Bhubaneswar Buzz

ଭାରତର ପ୍ରଥମ ନାଗରିକ ଅଟନ୍ତି ରାଷ୍ଟ୍ରପତି ଓ ୨୭ ତମ ନାଗରିକ ଅଟନ୍ତି ଭାରତର ଜନତା ! ଜାଣନ୍ତୁ ମଝିରେ କେଉଁମାନେ ରହିଲେ

ସମ୍ବିଧାନରେ ଏପରି ଏକ ତାଲିକା ଅଛି ଯେଉଁଥିରେ ଦର୍ଶାଯାଇଛି ଯେ କେଉଁ ନାଗରିକ କେତେ ସ୍ଥାନାଙ୍କରେ ଅଛନ୍ତି ।

* ସ୍ଥାନ ୧ – ଭାରତର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ହିଁ ଭାରତର ପ୍ରଥମ ନାଗରିକ ଅଟନ୍ତି । ଦେଶର ରାଷ୍ଟ୍ରପତିଙ୍କୁ ପ୍ରଥମେ ଏହି ଅଧିକାର ଦିଆଯାଇଛି । ଏବେର ରାଷ୍ଟ୍ରପତି ହେଉଛନ୍ତି ଶ୍ରୀ ରାମନାଥ କୋଵିନ୍ଦ ।

* ୨ୟ – ଦେଶର ଉପରାଷ୍ଟ୍ରପତି । ଏବେର ଉପରାଷ୍ଟ୍ରପତି ହେଉଛନ୍ତି ଶ୍ରୀ ଵେଙ୍କୟା ନାଇଡ଼ୁ ।

* ୩ୟ – ଦେଶର ପ୍ରଧାନମନ୍ତ୍ରୀ । ଏବେର ପ୍ରଧାନମନ୍ତ୍ରୀ ହେଉଛନ୍ତି ଶ୍ରୀ ନରେନ୍ଦ୍ର ମୋଦି ।

* ୪ର୍ଥ – ଦେଶର ସମସ୍ତ ରାଜ୍ୟର ରାଜ୍ୟପାଳ

* ୫ମ – ଦେଶର ପୂର୍ବ ରାଷ୍ଟ୍ରପତି । ୫ମ(କ) – ଦେଶର ଉପ ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ଏହି ପଦବୀରେ କେହି ନାହାଁନ୍ତି । ପୂର୍ବରୁ ଉପପ୍ରଧାନମନ୍ତ୍ରୀ ପଦବୀରେ କିଛି ନେତା ଅବସ୍ଥାପିତ ହୋଇଥିଲେ ।

* ୬ଷ୍ଠ – ଭାରତର ମୁଖ୍ୟ ବିଚାରପତି, ଲୋକସଭାର ଅଧ୍ୟକ୍ଷ । ବର୍ତ୍ତମାନ ଜଗଦୀଶ ସିଂହ ଖେହର ଭାରତର ୪୪ତମ ବିଚାରପତି ଅଟନ୍ତି ।

* ୭ମ – କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀ, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଯୋଜନା ଆୟୋଗ / ବର୍ତ୍ତମାନର ନୀତି ଆୟୋଗ ଉପାଧ୍ୟକ୍ଷ, ପୂର୍ବ ପ୍ରଧାନମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭାର ବିପକ୍ଷ ନେତା ୭ମ (କ) – ଭାରତ ରତ୍ନ ପୁରସ୍କାର ବିଜେତା

* ୮ମ – ଭାରତର ମାନ୍ୟତାପ୍ରାପ୍ତ ରାଜଦୂତ, ମୁଖ୍ୟମନ୍ତ୍ରୀ (ସମ୍ବନ୍ଧିତ ରାଜ୍ୟ ବାହାରର), ରାଜ୍ୟପାଳ (ନିଜ ସମ୍ବନ୍ଧିତ ରାଜ୍ୟ ବାହାରର)

* ୯ମ – ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ୯ମ (କ) ୟୁନିଅନ ପବ୍ଲିକ ସର୍ଵିସ କମିଶନ (ୟୁପିଏସସି) ଚେୟାରପର୍ସନ, ମୁଖ୍ୟ ନିର୍ବାଚନ କମିଶନର, ଭାରତର ନିୟନ୍ତ୍ରକ ଓ ମହଲେଖ ପରୀକ୍ଷକ

* ୧୦ମ – ରାଜ୍ୟସଭା ଡେପୁଟି ଚେୟାରମ୍ୟାନ, ଡେପୁଟି ଚିଫ ମିନିଷ୍ଟର୍ସ, ଲୋକସଭା ଡେପୁଟି ସ୍ପିକର, ନୀତି ଆୟୋଗ ସଦସ୍ୟ, ରାଜ୍ୟର ମନ୍ତ୍ରୀ (ସୁରକ୍ଷା ସମ୍ପର୍କିତ ମନ୍ତ୍ରଣାଳୟର ଅନ୍ୟ ମନ୍ତ୍ରୀ)

* ୧୧ଶ – ଆଟର୍ଣ୍ଣି ଜେନେରାଲ, କ୍ୟାବିନେଟ ସଚିବ ଉପରାଜ୍ୟପାଳ ( କେନ୍ଦ୍ର ଶାସିତ ପ୍ରଦେଶ ସମେତ)

* ୧୨ଶ – ପୂର୍ବ ଜେନେରାଲ ଏବଂ ସମକକ୍ଷ ସ୍ଥାନଙ୍କରେ ଥିବା କର୍ମଚାରୀଙ୍କ ମୁଖ୍ୟ

* ୧୩ଶ – ରାଜଦୂତ ଅସାଧାରଣ ଏବଂ ପୂର୍ଣ୍ଣ ନିଯୁକ୍ତ; ଯିଏ ଭାରତର ମାନ୍ୟତା ପ୍ରାପ୍ତ ଅଟନ୍ତି ।

* ୧୪ଶ – ରାଜ୍ୟମାନଙ୍କର ଚେୟାରମ୍ୟାନ, ସମସ୍ତ ରାଜ୍ୟ ବିଧାନସଭାର ବାଚସ୍ପତି, ଉଚ୍ଚନ୍ୟାୟାଳୟ ପ୍ରଧାନ ବିଚାରପତି (ସମସ୍ତ ରାଜ୍ୟର ପୀଠ ସାମିଲ)

* ୧୫ଶ – ସମସ୍ତ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ, କେନ୍ଦ୍ର ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦିଲ୍ଲୀର ମୁଖ୍ୟ କାର୍ଯ୍ୟକାରୀ କାଉନସିଲର, ସମସ୍ତ କେନ୍ଦ୍ର ଶାସିତ ଅଂଚଳର କେନ୍ଦ୍ର ଉପମନ୍ତ୍ରୀ

* ୧୬ଶ – ଲେପ୍ତିନେଣ୍ଟ ଜେନେରାଲ ଏବଂ ସମକକ୍ଷ ସ୍ଥାନାଙ୍କରେ ଥିବା କର୍ମଚାରୀଙ୍କ ମୁଖ୍ୟ

* ୧୭ଶ – ସଂଖ୍ୟାଲଘୁ ଆୟୋଗ ଅଧ୍ୟକ୍ଷ, ଅନୁସୂଚିତ ଜାତି ରାଷ୍ଟ୍ରୀୟ ଆୟୋଗ ଅଧ୍ୟକ୍ଷ, ଅନୁସୂଚିତ ଜନଜାତି ରାଷ୍ଟ୍ରୀୟ ଆୟୋଗ ଅଧ୍ୟକ୍ଷ, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ( ସମ୍ବନ୍ଧିତ ନ୍ୟାୟାଳୟ ବାହାର) ଉଚ୍ଚ ନ୍ୟାୟାଳୟର ପିୟୁଜ ବିଚାରପତି (ତାଙ୍କ ସମ୍ବନ୍ଧିତ ଅଧିକାର କ୍ଷେତ୍ରରେ)

* ୧୮ଶ – ରାଜ୍ୟର (ସେହି ସମ୍ବନ୍ଧିତ ରାଜ୍ୟ ବାହାରର) କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ବିଧାନ ମଣ୍ଡଳର ଉପାଧ୍ୟକ୍ଷ (ତାଙ୍କ ସମ୍ବନ୍ଧିତ ରାଜ୍ୟର ବାହାରେ), ଏକାଧିକାର ଏବଂ ପ୍ରତିବନ୍ଧାତ୍ମକ ବ୍ୟାପାର ବ୍ୟବହାର ଆୟୋଗର ଅଧ୍ୟକ୍ଷ, ଉପା ଅଧ୍ୟକ୍ଷ ଏବଂ ରାଜ୍ୟ ବିଧାନ ମଣ୍ଡଳ ଉପାଧ୍ୟକ୍ଷ ( ତାଙ୍କ ସମ୍ବନ୍ଧିତ ରାଜ୍ୟରେ) ମନ୍ତ୍ରୀ ରାଜ୍ୟ ସରକାରଙ୍କ (ରାଜ୍ୟରେ ତାଙ୍କ ସମ୍ବନ୍ଧିତ ରାଜ୍ୟ), କେନ୍ଦ୍ର ଶାସିତ ପ୍ରଦେଶର ମନ୍ତ୍ରୀ ଏବଂ କାର୍ଯ୍ୟକାରୀ ପରିଷଦ ଦିଲ୍ଲୀ (ତାଙ୍କ ସଙ୍ଘ ଶାସିତ ପ୍ରଦେଶର ଭିତର) ସଙ୍ଘ ଶାସିତ ପ୍ରଦେଶରେ ବିଧାନ ସଭା ଅଧ୍ୟକ୍ଷ ଏବଂ ଦିଲ୍ଲୀ ମହାନଗର ପରିଷଦ ଅଧ୍ୟକ୍ଷ (ତାଙ୍କ ସମ୍ବନ୍ଧିତ କେନ୍ଦ୍ର ଶାସିତ ପ୍ରଦେଶରେ), ରାଜ୍ୟର ଉପ ମନ୍ତ୍ରୀ (ତାଙ୍କ ସମ୍ବନ୍ଧିତ ରାଜ୍ୟରେ), କେନ୍ଦ୍ର ଶାସିତ ପ୍ରଦେଶରେ ବିଧାନ ସଭା ଉପାଧ୍ୟକ୍ଷ ଏବଂ ମେଟ୍ରୋ ପଲିଟିଆନ ପରିଷଦ ଦିଲ୍ଲୀ ଉପାଧ୍ୟକ୍ଷ

* ୨୦ଶ – ରାଜ୍ୟ ବିଧାନସଭା ଚେୟାରମ୍ୟାନ ଏବଂ ଡେପୁଟି ଚେୟାରମ୍ୟାନ (ତାଙ୍କ ସମ୍ବନ୍ଧିତ ରାଜ୍ୟ ବାହାର)

* ୨୧ଶ – ସାଂସଦ

* ୨୨ଶ – ରାଜ୍ୟ ଡେପୁଟି ମିନିଷ୍ଟର୍ସ (ତାଙ୍କ ସମ୍ବନ୍ଧିତ ରାଜ୍ୟ ବାହାରର)

*୨୩ଶ – ସେନା କମାଣ୍ଡର ଵାଇସ ଚିଫ ଆର୍ମି ଷ୍ଟାଫ ଏବଂ ତାଙ୍କ ସ୍ଥାନଙ୍କ ସମକକ୍ଷ ଅଧିକାରୀ, ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ (ତାଙ୍କ ସମ୍ବନ୍ଧିତ ରାଜ୍ୟ ବାହାରର), ସଂଖ୍ୟାଲଘୁ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆୟୁକ୍ତ ଏବଂ ରାଷ୍ଟ୍ରୀୟ ଆୟୋଗ ସଦସ୍ୟ

* ୨୪ଶ – ଉପରାଜ୍ୟପାଳଙ୍କ ସମ ସ୍ଥାନାଙ୍କ ବା ସମକକ୍ଷ ଅଧିକାରୀ

* ୨୫ଶ – ଭାରତ ସରକାରଙ୍କ ଅତିରିକ୍ତ ସଚିବ

* ୨୬ଶ – ଭାରତ ସରକାରଙ୍କ ସଂଯୁକ୍ତ ସଚିବ ଏବଂ ସମକକ୍ଷ ସ୍ଥାନାଙ୍କରେ ଥିବା ଅଧିକାରୀ ମେଜର ଜେନେରାଲ ବା ସମାନ ସ୍ଥାନାଙ୍କରେ ଥିବା ଅଧିକାରୀ

*୨୭ଶ – ସାଧାରଣ ଜନତା ଯେମିତିକି ଆପଣ ଆଉ ଆମେ ।

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments