଓ ପ୍ରତି ନିର୍ଵାଚନ ମଣ୍ଡଳୀର ଗୋଟିଏ ପୋଲିଂ ଷ୍ଟେସନର ଇଵିଏମ ଓ ଵିପାଟ ସ୍ଲିପକୁ ମେଳ କରିଵା ଯୋଗୁଁ ଅଧିକ ସମୟ ଲାଗୁଛି । ଅନେକ ବୁଥରେ ଵିଜୟ ଵ୍ୟଵଧାନ ଗୋଟିଏ କିମ୍ବା ଦୁଇଟି ଵୋଟରେ ହେଉଥିବାରୁ ପରାଜିତ ପ୍ରାର୍ଥୀମାନେ ପୁନଃଗଣତି ପାଇଁ ଆଵେଦନ କରୁଛନ୍ତି ।
ଏହି କାରଣରୁ ମତ ଗଣତି ଵିଳମ୍ବିତ ହେଉଛି । ଶୀଘ୍ର ଫଳାଫଳ ଘୋଷଣା ଅପେକ୍ଷା ଵିଳମ୍ବରେ ହେଉ ପଛେ, ନିର୍ଭୁଲ ଫଳାଫଳ ଘୋଷଣା ହେଵାପାଇଁ ନିର୍ଵାଚନ ଆୟୋଗ ଏଥର ଗୁରୁତ୍ୱ ଦେଇଛନ୍ତି ।

Comments

comments