Bhubaneswar Buzz

ସୀମାରେ ଥିବା ସୈନ୍ୟଙ୍କ ଲାଗି କଲେଜଗୁଡ଼ିକରୁ ସଂଗ୍ରହ ହେଲା ରାକ୍ଷୀ

ଆସନ୍ତା ୧୫ ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭଉଣୀର ସୁରକ୍ଷାପାଇଁ ଭଉଣୀଟିଏ ଭାଇ ହାତରେ ବାନ୍ଧିଥାଏ ରାକ୍ଷୀ । ଚଳିତ ବର୍ଷ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଲେଶ୍ଵରରୁ ଏବିଭିପି ଛାତ୍ର ସଂଗଠନ ପରିଷଦ ପକ୍ଷରୁ ସେନାରେ କାର୍ଯ୍ୟ କରୁଥିବା ଯବାନମାନଙ୍କ ଶୁଭ ମନାସି କାର୍ଯ୍ୟକର୍ତ୍ତାମାନେ ସମଗ୍ର ବାଲେଶ୍ଵର ଜିଲ୍ଲାର ଅଧିକାଂଶ କଲେଜରୁ ରାକ୍ଷୀ ଏକତ୍ରିତ କରି ପଠାଇଛନ୍ତି । ସବୁବେଳେ ସୀମାରେ ରହି ନିଜ ଜୀବନକୁ ବାଜି ଲଗାଇ ଯବାନମାନେ ଆମକୁ ସୁରକ୍ଷା ଯୋଗାଇଥାନ୍ତି । ସାଧାରଣ ଲୋକଙ୍କ ପରି ତାଙ୍କର ବି ଇଚ୍ଛା ଥାଏ ନିଜ ଭଉଣୀ ହାତରୁ ରାକ୍ଷୀଟିଏ ବାନ୍ଧିବାକୁ । ମାତ୍ର ଆମମାନଙ୍କ ସୁରକ୍ଷାପାଇଁ ସେ ନିଜ ଇଚ୍ଛାକୁ ଜଳାଞ୍ଜଳି ଦେଇଥାନ୍ତି । ଦେଶକୁ ଛାଇ ଭଳି ଜଗି ରହିଥିବା ଯବାନ ଭାଇମାନେ ଯେମିତି ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଦିନରେ ମନ ଦୁଃଖ ନକରନ୍ତି, ସେଥିପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଛି । ସେନା ମୁଖ୍ୟ ବିପିନ ରାୱତଙ୍କୁ ବାଲେଶ୍ଵର ଏବିଭିପି ତରଫରୁ ରାକ୍ଷୀଗୁଡ଼ିକୁ ସ୍ପିଡ ପୋଷ୍ଟ କରି ଦିଆଯାଇଛି ।

Comments

comments