Bhubaneswar Buzz

ଏମବିସି ଟିଭିର ନୂଆ ଲୋଗୋ ଉନ୍ମୋଚନ ଉତ୍ସବ

ଶନିବାର ପବିତ୍ର ଉତ୍କଳ ଦିବସ ଶୁଭ ସଂଧ୍ୟାରେ ଓଡିଶାର ଲୋକପ୍ରିୟ ଚ୍ୟାନେଲ MBC TVର ନୂଆ ଲୋଗୋ ଉନ୍ମୋଚନ ହୋଇଯାଇଛି । ସ୍ଥାନୀୟ ହୋଟେଲ୍ ପଲ୍ ହାଇଟ୍ସରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ MBC TVର ଏହି ପିରବର୍ତ୍ତନର ସ୍ୱରକୁ ଲୋକାର୍ପଣ କରିଥିଲେ ଆମର ଅତିଥିମାନେ । ଜୟଜଗନ୍ନାଥ ଧ୍ୱନିରେ ଉନ୍ମୋଚିତ ହୋଇଥିଲା MBC TVର ନୂତନ ଲୋଗୋ । ଆଉ ଆରମ୍ଭ ହୋଇଥିଲା ନୂଆ ରୂପରେ ଏବଂ ନୂଆ ରଙ୍ଗରେ MBC TVର ଏକ ଭିନ୍ନ ସଂସ୍କରଣ । MBC TVର ନୂଆ ଲୋଗୋ ଉନ୍ମୋଚନ ଉତ୍ସବର ଅତିଥି ଭାବେ ମଞ୍ଚରେ ଉପସ୍ଥିତ ଥିଲେ ଆଧ୍ୟାତ୍ମିକ ଗୁରୁ ବାବା ଅଭିରାମ ସରସ୍ୱତୀ, ଶ୍ରୀମନ୍ଦର ପ୍ରଶାସନର ନୀତି ପ୍ରଶାସକ ମହେଶ୍ୱର ପାଣିଗ୍ରାହୀ, ବିଧାୟକ ପ୍ରୀୟଦର୍ଶୀ ମିଶ୍ର, ଓଡିଏମ ଗ୍ରୁପ ଅଧ୍ୟକ୍ଷ ଏସ. ମିନକେତନ ଏବଂ ଯାଜପୁର ଏନସି କଲେଜର ଅଧ୍ୟକ୍ଷ ମୋହନ ଦାସ । MBC TVର  କାର୍ଯ୍ୟନିର୍ବାହୀ ଉପସଭାପତି ପଣ୍ଡିତ ବିଶ୍ୱନାଥ ଶତପଥି, ଏମସବିସି ଟିଭିର ନିର୍ଦ୍ଦେଶକ ସାଗର ମିଶ୍ର, ସିଆଇଓ ରଶ୍ମିତା ମିଶ୍ର, ସିଓଓ କାଳୀପ୍ରସାଦ ମିଶ୍ର ଏବଂ ଚିଫ୍ ଏଡିଟର୍ ଅଶୋକ ମହାପାତ୍ରଙ୍କ ସହ ରାଜ୍ୟର ବହୁ ବରିଷ୍ଠ ସାମ୍ବାଦିକ, ପ୍ରଶାସକ, ଶିକ୍ଷାବିତ୍, ଲେଖକ, ଅଭିନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ । MBC TVର ଷ୍ଟୁଡିଓ ଏବଂ କାର୍ଯ୍ୟକ୍ରମ ତଥା ଖବର ପରିବେଷଣ ଶୈଳୀ ସ୍ବତନ୍ତ ଓ ଲୋକପ୍ରିୟ ବୋଲି ଏହି ଅବସରରେ ମଞ୍ଚାଧୀଶ ଅତିଥିମାନେ ମତବ୍ୟକ୍ତ କରିଥିଲେ ।  ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମିଲନ୍ ଓ ରିୟା ମଞ୍ଚ ପରିଚାଳନା କରିଥିଲେ । ଶନିବାରର ଏହି ଶୁଭ ସଂଧ୍ୟାରୁ ନୂଆ ଲୋଗୋ ଓ ନୂଆ ରୂପରେ ଦର୍ଶକଙ୍କୁ ଖବର ସହ ମନୋରଞ୍ଜନର ଖୋରାକ୍ ଯୋଗାଇ ନିଜର ସ୍ୱର୍ଣ୍ଣିମ ଯାତ୍ରା ଆରମ୍ଭ କରିଛି MBC TV ।

Comments

comments