Bhubaneswar Buzz

ରାକ୍ଷୀ ପୂର୍ଣ୍ଣିମାରେ ଖୋଜାପଡ଼ନ୍ତି ଏଇ ସବୁ ଓଡ଼ିଆ ପିଠା

ହିନ୍ଦୁ ପରମ୍ପରାରେ ରକ୍ଷା ବନ୍ଧନ ଏକ ସ୍ୱତନ୍ତ୍ର ପର୍ବ, ଯାହା ସାରା ଭାରତ ବର୍ଷରେ ପାଳନ କରାଯାଏ । ଶ୍ରାବଣ ମାସର ପୂର୍ଣ୍ଣିମା ବା ଇଂରାଜୀ ଅଗଷ୍ଟ ମାସରେ, ପ୍ରତ୍ୟେକ ଭଉଣୀ ତାର ଭାଇ ହାତରେ ଏହି ଦିନ ରାକ୍ଷୀ ବାନ୍ଧିଥାଏ । ପରମ୍ପରା ଅନୁସାରେ ହିନ୍ଦୁ ସମାଜରେ ବିଶ୍ୱାସ ଅଛି ଯେ, ଭଉଣୀ ତା’ ଭାଇର ମଙ୍ଗଳ କାମନା କରି ରାକ୍ଷୀ ବାନ୍ଧିଥାଏ ଓ ଭରସା ରଖେ କି ଭାଇ ତାର ସବୁ କଷ୍ଟ ସମୟରେ ସାଥିରେ ରହିବ, ସବୁ ବିପଦରୁ ରକ୍ଷା କରିବ ଓ ତାର ଭଉଣୀକୁ ଏକ ସୁନ୍ଦର ଉପହାର ପ୍ରଦାନ କରିବ । ଆମ ଭାରତରେ କେଉଁ  ଯୁଗରୁ ଏହି ରକ୍ଷା ବନ୍ଧନର ପରମ୍ପରା ଚାଲିଆସୁଛି । ହିନ୍ଦୁ ପରମ୍ପରାରେ ରକ୍ଷା ବନ୍ଧନ ଏକ ସ୍ୱତନ୍ତ୍ର ପର୍ବ, ଯାହା ସାରା ଭାରତ ବର୍ଷରେ ପାଳନ କରାଯାଏ ।

ହିନ୍ଦୁ ପରମ୍ପରା ଅନୁସାରେ କିଛି ପର୍ବପର୍ବାଣୀ ଯେମିତି କି ରାକ୍ଷୀ କଥା ଆସିଲେ, ପିଠା ଓ ମିଠା କଥା ମନେପଡ଼଼େ। ଏହି ରକ୍ଷା ବନ୍ଧନରେ ଓଡ଼ିଆ ପିଠା ଆଉ ମିଠା ଏହି ପର୍ବକୁ ଆହୁରି ସୁନ୍ଦର କରାଏ । ଏହି ଅବସରରେ ଯେତେ ପ୍ରକାର ଖାଦ୍ୟ ପ୍ରସ୍ତୁତ କଲେ ମଧ୍ୟ ପିଠା ଓ ମିଠାର କଥା କିଛି ନିଆରା । ଓଡିଶା ଲୋକ ମାନଙ୍କର ପିଠା ପ୍ରତି ବହୁତ ଦୁର୍ବଳତା । ଓଡ଼ିଆ ସଂସ୍କୃତିରେ କୌଣସି ପର୍ବ ବିନା ପିଠା ଆଉ ମିଠାରେ ଫିକା ଫିକା ଲାଗେ ।

ଏଥର ରକ୍ଷାବନ୍ଧନରେ ଅନ୍ନମ କିଛି ଓଡ଼ିଶାର ପାରମ୍ପରିକ ପିଠା ଓ ମିଠା ଏଠାରେ ଉଲେଖ କରୁଛୁ । ଏହା ନିଶ୍ଚିତ ଭାବରେ ଆପଣଙ୍କୁ କିଛି ଭଲ ପୁରୁଣା ଅନୁଭୂତି ଆଣିଦେବ ।

ପୋଡ଼ପିଠା :-
ପୋଡପିଠା ଏମିତି ଏକ ପିଠା ଯାହା, ସବୁ ପର୍ବପର୍ବାଣୀରେ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ତିଆରି କରାଯାଏ । ଚାଉଳ ଚୁନା ସହିତ କାଜୁ, ନଡ଼ିଆ ଓ ଗୁଡ କୁ ମିଶାଇ ଖାଣ୍ଟି ଶୁଦ୍ଧ ଗୁଆ ଘିଅରେ ପ୍ରସ୍ତୁତ କରାଯାଏ । ଏହି ସୁସ୍ୱାଦୁ ପିଠା ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ ।

ନଡ଼ିଆ ଛଣା ମଣ୍ଡା:-
ରକ୍ଷାବନ୍ଧନରେ ଏହା ଆଉ ଏକ ସୁସ୍ୱାଦୁ ପିଠା ଯାହାର ସ୍ୱାଦ ଆପଣ ଘରେ ବସି ନେଇପାରିବେ । ଚାଉଳ ଚୁନା ଓ ନଡ଼ିଆ ସହିତ ଗୁଜୁରାତି, ମୁଗ ଡାଲି କିମ୍ବା ଖେସାରି ସହିତ କ୍ଷୀର ମିଶାଇ ତେଲରେ ଛାଣି ଏହି ନଡ଼ିଆ ମଣ୍ଡା ପ୍ରସ୍ତୁତ କରାଯାଏ ।

ଛେନା ମଣ୍ଡା ପିଠା:-
ଯେପରି ନଡ଼ିଆ ମଣ୍ଡା ପିଠା ଛଣାଯାଏ ସେହିପରି ଛେନା ମଣ୍ଡା ପିଠାକୁ ସିଝାଇ ପ୍ରସ୍ତୁତ କରାଯାଏ । ଚାଉଳ ଚୁନାର ଯାନ୍ତୁଆଣିରେ ଛେନା ପୁରା ଦିଆଯାଇ, ଏହାକୁ ସିଝା ଯାଇ ପ୍ରସ୍ତୁତ କରାଯାଏ । ଯାହା ରକ୍ଷା ବନ୍ଧନରେ ଏକ ନୂତନ ସ୍ୱାଦ ଆଣିଦେବ ।

ନଡ଼ିଆ କୋରା :- ଏହାକୁ ଆମେ ସାଧାରଣତଃ ନଡ଼ିଆ ଲଡୁ ଭାବରେ ଜାଣିଥାଉ । ଏହାର ନାମ ଅନୁସାରେ ନଡ଼ିଆ ଓ କ୍ଷୀରକୁ ମୁଖ୍ୟ ଉପାଦାନ ଭାବରେ ନେଇ, ତାହା ସହିତ ଗୁଜୁରାତି ଓ ଚିନିକୁ ମିଶାଇ ପ୍ରସ୍ତୁତ କରାଯାଏ । ଏହାକୁ ଆପଣ ରକ୍ଷା ବନ୍ଧନରେ ଉପହାର ଆକାରରେ ନେଇପାରିବେ ।

ଛେନା ମୁଡୁକି:-
ଛେନା ମୁଡୁକି ଓଡ଼ିଶାର କୋଣ ଅନୁକୋଣରେ ଏକ ସୁସ୍ୱାଦୁ ମିଠା ରୂପରେ ପରିଚିତ । ଏହାକୁ ମୁଖ୍ୟତ ପନିର ବା ଛେନାରୁ ପ୍ରସ୍ତୁତ କରାଯାଏ । ଏହାର ବାହାର ଟିକେ ଟାଣ ଓ ଭିତର ବହୁତ ନରମ ଓ ସ୍ୱାଦିଷ୍ଟ ।
କ୍ଷୀର ଗଜା:- କ୍ଷୀର ଗଜା ମିଠା ଓଡିଶା ଓ ବଙ୍ଗଳାରେ ପ୍ରାୟତଃ ସବୁ ଜାଗାରେ ମିଳେ । ଏହାକୁ କ୍ଷୀର କିମ୍ବା ବହଳ କ୍ଷୀର ସହିତ ମଇଦା କୁ ମିଶାଇ ପ୍ରସ୍ତୁତ କରାଯାଇ ଚିନି ସିରାରେ ପକାଇ ପ୍ରସ୍ତୁତ କରାଯାଏ । ଏହାର ସ୍ୱାଦ କିଛି ଅଲଗା, ଆପଣ ମଧ୍ୟ ଏହାକୁ ଏକ ଉପହାର ସ୍ୱରୂପ ଦେଇପାରିବେ ।

କ୍ଷୀର ଗଇଁଠା:-
କ୍ଷୀର ଗଇଁଠାକୁ ଅନ୍ୟ ନାମରେ ଆମେ କ୍ଷୀର ପୁଳି ଭାବରେ ଜାଣୁ । ଚାଉଳ ଚୁନାକୁ ଭଲ ଭାବରେ ଯନ୍ତୀ ପାଣିରେ ସିଝାଇ ଚିନି, କ୍ଷୀର, ଗୁଜୁରାତି ଦେଇ ପ୍ରସ୍ତୁତ କରାଯାଏ । ଏହା ବହୁତ ସୁସ୍ୱାଦୁ ଏବଂ ଏହାକୁ ମଧ୍ୟ ଆପଣ ଏକ ସୁନ୍ଦର ଉପହାର ରୂପରେ ଦେଇପାରିବେ ।

 

ଯଦି ଆପଣ ମାନେ ଏହି ମିଠା ଓ ପିଠା  ଅନଲାଇନ ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଏହି ଲିଙ୍କରେ https://annamodisha.com/rakhi-special-mitha-pitha-box/ ଦେଖନ୍ତୁ ଏବଂ ଆପଣଙ୍କ ମନପସନ୍ଦ ପିଠା ଅର୍ଡର କରନ୍ତୁ।

ଅନ୍ନମ ଆପଣମାନଙ୍କୁ ସବୁବେଳେ ସମ୍ପୂର୍ଣ ଶୁଦ୍ଧ ଓ ସ୍ୱାଦିଷ୍ଟ ଖାଦ୍ୟ ଦେଇଆସିଛି । ଏହି ରକ୍ଷା ବନ୍ଧନରେ ଆପଣମାନେ ଏହି ସବୁ ପିଠା ଓ ମିଠା ଘରେ ବସି ଫ୍ରି -ଡେ଼ଲିଭରିରେ ପାଇପାରିବେ ଭୁବନେଶ୍ୱରରେ ଅନ୍ନମ ମାଧ୍ୟମରେ ।

ଆମର ୱେବ ସାଇଟ : www.annamodisha.com
Contact: +91 9556800333 / 9078884125

Comments

comments