Bhubaneswar Buzz

#OdiaPost ଗୌରବିହାର ଆଶ୍ରମରେ କୃଷ୍ଣଙ୍କ ଲାଗି ୬୦୬ ପ୍ରକାର ବ୍ୟଞ୍ଜନ । ବ୍ୟଞ୍ଜନ ଦ୍ଵାଦଶୀ ପାଳନ୍ତି ଗୌଡ଼ିୟ ବୈଷ୍ଣବ ସମ୍ପ୍ରଦାୟ

goura-bihar-1024x687

Pic courtesy : Odishan.com

ମାର୍ଗଶୀର ଶୁକ୍ଳଦ୍ୱାଦଶୀ ବ୍ୟଞ୍ଜନ ଦ୍ଵାଦଶୀ ବା ଅଖଣ୍ଡ ଦ୍ଵାଦଶୀ ନାମରେ ଜଣା । ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ଫଳ ଖଣ୍ଡିତ ହୁଏ ନାହିଁ । ବ୍ୟଞ୍ଜନ ଦ୍ଵାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଧାଳୁମାନଙ୍କର ଏକ ପ୍ରମୁଖ ପର୍ବ । ଏହି ଦିନ ମା ଯୋଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି । କୃଷ୍ଣଲୀଳାର ଏହି ପର୍ଯ୍ୟାୟକୁ ଗୌଡ଼ୀୟ ବୈଷ୍ଣବଧର୍ମୀମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି ।

ଏହି ଦିବସକୁ ପାଳନ କରିବା ପାଇଁ ପୁରୀର ଗୌର ବିହାର ଆଶ୍ରମ ଏକ ଅଭିନବ ଆୟୋଜନ କରନ୍ତି । ବ୍ୟଞ୍ଜନ ଦ୍ଵାଦଶୀ ପର୍ବ ଅବସରରେ ଆଶ୍ରମରେ ୬୦୬ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତି କରାଯାଇ କୃଷ୍ଣଙ୍କୁ ଲାଗି କରାଯାଏ । ଏହା ଗୌଡ଼ିୟ ବୈଷ୍ଣବ ସଂପ୍ରଦାୟର ଶ୍ରାଧାଳୁମାନଙ୍କ ମଧ୍ୟରେ ଏକ ପ୍ରମୁଖ ପର୍ବ । ଗତ କିଛିବର୍ଷ ଧରି ଆଶ୍ରମରେ ଏହି ଅବସରରେ ଶହ ଶହ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହେଉଛି । ୩୦ରୁ ଅଧିକ ଆଶ୍ରମବାସୀ ବ୍ୟଞ୍ଜନ ପ୍ରସ୍ତୁତରେ ଲାଗିପଡ଼ି ଏହାକୁ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇଥାନ୍ତି । ଏହି ବ୍ୟଞ୍ଜନ ମଧ୍ୟରେ ଥାଏ ୫୦ ପ୍ରକାରର ଅନ୍ନ, ୫୦ ପ୍ରକାର ଡାଲି , ୧୦୦ ପ୍ରକାର ତରକାରୀ, ୫୦ ପ୍ରକାର ଭଜା ଓ ଶହେ ପ୍ରକାର ପିଠାପଣା ।

ଆଶ୍ରମବାସୀ ପରିବାପତ୍ର କଟାକଟି କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହ୍ଣ ୨ଟାରୁ ଭୋଗ ପ୍ରସ୍ତୁତ ଆରମ୍ଭ କରିଦିଅନ୍ତି । ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରଯାଏ । ଏତେ ପ୍ରକାର ବ୍ୟଞ୍ଜନ ପରଷିବା ପାଇଁ ସ୍ଵତନ୍ତ୍ର ଭାବେ ନିର୍ମିତ ଖଲିପତ୍ରକୁ ବ୍ୟବହାର କରାଯାଇଥାଏ ।

ଗୌର ବିହାର ବ୍ୟତୀତ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ମଠ ମନ୍ଦିରମାନଙ୍କରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଭୋଗ କରାଯାଇଥାଏ ।

———————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments