Bhubaneswar Buzz

‘ହାଓଡ଼ି, ମୋଦି!’ ମାନେ କ’ଣ ?

 

‘Howdy’ ଶବ୍ଦ ‘How do you do’ ର ସଂକ୍ଷିପ୍ତ ରୂପ ଅଟେ । ‘Howdy’ ଅର୍ଥ ‘ଆପଣ କେମିତି ଅଛନ୍ତି’ । ଟେକ୍ସାସ ଓ ଦକ୍ଷିଣପଶ୍ଚିମ ଆମେରିକୀୟ ରାଜ୍ୟଗୁଡ଼ିକର କଥିତ ଭାଷାରେ ସମ୍ବୋଧନ ସ୍ଥଳେ ଏହି ଶବ୍ଦର ପ୍ରୟୋଗ ହୁଏ ।
‘ହାଓଡ଼ି ମୋଦୀ – ସେୟାର ଡ୍ରିମ୍ସ, ବ୍ରାଇଟ ଫ୍ୟୁଚର’ ହେଉଛି ଟେକ୍ସାସ ଭାରତୀୟ (ସମୁଦାୟ)ମଞ୍ଚ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଆମେରିକାର ଟେକ୍ସାସଠାରେ ହଷ୍ଟନର ଏନଆରଜି ଷ୍ଟାଡିୟମରେ ସେପ୍ଟେମ୍ବର ୨୨ ରବିବାର ଦିନ ଆୟୋଜିତ ହେବାକୁ ଥିବା ଏକ ସମ୍ମିଳନୀ । ଵିଦେଶରେ ଵସଵାସ କରୁଥିଵା ୫୦,୦୦୦ରୁ ଅଧିକ ଭାରତୀୟ ଏହି କାର୍ଯ୍ୟକ୍ରମରେ ଭାଗନେଉଛନ୍ତି ।

କୌଣସି ଵିଦେଶୀ ନେତୃ ସ୍ଥାନୀୟ ଵ୍ୟକ୍ତିଵିଶେଷଙ୍କ ପାଇଁ ଏଭଳି ଏକ ଆୟୋଜନ ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ପ୍ରଥମ ଅଟେ । ଵିଶ୍ଵର ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ଶ୍ରୀ ନରେନ୍ଦ୍ର ମୋଦି ଓ ଶ୍ରୀ ଡୋନାଲଡ଼ ଟ୍ରମ୍ପ ଜନସମୁଦାୟକୁ ପ୍ରଥମ ଥର ପାଇଁ ମିଳିତ ଉଦବୋଧନ ଦେଵେ ।

ଟେକ୍ସାସ ଯୁକ୍ତରାଷ୍ଟ୍ର ଆମେରିକାର ଦ୍ଵିତୀୟ ବଡ଼ ରାଜ୍ୟ । ଏଠାରେ ଅଧିକ ସଂଖ୍ୟକ ଭାରତୀୟ ଵସଵାସ କରୁଛନ୍ତି । ଏମନେ ଅତି ଧନୀକ ଶ୍ରେଣୀର ଅଟନ୍ତି । ଆମେରିକାର ଵ୍ୟଵସାୟ ଜଗତରେ ପ୍ରତିଷ୍ଠିତ ମଧ୍ୟ ଅଟନ୍ତି । ସେମାନେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରି କୁହନ୍ତି, ଏହା ଆମ ପାଇଁ ଏକ ପାରିଵାରିକ ଉତ୍ସଵ ଭଳି । ଆମେ କହିଵାକୁ ଚାହୁଁ, ‘ଏଠାରେ ଆମ ସମୁଦାୟକୁ ଦେଖନ୍ତୁ ! ଆମେ ସଫଳ । ଆମେ ସବଳ । ଆମେ ହଷ୍ଟନ ପାଇଁ ଭଲ କାମ କରିଛୁ !’ ଆମେ ଚାହୁଁ ମୋଦି ଏସବୁ ଵିଷୟରେ ଜାଣନ୍ତୁ ।

ଏହି କାର୍ଯ୍ୟକ୍ରମ ଉପରେ ସାରା ଵିଶ୍ଵ ଦୃଷ୍ଟି ରଖିଛି । ଏଥିରେ ଅନେକ ବଡ଼ ଘୋଷଣା ସମ୍ଭାଵନା ଥିଵା ସହ ଭାରତ ଓ ଆମେରିକା ମଧ୍ୟରେ ଵୈଦେଶିକ ସମ୍ବନ୍ଧ ଆହୁରି ଦୃଢ଼ ହେବାର ଆଶା କରାଯାଉଛି ।

Comments

comments