Bhubaneswar Buzz

ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଵାଲରେ ପ୍ରଦର୍ଶିତ ହେବ ‘ଦ ଲାଷ୍ଟ ନେକେଡ଼ ଆଇ ଆଷ୍ଟ୍ରୋନମର’

ଇଣ୍ଟରନାସନାଲ ସାଇନ୍ସ ଫିଲ୍ମ ଫେଷ୍ଟିଵାଲ ଅଫ ଇଣ୍ଡିଆ ଲାଗି ସାମନ୍ତ ଚନ୍ଦ୍ରଶେଖରଙ୍କ କାର୍ଯ୍ୟ ଓ ଜୀବନୀ ଉପରେ ନିର୍ମିତ The Last Naked-eye Astronomer ଫିଲ୍ମଟି ମନୋନୀତ ହୋଇଛି । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ‘ଵିଜ୍ଞାନ ପ୍ରସାର’ ଦ୍ୱାରା ଆୟୋଜିତ ଏହି ଫିଲ୍ମ ଫେଷ୍ଟିଵାଲ ଏଥର କଲିକତାଠାରେ ଆଗାମୀ ୬-୮ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ ।

ଚନ୍ଦ୍ରଶେଖର ଯେ ଜଣେ ପାଞ୍ଜିକାର ନଥିଲେ ବରଂ ସେ ଜଣେ ମହାନ ଗଣିତଜ୍ଞ ଓ ଜ୍ୟୋତିର୍ବିଜ୍ଞାନୀ ଥିଲେ ତାହାକୁ ଏଠାରେ ପ୍ରମାଣିତ ହୋଇଛି । ସେହି ଦୁଇଟି କାଠି ପଛରେ ଯେ କ’ଣ ଗାଣିତିକ ସୂତ୍ର ରହିଥିଲା ତାହାକୁ ପ୍ରଦର୍ଶିତ କରା ଯାଇଛି ।

ଏହି ଚଳଚ୍ଚିତ୍ରକୁ ଡ଼ଃ ସୁଧୀର ରଞ୍ଜନ ପଣ୍ଡା ନିର୍ମାଣ କରିଥିବା ବେଳେ ଦେବ ରଞ୍ଜନ ନିର୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ଏଥିରେ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ(ବୈଜ୍ଞାନିକ), ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଗଣିତଜ୍ଞ ଗୋକୁଳାନନ୍ଦ ଦାଶ, ପଠାଣି ସାମନ୍ତ ପ୍ଲାନେଟରୀୟମର ପୂର୍ବତନ ଉପ-ନିର୍ଦ୍ଦେଶକ ଡକ୍ଟର ପ୍ରହ୍ଲାଦ ନାୟକ, କବି ଆଶୁତୋଷ ପରିଡା, ଡକ୍ଟର ରାଜେଶ କୋଚର (ଆଷ୍ଟ୍ରୋ ଫିଜିଶିଷ୍ଟ, ବାଙ୍ଗାଲୋର), “ସିଦ୍ଧାନ୍ତ ଦର୍ପଣ” ଉପରେ ଗବେଷଣା କରି ଡ଼କ୍ଟରେଟ ପାଇଥିବା ଡକ୍ଟର ପ୍ରସନ୍ନ ପଟ୍ଟନାୟକ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଗଣିତ ବିଭାଗର ଛାତ୍ର ଛାତ୍ରୀଙ୍କ ଭୂମିକା ରହିଛି ।

Comments

comments