Bhubaneswar Buzz

ସ୍ନାତକୋତ୍ତର ଓଡ଼ିଆ ସାହିତ୍ୟ ସଂକ୍ଷିପ୍ତ ପ୍ରଶ୍ନୋତ୍ତର

ଵିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା (UPSC, OPSC, NET) OSOU, ସ୍ନାତକୋତ୍ତର ଓଡ଼ିଆ (ଏମଏ ଓଡ଼ିଆ) (MA ODIA) ଉଭୟ ଦୂର ଓ ନିରନ୍ତର ଶିକ୍ଷାପାଇଁ ଉପଯୋଗୀ ଓଡ଼ିଆ ସଂକ୍ଷିପ୍ତଉତ୍ତରମୂଳକ ପ୍ରଶ୍ନୋତ୍ତର

ଵିଷୟ : ସ୍ନାତକୋତ୍ତର ଓଡ଼ିଆ ପ୍ରଥମ ସେମିଷ୍ଟର

  • ପ୍ରାକ୍ ସାରଳା ସାହିତ୍ୟ (ପୃଷ୍ଠଭୂମି, ଶିଳାଲେଖ ସାହିତ୍ୟ,

    ପ୍ରାକ୍ ସାରଳା ସାହିତ୍ୟ, ଭାଷାତାତ୍ତ୍ଵିକ ଅଧ୍ୟୟନ) (MAOD 1)

  • ସାରଳା ଓ ପଞ୍ଚସଖା ସାହିତ୍ୟ (ପୃଷ୍ଠଭୂମି, ପ୍ରାଚୀନ କଵିତାର ଆଙ୍ଗିକ ଓ ସ୍ଵରୂପ, ପାଠ) (MAOD 2)
  • ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ (ପୃଷ୍ଠଭୂମି, ମଧ୍ୟଯୁଗୀୟ ଓଡ଼ିଶାର ଵିଭିନ୍ନ ଧର୍ମୀୟ ମତଵାଦ ଓ ଧର୍ମୀୟ ଆନ୍ଦୋଳନ, ଓଡ଼ିଆ ସାହିତ୍ୟ, ଓଡ଼ିଆ କାଵ୍ୟ ସାହିତ୍ୟ ପାଠ) (MAOD 3)
  • ଭାରତୀୟ କାଵ୍ୟତତ୍ତ୍ଵ (ରସ, ରୀତି, ଗୁଣ, ଧ୍ୱନି, ଔଚିତ୍ୟ, ଵକ୍ରୋକ୍ତି, ଛନ୍ଦ, ଅଳଙ୍କାର) (MAOD 4)

MAOD 1 ପ୍ରାକ୍ ସାରଳା ସାହିତ୍ୟ BLOCK 1 ପୃଷ୍ଠଭୂମି

 

୧. ଓଡ଼ିଆ ସାହିତ୍ୟର ସର୍ଵପ୍ରାଚୀନ ଲିଖିତ ପ୍ରମାଣ ବୋଲି କାହାକୁ ଗ୍ରହଣ କରାଯାଇଛି ?
ଉ. ପ୍ରଥମ ଶତାବ୍ଦୀରେ ଖୋଦିତ ଖାରଵେଳଙ୍କ ହାତୀଗୁମ୍ଫା ଶିଳାଲେଖ

୨. ତାଳପତ୍ରରେ ରଚିତ ସର୍ଵପ୍ରାଚୀନ ଓଡ଼ିଆ ସାହିତ୍ୟର ପ୍ରମାଣ ବୋଲି କାହାକୁ ଗ୍ରହଣ କରାଯାଇଛି ?
ଉ. ନେପାଳ ଦରଵାରରୁ ପ୍ରାପ୍ତ ସପ୍ତମ ଶତାବ୍ଦୀର ଚର୍ଯାଗୀତିକା

୩. ଓଡ଼ିଶାରେ ପ୍ରାଚୀନ ଭାଷା ଓ ଲିପିର ପ୍ରମାଣ କେଉଁଠାରେ ଦେଖିଵାକୁ ମିଳେ ?
ଉ. ୧୦ ହଜାର ଵର୍ଷ ତଳର ଯୋଗୀମଠ ଚିତ୍ରଲିପି ଓ ଵିକ୍ରମଖୋଲ ଚିତ୍ରଲିପି

୪. ଲିଖନଗତ ଦୃଷ୍ଟିକୋଣରୁ ଓଡ଼ିଆ ସାହିତ୍ୟ କି କି ଭାଗରେ ଵିଭକ୍ତ ?
ଉ. ଅଭିଲେଖ ସାହିତ୍ୟ (୩ୟରୁ ୧୫ଶ ଶତାବ୍ଦୀ)
ତାଳପତ୍ର ସାହିତ୍ୟ (୭ମରୁ ଉନ୍ନଵିଂଶ)
ଆଧୁନିକ ସାହିତ୍ୟ (ଉନ୍ନଵିଂଶ ଶତାବ୍ଦୀରୁ ଆଜିଯାଏଁ)

୫. ଅଶୋକଙ୍କ ଶିଳାଲେଖ ଓ ଖାରଵେଳଙ୍କ ଶିଳାଲେଖ କେଉଁ ଲିପି ଓ ଭାଷାରେ ଲିଖିତ ?
ଉ. ବ୍ରାହ୍ମୀ ଲିପି ଓ ପାଲି ଭାଷା (କଳିଙ୍ଗ ଅଧିଵାସୀଙ୍କର ସେ ସମୟର ପ୍ରଚଳିତ ମୁଖଭାଷା)

୬. ସମସ୍ତ ଭାରତୀୟ ଭାଷାର ସର୍ଵପ୍ରାଚୀନ ସାହିତ୍ୟ ଭାଵରେ କାହାକୁ ଗ୍ରହଣ କରାଯାଏ ?
ଉ. ହାତୀଗୁମ୍ଫା ଶିଳାଲେଖ

୭. ଖାରଵେଳଙ୍କ ଶିଳାଲେଖର ଵୈଶିଷ୍ଟ୍ୟ କ’ଣ?
ଉ. ଏହା ନାଟ୍ୟଶାସ୍ତ୍ରର ରଚୟିତା ଭରତମୁନି (୧ମ ଶତାବ୍ଦୀ) ସାହିତ୍ୟ ଦର୍ପଣର ପ୍ରଣେତା ତଥା ଚତୁର୍ଦ୍ଦଶ ଶତାବ୍ଦୀର କଵି ଵିଶ୍ଵନାଥ କଵିରାଜଙ୍କ ସମେତ ଵିଭିନ୍ନ ଵିଦ୍ଵାନ କାଵ୍ୟ ରଚନା ସମ୍ପର୍କରେ ଦେଇଥିଵା ନିୟମାନୁସାରେ ରଚିତ ।

୮. ଖାରଵେଳଙ୍କ ଶିଳାଲେଖରେ ତାଙ୍କର କେତେ ଵର୍ଷର ଶାସନ ଵିଷୟ ଉଲ୍ଲେଖ ରହିଛି ?
ଉ. ୧୩ ଵର୍ଷ

୯. ଚିକାକୋଲ ଵା ଶ୍ରୀକାକୁଲମ ଜ଼ିଲ୍ଲାର ଉରଜାମ ଗ୍ରାମରୁ ଆଵିଷ୍କୃତ ଶିଳାଲେଖ କେଉଁ ସମୟର ?
ଉ. ୧୦୫୧ ଖ୍ରୀ.ଅ.

୧୦. ଭୁଵନେଶ୍ବର ଶିଳାଲେଖ କେଉଁ ସମୟର ?
ଉ. ୧୨୪୯ ଖ୍ରୀ.ଅ.

୧୧. ଖାରଵେଳ କୁମାରୀ ପର୍ଵତରେ କେତୋଟି ଗୁମ୍ଫା ନିର୍ମାଣ କରିଥିଲେ ?
ଉ. ୧୧୭ଟି

୧୨. ଅଭିଲେଖ ସାହିତ୍ୟ ଓ ତାଳପତ୍ର ସାହିତ୍ୟ ମଧ୍ୟରେ ପ୍ରଭେଦ କ’ଣ ?
ଉ. ଅଭିଲେଖରେ ରାଜାଦେଶ ଵା ରାଜ୍ୟ ପ୍ରଶସ୍ତି ଓ ତାଳପତ୍ରରେ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ, ସମାଜ ଚଳଣି, ଲୋକଧର୍ମ ଵିଷୟରେ

୧୩. ମନ୍ଦିର ନିର୍ମାଣ ନକ୍ସା ଵା କାରିଗରୀ ଵିଦ୍ୟା ପ୍ରଥମେ କେଉଁଥିରେ ରୂପ ନେଇଥିଲା ?
ଉ. ତାଳପତ୍ରରେ

୧୪. ଓଡ଼ିଆ ସାହିତ୍ୟକୁ ତାଳପତ୍ରର ଅଵଦାନ କ’ଣ?
ଉ. ଏହା ଦ୍ୱାରା ପ୍ରଥମ କରି ଓଡ଼ିଆ ଭାଷାରେ ସଂସ୍କୃତମୁକ୍ତ ସାହିତ୍ୟ ସର୍ଜନା ପ୍ରତିଷ୍ଠା ଓ ପ୍ରସାର ହୋଇଥିଲା ।

୧୫. ଚର୍ଯ୍ୟା ସାହିତ୍ୟ ‘ଚର୍ଯ୍ୟାଚର୍ଯ୍ୟ ଵିନିଶ୍ଚୟ’କୁ କିଏ, କେବେ, କେଉଁଠାରୁ ଆଵିଷ୍କାର କରିଥିଲେ ?
ଉ. ବଙ୍ଗୀୟ ଵିଦ୍ଵାନ ହରପ୍ରସାଦ ଶାସ୍ତ୍ରୀ ୧୯୦୭ରେ ନେପାଳ ରାଜ ଦରଵାରରୁ ଆଵିଷ୍କାର କରିଥିଲେ ।

୧୬. ବୌଦ୍ଧଗାନ ଓ ଦୋହା କିଏ କେବେ ପ୍ରକାଶ କରିଥିଲେ ?
ଉ. ବଙ୍ଗୀୟ ଵିଦ୍ଵାନ ହରପ୍ରସାଦ ଶାସ୍ତ୍ରୀ ୧୯୦୭ରେ ନେପାଳ ରାଜ ଦରଵାରରୁ ‘ଚର୍ଯ୍ୟାଚର୍ଯ୍ୟ ଵିନିଶ୍ଚୟ’କୁ ଆଵିଷ୍କାର କରିଥିଲେ ।
୧୯୧୬ରେ ବଙ୍ଗୀୟ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବୌଦ୍ଧଗାନ ଓ ଦୋହା ନାମକ ପୁସ୍ତକ ପ୍ରକାଶ କରିଥିଲେ ।

୧୭. ଚର୍ଯ୍ୟା କଵିତା କେଉଁ ଧର୍ମ ସହିତ ସମ୍ପର୍କିତ ?
ଉ. ତାନ୍ତ୍ରିକ ବୌଦ୍ଧ ଧର୍ମର ପ୍ରଧାନ ପ୍ରଶାଖା ବଜ୍ରଯାନ ଓ ସହଜଯାନ ସମ୍ପର୍କିତ

୧୮. ଚର୍ଯ୍ୟାଚର୍ଯ୍ୟର ଅର୍ଥ କଅଣ?
ଉ. ଧର୍ମ ସମ୍ବନ୍ଧୀୟ ଯାହା କର୍ତ୍ତଵ୍ୟ ଓ ଅକର୍ତ୍ତଵ୍ୟ

୧୯. ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ ଗ୍ରନ୍ଥରେ କେତେ ଜଣ ସିଦ୍ଧାଚାର୍ଯ୍ୟଙ୍କ କେତୋଟି କଵିତା ଅଛି?
ଉ. ୨୩ ଜଣ, ୪୬ଟି

୨୦. ଚର୍ଯ୍ୟାଚୟ ଵିନିଶ୍ଚୟରେ ସଂକଳିତ କଵିତାରେ କିପରି ଅର୍ଥ ଅଛି ?
ଉ. ଦୁଇଟି, ଲୌକିକ ଅର୍ଥ ଓ ପରାମର୍ଥିକ ଅର୍ଥ

୨୧. ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରୁ ପ୍ରାଚୀନତମ କଵି / ଆଦିସିଦ୍ଧାଚାର୍ଯ୍ୟ କିଏ?
ଉ. ସରହପାଦ

୨୨. ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରୁ ପ୍ରସିଦ୍ଧ କଵି କିଏ?
ଉ. କାହ୍ନୁପାଦ

୨୩. ପ୍ରାଚୀନ ଓଡ଼ିଆ ସାହିତ୍ୟରେ କେତେଗୋଟି ସିଦ୍ଧ ଆଚାର୍ଯ୍ୟମାନଙ୍କୁ ଚିହ୍ନଟ କରାଯାଇଛି ?
ଉ. ୮୪

୨୪. ନାଥ ସାହିତ୍ୟ କେଉଁ ସମୟରେ ସୃଷ୍ଟି ହୋଇଥିଲା ?
ଉ. ଓଡ଼ିଶାରେ ଭୌମକର ଶାସନ ସମୟରେ ଉଭୟ ବୌଦ୍ଧ ଓ ଶୈଵ ଧର୍ମକୁ ପ୍ରୋତ୍ସାହିତ କରିଵା ଫଳରେ ଉଭୟ ବୌଦ୍ଧ ଵା ଚର୍ଯ୍ୟା ସାହିତ୍ୟ ଏବଂ ଶୈଵ ଵା ନାଥ ସାହିତ୍ୟ ସୃଷ୍ଟି ହୋଇଥିଲା ।

୨୫. ଶୈଵ ଓ ନାଥ ସାହିତ୍ୟର ମତ କଅଣ?
ଉ. ଶରୀର ଭେଦ ମୂଳକ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ

୨୬. ନାଥ ଶବ୍ଦର ଵ୍ୟୁତ୍ପତିଗତ ଅର୍ଥ କଅଣ ?
ଉ. ନା ଅର୍ଥ ଅନାଦି ରୂପ ଥ ଅର୍ଥ ଭୁବନତ୍ରୟରେ ସ୍ଥାପିତ ହେଵା
ନା ଅର୍ଥ ନାଥବ୍ରହ୍ମା (ଯିଏ ମୋକ୍ଷ ପ୍ରଦାନ କରେ) ଥ ଅର୍ଥ ଯେ ଅଜ୍ଞାନକୁ ଦୂର କରେ । ସାଧାରଣ ଅର୍ଥ ସ୍ୱାମୀ ଵା ପ୍ରଭୂ

୨୭. ଓଡ଼ିଶା ନାଥପନ୍ଥୀଙ୍କ କେତୋଟି ଶାଖା ଅଛି ? କ’ଣ କ’ଣ?
ଉ. ଦୁଇଟି, ସାଧାରଣ ଯୋଗୀ, ଯୋଗୀ ଵୈଦ୍ୟ

୨୮ ଓଡ଼ିଶାରେ ନାଥ ସମ୍ପ୍ରଦାୟର କେତୋଟି ମଠ ଅଛି?
ଉ. ୧୨ଟି

୨୯. ନାଥ ଧର୍ମର ଆଦ୍ୟ ପ୍ରଵର୍ତ୍ତକ କିଏ?
ଉ. ଗୋରେଖନାଥ

୩୦. ଗୋରେଖନାଥ କାହାର ଶିଷ୍ୟ ଅଟନ୍ତି?
ଉ. ସିଦ୍ଧାଚାର୍ଯ୍ୟ ମୀନନାଥ / ମତ୍ସେନ୍ଦ୍ରନାଥଙ୍କ ଶିଷ୍ୟ

୩୧. ପାଦ ଓ ନାଥ ମଧ୍ୟରେ ପର୍ଥ୍ୟକ୍ୟ କଅଣ?
ଉ. ପାଦ ଯେପରି ବ୍ୟକ୍ତିର ସମଗ୍ର ଭାର ବହନ କରି ଏହାକୁ ସଠିକ ପରିଚାଳିତ କରିଥାଏ, ବୌଦ୍ଧ ଆଚାର୍ଯ୍ୟଗଣ ନିଜକୁ ସମାଜ ରୂପକ ଵ୍ୟକ୍ତିର ପାଦ ଭାଵରେ ପରିକଳ୍ପନା କରି ଏହାର ଵିକାଶପାଇଁ ଵିଭିନ୍ନ ତତ୍ତ୍ବ ପ୍ରଦାନ କରିଛନ୍ତି, ଠିକ ସେହି ତତ୍ତ୍ବ ପ୍ରଦାନ କରିଵାପାଇଁ ନାଥଯୋଗୀଗଣ କେନ୍ଦରା, ରାଉତୁମ୍ବା ଆଦି ବାଦ୍ୟଯନ୍ତ୍ର ମାଧ୍ୟମରେ ନିଜ ମତଵାଦ ପ୍ରଚାର କରୁଥିଲେ ମଧ୍ୟ ନିଜକୁ ମୋକ୍ଷଦାତା ଵା ସମାଜର ନାଥ ଵା ମୁଖ୍ୟ ଭାବରେ ଵିଵେଚନା କରୁଥିଲେ ।

୩୨. ନାଥଧର୍ମର ପ୍ରଚାରର ମୁଖ୍ୟ ମାଧ୍ୟମ କଅଣ ଥିଲା?
ଉ. ହଠଯୋଗ ଓ କାୟା ସାଧନା

୩୨. ନାଥ ଧର୍ମର ଆରାଧ୍ୟ ଦେଵତା କିଏ?
ଉ. ସଂସାର ତ୍ୟାଗୀ ପ୍ରଭୁ ପଶୁପତିନାଥ ଵା ଶିଵ

୩୩. ନାଥ ଧର୍ମର ପ୍ରମୁଖ ସାହିତ୍ୟ କଅଣ ?
ଉ. ଗୋରଖ ସଂହିତା ଓ ସିସୁଵେଦ(ଗଦ୍ୟ ଓ ପଦ୍ୟରେ ରଚିତ)

୩୪. ଓଡ଼ିଶାରେ ନାଥପନ୍ଥୀ ଭାରତର ଅନ୍ୟ ନାଥପନ୍ଥୀଙ୍କଠାରୁ କିପରି ଭିନ୍ନ ଥିଲେ?
ଉ. ଭିକ୍ଷାପାଇଁ ନଡ଼ିଆ ଖୋଳପା ବଦଳରେ ଲାଉ ତୁମ୍ବା ଵ୍ୟଵହାର କରୁଥିଲେ।

୩୫. ନାଥପନ୍ଥୀଙ୍କ ମୁଖ୍ୟ ପର୍ଵ କଅଣ?
ଉ. ଶିଵରାତ୍ରୀ ଵା ଜାଗର ଅମାଵାସ୍ୟା

୩୬. ରସ ରତ୍ନାକର ଚିକତ୍ସା ଗ୍ରନ୍ଥ କେଉଁଠୁ ଆଵିଷ୍କୃତ ହୋଇଥିଲା ? ତାହାର ରଚୟିତା କିଏ?
ଉ. କୁଜଙ୍ଗର କିଆରବାଙ୍କ ନାଥ ଗାଦିରୁ, ନିତ୍ୟନାଥ

୩୭. କପିଳେନ୍ଦ୍ରଦେଵଙ୍କ ଶାସନ ସମୟ କେତେ ?
ଉ. ୧୪୩୬-୧୪୬୬ଖ୍ରୀଷ୍ଟାବ୍ଦ

୩୮. ପାଳି ଶବ୍ଦର ଵ୍ୟୁତ୍ପତ୍ତି କିପରି?
ଉ. ରକ୍ଷା କରିଵା ଓ ପାଳନ କରିଵା ହେଉଛି ପାଳି ଵା ପାଲି

୩୯. ଗୌତମ କେଉଁଠାରେ ସମ୍ବୋଧିଲାଭ କରିଥିଲେ?
ଉ. ଗୟାଠାରେ ନିରଞ୍ଜନ ନଦୀକୂଳରେ ଥିଵା ରାଜାୟତନ ନାମକ ଅଶ୍ଵତ୍ଥ ଵୃକ୍ଷମୂଳେ

୪୦. ଗୌତମ ପ୍ରଥମେ କେଉଁ ପାଞ୍ଚ ବ୍ରାହ୍ମଣକୁ ଉପଦେଶ ଦେଇଥିଲେ ?
ଉ. ଅସଜି, କୌଣ୍ଡିନ୍ୟ, ଉଦିୟ, ବଫ୍ଵ, ମହାବାୟ

୪୧. ଖାରଵେଳ ତାଙ୍କର ରାଜ୍ୟ ଶାସନର କେଉଁ ଵର୍ଷରେ ଗୀତ ବାଦ୍ୟ ଓ ନୃତ୍ୟ ଉତ୍ସଵ ଆୟୋଜିତ କରିଥିଲେ ?
ଉ. ତୃତୀୟ ଓ ସପ୍ତମ

୪୨. ଖାରଵେଳ ତାଙ୍କର ରାଜ୍ୟ ଶାସନର କେଉଁ ଵର୍ଷରେ ରାଷ୍ଟିକ ଓ ଭୋଜକମାନଙ୍କୁ ଯୁଦ୍ଧ ସମୟରେ ଅପହୃତ ସମସ୍ତ ସମ୍ପଦ ଅଳଙ୍କାର ପଦଵୀ, ଛତ୍ର ଓ ସ୍ୱର୍ଣ୍ଣପାତ୍ର ପ୍ରଭୃତିକୁ ଫେରାଇ ଦେଵାପାଇଁ ଆଦେଶ ଦେଇଥିଲେ ?
ଉ. ଚତୁର୍ଥ ଵର୍ଷ

୪୩. ଖାରଵେଳ ତାଙ୍କର ରାଜ୍ୟ ଶାସନର କେଉଁ ଵର୍ଷରେ କୁମାରୀ ପର୍ବତରେ ଆଶ୍ରୟସ୍ଥଳୀ ନିର୍ମାଣ କରିଥିଲେ ?
ଉ. ୧୩ଶ ଵର୍ଷ

୪୪. ହୁଏନସାଂଙ୍କ ପରିଭ୍ରମଣ ସମୟରେ କଳିଙ୍ଗର ପ୍ରଧାନ ବୌଦ୍ଧ ଦାର୍ଶନିକ କିଏ ଥିଲେ? କେତେସଂଖ୍ୟକ ବୌଦ୍ଧଵିହାର ଓ ବୌଦ୍ଧ ଆଚାର୍ଯ୍ୟ ଥିଲେ?
ଉ. ଆଚାର୍ଯ୍ୟ ଧର୍ମକୀର୍ତ୍ତି, ଏକଶତ ବୌଦ୍ଧଵିହାର ଓ ଏକହଜାର ବୌଦ୍ଧ ଆଚାର୍ଯ୍ୟ

୪୫. ଧର୍ମକୀର୍ତ୍ତଙ୍କ ଲିଖିତ ଶିଳାଲେଖ କେଉଁଠାରେ ଦେଖିଵାକୁ ମିଳେ?
ଉ. କୋରାପୁଟର ଜଗମୁଣ୍ଡା ପାହାଡ଼ ଶିଖରରେ ଥିଵା ନୀଳକଣ୍ଠେଶ୍ୱର ମନ୍ଦିର କାନ୍ଥରେ

୪୬. ଚତୁଃଶତକର ରଚୟିତା କିଏ?
ଉ. ଆର୍ଯ୍ୟଦେଵ

୪୭. ଭାରତୀୟ ନ୍ୟାୟର ପିତା ଭାବେ କାହାକୁ ସମ୍ମାନିତ କରାଯାଏ ? ସେ ଲେଖିଥିବା ପୁସ୍ତକର ନାମ କଅଣ?
ଉ. ଦିଙ୍ନାଗାଚାର୍ଯ୍ୟ, ପ୍ରମାଣ ସମୁଚ୍ଚୟ

୪୮. ନ୍ୟାୟବିନ୍ଦୁର ରଚୟିତା କିଏ?
ଉ. ଧର୍ମକୀର୍ତ୍ତି

୪୯. ବାଦନ୍ୟାୟର ରଚୟିତା କିଏ?
ଉ. ଉଦ୍ୟୋତକର

୫୦. ସହଜଯାନ କେବେ ସୂତ୍ରପାତ ହୋଇଥିଲା ?
ଉ. ଅଷ୍ଟମ ଓ ନଵମ ଶତାବ୍ଦୀରେ

୫୧. ତନ୍ତ୍ରଯାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ କଅଣ ଥିଲା ?
ଉ. ମନୁଷ୍ୟର ପ୍ରଵୃତ୍ତି ମଧ୍ୟରେ ସର୍ଵ ଅପେକ୍ଷା ଅଧିକ ଶକ୍ତିଶାଳୀ ଯୌନ ପ୍ରଵୃତ୍ତିକୁ ଯୋଗାଚାର ଶୃଙ୍ଖଳ ମଧ୍ୟରେ ଉଦଗତି କରି ନିର୍ଵାଣ ସାଧନାରେ ସେହି ଉଦଗତି କାମଶକ୍ତିକୁ ନିୟୋଜିତ କରିଵା

୫୨. ସହଜଯାନର ତତ୍ତ୍ବଵାଣୀ କଅଣ ?
ଉ. ଚିତ୍ତପ୍ରଵୃତ୍ତିକୁ ଆହାର କରି ପ୍ରଵୃତ୍ତି ଓ ନିଵୃତ୍ତି ଵିଚାରକୁ ତୁଚ୍ଛ କରି ସହଜ ଆନନ୍ଦ ମଧ୍ୟରେ ଶୂନ୍ୟର ଉପଲବ୍ଧି

୫୩. ବୌଦ୍ଧମାନେ ପାଞ୍ଚ ପଦାର୍ଥ କ୍ଷିତ, ଅପ, ତେଜ ମରୁତ ଵ୍ୟୋମ
ମଧ୍ୟରୁ କାହାର ଅସ୍ତିତ୍ବକୁ ଅସ୍ବୀକାର କରନ୍ତି ?
ଉ. ଵ୍ୟୋମ

୫୪. କେଉଁ ଚାରିଭୂତରୁ ଶରୀର, ଇନ୍ଦ୍ରିୟର ଉତ୍ପତ୍ତି ?
ଉ. ପୃଥୀଵୀ, ଜଳ, ତେଜ, ଵାୟୁ

୫୫. ଚର୍ଯ୍ୟାପଦର ଦର୍ଶନ ଅନୁସାରେ ଚାରିଟି ସ୍କନ୍ଧ କଅଣ ?
ଉ. ରୂପସ୍କନ୍ଧ, ଵିଜ୍ଞାନ ସ୍କନ୍ଧ, ବେଦନା ସ୍କନ୍ଧ, ସଂସ୍କାର ସ୍କନ୍ଧ

୫୬. ଚର୍ଯ୍ୟାପଦର ଦର୍ଶନ ଅନୁସାରେ କେଉଁ ସ୍କନ୍ଧକୁ ଚିତ୍ତ ଓ ଆତ୍ମା କୁହାଯାଇଛି?
ଉ. ଵିଜ୍ଞାନ ସ୍କନ୍ଧ

୫୭. ଓଡ୍ଡିୟାନ ପୀଠ କହିଲେ କାହାକୁ ବୁଝାଯାଏ ?
ଉ. ପଶ୍ଚିମ ଓଡ଼ିଶା

୫୮. ବୌଦ୍ଧମାନେ କେଉଁ ଚାରି ଆର୍ଯ୍ୟସତ୍ୟକୁ ମାନନ୍ତି ?
ଉ. ଦୁଃଖ, ଦୁଃଖର ଉତ୍ପତ୍ତି, ଦୁଃଖ ନିରୋଧ ଓ ଦୁଃଖ ନିରୋଧର ଉପାୟ

୫୯. ନୈରାତ୍ମ୍ୟଦେଵୀ ଵା ଡୋମ୍ବୀର ଆଵାସ ସ୍ଥାନ କେଉଁଠି ?
ଉ. ଦେହର ଶିଖର ପ୍ରଦେଶ ଵା ଉଷ୍ମୀୟ କମଳରେ

୬୦. ଲିଙ୍ଗରାଜ ମନ୍ଦିର କେଉଁ ଶୈଳୀରେ ନିର୍ମିତ ?
ଉ. ପଞ୍ଚରଥ ଶୈଳୀ (ମୁଖ୍ୟ ମନ୍ଦିର ସହ ଚାରିକୋଣରେ ଚାରି ଛୋଟ ମନ୍ଦିର)

୬୧. ନାଥ ସମ୍ପ୍ରଦାୟର କେତୋଟି ଶାଖା ଅଛି? ଭୁଵନେଶ୍ୱର ଶୈଵ ପୀଠ ଭାଵେ କେଉଁ ଶାଖାକୁ ଦେଖିଵାକୁ ମିଳେ ?
ଉ. ୧୨ଟି, ସତ୍ୟନାଥୀ

୬୨. ପ୍ରଥମ ବଜ୍ରଯାନୀ ସିଦ୍ଧ କିଏ ?
ଉ. ଗୋରଖନାଥ

୬୩. ନାଥସାହିତ୍ୟଗୁଡ଼ିକର ଉଦାହରଣ ଦିଅ ।
ଉ. ଶିଶୁଵେଦ, ଅମରକୋଷ ଗୀତା, ଗୋରେଖ ସଂହିତା, ରୁଦ୍ରସୁଧାନିଧି, ସପ୍ତାଙ୍ଗ ଯୋଗ, ଅଷ୍ଟାଙ୍ଗ ଯୋଗ ଧାରଣା, ଶିଵସ୍ୱରାଦ୍ଵୟ ଆଦି…

୬୪. ସାରଳା ଦାସ କେଉଁ ଧର୍ମାଵଲମ୍ବୀ ଥିଲେ?
ଉ. ଶାକ୍ତ

୬୫. ସାରଳା ଦାସଙ୍କ ଇଷ୍ଟଦେଵୀ କିଏ?
ଉ. ଝଙ୍କଡ଼ର ସାରଳା ଚଣ୍ଡୀ

୬୬. ମହାଭାରତର (ଦ୍ୱାପର ଯୁଗ) ଦ୍ରୌପଦୀ ଚରିତ୍ରକୁ ସାରଳା ସତ୍ୟ, ତ୍ରେତୟା ଯୁଗରେ କାହା ରୂପରେ ପରିକଳ୍ପନା କରିଛନ୍ତି ?
ଉ. ସତ୍ୟଯୁଗରେ କେତୁକା ଚଣ୍ଡୀ, ତ୍ରେତୟାରେ ଅବଳା ପାର୍ଵତୀ

୬୭. ମାୟା ଵିଭୂତି ଦ୍ୱାରା ରାମଙ୍କୁ ଅପହରଣ କରିନିଆଯାଇଥିଵା ଵିଷୟ କେଉଁ ରାମାୟଣରେ ଵର୍ଣ୍ଣିତ ?
ଵିଲଙ୍କା ରାମାୟଣ

୬୮. ‘ଚୈତନ୍ୟ ଭାଗଵତ’ର ରଚୟିତା କିଏ?
ଉ. ଈଶ୍ୱର ଦାସ

୬୯. ତାମ୍ରଯୁଗର ନଗର ସଭ୍ୟତା ଓ ଲୌହ ପାଷାଣକାଳୀନ ଦ୍ଵିତୀୟ ନଗର ସଭ୍ୟତା କେଉଁଠାରେ ଗଢ଼ିଉଠିଥିଲା ?
ଉ. ଯଥାକ୍ରମେ ସିନ୍ଧୁ ନଦୀ ଓ ଗଙ୍ଗାନଦୀ କୂଳରେ

୭୦. ଗୌତମଙ୍କୁ ମହୁ ଓ ପିଠା ଦେଇ ତାଙ୍କର କ୍ଷୁଧା ନିଵାରଣ କରିଥିଵା ଉତ୍କଳର ଦୁଇ ଵଣିକଙ୍କ ନାମ କଅଣ ?
ଉ. ତପସୁ ଓ ଭଲ୍ଲିକ

୭୧. କଳିଙ୍ଗର ଜିନ କହିଲେ କାହାକୁ ବୁଝାଯାଏ ? ଏହାକୁ କଳିଙ୍ଗରୁ କିଏ ଅପହରଣ କରିଥିଲେ, କିଏ ମଗଧ ଆକ୍ରମଣ କରି କଳିଙ୍ଗର ପୁନଃସ୍ଥାପନ କରିଥିଲେ ?
ଉ. ଋଷଭଦେଵଙ୍କ ମୂର୍ତ୍ତି, ନନ୍ଦରାଜା, ଖାରଵେଳ

୭୨. ଋଷଭଦେଵ କିଏ?
ଉ. ଜୈନଧର୍ମର ୨୪ତମ ତୀର୍ଥଙ୍କର

୭୩. ‘କଳିଙ୍ଗ ସାଗର ମଧ୍ୟରେ ଥିଵା ସମସ୍ତ ଦ୍ବୀପ କଳିଙ୍ଗଦେଶ ନାମରେ ପରିଚିତ’ ବୋଲି କେଉଁ ଗ୍ରନ୍ଥରେ ଉଲ୍ଲେଖ ରହିଛି ?
ଉ. ବୌଦ୍ଧ ସାହିତ୍ୟ ‘ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ’ରେ

୭୪. କଳିଙ୍ଗ ରାଜାଙ୍କୁ ମହୋଦଧିପତି କେଉଁ ଗ୍ରନ୍ଥରେ କୁହାଯାଇଛି ?
ଉ. କାଳିଦାସଙ୍କ ରଘୁବଂଶ

୭୫. କଳିଙ୍ଗ ଵଣିକଙ୍କଦ୍ୱାରା ରପ୍ତାନି ହେଉଥିଵା ଵିଭିନ୍ନ ଦ୍ରଵ୍ୟ ବାବଦରେ କେଉଁ ଗ୍ରନ୍ଥରେ ସୂଚନା ମିଳେ?
ଉ. କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର

୭୬. ମେଘାସ୍ଥାନିସ ଇଣ୍ଡିକାରେ କଳିଙ୍ଗର କେଉଁ ତିନୋଟି ଭୂଭାଗ ଵିଷୟରେ ଵର୍ଣ୍ଣିତ ହୋଇଛି ?
ଉ. ପ୍ରାଚୀ କଳିଙ୍ଗ, ମକ୍କୋ ଵା ମଗ କଳିଙ୍ଗ, ଗଙ୍ଗାରିଡାଇ

୭୭. କଳିଙ୍ଗାଇ ଜନଜାତିର ନିଵାସସ୍ଥଳୀ କେଉଁଠି ?
ଉ. ଗାଙ୍ଗୀସ ନଦୀ ମଧ୍ୟରେ ଥିଵା ଵିଶାଳ ଦ୍ବୀପ ମୋଡ଼ୋ ଵା ମକ୍କୋ

୭୮. ଆଲେକଜ୍ୟାଣ୍ଡର ଗାଙ୍ଗୀସ ଉପକୂଳରେ ପହଞ୍ଚି କଳିଙ୍ଗର ସାମରିକ ଶକ୍ତି କେତେ ବୋଲି ଶୁଣିଵାକୁ ପାଇଲେ?
ଉ. ୬୦୦ ସୁନିୟନ୍ତ୍ରିତ ଗଜଵାହିନୀ ଅଧିକାରୀ

୭୯. ଓଡ଼ିଆ ସାହିତ୍ୟର ଆଦିରୂପ କହିଲେ କାହାକୁ ବୁଝାଏ ?
ଉ. ଖାରଵେଳଙ୍କ ହାତୀଗୁମ୍ଫା

୮୦. ଓଡ଼ିଆ ଭାଷାର ଆଦିରୂପ କହିଲେ କାହାକୁ ବୁଝାଏ ?
ଉ. ଅଶୋକଙ୍କ ଧଉଳି ଓ ଜଉଗଡ଼ ଶିଳାଲେଖ

୮୧. ଖାରଵେଳଙ୍କ ଉତ୍ତରାଧିକାରୀ ରାଜା କିଏ?
ଉ. କୁଦେପସିରି

୮୨. ଖାରଵେଳଙ୍କ ଜେଜେବାପାଙ୍କ ନାମ କଅଣ ଥିଲା ?
ଉ. କଳିଙ୍ଗରାଜ

୮୩. ଖାରଵେଳଙ୍କ ଜନ୍ମ ସମୟ କେବେ?
ଉ. ଖ୍ରୀ ପୂ ୬୪

୮୪. ଖାରଵେଳ କେତେ ଵୟସରେ ମହାରାଜା ଭାଵେ ଅଭିଷିକ୍ତ ହେଲେ?
ଉ. ୨୪ ଵର୍ଷ

୮୫. ଖାରଵେଳ କେତେ ଵର୍ଷ ଯୁଵରାଜ ରହିଥିଲେ?
ଉ. ୯ଵର୍ଷ

୮୬. ଖାରଵେଳଙ୍କ କେତେ ଵର୍ଷ ଶାସନର ଗାଥା ଶିଳାଲେଖରେ ଲିଖିତ ହୋଇଛି ?
ଉ. ୧୩ଵର୍ଷ

୮୭. ଖାରଵେଳ ଶାସନର କେଉଁ ଵର୍ଷରେ ମଗଧ ଆକ୍ରମଣ କରି ଵିଜୟୀ ହୋଇଥିଲେ? ସେତେବେଳେ ମଗଧର ରାଜା କିଏ ଥିଲେ?
ଉ. ୧୨ଶ ଵର୍ଷ, ଵୃହସ୍ପତି ମିତ୍ର

୮୮. ଖାରଵେଳ ପୂର୍ଵଵର୍ଷର ଝଡ଼ଵାତ୍ୟାଦ୍ୱାରା ଵିଧ୍ବଂସପ୍ରାୟ କଳିଙ୍ଗ ନଗରୀର ପ୍ରସାଦ, ସୁରକ୍ଷା ପ୍ରାଚୀର ମରାମତି ଶାସନର କେଉଁ ଵର୍ଷ କରିଥିଲେ? ଏଥିପାଇଁ କେତେ ମୁଦ୍ରା ଵିନିଯୋଗ କରିଥିଲେ?
ଉ. ପ୍ରଥମ ଵର୍ଷ, ୩୫ଲକ୍ଷ

୮୯. ଖାରଵେଳ ଶାସନର କେଉଁ ଵର୍ଷରେ ସାତକର୍ଣ୍ଣୀଙ୍କ ଵିରୋଧରେ ଯୁଦ୍ଧ କରିଥିଲେ ?
ଉ. ଦ୍ଵିତୀୟ ଵର୍ଷ

୯୦. ଖାରଵେଳ ଶାସନର କେଉଁ ଵର୍ଷରେ ରାଜ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମ କରିଥିଲେ ?
ଉ. ତୃତୀୟ ଵର୍ଷ

୯୧. ଖାରଵେଳ ଶାସନର କେଉଁ ଵର୍ଷରେ ଵିଦ୍ୟାଧର ରାଜ୍ୟ ଅଧିକାର କରିଥିଲେ ?
ଉ. ଚତୁର୍ଥ ଵର୍ଷ

୯୨. ଖାରଵେଳ ଶାସନର କେଉଁ ଵର୍ଷରେ ନନ୍ଦରାଜାଙ୍କ ଦ୍ୱାରା ଖୋଲାଯାଇଥିଵା କେନାଲକୁ ତୋଷାଳି ମଧ୍ୟଦେଇ ରାଜଧାନୀ କଳିଙ୍ଗନଗର ପର୍ଯ୍ୟନ୍ତ ଵୃଦ୍ଧି କରିଥିଲେ ?
ଉ. ପଞ୍ଚମ

୯୩. ଖାରଵେଳ ଶାସନର କେଉଁ ଵର୍ଷରେ ରାଣୀ ଗର୍ଭଵତୀ ହେଵା ଖୁସିରେ ନଗରଵାସୀଙ୍କୁ ମୁଦ୍ରା କର ଛାଡ଼ କରିଥିଲେ ?
ଉ. ଷଷ୍ଠ

୯୪. ଖାରଵେଳ ଶାସନର କେଉଁ ଵର୍ଷରେ ରାଣୀ ମାତୃତ୍ୱ ଲାଭ କରିଥିଲେ ?
ଉ. ସପ୍ତମ

୯୫. ଖାରଵେଳ ଶାସନର କେଉଁ ଵର୍ଷରେ ମଗଧ ଆକ୍ରମଣ କରି ଗୋରଥଗିରି ଦୁର୍ଗ ଧ୍ବଂସ କରିଥିଲେ ?
ଉ. ଅଷ୍ଟମ

୯୬. ଖାରଵେଳ ଶାସନର କେଉଁ ଵର୍ଷରେ ଵିଜୟର ସ୍ମାରକୀ ରୂପେ ମହାଵିଜୟ ପ୍ରାସାଦ ନିର୍ମାଣ କରିଥିଲେ ? ଏଥିରେ କେତେ ଵ୍ୟୟ କରିଥିଲେ ?
ଉ. ନଵମ, ୩୮ଲକ୍ଷ

୯୭. ଖାରଵେଳ ଶାସନର କେଉଁ ଵର୍ଷରେ ଵୃହତ ଯୁଦ୍ଧ ଅଭିଯାନ ସ୍ୱରୂପ ଉତ୍ତର ଭାରତର ରାଜ୍ୟଙ୍କ ଵିରୋଧରେ ଯୁଦ୍ଧ କରିଥିଲେ ?
ଉ. ଦଶମ

୯୮. ଖାରଵେଳ ଶାସନର କେଉଁ ଵର୍ଷରେ କଳିଙ୍ଗର ଵାଣିଜ୍ୟ ନଗରୀ ପିଥୁଣ୍ଡରେ ଵିଶୃଙ୍ଖଳା ସୃଷ୍ଟିକାରୀ ୧୧୩ ଵର୍ଷର ତାମିଲ ସଙ୍ଘକୁ ଧ୍ବଂସ କରି ଗଧଦ୍ୱାରା ଏମାନଙ୍କ ଭୂମି କର୍ଷଣ ସ୍ୱରୂପ ଅପମାନ ଦେଇଥିଲେ ?
ଉ. ଏକାଦଶ

୯୯. ଖାରଵେଳ ଶାସନର କେତେ ତମ ଵର୍ଷରେ କୁମାରୀ ପର୍ଵତରେ ଆଶ୍ରୟସ୍ଥଳୀ ଓ ସୁନ୍ଦର ହର୍ମ୍ୟ, ବୈଦୁର୍ଯ୍ୟ ଖଚିତ ଖମ୍ବମାନ ନିର୍ମାଣ କରିଥିଲେ ?
ଉ. ୧୩ଶ

୧୦୦. ସାତକର୍ଣ୍ଣୀଙ୍କ ଦାର୍ଶନିକ ବନ୍ଧୁ କିଏ ଥିଲେ? ତାଙ୍କ ପାଇଁ କେଉଁଠାରେ ସୁରମ୍ୟ ପାଞ୍ଚ ମହଲା ଵିଶିଷ୍ଟ ବୌଦ୍ଧ ଵିହାର ନିର୍ମାଣ କରିଥିଲେ?
ଉ. ନାଗାର୍ଜୁନ, ବଲାଙ୍ଗୀରର (ଗନ୍ଧମାର୍ଦ୍ଦନ ପର୍ଵତ) ପରିମଳଗିରିଠାରେ

୧୦୧. ବିନ୍ଧ୍ୟାଟବୀ କହିଲେ କାହାକୁ ବୁଝାଏ?
ଉ. ମୟୁରଭଞ୍ଜ, କେନ୍ଦୁଝର ଓ ସିଂହଭୂମି ଅନ୍ତର୍ଭୁକ୍ତ ଅଞ୍ଚଳ

୧୦୨. ଶତ୍ରୁଭଞ୍ଜ କାହାଙ୍କର ପୁତ୍ର ଅଟନ୍ତି?
ଉ. ମହାରାଜା ମାଣ ଭଞ୍ଜ ଓ ମହାଦେଵୀ ଦମୟନ୍ତୀ

୧୦୩. ଶତ୍ରୁଭଞ୍ଜଙ୍କ ଲିଖିତ ଶିଳାଲେଖ କେଉଁଠୁ ମିଳିଥିଲା ଏହା କେଉଁ ଭାଷାରେ ଲିଖିତ ?
ଉ. ଅସନପାଟ, ସଂସ୍କୃତ

୧୦୪. ଶତ୍ରୁଭଞ୍ଜଙ୍କ ପରେ କେଉଁ ଵଂଶ ସକ୍ରିୟ ହୋଇଥିଲେ ?
ଉ. ଗୁପ୍ତ ଵଂଶ ଓ ଓଡ଼ିଶାରେ ମାଠର ଵଂଶ

୧୦୫. ୩୫୦ଖ୍ରୀଷ୍ଟାବ୍ଦରେ କିଏ ପାରଳାଖେମୁଣ୍ଡିର ଶ୍ରୀପୁରୀରେ ଏକ କ୍ଷୁଦ୍ର ରାଜ୍ୟ ସ୍ଥାପନ କରିଥିଲେ ?
ଉ. ଵିଶାଖ ଵର୍ମା ନାମକ ମାଠର ଵଂଶୀୟ ରାଜା

୧୦୬. ମାଠର ଵଂଶୀୟ ରାଜା ଵିଶାଖ ଵର୍ମାଙ୍କ ଉତ୍ତରାଧିକାରୀ କିଏ?
ଉ. ଉମାଵର୍ମା

୧୦୭. ଉମାଵର୍ମାଙ୍କ ଉତ୍ତରାଧିକାରୀ କିଏ?
ଉ. ଶଙ୍କର ଵର୍ମା

୧୦୮. ଶଙ୍କରଵର୍ମାଙ୍କ ଉତ୍ତରାଧିକାରୀ କିଏ?
ଉ. ଶକ୍ତିଵର୍ମା (ଖ୍ରୀ ୪୭୦)

୧୦୯. କାଳିଦାସଙ୍କ ସମସାମୟିକ ରାଜା କିଏ ?
ଉ. ଉମାଵର୍ମା

୧୧୦. ଶକ୍ତିଵର୍ମାଙ୍କୁ ମହାନଦୀ ଓ କୃଷ୍ଣାକେଶୀ ମଧ୍ୟଵାର୍ତ୍ତୀ ଅଞ୍ଚଳରେ ଶାସକ ରୂପେ କେଉଁଥିରେ ଵର୍ଣ୍ଣିତ ହୋଇଛି?
ଉ. ନିଙ୍ଗୋଣ୍ଡି ତାମ୍ରଶାସନ

୧୧୧. ପ୍ରଭଞ୍ଜନ ଵର୍ମା (୪୮୦-୪୯୮)ଙ୍କ ଵେଳକୁ କଳିଙ୍ଗର ରାଜଧାନୀ କଅଣ ଥିଲା?
ଉ. ଵର୍ଦ୍ଧମାନପୁର

୧୧୨. ଵୃହତ ସଂହିତା କିଏ ରଚନା କରିଥିଲେ?
ଉ. ଵରାହମିହିର

୧୧୩. ମାଠର ଵଂଶ ପତନ ପରେ କିଏ ରାଜା ରୂପେ ଅଧିଷ୍ଠିତ ହେଲେ?
ଉ. ଶୈଳୋଦ୍ଭଵ

୧୧୪. କେଉଁ ଵଂଶର ରାଜଗଣ ନିଜ ନାମ ସହିତ ଭୀତ ଵା ଅଭୀତ ଉପାଧି ଧାରଣ କରିଥିଲେ?
ଉ. ଶୈଳଜ ଓ ପୁଳିନ୍ଦଗଣ

୧୧୫. କାହାଙ୍କର ଶାସନ ସମୟରେ କଳିଙ୍ଗ ଦକ୍ଷିଣ ତୋଷାଳୀ ନାମରେ ପରିଚିତ ଥିଲା?
ଉ. ଲୋକଵିଗ୍ରହଙ୍କ ସମୟରେ

୧୧୬. ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, କଟକ ଜ଼ିଲ୍ଲାର ଉତ୍ତର ଭାଗକୁ ନେଇ କେଉଁ ରାଜ୍ୟ ଗଠିତ ହୋଇଥିଲା?
ଉ. ଉତ୍ତର ତୋଷାଳୀ

୧୧୭. ଓଡ୍ର ଵିଷୟ (ଓଡ୍ର ଦେଶ) ଶବ୍ଦର ପ୍ରଥମ ଉଲ୍ଲେଖ କେଉଁଥିରେ ମିଳେ?
ଉ. ସୋମଦତ୍ତଙ୍କ ସୋରୋ ତାମ୍ରଶାସନରେ (ସପ୍ତମ ଶତାବ୍ଦୀ)

୧୧୮. ରାଜଧାନୀ କଙ୍ଗୋଦ ନାମ ପ୍ରଥମେ କେଉଁଥିରେ ଉଲ୍ଲେଖ ରଖିଛି ?
ଉ. ଅଯୋଶଭୀତ ଵା ଛରମ୍ପରାଜଙ୍କ ତାମ୍ର ଶାସନରେ

୧୧୯. “ଧର୍ମରାଜ କଳିଙ୍ଗ ମାର୍ଗ” ନାମରେ ଏକ ସଡ଼କ ଥିଵାର କେଉଁଥିରୁ ଜଣାପଡ଼େ?
ଉ. ଗଙ୍ଗାରାଜା ସାମନ୍ତଵର୍ମାଙ୍କ କମାନଳୀନାକ୍ଷପୁର ତାମ୍ରଶସନରୁ

୧୨୦. ସୋମଵଂଶୀମାନେ ଖଜୁରାହୋ ଶୈଳୀରେ ଓଡ଼ିଶାର କେଉଁ ମନ୍ଦିର ନିର୍ମାଣ କରିଥିଲେ?
ଉ. ରାଜାରାଣୀ ମନ୍ଦିର

୧୨୧. ସକଳତ୍କୋଳ ଵା ପୁରୁଷୋତ୍ତମ ରାଜ୍ୟ କିଏ କେଵେ ପ୍ରତିଷ୍ଠା କରିଥିଲେ?
ଉ. ଅନନ୍ତଵର୍ମନ ଚୋଡ଼ଗଙ୍ଗଦେଵ, ୧୧୧୧ଖ୍ରୀଷ୍ଟାବ୍ଦରେ

୧୨୩. ଓଡ଼ିଶାରେ କେଉଁ ରାଜଙ୍କ ଶାସନ ସମୟରୁ ‘କଳିଙ୍ଗ’ ନାମ ଲୋପ ପାଇଲା?
ଉ. ଅନନ୍ତଵର୍ମନ ଚୋଡ଼ଗଙ୍ଗଦେଵ

୧୨୪. ଅନନ୍ତଵର୍ମନ ଚୋଡ଼ଗଙ୍ଗଦେଵ କେଉଁଠାରୁ କେଉଁଠିକୁ ରାଜଧାନୀ ସ୍ଥାନାନ୍ତର କରିଥିଲେ? କେଉଁ ସ୍ଥାନରେ ଵିଷ୍ଣୁ ପୁରୁଷୋତ୍ତମ ଓ ଲକ୍ଷ୍ମୀ ମନ୍ଦିର ତୋଳାଇଥିଲେ?
ଉ. ମୁଖଲିଙ୍ଗମଠାରୁ କଟକକୁ, ପୁରୀ

୧୨୫. ପରମ ମାହେଶ୍ଵର ଓ ପରମ ଵୈଷ୍ଣଵ ଉପାଧିରେ କିଏ ଭୂଷିତ ହୋଇଥିଲେ?
ଉ. ଅନନ୍ତଵର୍ମନ ଚୋଡ଼ଗଙ୍ଗଦେଵ

୧୨୬. କେତେ ଵର୍ଷଧରି ଗଙ୍ଗ – କଳଚୁରୀ ଯୁଦ୍ଧ ଲାଗିରହିଥିଲା ? ଶେଷରେ କିଏ କାହାକୁ ପରାସ୍ତ ହେଲେ?
ଉ. ୧୦୦, ତୃତୀୟ ଅନଙ୍ଗଭୀମଦେଵ କଳଚୁରୀଙ୍କୁ ପରାସ୍ତ କଲେ

୧୨୭. କୋଶଳକୁ ସକଳୋତ୍କଳରେ ମିଶାଇଵା ପରେ କେଉଁ ନୂଆ ନାମକରଣ ହେଲା?
ଉ. ଓଡ଼ିଶା

୧୨୮. ରାଢ଼ ଵିରେନ୍ଦ୍ରର ମୁସଲମାନଙ୍କ ସହ ଯୁଦ୍ଧରେ ରାଜା ପରମାର୍ଥଦେଵଙ୍କ ଵୀରତ୍ତ୍ବପ୍ରାପ୍ତି ଘଟିଵାରୁ ତାଙ୍କ ସ୍ମୃତିରେ ରାଣୀ ଚନ୍ଦ୍ରିକାଦେଵୀ କେଉଁ ମନ୍ଦିର ନିର୍ମାଣ କରାଇଥିଲେ?
ଉ. ଅନନ୍ତ ଵାସୁଦେଵ ମନ୍ଦିର

୧୨୯. ରାଢ଼ ଓ ଵିରେନ୍ଦ୍ର ଯୁଦ୍ଧର ଵିଜୟ ସ୍ମାରକୀ ରୂପେ ରାଜା ପ୍ରଥମ ନରସିଂହ ଦେଵ କେଉଁ ମନ୍ଦିର ନିର୍ମାଣ କରିଥିଲେ?
ଉ. କୋଣାର୍କ

୧୩୦. ରାଜା ତୃତୀୟ ଅନଙ୍ଗଭୀମଦେଵ ରାଜଧାନୀ କଟକକୁ କେଉଁନାମରେ ଅଭିହିତ କରିଥିଲେ?
ଉ. ଅଭିନଵ ଵାରାଣସୀ

୧୩୧. କଟକର ଜଗନ୍ନାଥ ମନ୍ଦିର କିପରି ଧ୍ବଂସ ହେଲା?
ଉ. ମୁସଲମାନଙ୍କ ଆକ୍ରମଣରେ

୧୩୨. କପିଳେନ୍ଦ୍ରଦେଵଙ୍କ ପୂର୍ଵନାମ କଅଣ ଥିଲା? ପୂର୍ଵରୁ ସେ କେଉଁ କାର୍ଯ୍ୟ ତୁଲାଉଥିଲେ?
ଉ. କପିଳ ରାଉତ, ଗଙ୍ଗଵଂଶର ଶେଷ ରାଜା ୪ର୍ଥ ଭାନୁଦେଵଙ୍କ ସେନାପତି / ରାଉତ ଭାଵେ ରାଜଧାନୀ ସୁରକ୍ଷା

୧୩୩. କପିଳେନ୍ଦ୍ର ଦେଵଙ୍କ ସମୟ କାଳ କେତେ ସେ କେଉଁ ଵଂଶ ସ୍ଥାପନ କରିଥିଲେ?
ଉ. ୧୪୩୫-୬୭ ଖ୍ରୀଅ, ସୂର୍ଯ୍ୟଵଂଶ

୧୩୪. କପିଳେନ୍ଦ୍ରଦେଵଙ୍କ ରାଜ୍ୟ ସୀମା ଦକ୍ଷିଣରେ କେଉଁ ପର୍ଯ୍ୟନ୍ତ ପରିଵ୍ୟାପ୍ତ ଥିଲା?
ଉ. ରାମେଶ୍ୱର ପର୍ଯ୍ୟନ୍ତ

୧୩୫. ଜଗନ୍ନାଥ ବଳଭଦ୍ରଙ୍କ ଦ୍ୱାରା କାଞ୍ଚିଵିଜୟ ଉପାଖ୍ୟାନ କେଉଁ ରାଜାଙ୍କ ସମୟରେ ସୃଷ୍ଟି ହୋଇଥିଲା?
ଉ. ପୁରୁଷୋତ୍ତମଦେଵ

୧୩୬. ପୁରୁଷୋତ୍ତମଦେଵ ଓ ପଦ୍ମାଵତୀଙ୍କର ପୁତ୍ରଙ୍କ ନାମ କଅଣ?
ଉ. ପ୍ରତାପରୁଦ୍ରଦେଵ

୧୩୭.ମୁକୁନ୍ଦଦେଵ କେଵେ, କେଉଁ ଯୁଦ୍ଧରେ ପରାସ୍ତହେଲେ?
ଉ. ଗୋହିରା – ଟିକିରି (ଯାଜପୁର ନିକଟଵର୍ତ୍ତୀ) ଯୁଦ୍ଧ ୧୫୬୮ରେ

୧୩୮. ମୁକୁନ୍ଦଦେଵ ଗୋହିରା – ଟିକିରି ଯୁଦ୍ଧ କାହା ଵିପକ୍ଷରେ ଲଢୁଥିଲେ?
ଉ. ବଙ୍ଗମୁସଲମାନ ଶାସକ ସୁଲେମାନ କରାଣୀଙ୍କ ସେନାପତି କଳାପାହାଡ଼ ଏବଂ ସାରଙ୍ଗଗଡ଼ର ରାଜା ରାମଚନ୍ଦ୍ରଦେଵ

୧୩୯. ମୁକୁନ୍ଦଦେଵ କେଉଁ ମୋଗଲ ଶାସକଙ୍କ ସହ ଚୁକ୍ତି କରିଥିଲେ?
ଉ. ଆକବର

୧୪୦. ଖାରଵେଳଙ୍କ ସମୟରେ ଧାର୍ମିକ ସମ୍ପ୍ରଦାୟର ଆଲୋଚନା କେନ୍ଦ୍ର କେଉଁଠି ଥିଲା ?
ଉ. ଉଦୟଗିରିର କୁମାରୀ ପର୍ବତକୁ କାଟି ପ୍ରସ୍ତୁତ ହୋଇଥିଵା ରାଣୀଗୁମ୍ଫା ସମ୍ମୁଖସ୍ଥ ମଞ୍ଚପୁରୀ

୧୪୧. ଶୈଵଧର୍ମକୁ ବଜ୍ରଯାନ ଓ ତାନ୍ତ୍ରିକ ବୌଦ୍ଧଧର୍ମର ରୂପାନ୍ତର ଭାଵେ ଧରାଯାଇ ଶିଵମନ୍ଦିର ଗାତ୍ରରେ କଅଣ ଉତ୍କୀର୍ଣ୍ଣ କରାଯାଉଥିଲା ?
ଉ. ମହାଯାନୀ ବୌଦ୍ଧ ଧର୍ମର ଧାରାଣୀ ମନ୍ତ୍ର – ୟେ ଧର୍ମା ହେତୁ ପ୍ରଭଵାଃ

୧୪୨. ଇନ୍ଦ୍ରଭୂତି ତାନ୍ତ୍ରିକପଦ୍ଧତି ଦ୍ୱାରା କଳୁଷିତ ମହାଯାନ ପନ୍ଥାରେ ସଂସ୍କାର ଆଣି ପଞ୍ଚଧାନୀ ବୁଦ୍ଧ ସାଧନା ପ୍ରଚଳନ କରିଵା ଫଳରେ କେଉଁ ନୂଆ ବୌଦ୍ଧ ପରିଵାର ଅଦ୍ଭ୍ୟୁଦୟ ହେଲା?
ଉ. ବଜ୍ରଯାନ

୧୪୩.ଇନ୍ଦ୍ରଭୂତିଙ୍କ ଭଉଣୀ ଲକ୍ଷ୍ମୀଙ୍କରା ଦେହ ପୂଜା ଓ କାୟା ସାଧନା ଉପରେ ଗୁରୁତ୍ତ୍ୱ ଦେଇ କେଉଁ ଧର୍ମତତ୍ତ୍ୱ ପ୍ରଚାର କରିଥିଲେ?
ଉ. ସହଜଯାନ

୧୪୪. ଲକ୍ଷ୍ମୀଙ୍କରା ତାଙ୍କର ସହଜଯାନ ଧର୍ମତତ୍ତ୍ୱ କେଉଁ ଗ୍ରନ୍ଥରେ ରଚନା କରିଛନ୍ତି?
ଉ. ଅଦ୍ବୟସିଦ୍ଧି

୧୪୫. “ମନ ପ୍ରାଣ ଦେଇ ନିଜ ଦେହର ଦେଵତାର ଉପାସନା କର” ଏହା କେଉଁ ଧର୍ମର ସିଦ୍ଧିଲାଭ ମାର୍ଗ ?
ଉ. ସହଜଯାନ

୧୪୬. ନାଗାର୍ଜୁନଙ୍କ ଶୂନ୍ୟଵାଦ ତତ୍ତ୍ୱକୁ ପରଵର୍ତ୍ତୀ ସମୟରେ ସହଜଯାନୀ ସିଦ୍ଧାଚାର୍ଯ୍ୟମାନେ କେଉଁ ନାମ ଦେଇଥିଲେ?
ଉ. ସହଜ

୧୪୭. ନାଗାର୍ଜୁନ, ଅସଙ୍ଗ, ବସୁବନ୍ଧୁ, ଆର୍ଯ୍ୟଦେଵ କେଉଁ ଵାଦର ପ୍ରଵକ୍ତା ଅଟନ୍ତି?
ଉ. ଶୂନ୍ୟଵାଦ

୧୪୮. ନାଗାର୍ଜୁନ ହୀନଯାନ ଏବଂ ଅନ୍ୟାନ୍ୟ ମତଵାଦକୁ ଦୃଢ଼ ଖଣ୍ଡନ କରି କେଉଁ ମତଵାଦର ଦୃଢ଼ଭିତ୍ତି ସ୍ଥାପନ କରିଥିଲେ?
ଉ. ଶୂନ୍ୟଵାଦ

୧୪୯. ତାନ୍ତ୍ରିକ ମତ ଅନୁସାରେ ବ୍ରହ୍ମରନ୍ଧ୍ରର ସ୍ଥାନ କେଉଁଠି? ବ୍ରହ୍ମରନ୍ଧ୍ରରେ କଅଣ ଅଛି?
ଉ. ମସ୍ତିଷ୍କ, ଚୈତନ୍ୟ ବ୍ରହ୍ମ, ଶୂନ୍ୟ

୧୫୦. ସହଜଯାନରେ ଶୂନ୍ୟ କେତେ ଭାଗରେ ଵିଭକ୍ତ? କଅଣ କଅଣ?
ଉ. ଶୂନ୍ୟ, ଅତିଶୂନ୍ୟ, ମହାଶୂନ୍ୟ, ପ୍ରଭାସ୍ଵର ଶୂନ୍ୟ

୧୫୧. ପ୍ରାଣଶକ୍ତିର ମୁଖ୍ୟ ପ୍ରଵାହିକା କିଏ?
ଉ. ସୁଷୁମ୍ନା ନାଡି

୧୫୨. ମଣିଷ ଶରୀରରେ କେତେ ନାଡୀ ଅଛି ବୋଲି ହଂସ ଦୀପିକାରେ ଉଲ୍ଲେଖ ଅଛି?
ଉ. ୭୨,୦୦୦

୧୫୩. ସପ୍ତାଙ୍ଗଯୋଗରେ ଏକମାତ୍ର ଶକ୍ତିଶାଳୀ ନାଡୀ କାହାକୁ କୁହାଯାଇଛି? କେଉଁଠୁ କେଉଁଠିକୁ ଵ୍ୟାପ୍ତ ହୋଇଛି?
ଉ. ସୁଷୁମ୍ନା ନାଡୀ, ଗୁହ୍ୟଠାରୁ ମେରୁଦଣ୍ଡ

୧୫୪. ଶ୍ୱାସପ୍ରକ୍ରିୟାରେ କେତୋଟି ନାଡୀ ଵ୍ୟଵହାର ଅଛି?
ଉ. ୨, ଡାହାଣ ନାସାପୁଡ଼ାରେ ଇଡ଼ା, ବାମ ପିଙ୍ଗଳା

୧୫୫. ସୁଷୁମ୍ନା ନାଡି ଭିତରେ କେଉଁ କେଉଁ ସୂକ୍ଷ୍ମ ନାଡୀ ରହିଛି? ତନ୍ମଧ୍ୟରୁ କେଉଁଟି ଶ୍ରେଷ୍ଠ?
ଉ. ବଜା, ଚିତ୍ରିଣୀ, ବ୍ରହ୍ମ, ବ୍ରହ୍ମ ଶ୍ରେଷ୍ଠ

୧୫୬. ପ୍ରାଣଶକ୍ତି ପ୍ରଥମେ କେଉଁଥିରେ ପ୍ରଵାହିତ ହୁଏ? କେଉଁଠିକୁ ଯାଏ?
ଉ. ସୁଷୁମ୍ନା ନାଡି, ପରେ ଇଡ଼ା ପିଙ୍ଗଳା

୧୫୭. ପ୍ରାଣଶକ୍ତି ସହ ଜ୍ଞାନ ଇଡ଼ା ଓ ପିଙ୍ଗଳାରେ ପ୍ରଵାହିତ ହେଲେ ମଣିଷ ମନରେ କଅଣ ଜାତ ହୁଏ?
ମନବଳ, ବହୁର୍ମୁଖୀ ଓ ଅହମିକ ପୂର୍ଣ୍ଣ ହୋଇ ଅହଂକାର ଜାତ ହୁଏ

୧୫୮. ମଣିଷର କେମିତି ଦିଵ୍ୟଜ୍ଞାନ ପ୍ରାପ୍ତ ହୁଏ ଓ ମନ ସ୍ଥିର ରୁହେ?
ଉ. ପ୍ରାଣଶକ୍ତି ସୁଷୁମ୍ନା ନାଡିରେ ଗତିକଲାଵେଳେ

୧୫୯. ପ୍ରାଣଶକ୍ତିର ଅନ୍ୟନାମ କଅଣ ? ଏହାକୁ ବୌଦ୍ଧ ଶାସ୍ତ୍ରରେ କଣ କୁହାଯାଏ?
ଉ. ମହାକୁଣ୍ଡାଳିନୀ, ମହାମୁଦ୍ରା

୧୬୦. କୁଣ୍ଡାଳିନୀ କେତୋଟି ଚକ୍ରର ସମାହାର?
ଉ. ୬

୧୬୧. ପ୍ରତ୍ୟେକ ଜୀଵର କେତୋଟି ଅଵସ୍ଥା ଥାଏ ? କଅଣ କଅଣ?
ଉ. ୩, ଜାଗ୍ରତ, ଶୁଷୁପ୍ତି, ସ୍ୱପ୍ନ

୧୬୨. ଶିଵସଂହିତାରେ ଇଡ଼ା, ପିଙ୍ଗଳା ଓ ସୁଷୁମ୍ନାକୁ କି ନାମରେ ନାମିତ କରାଯାଇଛି?
ଉ. ଗଙ୍ଗା, ଯମୁନା, ସରସ୍ଵତୀ

୧୬୩. ବୌଦ୍ଧ ବଜ୍ରଯାନ ଓ ସହଜଯାନ ସିଦ୍ଧାଚାର୍ଯ୍ୟଗଣ ଇଡ଼ା, ପିଙ୍ଗଳା ଓ ସୁଷୁମ୍ନାକୁ କଅଣ ବୋଲି କହିଛନ୍ତି? ଆଚାର୍ଯ୍ୟ ଚର୍ଯ୍ୟାଚୟରେ ଏହା ବଦଳରେ କଅଣ ଉଲ୍ଲେଖ ଅଛି?
ଉ. ଲଳନା, ରସନା, ଅଵଧୂତୀ

୧୬୪. ନିଶ୍ୱାସ ପ୍ରଶ୍ୱାସ ସର୍ଵଦା ଗମନକରୁଥିଵାରୁ ଏହାକୁ ହଂସ ବୋଲି କେଉଁଠି କୁହାଯାଇଛି?
ଉ. ରାଧାମୃତ ଗୀତା

୧୬୫. ସିଦ୍ଧଯୋଗୀଙ୍କ ମତରେ ହଂ (ଓହଂ) ଓ ସ (ସୋହଂ) ଅର୍ଥ ଯଥାକ୍ରମେ କଅଣ?
ଉ. ହଂ ପ୍ରଶ୍ୱାସ , ସ ନିଶ୍ୱାସ

୧୬୬. ପ୍ରାଣଵାୟୁକୁ ସୁଷୁମ୍ନା ନାଡୀ ମଧ୍ୟ ଦେଇ ପ୍ରଵାହିତ କରିଵା ସାଧନକୁ ତନ୍ତ୍ରସାହିତ୍ୟରେ କଅଣ କୁହାଯାଏ?
ହଠଯୋଗ

୧୬୭. ରାଧାମୃତ ଗୀତାରେ ଚନ୍ଦ୍ରଙ୍କ ଷୋହଳ କଳାକୁ କଅଣ କୁହାଯାଇଛି?
ଷୋହଳ ଡମ୍ବୁରୁ

୧୬୮. ଓଡ଼ିଶାର ସିଦ୍ଧାଚାର୍ଯ୍ୟଗଣ ଶୂନ୍ୟକୁ ବ୍ରହ୍ମରୂପ ଓ ବ୍ରହ୍ମର ଅଧିଷ୍ଠାନ ବୋଲି ସୂଚିତ କରିଵା ସହି ଶୂନ୍ୟକୁ କେଉଁଠି ସ୍ଥାନିତ କରିଛନ୍ତି?
ଉ. ମୁର୍ଦ୍ଧାପ୍ରଦେଶ

୧୬୯. ଶୂନ୍ୟ ସଂହିତାରେ ଶୂନ୍ୟର ପ୍ରତୀକ କିଏ ବୋଲି କୁହାଯାଇଛି?
ଉ. ହାତପାଦଶୂନ୍ୟ ଜଗନ୍ନାଥ

୧୭୦. ପିଣ୍ଡବ୍ରହ୍ମାଣ୍ଡ ଏକତ୍ୱ ଵା ବ୍ରହ୍ମାଣ୍ଡ ନିଜ ପିଣ୍ଡରେ ଥିଵା କଥା ପ୍ରଥମେ କେଉଁମାନେ ଵର୍ଣ୍ଣନା କଲେ ?
ଉ. ସହଜଯାନ ସିଦ୍ଧମାନେ

୧୭୧. ଦେଵଦେଵୀ ଉପାସନା କେଉଁ ଧର୍ମଦର୍ଶନରେ ନିଷେଧ ଥିଲା?
ଉ. ସହଜଯାନ

୧୭୨. ସହଜଯାନ ଓ ବନ୍ ଧର୍ମର ସମନ୍ବୟରେ କେଉଁ ଧର୍ମ ସ୍ଥାପନ ହେଲା?
ଉ. ଲାମା ଧର୍ମ

୧୭୩.ତିବ୍ବତର ରାଜା ଖ୍ରୀ-ସ-ଦି-ତନାସ ନିଜ ରାଜ୍ୟର ବନ୍ ଧର୍ମରେ ସଂସ୍କାର ଆଣିଵା ପାଇଁ କାହାକୁ ନିମନ୍ତ୍ରଣ କରିଥିଲେ?
ଉ. ପଦ୍ମସମ୍ଭଵ, ମନ୍ଦାରବା

୧୭୪. ନାଥଧର୍ମର ଯୋଗତ୍ବ ମୂଳକ ଗ୍ରନ୍ଥର ନାମ କଅଣ?
ଉ. ହଠଯୋଗ ପ୍ରଦୀପିକା

୧୭୫. କୌଳମାର୍ଗର ପ୍ରଵର୍ତ୍ତକ କିଏ ? ସେ କେଉଁ ଗ୍ରନ୍ଥ ରଚନା କରିଥିଲେ?
ଉ. ମଛିନ୍ଦ୍ରିନାଥ, କୌଳଜ୍ଞାନ ନିର୍ଣ୍ଣୟ

୧୭୬. କୁଳ ଓ ଅକୁଳର ଅର୍ଥ କଅଣ?
ଉ. ଶକ୍ତି, ଶିଵ

୧୭୭. ଅକୁଳ ଵୀରତନ୍ତ୍ର ଗ୍ରନ୍ଥରେ କେତେ ପ୍ରଜାର କୌଳ ମାର୍ଗ ଵିଷୟ ଵର୍ଣ୍ଣିତ? ତାହା କଅଣ?
ଉ. ୨, କୃତକ ଓ ସହଜ

୧୭୮. ଅଜପାଜପ କାହାକୁ କୁହାଯାଇଛି?
ଉ. ନିଶ୍ୱାସପ୍ରଶ୍ୱାସ ନିୟନ୍ତ୍ରଣ ପାଇଁ ମହାମନ୍ତ୍ରର ଜପାକୁ
(ଅଜପା’କୁ ଅଜପା ଗାୟତ୍ରୀ ମଧ୍ୟ କୁହାଯାଏ)

୧୭୯. ସାଧକ ଦିନମଧ୍ୟରେ ଗତି କରୁଥିଵା କେତେ ଶ୍ୱାସପ୍ରଶ୍ୱାସକୁ ଅଜପାଜପ ବୋଲି କହିଥାନ୍ତି?
ଉ. ୨୧୬୦୦ଥର

୧୮୦. ପୁରୀର କେଉଁଠାରେ ଏକପାଦୀ ଭୈରଵ ପୂଜା ପାଉଛନ୍ତି?
ଉ. ସତ୍ୟନାଥୀ ମଠରେ

୧୮୧. କୁଳାର୍ଣ୍ଣ ତନ୍ତ୍ରରେ କେତୋଟି ଆଚାର ଉଲ୍ଳେଖ ରହିଛି?
ଉ. ୭

୧୮୨. ପଞ୍ଚମକାର ଉପାସନା କେଉଁମାନଙ୍କ ମୁଖ୍ୟ ମାର୍ଗ?
ଉ. କାନଫଟା ନାଥଯୋଗୀମାନଙ୍କ

୧୮୩. ପଞ୍ଚକୁଳ କଅଣ?
ଉ. ନର୍ତ୍ତକୀ, ରାଜକୀ, ଡୋମ୍ବୀ, ଚାଣ୍ଡାଳୀ, ବ୍ରାହ୍ମଣୀ

୧୮୪. ବୌଦ୍ଧ ସହଜଯାନ, ତନ୍ତ୍ରଯାନ ଓ ନାଥ ଧର୍ମ ଯୌନଵିଭତ୍ସତା ରୂପନେଇ କଳୁଷିତ ହେଵାର କାରଣ କଅଣ?
ଉ. • ଯୋଗସନର ଉପାୟ, ଶବର, ଶବରୀ, କାପାଳିକ, ଡୋମ୍ବୀ, ବୋଧିଚିତ୍ତ ଓ ନୈରାତ୍ମ୍ୟ ପ୍ରଭୃତି ଵିଭିନ୍ନ ରୂପକାତ୍ମକ ସଙ୍କେତରେ ଵର୍ଣ୍ଣିତ ହୋଇଥିଲା । ଏହା ସାଧାରଣ ସାଧକ ଗୋଷ୍ଠୀଙ୍କ ପକ୍ଷରେ ଦୁର୍ବୋଧ୍ୟ ହେଵାରୁ
• ପଞ୍ଚ ‘ମ’ କାର ଉପାସନା

୧୮୫. ଘଟ ମଧ୍ୟରେ କେତେ ତୀର୍ଥ ଥିଵାର ଗୋରେଖଵାଣୀରେ କୁହାଯାଇଛି?
ଉ. ୬୮ତୀର୍ଥ

୧୮୬. ଗୋରେଖନାଥ ‘ହଂ’ ଓ ‘ସ’କୁ ଯଥାକ୍ରମେ କଅଣ କହିଛନ୍ତି?
ଉ. ବ୍ରହ୍ମା ଓ ଶିଵ

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

 

MAOD 1 ପ୍ରାକ ସାରଳା ସାହିତ୍ଯ BLOCK 2 ଶିଳାଲେଖ ସାହିତ୍ଯ

 

୧. ଖ୍ରୀପୂ ୩ୟରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ କେଉଁ ସାଧନଗୁଡ଼ିକ ଦ୍ୱାରା ଓଡ଼ିଆ ଭାଷାରେ ସାହିତ୍ୟ ରଚନା ହୋଇଛି ?
ଉ. ପଥର ଓ ନିହାଣ, ତାଳପତ୍ର ଓ ଲେଖନୀ

୨. ତାଳପତ୍ରରୁ କେତେ ଵର୍ଷର ଓଡ଼ିଆ ସାହିତ୍ୟ ଦେଖିଵାକୁ ମିଳେ ?
ଉ. ୧୨୦୦ ଵର୍ଷ

୩. ଏବେ ସୁଦ୍ଧା ଅଶୋକଙ୍କ କେତୋଟି ଶିଳାଲେଖ ମିଳିଛି? ସେଥିମଧ୍ୟରୁ ଓଡ଼ିଶାରେ କେତୋଟି ଅଛି ?
ଉ. ୧୫୦ (?) ୩୦ରୁ ଅଧିକ /୩୩ (?), ଓଡ଼ିଶାାରେ ୨ଟି

୪. ଲୁହାର ଆଵିଷ୍କାର କେବେ ହୋଇଥିଲା ?
ଉ. ୩୦୦୦ ଵର୍ଷ ପୂର୍ଵେ / ଖ୍ରୀପୂ ଦଶମ ଶତାବ୍ଦୀ

୫. କଳିଙ୍ଗ ଵଣିକଙ୍କ ଦ୍ୱାରା ରପ୍ତାନୀ ହେଉଥିଵା ଵିଭିନ୍ନ ଦ୍ରଵ୍ୟ, କଳିଙ୍ଗରେ ଉପଲବ୍ଧ ବସ୍ତୁ, ଦାକ୍ଷିଣାତ୍ୟ ପଥ ଵର୍ଣ୍ଣନା ଵିଷୟରେ କେଉଁ ଗ୍ରନ୍ଥରୁ ଜଣାପଡ଼େ ?
ଉ. କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରୁ

୬. ଭାରତଵର୍ଷରେ ମହାଜନପଦ ଆଵିର୍ଭାଵ ଘଟିଵାର ପୂର୍ଵସ୍ତର ଥିଵା ଜନପଦ ମଧ୍ୟରେ କଳିଙ୍ଗର ନାମ ଅଗ୍ରଗଣ୍ୟ ଥିଲା ବୋଲି କେଉଁ ଗ୍ରନ୍ଥରୁ ଜଣାପଡ଼େ?
ଉ. ପାଣିନୀଙ୍କ ଅଷ୍ଟଧ୍ୟାୟୀ ରଚନାରୁ

୭. ଓଡ଼ିଶାର କେଉଁଠାରେ ଅଶୋକଙ୍କ ଶିଳାଲେଖ ଦେଖିଵାକୁ ମିଳେ ?
ଉ. ଭୁଵନେଶ୍ୱରସ୍ଥ ଧଉଳି ଵା ତୋଷାଳୀରେ ଥିଵା ସୁରଭି ପର୍ଵତ ଉପରେ, ସମପା ଵା ଗଞ୍ଜାମ ଅନ୍ତର୍ଗତ ଜଉଗଡ଼ ଖପିଙ୍ଗଳ ପର୍ଵତ ଉପରେ

୮. କଳିଙ୍ଗ ଯୁଦ୍ଧ ଵିଷୟରେ ସୂଚନା ଓ ଅଶୋକଙ୍କ ଅନୁତାପ ଵର୍ଣ୍ଣନା କେତୋଟି ଶିଳାଲେଖରେ ଵର୍ଣ୍ଣିତ ହୋଇଛି ?
ଉ. ୩ଟି (ପାକିସ୍ଥାନର ସାହେବାଜିଗଡ଼ି, ଧଉଳି, ଜଉଗଡ଼)

୯. ଅଭିଷେକର କେଉଁ ଵର୍ଷରେ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ ?
ଉ. ଅଷ୍ଟମ (?)

୧୦. କଳିଙ୍ଗ ଯୁଦ୍ଧରେ କେତେ ଲୋକ ବନ୍ଦୀ ହେଲେ ଓ ମୃତ୍ୟୁଵରଣ କଲେ? ଅନ୍ୟପ୍ରକାରରେ କେତେ ମୃତ୍ୟୁଵରଣ କଲେ?
ଉ. ବନ୍ଦୀ ଦେଢ଼ଲକ୍ଷ, ଏକଲକ୍ଷ ମୃତ୍ୟୁ, ଅନ୍ୟପ୍ରକାରରେ ମୃତ୍ୟ ଏକ ଲକ୍ଷ

୧୧. ଅଶୋକ କଳିଙ୍ଗ ଅଧିକାର ପରେ ଓଡ଼ିଶାର ଶାସନ ଵ୍ୟଵସ୍ଥାକୁ କେତେ ଭାଗରେ ଵିଭକ୍ତି କରିଥିଲେ?
ଉ. ୨ଭାଗ, ତୋଷାଳୀ, ସମପା

୧୨. ଅଶୋକଙ୍କ ଜଉଗଡ଼ ଶିଳାଲେଖ ଅନୁସାରେ କେତେ ଵର୍ଷ ଵ୍ୟଵଧାନରେ ମହାମାତ୍ରମାନଙ୍କୁ ପ୍ରଶାସନିକ ଭ୍ରମଣରେ ପ୍ରେରଣ କଥା ଉଲ୍ଲେଖ ଅଛି ?
ଉ. ୫ଵର୍ଷ

୧୩. ଅଶୋକ ରାଜ୍ୟାରୋହଣର କେତେ ଵର୍ଷ ପରେ ରାଜ୍ୟାଭିଷେକ ହୋଇଥିଲେ ?
ଉ. ୪

୧୪. ସାହେବାଜିଗଡ଼ି ଶିଳାଲେଖ କେଉଁ ଭାଷା ଓ କେଉଁ ଲିପିରେ ଲିଖିତ?
ଉ. ଅରମାଇକ ଭାଷା ଖରୋଷ୍ଠି ଲିପି

୧୫. ଅଶୋକଙ୍କ ସମୟରେ ବୌଦ୍ଧ ଧର୍ମ କେତୋଟି ସଂପ୍ରଦାୟରେ ଵିଭକ୍ତ ହୋଇଥିଲା ?
ଉ. ୧୯ଟି

୧୬. ଅଶୋକ ଅହିଂସା ଧର୍ମ ଗ୍ରହଣ କରି ସୁଦ୍ଧା ଯୁଦ୍ଧ କରି କେଉଁ ଵିଦ୍ରୋହକୁ ଦମନ କରିଥିଲେ?
ଉ. ଖସ୍ୟା ଓ ନେପାଳରେ ଵିଦ୍ରୋହ

୧୮. ଅଶୋକ ବୌଦ୍ଧଧର୍ମାଵଲମ୍ବୀଙ୍କୁ ଆକୃଷ୍ଟ କରିଵାପାଇଁ କେବେ ତୃତୀୟ ବୌଦ୍ଧ ସଙ୍ଘ ଆରମ୍ଭ କରିଥିଲେ ଓ ଶ୍ରୀଲଙ୍କାକୁ ବୌଦ୍ଧ ପ୍ରଚାରକ ମଣ୍ଡଳ ପ୍ରେରଣ କରିଥିଲେ?
ଉ. ଖ୍ରୀ.ପୂ. ୨୫୦

୧୯. ଅଶୋକ କେବେ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଯାତ୍ରା କରି ସେଠାରେ ସ୍ମାରକ ସ୍ତମ୍ଭ ନିର୍ମାଣ କରିଥିଲେ?
ଉ. ଖ୍ରୀ.ପୂ. ୨୪୯

୨୦. ଅଶୋକ କେବେ ପ୍ରଥମ ଓ ଶେଷ ଶିଳାଲେଖ ସ୍ଥାପନ କରିଥିଲେ ?
ଉ. ପ୍ରଥମ – ଖ୍ରୀପୂ ୨୫୯-୫୮, ଶେଷ – ଖ୍ରୀପୂ ୨୪୧

୨୧. ଅଶୋକଙ୍କ ସମୟରେ ଲୋକପ୍ରିୟ ହୋଇଥିଵା ‘ସପ୍ତାଙ୍ଗ ଵିଚାରଧାରା’ କଅଣ ?
ଉ. ରାଜା, ମନ୍ତ୍ରୀ, ମିତ୍ର, କୋଷ (କର), ସେନା, ଦୁର୍ଗ, ଭୂମି ଵା ରାଜ୍ୟ

୨୨. ଆଟବୀକ କିଏ?
ଉ. ଜଙ୍ଗଲୀ କ୍ଷେତ୍ରର ପ୍ରଧାନ ଅଧିକାରୀ

୨୩. ହାତୀଗୁମ୍ଫା ଶିଳାଲେଖ କେତୋଟି ଧାଡ଼ିରେ ଲିଖିତ ହୋଇଛି ?
ଉ. ୧୭ଟି

୨୪. ଖାରଵେଳଙ୍କ ଶିଳାଲେଖକୁ କିଏ କେବେ ପାଠ କରିଵାର ପ୍ରଥମ ପ୍ରୟାସ କରିଥିଲେ ?
ଉ. ଷ୍ଟରଲିଂ ସାହେବ, ୧୮୨୦ ମସିହାରେ

୨୫. କିଏ କେବେ କେଉଁଠାରେ ହାତିଗୁମ୍ଫା ଅଭିଲେଖର ସଂଶୋଧିତ ପାଠ ଉପସ୍ଥାପନ କରି ସର୍ଵ ପ୍ରଥମ ଖାରଵେଳଙ୍କ ନାମ ପ୍ରୟୋଗ କରିଥିଲେ?
ଉ. ଭଗଵାନଲାଲ ଇନ୍ଦ୍ରାଜୀ, ୧୮୮୫, ଵିଏନା (Vienna, Austria)

୨୬. କଳିଙ୍ଗର ପିଥୁଣ୍ଡଠାରେ ଚେର, ଚୋଳ, ପାଣ୍ଡ୍ୟ ନାମକ ତିନି ତାମିଲ ସଙ୍ଘକୁ କିଏ ଦମନ କରିଥିଲେ ?
ଉ. ଖାରଵେଳ

୨୭. ଉରଜାମ ଶିଳାଲେଖ କିଏ କେବେ ଲେଖାଇଥିଲେ ?
ଉ. ଗଙ୍ଗ ଵଂଶର ଶକ୍ତିଶାଳୀ ରାଜା ଅନନ୍ତଵର୍ମନ ୫ମ ବଜ୍ରହସ୍ତଦେଵ ୧୦୫୧ରେ

୨୮. ଉରଜାମ ଶିଳାଲେଖ କେଉଁଠାରୁ ମିଳିଅଛି ?
ଉ. ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଚିକାକୋଲ ଵା ଶ୍ରୀକାକୁଲମ ଜ଼ିଲ୍ଲାର ଉରଜାମ ଗ୍ରାମର ଧବଳେଶ୍ବର ମନ୍ଦିର ସମ୍ମୁଖରୁ

୨୯. ମହାକୋଶଳର ରାଜା କଳଚୁରୀ ରାଜା କର୍ଣ୍ଣଦେଵଙ୍କୁ ପରାସ୍ତ କରି ଅନନ୍ତଵର୍ମନ ପଞ୍ଚମ ବଜ୍ରହସ୍ତଦେଵ କେଉଁ ଉପାଧି ପ୍ରାପ୍ତ ହୋଇଥିଲେ?
ଉ. ତ୍ରିକଳିଙ୍ଗାଧିପତି

୩୦. ଅନନ୍ତଵର୍ମନ ପଞ୍ଚମ ବଜ୍ରହସ୍ତଦେଵ କେଉଁ କେଉଁ ଉପାଧିରେ ଭୂଷିତ ଥିଲେ?
ଉ. ମହାରାଜାଧିରାଜ, ପରମେଶ୍ୱର ଓ ତ୍ରିକଳିଙ୍ଗାଧିପତି

୩୧. ରାଜାଧିରାଜ ପ୍ରଥମ(ଖ୍ରୀଅ ୧୦୪୪-୧୦୫୪)ଙ୍କୁ ପରାସ୍ତ କରି ଅନନ୍ତଵର୍ମନ ପଞ୍ଚମ ବଜ୍ରହସ୍ତଦେଵ କେଉଁ ଉପାଧି ପ୍ରାପ୍ତ ହୋଇଥିଲେ?
ଉ. ମହାରାଜାଧିରାଜ, ପରମେଶ୍ୱର

୩୨. ଲିପିତତ୍ତ୍ୱଵିତ ଡକ୍ଟର କୁଞ୍ଜଵିହାରୀ ତ୍ରିପାଠୀଙ୍କ ମତରେ ଆଧୁନିକ ଓଡ଼ିଆ ଭାଷା ଵହନ କରିଥିଵା ପ୍ରଥମ ଶିଳାଲେଖଟି କଅଣ?
ଉ. ଉରଜାମ ଶିଳାଲେଖ

୩୩. ଜୟଵିଜୟ ଶିଳାଲେଖ କେଉଁ ରାଜାଙ୍କ ସମ୍ବନ୍ଧରେ ସୂଚନା ଦିଏ ? ଏହା କେଉଁ ସମୟର? କେଉଁଠାରେ ଅଛି?
ଉ. କପିଳେନ୍ଦ୍ରଦେଵ, ପଞ୍ଚଦଶ ଶତାବ୍ଦୀର(୧୪୩୬ଖ୍ରୀଅ), ପୁରୀ ଜଗନ୍ନାଥ ମନ୍ଦିରର ଜୟଵିଜୟ ଦ୍ୱାର ବାମ ପାର୍ଶ୍ଵରେ ଅଛି

୩୪. ଶାସନର ପ୍ରାରମ୍ଭିକ କାଳରେ କପିଳେନ୍ଦ୍ର ଉତ୍ତରର ମାଲ୍ଲା ଓ ବଙ୍ଗର ମୁସଲମାନ ନବାବଙ୍କୁ ପରାସ୍ତ କରି କେଉଁ ଉପାଧି ପ୍ରାପ୍ତ କରିଥିଲେ?
ଉ. ଗୌଡ଼େଶ୍ୱର ଉପାଧି

୩୫. କପିଳେନ୍ଦ୍ରଦେଵଙ୍କ ଦୁଇ ପୁତ୍ରଙ୍କ ନାମ କଅଣ?
ହମ୍ମୀରଦେଵ (ତେଲେଙ୍ଗା ପତ୍ନୀଙ୍କ ଔରସରୁ), ପୁରୁଷୋତ୍ତମଦେଵ (ଓଡ଼ିଆ ପତ୍ନୀଙ୍କ ଔରସରୁ)

୩୬. ପୁରୁଷୋତ୍ତମ ଦେଵଙ୍କ ଦୁର୍ବଳ ନେତୃତ୍ୱ ଯୋଗୁଁ ବଙ୍ଗ ନବାବ କେଉଁ ଦୁର୍ଗ ଅଧିକାର କଲେ?
ଉ. ଉତ୍ତରର ମନ୍ଦାରନ ଦୁର୍ଗ

୩୭. ଓଡ଼ିଆ ଭାଷାର ନାମକରଣ କିଏ କରିଥିଲେ ? କାହିଁକି ?
ଉ. ଗଙ୍ଗଵଂଶୀ, ଖାରଵେଳଙ୍କ ପାଲି ଵା ପଲ୍ଲୀ ଭାଷା ଉଡ୍ର – ଓଡ୍ଡିୟାନ ପୀଠ ଦେଇ ଏହା କ୍ରମଵିକଶିତ ଅଵସ୍ଥାରେ ପହଞ୍ଚି ସାଧାରଣ ଜନତାଙ୍କୁ ଅଦ୍ଭୂତପୂର୍ଵ ଭାଵେ ପ୍ରଭାଵିତ କରିଥିଵାରୁ

୩୮. ୧୫ଶ ଶତକରେ ଏସିଆ ମହାଦେଶର ଵୃହତ୍ତମ ଗ୍ରନ୍ଥ ଭାଵେ କାହାର ଖ୍ୟାତି ଥିଲା ?
ଉ. ସାରଳା ଦାସଙ୍କ ଓଡ଼ିଆ ମହାଭାରତ

୩୯. ସାରଳା ଦାସ ମହାଭାରତ ବ୍ୟତୀତ କି କି ଗ୍ରନ୍ଥ ରଚନା କରିଥିଲେ?
ଉ. ଵିଚିତ୍ର ରାମାୟଣ, ଦେଵୀ ଭାଗଵତ ଵା ଚଣ୍ଡୀପୁରାଣ

୪୦. କପିଳେନ୍ଦ୍ରଦେଵଙ୍କ ସମୟରେ ଓଡ଼ିଶାର ରାଜନୀତିକ ସୀମା କେଉଁଠୁ କେଉଁ ପର୍ଯ୍ୟନ୍ତ ପରିଵ୍ୟାପ୍ତ ଥିଲା?
ଉ. ଉତ୍ତରର ଗଙ୍ଗାନଦୀଠାରୁ ଦକ୍ଷିଣରେ କୃଷ୍ଣାନଦୀ ପର୍ଯ୍ୟନ୍ତ

୪୧. ସାରଳାଙ୍କ ମତରେ ସବୁଠାରୁ ଶ୍ରେଷ୍ଠ ଦାନ କଅଣ?
ଉ.ଅନ୍ନଦାନ

୪୨. କପିଳେନ୍ଦ୍ରଦେଵ ଲୁଣ ଉପରୁ କଉଡ଼ି ଛାଡ଼ କରି ମୁକ୍ତ ଵିତରଣ ଵ୍ୟଵସ୍ଥା ଲାଗୁକରିଥିଵାର କେଉଁ ଶିଳାଲେଖରୁ ଜଣାପଡ଼େ?
ଉ. ଜୟଵିଜୟ ଶିଳାଲେଖ

୪୩. ଜୟଵିଜୟ ଶିଳାଲେଖ କେଉଁ ଲିପିରେ ଲିଖିତ?
ଉ. ପ୍ରାଚୀନ ଓଡ଼ିଆ ଲିପି

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

 

MAOD 1 ସାହିତ୍ଯ BLOCK 3 ପ୍ରାକ୍ ସାରଳା ସାହିତ୍ଯ

 

୧. ସର୍ଵପ୍ରାଚୀନ ଚଉତିଶା ସାହିତ୍ୟ ଭାଵରେ କେଉଁଟି ଚିହ୍ନିତ ହୋଇଛି?
ଉ. କଳସା ଚଉତିଶା

୨. ବୌଦ୍ଧ ଆଚାର୍ଯ୍ୟଗଣ ବୌଦ୍ଧ ମତଵାଦକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇଵାପାଇଁ କେଉଁ ପଦ୍ଧତି ଅନୁସରଣ କରି ଚର୍ଯ୍ୟାକଵିତା ରଚନା କରିଥିଲେ ?
ଉ. ତାନ୍ତ୍ରିକ ସନ୍ଧା ଭାଷା ପଦ୍ଧତି

୩. ଗୌତମ ବୁଦ୍ଧଙ୍କ ସମୟରୁ ଓଡ଼ିଶା ମାଟିରେ ପ୍ରଚଳିତ ବୌଦ୍ଧଧର୍ମ କେତୋଟି ପର୍ଯ୍ୟାୟରେ ଓଡ଼ିଆ ଜାତି ଓ ସମାଜକୁ ପ୍ରଭାଵିତ କରିଛି? ମାଧ୍ୟମମାନେ କିଏ?
ଉ. ୪ଟି ପର୍ଯ୍ୟାୟ, ପ୍ରଥମ ତପସୁ ଓ ଭଲ୍ଲିକ ମାଧ୍ୟମରେ, ଦ୍ଵିତୀୟ ଅଶୋକଙ୍କ ଦ୍ୱାରା, ତୃତୀୟ କନିଷ୍କଙ୍କ ଦ୍ୱାରା, ଚତୁର୍ଥ ଆଚାର୍ଯ୍ୟ ଜୟସେନଙ୍କ ଦ୍ୱାରା

୪. ଚତୁଃଶତକ ଗ୍ରନ୍ଥ କିଏ ରଚନା କରିଥିଲେ?
ଉ. ଆର୍ଯ୍ୟଦେଵ

୫. ୪ର୍ଥ ଶତାବ୍ଦୀରେ କିଏ ଧଉଳିଠାରେ ବୌଦ୍ଧ ଵିହାର ସ୍ଥାପନ କରି ବୌଦ୍ଧଧର୍ମାଚାର ଶିକ୍ଷା ଦେଉଥିଲେ ?
ଉ. ଆଚାର୍ଯ୍ୟ ସର୍ଵଗ୍ରାମୀନ

୬. କେବେ ବୌଦ୍ଧ ଧର୍ମ ଦୁଇ ଭାଗରେ ଵିଭକ୍ତ ହୋଇ ହୀନଯାନ ଓ ମହାଯାନରେ ପରିଣତ ହେଲା ?
ଉ.  ୪ର୍ଥ ଶତାବ୍ଦୀରେ

୭. ମହାଯାନପନ୍ଥୀଙ୍କ ପ୍ରଥମ ପ୍ରଵର୍ତ୍ତକ କିଏ ? ସେ କେଉଁ ଅଞ୍ଚଳର ପଣ୍ଡିତ ଥିଲେ?
ଉ. ନାଗାର୍ଜୁନ, ଵିଦର୍ଭ

୮. ଵିଜ୍ଞାନଵାଦ ଦର୍ଶନର ପ୍ରଵର୍ତ୍ତକ କିଏ?
ଉ. ମୈତ୍ରେୟନାଥ (ଖ୍ରୀଅ୨୭୦-୩୫୦)

୯. ମହାଯାନ ସମ୍ପ୍ରଦାୟର ଆଚାର୍ଯ୍ୟଙ୍କ ନାମ ଲେଖ :
ଉ. ନାଗାର୍ଜୁନ, ଆର୍ଯ୍ୟଦେଵ, ମୈତ୍ରେୟନାଥ, ଅସଙ୍ଗ, ବସୁବନ୍ଧୁ ଓ ଦିଙ୍ ନାଗାଚାର୍ଯ୍ୟ

୧୦. ଓଡ଼ିଶାରେ ହୀନଯାନପନ୍ଥୀଙ୍କ ତୀର୍ଥସ୍ଥଳ / ପ୍ରସିଦ୍ଧ ଧର୍ମକ୍ଷେତ୍ର କଅଣ ଥିଲା?
ଉ. ଦନ୍ତପୁର

୧୧. ବୁଦ୍ଧଙ୍କ ପରିନିର୍ଵାଣ ପରେ ପଵିତ୍ର ଦନ୍ତଧାତୁ କିଏ କାହାକୁ ପ୍ରଦାନ କରିଥିଲେ ?
ଉ. ଥେରାକ୍ଷମ ଦେଇଥିଲେ କଳିଙ୍ଗରାଜା ବ୍ରହ୍ମଦତ୍ତଙ୍କୁ

୧୨. ଜୈନଧର୍ମର କେଉଁ ରାଜା ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ?
ଉ. ରାଜା ପଣ୍ଡୁ

୧୩. ରାଜା ଗୁହ୍ୟଶିଵ କାହାଦ୍ୱାରା ପରାସ୍ତ ହୋଇଥିଲେ?
ଉ. କ୍ଷୀରଧାର ରାଜା

୧୪. ରାଜା ଗୁହ୍ୟଶିଵ କାହାଙ୍କର ହାତରେ ଦନ୍ତଧାତୁକୁ ସିଂହଳ ପଠାଇଦେଇଥିଲେ ?
ଉ. କନ୍ୟା ହେମମାଳା ଓ ଜାମାତା ଦନ୍ତକୁମର

୧୫. ରାଜା ଗୁହ୍ୟଶିଵଙ୍କ ସିଂହଳ ବନ୍ଧୁ କିଏ ଥିଲେ?
ଉ. ରାଜା ମହାସେନ (ଖ୍ରୀଅ ୨୭୭-୩୦୪)

୧୬. ବୋଧିଶ୍ରୀଙ୍କ ଦ୍ୱାରା ପୁଷ୍ପଗିରିଠାରେ କେତୋଟି ଶୈଳ ମଣ୍ଡପ ନିର୍ମାଣ କରାଯାଇଥିଲା ? କେଉଁ ଅଭିଲେଖରୁ ଜଣାପଡ଼େ ?
ଉ. ୩ଟି, ନାଗାର୍ଜୁନକୋଣ୍ଡା

୧୭. ଆଚାର୍ଯ୍ୟ ଶୀଳଭଦ୍ର ନାଳନ୍ଦା ପଣ୍ଡିତ ମଣ୍ଡଳୀର ଅନୁମୋଦନକ୍ରମେ କେତେଜଣ ଶାସ୍ତ୍ରଜ୍ଞଙ୍କୁ ଉଡ୍ରଦେଶ ପଠାଇଵାକୁ ସ୍ଥିର କରିଥିଲେ? ସେମାନେ କିଏ?
ଉ. ୪, ସାଗରମତି, ପ୍ରାଜ୍ଞରଶ୍ମି, ସିଂହରଶ୍ମି, ହୁଏନସାଂ

୧୮. ଓଡ଼ିଶାର ମହାଯାନୀ ଆଚାର୍ଯ୍ୟ ଅଭାଵ ଅନୁଭଵ କରି ହର୍ଷଵର୍ଦ୍ଧନ କାହାକୁ ଓଡ଼ିଶାରେ ବସଵାସପାଇଁ ଅନୁରୋଧ କରିଥିଲେ?
ଉ. ଆଚାର୍ଯ୍ୟ ଜୟସେନଙ୍କୁ

୧୯. କାଳଚକ୍ରର ରଚୟିତା କିଏ?
ଉ. ଆଚାର୍ଯ୍ୟ ପିତୋପାଦ

୨୦. ବୌଦ୍ଧ ତାନ୍ତ୍ରିକ ସାଧନାର ଚାରି ପୀଠର ନାମ କଅଣ? ବୌଦ୍ଧ ତାନ୍ତ୍ରିକ ମତଵାଦ ପ୍ରଥମେ କେଉଁଠାରୁ ସୃଷ୍ଟିହୋଇଥିଲା ?
ଉ. ଓଡ଼ିୟାନ, ପୂର୍ଣ୍ଣଗିରି, କାମାକ୍ଷା, ସିରହଟ,
ଓଡ଼ିୟାନରୁ

୨୧. ଅଷ୍ଟମ ଶତାବ୍ଦୀରେ ସମ୍ବଳକ/ସମ୍ବଲପୁରର ରାଜା କିଏ ଥିଲେ?
ଉ. ଇନ୍ଦ୍ରଭୂତି

୨୨. ଉଡ୍ଡିୟାନ ତନ୍ତ୍ରର ନିର୍ମାତା କାହାକୁ କୁହାଯାଉଛି ?
ଉ. ଇନ୍ଦ୍ରଭୂତିଙ୍କ ଉପାସ୍ୟ ଦେଵତା କୁରୁକୁଲ୍ଲୁ

୨୩. ଜ୍ଞାନସିଦ୍ଧି ଗ୍ରନ୍ଥ କିଏ ରଚନା କରିଥିଲେ?
ଉ. ଇନ୍ଦ୍ରଭୂତି

୨୪. ଇନ୍ଦ୍ରଭୂତି ମହାଯାନ ବୌଦ୍ଧ ଧର୍ମର ତନ୍ତ୍ରଯାନରେ ସଂସ୍କାର ଆଣି ତାହାକୁ କଅଣ ରୂପେ ପ୍ରଚଳନ କରିଥିଲେ ?
ଉ. ବଜ୍ରଯାନ

୨୫. ତାନ୍ତ୍ରିକ ବୌଦ୍ଧଧର୍ମର ଦୁଇ ଶାଖା କଅଣ?
ଉ. ବଜ୍ରଯାନ ଓ ସହଜଯାନ

୨୬. ପ୍ରଜ୍ଞୋପାୟଵିନିଶ୍ଚୟସିଦ୍ଧି ଗ୍ରନ୍ଥର ରଚୟିତା କିଏ?
ଉ. ଅନଙ୍ଗବ୍ରଜ

୨୭. କେଉଁ ବୌଦ୍ଧଗ୍ରନ୍ଥରେ ବୁଦ୍ଧଙ୍କୁ ଜଗନ୍ନାଥ ରୂପରେ ଵର୍ଣ୍ଣନା ହୋଇଛି ?
ଉ. ଜ୍ଞାନସିଦ୍ଧି, ପ୍ରଜ୍ଞୋପାୟଵିନିଚୟସିଦ୍ଧି

୨୮. ଇନ୍ଦ୍ରଭୂତିଙ୍କ ଭଉଣୀଙ୍କର ନାମ କଅଣ?
ଉ. ଲକ୍ଷ୍ମୀଙ୍କରା

୨୯. ଇନ୍ଦ୍ରଭୂତିଙ୍କର ପାଳିତ ପୁତ୍ରଙ୍କ ନାମ କଅଣ? ସେ କାହାକୁ ଵିଵାହ କରିଥିଲେ ?
ଉ. ପଦ୍ମସମ୍ଭଵ, କେନ୍ଦୁଝରର ରାଜକୁମାରୀ ମନ୍ଦାରବା

୩୦. ଲକ୍ଷ୍ମୀଙ୍କରା ବଜ୍ରଯାନରେ ସିଦ୍ଧିଲାଭ କରିସାରିଵା ପରେ କେଉଁ ଧର୍ମତତ୍ତ୍ୱ ପ୍ରଚାର କରିଥିଲେ ?
ଉ. ସହଜଯାନ

୩୧. ଅଦ୍ବୟସିଦ୍ଧି ଗ୍ରନ୍ଥର ରଚୟିତା କିଏ?
ଉ. ଲକ୍ଷ୍ମୀଙ୍କରା

୩୨. ତତ୍ତ୍ୱ ସଂଗ୍ରହ, ବାଦନ୍ୟାୟ ଵୃତ୍ତିଵିପଞ୍ଚିତାର୍ଥ, ମଧ୍ୟାତ୍ମିକାଳଙ୍କାର କାରିକା ଗ୍ରନ୍ଥର ରଚୟିତା କିଏ?
ଉ. ଶାନ୍ତିରଖିତ

୩୩. ବୌଦ୍ଧଗାନ ଓ ଦୋହାରେ କେତୋଟି କଵିତା ଅନ୍ତର୍ଭୁକ୍ତ ଅଛି ?
ଉ.  ୫୦ଟି

୩୪. ଆଶ୍ଚର୍ଯ୍ୟଚର୍ଯ୍ୟାଚୟ ଗ୍ରନ୍ଥରେ କେତେ ଜଣ ବଜ୍ରଯାନ ଓ ସହଜଯାନ ସିଦ୍ଧାଚାର୍ଯ୍ୟଙ୍କର କେତୋଟି କଵିତା ଅଛି?
ଉ. ୨୩,୪୬

୩୫. ସାନ ସରହପାଦ ଆଖ୍ୟା କାହାଙ୍କୁ ଦିଆଯାଇଛି?
ଉ. ଶବର ଵା ଶବରୀପାଦ

୩୬. କେଉଁମାନେ ଆଦି ସିଦ୍ଧାଚାର୍ଯ୍ୟ ସରହପାଦଙ୍କ ଶିଷ୍ୟ ଅଟନ୍ତି?
ଉ. ବୁଦ୍ଧଜ୍ଞାନ, ନାଗାର୍ଜୁନ, ଶବରୀପାଦ

୩୭. ବଜ୍ରଯୋଗିନୀ ସାଧନ କିଏ ରଚନା କରିଥିଲେ?
ଉ. ଶବରୀପାଦ

୩୮. ଚର୍ଯ୍ୟାଚର୍ଯ୍ୟ ଵିନିଶ୍ଚୟର ୨୮, ୫୦ କ୍ରମାଙ୍କ କଵିତା କାହାଙ୍କ ଦ୍ୱାରା ରଚିତ ?
ଉ. ଶବରିପାଦ

୩୯. ତିବ୍ବତ କିମ୍ବଦନ୍ତୀ ଅନୁସାରେ ଆଦିସିଦ୍ଧ ଭାଵେ କିଏ ପରିଚିତ ଥିଲେ?
ଉ. ଲୁଇପା

୪୦. ଲୁଇପାଦ କାହାଠାରୁ ଦୀକ୍ଷା ଗ୍ରହଣ କରିଥିଲେ?
ଉ. ଶବରିପାଦଙ୍କଠାରୁ

୪୧. ଲୁଇପାଦ ଜାତି ଓ ଵୃତ୍ତିରେ କଅଣ ଥିଲେ ?
ଉ. କେଉଟ, ଲେଖକ

୪୨. ଲୁଇପାଦ କେଉଁଠାରେ ତପସ୍ୟା କରି ମହାମୁଦ୍ରାସିଦ୍ଧି ଲାଭକରିଥିଲେ?
ଉ. ନିର୍ଜନ ଗଙ୍ଗାନଦୀ କୂଳରେ

୪୩. ଅଭିସମଵିଭଙ୍ଗ କିଏ ରଚନା କରିଥିଲେ ?
ଉ. ଲୁଇପାଦ

୪୪. ଲୁଇପାଦଙ୍କର କଵିତା ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟର କେଉଁ କ୍ରମାଙ୍କରେ ଅଛି?
ଉ. ୧, ୨୯

୪୫. ଲୁଇପାଦ ରାଜା ସାମନ୍ତଶୁଭ ଓ ମନ୍ତ୍ରୀଙ୍କୁ ବୌଦ୍ଧଧର୍ମରର ଦୀକ୍ଷିତ କରାଇ କି ନାମକରଣ କରିଥିଲେ?
ଉ. ରାଜାଙ୍କୁ ଦାରିକ, ମନ୍ତ୍ରୀଙ୍କୁ ଢିଙ୍କି

୪୬. ଶୁନ୍ୟସଂହିତାରେ ଲୁଇଦାସଙ୍କ ମଠ କେଉଁଠାରେ ଅଵସ୍ଥିତ ବୋଲି ଵର୍ଣ୍ଣିତ ହୋଇଛି?
ଉ. ପ୍ରାଚୀନଦୀକୂଳରେ

୪୭. ଓଡ଼ିଶାର କେଉଁ ଅଞ୍ଚଳରେ ଲୁଇପାଙ୍କ ପୂଜା କରାଯାଉଛି?
ଉ. ମୟୁରଭଞ୍ଜ

୪୮. ଗୁପ୍ତଗୀତାର ରଚୟିତା କିଏ?
ଉ. ଶିଶୁ ଅନନ୍ତଦାସ

୪୯. ଲୁଇର ତିବ୍ବତୀୟ ଅର୍ଥ କଅଣ?
ଉ. ମତ୍ସ୍ୟୋଦର / ମତ୍ସ୍ୟୋନ୍ମାଦ ଵା ମୀନନାଥ

୫୦. ଲୁଇପାଦ କାହା ଉପରେ ବସି ଧ୍ୟାନରେ ଶୁନ୍ୟତତ୍ତ୍ୱ ଉପଲବ୍ଧି କରିଛନ୍ତି ବୋଲି କହିଛନ୍ତି ?
ଉ. ସୂର୍ଯ୍ୟ ଚନ୍ଦ୍ର ନାମକ ଦୁଇଟି ପିଣ୍ଡି

୫୧. ଲୁଇପାଦ କିପରି ଶୂନ୍ୟତାକୁ ଅନୁଭଵ କରିଛନ୍ତି?
ଉ. ଇଡ଼ାପିଙ୍ଗଳା ନାଡୀ଼ର ପଵନ ରୋଧକରି ସୁଷୁମ୍ନାରେ ଚାଳିତ କରି

୫୨. କାହ୍ନୁପାଦ କେଉଁ କୁଳରେ ଜାତ ହୋଇଥିଲେ ?
ଉ. ବ୍ରାହ୍ମଣ କୁଳରେ

୫୩. ଚର୍ଯ୍ୟାଚର୍ଯ୍ୟ ଵିନିଶ୍ଚୟରେ ସର୍ଵାଧିକ କଵିତାକୃତି କାହାର ଅଛି ? କେତୋଟି ?
ଉ. କାହ୍ନୁପାଦଙ୍କର, ୧୨ଟି

୫୪. ହରପ୍ରସାଦ ଶାସ୍ତ୍ରୀଙ୍କ ମତରେ କାହ୍ନୁପାଦ କେତୋଟି ଗ୍ରନ୍ଥ ରଚନା କରିଛନ୍ତି ?
ଉ. ୫୭ଟି

୫୫. ସିଦ୍ଧ ପରମ୍ପରାରେ କିଏ ଵୀଣା ସାହାଯ୍ୟରେ ଆପଣା ରଚିତ ପଦଗୁଡ଼ିକୁ ଗାନ କରୁଥିଲେ?
ଉ. ସିଦ୍ଧ ‘ଵୀଣାପା’

୫୬. ‘ସଙ୍ଗୀତ ରତ୍ନାକର’ର ରଚୟିତା କିଏ?
ଉ. ଶାନ୍ତିଦେଵ

୫୭. ବଜ୍ରଯାନ ଓ ଵୈଷ୍ଣଵ ଧର୍ମ ମିଶ୍ରଣରେ ଓଡ଼ିଶାରେ କେଉଁ ନୂଆ ଧର୍ମ ଆଵିର୍ଭାଵ ହେଲା ?
ଉ. ଜଗନ୍ନାଥ ଧର୍ମ

୫୮. ସିସୁଵେଦର ପଦସଂଖ୍ୟା କେତେ?
ଉ. ୨୫

୫୯. ସାରଳା ମହାଭାରତରେ ସିସୁଵେଦକୁ କି ନାମରେ ଉଲ୍ଲେଖ କରାଯାଇଛି?
ଉ. ଶିଶୁମୁନି ଵା ଶିଷୁମ୍ନା ଵେଦ (ଶିଷୁମ୍ନା ନାଡୀରେ ଯୋଗ ସାଧନା ସମ୍ବନ୍ଧୀୟ ଵେଦ)

୬୦. ଵିଷ୍ଣୁଗର୍ଭ ପୁରାଣ କିଏ ରଚନା କରିଛନ୍ତି?
ଉ. ଚୈତନ୍ୟ ଦାସ

୬୧. ସିସୁଵେଦକୁ ଶିଶୁବୋଧ ଭାଵରେ କେଉଁଠି ଵର୍ଣ୍ଣିତ ହୋଇଛି ?
ଉ. ତତ୍ତ୍ୱସାର ଟୀକା ସିଦ୍ଧାନ୍ତ ଚନ୍ଦ୍ରିକା ଗ୍ରନ୍ଥରେ

୬୨. ଯୋଗଭିତ୍ତିକ ନାଥଧର୍ମର ପ୍ରଥମ ଗ୍ରନ୍ଥ କଅଣ?
ଉ. ସିସୁଵେଦ

୬୩. ସିସୁର ଅର୍ଥ କଅଣ?
ଉ. ସୁଷୁମ୍ନା

୬୪. ସିସୁବେଦର ରଚୟିତା କିଏ ବୋଲି ଅନୁମାନ କରାଯାଏ? ଏହାର ରଚନା କାଳ କେତେ?
ଉ. ଗୋରଖନାଥ ? (୧୦-୧୨ଶ ଶତାବ୍ଦୀ), ଡକ୍ଟର ଵଂଶୀଧର ମହାନ୍ତିଙ୍କ ମତରେ ଚତୁର୍ଦ୍ଦଶ ଶତାବ୍ଦୀ

୬୫. ‘କ’ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଓଡ଼ିଆ ଵର୍ଣ୍ଣମାଳାର ୩୪ଟି ଵ୍ୟଞ୍ଜନ ଅକ୍ଷରକୁ ପ୍ରତ୍ୟେକ ପଦ ଵା ପାଦର ଆଦ୍ୟରେ ଵିନ୍ୟାସ କରି ଯେଉଁ ଗୀତିକଵିତା ରଚନା କରାଯାଏ ତାହାକୁ କଅଣ କୁହାଯାଏ?
ଉ. ଚଉତିଶା

୬୬. ମେଷଯୁଦ୍ଧ ଚଉତିଶାର ଵୈଶିଷ୍ଟ୍ୟ କଅଣ?
ଏଥିରେ କ, କ୍ଷ, ଖ, ହ କ୍ରମରେ ଵର୍ଣ୍ଣ ଵିନ୍ୟାସ କରାଯାଇଥାଏ ।

୬୭. ସବୁଠୁ ଲୋକପ୍ରିୟ ଚଉତିଶା କେଉଁଟି, ଏହାକୁ କିଏ ରଚନା କରିଥିଲେ?
କଳସା, ବଚ୍ଛା ଦାସ

୬୮. ସାରଳାଦାସଙ୍କ ମହାଭାରତଠାରୁ କଳସା ଚଉତିଶା ଅଧିକ ଵୟସ୍କ ବୋଲି କେଉଁଠି ଉଲ୍ଲେଖ ଅଛି?
ଉ. ଚଉତିଶା ମଧୁଚକ୍ରରେ

୬୯. କଳସା କେଉଁ ସମୟର ନିର୍ଦ୍ଧାରଣ କରାଯାଇଛି?
ଚତୁର୍ଦ୍ଦଶ ଶତାବ୍ଦୀର

୭୦. କଳସା ଚଉତିଶାରେ କେଉଁ ଯାବନିକ ଶବ୍ଦ ଵ୍ୟଵହୃତ ହୋଇଛି ? ଏହାର ଅର୍ଥ କଅଣ?
ଫରମାଣ – ଅର୍ଥ ରାଜାଦେଶ ଓ ଫରସେ – ଅର୍ଥ ଭୃତ୍ୟ ଯିଏ ଗାଳିଚା ବିଛାଏ, ଚୌକି ଟେବୁଲ ସଜାଡ଼ି ରଖେ

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

 

MAOD 1 ପ୍ରାକ ସାରଳା ସାହିତ୍ଯ BLOCK 4 ଭାଷତାତ୍ତ୍ଵିକ ଅଧ୍ୟୟନ

 

୧. ଲିଖନକଳା କେଉଁଥିରୁ ସୃଷ୍ଟି ହୋଇଛି?
ଉ. ଗୁମ୍ଫାଚିତ୍ରରୁ

୨. ଓଡ଼ିଶାରୁ ଏଯାଵତ ସମୁଦାୟ କେତୋଟି ଗୁମ୍ଫାରୁ ଚିତ୍ର ଓ ଚିତ୍ରଲିପି ଆଵିଷ୍କୃତ ହୋଇଛି?
ଉ. ୫୫ଟି, ୫୭୭୫ଟି

୩. ଯୋଗୀମଠ ଚିତ୍ରଲିପିରେ କେଉଁ ତିନୋଟି ଅକ୍ଷର ଲିପିବଦ୍ଧ ଅଛି?
ଉ. ଗଇଠ

୪. ଯୋଗୀମଠ ଚିତ୍ରଲିପିର ସମୟ କାଳ କେତେ ବୋଲି ନିର୍ଦ୍ଧାରଣ କରାଯାଇଛି ?
ଉ. ଖ୍ରୀପୂ ୧୦,୦୦୦ ଵର୍ଷ

୫. ଵିକ୍ରମଖୋଲ ଶିଳାଲିପି କେଉଁଠାରେ ଅଵସ୍ଥିତ ?
ସୁନ୍ଦରଗଡ଼

୬. ଗୁଡ଼ହାଣ୍ଡି ଶିଳାଲିପି କେଉଁଠାରେ ଅଵସ୍ଥିତ ?
କଳାହାଣ୍ଡି ଅନ୍ତର୍ଗତ ଗୁଡ଼ହାଣ୍ଡି ପାହାଡ଼ ଗୁମ୍ଫାରେ

୭. ଯୋଗୀମଠ ଶିଳାଲିପି କେଉଁଠାରେ ଅଵସ୍ଥିତ?
ନୂଆପଡ଼ା ଜ଼ିଲ୍ଲାର ଖଡ଼ିଆଳ ନିକଟସ୍ଥ ଯୋଗୀମଠ ପାହାଡ଼ ଗୁମ୍ଫାରେ

୮. ଵିକ୍ରମଖୋଲ ଶିଳାଲିପି କେଉଁ ସମୟର ବୋଲି ନିର୍ଦ୍ଧାରଣ ହୋଇଛି?
ଖ୍ରୀପୂ ୧୫୦୦ (କେପି ଜୟସ୍ୱାଲଙ୍କ ମତ)

୯. ଓଡ଼ିଆ ଵ୍ୟାକରଣର ସାଧୁ ସଂସ୍କୃତ ଵ୍ୟାକରଣଠାରୁ ପୁରାତନ, ଵୈଦିକ ସଂସ୍କୃତ ସମ, ଓଡ଼ିଆ କ୍ରିୟା ଯୁକ୍ତିଯୁକ୍ତ ଭାଵେ ନିୟମାବଦ୍ଧ, ବୋଲି କିଏ ପୁରୀ ଗେଜେଟିୟରରେ ଯୁକ୍ତି ବାଢ଼ିଛନ୍ତି?
ଉ. L. S. S. O’Malley

୧୦. ପ୍ରାକୃତରୁ ପ୍ରତ୍ୟେକ ଭାଷା ସୃଷ୍ଟି ହୋଇ ପୁନର୍ବାର ତହିଁରେ ଵିଲୀନ ହୋଇଥାଏ ବୋଲି କେଉଁଠି ଉଲ୍ଲେଖ ହୋଇଛି ?
ଉ. ଗଣ୍ଡେବହେ

୧୧. “ପ୍ରାକୃତ ଭାଷା ସ୍ତ୍ରୀ ପରି ସୁକୁମାର ଓ ସୁନ୍ଦର ଏବଂ ସଂସ୍କୃତ ପୁରୁଷ ପରି କଠୋର” – କିଏ କହିଛନ୍ତି?
ଉ. ରାଜଶେଖର

୧୨. “ପ୍ରାକୃତ ଭାଷାର ମୂଳ ହେଉଛି ଜନସାଧାରଣଙ୍କ ଭାଷା” – କିଏ କହିଛନ୍ତି?
ଉ. ନମିସାଧୁ

୧୩. ପ୍ରାକୃତ ଗଣଭାଷା ସଂସ୍କୃତରୁ ସୃଷ୍ଟି ନୁହେଁ ବୋଲି କିଏ ମତ ଦେଇଛନ୍ତି?
ଉ. ଡ କାତ୍ରେ

୧୪. ଭାଗଵତ କେଉଁ ଭାଷାରେ ରଚିତ ବୋଲି ସ୍ରଷ୍ଟା ଜଗନ୍ନାଥ ଦାସ ଉଲ୍ଲେଖ କରିଛନ୍ତି ?
ଉ. ‘ପ୍ରାକୃତ ବନ୍ଧେ ଭାଗଵତ’

୧୫. ସଂସ୍କୃତ ଅପେକ୍ଷା ପ୍ରାକୃତ ହେଉଛି ଓଡ଼ିଆ ଭାଷାର ମୂଳ ବିନ୍ଦୁ – ଏକଥା କିଏ କେଉଁଠି ଉଲ୍ଲେଖ କରିଛନ୍ତି ?
ଉ. ଯଶୋଵନ୍ତ ଦାସ ଶିଵସ୍ଵରଦ୍ଵେୟ ଗ୍ରନ୍ଥରେ

୧୬. ପ୍ରାକୃତର ପରିଷ୍କୃତ ଭାଷା କଅଣ?
ଉ. ଛନ୍ଦସ

୧୭. ପ୍ରାଚ୍ୟ ,ଉଦୀଚ୍ୟ, ପ୍ରତୀଚ୍ୟ ପ୍ରଭୃତି ଅଞ୍ଚଳରେ ଏକ ସମୟରେ ଉ. ଵିଭିନ୍ନ ଭାଷା ପ୍ରଚଳିତ ଥିଲା ବୋଲି କିଏ ଉଲ୍ଲେଖ କରିଛନ୍ତି ? ପାଣିନୀ

୧୮. ସଂସ୍କୃତ ଶବ୍ଦାର୍ଥରୁ ପ୍ରତୀତ ହୁଏଯେ, ସଂସ୍କୃତ କଦାପି କୁତ୍ରାପି ଆଦିମ କଥିତ ଭାଷା ନଥିଲା । ପ୍ରାକୃତ ଭାଷା ହିଁ ସର୍ଵଦା କଥିତ ଭାଷା ଥିଲା । – ଏକଥା କିଏ କେଉଁଠି ଉଲ୍ଲେଖ କରିଛନ୍ତି ?
ଉ. ପଣ୍ଡିତ ନୀଳକଣ୍ଠ ଦାସ ଓଡ଼ିଆ ଭାଷା ଓ ସାହିତ୍ୟ ଗ୍ରନ୍ଥରେ

୧୯. ସର୍ଵଭାରତୀୟସ୍ତରରେ ଵୈଷ୍ଣଵ ଧର୍ମର ପ୍ରଚାର ପ୍ରସାର ସହିତ କେଉଁ ଭାଷାର ପ୍ରସାର ହେଲା?
ଉ. ସଂସ୍କୃତ

୨୦. ସଂସ୍କୃତ କ୍ରାନ୍ତିର ସ୍ରଷ୍ଟା କାହାକୁ କୁହାଯାଏ ? ତାଙ୍କ ପରେ ସଂସ୍କୃତ କେତେ ଵର୍ଷଧରି ରାଜଭାଷା ହୋଇ ଓଡ଼ିଶାରେ ରହିଥିଲା?
ଉ. ଶତ୍ରୁଭଞ୍ଜ, ୧୦୦୦ ଵର୍ଷ

୨୧. କାହାଙ୍କର ପ୍ରୋତ୍ସାହନ ପାଇ, କେବେ ତାମିଲ ସାହିତ୍ୟ ସୃଷ୍ଟି ହେଲା?
ଉ. ପାଣ୍ଡ୍ୟରାଜା, ଷଷ୍ଠ ଶତାବ୍ଦୀ

୨୨. କଳିଙ୍ଗରେ ଉଡ୍ର ଭାଷା ପ୍ରଚଳିତ ଥିଵାର କେଉଁ ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ ଅଛି?
ଉ. ଭରତଙ୍କ ନାଟ୍ୟଶାସ୍ତ୍ରରେ

୨୩. ମୈଥିଳୀ, ବଙ୍ଗଳା, ଅହମୀୟ, ତଥା ମାଗଧି-ମୈଥିଳୀ-ଓଡ଼ିଆ ମିଶ୍ରିତ ଭାଷାକୁ କେଉଁ ନାମ ଦିଆଯାଇଛି ?
ଉ. ବ୍ରଜବୋଲି ଭାଷା

୨୪. ଉଡ୍ରଵିଭାଷା କେଉଁ ସମୟରେ ରାଜଭାଷା ମାନ୍ୟତା ପାଇଥିଲା ? ସେଇ ଲିପିକୁ କେଉଁ ନାମ ଦିଆଯାଇଥିଲା ?
ଖାରଵେଳଙ୍କ ସମୟରେ, ଉଡ୍ର ଲିପି

୨୫. ଉଡ୍ରଲିପିର ନାମ କେଉଁଠି ବୌଦ୍ଧ ଓ ଜୈନଗ୍ରନ୍ଥରେ ଉଲ୍ଲେଖ ରହିଛି?
ପ୍ରଥମ ଶତାବ୍ଦୀରେ ରଚିତ ବୌଦ୍ଧଗ୍ରନ୍ଥ ‘ଲଳିତଵିସ୍ତାର’ର ୬୪ପ୍ରକାର ଲିପି ତାଲିକାର
ଜୈନ ଧର୍ମଗ୍ରନ୍ଥ ‘ନନ୍ଦୀସୂତ୍ର’ରେ
ସପ୍ତମ ଶତାବ୍ଦୀରେ ଚୀନ ପରିଵ୍ରାଜକ ହୁଏନସାଂଙ୍କ ବିବରଣୀରେ

୨୬. ଉଭୟ ଉତ୍କଳୀ ଓ ଓଡ୍ରୀ ଭାଷା ନାମ କେଉଁ ଗ୍ରନ୍ଥରେ ଉଲ୍ଲେଖ ହୋଇଛି?
ପ୍ରାକୃତ କଳ୍ପତରୁ

୨୭. ପ୍ରାକୃତ କଳ୍ପତରୁ କିଏ କେଵେ ରଚନା କରିଥିଲେ ?
ଉ. ଅନିରୁଦ୍ଧ ଭଟ୍ଟ, ଦ୍ୱାଦଶ ଶତାବ୍ଦୀରେ

୨୮. ଉଡ୍ରଭାଷା କେବେ ଓଡ଼ିଆ ଭାଷା ନାମ ଗ୍ରହଣ କଲା?
ପଞ୍ଚଦଶ ଶତାବ୍ଦୀରେ

୨୯. ମାର୍କଣ୍ଡେୟଙ୍କ ଗ୍ରନ୍ଥରେ କେତେ ପ୍ରକାର ଅପଭ୍ରଂଶର ଉଲ୍ଲେଖ ରହିଛି?
ଉ. ୨୭

୩୦. ଓଡ୍ରୀ ଏକ ମିଶ୍ର ଭାଷା (ମଥୁରାର ସୌରସେନୀ + ଆଦିଵାସୀ ଭାଷା) ବୋଲି କିଏ କହିଛନ୍ତି ?
ଉ. ମାର୍କଣ୍ଡେୟ

୩୧. ତୃତୀୟ ସ୍ତରର ପ୍ରାକୃତରୁ ଓଡ଼ିଆ ଇତ୍ୟାଦି ଭାଷା ଆସିଥିଵାର କିଏ କହିଛନ୍ତି ?
ଉ. ପ୍ରଫେସର ତାରପୁରଵାଲା

୩୨. ରାବଣଛାୟା ଅଭିଲେଖ କେଉଁଠାରେ ଅଛି ?
ଉ. ସୀତାବିଞ୍ଝି, କେନ୍ଦୁଝର

୩୩. ଭାରତର କେଉଁ ବନ୍ଦରରୁ ଯାଉଥିଵା ଵଣିକଙ୍କ କଥିତ ଭାଷା ପାଲି ବୋଲି ସିଂହଳୀମାନେ କହିଥାନ୍ତି ?
ଉ. ପାଲୁର

୩୪. ଅଭିଧମ୍ମପ୍ପଦୀପିକା ସୁଚିରେ ପାଲିର ଵ୍ୟୁତ୍ପତ୍ତି କଣ କୁହାଯାଇଛି ?
ଉ. ରକ୍ଷା କରିଵା ଓ ପାଳନ କରିଵା ହେଉଛି ପାଳି/ପାଲି

୩୫. କିଏ ଥାଇଲାଣ୍ଡରୁ ତିପିଟକ ଗ୍ରନ୍ଥ ସଂଗ୍ରହ କରିଥିଲେ?
ଉ. ଲୁବ୍ରେ

୩୬. କିଏ ସ୍ଥାନୀୟ ଅଧିଵାସୀଙ୍କ କଥନ ଅନୁସାରେ ଵିଭିନ୍ନ ପ୍ରବନ୍ଧମାନଙ୍କରେ ପାଲି ଶବ୍ଦ ଉଲ୍ଲେଖ କରିଥିଲେ ?
ଉ. ଜେମ୍ସ ପ୍ରିନ୍ସେପ

୩୭. ବୁଦ୍ଧଘୋଷୁତ୍ପତ୍ତି କିଏ ରଚନା କରିଥିଲେ ?
ଉ. ମହାମଙ୍ଗଳ ଥେର

୩୭. ମହାମଙ୍ଗଳ ଥେର ସିଂହଳରୁ ବୁଦ୍ଧଙ୍କ ମୁଖନିସୃତ ଵାଣୀ କେଉଁ ଭାଷା କେଉଁ ଲିପିରେ ସଂଗ୍ରହ କରିଥିଲେ ବୋଲି ‘ବୁଦ୍ଧଘୋଷୁତ୍ପତ୍ତି’ରେ ଉଲ୍ଲେଖ କରିଛନ୍ତି?
ଉ. ପାଲି ଭାଷା ଓ ମାଗଧି ଲିପି

୩୮. ବୁଦ୍ଧଘୋଷଙ୍କ ପରିତ୍ତଟଂକଥନ କେଉଁ ଭାଷାରେ ରଚିତ?
ଉ. ପାଲି

୩୯. ବୁଦ୍ଧଘୋଷକୁ ପାଲିରୁ ମାଗଧିକୁ ଅନୁଵାଦ କରିଵାପାଇଁ କିଏ ପରାମର୍ଶ ଦେଇଥିଲେ ?
ଉ. ଥେରରେବତ

୪୦. ବୁଦ୍ଧାଦେଶାନାଂ / ତିପିଟକକୁ କିଏ ରଚନା କରିଥିଲେ ?
ଉ. ମୋଗଲିପୁତ୍ତତିସସ

୪୧. ପାଲିକୁ କଳିଙ୍ଗର ଭାଷା ବୋଲି କେଉଁ ଜର୍ମାନ ପଣ୍ଡିତ କହିଥିଲେ?
ଉ. ହରମାନ ଓଲଡେନବର୍ଗ

୪୨. ମାଗଧି ହେଉଛି ସୌରସେନୀ ଵିଭାଷା ଓ ସୌରସେନୀ ହେଉଛି ସଂସ୍କୃତ ଵିଭାଷା – ଏକଥା କେଉଁଠି ଉଲ୍ଲେଖ ହୋଇଛି?
ଉ. ବରଋଚିଙ୍କ ପ୍ରାକୃତ ପ୍ରକାଶ

୪୩. ପ୍ରାକୃତ ପ୍ରକାଶ କିଏ ରଚନା କରିଥିଲେ?
ଉ. ବରଋଚି

୪୪. ପାଲି ମୂଳ ଵ୍ୟାକରଣକୁ କିଏ ରଚନା କରିଥିଲେ?
ଉ. ପକୁଧ କଚ୍ଚାୟନ

୪୫. ଓଡ଼ିଆ ଵ୍ୟାକରଣ କେଉଁ ଭାଷାର ଵ୍ୟାକରଣ ନିୟମକୁ ଅନୁସରଣ କରେ?
ଉ. ପାଲି

୪୬. ହ୍ରସ୍ଵ ଓ ଦୀର୍ଘ ସ୍ଵର ମଧ୍ୟରେ ଉଚ୍ଚାରଣଗତ ପାର୍ଥକ୍ୟ କେଉଁ ଭାଷାରେ ଦେଖିଵାକୁ ମିଳେ ? ଓଡ଼ିଆ ନା ସଂସ୍କୃତ
ଉ. ସଂସ୍କୃତରେ

୪୭. /ଳ/ ସ୍ପଷ୍ଟ ଉଚ୍ଚାରଣ କେଉଁ ଭାଷାରେ ଦେଖିଵାକୁ ମିଳେ ? ସଂସ୍କୃତ ନା ଓଡ଼ିଆ ?
ଉ. ଓଡ଼ିଆ

୪୮. ଭାରତୀୟ ଭାଷାରେ ଏଯାଵତ ଵ୍ୟଵହୃତ ସର୍ଵପ୍ରାଚୀନ ଲିପିଟି କଅଣ, ତାହା କେଉଁଠୁ ଆଵିଷ୍କାର ହୋଇଥିଲା ?
ଉ. ଠ , ଯୋଗୀମଠ ପାହାଡ଼, ଓଡ଼ିଶାରୁ

୪୯. ଓଡ଼ିଆ ଭାଷାକୁ କେଉଁ ତିନୋଟି ଭାଷାର ସମକାଳୀନ ଧରାଯାଏ ?
ଉ. ଗ୍ରୀକ, ଲାଟିନ, ଵୈଦିକ ସଂସ୍କୃତ

୫୦. ଚନ୍ଦ୍ରବିନ୍ଦୁ କେଉଁ ଭାଷାରେ ଵ୍ୟଵହୃତ ହୁଏନାହିଁ ? ଓଡ଼ିଆ ନା ସଂସ୍କୃତ ?
ଉ. ସଂସ୍କୃତ

୫୧. ପଞ୍ଚତନ୍ତ୍ର କିଏ ରଚନା କରିଥିଲେ?
ଉ. ଵିଷ୍ଣୁ ଶର୍ମା

୫୨. ଵେଣୀ ସଂହାର କିଏ ରଚନା କରିଥିଲେ?
ଉ. ଭଟ୍ଟନାରାୟଣ

୫୩. ନୈଷଧ ଚରିତ କିଏ ରଚନା କରିଥିଲେ?
ଉ. ଶ୍ରୀହର୍ଷ

୫୪. ଗୀତଗୋଵିନ୍ଦ କିଏ ରଚନା କରିଥିଲେ?
ଉ. ଜୟଦେଵ

୫୫. ସାହିତ୍ୟ ଦର୍ପଣ କିଏ ରଚନା କରିଥିଲେ?
ଉ. ଵିଶ୍ଵନାଥ କଵିରାଜ

୫୬. ଅନର୍ଘ ରାଘଵ ନାଟକ କିଏ ରଚନା କରିଥିଲେ?
ଉ. ମୁରାରୀ ମିଶ୍ର

୫୭. ପ୍ରବୋଧ ଚନ୍ଦ୍ରୋଦୟ କିଏ ରଚନା କରିଥିଲେ?
ଉ. କୃଷ୍ଣ ମିଶ୍ର

୫୮. ଶ୍ରୀଜଗନ୍ନାଥ ଵଲ୍ଲଭ ନାଟକ କିଏ ରଚନା କରିଥିଲେ?
ଉ. ରାମାନନ୍ଦ ରାୟ

୫୯. ଏକାଵଳୀ କିଏ ରଚନା କରିଥିଲେ?
ଵିଦ୍ୟାଧର

୬୦. ଛନ୍ଦମଞ୍ଜରୀ କିଏ ରଚନା କରିଥିଲେ?
ଗଙ୍ଗା ଦାସ

୬୧. ସାହିତ୍ୟାଦର୍ଶ କିଏ ରଚନା କରିଥିଲେ?
ଲୋକନାଥ ମିଶ୍ର

୬୨. ପ୍ରବୋଧ ଚନ୍ଦ୍ରିକା କିଏ ରଚନା କରିଥିଲେ?
ଵୈଜଲ ଦେଵ
୬୩. ତ୍ରିକାଣ୍ଡ କୋଷ କିଏ ରଚନା କରିଥିଲେ?
ପୁରୁଷୋତ୍ତମଦେଵ

୬୪. କଵିକଳ୍ପଦ୍ରୁମ କିଏ ରଚନା କରିଥିଲେ?
ଯଦୁମଣି ରାଉତରାୟ

୬୫. ଆଚାର୍ଯ୍ୟସପ୍ତସତୀ କିଏ ରଚନା କରିଥିଲେ ?
ଆଚାର୍ଯ୍ୟ ଗୋବର୍ଦ୍ଧନ

୬୬. ଭାସ୍ବତୀ କିଏ ରଚନା କରିଥିଲେ?
ସଦାନନ୍ଦ ଆଚାର୍ଯ୍ୟ

୬୭. ସିଦ୍ଧାନ୍ତ ଦର୍ପଣ କିଏ ରଚନା କରିଥିଲେ?
ସାମନ୍ତ ଚନ୍ଦ୍ରଶେଖର

୬୮. ଭାରତର ପ୍ରାଚୀନ ଲିପି ଭାଵରେ କାହାକୁ ଗ୍ରହଣ କରାଯାଇଛି?
ବ୍ରାହ୍ମୀ

୬୯. ପ୍ରଥମ ଶତାବ୍ଦୀରେ ଭାରତରେ କେତୋଟି ଲିପିର ପ୍ରଚଳନ ଥିଵାର ଜଣାଯାଏ ? ତାହା କେଉଁଥିରେ ଉଲ୍ଲେଖ ହୋଇଛି?
୬୪ ପ୍ରକାର, ଲଳିତଵିସ୍ତାର

୭୦. ବ୍ରାହ୍ମୀଲିପି ମଧ୍ୟଏସିଆ ସେମିଟିକ ଲିପିରୁ ସୃଷ୍ଟି ହୋଇଛି ବୋଲି କିଏ ମତ ଦେଇଥିଲେ ?
ଜୋହନ ଜର୍ଜ ବ୍ୟୁଲର

୭୧. ଭାରତରେ ସିନ୍ଧୁଲିପିର ସମୟ କେତେ?
ଖ୍ରୀପୂ୩୫୦୦

୭୨. ଗୁଡ଼ହାଣ୍ଡିର ଚିତ୍ର ସମୟ କେତେ ବୋଲି ନିର୍ଦ୍ଧାରଣ ହୋଇଛି?
ଉ. ୧୫,୦୦୦ ଵର୍ଷ ତଳର

୭୩. କେଉଁ ସମୟରେ ସିନ୍ଧୁ ସଭ୍ୟତା ଗଢ଼ି ଉଠିଥିଲା ? ଏହାର କ୍ଷେତ୍ରଫଳ କେତେ ଥିଲା ?
ଉ. ଖ୍ରୀପୂ ୩୫୦୦ରୁ ୧୮୦୦, ୧୨ଲକ୍ଷ ୬୦ହଜାର ଵର୍ଗ କିମି

୭୪. ଵିକ୍ରମଖୋଲ ଗୁମ୍ଫାଲିପି କିଏ, କେବେ ଆଵିଷ୍କାର କରିଥିଲେ?
କାଶୀପ୍ରସାଦ ଜୟସ୍ଵାଲ

୭୫. ଵିକ୍ରମଖୋଲ ଗୁମ୍ଫାଲିପିରେ କେତୋଟି ଧାଡ଼ି ଓ କେତୋଟି ଲିପି ଅଛି?
ଉ. ୩, ୪୨

୭୬. ସିନ୍ଧୁ ସଭ୍ୟତାର କେଉଁ ଦୁର୍ଗ ପ୍ରଵେଶ ପଥ ଉପରେ ଧଳା ପଥରର ଫଳକରେ ଖୋଦିତ ଅକ୍ଷର ଦେଖିଵାକୁ ମିଳେ?
ଉ. ଧୋଲଵିରା

୭୭. ଚିନ ଵିଶ୍ଵକୋଷ ଫା-ବାନ-ସୁ-ଲିନ ଅନୁସାରେ ଵିଶ୍ଵରେ କେତୋଟି ଲିପି ପ୍ରଚଳିତ ? ସେଗୁଡ଼ିକ କଅଣ? ବ୍ରାହ୍ମୀଲିପିର ସ୍ରଷ୍ଟା କିଏ ?
ଉ. ୩, ବ୍ରାହ୍ମୀ, କଇଅଲୁ, ତନସକୀ, ବ୍ରହ୍ମା(ଫାନ)

୭୮. ତୀର୍ଥଙ୍କର ଋଷଭନାଥ ନିଜ କନ୍ୟା ବାମ୍ଫୀର ବିଦ୍ୟା ଶିକ୍ଷାପାଇଁ ବାମ୍ଫୀ ଵା ବ୍ରାହ୍ମୀ ଲିପି ଆଵିଷ୍କାର କରିଥିଲେ ବୋଲି କେଉଁ ଧର୍ମଗ୍ରନ୍ଥରେ ଉଲ୍ଳେଖ ଅଛି?
ଉ. ଜୈନଗ୍ରନ୍ଥ ଭଗଵତୀ ସୂତ୍ର

୭୯. ଆଲବେରୁଣିଙ୍କ ମତ ଅନୁସାରେ ବ୍ରାହ୍ମୀଲିପିର ଆଵିଷ୍କାର କିଏ କରିଥିଲେ?
ଉ. ବ୍ରହ୍ମା

୮୦. ଡକ୍ଟର ରାମଶାସ୍ତ୍ରୀଙ୍କ ମତରେ ବ୍ରାହ୍ମୀଲିପି କେଉଁଥିରୁ ଉଦ୍ଭଵ ହେଲା ? ବ୍ରାହ୍ମୀର ଵିକଶିତ ରୂପକୁ କଅଣ କୁହାଗଲା?
ଉ. ତନ୍ତ୍ର ସାଧନାରେ ଦେଵଦେଵୀଙ୍କ ତ୍ରିକୋଣ ଵୃତାକାର ଆକୃତି ଅଙ୍କନରୁ, ଦେଵନାଗରୀ

୮୧. ଜନଉଡ଼ସନଙ୍କ ମତରେ ଭାରତୀୟ ଲିପିର ଉଦ୍ଭବ ଓ ଵିକାଶ କେଉଁଠାରୁ ହୋଇଥିଲା?
ଉ. ଗଙ୍ଗାନଦୀର କୌଣସି ଅଵଵାହିକାରୁ

୮୨. ଐତିହାସିକ କନିଂହୋମଙ୍କ ମତରେ ବ୍ରାହ୍ମୀଲିପିର ପୂର୍ଵଵର୍ତ୍ତୀ ଲିପି କଅଣ ଥିଲା ?
ଉ. ଚିତ୍ରଲିପି

୮୩. ‘ନମୋ ବମ୍ଫିଏ ଲିଖିଏ’ କେଉଁଠି ଉଲ୍ଲେଖ ହୋଇଛି?
ଉ. ଜୈନ ଗ୍ରନ୍ଥ ଭଗଵତୀ ସୂତ୍ରରେ

୮୪. ବ୍ରାହ୍ମୀ ଲିପିରେ କେତୋଟି ଚିହ୍ନ ରହିଛି?
ଉ. ୬୪ଟି

୮୫. ବ୍ରାହ୍ମୀ ପ୍ରଥମ ପର୍ଯ୍ୟାୟରେ କେତୋଟି ଭାଗରେ ଵିଭକ୍ତି ହୋଇଥିଲା ? ସେଗୁଡ଼ିକ କଅଣ?
ଉ. ୩, ଉତ୍ତର ବ୍ରାହ୍ମୀ, କଲିଙ୍ଗୀ, ଦକ୍ଷିଣ ବ୍ରାହ୍ମୀ

୮୬. ଉତ୍ତରବ୍ରାହ୍ମୀ ପରଵର୍ତ୍ତୀ କାଳରେ କେଉଁ ଲିପିରେ ପରିଣତ ହେଲା?
ଉ. କୁଶାଣ

୮୭. କଳିଙ୍ଗ ଲିପିରୁ କେଉଁ ଲିପି ସୃଷ୍ଟି ହେଲା?
ଉ. ଦକ୍ଷିଣ- କଦମ୍ବ ଵା କନ୍ନଡ଼, ତେଲୁଗୁ, ସିଂହଳୀ,
ଉତ୍ତର- ପାଲି,ଗୁପ୍ତନାଗରୀ – ମଙ୍ଗୋଲିୟ, କାଶ୍ମୀରୀ, ଦେଵନାଗରୀ ,କୁଟିଳ
କୁଟିଳ ଲିପିରୁ ଓଡ଼ିଆ, ମୈଥିଳୀ, ବଙ୍ଗଳା, ଆସାମୀ, ମଣିପୁରୀ ଲିପି
ଦେଵନାଗରୀ ଲିପିରୁ ଗୁରୁମୁଖୀ, ଗୁଜରାଟୀ, ସିନ୍ଧି

୮୮. ଦକ୍ଷିଣବ୍ରାହ୍ମୀରୁ କେଉଁ କେଉଁ ଲିପି ସୃଷ୍ଟି ହେଲା?
ଉ. ଗ୍ରନ୍ଥ – ସିଂହଳୀ, ତାମିଲ, ମାଲୟଲମ

୮୯. “ଉଚ୍ଚାରଣ ଓ ବନାନ ଦୃଷ୍ଟିରୁ କେତେକ ଶବ୍ଦକୁ ବାଦ ଦେଲେ ହାତୀଗୁମ୍ଫା ଶିଳାଲେଖର ଭାଷାକୁ ପାଲି ଵ୍ୟତିତ ଅନ୍ୟ କିଛି କହିହେଵ ନାହିଁ” ଏକଥା କିଏ କହିଥିଲେ?
ଉ. ଵେଣୀମାଧଵ ବଡୁଆ

୯୦. “ହାତୀଗୁମ୍ଫା ଶିଳାଲେଖରେ କ୍ଵଚିତ ପାଲି କ୍ଵଚିତ ଅର୍ଦ୍ଧମାଗଧି ଲକ୍ଷଣ ମିଳେ” ଏକଥା କିଏ କହିଥିଲେ?
ଉ. ଡକ୍ଟର କୁଞ୍ଜଵିହାରୀ ତ୍ରିପାଠୀ

୯୧. “ହାତୀଗୁମ୍ଫା ଶିଳାଲେଖରେ ପାଲି ଓ ସୌରସେନୀ ପ୍ରାକୃତର ପ୍ରଭାଵ ପରିଲକ୍ଷିତ ହୁଏ, ଵ୍ୟଵହୃତ ଭାଷା ଓଡ଼ିଶାର କଥିତ ଭାଷା ନଥିଲା, ତାହା ଖାରଵେଳଙ୍କ ଶାସନ ଓ ଜୈନସିଦ୍ଧଙ୍କ ଭାଷା ଥିଲା” କିଏ କହିଥିଲେ?
ଉ. ଡକ୍ଟର ସୁନୀତିକୁମାର ଚାଟାର୍ଜୀ

୯୨. କେଉଁ ଶିଳାଲେଖର ଵାକ୍ୟ ଆରମ୍ଭରେ ‘କର୍ତ୍ତା’ ନାହିଁ?
ଉ. ଖାରଵେଳଙ୍କ ଶିଳାଲେଖ

୯୩. ଡକ୍ଟର ବଡୁଆଙ୍କ ମତରେ ଖାରଵେଳଙ୍କ ଶିଳାଲେଖର ଭାଷା ଅଶୋକଙ୍କ କେଉଁ ଶିଳାଲେଖର ଭାଷା ସହ ସମାନ?
ଉ. ଅଶୋକଙ୍କ ଗିରନାର ଶିଳାଲେଖ

୯୪. ହାତୀଗୁମ୍ଫା ଶିଳାଲେଖର କେଉଁ ଶବ୍ଦ ଚଳନ୍ତି ଓଡ଼ିଆରେ ଵ୍ୟଵହାର ହେଉଛି?
ଉ. ଦୁତିୟ, ସପୁଣ, ନରିନ୍ଦ, ବାଟ, ଦହ, ପାଟ, ପଛିମ, ଘର ଇତ୍ୟାଦି

୯୫. ଜର୍ମାନ ପଣ୍ଡିତ ହରମାନ ଓଲଡେନବର୍ଗ ହାତୀଗୁମ୍ଫା ଶିଳାଲେଖର ଭାଷା କଅଣ, ଏହାର ଜନ୍ମସ୍ଥାନ କେଉଁଠି ନିରୁପିତ କରିଛନ୍ତି?
ପାଲି, ଓଡ଼ିଶା/ତତ୍କାଳୀନ କଳିଙ୍ଗ

୯୬. ଓଡ଼ିଶାର କେଉଁଠାରୁ ୧୦ମ ଶତାବ୍ଦୀର ଶିଳାଲେଖ ଭାଵରେ ଏକ ଜୈନ ମୂର୍ତ୍ତି ଆଵିଷ୍କାର ହୋଇଥିଲା?
ଉ. ଭଦ୍ରକର ଗଣ୍ଡିବେଡ଼ା ଗ୍ରାମରୁ

୯୭. ସାନ୍ଧ୍ୟ ଭାଷାର ଵ୍ୟାଖ୍ୟା କର ।
ଉ. ସମ୍ – ପୂର୍ଵକ୍ ଧୈ + ଅ + ଆପ (ସ୍ତ୍ରୀ) – ସନ୍ଧ୍ୟା

୯୮. ପଞ୍ଚ ‘ମ’ କଅଣ? କେଉଁ ଗ୍ରନ୍ଥରେ ପଞ୍ଚମକାରର ଆଧ୍ୟାତ୍ମିକ ଵ୍ୟାଖ୍ୟା କରାଯାଇଛି ?
ଉ. ମଦ୍ୟ, ମାଂସ, ମତ୍ସ୍ୟ, ମୁଦ୍ରା, ମୈଥୁନ ,କୁଳାର୍ଣ୍ଣଵ ଗ୍ରନ୍ଥରେ

୯୯. କାନଫଟା ନାଥଯୋଗୀଗଣ ଗୁପ୍ତରେ କଅଣ ପୂଜା କରନ୍ତି ?
ଉ. ଶ୍ରୀଚକ୍ର, ଭୈରଵୀ ଚକ୍ର

୧୦୦. କୌଳଜ୍ଞାନ ନିର୍ଣ୍ଣୟ ଗ୍ରନ୍ଥରେ କାହାକୁ ‘ପଞ୍ଚପଵିତ୍ର’ କୁହାଯାଇଛି?
ଉ. ବିଷ୍ଟା, ଧାରାମୃତ, ଶୁକ୍ର, ରକ୍ତ, ମଜ୍ଜା

୧୦୧. ଡକ୍ଟର ହଜାରୀ ପ୍ରସାଦ ଦ୍ଵିଵେଦୀଙ୍କ ‘ନାଥ ସମ୍ପ୍ରଦାୟ’ ଗ୍ରନ୍ଥରେ କାହାକୁ ପଞ୍ଚାମୃତ କହିଛନ୍ତି?
ଉ. ଶରୀର ସ୍ଥିତ ୫ଟି ଦ୍ରଵ ରସ ଯଥା ଶୁକ୍ର, ଶୋଣିତ, ମେଦ, ମୂତ୍ର

୧୦୨. ରାଷ୍ଟ୍ରୀୟ ମାନୁସ୍କ୍ରିପ୍ଟ ମିଶନ ଜରିଆରେ ଓଡ଼ିଆ ଭାଷାରେ କେତେ ସଂଖ୍ୟକ ତାଳପତ୍ର ପୋଥି ଏଯାଵତ ସଂଗ୍ରହ କରାଯାଇଛି ?
ଉ. ୨ଲକ୍ଷ ୧୩ହଜାର

୧୦୩. ପୃଥୀଵୀର ଦ୍ଵିତୀୟ ସର୍ଵାଧିକ ତାଳପତ୍ର ପୋଥି କେଉଁ ଭାଷାରେ ଦେଖିଵାକୁ ମିଳେ ? ତାଲିକାର ପ୍ରଥମେ କିଏ?
ଉ. ଓଡ଼ିଆ, ସଂସ୍କୃତ

୧୦୪. ଚର୍ଯ୍ୟାଗୀତିକା ‘ନଗର ବାହାରି ରେ ଡୋମ୍ବୀ ତୋହରି କୁଡ଼ିଆ…’ କିଏ ରଚନା କରିଛନ୍ତି?
ଉ. କାହ୍ନୁପାଦ

୧୦୫.ଚର୍ଯ୍ୟାକଵିତା ‘କାଆ ତରୁବର ପଞ୍ଚ ବି ଡାଳ…’ କିଏ ରଚନା କରିଛନ୍ତି?
ଲୁଇପାଦ

୧୦୬. ଚର୍ଯ୍ୟାକଵିତା ‘ଉଁଚାଉଁଚା ପାବତ ତହିଁ ବସଇ ସବରୀ ବାଳୀ…’ କିଏ ରଚନା କରିଛନ୍ତି ?
ଉ. ସବରୀପାଦ

୧୦୭. ଉରଜାମ ଶିଳାଲେଖରେ ସମୁଦାୟ କେତୋଟି ଲିପି ଦେଖିଵାକୁ ମିଳେ? ସେଥିରୁ ଓଡ଼ିଆ ଲିପି କେତୋଟି?
ଉ. ୭୩୮, ୧୫୭

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

 

MAOD 2 ସାରଳା ଓ ପଞ୍ଚସଖା ସାହିତ୍ୟ BLOCK 1 ପୃଷ୍ଠଭୂମି

 

ପଞ୍ଚସଖା ଓ ତାଙ୍କର ପ୍ରସିଦ୍ଧ ସୃଷ୍ଟି
ଜଗନ୍ନାଥ ଦାସ – ଭାଗଵତ
ଅଚ୍ୟୁତାନନ୍ଦ ଦାସ – ହରିଵଂଶ, ଶୂନ୍ୟ ସଂହିତା
ବଳରାମ ଦାସ – ଜଗମୋହନ ରାମାୟଣ (ଦ୍ଵିତୀୟ ଓଡ଼ିଆ ରାମାୟଣ, ସାତକାଣ୍ଡ ରାମାୟଣ ଭାଵରେ ପ୍ରଥମ)
ଅନନ୍ତ ଦାସ – ହେତୂଦୟ ଭାଗବତ
ଯଶୋଵନ୍ତ ଦାସ – ପ୍ରେମଭକ୍ତି ବ୍ରହ୍ମଗୀତା

୧. ସାରଳାଙ୍କ ଉପାଖ୍ୟାନ ଅନୁସାରେ, ଦ୍ଵିତୀୟ ଵାର ସ୍ତ୍ରୀ ମୃତ୍ୟୁ ପରେ, ତୃତୀୟ ସ୍ତ୍ରୀ ଵିଵାହ ପୂର୍ଵରୁ, ସ୍ତ୍ରୀ ମୃତ୍ୟୁ ଅରିଷ୍ଟ ଖଣ୍ଡନ ପାଇଁ କେଉଁ ଗଛକୁ ଵିଵାହ ପରମ୍ପରା ଥିଲା?
ଉ. ସାହାଡ଼ା

୨. ‘ପରମ ଶାସ୍ତ୍ର ଭାଗଵତ । ଅଭ୍ୟାସ କରୁଥିଵ ନିତ୍ୟ ।’ କେଉଁଠାରୁ ଉଦ୍ଧୃତ ?
ଉ. ଅଚ୍ୟୁତାନନ୍ଦଙ୍କ ହରିଵଂଶ ଗ୍ରନ୍ଥରୁ

୩. ରାଧାମୋହନ ଗଡ଼ନାୟକ ଜଗନ୍ନାଥଙ୍କୁ କାହା ସହ ତୁଳନା କରିଛନ୍ତି?
ଉ. ଗରୁଡ଼

୪. ଓଡ଼ିଶାରେ କେଉଁ ଗ୍ରନ୍ଥ ପାଠର ଚାହିଦା ବଢ଼ିଵାରୁ ପରୋକ୍ଷରେ ସାକ୍ଷରତା ହାର ଵୃଦ୍ଧିକରିଥିଲା ?
ଭାଗଵତ
(୧୯୦୦ଖ୍ରୀଷ୍ଟାବ୍ଦରେ ଜନସୁମାରି ରିପୋର୍ଟ ଅନୁସାରେ ଓଡ଼ିଶାର ସାକ୍ଷରତା ହାର ଯଥେଷ୍ଟ ଅଧିକ ଥିଲା ।)

୫. ସାରଳାଙ୍କ ପରେ ଦ୍ଵିତୀୟ ପୁରାଣକାର କିଏ?
ବଳରାମ ଦାସ (ସାରଳାଙ୍କ ୪୦ଵର୍ଷ ପରେ ୧୫୦୫ଖ୍ରୀଅରେ)

୬. ବଳରାମ ଦାସ କେଉଁ ଵୟସରେ ଜଗମୋହନ ରାମାୟଣ ଲେଖିଥିଲେ?
ଉ. ୩୦-୩୨ଵର୍ଷ ଵୟସରେ

୭. ଜଗମୋହନ ରାମାୟଣ କେତେ ପଦ ଵିଶିଷ୍ଟ ?
ଉ. ଏକଲକ୍ଷ ପଦ
(ଦ୍ବିତୀୟ ଓଡ଼ିଆ ରାମାୟଣ, ସାତକାଣ୍ଡ ରାମାୟଣ ଭାଵରେ ପ୍ରଥମ)

୮. ଅଚ୍ୟୁତ ନାମରେ ଅ ଅର୍ଥ କଅଣ ଓ ଚ୍ୟୁତ ଅର୍ଥ କଅଣ?
ଉ. ଜଗନ୍ନାଥଙ୍କଠାରୁ ସ୍ଖଳିତ

୯. ଅଚ୍ୟୁତାନନ୍ଦଙ୍କ ପ୍ରଧାନ ପୀଠ କେଉଁଠାରେ ଅଛି?
ଉ. ନେମାଳ

ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ଅଚ୍ୟୁତାନନ୍ଦ ରଚନା କରିଯାଇଛନ୍ତି ।

୧୦. ଅଚ୍ୟୁତାନନ୍ଦଙ୍କ ପିତାମାତା ତାଙ୍କୁ କି ନାମ ଦେଇଥିଲେ, କେତେଵର୍ଷ ଜିଵୀତ ଥିଲେ?
ଉ. ଅଗରି, ୧୦୫ ?

୧୧. ଅଚ୍ୟୁତାନନ୍ଦ କେଉଁଠାରେ, କେବେ ଜନ୍ମଗ୍ରହଣ କରିଥିଲେ?
ଉ. କଟକ ଜ଼ିଲ୍ଲାର ତିଳକଣା, ମାଘ ଶୁକ୍ଳ ଏକାଦଶୀ ୧୦ଜାନୁଆରୀ ୧୫୧୦

୧୨. ‘ଶୂନ୍ୟସଂହିତା’ରେ କବି ନିଜ ପରିଚୟ ଦେଇ ପୂର୍ବ ଜନ୍ମରେ କଅଣ ଥିଲେ ବୋଲି ଲେଖିଛନ୍ତି?
ଉ. ସୁଦାମ

୧୩. ଅଚ୍ୟୁତାନନ୍ଦଙ୍କ ପିତାମାତାଙ୍କ ନାମ କଅଣ? କେଉଁ କୂଳରେ ଜନ୍ମ ହୋଇଥିଲେ?
ଉ. ଦୀନବନ୍ଧୁ ଖୁଣ୍ଟିଆ, ପଦ୍ମାଵତୀ, ସତ୍ୟଯୁଗରେ କୃପାଜଳ ବ୍ରାହ୍ମଣ, ତ୍ରେତୟାରେ ନଳ, ଦ୍ଵାପରରେ ସୁଦାମ ଓ କଳିରେ ଶୁଦ୍ର

୧୪. ଅଚ୍ୟୁତାନନ୍ଦ କାହାଠାରୁ ଦୀକ୍ଷା ନେଇଥିଲେ?
ଉ. (ଶ୍ରୀ ଚୈତନ୍ୟଙ୍କ ଆଦେଶକ୍ରମେ) ଶ୍ରୀ ସନାତନ ଗୋସେଇଁଙ୍କଠାରୁ

୧୫. ଅଚ୍ୟୁତାନନ୍ଦ କାହାଙ୍କର ଆଶ୍ରିତ ଥିଲେ?
ଉ. ପଦ୍ମନାଭ ନରେନ୍ଦ୍ର

୧୬. କିମ୍ବଦନ୍ତୀ ଅନୁସାରେ ଯଶୋଵନ୍ତଙ୍କ ପୁରୀ ଯାତ୍ରାକାଳରେ କାହା ସହିତ ଭେଟ ହୋଇଥିଲା?
ଉ. ବ୍ରହ୍ମରାକ୍ଷସ

୧୭. ବ୍ରହ୍ମ ରାକ୍ଷସକୁ ପୁରୀ ରାଜା କେଉଁ ଦାୟିତ୍ୱ ଦେଇଥିଲେ? ସେଠାରେ ସେ କେଉଁରୂପେ ପୂଜିତ ହେଉଛନ୍ତି?
ଉ. ଗୁଣ୍ଡିଚା ବାଡ଼ି ଜଗିଵା, ବାବନାଭୂତ

୧୮. ଯଶୋଵନ୍ତ ଦାସ କଅଣ ରଚନା କରିଥିଲେ?
ଉ. ପ୍ରେମଭକ୍ତି ବ୍ରହ୍ମଗୀତା

୧୯. ଯଶୋଵନ୍ତ ଦାସଙ୍କ ମଠ କେଉଁଠି ଅଵସ୍ଥିତ ? ତାଙ୍କ ମାତାପିତାଙ୍କ ନାମ କଅଣ?
ଉ. ଅଢଙ୍ଗ, ଜଗନ୍ନାଥ ମଲ୍ଲିକ, ରେଖାଦେଵୀ

୨୦. ଶିଶୁ ଅନନ୍ତ ଦାସଙ୍କୁ ଶିଶୁ ଆଖ୍ୟା କିଏ ଦେଇଥିଲେ ବୋଲି ଈଶ୍ବର ଦାସଙ୍କ ‘ଚୈତନ୍ୟ ଭାଗଵତ’ରେ ଵର୍ଣ୍ଣିତ ଅଛି?
ଉ. ଜଗନ୍ନାଥ

୨୧ ଶିଶୁ ଅନନ୍ତଦାସଙ୍କ ଜନ୍ମସ୍ଥାନ କେଉଁଠି ? ତାଙ୍କ ପିତାମାତାଙ୍କ ନାମ କଅଣ?
ଉ. ବାଲିପାଟଣା, କପିଳ ମହାନ୍ତି, ଗୌରୀ ଦେଵୀ

୨୨. ସାରଳା ଦାସ କେଉଁ ରାଜାଙ୍କର ସମକାଳୀନ କଵି ଅନୁମାନ କରାଯାଏ?
ଉ. କପିଳେନ୍ଦ୍ରଦେଵ

୨୩. ସଂସ୍କୃତ ପଣ୍ଡିତମାନେ କେଉଁ ସମୟରୁ ଦ୍ୱୈତ ଅର୍ଥ ବୋଧକ କଵିତା ରଚନାରେ ଆଗ୍ରହ ବଳାଇଥିଲେ?
ଉ. ଭୌମକର ଵଂଶ

୨୪. ପଞ୍ଚତନ୍ତ୍ରର ଲେଖକ ଵିଷ୍ଣୁ ଶର୍ମା କେଉଁ ରାଜ୍ୟର ବୋଲି କେଉଁ ଗଵେଷକ ମତ ଦେଇଛନ୍ତି?
ଉ. ଉତ୍କଳ ରାଜ୍ୟ

୨୫. ଗୀତଗୋଵିନ୍ଦର ରଚୟିତା କିଏ? ଏହା କେଉଁ ସମୟ ଵେଳକୁ ଓଡ଼ିଶାରେ ଲୋକପ୍ରିୟ ହୋଇଥିଲା?
ଉ. ଜୟଦେଵ, ୧୫-୧୬ ଶତାବ୍ଦୀ

୨୬. ଅନଘରାଘଵ କିଏ କେବେ ରଚନା କରିଥିଲେ?
ଉ. ମୁରାରୀ ମିଶ୍ର, ନଵମ ଶତାବ୍ଦୀରେ

୨୭. ଜ୍ୟୋତି ଵିଶାରଦ ଓ ସ୍ମୃତିକାର ଶତାନନ୍ଦ କଅଣ ରଚନା କରିଥିଲେ? ସେ କେଉଁ ସମୟରେ ପରିଚିତ ଥିଲେ?
ଉ. ଶତାନନ୍ଦ ରତ୍ନମାଳା ଓ ଶତାନନ୍ଦ ସଂଗ୍ରହ ଓ ସ୍ତୁତି, ଏକାଦଶ ଶତାବ୍ଦୀ

୨୮. ଶମ୍ଭୁକର ବାଜପେୟୀ କଅଣ ରଚନା କରିଥିଲେ ସେ କେଉଁ ରାଜାଙ୍କ ସମସାମୟିକ ଥିଲେ?
ଶ୍ରାଦ୍ଧ ପଦ୍ଧତି, ଵିଵାହ ପଦ୍ଧତି, ଦ୍ବିତୀୟ ନରସିଂହ ଦେଵ (ଖ୍ରୀଅ୧୨୭୮-୧୩୦୫)

୨୯. କୃଷ୍ଣାନନ୍ଦ ମହାପାତ୍ର କଅଣ ରଚନା କରିଥିଲେ? ସେ କେଉଁ ରାଜାଙ୍କ ରାଜସଭାରେ ସଂସ୍କୃତ କଵି ଥିଲେ?
ଉ.ସହୃଦାନନ୍ଦ କାଵ୍ୟ, ଚତୁର୍ଥ ନରସିଂହ ଦେଵ

୩୦. ଵିଶ୍ଵନାଥ କଵିରାଜ କେଉଁ ରାଜାଙ୍କ ସମସାମୟିକ ଥିଲେ?
ଉ. ଚତୁର୍ଥ ଭାନୁଦେଵ (ଖ୍ରୀଅ୧୪୧୪-୩୪)

୩୧. ଵିଶ୍ଵନାଥ କଵିରାଜ କଅଣ ରଚନା କରିଥିଲେ?
ଉ. ସାହିତ୍ୟ ଦର୍ପଣ, ଚନ୍ଦ୍ରକଳା ଓ ପାର୍ଵତୀ ପରିଣୟ ସଂସ୍କୃତ ନାଟିକା, କାଵ୍ୟ ଯଥା ରାଘଵ ଵିଳାସ, ନରସିଂହ ଵିଜୟ, କୁବଳୟା ଚରିତ (ପ୍ରାକୃତ)

୩୨. ଵିଶ୍ଵନାଥ କଵିରାଜଙ୍କ ପିତା କିଏ, ସେ କଅଣ ରଚନା କରିଥିଲେ?
ଉ. ଚନ୍ଦ୍ରଶେଖର, ପୁଷ୍ପମାଳା ନାଟିକା

୩୩. କପିଳେନ୍ଦ୍ର ଦେଵ କଅଣ ରଚନା କରିଥିଲେ?
ଉ. ପର୍ଶୁରାମ ଵିଜୟ

୩୪. ଓଡ଼ିଶାରେ ଭୌମ, କେଶରୀ, ଗଙ୍ଗମାନଙ୍କ ରାଜତ୍ୱ କାଳରେ କେଉଁ ଭାଷା ରାଷ୍ଟ୍ରଭାଷା ଥିଲା?
ଉ. ସଂସ୍କୃତ, ତାମିଲ

୩୫. ଗୀତଗୋଵିନ୍ଦକୁ ଗୀତାର ରୂପ କିଏ ଦେଇଥିଲେ?
ଉ. ତ୍ରିଲୋଚନ ଦାସ (ଗୋଵିନ୍ଦ ଗୀତା)

୩୬. ଗୀତଗୋଵିନ୍ଦକୁ ନଵାକ୍ଷରୀରେ କିଏ ଅର୍ଥ କରିଥିଲେ?
ଉ. ଧରିଣୀଧର

୩୭. ଗୀତଗୋଵିନ୍ଦକୁ କାଵ୍ୟ ରୂପ କିଏ ଦେଇଥିଲେ?
ଵୃନ୍ଦାଵନ ଦାସ (ରସାବାରିଧି)

୩୮. ରାମଵିଭା କିଏ ଲେଖିଥିଲେ?
ଉ. ଅର୍ଜୁନ ଦାସ

୩୯. ଗୋପକେଳି ଓ ପରିମଳାବତୀ କିଏ ଲେଖିଥିଲେ?
ଉ. ପୁରୁଷୋତ୍ତମ ଦାସ

୪୦. କାହାଙ୍କର ଅଭିଶାପରେ ସାରଳା ଦାସ ମର୍ତ୍ତ୍ୟଲୋକରେ ଜନ୍ମଗ୍ରହଣ କରିଛନ୍ତି ବୋଲି କହିଛନ୍ତି?
ଉ. ଶିଵ

୪୧. ସୂର୍ଯ୍ୟଵଂଶର ପ୍ରତିଷ୍ଠାତା କିଏ?
ଉ. କପିଳେନ୍ଦ୍ରଦେଵ

୪୨. ଗଜପତି ଗୌଡ଼େଶ୍ଵର ନଵକୋଟି କର୍ଣ୍ଣାଟ କଳଵର୍ଗେଶ୍ବର ଉପାଧିରେ କିଏ ଭୂଷିତ ହୋଇଥିଲେ?
ଉ. କପିଳେନ୍ଦ୍ରଦେଵ

୪୩. କପିଳେନ୍ଦ୍ରଦେଵ ତାଙ୍କ ସାମ୍ରାଜ୍ୟକୁ କେତେଗୋଟି ମଣ୍ଡଳରେ ଭାଗ କରିଥିଲେ? କଅଣ କଅଣ?
ଉ. ୯, ଜଳେଶ୍ବର ଦଣ୍ଡପାଟ, ଭଦ୍ରକ ଦଣ୍ଡପାଟ, ଭୀମନଗର ଦଣ୍ଡପାଟ, ଲୋମ୍ବାଇ ସିରାଇ, ଚବିଶ ଦଣ୍ଡପାଟ, କଳିଙ୍ଗ ଦଣ୍ଡପାଟ, ରାଜମହେନ୍ଦ୍ରୀ ଦଣ୍ଡପାଟ}, କୋଣ୍ଡବିଡୁ ଓ ଉଦୟଗିରି ଦଣ୍ଡପାଟ

୪୪. ସାରଳା ମହାଭାରତ ଅନୁସାରେ ମହାରାଜା ଯଯାତି ରାଜ୍ୟକୁ ତାଙ୍କ କେତେ ପୁତ୍ରଙ୍କ ମଧ୍ୟରେ ବାଣ୍ଟିଦେଇଥିଲେ ? ଉଡ୍ରରାଷ୍ଟ୍ର କାହା ଭାଗରେ ପଡ଼ିଥିଲା?
ଉ. ୯, ଜ୍ୟେଷ୍ଠ ପୁତ୍ର ପ୍ରଵୀର

୪୫. ସାରଳା ଦାସ ଆନ୍ଧ୍ରମାନଙ୍କୁ କେଉଁ ଵଂଶ ବୋଲି ଵର୍ଣ୍ଣନା କରିଛନ୍ତି?
ଉ. ଅନ୍ଧକଵଂଶ

୪୬. ଅଶ୍ବାରୋହୀ, ରାଉତ, ଗଜାରୋହୀ ସୈନ୍ୟମାନେ ସେନାଵାହିନୀରେ କେତେ ଵର୍ଷ ଲେଖାଏଁ କାର୍ଯ୍ୟ କରୁଥିଲେ?
ଉ. ଯଥାକ୍ରମେ ୫, ୫୦, ୭

୪୭. କେଉଁ ଶତାବ୍ଦୀରେ ଉଡ୍ର ଵା ଦକ୍ଷିଣ କୋଶଳ ବୌଦ୍ଧ ଧର୍ମର କେନ୍ଦ୍ରରୂପେ ପରିଣତ ହୋଇଥିଲା?
ଉ. ୭ମ

୪୮. କାହ୍ନୁପାଙ୍କର ଅନ୍ୟ ନାମ କଅଣ? ସେ କେଉଁ ପନ୍ଥୀ ଥିଲେ?
ଉ. କୃଷ୍ଣାଚାର୍ଯ୍ୟ, ବଜ୍ରଯାନପନ୍ଥୀ

୪୯. ଵୈଷ୍ଣଵ ଧର୍ମ ପ୍ରଭାଵ ବୌଦ୍ଧଧର୍ମ ଉପରେ ପଡ଼ି କେଉଁ ପନ୍ଥା ସୃଷ୍ଟି ହୋଇଥିଵାର ଡକ୍ଟର ମହତାବ ମତ ଦେଇଛନ୍ତି?
ଉ. ସହଜଯାନ

୫୦. ଗଙ୍ଗରାଜତ୍ୱ ସମୟରେ / ଦ୍ଵାଦଶ ଶତାବ୍ଦୀରେ ଵୈଷ୍ଣଵ ଧର୍ମର କେନ୍ଦ୍ରସ୍ଥଳୀ କେଉଁଠି ଥିଲା?
ଉ. ପୁରୀ

୫୧. ପୁରୀ ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ?
ଉ. ଅନନ୍ତଵର୍ମନ ଚୋଡ଼ଗଙ୍ଗଦେଵ

୫୨. ଶୂନ୍ୟଵାଦ ପ୍ରଥମେ କେଉଁଠାରୁ ପ୍ରଚାରିତ ହୋଇଥିଲା ବୋଲି ସାମ ଜନ – ଜାଗରେ ଲିଖିତ ହୋଇଛି?
ଉ. ଓଡ଼ିଶା

୫୩. ଅଶ୍ଵତ୍ଥମା ଅଣାକାରଙ୍କୁ କେତେଵର୍ଷକାଳ ଧ୍ୟାନ କରିଥିଲେ?
ଉ. ୧୪

୫୪. ଲିଙ୍ଗ ପୂଜା କେଉଁ ସଭ୍ୟତାରୁ ଆସିଅଛି?
ଉ. ପ୍ରାକ ଆର୍ଯ୍ୟସଭ୍ୟତାରୁ

୫୫. କେଉଁ ସଂହିତାରେ ପ୍ରଥମେ ଶିଵଙ୍କ ନାମ ଦେଖିଵାକୁ ମିଳେ?
ଉ. ତୈତେରୀୟ ସଂହିତା

୫୬. କିଏ କୁମାରୀ ଥିଲାଵେଳେ ଶିଵ ଉପାସନା କରିଥିଵା କଥା ସଂସ୍କୃତ ମହାଭାରତରେ ଵର୍ଣ୍ଣିତ ଅଛି?
ଉ. ଗାନ୍ଧାରୀ

୫୭. ଯାଜପୁରଠାରେ ମାଧଵେଶ୍ଵର ଶିଵ ମନ୍ଦିର କିଏ ନିର୍ମାଣ କରିଥିଲେ?
ଉ. ଶୁଭଙ୍କର ଦେଵ ପ୍ରଥମଙ୍କ ରାଣୀ ମାଧଵୀ ଦେଵୀ

୫୮. ସୁଲକୀମାନଙ୍କ ଅଧିଷ୍ଠାତ୍ରୀ ଦେଵୀ କିଏ ବୋଲି ତାମ୍ର ଶାସନରୁ ଜଣାଯାଏ?
ଉ. ସ୍ତମ୍ଭେଶ୍ବରୀ

୫୯. ଭୁଵନେଶ୍ଵରର ମୁକ୍ତେଶ୍ଵର ମନ୍ଦିର କିଏ ନିର୍ମାଣ କରିଥିଲେ?
ଉ. ଯଯାତିକେଶରୀ ପ୍ରଥମ

୬୦. ଭୁଵନେଶ୍ଵରର ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ?
ଉ. ଯଯାତିକେଶରୀ ଦ୍ଵିତୀୟ (ଦଶମ ଶତାବ୍ଦୀ)

୬୧. ଭୁଵନେଶ୍ଵରର ବ୍ରହ୍ମେଶ୍ଵର ମନ୍ଦିର କିଏ ନିର୍ମାଣ କରିଥିଲେ?
ଉ. ରାଣୀ କୋକିଳାଵତୀ

୬୨. ରାମାନୁଜ କେବେ ପୁରୀ ଆସିଥିଲେ?
ଉ. ଖ୍ରୀଅ ୧୧୦୭-୧୧୧୧

୬୩. କେଉଁ ଶାସକଙ୍କ କାଳରେ ପାପାନାଶିନୀ ମନ୍ଦିର ଗାତ୍ରରେ ନଟରାଜ ଶିଵଙ୍କର ମୂର୍ତ୍ତି ସ୍ଥାପିତ ହୋଇଥିଲା?
ଉ. କପିଳେନ୍ଦ୍ରଦେଵ

୬୪. ସାରଳା ମହାଭାରତରେ କଵି ଶିଵଙ୍କ ମହିମା ପ୍ରଦର୍ଶନ ପାଇଁ କେଉଁ କଥା ଵର୍ଣ୍ଣନା କରିଛନ୍ତି ?
ଉ. ଶିଵ ଦାସ ନାମକ ବ୍ରାହ୍ମଣର ପିତର ନିର୍ମଳର କଥା

୬୫.କେଉଁ ନଦୀକୂଳରେ ସ୍ନାନ କରି ଶମ୍ଭୁପୂଜା ଉଦ୍ଦେଶ୍ୟରେ ଶଚୀଦେଵୀ ପ୍ରତ୍ୟହ ମର୍ତ୍ତ୍ୟକୁ ଆଗମନ କରୁଥିଲେ ବୋଲି ସାରଳା ଦାସ ଵର୍ଣ୍ଣନା କରିଛନ୍ତି?
ଉ. ପ୍ରାଚୀନଦୀ

୬୬. ପ୍ରାଚୀ କୂଳରେ କେଉଁ ଅଷ୍ଟଶମ୍ଭୁ ଥିଲେ?
ଗୋକୁଳେଶ୍ଵର, ପିଙ୍ଗଳେଶ୍ଵର, ଗ୍ରାମେଶ୍ବର, ମହେଶ୍ବର, ନାଟକେଶ୍ଵର, ଉ. ଶୂଲେଶ୍ଵର, ରୁଦ୍ରେଶ୍ଵର, ଦୁରେଶ୍ଵର

୬୭. ନାଗାର୍ଜୁନ କେଉଁ ନଦୀ ତୀରରେ ବାଲୁକା ଲିଙ୍ଗ ପୂଜା କରି ଅମର ବର ପାଇଥିଲେ?
ଉ. ଦାଶୀ ନଦୀ

୬୮. ଜୟଦ୍ରଥ ଶିଵଙ୍କଠାରୁ କେଉଁ ବର ପାଇଥିଲେ?
ଅର୍ଜ୍ଜୁନଙ୍କ ଵ୍ୟତୀତ ସମସ୍ତଙ୍କୁ ଜିଣିପାରିଵେ

୬୯. ଗୋରେଖନାଥଙ୍କ ଆଵିର୍ଭାଵ କେଉଁ ସମୟ ନିର୍ଦ୍ଧାରଣ କରାଯାଇଛି?
ଉ. ୧୨୦୦ଶତାବ୍ଦୀ

୭୦. ନାଥଯୋଗୀମାନଙ୍କ ଗୋତ୍ର କଅଣ?
ଉ. ଶିଵଗୋତ୍ର

୭୧. କେଉଁ ତୀର୍ଥରେ ରାଵଣ ଏକାମ୍ବ୍ରନାଥଙ୍କୁ ତପସ୍ୟା କରି ବର ଲାଭ କରିଥିଲେ ?
ଉ. ଏକାମ୍ର ତୀର୍ଥ

୭୨. ରାମଚନ୍ଦ୍ର ଲଙ୍କାରୁ ପ୍ରତ୍ୟାଵର୍ତ୍ତନ କଲାଵେଳେ କେଉଁ ତୀର୍ଥକୁ ଆସିଥିଲେ ବୋଲି ସାରଳା ଵର୍ଣ୍ଣନା କରିଛନ୍ତି?
ଉ. ଏକାମ୍ର

୭୩. ଦ୍ରୁପଦ ଚଉଦଵର୍ଷ ପର୍ଯ୍ୟନ୍ତ ରୁଦ୍ରଙ୍କୁ ଧ୍ୟାନ କରି କି ବର ଲାଭ କରିଥିଲେ?
ଉ. ଦ୍ରୋଣାଚାର୍ଯ୍ୟଙ୍କୁ ଜିଣିଵେ ବର

୭୪. ସାରଳା ଦାସଙ୍କ ଵର୍ଣ୍ଣନା ଅନୁଯାୟୀ ନକୁଳ ଯୋଗଶିକ୍ଷା ପାଇଁ କାହାକୁ ଅନୁରୋଧ କରିଥିଲେ?
ଉ. ଗୋରେଖନାଥ

୭୫. ଗୋରେଖନାଥ ନକୁଳଙ୍କୁ କେଉଁ ଵିଦ୍ୟା ପ୍ରଦାନ କରିଥିଲେ?
ଉ. ତାନ୍ତ୍ରିକ ଷଟକର୍ମ ମଧ୍ୟରୁ ସ୍ତମ୍ଭନଵିଦ୍ୟା

୭୬. ଲୀଳଶଭଦ୍ରା ଦୁର୍ଗା କେଉଁ ଶାସକଙ୍କ ସମୟରେ ପୂଜା ପାଉଥିଵାର ପ୍ରମାଣ ମିଳେ?
ଉ. ଶତ୍ରୁଭଞ୍ଜ

୭୮. ସାରଳା ଦାସଙ୍କ ଵର୍ଣ୍ଣନା ଅନୁସାରେ ନାରଦଙ୍କ ପରାମର୍ଶ କ୍ରମେ ଦେଵକୀ ଓ ଯଶୋଦା କେଉଁ ଵ୍ରତ ପାଳନ କରିଥିଲେ?
ଉ. କମାକ୍ଷୀ ଵ୍ରତ

୭୯. “ଦେଶରେ ବ୍ରାହ୍ମଣ୍ୟ ତନ୍ତ୍ରପୀଠର ଉଦ୍ଭଵ ଓ ଵିକାଶ ଉଡ୍ର ଵା ଓଡ଼ିଶାରେ ହୋଇଥିଲା ଏବଂ ଏହାର ପ୍ରଥମ ଦେଵତା ଥିଲେ ଜଗନ୍ନାଥ” କେଉଁ ପୁରାଣରୁ ଜଣାପଡ଼େ?
ଉ. ଆସାମରେ ଏକାଦଶ ଶତାବ୍ଦୀରେ ଲିଖିତ ‘କାଳିକାପୁରାଣ’

୮୦. ଶାକ୍ତ ତାନ୍ତ୍ରିକମାନେ ଜଗନ୍ନାଥ ଓ ଵିମଳାଙ୍କୁ କେଉଁ ରୂପରେ ଗ୍ରହଣ କରିଛନ୍ତି?
ଉ. ଯଥାକ୍ରମେ ଭୈରଵ ଓ ଭୈରଵୀ

୮୧. ସାରଳା ଦାସ କାହାର ଉପାସକ ଅଟନ୍ତି?
ଉ. କନକପୁର ପାଟଣାର ଅଧିଷ୍ଠାତ୍ରୀ ଦେଵୀ ସାରଳା

୮୨. ଉତ୍କଳରେ ୬ଷ୍ଠ ଶତାବ୍ଦୀରେ ମାଠର ଵଂଶୀୟ ରାଜାମାନେ କାହାକୁ ପୂଜାକରୁଥିଲେ?
ଉ. ଭାଗଵତ ସ୍ବାମୀ ନାରାୟଣଙ୍କ

୮୩. କୃଷ୍ଣଙ୍କୁ କିଏ ଵିରହ ଵଂଶୀ ପ୍ରଦାନ କରିଥିଲେ?
ଉ. ବ୍ରହ୍ମା

୮୪. ସାରଳା ଦାସ କେଉଁ ପ୍ରସଙ୍ଗରେ ରାଧାକୃଷ୍ଣଙ୍କ ରତିଵିଳାସ ଵର୍ଣ୍ଣନା କରିଛନ୍ତି?
ଉ. ଖନୀକାର

୮୫. ଶ୍ରୀଚୈତନ୍ୟଙ୍କ ଦ୍ୱାରା ରାଧାଭାଵ କେବେ ଓଡ଼ିଶାରେ ପ୍ରଚାରିତ ହୋଇଥିଲା?
ଉ. ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ

୮୬. ରାଧାଵିହୀନ କୃଷ୍ଣ ମୂର୍ତ୍ତିକୁ କଅଣ କୁହନ୍ତି ?
ଉ. ଗୋପୀନାଥ

୮୭. ଜରା ଶବର ଅଜା ବସୁଶବର କାହାକୁ ପୂଜା କରୁଥିଵାର ସାରଳା ଦାସ ଵର୍ଣ୍ଣନା କରିଛନ୍ତି?
ଉ. ପାଷାଣରୂପୀ ମାଧଵ

୮୮. ସାରଳା ଦାସ ଵର୍ଣ୍ଣନା ଅନୁସାରେ ଯୁଧିଷ୍ଠିର ପ୍ରାଚୀନଦୀ କୂଳରେ ସ୍ନାନ କଲାଵେଳେ ଜଳରେ କାହାକୁ ଦେଖି ଉପରକୁ ଆଣିଲେ? ଆକାଶଵାଣୀ ଶ୍ରଵଣ କରି ତା’କୁ ନେଇ କେଉଁଠି ରଖିଲେ?
ଉ. ମାଧଵ, ମୂର୍ତ୍ତିକାଗିରି ଶିଖର

୮୯.ସାରଳା ଦାସ ଵର୍ଣ୍ଣନା ଅନୁସାରେ ରାଜା ଗାଲମାଧଵଙ୍କ ଆଦେଶରେ ଵାସୁଦେଵ ଦ୍ବିଜ କୃଷ୍ଣଙ୍କ ସନ୍ଧାନ ନେଵାକୁ ଯାଇ କାହାଙ୍କୁ ଦର୍ଶନ କରିଥିଲେ?
ଉ. ମାଧଵ

୯୦. ପୁରୀଧାମର ଜଗନ୍ନାଥ ମନ୍ଦିର ଗାତ୍ରରେ ଥିଵା ଦଶାଵତାର ଚିତ୍ରରେ ବୁଦ୍ଧଙ୍କ ସ୍ଥାନରେ କାହାଙ୍କର ମୂର୍ତ୍ତି ଅଛି?
ଉ. ଜଗନ୍ନାଥ

୯୧. ଶାକ୍ତ ତାନ୍ତ୍ରିକ ମତରେ ପୁରୁଷୋତ୍ତମ କ୍ଷେତ୍ରର ଅଧିଷ୍ଠାତ୍ରୀ ଦେଵୀ କିଏ?
ଉ. ଵିମଳା

୯୨. ଜଗନ୍ନାଥଙ୍କ ପ୍ରସାଦ ପ୍ରଥମେ କାହାକୁ ଦିଆଯାଏ?
ଉ. ଵିମଳା

୯୩. ସାରଳା ଦାସ ଵର୍ଣ୍ଣନା ଅନୁସାରେ ଜଗନ୍ନାଥ କେଉଁ ରୂପ ଧାରଣ କରି ସାଗର ମନ୍ଥନ କାଳରେ ଅମୃତ ବଣ୍ଟନ କରିଥିଲେ?
ଉ. ମୋହିନୀ ରୂପ

୯୪. ସାରଳା ଦାସ ଵର୍ଣ୍ଣନା ଅନୁସାରେ ଜଗନ୍ନାଥ କେଉଁ ରୂପରେ ଜନ୍ମହୋଇ ଵୈଲୋଚନ ନାମକ ଦୈତ୍ୟକୁ ଵିନାଶ କରିଥିଲେ?
ଉ. ମାଳତୀ କନ୍ୟା

୯୫. ସାରଳା ଦାସଙ୍କ ମହାଭାରତର କେଉଁ ପର୍ଵରୁ ଶୈଵ ଓ ଜଗନ୍ନାଥ ଧର୍ମର ମିଳନ ପ୍ରତିପାଦିତ ହୁଏ?
ଉ. ନିଳେନ୍ଦ୍ରୀଵିଵାହ

୯୬. କେଉଁ ସମୟରୁ ଓଡ଼ିଶାରେ ଶୈଵ ଧର୍ମ ଵିସ୍ତାର ଲାଭ କରିଥିଲା?
ଉ. ଭୌମ ରାଜତ୍ବ ସମୟରେ ମାଧଵୀ ଦେଵୀଙ୍କ ସମୟରୁ

୯୭. କବିରଙ୍କ ପରି ଯଶୋଵନ୍ତ ଓ ଅଚ୍ୟୁତ ଯଥାକ୍ରମେ କଅଣ ରଚନା କରିଥିଲେ?
ଉ. ସାକ୍ଷୀ, ଶବଦ

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

 

MAOD 2 ସାରଳା ଓ ପଞ୍ଚସଖା ସାହିତ୍ଯ BLOCK 2 ପ୍ରାଚୀନ କଵିତାର ଆଙ୍ଗିକ ଓ ସ୍ଵରୂପ

 

୧. ‘ରାଧାକୃଷ୍ଣ ଷୋଡ଼ଶା’ର ରଚୟିତା:
ଉ. ଦିନମଣି

୨. ‘ଚର୍ଚ୍ଚିକା ଜଣାଣ’ର ରଚୟିତା:
ଉ. ଗୋଵିନ୍ଦ ରଥ

୩. ‘ଅନାଦି ଅଵ୍ୟକତ ଅରୂପ ଠୁଳ’ର ରଚୟିତା:
ଉ. କଵି ମୋହନ

୪. ‘ସ୍ଵର ଷୋଡ଼ଶା’ର ରଚୟିତା:
ଉ. ଚୂଡ଼ାମଣି ହରିଚନ୍ଦନ

୫. ‘ଵକୁଳେଶ୍ଵର ଷୋଡ଼ଶା’ର ରଚୟିତା:
ଉ. ଗଣେଶ୍ବର ଦାସ

୬. ଷୋଡ଼ଶା ସାହିତ୍ୟର ସୃଷ୍ଟି ସମୟ କେତେ ନିର୍ଦ୍ଧାରଣ କରାଯାଇଛି?
ଉ. ଅଷ୍ଟାଦଶ ଶତାବ୍ଦୀର ମଧ୍ୟପାଦ

୭.ଷୋହଳଟି ସ୍ଵର ଵର୍ଣ୍ଣକୁ ଆଦ୍ୟ ନିୟମରେ ରଖି ଯେଉଁ ଗୀତି କଵିତା ସୃଷ୍ଟି ହେଲା ତାହାକୁ କଅଣ କୁହାଗଲା ?
ଉ. ଷୋଡ଼ଶା / ଷୋଡ଼ଶେନ୍ଦୁ

୮. ଷୋଡ଼ଶା ଶୈଳୀ ପ୍ରୟୋଗ ପ୍ରଥମେ କିଏ କରିଥିଲେ?
ଉ. କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ

୯. ‘ଚଉପଦୀ ଚନ୍ଦ୍ର’ କିଏ ରଚନା କରିଥିଲେ? ଏହା କେଉଁ ରସାତ୍ମକ ?
ଉ. ଉପେନ୍ଦ୍ର ଭଞ୍ଜ, ଶୃଙ୍ଗାର ରସାତ୍ମକ
(ଏହା ଵିରହ ଭାଵନା, ପ୍ରାପ୍ତିଇଚ୍ଛା, ପ୍ରୀତି ପ୍ରଶଂସା, ପଶ୍ଚାତପ, ଵିରହୋତ୍କଣ୍ଠା ଓ ପୁନର୍ମିଳନ ଆଦି ଶୃଙ୍ଗାର ଭାଵନାକୁ ଆଧାର କରି ରଚିତ ହୋଇଛି ।)

୧୦. କାହାକୁ ଉପଜିଵ୍ୟ କରି ଷୋଡ଼ଶା ଗଢ଼ିଉଠିଥିଲା ବୋଲି କେତେକ ଗଵେଷକ ମତ ଦିଅନ୍ତି ?
ଉ. ସ୍ତୁତି ଓ ଵନ୍ଦନା

୧୧.ଵ୍ୟଞ୍ଜନ ଵର୍ଣ୍ଣ ‘କ’ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଚଉତିରିଶଟି ଵର୍ଣ୍ଣକୁ କ୍ରମାନ୍ବୟରେ ପଦର ପ୍ରତ୍ୟେକ ଚରଣର ଆଦ୍ୟରେ ଵ୍ୟଵହାର କରି ଯେଉଁ ରଚନା ରଚିତ ହୁଏ, ତାହାକୁ କଅଣ କୁହାଯାଏ ?
ଉ. ଚଉତିଶା (ପଣ୍ଡିତ ବାନାମ୍ବର ଆଚାର୍ଯ୍ୟଙ୍କ ମତରେ ଚଉତିଶାଗୁଡ଼ିକୁ ସଂକ୍ଷିପ୍ତ ମାତୃକା ପ୍ରବନ୍ଧ ଵା ଵ୍ୟଞ୍ଜନ ପ୍ରବନ୍ଧ ଵା ଚଉତିଶା ପ୍ରବନ୍ଧ ନାମରେ ନାମିତ କରାଯାଇପାରେ ।)

୧୨. ଚଉତିଶାର ଓଲଟା ଵ୍ୟଞ୍ଜନ ଵର୍ଣ୍ଣର କ୍ରମକୁ କଅଣ କୁହାଯାଏ? ଓଲଟ ଚଉତିଶା (ଭୀମଭୋଇ ଏଭଳି କିଛି ଚଉତିଶା ରଚନା କରିଛନ୍ତି ।)

୧୩. ଓଡ଼ିଆ ଵର୍ଣ୍ଣମାଳାର ପ୍ରଥମ ଵ୍ୟଞ୍ଜନ ଵର୍ଣ୍ଣ ‘କ’ ପରେ ଶେଷ ଵ୍ୟଞ୍ଜନ ଵର୍ଣ୍ଣ ‘କ୍ଷ’, ତାପରେ ଦ୍ଵିତୀୟ ଵର୍ଣ୍ଣ ‘ଖ’ ୩୩ଶ ସଂଖ୍ୟକ ଵର୍ଣ୍ଣ ‘ହ’ – ଏହିପରି କ୍ରମରେ ପ୍ରତି ଚରଣର ଆଦ୍ୟରେ ଵର୍ଣ୍ଣ ଵିନ୍ୟାସ ନୀତି ଅନୁସରଣ କରି ଚଉତିଶା ରଚିତ ହେଲେ ତାହାକୁ କେଉଁ ଚଉତିଶା କୁହନ୍ତି?
ଉ. ‘ମେଷ ଯୁଦ୍ଧ ଚଉତିଶା’ (ଶ୍ୟାମଘନଙ୍କ ‘ମେଷ ଯୁଦ୍ଧ ଚଉତିଶା’ ଏହାର ଏକ ଉଦାହରଣ ।)

୧୪. କଳସା ଚଉତିଶା ସୃଷ୍ଟି ସମୟ କେତେ:
ଉ. ସାରଳା ସାହିତ୍ୟର ପୂର୍ଵର (ଆର୍ତ୍ତାବଲ୍ଲଭ ମହାନ୍ତିଙ୍କ ମତରେ ସମର୍ଥନ କରିଛନ୍ତି ଵଂଶୀଧର ମହାନ୍ତି, ସୂର୍ଯ୍ୟନାରାୟଣ ଦାସ, ମାୟାଧର ମାନସିଂହ, ପଠାଣି ପଟ୍ଟନାୟକ, ସୁରେନ୍ଦ୍ର କୁମାର ମହାରଣା)
ସାରଳା ସାହିତ୍ୟ ସମସାମୟିକ ଵା ପରଵର୍ତ୍ତୀ (କୁଞ୍ଜଵିହାରୀ ତ୍ରିପାଠୀଙ୍କ ମତରେ)

୧୫. କଳସା ଚଉତିଶାର ରଚୟିତା:
ଉ. ବଚ୍ଛା ଦାସ

୧୬. ‘ଆର୍ତ୍ତତ୍ରାଣ ଚଉତିଶା’ର ରଚୟିତା:
ଉ. ଦୀନକୃଷ୍ଣ

୧୭. ଯମକରାଜ ଚଉତିଶା’ର ରଚୟିତା:
ଉ. ଉପେନ୍ଦ୍ର ଭଞ୍ଜ

୧୮. ‘ଋଷିକୂଲ୍ୟା ଚଉତିଶା’ର ରଚୟିତା:
ଉ. ରାମ ଦାସ

୧୯. ଚିତ ଆରତ ଚଉତିଶା ରଚୟିତା:
ଉ. ଅଚ୍ୟୁତାନନ୍ଦ ଦାସ

୨୦. ‘କୃଷ୍ଣକଳା ଚଉତିଶା’ର ରଚୟିତା:

୨୧. ‘କୁସୁମ ସମୟ କାଳେ’ର ରଚୟିତା:
ଉ. ନରସିଂହ ସେଣ

୨୨. ‘ଶ୍ରୀ ବୋଲି ଚଉତିଶା’ର ରଚୟିତା:
ଉ. କହ୍ନାଇ

୨୩. ‘ସୀତାନୁଚିନ୍ତା ଚଉତିଶା’ର ରଚୟିତା:
ଉ. ମଙ୍ଗରାଜ

୨୪. ରାଧାକୃଷ ମିଳନ ଚଉତିଶା କିଏ ରଚନା କରିଥିଲେ ?
ଉ. ସୁଦର୍ଶନ ପଟ୍ଟନାୟକ

୨୫. ରାଧା ଵିରହ ଚଉତିଶା କିଏ ରଚନା କରିଥିଲେ ?
ଉ. କେଶଵ

୨୬. ସୀତା ଵିଛେଦ ଚଉତିଶା କିଏ ରଚନା କରିଥିଲେ ?
ଉ. ପରମାନନ୍ଦ

୨୭. ଅନୁରାଗ ରତ୍ନାକର ଚଉତିଶା କିଏ ରଚନା କରିଥିଲେ ?
ଉ. ଦୀନକୃଷ୍ଣ

୨୮. ପ୍ରେମ ଚିନ୍ତାମଣି ଚଉତିଶା କିଏ ରଚନା କରିଥିଲେ ?
ଉ. ସଦାନନ୍ଦ କଵିସୂର୍ଯ୍ୟ ବ୍ରହ୍ମା

୨୯. ମଥୁରା ଵିଜେ ଚଉତିଶା କିଏ ରଚନା କରିଥିଲେ ?
ଉ. ଗୋପୀନାଥ

୩୦. କୃଷ୍ଣ ଵିଛେଦ ଚଉତିଶା କିଏ ରଚନା କରିଥିଲେ ?
ଉ. ଗୋପଜୀଵନ

୩୧. କୃଷ୍ଣ ଵିରହ ଚଉତିଶା କିଏ ରଚନା କରିଥିଲେ ?
ଉ. ଗୋକୁଳ ନରେନ୍ଦ୍ର

୩୨. କୁସୁମିତ କୁଞ୍ଜ ଚଉତିଶା କିଏ ରଚନା କରିଥିଲେ ?
ଉ. ଶିଶୁଶ୍ୟାମ

୩୩. କାଳୀୟ ଦଳନ ଚଉତିଶା କିଏ ରଚନା କରିଥିଲେ ?
ଉ. ଦନାଇ ଵା ଜନାର୍ଦ୍ଦନ ଦାସ

୩୪. ଗୁଣ୍ଡିଚା ଵିଜେ ଚଉତିଶା କିଏ ରଚନା କରିଥିଲେ ?
ଉ. ଦ୍ବିଜ ଶ୍ରୀଧର

୩୫. ଚଉତିଶା ମାଳା କିଏ ରଚନା କରିଥିଲେ ?
ଉ. ନାରାୟଣ

୩୬. ଛନ୍ଦ ଶ୍ଲେଷ ଯମକ ଚିନ୍ତାମଣି ଚଉତିଶା କିଏ ରଚନା କରିଥିଲେ ?
ଉ. ଲୋକନାଥ ଦାସ

୩୭. କୌଶଲ୍ୟା ଵିଳାପ ଚଉତିଶା କିଏ ରଚନା କରିଥିଲେ ?
ଉ. ରଘୁନାଥ

୩୮. କାନ୍ଦିକହେ ନନ୍ଦରାଣୀ ଚଉତିଶା କିଏ ରଚନା କରିଥିଲେ ?
ଉ. ହରିମାତ

୩୯. କରେ କୋଦଣ୍ଡ ଚଉତିଶା କିଏ ରଚନା କରିଥିଲେ ?
ଉ. ମୁକୁନ୍ଦ

୪୦. ବାଳବୋଲି ଚଉତିଶା ଓ ମରୁଆ ଫୁଲ ଚଉତିଶା କିଏ ରଚନା କରିଥିଲେ ?
ଉ. ଦ୍ଵାରିକା ଦାସ

୪୧. କମଳଦେଶର ଚଉତିଶା କିଏ ରଚନା କରିଥିଲେ ?
ଉ. ଜଗନ୍ନାଥ ଦାସ

୪୨. ଗୋପୀଜ୍ଞାନ ଚଉତିଶା କିଏ ରଚନା କରିଥିଲେ ?
ଉ. ହରିଦାସ

୪୩. ରସବ୍ରହ୍ମ ଚଉତିଶା କିଏ ରଚନା କରିଥିଲେ ?
ଉ. ନନ୍ଦ ଅରକ୍ଷିତ

୪୪. କହୁଅଛି ମୁଁ ଯେ ମନକୁ ଚଉତିଶା କିଏ ରଚନା କରିଥିଲେ ?
ଉ. ପର୍ଶୁରାମ ଦାସ

୪୫. ମନବୋଧ ଚଉତିଶା କିଏ ରଚନା କରିଥିଲେ ?
ଉ. ଭକ୍ତ ଚରଣ ଦାସ

୪୬. କହିଲି ମତେ ନ ବୁଝିଲୁ ମନ ଚଉତିଶା କିଏ ରଚନା କରିଥିଲେ ?
ଉ. ହରିଦାସ

୪୭. କବୀରଙ୍କ ଅନୁସରଣରେ କିଏ କେଉଁ ଭାଷାରେ ଚଉତିଶା ରୀତିରେ ଲେଖା ଆରମ୍ଭ କରିଥିଲେ ।
ଉ. ଆସାମର ଵୈଷ୍ଣଵ କଵି ଶଙ୍କର ଦେଵ ଆସାମୀ ଭାଷାରେ

୪୮. ଆରବୀ ,ପାର୍ସି, ଉର୍ଦ୍ଦୁରେ ଚଉତିଶା ପରି ରଚନାକୁ କଅଣ କୁହାଯାଏ?
ଉ. ‘ଦିବାନ’

୪୯. ଅଧ୍ୟାପକ ଵଂଶୀଧର ମହାନ୍ତି ଓଡ଼ିଆ ଚଉତିଶାକୁ କେତେ ଭାଗରେ ଵିଭକ୍ତ କରିଛନ୍ତି ?
ଉ. ୮ ଭାଗରେ, (ସନ୍ଦେଶ ମୂଳକ, ଜଣାଣ ଵା ସ୍ତୁତି ମୂଳକ, ମିଳନ ଓ ଵିରହ ମୂଳକ, ଵର୍ଣ୍ଣନା ମୂଳକ, ଆଳଙ୍କାରିକ, ଶୋକ ଓ ଵିଳାପ ମୂଳକ, ଵୈରାଗ୍ୟ ମୂଳକ । ଅନ୍ୟମାନେ ଶୃଙ୍ଗାର, ଚିଟାଉ ଓ ଵିଵିଧ ଭାଗରେ ଚଉତିଶାକୁ ନାମକରଣ କରିଛନ୍ତି ।)

୫୦. କେଶଵ କୋଇଲିର ରଚୟିତା:
ଉ. ମାର୍କଣ୍ଡ ଦାସ

୫୧. କୋଇଲିର ସୃଷ୍ଟି ସମୟ କେତେ ?
ଉ. ପଞ୍ଚଦଶ ଶତାବ୍ଦୀ

୫୨. ସଙ୍ଗୀତ ରତ୍ନାକର କିଏ ରଚନା କରିଥିଲେ?
ଉ. ସାଙ୍ଗ ଦେଵ / ଶାର୍ଗ ଦେଵ

୫୩. ପଣ୍ଡିତ ନୀଳକଣ୍ଠ ଦାସଙ୍କ ମତରେ କେଉଁ ଗୀତ ଚଉତିଶାର ଆଦ୍ୟ ?
ଉ. ଓବୀ ଓ ଲୋଲି

୫୪. ଅର୍ଥ କୋଇଲି କିଏ ରଚନା କରିଥିଲେ? ସେଥିରେ କାହାର ଵ୍ୟାଖ୍ୟା କରାଯାଇଛି?
ଉ. ଜଗନ୍ନାଥ ଦାସ, କେଶଵ କୋଇଲିର ଵ୍ୟାଖ୍ୟା

୫୫. କାନ୍ତ କୋଇଲି କିଏ ରଚନା କରିଥିଲେ ?
ଉ. ବଳରାମ ଦାସ

୫୬. ଶ୍ରୀରାମ କୋଇଲି କିଏ ରଚନା କରିଥିଲେ ?
ଉ. ବଳରାମ ଦାସ

୫୭. ଜୀଵ ପରମତତ୍ତ୍ୱ ଉପରେ କେଉଁ କୋଇଲି ଆଧାରିତ?
ଉ. ନାଥିଆ ଲୋକନାଥଙ୍କ ଜ୍ଞାନୋଦୟ କୋଇଲି

୫୮. ପଞ୍ଚସଖା ଯୁଗୀୟ ଧର୍ମୀୟ ଚେତନା, ପିଣ୍ଡବ୍ରହ୍ମାଣ୍ଡଵାଦ ଏବଂ ଆତ୍ମତ୍ବ ସମ୍ପର୍କରେ କେଉଁ କୋଇଲିରେ ଵର୍ଣ୍ଣନା ହୋଇଛି?
ଉ. ତ୍ରିଲୋଚନ ଦାସଙ୍କ ଦୟାସାଗର କୋଇଲି

୫୯. କେଉଁ କଵିଙ୍କଠାରୁ ଓଡ଼ିଆ ସାହିତ୍ୟରେ କୋଇଲି ଗୀତି କଵିତାର ରଚନା ପର୍ଵ ଆରମ୍ଭ ହୋଇଥିଲା?
ଉ. ମାର୍କଣ୍ଡ ଦାସ

୬୦. କେଉଁ କୋଇଲି, ଚଉତିଶା ରୀତିରେ ରଚିତ ?
ଉ. ଵିପ୍ର ଭାଗିରଥିଙ୍କ ଵାତ୍ସଲ୍ୟ କୋଇଲି

୬୧. କୋଇଲି ସାହିତ୍ୟ ଵିଶେଷ କରି କାହାକୁ ଉପଜୀଵ୍ୟ କରି ରଚନା ହୋଇଛି ?
ଉ. ରାମ କୃଷ୍ଣ

୬୨. କମଳମୁଖ କୋଇଲି କିଏ ରଚନା କରିଥିଲେ ?
ଉ. ସଦାନନ୍ଦ ବ୍ରହ୍ମା

୬୩. ଅଲେଖ କୋଇଲି କିଏ ରଚନା କରିଥିଲେ ?
ଉ. ଅନନ୍ତ ବାବା

୬୪. ମନବୋଧ କୋଇଲି କିଏ ରଚନା କରିଥିଲେ ?
ଉ. ମଧୁସୂଦନ ସ୍ୱାଇଁ

୬୫. ସୁନାପୁଅ କୋଇଲି କିଏ ରଚନା କରିଥିଲେ ?
ଉ. ଵେଣୁଧର

୬୬.ତ୍ରିକାଳ କୋଇଲି କିଏ ରଚନା କରିଥିଲେ ?
ଉ. ଦ୍ବିଜ ଵଂଶୀଧର

୬୭. ଵନଵାସ କୋଇଲି କିଏ ରଚନା କରିଥିଲେ ?
ଉ. ବାଶୀ ସବନ୍ତିଆ

୬୮. ମନ୍ଦଦରୀ କୋଇଲି କିଏ ରଚନା କରିଥିଲେ ?
ଉ. ଜଗତେଶ୍ବର ଭଞ୍ଜ

୬୯. ବାଇମନ କୋଇଲି କିଏ ରଚନା କରିଥିଲେ ?
ଉ. ଦ୍ବିଜ ଜଗନ୍ନାଥ

୭୦. ଯୁଗଧର୍ମ କୋଇଲି କିଏ ରଚନା କରିଥିଲେ ?
ଉ. ଜଗନ୍ନାଥ ଦ୍ବିଜ

୭୧. ଓଡ଼ିଆ ପୋଈ ସାହିତ୍ୟ କେଉଁ ସମୟରୁ ଆରମ୍ଭ ହୋଇଥିଲା?
ଉ. ସପ୍ତଦଶ ଶତାବ୍ଦୀର ଶେଷ ଭାଗରୁ

୭୨. ପ୍ରଥମ ପୋଈ ସାହିତ୍ୟଟି କଅଣ ?
ଉ. ଵିପ୍ର କଣ୍ଠ ଦାସଙ୍କ ନଅପୋଈ

୭୩.ପୋଈର ମୂଳ ଶବ୍ଦ କଅଣ ?
ଉ. ପଦୀ

୭୪. ପଦିଆ କେଉଁ ଶବ୍ଦରୁ ସୃଷ୍ଟି ହୋଇଛି?
ଉ. ପଦୀ

୭୫. ଗୀତ ସଙ୍ଖ୍ୟା ସହ ପ୍ରତ୍ୟେକ ଗୀତର ପାଦ ସଙ୍ଖ୍ୟା ସମାନ ରହିଲେ ତାହାକୁ କଅଣ କୁହାଯାଏ?
ଉ. ପୋଈ

୭୬. ପୋଈରେ ପ୍ରତ୍ୟେକ ଛାନ୍ଦ ଶେଷରେ ଗୋଟିଏ ଗୋଟିଏ ଭିନ୍ନ ଛନ୍ଦରେ ରଚିତ ଗୀତକୁ କଅଣ କୁହାଯାଏ?
ଉ. ତଣ୍ଡକ

୭୭. ପୋଈ ମଧ୍ୟରେ ପୂର୍ଵ ଛାନ୍ଦର ସାରମର୍ମ ଓ ପରଵର୍ତ୍ତୀ ଛାନ୍ଦର ଵର୍ଣ୍ଣନା ସମ୍ପର୍କରେ ଯେଉଁ ଗୀତରେ ସୂଚନା ଥାଏ ତାହାକୁ କଅଣ କୁହାଯାଏ?
ଉ. ତଣ୍ଡକ

୭୮. ପୋଈର ରାଗକୁ କଅଣ କୁହାଯାଏ?
ଉ. ପୋଈ ଵା ଭୂପାଳ

୭୯. ପୋଈରେ କେଉଁ ରସ ପ୍ରାଧାନ୍ୟ ଥାଏ?
ଉ. ଶୃଙ୍ଗାର ରସ

୮୦. ରାମାୟଣ କଥାବସ୍ତୁକୁ ନେଇ କେଉଁ କଵି ପୋଈ ରଚନା କରିଛନ୍ତି?
ଉ. ଉପେନ୍ଦ୍ର ଭଞ୍ଜଙ୍କ ଷୋଳପୋଈ, ଅରକ୍ଷିତ ଗୋଵର୍ଦ୍ଧନଙ୍କ ପଚିଶ ପୋଈ

୮୧. ଭାଵ ଓ ସାରମର୍ମ ଦୃଷ୍ଟିରୁ ପୋଈ କେତେ ଭାଗରେ ଵିଭକ୍ତ? କଅଣ କଅଣ?
ଉ. ୩, ରାମ କଥା ମୂଳକ, ରାଧାକୃଷ୍ଣ ପ୍ରେମ ମୂଳକ, ଜଣାଣ ଧର୍ମୀ

୮୨. ଯେଉଁଥିରେ ୧୬ଟି ଗୀତ ଓ ପ୍ରତ୍ୟେକ ଗୀତରେ ପାଦ ସଙ୍ଖ୍ୟା ୧୬, ତାହାକୁ କେଉଁ ପୋଈ କୁହାଯିଵ ?
ଉ. ଷୋଳପୋଈ

୮୩. ପୋଈର ନାମ କରଣ କାହା ଉପରେ ନିର୍ଭର କରେ?
ଉ. ଗୀତ ସଙ୍ଖ୍ୟା ଓ ପଦ ସଙ୍ଖ୍ୟା

୮୪. କାହାକୁ ଉପଜୀଵ୍ୟ କରି ପୋଈ କଵିତା ଗଢ଼ି ଉଠିଛି?
ଉ. ରାମଲୀଳା ଓ କୃଷ୍ଣଲୀଳା

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

 

MAOD 2 ସାରଳା ଓ ପଞ୍ଚସଖା ସାହିତ୍ଯ BLOCK 3 ପାଠ

 

୧. ମହାଭାରତ ପ୍ରଥମରୁ କେଉଁ ନାମରେ ରଚନା କରାଯାଇଥିଲା?
ଉ. ଜୟ ଏବଂ ଭାରତ

୨. ଜୟ ଗ୍ରନ୍ଥରେ କେତେ ଶ୍ଳୋକ ଥିଲା?
ଉ. ୮୦୦ରୁ ୧୦,୦୦୦

୩. ଜୟ ଗ୍ରନ୍ଥ ଵିକଶିତ ହୋଇ କେଉଁ ନାମରେ ପରିଚିତ ହେଲା ଶ୍ଳୋକ ସଙ୍ଖ୍ୟା କେତେ ହେଲା?
ଭାରତ, ୨୪,୦୦୦

୪. ମହାଭାରତ ଗ୍ରନ୍ଥରେ ଵର୍ଣ୍ଣିତ ଧୃଷ୍ଟରାଷ୍ଟ୍ର ଓ ପଣ୍ଡୁଙ୍କ ସ୍ୱାସ୍ଥ୍ୟ କିପରି ଥିଲା?
ଉ. ଅନ୍ଧ, ରୋଗଗ୍ରସ୍ତ ଓ ନପୁଂସକ

୫. ମାଦ୍ରୀ କାହାଙ୍କର ପତ୍ନୀ ଥିଲେ କିପରି ମୃତ୍ୟୁବରଣ କଲେ?
ଉ. ପଣ୍ଡୁ, ସହମରଣ

୬. ପାଣ୍ଡୁଙ୍କର କେତେ ପତ୍ନୀ ଥିଲେ? ସେମାନଙ୍କ ନାମ କଅଣ?
ଉ. ୨, ମାଦ୍ରୀ, କୁନ୍ତୀ

୭. କୁନ୍ତୀଙ୍କର କେତେ ସନ୍ତାନ ଥିଲେ? ସେମାନଙ୍କ ନାମ କଅଣ?
ଉ. ୫, ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ, ସହଦେଵ

୮. ପାଣ୍ଡଵମାନଙ୍କୁ କେତେଵର୍ଷ ଵନଵାସ ଓ ଅଜ୍ଞାତଵାସ ଯିଵାକୁ ପଡ଼ିଥିଲା?
ଉ. ବାର ଵର୍ଷ ଵନଵାସ, ୧ ଵର୍ଷ ଅଜ୍ଞାତଵାସ

୯. ପଶାଖେଳ କେଉଁଠି ହୋଇଥିଲା? କିଏ ପରାସ୍ତ ହୋଇଥିଲେ?
ଉ. ହସ୍ତିନାପୁର ରାଜସଭାରେ, ପାଣ୍ଡଵ

୧୦. ଭାରତ ଯୁଦ୍ଧ କେତେଦିନ ଧରି ଚାଲିଥିଲା? କିଏ ଵିଜୟ ହୋଇଥିଲେ?
ଉ. ୧୮, ଯୁଧିଷ୍ଟିର

୧୧. ଉତ୍ତର ଭାରତରେ ଲିଖିତ ଓ ଦକ୍ଷିଣ ଭାରତରେ ଲିଖିତ ମହାଭାରତ ଗ୍ରନ୍ଥରେ ଯଥାକ୍ରମେ କେତେ ଶ୍ଳୋକ ଥିଲା?
ଉ. ୮୨୧୩୬, ୯୫୫୮୬

୧୨. ଵର୍ତ୍ତମାନ ଉପଲବ୍ଧ ମହାଭାରତ ଗ୍ରନ୍ଥ କେଉଁ ଶତାବ୍ଦୀର ଅନୁମାନ କରାଯାଏ?
ଉ. ୪ର୍ଥ ଶତାବ୍ଦୀ

୧୩. ମହାଭାରତ ଗ୍ରନ୍ଥ କେତୋଟି ପର୍ଵରେ ଵିଭକ୍ତ?
ଉ. ୧୮

୧୪. ମହାଭାରତ ମୂଳଗ୍ରନ୍ଥରେ କେତେ ଶ୍ଳୋକ ଥିଲା?
ଉ. ୧୦,୦୦୦ ଶ୍ଳୋକ (ଶତ ଶହସ୍ର ସଂହିତା ନାମରେ ପରିଚିତ)

୧୫. ପଞ୍ଚମଵେଦ କାହାକୁ କୁହାଯାଏ?
ଉ. ମହାଭାରତ

୧୬. ମହାଭାରତ ଅନୁସାରେ ରାଜପରିଷଦରେ ଯଥାକ୍ରମେ କେତେଜଣ ଵେଦ ଵିଶାରଦ ବ୍ରାହ୍ମଣ, କ୍ଷତ୍ରିୟ, ଵୈଶ୍ୟ, ଶୂଦ୍ର ଏବଂ ସୂତପୁତ୍ର ରହିଵାର ବିଧି ଥିଲା?
ଉ. ୪, ୮, ୨୦, ୩, ୧

୧୭. ସାରଳାଦାସ କେଉଁ ନଦୀକୂଳରେ ସମାଧିସ୍ଥ ହୋଇଥିଲେ?
ଉ. ବୁଡ଼ନଈ ଵା ଚନ୍ଦ୍ରଭାଗା ନଦୀ

୧୮. ସାରଳା ଦାସ ନିଜ ଜନ୍ମଵୃତାନ୍ତ କେଉଁଥିରେ ଉଲ୍ଲେଖ କରିଛନ୍ତି?
ଉ. ମହାଭାରତ ଓ ଚଣ୍ଡୀପୁରାଣ

୧୯. ସାରଳା ଦାସ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଜନ୍ମରେ କି ନାମରେ ଜନ୍ମ ନେଇଥିଲେ ବୋଲି ଉଲ୍ଲେଖ କରିଛନ୍ତି?
ଉ. କାଳିଦାସ, ମହାକାଳ ଧ୍ଵଂସ, ସାରଳା ଦାସ

୨୦. ଵିଲଙ୍କା ରାମାୟଣ ମୂଳତଃ ସଂସ୍କୃତର କେଉଁ ଗ୍ରନ୍ଥ ଉପରେ ଆଧାରିତ?
ଉ. ଅଦ୍ଭୁତ ରାମାୟଣ

୨୧. ସାରଳାଦାସ ମହାଭାରତ ରଚନା ପରେ କଅଣ ରଚନା କରିଥିଲେ?
ଉ. ଚଣ୍ଡୀ ପୁରାଣ

୨୨. ସାରଳା ଦାସ ତାଙ୍କ ରଚନା କେଉଁ କ୍ରମରେ କରିଛନ୍ତି ବୋଲି ଚଣ୍ଡୀପୁରାଣରେ ଉଲ୍ଲେଖ ଅଛି?
ଉ. ରାମାୟଣ – ମହାଭାରତ – ଭାଗଵତ

୨୩. ଚଣ୍ଡୀ ପୁରାଣର ଵିଷୟଵସ୍ତୁ ସଂସ୍କୃତର କେଉଁ ଵିଷୟ ଉପରେ ଆଧାରିତ?
ଉ. ମାର୍କଣ୍ଡେୟ ଚଣ୍ଡୀ, ଦେଵୀ ଭାଗଵତ

୨୪. ମହାଭାରତ ରଚନା କେଉଁ ଵୃତ୍ତ / ଛନ୍ଦ ପ୍ରୟୋଗ ହୋଇଛି?
ଉ. ଦାଣ୍ଡିଵୃତ

୨୫. ସାଧାରଣତଃ ଦାଣ୍ଡିଵୃତ୍ତର ରଚନାଵଳୀ କେତେ ଅକ୍ଷର ଵିଶିଷ୍ଟ ହୋଇଥାଏ? ସାରଳା ମହାଭାରତରେ ଵ୍ୟତିକ୍ରମ ଘଟି କେତେ ସଂଖ୍ୟକ ହୋଇଛି?
ଉ. ୧୪ (ସ୍ଥଳ ଵିଶେଷରେ ଅକ୍ଷର ସଂଖ୍ୟା ୧୪-୧୮ ହୋଇଥାଏ।), ୧୨,୧୩,୧୪

୨୬. ସାରଳା ଦାସ ଵ୍ୟାସ ମହାଭାରତର ‘ସ୍ତ୍ରୀ ପର୍ଵ’କୁ କେଉଁ ନାମ ଦେଇଛନ୍ତି?
ଉ. ନାରୀ ପର୍ଵ

୨୭. ସାରଳା ଦାସ ଵ୍ୟାସ ମହାଭାରତର ‘ଆଦି ପର୍ଵ’କୁ କେଉଁ ନାମରେ ଵିଭକ୍ତ କରିଛନ୍ତି?
ଆଦ୍ୟ ଓ ମଧ୍ୟପର୍ଵ

୨୮. ସାରଳା ଦାସ ଵ୍ୟାସ ମହାଭାରତର ଦ୍ଵାଦଶ ପର୍ଵ ‘ଶାନ୍ତି ପର୍ଵ’କୁ ନିଜ ରଚନାର କେଉଁ ପର୍ଵରେ ଵର୍ଣ୍ଣନା କରିଛନ୍ତି?
ଉ. ଚତୁର୍ଦ୍ଦଶ

୨୯. ସାରଳା ଦାସ ନିଜ ରଚିତ ମହାଭାରତରେ କେଉଁ ନୂତନ ପର୍ଵ ନାମକରଣ କରିଛନ୍ତି?
ଉ. ମଧ୍ୟପର୍ଵ, ଗଦାପର୍ଵ, କାଇଁଶିକା ପର୍ଵ

୩୦. ସାରଳା ଦାସ ଵ୍ୟାସ ମହାଭାରତର କେଉଁ ପର୍ଵକୁ ଗ୍ରହଣ କରିନାହଁନ୍ତି?
ଉ. ସୌପ୍ତିକ, ଅନୁଶାନିକ, ମହାପ୍ରସ୍ଥାନିକ

୩୧. ସାରଳା ଦାସ ଵ୍ୟାସ ମହାଭାରତର ଶାନ୍ତିପର୍ଵ ଓ ଆଶ୍ରମିକ ପର୍ଵକୁ ମିଶାଇ କେଉଁ ପର୍ଵ ରଚନା କରିଛନ୍ତି?
ଉ. ଶାନ୍ତିପର୍ଵ

୩୨. ଭୀଷ୍ମ କାହାଙ୍କର ପୁତ୍ର?
ଉ. ଶାନ୍ତନୁ ଓ ଗଙ୍ଗା

୩୩. କିଏ ଗାଙ୍ଗେୟ ଓ ଦେଵଵ୍ରତ ନାମରେ ମଧ୍ୟ ପରିଚିତ?
ଉ. ଭୀଷ୍ମ

୩୪. ଏକ ବାଟି କେତେ ମାଣ?
ଉ. ୨୦

୩୫. ଦୂତଠାରୁ ଦିନକୁ କେତେଥର ରାଜ୍ୟର ଭଲମନ୍ଦ ବୁଝିଵାପାଇଁ ପରାମର୍ଶ ଦେଇଛନ୍ତି?
ଉ. ୩

୩୬. ରାଜ୍ୟରେ ଉପୁଜୁଥିଵା କଳିକୁ ସମାଧାନ କରିଵାପାଇଁ କାହାକୁ ପ୍ରେରଣ କରିଵାକୁ ଭୀଷ୍ମ ଯୁଧିଷ୍ଟିରଙ୍କୁ ପରାମର୍ଶ ଦେଇଛନ୍ତି?
ଉ. ଭାଇଙ୍କୁ

୩୭. ପାଞ୍ଚଵର୍ଷର ଘୋଡ଼ାପାଇଁ କେତେ ଵର୍ଷର ରାଉତ ଓ କେତେ ଵର୍ଷର ପଦାତିକ ରଖିଵାପାଇଁ ଭୀଷ୍ମ ପରାମର୍ଶ ଦେଇଛନ୍ତି?
ଉ. ୫୦, ୨୫

୩୮. ମହାରାଜା ଶାନ୍ତନୁ କେଉଁ ଵଂଶର ରାଜା?
ଉ. କୁରୁଵଂଶ

୩୯. କାହାଙ୍କର ଅଭିଶାପରେ ଭୀଷ୍ମ ଗଙ୍ଗାଦେଵୀଙ୍କଠାରୁ ଉତ୍ପନ୍ନ ହେଲେ ?
ଉ. (ନଵମ ଵସୁଦେଵ) ଵଶିଷ୍ଠ

୪୦. ଭୀଷ୍ମ (ଅସ୍ତ୍ର ଅଭ୍ୟାସ କରୁଥିଵା ସମୟରେ ଥରେ ନିଜ ବାଣରେ) ଗଙ୍ଗାଙ୍କର ଧାର ଅଵରୋଧ କରି କେଉଁ ନାମ ପାଇଥିଲେ?
ଉ. ଦେଵଵ୍ରତ

୪୧. ଶାନ୍ତନୁ କ୍ରୋଧରେ ଗଙ୍ଗାଙ୍କୁ କେଉଁ ନାମରେ ସମ୍ବୋଧନ କରିଥିଲେ?
ଉ. ଗାଙ୍ଗୀ

୪୨. ଗଙ୍ଗା ଶାନ୍ତନୁଙ୍କୁ ପରିତ୍ୟାଗ କରିଯିଵା ପରେ ଶାନ୍ତନୁ କାହାକୁ ଵିଵାହ କଲେ?
ଉ. କୈଵର୍ତ୍ତ୍ୟ ରାଜାଙ୍କ କନ୍ୟା ସତ୍ୟଵତୀ

୪୩. ଭୀଷ୍ମ କାହାଠାରୁ ଇଚ୍ଛାମୃତ୍ୟ ଅଧିକାରୀ ହୋଇଥିଲେ?
ଉ. ଗଙ୍ଗାଙ୍କ ଉକ୍ତିରୁ

୪୪. ସାରଳାଦାସଙ୍କ ମହାଭାରତର ଵର୍ଣ୍ଣନା ଅନୁସାରେ ଭୀଷ୍ମ କାହାକୁ ଵିଵାହ ନିମିତ୍ତ ସ୍ୱୀକୃତି ଦେଇଥିଲେ?
ଉ. ରାଜା ପଦ୍ମନାଭଙ୍କ କନ୍ୟା ଅମ୍ବାଙ୍କୁ

୪୫. ଭୀଷ୍ମ କାହାକୁ ସ୍ୱୟଂମ୍ବର ସଭାରୁ ବଳପୂର୍ଵକ ହରଣ କରିନେଇଥିଲେ?
ଉ. କାଶୀ ନରେଶଙ୍କ ତିନି କନ୍ୟା ଅମ୍ବା, ଅମ୍ବିକା ଓ ଅମ୍ବାଳିକା

୪୬. ସଂସ୍କୃତ ମହାଭାରତ ଅନୁସାରେ ଅମ୍ବା କାହାକୁ ଵିଵାହ ପାଇଁ ଇଛା କରିଥିଲେ?
ଉ. ଶାଲ୍ଵ

୪୭. ଭୀଷ୍ମ ଅମ୍ବିକା ଓ ଅମ୍ବାଳିକାଙ୍କୁ କାହା ସହ ଵିଵାହ କରାଇଥିଲେ?
ଉ. ଵିଚିତ୍ରଵୀର୍ଯ୍ୟ

୪୮. ସାରଳାଙ୍କ ମତରେ ଭୀଷ୍ମ ଅମ୍ବିକା ଓ ଅମ୍ବାଳିକାଙ୍କର କଅଣ ଅଟନ୍ତି?
ଉ. ଦେଵର / ଦିଅର

୪୯. ଅମ୍ବା କେଉଁଠାରେ ମାଧଵଙ୍କୁ ପୂଜା କରି ଆତ୍ମଵିସର୍ଜନ କରିଥିଲେ?
ଉ. ପ୍ରୟାଗକ୍ଷେତ୍ରରେ

୫୦. ମହାଭାରତ ଯୁଦ୍ଧରେ ଭୀଷ୍ମ କାହାକୁ ଦେଖି ଶରତ୍ୟାଗ କରିଥିଲେ?
ଶିଖଣ୍ଡି

୫୧. ଭୀଷ୍ମ କାହାକୁ ନିଜର ମୃତ୍ୟ ଭେଦ ଜଣାଇଥିଲେ?
ଉ. ଯୁଧିଷ୍ଟିର

୫୨. ମହାଭାରତ ଯୁଦ୍ଧରେ ଭୀଷ୍ମ କେଉଁ ପକ୍ଷର ସେନାପତି ଥିଲେ?
ଉ. କୌରଵ

୫୩. କେଉଁ ମହାଭାରତରେ ଶାନ୍ତନୁ ମୃଗୟାରେ ଯାଇ ଗଙ୍ଗାନଦୀ କୂଳରେ କ୍ରୀଡ଼ାରତ ଦେଵଵ୍ରତଙ୍କ ପରିଚୟ ପାଇ ତାପରେ ପୁତ୍ର ସହିତ ସ୍ୱରାଜ୍ୟକୁ ପ୍ରତ୍ୟଵର୍ତ୍ତନ କରିଥିଲେ?
ଉ. ଵ୍ୟାସଙ୍କ ମହାଭାରତ

୫୪. ବଳରାମ ଦାସ କେଉଁଠାରେ, କେବେ ଜନ୍ମଗ୍ରହଣ କରିଥିଲେ?
ଉ. ପୁରୀ ନିକଟ ସମଗରାଠାରେ, ପଞ୍ଚଦଶ ଶତାବ୍ଦୀରେ

୫୫. ବଳରାମ ଦାସଙ୍କ ପିତାଙ୍କ ନାମ କଅଣ ? ସେ କଅଣ କରୁଥିଲେ?
ଉ. ସୋମନାଥ ମହାପାତ୍ର, ଗଜପତି ପ୍ରଶାସନର ଜଣେ ପଦସ୍ଥ କର୍ମଚାରୀ

୫୬. ଲକ୍ଷ୍ମୀ କେଉଁ ପୁଷ୍ପକୁ ଶ୍ରଦ୍ଧା କରନ୍ତି?
ଉ. ପଦ୍ମ

୫୭. ଲକ୍ଷ୍ମୀ କାହାଙ୍କର କନ୍ୟା ଅଟନ୍ତି?
ଉ. ଵରୁଣ

୫୮. ଶ୍ରୀମନ୍ଦିରରୁ ସବୁ ଧନରତ୍ନ ଅପହରଣ କରିଵାପାଇଁ ଲକ୍ଷ୍ମୀ କାହାକୁ ଆଦେଶ ଦେଲେ?
ଉ. ଅଷ୍ଟ ବେତାଳ

୫୯. ସମୁଦ୍ର ତଟରେ କୁଟୀର ନିର୍ମାଣ ପାଇଁ ଲକ୍ଷ୍ମୀ କାହାକୁ ସ୍ମରଣ କଲେ?
ଉ.ଵିଶ୍ଵକର୍ମା

୬୦. ଲକ୍ଷ୍ମୀ ଶ୍ରୀମନ୍ଦିର ଫେରିଵାକୁ କି ସର୍ତ୍ତ ରଖିଲେ?
ମନ୍ଦିର ଭିତରେ ଜାତିଭେଦ ରହିଵନାହିଁ, ଚଣ୍ଡାଳ ହାତରୁ ବ୍ରାହ୍ମଣ ଖାଇଲେ ଜାତି ଯିଵ ନାହିଁ ।

୬୧. ଜଗନ୍ନାଥଙ୍କ ସକଳ ସମ୍ପତ୍ତିର ଅଧିକାରିଣୀ କିଏ? ତାଙ୍କ ଭଣ୍ଡାରର ନାମ କଅଣ?
ଉ. ଲକ୍ଷ୍ମୀ, ଶ୍ରୀକୋଠ ଭଣ୍ଡାର

୬୨. ଜଗନ୍ନାଥ ଦାସ କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ? ତାଙ୍କ ପିତାମାତାଙ୍କ ନାମ କଅଣ?
ଉ. କପିଳେଶ୍ୱର ପୁର ଶାସନ, ଭଗଵାନ ଦାସ, ପଦ୍ମାଵତୀ,

୬୩. ଜଗନ୍ନାଥଙ୍କ ଜୀଵନ କାଳ କେଉଁ ସମୟ ନିରୁପିତ ହୋଇଛି ? ସେ ଚୈତନ୍ୟଙ୍କ ସହ କେବେ ଭେଟହୋଇଥିଲେ ବୋଲି ଅନୁମାନ କରାଯାଏ?
ଉ. ୧୪୮୭/୯୦-୧୫୪୭/୫୦ ଶୁକ୍ଳ ପକ୍ଷ ଅଷ୍ଟମୀ ବୁଧଵାର ମଧ୍ୟାହ୍ନରେ ଅନୁରାଧା ନକ୍ଷତ୍ରରେ, ୧୫୦୯ ମୃତ୍ୟୁ

୬୪. ଖାଡ଼ଙ୍ଗୀ ଭାଗଵତ କିଏ, କେବେ ରଚନା କରିଥିଲେ?
ଉ. ଦୀନବନ୍ଧୁ ଖାଡ଼ଙ୍ଗୀ ସପ୍ତମ ଶତାବ୍ଦୀ ଅନ୍ତିମ ଭାଗରେ

୬୫. ଭାଗଵତ ପ୍ରକାଶିକା (ଓଡ଼ିଆ ଗଦ୍ୟ ଅନୁଵାଦ) କିଏ କେବେ ରଚନା କରିଥିଲେ?
ଉ. ରାମ ନାରାୟଣ ଵିଦ୍ୟାରତ୍ନ, ୧୮୮୬ରେ

୬୬. ଜ୍ଞାନ ପ୍ରଚାର ଭାଗଵତ କିଏ କେବେ ରଚନା କରିଥିଲେ?
ଉ. ପରୀକ୍ଷିତ ଦାସଶର୍ମା ୧୯୧୭ରେ

୬୭. ଭାଗଵତରେ ମୁଖ୍ୟ ନାୟକ କିଏ?
ଉ. ଶ୍ରୀକୃଷ୍ଣ / ଜଗନ୍ନାଥ

୬୮. ଜଗନ୍ନାଥ ଦାସଙ୍କ ପିତାଙ୍କ ନାମ କଅଣ ? ତାଙ୍କ କୌଳିକ ଵୃତ୍ତି କଅଣ ଥିଲା?
ଉ. ଭଗଵାନ ଦାସ, ଶ୍ରୀମନ୍ଦିର ବେଢ଼ାରେ ପୁରାଣ ପାଠ

୬୯. ଜଗନ୍ନାଥ ଦାସ କାହାଙ୍କର ଅନୁରୋଧ କ୍ରମେ ଓଡ଼ିଆ ଭାଗଵତ ରଚନା କରିଥିଲେ?
ଉ. ମାତା

୭୦. ଭାଗବତ ଜନ୍ମ କେଉଁ ତିଥିରେ ପାଳିତ ହୁଏ?
ଉ. ଭାଦ୍ରଵ ପୂର୍ଣ୍ଣିମା

୭୧. ଜଗନ୍ନାଥ ଦାସଙ୍କୁ ଅତିବଡୀ ଉପାଧି କିଏ କେବେ କେଉଁଠାରେ ପ୍ରଦାନ କରିଥିଲେ?
ଉ. ଶ୍ରୀଚୈତନ୍ୟ, ୧୫୦୯, ବଟଗଣେଶ ମଣ୍ଡପରେ ଭାଗଵତ ଵ୍ୟାଖ୍ୟା ସମୟରେ

୭୨. ଜଗନ୍ନାଥ ଦାସ କେତେ ଵର୍ଷ ବଞ୍ଚିଥିଲେ?
ଉ. ୬୦ ଵର୍ଷ

୭୩. କାହା ଆଦେଶରେ କିଏ ଜଗନ୍ନାଥ ଦାସଙ୍କୁ ଵୈଷ୍ଣଵ ଧର୍ମରେ ଦୀକ୍ଷିତ କରାଇଥିଲେ?
ଉ. ଶ୍ରୀଚୈତନ୍ୟଙ୍କ ଆଦେଶରେ ବଳରାମ ଦାସ

୭୪. ଭାଗଵତର ଅର୍ଥ କଅଣ?
ଉ. ଭ – ଭାଵୀ ଵା ଭଵିଷ୍ୟତ, ଗ – ଗତି ଵା ଅତୀତ, ଵ – ଵର୍ତ୍ତମାନ, ତ ତତ୍ତ୍ୱ ଵା ତଥ୍ୟ

୭୫. ଵର୍ଷାଣାଂ ଭାରତଃ ଶ୍ରେଷ୍ଠ ଦେଶାନାମୁତ୍କଳଶ୍ରୁତଃ
ଉତ୍କଳସ୍ୟ ସମୋଦେଶଃ ଦେଶୋ ନାସ୍ତି ମହୀତଳେ ।
କେଉଁ ଗ୍ରନ୍ଥରୁ ଆନିତ ?
ଉ. କପିଳ ସଂହିତା

୭୬. ଜଗନ୍ନାଥ ଦାସଙ୍କ ଭାଗଵତରେ ତ୍ରୟୋଦଶ ସ୍କନ୍ଧ କିଏ ଯୋଡ଼ିଥିଲେ?
ଉ. ମହାଦେଵ ଦାସ, ଦ୍ୱାରକା ଦାସ

୭୭. ଭଲ ଓଡ଼ିଆ ଶିଖିଵାକୁ ହେଲେ “ଦନେଇ ଦାସ”ଙ୍କ “ଗୋପୀଭାଷା” ଓ ଜଗନ୍ନାଥ ଦାସଙ୍କ “ଭାଗଵତ” ପଢ଼ିଵା ନିତାନ୍ତ ଦରକାର । କିଏ ମତ ଦେଇଥିଲେ?
ଉ. ଗୋପବନ୍ଧୁ ଦାସ

୭୮. ହଳଧର ଭାଗଵତ (ଓଡ଼ିଆ ଗଦ୍ୟ ଅନୁଵାଦ) କିଏ, କେବେ ରଚନା କରିଥିଲେ?
ଉ. ହଳଧର ଶତପଥୀ, ୧୯୩୦ରେ

୭୯. ଵିଦ୍ୟାରତ୍ନ ଭାଗଵତ କିଏ, କେବେ ରଚନା କରିଥିଲେ?
ଉ. ଶ୍ରୀରାମନାରାୟଣ ଵିଦ୍ୟାରତ୍ନ ୧୮୮୮ରେ

୮୦. କୃଷ୍ଣ ଚରଣ ପଟ୍ଟନାୟକ କୃତ ଭାଗଵତ କିଏ କେବେ ପ୍ରକାଶ କରିଥିଲେ?
ଉ. ଉଦୟନାଥ ନାୟକ, ୧୯୩୮ରେ

୮୧. ଜାନକୀ ଵଲ୍ଲଭକୃତ ଓଡ଼ିଆ ଭାଗଵତ କିଏ କେବେ ରଚନା କରିଥିଲେ?
ଉ. ଜାନକୀ ଵଲ୍ଲଭ କର ଶର୍ମା, ଅଷ୍ଟାଦଶ ଶତାବ୍ଦୀରେ

୮୨. ନୃସିଂହ ଚରଣ ଭାଗଵତ କିଏ କେବେ ରଚନା କରିଥିଲେ?
ଉ. ଢେଙ୍କାନାଳ ହାଇସ୍କୁଲର ତତ୍କାଳୀନ ପ୍ରଧାନଶିକ୍ଷକ, ୧୯୩୮

୮୩. କିଏ ଓଡ଼ିଶାର ଭାଗଵତ ଟୁଙ୍ଗୀର ପ୍ରଭାଵ ଓ ପ୍ରସାର ଲକ୍ଷ୍ୟ କରି ଆସାମରେ ନାମଘର ପ୍ରତିଷ୍ଠା କରିଥିଲେ?
ଉ. କଵି ଶଙ୍କରଦେଵ

୮୪. ଜଗନ୍ନାଥ ଦାସଙ୍କର ଦୀକ୍ଷା ଗୁରୁ କିଏ?
ଉ. ମତ୍ତ ବଳରାମ ଦାସ

୮୫. ଜଗନ୍ନାଥ ଚାରିତ୍ରାମୃତ କିଏ ରଚନା କରିଥିଲେ?
ଉ. ଦିଵାକର ଦାସ

୮୬. ପ୍ରେମସାରତନ୍ତ୍ର ଗ୍ରନ୍ଥ ଅନୁଯାୟୀ ଜଗନ୍ନାଥ ଦାସଙ୍କ ମାତାଙ୍କ ନାମ କଅଣ ଥିଲା?
ଉ. କମଳାଦେଵୀ

୮୭. ଜଗନ୍ନାଥ ଦାସ ବାଲ୍ୟକାଳରେ କ୍ରୀଡ଼ା କସରତ ଵେଳେ କେଉଁ ମନ୍ତ୍ର ଉଚ୍ଚାରଣ କରୁଥିଲେ ବୋଲି କୁହାଯାଇଛି?
ଉ. ହରେକୃଷ୍ଣ ହରେରାମ

୮୮. ପ୍ରେମସାରତନ୍ତ୍ର ଗ୍ରନ୍ଥ ଅନୁଯାୟୀ ଜଗନ୍ନାଥ ଦାସ କାହାର ପାଣି ଗ୍ରହଣ କରିଥିଲେ? କାହାଙ୍କର ପ୍ରେରଣାରେ?
ଉ. କୃଷ୍ଣପ୍ରିୟା, ଵନମାଳୀ ରାଜଗୁରୁ

୮୯. ଜଗନ୍ନାଥ ଦାଶ କେଉଁଠାରେ ଵିଦ୍ୟା ଅଧ୍ୟୟନ କରିଥିଲେ?
ଉ. କାଶୀରେ

୯୦. କେତୋଟି ଵିଦ୍ୟା ଵେଦାଙ୍ଗ ଭାଵରେ ପରିଚିତ? ସେଗୁଡ଼ିକ କଅଣ?
ଉ. ୬, ଶିକ୍ଷା, କଳ୍ପ, ଵ୍ୟାକରଣ, ଛନ୍ଦ, ଜ୍ୟୋତିଷ, ଓ ନିରୁକ୍ତି

୯୧. ପୁରାଣ କହିଲେ କାହାକୁ ବୁଝାଯାଏ? ପୁରାଣର ସଙ୍ଖ୍ୟା କେତେ?
ଉ. ଅଷ୍ଟାଦଶ ମହାପୁରାଣ, ୧୮

୯୨. ଶ୍ରୀ ମହାଭାଗଵତ ମହାପୁରାଣ ଜଗନ୍ନାଥ ଦାସ କେଉଁଠାରେ ଅଧ୍ୟୟନ କରିଥିଲେ?
ଉ. କାଶୀଠାରେ

୯୩. ଦର୍ଶନ କେତେ ପ୍ରକାର? କଅଣ କଅଣ?
ଉ. ଆସ୍ତିକ, ନାସ୍ତିକ

୯୪. ଆସ୍ତିକ ଦର୍ଶନ କେତେ ପ୍ରକାର? କଅଣ କଅଣ?
ଉ. ଛଅ, ସାଙ୍ଖ୍ୟ, ଯୋଗ, ନ୍ୟାୟ, ଵୈଷୟିକ, ମୀମାଂସା, ଓ ଵେଦାନ୍ତ

୯୫. ନାସ୍ତିକ ଦର୍ଶନ କେତେ ପ୍ରକାର? କଅଣ କଅଣ?
ଉ. ୩ ଚାର୍ଵାକ୍, ଜୈନ, ବୌଦ୍ଧ

୯୬. ଷଡ଼ ଦର୍ଶନ ମଧ୍ୟରୁ ଜଗନ୍ନାଥ ଦାସଙ୍କର କେଉଁଟି ପ୍ରିୟ ଥିଲା?
ଉ. ଵେଦାନ୍ତ ଦର୍ଶନ

୯୭. ଜଗନ୍ନାଥ ଦାସ କେଉଁ ତନ୍ତ୍ର ଦର୍ଶନ ସମ୍ପର୍କରେ ଆସିଥିଲେ?
ଉ. ଵୈଷ୍ଣଵ ତନ୍ତ୍ର

୯୮. କିଏ ଜଗନ୍ନାଥ ଦାସଙ୍କୁ ସଙ୍ଗୀତଜ୍ଞ ରୂପେ ଵର୍ଣ୍ଣନା କରିଛନ୍ତି?
ଉ. ଵୈଷ୍ଣଵ ଵନ୍ଦନାର ଲେଖକ ଦେଵକୀନନ୍ଦନ ଓ ଶ୍ରୀମତଜୀଵ ଗୋସ୍ୱାମୀ

୯୯. ଓଡ଼ିଆ ଭାଗଵତ କେଉଁ ଛନ୍ଦରେ ରଚିତ?
ଉ. ଭାଗଵତଵୃତ

୧୦୦. ଜଗନ୍ନାଥ ଦାସ କେତେ ଵର୍ଷ ଵୟସରେ ପୁରୁଷୋତ୍ତମ କ୍ଷେତ୍ରକୁ ନିଜ ଜୀଵନର ପରମ ତୀର୍ଥ ଭାଵେ ଗ୍ରହଣ କରିଥିଲେ?
ଉ. ୧୯

୧୦୧. ଜଗନ୍ନାଥ ଚାରିତ୍ରାମୃତ ଅନୁସାରେ ଜଗନ୍ନାଥଙ୍କ ପ୍ରସ୍ତୁତି କାଳ ଓ ପ୍ରକାଶ କାଳେ ଯଥାକ୍ରମେ କେତେ?
ଉ. ୧୮,୪୨

୧୦୨. ଜଗନ୍ନାଥ ଦାସ କେଉଁଠାରେ ଭାଗଵତ ପାରାୟଣ କରୁଥିଲେ?
ଉ. ଶ୍ରୀମନ୍ଦିର ବେଢ଼ା ବଟ ଗଣେଶ ମୂଳରେ

୧୦୩. ଜଗନ୍ନାଥ ଦାସଙ୍କ ଵଂଶର କୌଳିକ ଵୃତ୍ତି କଅଣ ଥିଲା? କାହାଙ୍କଠାରୁ ଆରମ୍ଭ ହୋଇଥିଲା? ଏହି କ୍ରମରେ ଜଗନ୍ନାଥ ଦାସ କେତେ ପୁରୁଷରେ ଅଵସ୍ଥାନ କରନ୍ତି?
ଉ. ପୁରାଣ ପାଠ, ନରୋତ୍ତମ ଦାସ, ପଞ୍ଚମ

୧୦୪. ଵ୍ୟାସ କଵି ଫକୀ଼ର ମୋହନଙ୍କ ମତରେ ଶ୍ରୀ ଚୈତନ୍ୟଙ୍କ ନୀଳାଚଳ ଅଵସ୍ଥାନ କାଳରେ କେଉଁ ଦୁଇଟି ଵିଶିଷ୍ଟ ଘଟଣା ଉଲ୍ଲେଖଯୋଗ୍ୟ ?

୧୦୫. ଜଗନ୍ନାଥ ଦାସଙ୍କ ଭାଗଵତ ଉତ୍କଳରେ ସର୍ବଶ୍ରେଷ୍ଠ ଜନପ୍ରିୟ ପୁସ୍ତକ – କିଏ କହିଥିଲେ ?
ଉ. ମାୟାଧର ମାନସିଂହ

୧୦୬. କେଉଁ ବଙ୍ଗଳା କଵି କେବେ ଭାଗଵତକୁ ଅର୍ଦ୍ଧ ବଙ୍ଗଳା ଭାଷାରେ ଲେଖିଥିଵା ସ୍ୱୀକାର କରିଛନ୍ତି?
ଉ. ସନାତନ ଚକ୍ରଵର୍ତ୍ତୀ, ୧୬୫୮

୧୦୭. କଵି ରାଧାମୋହନ ଗଡ଼ନାୟକ ଜଗନ୍ନାଥଙ୍କୁ କାହା ସହ ତୁଳନା କରିଛନ୍ତି?
ଉ. ଗରୁଡ଼

୧୦୮. ଜାତିର ନୈତିକ ଉନ୍ନତିରେ କଵିଙ୍କର ଅସୀମଦାନ ଭାଗଵତର ପ୍ରତି ଛତ୍ରେ ଛତ୍ରେ ସୁରକ୍ଷିତ ରହିଛି – କିଏ କହିଥିଲେ?
ଉ. ଵିଜୟ ଚନ୍ଦ୍ର ମଜୁମଦାର

୧୦୯. ଶୂନ୍ୟ ସଂହିତାର ରଚୟିତା କିଏ? ଶୂନ୍ୟ ବ୍ରହ୍ମ ରୂପେ କାହାକୁ ଉପସ୍ଥାପନ କରିଛନ୍ତି?
ଉ. ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ

୧୧୦. କାହା ନିର୍ଦ୍ଦେଶରେ କିଏ ଅଚ୍ୟୁତାନନ୍ଦ ଦାସଙ୍କୁ ଦୀକ୍ଷା ଦେଇଥିଲେ?
ଉ. ଶ୍ରୀଚୈତନ୍ୟ, ସନାତନ ଗୋସ୍ଵାମୀ

୧୧୧. ଅଚ୍ୟୁତାନନ୍ଦ କେଉଁଠାରେ ସାଧନାରତ ଥିଲେ?
ଉ. ନିଜ ଗ୍ରାମ ନିକଟ ନେମାଳ ଗ୍ରାମରେ ଚିତ୍ରୋତ୍ପଳା ନଦୀକୂଳର ବଟ ଵୃକ୍ଷ ବେଷ୍ଟିତ ଏକ ବାଲୁକା କୁଦ ଉପରେ

୧୧୨. ଅଚ୍ୟୁତାନନ୍ଦ କେଉଁ କୀର୍ତ୍ତନ ସହାୟତାରେ ଓଡ଼ିଶାର ଗ୍ରାମ ଗ୍ରାମ ବୁଲି ଵୈଷ୍ଣଵ ସାଧନାର ପ୍ରଚାର କଲେ?
ଉ. ରାହାସ କୀର୍ତ୍ତନ

୧୧୩. ଅଚ୍ୟୁତାନନ୍ଦଙ୍କ ସମୟରେ ଅଢଙ୍ଗର ଗଡ଼ପତି କିଏ ଥିଲେ? ତାଙ୍କ କନ୍ୟାଙ୍କ ନାମ କଅଣ?
ଉ. ରଘୁରାମ ଚମ୍ପତି, ଚମ୍ପାଵତୀ

୧୧୪.ଅଚ୍ୟୁତାନନ୍ଦ କେଉଁ ରାଜାଙ୍କ ଆଶ୍ରିତ ଥିଲେ?
ଉ. ରଣପୁର

୧୧୫. ଅଚ୍ୟୁତାନନ୍ଦ କେଉଁଠାରେ ହରିଵଂଶ ରଚନା କରିଥିଲେ?
ଉ. ରଣପୁର

୧୧୬. ଅଚ୍ୟୁତାନନ୍ଦ କାହାକୁ ଵିଵାହ କରିଥିଲେ ?ତାଙ୍କ ପୁତ୍ରଙ୍କ ନାମ କଅଣ?
ଉ. ଚମ୍ପାଵତୀ, ବ୍ରଜ ଗଦାଧର

୧୧୭. ବ୍ରଜ ଗଦାଧର କଅଣ ରଚନା କରିଥିଲେ?
ଉ. ଜ୍ଞାନ ସାଗର ଗୀତା

୧୧୮. ଛତିଶଟି ସଂହିତା ମଧ୍ୟରେ ଶୂନ୍ୟ ସଂହିତା ଶ୍ରେଷ୍ଠ ବୋଲି କେଉଁଥିରେ ଲେଖା ଅଛି?
ଉ. ଅଚ୍ୟୁତାନନ୍ଦ ଦାସଙ୍କ ଅଣାକାର ସଂହିତା

୧୧୯. କେଉଁ ଗ୍ରନ୍ଥକୁ ଅଚ୍ୟୁତପନ୍ଥୀ ଓଡ଼ିଶୀ / ଗୋପାଳ ଵୈଷ୍ଣଵ ମାନେ ଗୀତା ମନେକରି ଦୈନିକ ପାଠ କରନ୍ତି?
ଉ. ଶୂନ୍ୟ ସଂହିତା

୧୨୦. ଶୂନ୍ୟ ସଂହିତା ପ୍ରଥମେ କେତେ ଅଧ୍ୟାୟ ଵିଶିଷ୍ଟ ଥିଲା? ପରେ କେତେ ଅଧ୍ୟାୟ ଵିଶିଷ୍ଟ ହେଲା?
ଉ. ୨୯, ୪୧ ପରେ ୧୦୮

୧୨୧. ସାଧକ କେଉଁଠାରେ ନିତ୍ୟ ରାଧା ନିତ୍ୟ କୃଷ୍ଣଙ୍କ ନିତ୍ୟ ରାସଲୀଳା ସଂଦର୍ଶନ କରିପାରନ୍ତି?
ଉ. ନାସା ରନ୍ଧ୍ର ଉପରେ ଦୁଇ ଆଖି ପତା ମଝିରେ ତ୍ରିକୋଣ ଭୂମି ହିଁ ନିତ୍ୟ ଗୋଲକ ଧାମ । ସେଇ ତିନି କୋଣରେ

୧୨୨. ଅଚ୍ୟୁତାନନ୍ଦ ଦାସ ପୂର୍ଵ ଜନ୍ମରେ କଅଣ ଥିଲେ ବୋଲି ଜଣାଇଛନ୍ତି?
ଉ. ସୁଦାମାଙ୍କ ଶଖା
(ବୃଦ୍ଧମାତା ତ୍ରିପୁରାଙ୍କ ଦୟାରୁ ସେ ନିତ୍ୟ ରାସ ମଣ୍ଡଳରେ ରାଧାକୃଷ୍ଣଙ୍କୁ ଦେଖିଥିଲେ ।)

୧୨୩. ଅଚ୍ୟୁତାନନ୍ଦ ଦାସଙ୍କ ଶିଷ୍ୟ କିଏ?
ଉ. ରାମଦାସ

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

 

MAOD 2 ସାରଳା ଓ ପଞ୍ଚସଖା ସାହିତ୍ୟ BLOCK 4 ପ୍ରାଚୀନ ଓଡ଼ିଆ ଗୀତିକଵିତା

 

୧. ସ୍ୱର ଷୋଡ଼ଶୀ କିଏ ରଚନା କରିଛନ୍ତି? ଏଥିରେ କେଉଁ ମହିମା ପ୍ରଖ୍ୟାପାନ କରାଯାଇଛି?
ଉ. ଚନ୍ଦ୍ର ଚୂଡ଼ାମଣି ହରିଚନ୍ଦନ ଜଗଦ୍ଦେଵ, ଵିଷ୍ଣୁଙ୍କ ମହିମା

୨. ସ୍ୱର ଷୋଡ଼ଶୀରେ କେଉଁ ରାଗ ଵ୍ୟଵହାର ହୋଇଛି?
ଉ. କାମୋଦୀ ରାଗ

୩. ଦିନମଣି କେଉଁ ଷୋଡ଼ଶାରେ ପ୍ରତ୍ୟେକ ସ୍ୱର ଵର୍ଣ୍ଣ ନିମିତ୍ତ ଗୋଟିଏ ଗୀତ ରଚନା କରିଛନ୍ତି ?
ଉ. ରାଧାକୃଷ୍ଣ ଷୋଡ଼ଶା

୪. କଳାକଳେଵର ଚଉତିଶାର ରଚୟିତା କିଏ?
ଉ. ଭକ୍ତଚରଣ ଦାସ

୫. ଓଲଟ ଚଉତିଶା କିଏ ରଚନା କରିଥିଲେ?
ସୁଦର୍ଶନ, ଭୀମ ଭୋଇ, ଦ୍ବିଜମୋହନ

୬. ଅଣାକାର ଓଲଟ ଚଉତିଶା କିଏ ରଚନା କରିଥିଲେ?
ଉ. ସୁଦର୍ଶନ

୭. ଵିଷୟ ଦୃଷ୍ଟିରୁ ଚଉତିଶା କେତେ ଭାଗରେ ଵିଭକ୍ତ? କଅଣ କଅଣ?
ଉ. ୭, ଭକ୍ତି ରସାତ୍ମକ, ଶୃଙ୍ଗାର, ପୌରାଣିକ, ଅଳଙ୍କାର, ଵିଵିଧ

୮. ଭକ୍ତ ଚରଣ ଦାସ କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ? ସେ କେଉଁଠାରେ ରହୁଥିଲେ?
ଉ. ଖୋର୍ଦ୍ଧା ଅଞ୍ଚଳରେ, ସୁନାଖଳା ମଠ

୯. କଳାକଳେଵର ଚଉତିଶାରେ କେଉଁ ଵିଷୟ ଵର୍ଣ୍ଣିତ ?
ଉ. କିଶୋର କୃଷ୍ଣ ମଥୁରା ଗମନ କରୁଥିଵା ସମୟର ଦୃଶ୍ୟ

୧୦. ମାର୍କଣ୍ଡ ଦାସଙ୍କ କେଶଵ କୋଇଲିରେ କେଉଁ ଗ୍ରାମୀଣ ଶବ୍ଦ ଵ୍ୟଵହାର ହୋଇଛି?
ଉ. ପରାଭଵେ, ରାଉଥାନ୍ତି, ଭାଷୁଥାନ୍ତି, ଭଣ୍ଡିନେଲା, ମାଧୋଇ, ଥଅର ଆଦି

୧୧. ମାର୍କଣ୍ଡ ଦାସଙ୍କ କେଶଵ କୋଇଲିରେ କେଉଁ ଶବ୍ଦ ପ୍ରାକୃତ ରୂପରେ ଵ୍ୟଵହାର ହୋଇଛି?
ଉ. କ୍ଷନ୍ଦଣି, ଵନ୍ଦଣି

୧୨. ମାର୍କଣ୍ଡ ଦାସଙ୍କ କେଶଵ କୋଇଲିରେ କେଉଁ ସଂସ୍କୃତ ଶବ୍ଦର ଲୌକିକ ଵ୍ୟଵହାର ହୋଇଛି?
ଉ. କଟିସ୍ଥ, ମେଖଳୀ, ନିଶା, ମଧୁସୂଦନ, ଗାର୍ଗଵ, ବ୍ରାହ୍ମଣ, ବ୍ରହ୍ମାଣ୍ଡ

୧୩. ଜଗନ୍ନାଥ ଦାସଙ୍କ ଅର୍ଥ କୋଇଲି କେଉଁ ତତ୍ତ୍ୱ ଉପରେ ଆଧାରିତ?
ଉ. ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ

୧୪. ପଣ୍ଡିତ ନୀଳମଣି ମିଶ୍ର କଣ୍ଠ ଦାସଙ୍କ ସମୟ କେତେ ନିର୍ଦ୍ଧାରଣ କରିଛନ୍ତି?
ଉ. ଖ୍ରୀଅ ୧୬୬୦ରୁ ୧୭୨୦

୧୫. ରାମାର୍ଚ୍ଚନ ଚନ୍ଦ୍ରିକା, ସ୍ମରଣ ମଙ୍ଗଳ କିଏ ରଚନା କରିଥିଲେ?
ଵିପ୍ର କଣ୍ଠ ଦାସ

୧୬. ଵିପ୍ର କଣ୍ଠ ଦାସଙ୍କ ନଅ ପୋଈରେ କେଉଁ ଵିଷୟ ଵର୍ଣ୍ଣିତ?
ଉ. ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରେମ

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

MAOD 3 ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ BLOCK 1

 

୧. ଵିଷ୍ଣୁ ଶବ୍ଦର ଅର୍ଥ କଅଣ?
ଉ. ଵିଶ୍ ଅର୍ଥ ଵ୍ୟାପ୍ତି । ଯେ ସର୍ଵତ୍ର ଵ୍ୟାପ୍ତ, ଵା ପରିଵ୍ୟାପ୍ତ ହୋଇପାରନ୍ତି ସେ ଵିଷ୍ଣୁ ।

୨. ଵୈଦିକ ସାହିତ୍ୟରେ ଵିଷ୍ଣୁଙ୍କୁ କାହା ସହ ସମାନ ଵା ଅଭେଦ୍ୟ ପରିକଳ୍ପନା କରାଯାଇଛି?
ଉ. ସୂର୍ଯ୍ୟ

୩. ନାରାୟଣ ଶବ୍ଦର ଅର୍ଥ କଅଣ?
ଉ. ପାଣିନୀଙ୍କ ମତରେ ଯିଏ ନର ସମୂହର ଆଶ୍ରୟ ତାହାକୁ ନାରାୟଣ କୁହାଯାଏ । ନର + ଅୟନ = ନାରାୟଣ । ନରାଃ ଅର୍ଥ ଜଳ ଏବଂ ଏହାସହ ନାରାୟଣଙ୍କ ସମ୍ପର୍କ ଅଛି । ସମଗ୍ର ଜଗତ ଜଳପୂର୍ଣ୍ଣ ଥିଲା। ନାରାୟଣ ଜଳାଶୟୀ ଥିଲେ । ତାଙ୍କ ନାଭିରୁ ପଦ୍ମଟିଏ ଜନ୍ମ ନେଇଥିଲା ଏବଂ ପଦ୍ମରୁ ବ୍ରହ୍ମା ସୃଷ୍ଟି ହୋଇଥିଲେ । ପରେ ତାଙ୍କ ଦ୍ୱାରା ଜଗତ ସୃଷ୍ଟି ସମ୍ଭଵ ହୋଇଥିଲା ।

୪. ଆର୍ଯ୍ୟମାନଙ୍କ ଭାରତ ଆଗମନ ପୂର୍ଵରୁ ଆର୍ଯ୍ୟୋତର ଜାତି କେଉଁ ଉପାସକ ଥିଲେ?
ଉ. ତନ୍ତ୍ର

୫. ଆର୍ଯ୍ୟ ଓ ଆର୍ଯ୍ୟୋତରମାନେ କାହାକୁ ପୂଜା କରୁଥିଲେ?
ଉ. ଆର୍ଯ୍ୟୋତର ଜାତି ନାରୀ ଵା ଶକ୍ତି ଉପାସନା ଓ ଆର୍ଯ୍ୟମାନେ ପିତୃ ପ୍ରଧାନ ଓ ଵେଦରେ ପୁରୁଷ ପୂଜା ପ୍ରାଧାନ୍ୟ ରହିଥିଲା ।

୬. ଆର୍ଯ୍ୟ ଓ ଆର୍ଯ୍ୟୋତର ସଂଘର୍ଷର ପ୍ରତୀକ ଭାଵରେ କେଉଁ କାହାଣୀ ଵର୍ଣ୍ଣିତ?
ଉ. ଦକ୍ଷ ପ୍ରଜାପତି (ଆର୍ଯ୍ୟ) ଓ ଶିଵଙ୍କ (ଆର୍ଯ୍ୟୋତର) ଯୁଦ୍ଧ

୭. ଵୈଷ୍ଣଵ ଧର୍ମର ମୂଳ ଉତ୍ସ କେଉଁ ଧର୍ମ?
ଉ. ପଞ୍ଚରାତ୍ର ଧର୍ମ / ପଞ୍ଚରାତ୍ର ଆଗମ (ତନ୍ତ୍ରର ଗୋଟିଏ ଭାଗ ହେଉଛି ଆଗମ) / ଶାଶ୍ୱତ ଧର୍ମ / ଭାଗଵତ ଧର୍ମ

୮. ପଞ୍ଚରାତ୍ର ଧର୍ମର ସୂଚନା କେଉଁ ପ୍ରାଚୀନ ଗ୍ରନ୍ଥରେ ଦେଖିଵାକୁ ମିଳେ?
ଉ. ମହାଭାରତର ଶାନ୍ତିପର୍ଵରେ

୯. ପଞ୍ଚରାତ୍ର ଆଗମ କାହାକୁ ନେଇ ସୃଷ୍ଟି ହୋଇଛି?
ଉ. ଵେଦ, ଉପନିଷଦ, ସାଙ୍ଖ୍ୟ ତତ୍ତ୍ୱ ତଥା ଭକ୍ତିଵାଦର ସାରତତ୍ତ୍ବକୁ ନେଇ

୧୦. କଳିଯୁଗ ଆରମ୍ଭରେ କିଏ ପଞ୍ଚରାତ୍ର ଧର୍ମ ଗ୍ରହଣ କରିଥିଲେ ବୋଲି ଵେଦରେ କୁହାଯାଇଛି?
ଉ. ଶାଣ୍ଡିଲ୍ୟ ମୁନି ଘୋର ତପସ୍ୟା ପୂର୍ଵକ ଶଙ୍କର୍ଷଣଙ୍କଠାରୁ

୧୧. ପଞ୍ଚରାତ୍ର ଅର୍ଥ କଅଣ?
ଉ. ପଞ୍ଚ ଅର୍ଥ ପାଞ୍ଚ, ରାତ୍ର ଅର୍ଥ ଜ୍ଞାନ

୧୨. ପାଞ୍ଚପ୍ରକାର ଜ୍ଞାନ ସବୁ କଅଣ କଅଣ? ଉପାସକଙ୍କୁ କଅଣ କୁହାଯାଏ?
ଉ. ପରମତତ୍ତ୍ୱ, ଭକ୍ତି, ମୁକ୍ତି, ଯୋଗ, ଵିଷୟ, ପଞ୍ଚକାଳଜ୍ଞ କୁହାଯାଏ

୧୩. ପଞ୍ଚରାତ୍ରର ଧର୍ମର ମୁଖ୍ୟ ଦେଵତା କିଏ?
ଉ. ଵାସୁଦେଵ (ସଂକର୍ଷଣ ପ୍ରଦ୍ୟୁମ୍ନ, ଆଦି ମିଶି ଚତୁର୍ବୂହ ଗଠନ କରନ୍ତି)

୧୪. ଛନ୍ଦୋଗ୍ୟ ଉପନିଷଦ କେଉଁ ଶତାବ୍ଦୀରେ ରଚିତ?
ଉ. ଷଷ୍ଠ ଶତାବ୍ଦୀ

୧୫. କିଏ ଶାଶ୍ୱତ ଧର୍ମର ପୃଷ୍ଠପୋଷକ ଥିଲେ?
ଉ. ସାତ୍ବଵଂଶୀ

୧୬. ଵାସୁଦେଵଙ୍କର ଇଚ୍ଛାଶକ୍ତି ଓ କ୍ରିୟାଶକ୍ତି କିଏ ଅଟନ୍ତି?
ଉ. ଇଚ୍ଛାଶକ୍ତି (ମହାଲକ୍ଷ୍ମୀ), କ୍ରିୟାଶକ୍ତି (ସୁଦର୍ଶନ)

୧୭. ଵିଷ୍ଣୁଙ୍କର ତିନି ପାଦ ଭାଵରେ କାହା ସହିତ ସୂଚିତ କରାଯାଇଛି?
ଉ. ସୂର୍ଯ୍ୟଙ୍କର ଉଦୟ, ଗତି ଓ ଅସ୍ତ

୧୮. ଶୁକ୍ଳ ଯଜୁର୍ଵେଦରେ ଵିଷ୍ଣୁଙ୍କୁ କଅଣ ବୋଲି କୁହାଯାଇଛି?
ଉ. ଯଜ୍ଞରୂପୀ
(ଯଜ୍ଞ ସହ ସମ୍ପର୍କିତ ଵିଷ୍ଣୁଙ୍କ ଅନ୍ୟନାମ – ଯଜ୍ଞାଵୟଵ, ଯଜ୍ଞଵୀର୍ଯ୍ୟ, ଯଜ୍ଞଵରାହ, ଯଜ୍ଞକ୍ରତୁ)
୧୯. ଵୃଷ୍ଣିମାନଙ୍କର ପଞ୍ଚ ଵଂଶ ଵୀର ଭାଵେ କାହାକୁ ଗ୍ରହଣ କରାଯାଇଛି?
ଉ. ସଂକର୍ଷଣ, ପ୍ରଦ୍ୟୁମ୍ନ, ଵାସୁଦେଵ, ଅନିରୁଦ୍ଧ, ଶାମ୍ବ

୨୦. ଵୃଷ୍ଣିମାନଙ୍କୁ ଚାଣକ୍ୟ କେଉଁ ସମ୍ପ୍ରଦାୟ ସୂଚିତ କରିଛନ୍ତି?
ଉ. ଯତି ସମ୍ପ୍ରଦାୟ

୨୧. ଇତିହାସ ଅନୁସାରେ ବୃଷ୍ଣିମାନଙ୍କର ଅଦ୍ଭ୍ୟୁଦୟ କେବେ ହୋଇଥିଲା?
ଉ. ଷଷ୍ଠ – ସପ୍ତମ ଶତାବ୍ଦୀରେ

୨୨. ଦକ୍ଷିଣ ଭାରତରେ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରେ କେଉଁ ସମ୍ପ୍ରଦାୟ ନାରାୟଣଙ୍କୁ ପୂଜା କରୁଥିଵାର ଜଣାଯାଏ?
ଉ. ଵୈଖାନସ

୨୩. ରାମାନୁଜ କେଉଁ ମତଵାଦ ପ୍ରଚାର କରିଥିଲେ?
ଉ. ଵିଶିଷ୍ଟ ଦ୍ୱୈତଵାଦ

୨୪. ଶଙ୍କରାଚାର୍ଯ୍ୟ କେଉଁ ମତଵାଦ ପ୍ରଚାର କରିଥିଲେ?
ଉ. ଅଦ୍ୱୈତଵାଦ

୨୫. ରାମାନୁଜଙ୍କର ଆଵିର୍ଭାଵ କେବେ ? ତାଙ୍କର ଗୁରୁ କିଏ ଥିଲେ?
ଉ. ଏକାଦଶ ଶତାବ୍ଦୀ, ଯାଦଵ ପ୍ରକାଶ

୨୬. ଯମୁନାଚାର୍ଯ୍ୟଙ୍କର ପୌତ୍ରୀଙ୍କର ପୁତ୍ର କିଏ?
ଉ. ରାମାନୁଜ

୨୭. ରାମାନୁଜଙ୍କ ପରେ କିଏ ଦ୍ୱୈତଵାଦ ପ୍ରଚାର କରିଥିଲେ?
ଉ. ମାଧଵାଚାର୍ଯ୍ୟ

୨୮. ଦ୍ୱୈତଵାଦ କେଉଁ ଦୁଇଟି ମଧ୍ୟରେ ପାର୍ଥକ୍ୟକୁ ପ୍ରତିପାଦନ କରେ?
ଉ. ଜୀଵାତ୍ମା, ପରମାତ୍ମା

୨୯. ମାଧଵାଚାର୍ଯ୍ୟଙ୍କର ଅନ୍ୟନାମ କଅଣ?
ଉ. ଆନନ୍ଦତୀର୍ଥ

୩୦. ମାଧଵାଚାର୍ଯ୍ୟଙ୍କର ସମ୍ପ୍ରଦାୟ କେଉଁ ନାମରେ ପରିଚିତ?
ଉ. ବ୍ରହ୍ମ ସମ୍ପ୍ରଦାୟ

୩୧. ମାଧଵାଚାର୍ଯ୍ୟ କଅଣ ରଚନା କରିଥିଲେ?
ଉ. ବ୍ରହ୍ମସୂତ୍ର ଭାଷ୍ୟ, ଗୀତା ଭାଷ୍ୟ

୩୨. ମାଧଵାଚାର୍ଯ୍ୟ ଜୀଵ ଓ ପରମାତ୍ମାଙ୍କ ମଧ୍ୟରେ କେଉଁ ସମ୍ପର୍କ ଦର୍ଶାଇଥିଲେ?
ଉ. ଜୀଵାତ୍ମା ପରମାତ୍ମାଠାରୁ ଭିନ୍ନ । ଜୀଵ ପରମାତ୍ମା ସହ ଏକ ହୋଇପାରିଵେନାହିଁ ।

୩୩. ମାଧଵାଚାର୍ଯ୍ୟ ସାଧନାମାର୍ଗରେ କେଉଁ ପଞ୍ଚଭେଦ ଜ୍ଞାନ ଉପରେ ଗୁରୁତ୍ତ୍ୱ ଦେଇଥିଲେ?
ଉ. ଈଶ୍ୱର ଓ ଜୀଵ ମଧ୍ୟରେ ଭେଦ, ଈଶ୍ୱର ଓ ଜଡ଼ ମଧ୍ୟରେ ଭେଦ, ଜୀଵ ଓ ଜଡ଼ ମଧ୍ୟରେ ଭେଦ, ଜୀଵ ଓ ଜୀଵ ମଧ୍ୟରେ ଭେଦ, ଜଡ଼ ଓ ଜଡ଼ ମଧ୍ୟରେ ଭେଦ

୩୪. ନିମ୍ବାର୍କଙ୍କ ସମ୍ପ୍ରଦାୟକୁ କଅଣ କୁହାଯାଏ?
ଉ. ସନକ ସମ୍ପ୍ରଦାୟ

୩୫. ନିମ୍ବାର୍କ ଜୀଵ ଓ ପରମାତ୍ମାଙ୍କ ମଧ୍ୟରେ କେଉଁ ସମ୍ପର୍କ ଦର୍ଶାଇଥିଲେ?
ଉ. ଜୀଵ ଈଶ୍ୱରର ଅଂଶଵିଶେଷ । ବ୍ରହ୍ମ ସଗୁଣ, ସର୍ଵଵ୍ୟାପୀ, ଅସୀମ ଶକ୍ତିର ଆଧାର । ଜୀଵ ଓ ପରମାତ୍ମା ମଧ୍ୟରେ ଭେଦାଭେଦ ରହିଛି ।

୩୬. ଲକ୍ଷ୍ମୀ ଓ ଵିଷ୍ଣୁଙ୍କ ସ୍ଥାନରେ ଶ୍ରୀରାଧା ଓ କୃଷ୍ଣଙ୍କୁ କିଏ ଅଵସ୍ଥାପିତ କରି କହିଥିଲେ ଯେ, “କୃଷ୍ଣ ହେଉଛନ୍ତି ପରଂବ୍ରହ୍ମ ଏବଂ ଶ୍ରୀରାଧା ହେଉଛନ୍ତି ତାଙ୍କର ଶକ୍ତି” ?
ଉ. ନିମ୍ବାର୍କ

୩୭. କ୍ଷତ୍ରିୟ କୃଷ୍ଣଙ୍କ ପରିଵର୍ତ୍ତେ ଗୋପାଳ କୃଷ୍ଣଙ୍କର କିଏ ପ୍ରତିଷ୍ଠା କରିଥିଲେ?
ଉ. ନିମ୍ବାର୍କ

୩୮. ଵଲ୍ଲଭ ସମ୍ପ୍ରଦାୟ ଅନ୍ୟ କେଉଁ ନାମରେ ମଧ୍ୟ ପରିଚିତ?
ଉ. ରୁଦ୍ର ସମ୍ପ୍ରଦାୟ

୩୯. ଵଲ୍ଲଭାଚାର୍ଯ୍ୟ କେଉଁ ମତଵାଦ /ଦର୍ଶନ ପ୍ରଚାର କରିଥିଲେ?
ଉ. ଶୁଦ୍ଧାଦ୍ୱୈତଵାଦ

୪୦. ଵଲ୍ଲଭାଚାର୍ଯ୍ୟ ଜୀଵ ଓ ପରମାତ୍ମାଙ୍କ ମଧ୍ୟରେ କେଉଁ ସମ୍ପର୍କ ଦର୍ଶାଇଥିଲେ?
ଉ. ଜୀଵ ଓ ଜଗତ ହେଉଛି ବ୍ରହ୍ମଙ୍କର ପରିଣତି । ପରଂବ୍ରହ୍ମ ହେଉଛନ୍ତି ସତ ଚିତ ଆନନ୍ଦ

୪୧. ଵଲ୍ଲଭାଚାର୍ଯ୍ୟ ବ୍ରହ୍ମଙ୍କର କେତୋଟି ରୂପର ପରିକଳ୍ପନା କରିଛନ୍ତି ? ତାହା କଅଣ କଅଣ?
ଉ. ଆଧିଦୈଵିକ/ଆଧିଜୈଵିକ -ପରଂବ୍ରହ୍ମ, ଆଧ୍ୟାତ୍ମିକ – ଅକ୍ଷର ବ୍ରହ୍ମ, ଅଧିଭୌତିକ – କ୍ଷର ବ୍ରହ୍ମ

୪୩. ରାମାନନ୍ଦ କେଉଁ ମତଵାଦ ପ୍ରଚାର କରିଥିଲେ? ସେ କାହାଙ୍କର ଶିଷ୍ୟ ଥିଲେ?
ଉ. ଵୈଷ୍ଣଵ, ରାଘଵାନନ୍ଦ

୪୪. ରାମାନନ୍ଦଙ୍କ ସମ୍ପ୍ରଦାୟକୁ କଅଣ କୁହାଯାଏ?
ଉ. ରାମାଵତ୍ ସମ୍ପ୍ରଦାୟ

୪୫. ରାମାନନ୍ଦ କାହାକୁ ନିଜର ଉପାସ୍ୟ ଭାଵରେ ଗ୍ରହଣ କରିଥିଲେ?
ଉ. (ରାଧାକୃଷ୍ଣଙ୍କ ବଦଳରେ) ରାମସୀତାଙ୍କୁ

୪୬. ଶ୍ରୀଚୈତନ୍ୟଙ୍କ ଦାର୍ଶନିକ ସିଦ୍ଧାନ୍ତର ପ୍ରଵକ୍ତା ଓ ପ୍ରତିପାଦକ ଯଥାକ୍ରମେ କିଏ?
ଉ. ରାୟ ରାମାନନ୍ଦ ପଟ୍ଟନାୟକ, ପଣ୍ଡିତ ବଳଦେଵ ଵିଦ୍ୟାଭୂଷଣ

୪୭. ଚୈତନ୍ୟ ସମ୍ପ୍ରଦାୟ ମତରେ କୃଷ୍ଣଙ୍କର କେତୋଟି ଶକ୍ତି ଅଛି? କେଉଁଟି ସର୍ଵଶ୍ରେଷ୍ଠ ଶକ୍ତି?
ଉ. ପରାଶକ୍ତି, ଅପରାଶକ୍ତି, ତଟସ୍ଥା ଶକ୍ତି । ପରାଶକ୍ତି (ପରାଶକ୍ତିର ତିନୋଟି ଵୃତ୍ତି ହେଉଛି ସନ୍ଧିନୀ, ସମ୍ବିତ, ହ୍ଲାଦିନୀ)

୪୮. ଚୈତନ୍ୟଙ୍କ ସମ୍ପ୍ରଦାୟ ଜୀଵ ଓ ପରମାତ୍ମାଙ୍କ ମଧ୍ୟରେ କେଉଁ ସମ୍ପର୍କ ଦର୍ଶାଇଥିଲେ?
ଉ. ଅଚିନ୍ତ୍ୟ ଭେଦାଭେଦ । (ଜୀଵ ଜଗତ ସହ ବ୍ରହ୍ମଙ୍କ ସମ୍ପର୍କ ଅଚ୍ଛେଦ୍ୟ – ଭେଦ । ଅଭେଦର କାରଣ ଗୁଣ ଓ ଶକ୍ତି ଦୃଷ୍ଟିରୁ ଜୀଵ ଓ ଜଗତ ବ୍ରହ୍ମଙ୍କ ସହିତ ସମାନ ନୁହଁନ୍ତି)

୪୯. ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରିଥିଵା ଵିଷ୍ଣୁଙ୍କ ମୂର୍ତ୍ତି ଓଡ଼ିଶାର କେଉଁ ମନ୍ଦିରରେ ଅଛି?
ଉ. ସ୍ୱର୍ଣ୍ଣ ଜଳେଶ୍ବର ମନ୍ଦିର

୫୦. ଵିଷ୍ଣୁଙ୍କର ଦଣ୍ଡାୟମାନ ମୂର୍ତ୍ତି ଓଡ଼ିଶାର କେଉଁ ମନ୍ଦିରରେ ଅଛି?
ଉ. ଭୁଵନେଶ୍ଵରର ପର୍ଶୁରାମେଶ୍ବର ମନ୍ଦିର

୫୧. ଓଡ଼ିଶାରେ ଵୈଷ୍ଣଵ ଧର୍ମର ପ୍ରତୀକ ଭାଵରେ କାହାକୁ ଗ୍ରହଣ କରାଯାଇଛି?
ଉ. ଯାଜପୁରଠାରେ ପ୍ରତିଷ୍ଠିତ ଶୁଭସ୍ତମ୍ଭ

୫୨. ଓଡ଼ିଶାର କେଉଁ ନଦୀପଠାରେ ଵିଷ୍ଣୁଙ୍କ ପଦ୍ମନାଭ ମୂର୍ତ୍ତି ଅଛି?
ଉ. ସାରଙ୍ଗର ବ୍ରାହ୍ମଣୀ ନଦୀ, (ଅନ୍ୟ ଏକ ଭୀମକୁଣ୍ଡଠାରେ)

୫୩. କଣ୍ଟିଲୋ ନୀଳମାଧଵ ମନ୍ଦିର କିଏ ପ୍ରତିଷ୍ଠା କରିଥିଲେ?
ଉ. ସୋମଵଂଶୀ ରାଜା

୫୪. ବୌଦ୍ଧ ନିକଟ ଗନ୍ଧରାଡ଼ି ଗ୍ରାମର ନୀଳମାଧଵ ମନ୍ଦିର କିଏ, କେବେ ପ୍ରତିଷ୍ଠା କରିଥିଲେ?
ଉ. ଶତ୍ରୁଭଞ୍ଜ, ନଵମ ଶତାବ୍ଦୀରେ

୫୫. ଦ୍ୱାଦଶ ମାଧଵ କେଉଁଠାରେ ପୂଜା ପାଉଥିଵାର ‘ଵିରଜା ମାହାତ୍ମ୍ୟ’ରୁ ଜଣାପଡ଼େ?
ଉ. ଵୈତରଣୀ ନଦୀ କୂଳରେ

୫୬. ଶ୍ରୀଚୈତନ୍ୟ କାହାଠାରୁ କ୍ଳୀଂ କୃଷ୍ଣାୟ ଗୋଵିନ୍ଦାୟ ଗୋପୀଜନ ଵଲ୍ଲଭାୟ ନମଃ” ମନ୍ତ୍ର ଦ୍ୱାରା ଦୀକ୍ଷିତ ହୋଇଥିଲେ?
ଉ. (ମାଧଵେନ୍ଦ୍ର ପୁରୀଙ୍କ ଶିଷ୍ୟ) ଈଶ୍ଵର ପୁରୀଙ୍କଠାରୁ

୫୭. ଋଗ୍ବେଦର କେଉଁ ମଣ୍ଡଳରେ କୃଷ୍ଣ ଶବ୍ଦ ମିଳେ?
ଉ. ଅଷ୍ଟମ ମଣ୍ଡଳରେ

୫୮. ଛନ୍ଦୋଗ୍ୟ ଉପନିଷଦରେ ଘୋର ଅଙ୍ଗୀରସ କୃଷ୍ଣଙ୍କୁ କଅଣ ସମ୍ବୋଧନ କରିଛନ୍ତି?
ଉ. ଅଚ୍ୟୁତ

୫୯. ଵେଦରେ କୃଷ୍ଣଙ୍କ ସମ୍ପର୍କରେ କେଉଁ ଵିଶେଷ ତଥ୍ୟ ଦେଖିଵାକୁ ମିଳେ?
ଉ. ଦେଵକୀ ପୁତ୍ର, ଘୋର ଅଙ୍ଗୀରସଙ୍କ ଶିଷ୍ୟ ଏକ ମହାନ ଋଷି

୬୦. କୃଷ୍ଣ ଶବ୍ଦର ଵ୍ୟୁତ୍ପତ୍ତି କଅଣ? ଅର୍ଥ କଅଣ?
ଉ. କୃଷ୍ ଧାତୁର ଉତ୍ତର ଣ ପ୍ରତ୍ୟୟ । ଏହାର ଅର୍ଥ ପରଂବ୍ରହ୍ମ ଵାଚକ । କୃଷି ଭୂଵାଚକ ଵା ସତ୍ତା ଵାଚକ, ଣ ନିଵୃତ୍ତିଵାଚକ ଵା ପରମାନନନ୍ଦ ଵାଚକ

୬୧. ଭାଗଵତରେ କୃଷ୍ଣ କେତେ କଳା ସମ୍ପନ୍ନ କୁହାଯାଇଛି?
ଉ. ୧୬

୬୨. ଭାଗଵତ ପୁରାଣ ଅନୁସାରେ ଜୀଵଗୋସ୍ଵାମୀ କଅଣ ପ୍ରମାଣ କରିଛନ୍ତି ?
ଉ. ଶ୍ରୀକୃଷ ଅଵତାର ନୁହଁନ୍ତି । ଅଵତାରୀ ଏବଂ ଭାଗଵତ ଵା ଅଦ୍ଵୟ ଜ୍ଞାନତତ୍ବ ଭାଵରେ ନିଜର ସମ୍ପୂର୍ଣ୍ଣ ସ୍ୱରୂପକୁ ପ୍ରକାଶ କରିଛନ୍ତି।

୬୩. କେଉଁ ପୁରାଣରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସଵ ଆଦିର ଵିସ୍ତୃତ ଵିଵରଣୀ ଵ୍ୟତୀତ ରାଧାକୃଷ୍ଣଙ୍କ ଶୃଙ୍ଗାରଲୀଳାର ଅତ୍ୟନ୍ତ ଵିଵୃତ ଚିତ୍ରଣ କରାଯାଇଛି?
ଉ. ବ୍ରହ୍ମ ଵୈଵର୍ତ୍ତ ପୁରାଣ

୬୪. କେଉଁ ପୁରାଣରେ କୃଷ୍ଣଙ୍କ ଦିଵ୍ୟ ସୌନ୍ଦର୍ଯ୍ୟ ଓ ପ୍ରସିଦ୍ଧ ଲୀଳାଧାମର ମନୋରମ ଚିତ୍ର ଵର୍ଣ୍ଣନା ହୋଇଛି?
ଉ. ପଦ୍ମପୁରାଣ

୬୫. କେଉଁ ପୁରାଣରେ ସମସ୍ତ ଭାଵର ସମନ୍ୱୟ ରୂପ ନେଇ କୃଷ୍ଣ ପ୍ରକାଶ ଲାଭ କରିଛନ୍ତି?
ଉ. ହରିଵଂଶ

୬୬. ନରାଵତାର କୃଷ୍ଣଙ୍କର କେତୋଟି ରୂପ ଦେଖିଵାକୁ ମିଳେ?
ଉ. ଐଶ୍ୱର୍ଯ୍ୟମୟ (ଲୋକରକ୍ଷଣ ଲୀଳା), ମାଧୁର୍ଯ୍ୟମୟ (ଭକ୍ତମାନଙ୍କ ଅନୁରଞ୍ଜନ ଲୀଳା)

୬୭. ଶ୍ରୀକୃଷ୍ଣ କର୍ଣ୍ଣାମୃତ କିଏ ରଚନା କରିଛନ୍ତି?
ଉ. ବିଲ୍ଵମଙ୍ଗଳ

୬୮. ରୁକ୍ମଣୀ ପରିଣୟ କିଏ ରଚନା କରିଛନ୍ତି?
ଉ. ନାରାୟଣ ଭଞ୍ଜ

୬୯. ଅଭିନଵ ଗୀତଗୋଵିନ୍ଦ କିଏ ରଚନା କରିଛନ୍ତି?
ଉ. ରାୟ ଦିଵାକର ମିଶ୍ର

୭୦. ଶ୍ରୀଜଗନ୍ନାଥ ଵଲ୍ଲଭ ନାଟକ କିଏ ରଚନା କରିଛନ୍ତି?
ଉ. ରାୟ ରାମାନନ୍ଦ ପଟ୍ଟନାୟକ

୭୧. ମହାଭାରତ ୧୮ଟି ପର୍ଵ ଭିତରୁ ଶ୍ରୀମଦ୍ଭଗଵତ ଗୀତା କେଉଁ ପର୍ଵରୁ ଆସିଛି ?
ଉ. ଭୀଷ୍ମ ପର୍ଵ

୭୨. ଭାଗଵତ ଗୀତାରେ କୃଷ୍ଣ ନାମ, ହୃଷିକେଶ ନାମ, ଅଚ୍ୟୁତ ନାମ ଯଥାକ୍ରମେ କେତେଥର ଵ୍ୟଵହୃତ ହୋଇଛି?
ଉ. ୫,୫,୩

୭୩. କୃଷ୍ଣଙ୍କର ମାତା ପିତା କିଏ?
ଉ. ଵାସୁଦେଵ ଓ ଦେଵକୀ

୭୪. ଉଜ୍ଜ୍ୱଳ ନୀଳମଣି, ଭକ୍ତି ରସାମୃତ ସିନ୍ଧୁ କିଏ ରଚନା କରିଛନ୍ତି?
ଉ. ରୂପ ଗୋସ୍ଵାମୀ

୭୫. ଭାଗଵତ ସନ୍ଦର୍ଭ କିଏ ରଚନା କରିଛନ୍ତି? (ଶ୍ରୀକୃଷ୍ଣ ସନ୍ଦର୍ଭ, ଭକ୍ତି ସନ୍ଦର୍ଭ, ପ୍ରୀତି ସନ୍ଦର୍ଭ ଆଦି ଭାଗଵତ ସନ୍ଦର୍ଭ ଅନ୍ତର୍ଗତ)
ଉ. ଜୀଵ ଗୋସ୍ଵାମୀ

୭୬. ଷଟ୍ ସନ୍ଦର୍ଭ କିଏ ରଚନା କରିଥିଲେ?
ଉ. ସନାତନ ଗୋସ୍ଵାମୀ

୭୭. ଵାସୁଦେଵ କୃଷ୍ଣଙ୍କର ପ୍ରଥମ ସୂଚନା ପ୍ରଥମେ କେଉଁ ଅଭିଲେଖରେ ଦେଖିଵାକୁ ମିଳେ?
ଉ. ଉ. ବେସନଗର ଅଭିଲେଖ (୨ୟ ଶତାବ୍ଦୀ)

୭୮. କେଉଁ ଦେଶର ଯବନ ଵାସୁଦେଵଙ୍କର ଉପାସକ ଥିଵା ବେସନଗର ଅଭିଲେଖରୁ ଜଣାଯାଏ?
ଉ. ଗ୍ରୀସ

୭୯. ଢେଙ୍କାନାଳ ଜ଼ିଲ୍ଲାର ଭୀମକୁଣ୍ଡ ଗ୍ରାମ ନିକଟରେ କେତେ ଫୁଟ ଲମ୍ବର ଵିଷ୍ଣୁ ମୂର୍ତ୍ତି ଦେଖିଵାକୁ ମିଳେ?
ଉ. ୪୨ ଫୁଟ ୬ ଇଞ୍ଚ

୮୦. ଚତୁର୍ଭୁଜ-ଵିଶିଷ୍ଟ ଗୋଵର୍ଦ୍ଧନ ମୂର୍ତ୍ତି କେଉଁଠାରେ ଅଛି?
ଉ. ଭଦ୍ରକ ଜ଼ିଲ୍ଲାର ପାଲିଆ ଗ୍ରାମରେ (୮ମ-୯ମ ଶତାବ୍ଦୀର ଅନୁମାନ କରାଯାଏ)

୮୧. ଓଡ଼ିଶାର କେଉଁ ମନ୍ଦିର ଗାତ୍ରରେ ଗୋଧନ ହରଣ ଦୃଶ୍ୟ ଦେଖିଵାକୁ ମିଳେ?
ଉ. ଭୁଵନେଶ୍ୱରର ମେଘେଶ୍ଵର ମନ୍ଦିର

୮୨. ଓଡ଼ିଶାର କେଉଁ ମନ୍ଦିର ଗାତ୍ରରେ ଯଶୋଦା ଓ ଦଧିଭାଣ୍ଡ ଚିତ୍ର ଦେଖିଵାକୁ ମିଳେ?
ଉ. ଲିଙ୍ଗରାଜ ମନ୍ଦିରରେ

୮୩. କୋଣାର୍କ ମନ୍ଦିରରେ କୃଷ୍ଣଙ୍କ କେଉଁ ମୂର୍ତ୍ତି ଦେଖିଵାକୁ ମିଳେ?
ଉ. ଉତ୍ତରପଶ୍ଚିମ କୋଣରେ ଏକ ଚକ୍ରରେ ତ୍ରିଭଙ୍ଗୀ ଠାଣି, ଦକ୍ଷିଣ ପୂର୍ଵ ଚକ୍ରରେ କାଳୀୟ ସର୍ପ ଉପରେ ନୃତ୍ୟରତ ଶ୍ରୀକୃଷ୍ଣ ତଥା ନାଗ କନ୍ୟାମାନଙ୍କ ଦ୍ୱାରା ପରିଵେଷ୍ଟିତ

୮୪. ଓଡ଼ିଶାର ଵୈଷ୍ଣଵ ଧର୍ମରେ କେତୋଟି ଧାରା ଦେଖିଵାକୁ ମିଳେ? ତାହା କଅଣ?
ଉ. ୨, ଶୁଦ୍ଧାଭକ୍ତିଧାରା (ଆରାଧ୍ୟ ଶ୍ରୀକୃଷ୍ଣ) , ଜ୍ଞାନମିଶ୍ରା ଭକ୍ତିଧାରା (ଆରାଧ୍ୟ ଜଗନ୍ନାଥ)

୮୫. ବାଲ୍ମୀକି ରାମାୟଣର ଉତ୍ତରାକାଣ୍ଡର ଵର୍ଣ୍ଣନା ଅନୁସାରେ ରାମଚନ୍ଦ୍ର ଵିଭୀଷଣଙ୍କୁ କାହାକୁ ପୂଜା କରିଵାକୁ କହିଛନ୍ତି?
ଉ. ଜଗନ୍ନାଥ

୮୬. ସଂସ୍କୃତ ମହାଭାତରେ ଶ୍ରୀକ୍ଷେତ୍ର ଵା ପୁରୁଷୋତ୍ତମ କ୍ଷେତ୍ରକୁ କେଉଁ ନାମରେ ଵର୍ଣ୍ଣନା କରାଯାଇଛି?
ଉ. ଶ୍ରୀ ତୀର୍ଥ

୮୭. ନଵମ ଶତକରେ ରଚିତ ‘ବ୍ରହ୍ମ ପୁରାଣ’ରେ କିଏ ଵିଷ୍ଣୁଙ୍କ ପୂଜା ନିମିତ୍ତ ପୁରୁଷୋତ୍ତମ କ୍ଷେତ୍ରକୁ ଯାତ୍ରା କରିଵା ଵିଷୟରେ ଵର୍ଣ୍ଣନା କରାଯାଇଛି?
ଉ. ଇନ୍ଦ୍ରଦ୍ୟୁମ୍ନ

୮୮. କେଉଁ ପୁରାଣରେ ସାତଗୋଟି ମୋକ୍ଷପ୍ରଦାନକାରୀ ତୀର୍ଥସ୍ଥଳୀ ଵିଷୟରେ ସୂଚନା ଦିଆଯାଇଛି?
ଉ. ବ୍ରହ୍ମାଣ୍ଡ ପୁରାଣ

(ଅଯୋଧ୍ୟା ମଥୁରା ମାୟା କାଶୀ କାଞ୍ଚି ଅଵନ୍ତିକା
ପୁରୀ ଦ୍ୱାରାଵତୀ ଚୈଵ ସପ୍ତୈତେ ମୋକ୍ଷଦାୟୀକାଃ ।)

୮୯. କପିଳସଂହିତା ଵର୍ଣ୍ଣନା ଅନୁସାରେ କ୍ଷେତ୍ର ଓ ଦେଵତାମାନଙ୍କ ମଧ୍ୟରେ ରାଜା କିଏ ?
ଉ. ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ

୯୦. ଜଗନ୍ନାଥ ନାମ ପ୍ରଥମେ କିଏ କେଉଁଥିରେ ଉଲ୍ଲେଖ କରିଥିଲେ?
ଉ. ଇନ୍ଦ୍ରଭୂତି, ଜ୍ଞାନସିଦ୍ଧି (ଖ୍ରୀ ୭୧୭) (ଜଗନ୍ନାଥଙ୍କୁ ବୁଦ୍ଧ ଓ ଜୀନ ଭାଵରେ ସମ୍ବୋଧନ)

୯୧. ଶଙ୍କରାଚାର୍ଯ୍ୟ (ଖ୍ରୀ୮୧୦) ପୁରୀଠାରେ କେଉଁ ପୀଠ ସ୍ଥାପନ କରିଥିଲେ?
ଉ. ଗୋଵର୍ଦ୍ଧନ ପୀଠ

୯୨. ଵେଦ କାହାର ପଵିତ୍ର ଗ୍ରନ୍ଥ କଅଣ? ଵେଦ କେତେପ୍ରକାର? ସର୍ଵପ୍ରାଚୀନ କେଉଁଟି?
ଉ. ଆର୍ଯ୍ୟ, ୪, ଋଗ୍ବେଦ

୯୩. ଵାମଦେଵ କୃତ ଇନ୍ଦ୍ରନୀଳମଣି ପୁରାଣ ଅନୁସାରେ ଶ୍ରୀକୃଷ୍ଣଙ୍କ ଦେହ ତ୍ୟାଗ ପରେ ସଖା ପାଣ୍ଡଵମାନେ ତାଙ୍କୁ କେଉଁଠାରେ ଦାହ କରିଥିଲେ?
ଉ. ପୁରୀ ସମୁଦ୍ରକୂଳ ସ୍ୱର୍ଗଦ୍ଵାରଠାରେ

୯୪. ଵେଣୀ ମାଧଵ ପାଢ଼ୀଙ୍କ ଅନୁସାରେ ଜଗନ୍ନାଥ କେଉଁ ଶବ୍ଦର ସଂସ୍କୃତ ରୂପ?
ଉ. ଜଗନ୍ତ (ଅର୍ଥ ଶବରଙ୍କ ଦ୍ୱାରା ପୂଜିତ ଵୃକ୍ଷ ଵା ଦାରୁ)

୯୫. କେଉଁ ଅଞ୍ଚଳର ଶବର ୧୦ ଦେଵତାଙ୍କୁ ପୂଜା କରୁଥିଲେ? ସେମାନେ କିଏ?
ଉ. ମହେନ୍ଦ୍ରଗିରିଠାରୁ ବିନ୍ଧ୍ୟଗିରି ପର୍ଯ୍ୟନ୍ତ ଅଞ୍ଚଳ । ଜଗନ୍ତ, ତୋଡ଼, ତୁମନ, ଭୀମ, ରଂରଂ, ର୍ଗିସଦ, ରାମନ, ଯୋଜେପଲ, ମତ୍ତ ଓ ତିତି

୯୬. ଜଗନ୍ନାଥଙ୍କ ସେଵାୟତଙ୍କୁ କଅଣ କୁହାଯାଏ?
ଉ. ଦଇତା (ଦୈତ୍ୟ ଶବ୍ଦର ଅପଭ୍ରଂଶ)

୯୭. ସ୍କନ୍ଧ ପୁରାଣ ଅନୁସାରେ ଵିଶ୍ୱାଵଶୁ ନୀଳଗିରିରେ କାହାକୁ ପୂଜା କରୁଥିଲେ?
ଉ. ନୀଳମାଧଵ ଓ ନୃସିଂହ

୯୮. ଶ୍ରୀଜଗନ୍ନାଥ ମନ୍ଦିରରେ ପଣ୍ଡାମାନଙ୍କ ବେତ୍ରାଘାତ ପରମ୍ପରା ଅନ୍ୟ କେଉଁ ଧର୍ମରେ ଦେଖିଵାକୁ ମିଳେ?
ଉ. ଜୈନ ଧର୍ମ, ତନ୍ତ୍ର ପୂଜା

୯୯. ଜଗନ୍ନାଥଙ୍କ ସ୍ନାନପୂର୍ଣ୍ଣିମା ଦିନ ସନ୍ଧ୍ୟାସମୟରେ ଯେଉଁ ପ୍ରସାଦ ନିଵେଦିତ ହୁଏ ତାହା କେଉଁ ଧର୍ମର ପ୍ରଭାଵ ବୋଲି କୁହାଯାଇଛି?
ଉ. ଜୈନ ଧର୍ମ

୧୦୦. ଖାରଵେଳ ଯେଉଁ ଜୀନାସନ ମୂର୍ତ୍ତି ପୁନରୁଦ୍ଧାର କରି ଉତକଲ ଆଣିଥିଲେ ତାହା କେଉଁ ମୂର୍ତ୍ତି ବୋଲି ଗଵେଷକମନେ ଅନୁମାନ କରିଛନ୍ତି?
ଉ. ନୀଳମାଧଵ ଵା ଜଗନ୍ନାଥ

୧୦୧. ଜଗନ୍ନାଥଙ୍କର ରଥଯାତ୍ରା ପରମ୍ପରା କେଉଁଠାରୁ ଉତ୍ପନ୍ନ ହୋଇଛି ?
ଉ. ଜୈନ ରଥଯାତ୍ରା(ତୀର୍ଥଙ୍କର ଜୀଵସ୍ୱାମୀଙ୍କ ମୂର୍ତ୍ତିକୁ ରଥରେ ନେଇ ଯାତ୍ରା, ଗଛକୁନେଇ ଚୈତ୍ରପର୍ଵ ଶେଷରେ ଯାତ୍ରା), ବୌଦ୍ଧ ରଥଯାତ୍ରା (ବୌଦ୍ଧତ୍ୱ ପ୍ରାପ୍ତି ଦିଵସରେ ଦନ୍ତ ଉତ୍ସଵ)

୧୦୨. ବୌଦ୍ଧଧର୍ମର ବୁଦ୍ଧ, ଧର୍ମ, ସଙ୍ଘ ରୂପେ କାହାକୁ ଚିହ୍ନିତ କରାଯାଇଛି?
ଉ. ଜଗନ୍ନାଥଙ୍କ ସମତେ ତିନି ମୂର୍ତ୍ତିଙ୍କୁ

୧୦୩. ଜଗନ୍ନାଥଙ୍କ ଭିତରେ ଯେଉଁ ବ୍ରହ୍ମ ଅଛି ତାହା କଅଣ ବୋଲି କେତେକ ପଣ୍ଡିତ ମତ ଦିଅନ୍ତି?
ଉ. ବୁଦ୍ଧଙ୍କ ଦନ୍ତ

୧୦୪. ଯୀଶୁଖ୍ରୀଷ୍ଟ ଉତ୍କଳରେ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ କେତେ ଵର୍ଷ ଧର୍ମଶିକ୍ଷା କରିଥିଲେ ବୋଲି ଫରାସୀ ଐତିହାସିକ ଏମ ସିଲଵାନ ଲେଵି ମତ ଦେଇଛନ୍ତି?
ଉ. ୪ ଵର୍ଷ

୧୦୫. କାଳିକା ପୁରାଣ ଅନୁସାରେ ଭାରତର ପ୍ରଥମ ତାନ୍ତ୍ରିକ ପୀଠ କେଉଁଟି?
ଉ. ଓଡ଼ିଶାର ଜଗନ୍ନାଥ ପୀଠ

୧୦୬. ତନ୍ତ୍ରଶାସ୍ତ୍ରରେ ଜଗନ୍ନାଥଙ୍କୁ କଅଣ ପରିକଳ୍ପନା କରାଯାଇଛି?
ଉ. ଭୈରଵ, ଦକ୍ଷିଣ କାଳିକା

୧୦୭. ତନ୍ତ୍ର ପୂଜା କେଉଁ ସମୟରେ କରାଯାଏ?
ଉ. ରାତି

୧୦୮. ଜଗନ୍ନାଥଙ୍କ ସହ ତନ୍ତ୍ରର ସମ୍ପର୍କ କଅଣ?
ଉ. ରତ୍ନସିଂହାସନ ଉପରେ ଯନ୍ତ୍ର, ଜଗନ୍ନାଥଙ୍କୁ ଭୈରଵ ମନ୍ତ୍ରରେ ପୂଜା, ବିରିପିଠା ଓ ପଇଡ଼ପାଣିରେ ପୂଜା, ଫୁଲରେ ନାକର ବସୁଣୀଵିଭିନ୍ନ ପୂଜାପଦ୍ଧତିରେ ତାନ୍ତ୍ରିକରୀତି ପ୍ରଚଳିତ

୧୦୯. ଚୈତନ୍ୟଚରିତ୍ରାମୃତରେ ଜଗନ୍ନାଥଙ୍କୁ ଓ କୃଷ୍ଣଙ୍କୁ ଯଥାକ୍ରମେ କେତେ କଳା ପୂର୍ଣ୍ଣ ଭାଵେ ଵର୍ଣ୍ଣନା କରାଯାଇଛି?
ଉ. ୧୬,୧

୧୧୦. ଶଙ୍କରାଚାର୍ଯ୍ୟ ଓ ରାମାନୁଜ ପୁରୀ ଆଗମନ କରି ଜଗନ୍ନାଥଙ୍କ ପୂଜାଵିଧାନରେ ଯଥାକ୍ରମେ କେଉଁ ପଦ୍ଧତି ପ୍ରଚଳନ କରାଇଥିଲେ?
ଉ. ସ୍ମାର୍ତ୍ତ ପଦ୍ଧତି ଓ ପଞ୍ଚରାତ୍ର ପଦ୍ଧତି

୧୧୧. ଈଶ୍ବରଙ୍କ ପ୍ରତି ପରମ ପ୍ରେମ ଭାଵ ହିଁ ଭକ୍ତି (ସା ତ୍ୱସିନ ପରମ ପ୍ରେମରୂପା) – କେଉଁଠି ଉଲ୍ଲେଖ ଅଛି?
ଉ. ନାରଦ ଭକ୍ତି ସୂତ୍ର

୧୧୨. ଇମବ୍ରାଙ୍କ ପ୍ରତି ପରମ ପ୍ରେମଭାଵ ହିଁ ଭକ୍ତି ( ସା ପରାନୁରକ୍ତି ଈଶ୍ୱରେଃ) – କେଉଁଠି କୁହାଯାଇଛି?
ଉ. ଶାଣ୍ଡିଲ୍ୟ ଭକ୍ତି ସୂତ୍ର

୧୧୩. “ଯେଉଁଥିରେ ସାଂସାରିକ ଵିଷୟଜ୍ଞାନ ପ୍ରଦାନ କରୁଥିଵା ଇନ୍ଦ୍ରିୟମାନଙ୍କରୁ ସ୍ୱାଭାଵିକ ଵୃତ୍ତି ନିଷ୍କାମ ରୂପରେ ଭଗଵାନଙ୍କଠାରେ ନିମଜ୍ଜିତ କରାଯାଇଥାଏ, ସେହି ପ୍ରକାର ମନୋଵୃତ୍ତିକୁ ଭକ୍ତି କୁହାଯାଏ ।” – କେଉଁଠି କୁହାଯାଇଛି ?
ଉ. ଶ୍ରୀମଦ୍ଭାଗଵଦ୍ଗୀତା

୧୧୪. “ଭଗଵାନଙ୍କ ମାହାତ୍ମ୍ୟ ଧ୍ୟାନପୂର୍ଵକ ଭଗଵାନଙ୍କ ପ୍ରତି ସୁଦୃଢ଼ ଓ ସତତ ସ୍ନେହ ଭାଵ ହେଉଛି ଭକ୍ତି ।” – କିଏ କହିଛନ୍ତି?
ଉ. ମାଧଵାଚାର୍ଯ୍ୟ

୧୧୫. “ମନକୁ ଭଗଵାନଙ୍କ ପାଦପଦ୍ମରେ ପୂର୍ଣ୍ଣରୂପେ କେନ୍ଦ୍ରୀଭୂତ କରି, କୌଣସି ଫଳକୁ ଇଚ୍ଛା ନକରି, ତାଙ୍କର ନିରନ୍ତର ଭଜନ କରିଵାହିଁ ପ୍ରକୃତ ଭକ୍ତି ।” କିଏ କହିଛନ୍ତି?
ଉ. ଗୋପାଳ ପୂର୍ଵତାପିନୀ ଉପନିଷଦ

୧୧୬. “ଜ୍ଞାନ ଓ କର୍ମ ଭାଵରେ କୌଣସି ଫଳପ୍ରତି ଆସକ୍ତି ପ୍ରକାଶ ନକରି ନିରନ୍ତର ଶ୍ରୀକୃଷ୍ଣଙ୍କୁ ପ୍ରେମ ପୂର୍ଵକ ଧ୍ୟାନକରିଵା ହେଉଛି ଭକ୍ତି ।” – କିଏ କହିଛନ୍ତି?
ଉ. ରୂପ ଗୋସ୍ଵାମୀ

୧୧୭. ସାଧନାର ତିନି ମାର୍ଗ କଅଣ?
ଉ. ଜ୍ଞାନ, କର୍ମ, ଵୈରାଗ୍ୟ

୧୧୮. ରାମାନୁଜ ଭକ୍ତିକୁ କଅଣ ବୋଲି ମନେକରିଥାନ୍ତି?
ଉ. ଜ୍ଞାନ

୧୧୯. ଭାଗଵତ ମାହାତ୍ମ୍ୟରେ ଭକ୍ତିର ଦୁଇ ପୁତ୍ର କଅଣ?
ଉ. ଜ୍ଞାନ ଏବଂ ଵୈରାଗ୍ୟ

୧୨୦. ଭଗଵାନଙ୍କ ପ୍ରତି ପରାନୁଭକ୍ତି କେଉଁ ପକ୍ଷ ଏବଂ ଏକାଗ୍ର ଚିତ୍ତରେ ସର୍ଵଦା ଶ୍ରଵଣ, କୀର୍ତ୍ତନ, ଭଜନ ଓ ଆରାଧନା କରିଵା କେଉଁ ପକ୍ଷ?
ଉ. ସାଧ୍ୟ ପକ୍ଷ, ସାଧନା ପକ୍ଷ

୧୨୧. ସାଧନାଶାସ୍ତ୍ର ନିୟମ ଅନୁସାରେ ଯେଉଁ ଭକ୍ତି ପାଳନ କରାଯାଏ ତାହାକୁ କେଉଁ ଭକ୍ତି କୁହାଯାଏ?
ଉ. ଵୈଧୀ

୧୨୨. ଯେଉଁ ‘ଭାଵ’ରେ ଭଗଵାନଙ୍କ ପ୍ରେମର ଅପୂର୍ଵ ରସ ଅନୁଭୂତ ହୋଇଥାଏ ଓ ଭକ୍ତ ହୃଦୟ ପରମ ଶାନ୍ତି ତଥା ଆନନ୍ଦ ପାଇଥାଏ, ତାହାକୁ କେଉଁ ଭକ୍ତି କୁହାଯାଏ?
ଉ. ରାଗନୁଗା ଭକ୍ତି

୧୨୩. ଭଗଵତ ଗୀତାରେ ମାନଵର ଵୃତ୍ତି ଅନୁସାରେ ଭକ୍ତି କି କି ଭାଗରେ ଵିଭକ୍ତି ହୋଇଛି?
ଉ. ସକାମ – ସାତ୍ତ୍ଵିକ, ରାଜସିକ, ତାମସିକ
ନିଷ୍କାମ – ନିର୍ଗୁଣଭାଵ

୧୨୪. ନଵଧା ଭକ୍ତି କଅଣ?
ଉ. ଶ୍ରଵଣ, କୀର୍ତ୍ତନ, ସ୍ମରଣ, ପାଦସେଵନ, ଅର୍ଚ୍ଚନ, ଵନ୍ଦନ, ଦାସ୍ୟ, ସଖ୍ୟ ଓ ଆତ୍ମନିଵେଦନ

୧୨୫. ଭକ୍ତିର ଚରମ ପରିଣତି କଅଣ ଅଟେ?
ଉ. ଆତ୍ମନିଵେଦନ ଵା ଆତ୍ମସମର୍ପଣ

୧୨୬. ଅର୍ଚ୍ଚନା କେତେ ପ୍ରକାର ଓ କଅଣ କଅଣ?
ଉ. ୨, ମାନସିକ (ଆତ୍ମସମର୍ପଣ ଭାଵ), ଷୋଡ଼ଶଉପଚାର (ଆସନ, ଅର୍ଦ୍ଧପାଦ୍ୟ, ଆଚମନ, ପଞ୍ଚାମୃତ, ସ୍ନାନ, ଵସ୍ତ୍ର, ଶୃଙ୍ଗାର, ଚନ୍ଦନ, ପୁଷ୍ପ, ଧୂପ, ଦୀପ, ନୈଵେଦ୍ୟ, ତାମ୍ବୁଳ, ଯଜ୍ଞୋପଵିତ, ପରିକ୍ରମା, ଵନ୍ଦନା)

୧୨୭. ସଵିଶେଷ, ସାକାର, ସୋପାଧି ଏଵଂ ନିର୍ଗୁଣ ପୁଣ, ଵିଶେଷଣ, ଆକାର, ଉପାଧି ଉପରେ ପ୍ରତିଷ୍ଠିତ ବ୍ରହ୍ମକୁ କଅଣ କୁହାଯାଇଛି?
ଉ. ସଗୁଣ ଅପରଂବ୍ରହ୍ମ

୧୨୮. ଯାହା କୌଣସି ଵିଶେଷଣ, ଚିହ୍ନ ଵା ଲକ୍ଷଣ ଦ୍ୱାରା ଲକ୍ଷିତ ନୁହେ ତାହା କଅଣ କୁହାଯାଇଛି?
ଉ. ନିର୍ଗୁଣ ପରଂବ୍ରହ୍ମ

୧୨୯. ମଣ୍ଡୁକ ଉପନିଷଦରେ କେଉଁ ଅକ୍ଷରକୁ ବ୍ରହ୍ମ କରି ବ୍ରହ୍ମକୁ ସଗୁଣ ଵର୍ଣ୍ଣନା କରାଯାଇଛି?
ଉ. ଓଁ

୧୩୦. “ପରମାତ୍ମାଙ୍କ ଅତିରିକ୍ତ ଜଗତରେ ଦ୍ବିତୀୟ କୌଣସି ପରମାର୍ଥ ସତ୍ ବସ୍ତୁନାହିଁ ।” ଏହା କେଉଁ ମତଵାଦ ? ଏହାକୁ କିଏ ପ୍ରଚାର କରିଥିଲେ?
ଉ. ଅଦ୍ୱୈତଵାଦ, ଶଙ୍କରାଚାର୍ଯ୍ୟ

୧୩୧. ରାମାନୁଜ କେବେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ?
ଉ. ମାଡ୍ରାସ ନିକଟ ନେରୁକୁଟୁର, ଖ୍ରୀଅ୧୦୧୨

୧୩୨. ରାମାନୁଜ କେଉଁ ମତବାଦ ପ୍ରଚାର କରିଥିଲେ? ସମ୍ପ୍ରଦାୟକୁ କଅଣ କୁହାଯାଏ? ସେ ବ୍ରହ୍ମସୂତ୍ର ଉପରେ କଅଣ ରଚନା କରିଥିଲେ?
ଉ. ଵିଶିଷ୍ଟ ଅଦ୍ୱୈତଵାଦ, ଶ୍ରୀସମ୍ପ୍ରଦାୟ, ଶ୍ରୀଭାଷ୍ୟ

୧୩୩. ଵିଶିଷ୍ଟାଦ୍ୱୈତଵାଦ ଅର୍ଥ କଅଣ ?
ବ୍ରହ୍ମ ତିନିଗୁଣଯୁକ୍ତ । ଯଥା ଚିତ୍ ଅର୍ଥାତ ଭୋକ୍ତାଜୀଵ, ଅଚିତ୍ ଅର୍ଥାତ ଭୋଗ୍ୟ ଜଗତ ତଥା ଈଶ୍ୱର ଅର୍ଥାତ ଅନ୍ତର୍ଯ୍ୟାମୀ ପରମେଶ୍ବର । ବ୍ରହ୍ମ ଉପରୋକ୍ତ ତିନିଗୁଣରେ ଵିଶିଷ୍ଟ ରହିଵାର କାରଣ ଵିଶିଷ୍ଟାଦ୍ୱୈତଵାଦ ।

୧୩୪. ମାଧଵାଚାର୍ଯ୍ୟଙ୍କର ଜନ୍ମ କେବେ ଓ କେଉଁଠାରେ ହୋଇଥିଲା? ସେ କେଉଁ ମତଵାଦ ପ୍ରଚାର କରିଥିଲେ? ତାଙ୍କର ପ୍ରଥମ ନାମ କଅଣ?
ଉ. ଖ୍ରୀଅ ୧୧୯୭, କର୍ଣ୍ଣାଟକର ଉଦୁପି, ଆନନ୍ଦତୀର୍ଥ

୧୩୫. ନିମ୍ବାର୍କ କେଉଁ ମତଵାଦ ପ୍ରଚାର କରିଥିଲେ?
ଉ. ଦ୍ୱୈତାଦ୍ୱୈତଵାଦ (ଵା ଭେଦାଭେଦ)

୧୩୬. ଵିଷ୍ଣୁସ୍ୱାମୀ ସମ୍ପ୍ରଦାୟର ଦାର୍ଶନିକ ସିଦ୍ଧାନ୍ତ ତଥା ଭକ୍ତିର ପରିଚୟ କେଉଁଥିରୁ ମିଳିଥାଏ?
ଉ. ସର୍ଵାଜ୍ଞ ସୂକ୍ତ

୧୩୭. ଶ୍ରୀ ଚୈତନ୍ୟ ସମ୍ପ୍ରଦାୟ କାହାକୁ ସର୍ଵଶ୍ରେଷ୍ଠ ସାଧିକା ମନେକରନ୍ତି?
ଉ. ଶ୍ରୀରାଧିକା

୧୩୮. ନାଥମୁନି ଆଲୱାରରେ ପ୍ରଚଳିତ ଗୀତାକୁ ସଂଗ୍ରହ ଓ ସମ୍ପାଦନା କରି କେଉଁ ନାମରେ ନାମିତ କରିଥିଲେ ?
ଉ. ନାଲାୟିର ପ୍ରବନ୍ଧମ

୧୩୯. ସନ୍ଥ ଶବ୍ଦର ଵ୍ୟୁତ୍ପତ୍ତି କଅଣ?
ଉ. ଅସ୍ ଧାତୁରେ ଶତ୍ରୁ ପ୍ରତ୍ୟୟ ଯୋଗରେ ସତ୍ ଶବ୍ଦ ସୃଷ୍ଟି । ସତ୍ ଶବ୍ଦର ପୁଲିଙ୍ଗ

 

୧୪୦. ଓଡ଼ିଶାରେ ନାଥ ସଂଜ୍ଞାଧାରୀ ନିଜକୁ କେଉଁ ଗୋତ୍ରୀ ବୋଲି ପରିଚୟ ଦେଇଥାନ୍ତି?
ଉ. ନିରଞ୍ଜନ, ଅନାଦି

୧୪୧. ନାଥ ଧର୍ମର ଦ୍ୱାଦଶ ନାଥଙ୍କ ମଧ୍ୟରୁ କିଏ ଉତ୍କଳୀୟ ବୋଲି ମତ ପ୍ରକାଶ ପାଏ?
ଉ. ସତ୍ୟନାଥ

୧୪୨. ମହିମାର ଅର୍ଥ କଅଣ?
ଉ. ଅଲେଖ; ଅର୍ଥାତ ଯାହା ସମ୍ପର୍କରେ ଲେଖିଵା ଅସମ୍ଭଵ

୧୪୩. ଚର୍ଯ୍ୟାଗୀତିକା କେଉଁ ଭାଷାରେ ଲିଖିତ ?
ଉ. ଅପଭ୍ରଂଶ

୧୪୫. ଅମରକୋଷ କେଉଁ ଧର୍ମର ତାତ୍ତ୍ଵିକ ଗ୍ରନ୍ଥ? କାହାଙ୍କ ନାମରେ ଗ୍ରନ୍ଥର ଭଣିତା ହୋଇଛି?
ଉ. ନାଥ ଧର୍ମ , ଆଦିନାଥ
(ଅମରକୋଷରେ କୋଷ ଅର୍ଥ ଶରୀର)

୧୪୬. ‘ଅଷ୍ଟାଙ୍ଗ ଯୋଗଧାରଣ’ କେଉଁ ଧର୍ମର ତାତ୍ତ୍ଵିକ ଗ୍ରନ୍ଥ?
ଉ. ନାଥ ଧର୍ମ
(ଏଥିରେ ଶିଵ ପାର୍ଵତୀଙ୍କ ଉକ୍ତି ପ୍ରତ୍ୟୁକ୍ତି ମାଧ୍ୟମରେ ଅଷ୍ଟାଙ୍ଗ ଯୋଗ ସାଧନାର ଵିଭିନ୍ନ ଦିଗ ସମ୍ବନ୍ଧରେ ତାତ୍ତ୍ଵିକ ଵ୍ୟାଖ୍ୟା ରହିଛି)

୧୪୭. “ପାଂଚମନ ପଚିଶ ପ୍ରକୃତ୍ତିକୁ ଆୟତ୍ତ ନକଲେ ସାଧକ ସିଦ୍ଧିଲାଭ କରିଵରେ ସମର୍ଥ ହୋଇ ନଥାଏ । କାୟା ମଧ୍ୟରେ ବାସ୍ତରୀ ନାଡୀ, ଚଉରାଶି ହେତୁ ସ୍ଥାନ ରହିଛି ।” – କିଏ କେଉଁ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି?
ଉ. ସାରଳା ଦାସ, ମହାଭାରତର ଵନ ପର୍ଵ

୧୪୮. ପଞ୍ଚସଖାଙ୍କ ମଧ୍ୟରେ କିଏ ଵୟୋଜ୍ୟେଷ୍ଠ ଅଟନ୍ତି?
ଉ. ବଳରାମ ଦାସ

୧୪୯. ବଳରାମ ଦାସଙ୍କ କେଉଁ ଗ୍ରନ୍ଥରେ ଶରୀରର ଵିଭିନ୍ନ ଅଙ୍ଗର ତାତ୍ତ୍ଵିକ ଵ୍ୟାଖ୍ୟା ରହିଛି?
ଉ. ଵିରାଟଗୀତା

୧୫୦. ଭଉଁରୀ ଦାସ କି କି ରଚନା କରିଥିଲେ?
ଉ. କ୍ଷିତି ଚଉତିଶା, ଛନ୍ଦା ଚଉତିଶା, ଭଉଁରୀ ଗୀତା, ସାରସ୍ୱତ ବ୍ରହ୍ମ ଵିଚାର

୧୫୧. ଅଚ୍ୟୁତାନନ୍ଦ ଦାସ ରଘୁ ଅରକ୍ଷିତଙ୍କ ନାମ କେଉଁ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି?
ଉ. କଵିକଳ୍ପଗୀତା, ଗଣଭୂତ ଟୀକା

୧୫୨. ଅଚ୍ୟୁତାନନ୍ଦ ସିଦ୍ଧ ବାରଙ୍ଗ ଦାସଙ୍କ ନାମ କେଉଁ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି?
ଉ. ନିର୍ଘଣ୍ଟ

୧୫୩. ସିଦ୍ଧ ବାରଙ୍ଗ ଦାସଙ୍କର ଗୁରୁ ଓ ଶିଷ୍ୟ କିଏ ଥିଲେ ?
ଉ. ଗୁରୁ ଶିଶୁ ଅନନ୍ତ, ଶିଷ୍ୟ ଖୁଣ୍ଟିଆ ?

୧୫୪. ଲକ୍ଷ୍ମୀଧର ତିହାଡ଼ିଙ୍କ ଗୁରୁ କିଏ ଓ ଶିଷ୍ୟ କିଏ?
ଉ. ଗୁରୁ – ଵୀର ସିଂହ, ଶିଷ୍ୟ – ଗୋଵିନ୍ଦ ଦାସ

୧୫୫. ଢେଙ୍କା ଚଉତିଶା କିଏ ରଚନା କରିଛନ୍ତି ?
ଉ. କପିଳ ମୁନି

୧୫୬. ଅଚ୍ୟୁତାନନ୍ଦ ଦାସଙ୍କ କେଉଁ ଗ୍ରନ୍ଥରେ ତ୍ରିଲୋଚନ ଦାସଙ୍କ ଆଵିର୍ଭାଵ ସମ୍ପର୍କରେ ସୂଚନା ଅଛି?
ଉ. ମଣିବନ୍ଧ ଗୀତା

୧୫୭. ହଂସ ଦାସ କାହାର ଶିଷ୍ୟ ଅଟନ୍ତି ?
ଉ. ଶିଶୁ ଅନନ୍ତ

୧୫୮. ପରଚେଗୀତା କିଏ ରଚନା କରିଛନ୍ତି?
ଉ. ଦ୍ଵାରିକା ଦାସ

୧୫୯. ଅଣାକାର ସଂହିତା କିଏ ରଚନା କରିଛନ୍ତି?
ଉ. ନନ୍ଦଦାସ

୧୬୦. ଦେଵାନନ୍ଦ ଦାସ କେଉଁ ସମୟର କଵି? ସେ କଅଣ ରଚନା କରିଛନ୍ତି?
ଉ. ସପ୍ତଦଶ, ଵୈଚନ୍ଦ୍ର ଗୀତା

୧୬୧. ଚୈତନ୍ୟ ଦାସ କଅଣ ରଚନା କରିଛନ୍ତି?
ଵିଷ୍ଣୁଗର୍ଭ ପୁରାଣ, ନିର୍ଗୁଣ ମାହାତ୍ମ୍ୟ

୧୬୨. ଚନ୍ଦ୍ରମଣି ଦାସ କେଉଁ ସମୟର କଵି? ସେ କଅଣ ରଚନା କରିଛନ୍ତି?
ଉ. ଅଷ୍ଟାଦଶ ଶତକ, ସୁଧାସାର ଗୀତା

୧୬୩. ଅରକ୍ଷିତ ଦାସ କେଉଁଠାରେ ନିଜ ଆଶ୍ରମ ପ୍ରତିଷ୍ଠା କରିଥିଲେ?
ଉ. ଓଳାଶୁଣିପୀଠ

୧୬୪. ଅରକ୍ଷିତ ଦାସ କେଉଁ ସମୟର କଵି? ସେ କଅଣ ରଚନା କରିଛନ୍ତି?
ଉ. ଜନ୍ମ ଅଷ୍ଟାଦଶ ଶତକର ଶେଷ ଭାଗରେ, ଆତ୍ମଵୃତ୍ତାନ୍ତ ଭଜନ

୧୬୫. ଅଚ୍ୟୁତାନନ୍ଦ ଦାସଙ୍କ କେଉଁ ଗ୍ରନ୍ଥରେ ଅରକ୍ଷିତ ଦାସଙ୍କ ନାମ ଉଲ୍ଲେଖ ଅଛି?
ଉ. ଛାୟାଳିଶ ପଟଳ ,ତତ୍ତ୍ୱବୋଧିନୀ ଟୀକା ଆଦିରେ

୧୬୬. ଅରକ୍ଷିତ ଦାସଙ୍କ ଦୃଷ୍ଟିରେ ନାରୀ ଓ ପୁରୁଷ କାହାର ପ୍ରତୀକ ଅଟନ୍ତି?
ଉ. ନାରୀ -ପ୍ରକୃତି, ପୁରୁଷ – ପରମ

୧୬୭. ହାଡ଼ି ଦାସ କେବେ ଜନ୍ମଗ୍ରହଣ କରିଥିଲେ?
ଉ. ୧୭୭୨ ମାଘମାସ ମକର ସଙ୍କ୍ରାନ୍ତି ଦିନ

୧୬୮. ଅନନ୍ତ ଗୁପ୍ତ ଟୀକା କିଏ ରଚନା କରିଛନ୍ତି?
ଉ. ହାଡ଼ିଦାସ

୧୬୯. ଭୀମ ଭୋଇ କେବେ ଜନ୍ମଗ୍ରହଣ କରିଥିଲେ?
ଉ. ୧୮୫୫ (?)

୧୭୦. ଭୀମ ଭୋଇ କାହାଠାରୁ ମହିମା ଧର୍ମ ଦୀକ୍ଷା ନେଇଥିଲେ?
ଉ. ମହିମା ଗୋଷାଇଁ

୧୭୧. ଅଚ୍ୟୁତାନନ୍ଦ ଦାସଙ୍କ କେଉଁ ଗ୍ରନ୍ଥରେ ଭୀମ ଭୋଇଙ୍କ ନାମ ଉଲ୍ଲେଖ ଅଛି?
ଉ. ଆଦି ସଂହିତା

୧୭୨. ଅଭିରାମ ପରମ ହଂସ କେବେ ଜନ୍ମଗ୍ରହଣ କରିଥିଲେ?
ଉ. ୧୯୦୪ ମସିହା ଜାନୁଆରୀ ୧୮

୧୭୩. କଳିଭାଗଵତ କିଏ ରଚନା କରିଛନ୍ତି?
ଉ. ଅଭିରାମ ପରମହଂସ

୧୭୪. ଆର୍ତ୍ତ ଦାସ କେବେ ଜନ୍ମଗ୍ରହଣ କରିଥିଲେ?
ଉ. ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଜନ୍ମ

୧୭୫. ବାହୁଡ଼ା ଦାସ କେବେ ଜନ୍ମଗ୍ରହଣ କରିଥିଲେ?
ଉ. ୧୭୯୭ ମସିହା ଆଷାଢ଼ ଶୁକ୍ଳପକ୍ଷ ବାହୁଡ଼ା ଦଶମୀ

୧୭୬. ବାହୁଡ଼ା ଦାସ ଦୀକ୍ଷା ପ୍ରାପ୍ତି ପରେ କେଉଁଥିରେ ଗାଦି ସ୍ଥାପନ କରି ସାଧନାରେ ମଗ୍ନ ରହିଥିଲେ?
ଉ. କୁଶକଣ୍ଟା

୧୭୭. କୃଷ୍ଣ ଦାସ କେବେ ଜନ୍ମଗ୍ରହଣ କରିଥିଲେ?
ଉ. ୧୯୦୨

୧୭୮. କୃଷ୍ଣ ଦାସ କେଉଁ ତିନୋଟି ଶବ୍ଦ ମାଧ୍ୟମରେ ନିଜର ସାଧନା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି?
ଉ. ଅଜପା, ଅମପା, ଅଣସାଧନା

୧୭୯. ଵୈକୁଣ୍ଠନାଥ ବ୍ରହ୍ମଚାରୀ କେବେ ଜନ୍ମଗ୍ରହଣ କରିଥିଲେ?
ଉ. ୧୯୧୨ ମାଘମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥି

୧୮୦. ଵୈକୁଣ୍ଠନାଥ ବ୍ରହ୍ମଚାରୀ ଗୁରୁଙ୍କ ନିର୍ଦ୍ଦେଶରେ କେଉଁଠାରେ ନିଜ ଆଶ୍ରମ ପ୍ରତିଷ୍ଠା କରିଥିଲେ?
ଉ. ଜଳୈକା ପାହାଡ଼

୧୮୧. ଵୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ପିତୃଦତ୍ତ ନାମ କଅଣ?
ଉ. ବଟକୃଷ୍ଣ

୧୮୨. ଵୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ରଚନାଗୁଡ଼ିକ କେଉଁ ଗ୍ରନ୍ଥରେ ରଖାଯାଇଛି?
ଉ. ଏକାମ୍ର ସେତ୍ୟସେଵା ତରଫରୁ ପ୍ରକାଶିତ ‘ଵୈକୁଣ୍ଠନାଥ ରଚନାଵଳୀ’

୧୮୩. ‘ମାଧ୍ୟମକାଳୀନ ଧର୍ମ ସାଧନା’ କିଏ ରଚନା କରିଛନ୍ତି?
ଉ. ହଜାରୀ ପ୍ରସାଦ ଦ୍ଵିଵେଦୀ

୧୮୪. “ତନ୍ତ୍ର ନ ଜାନୁ ମନ୍ତ୍ର ନ ଜାନୁ ଜାନୁ ସୁନ୍ଦର କାୟା” କିଏ କେଉଁ ଦୃଷ୍ଟିରେ କହିଛନ୍ତି?
ଉ. ତନ୍ତ୍ର ସାଧନାକୁ ଦୃଷ୍ଟିରେ ରଖି କବିର କହିଛନ୍ତି

୧୮୫. ମୂର୍ତ୍ତି ପୂଜା ତଥା ଅଵତାରଵାଦ ଵହିଷ୍କାରର ମୂଳ ଆଧାର କେଉଁ ଧର୍ମ?
ଉ. ଇସଲାମ ଧର୍ମ

୧୮୬. ମହୀମଣ୍ଡଳ ଗୀତା କିଏ ରଚନା କରିଛନ୍ତି?
ଉ. ଅରକ୍ଷିତ ଦାସ

୧୮୭. “ମନ୍ତ୍ରେ ଶୁଣିଵ, ଯନ୍ତ୍ରେ ଵସିଵ, ତନ୍ତ୍ରେ କରିଵ ଠାବ” କିଏ କେଉଁ ଉଦ୍ଦେଶ୍ୟରେ କହିଛନ୍ତି?
ଉ. ଅଚ୍ୟୁତାନନ୍ଦ ଦାସ ମନ୍ତ୍ର ଯନ୍ତ୍ର ତନ୍ତ୍ର ସମ୍ପର୍କରେ

୧୮୮. ମାଣ୍ଡୁକ୍ୟ ଉପନିଷଦ ଅନୁଯାୟୀ ମନର ଚାରୋଟି ଅଵସ୍ଥା କଅଣ?
ଉ. ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତି, ତୂରୀୟ
ମନର ଜାଗ୍ରତ ଅଵସ୍ଥା – ପଞ୍ଚେନ୍ଦ୍ରିୟ ସଚେତନ ଅଵସ୍ଥା । ଵୈଶ୍ଵାନର ଏହି ଅଵସ୍ଥାରେ ଅଧିଷ୍ଠିତ ଦେଵତା । ଜାଗ୍ରତ ଅଵସ୍ଥାର ପ୍ରତୀକ ‘ଅ’ କାର । ସ୍ଵପ୍ନ ଅଵସ୍ଥା – ଅଧିଷ୍ଠିତ ଦେଵତା ତୈଜସ । ‘ଉ’ ଏହି ଅଵସ୍ଥାର ପ୍ରତୀକ । ସୁଷୁପ୍ତି ଅଵସ୍ଥା ଏହି ଅଵସ୍ଥାରେ ଦେଵତା ପ୍ରାଜ୍ଞ । ଏଠାରେ ‘ମ’ ହେଉଛି ପ୍ରତୀକ ଅକ୍ଷର । ଏହି ଅଵସ୍ଥାରେ ମନ ଆପଣାର ଚେତନା ମଧ୍ୟରେ ମଗ୍ନ ରହିଥାଏ । କୌଣସି ଵାହ୍ୟ ଜ୍ଞାନ ଵା ଭୂତଜ୍ଞାନ ନଥାଏ । ମନର ଉପରୋକ୍ତ ତିନୋଟି ଅଵସ୍ଥାହିଁ ଅ+ଉ+ମ ବା ଓଁ କାର ଅର୍ଥାତ୍ ନାମ । ଏହି ତିନୋଟି ଅଵସ୍ଥାର ଅତିକ୍ରମ ପରେ ସାଧକର ଆସେ ତୁରୀୟ ଅଵସ୍ଥା । ଏହି ଅଵସ୍ଥାରେ ସାଧକ ଚେତନାମୟ ସତ୍ତାର ସାକ୍ଷାତ କରେ । ସଂସାରର ମୋହମାୟା ବା ଇନ୍ଦ୍ରିୟ ଲାଳସାଠାରୁ ଦୂରେଇ ରହି ଵିଭିନ୍ନ ଅଵସ୍ଥା ମଧ୍ୟ ଦେଇ ଯାଇ ଈଶ୍ବରଙ୍କୁ ଲାଭ କରିଵାକୁ ହେଲେ ପ୍ରଥମେ ଏହି ମନକୁ ଆୟତ୍ତ କରିଵାକୁ ହେଵ ।” – ଅଭିରାମ ପରମହଂସ

୧୮୯. ଶ୍ରୀଧର ସ୍ୱାମୀଙ୍କ ଵ୍ୟାଖ୍ୟା-
ଆଖ୍ୟାନ- ନିଜେ ଦେଖିଥିଵା ଵିଷୟର କଥନ / ଵକ୍ତାଙ୍କର ପ୍ରତ୍ୟକ୍ଷ ଜ୍ଞାନ ଓ ଅନୁଭୂତି
ଉପାଖ୍ୟାନ – ଶୁଣିଥିଵା ଵିଷୟର ଅଵତାରଣା /
ଗାଥା – ପିତୃପିତା ଓ ପୃଥ୍ବୀ ସମ୍ବନ୍ଧୀୟ ଗୀତନିଚୟ / ଯୁଗ ଯୁଗ ଧରି ମହତ ପୁରୁଷଙ୍କ ଅନୁଭଵରେ ଗୃହୀତ ସହିତ ପରଵର୍ତ୍ତୀ ଵଂଶଧରଙ୍କ ଦ୍ଵାରା ଗ୍ରହଣୀୟ

୧୯୦. ସାଧାରଣତଃ ଵିଦ୍ୟା ଅଷ୍ଟାଦଶ ପ୍ରକାର ହୋଇଥିଵାରୁ ଏଵଂ ପୁରାଣଗୁଡ଼ିକ ସେଇ ଅଷ୍ଟାଦଶ ଵିଦ୍ୟାର ସାଙ୍କେତିକ ରୂପ ହୋଇଥିଵାରୁ ପୁରାଣ ସଙ୍ଖ୍ୟା ୧୮ ଅଟେ । ସେଗୁଡ଼ିକ ହେଲା:
ମତ୍ସ୍ୟ, ମାର୍କଣ୍ଡେୟ, ଭାଗଵତ, ଭଵିଷ୍ୟ, ବ୍ରହ୍ମ, ବ୍ରହ୍ମାଣ୍ଡ, ବ୍ରହ୍ମ ଵୈଵର୍ତ୍ତ, ଵାୟୁ, ଵିଷ୍ଣୁ, ଵାମନ, ଵରାହ, ଅଗ୍ନି, ନାରଦ, ପଦ୍ମ, କୂର୍ମ, ସ୍କନ୍ଦ, ଲିଙ୍ଗ, ଗରୁଡ଼

୧୯୧. ସାତ୍ତ୍ଵିକ – ଵିଷ୍ଣୁ, ପଦ୍ମ, ଗରୁଡ଼, ନାରଦ, ଭାଗଵତ, ଵରାହ
ରାଜସିକ – ବ୍ରହ୍ମ, ବ୍ରହ୍ମାଣ୍ଡ, ବ୍ରହ୍ମ ଵୈଵର୍ତ୍ତ, ମାର୍କଣ୍ଡେୟ, ଵାମନ, ଭଵିଷ୍ୟ
ତାମସିକ – କୂର୍ମ, ଅଗ୍ନି, ଵାୟୁ, ମତ୍ସ୍ୟ, ଲିଙ୍ଗ, ସ୍କନ୍ଦ

୧୯୨. ପୁରାଣର ପାଞ୍ଚ ଲକ୍ଷଣ କଅଣ?
ଉ. ସର୍ଗ – ଜଗତ ଓ ସେ ସମ୍ପର୍କିତ ଵିଭିନ୍ନ ତତ୍ତ୍ୱର ଆଲୋଚନା ହୋଇଥିଵାରୁ ତାକୁ ସର୍ଗ କୁହାଯାଏ
ପ୍ରତିସର୍ଗ -ପ୍ରଳୟ ସମ୍ବନ୍ଧରେ ଵର୍ଣ୍ଣନା ରହୁଥିଵାରୁ
ଵଂଶ – ଗୁରୁତ୍ୱପୂର୍ଣ୍ଣ ଵଂଶମାନଙ୍କ ଵିଷୟ ଅଵତାରଣା କରାଯାଉଥିଵାରୁ
ମନ୍ବନ୍ତର – ରାଜା ତଥା ସୃଷ୍ଟି କାଳଗୁଡ଼ିକର ସମୟର କାଳ ନିରୂପଣର ନାମାନ୍ତର
ଵଂଶାନୁଚରିତ – ରାଜା, ଦେଵତା ତଥା ଅନ୍ୟମାନଙ୍କ ଜୀଵନ ଚରିତ, କାର୍ଯ୍ୟାଵଳୀ ତଥା ଵଂଶାନୁଚରିତମାନଙ୍କର ପ୍ରାସଙ୍ଗିକ ଆଲୋଚନା ହେଉଥିଵାରୁ ତାକୁ ଵଂଶାନୁଚରିତ କୁହାଯାଏ ।

୧୯୩. ଭାଗଵତରେ ଵର୍ଣ୍ଣନା ଅନୁଯାୟୀ ପୁରାଣର ଦଶଟି ଲକ୍ଷଣ କଅଣ ?
ଉ. ସର୍ଗ, ଵିସର୍ଗ, ଵୃତ୍ତି, ରକ୍ଷା, ଅନ୍ତରାଣି, ଵଂଶ, ଵଂଶାନୁଚରିତ, ସଂସ୍ଥା, ହେତୁ, ଅପାଶ୍ରୟ

୧୯୪. ପୁରାଣରେ ଵର୍ଣ୍ଣିତ ସପ୍ତ ଦ୍ବୀପଗୁଡ଼ିକ କଅଣ?
ଉ. ଜମ୍ବୁ, ପଳାକ୍ଷ, ଶାଳ୍ମଳୀ, କୁଶ, କ୍ରୋଞ୍ଚ, ଶାକ ଓ ପୁଷ୍କର

୧୯୫. ପୁରାଣରେ ଯେଉଁ ସାଗରଗୁଡ଼ିକ ଦ୍ୱାରା ସପ୍ତ ଦ୍ବୀଗୁଡ଼ିକ ପରିଵେଷ୍ଟିତ ସେଗୁଡ଼ିକ କଅଣ ?
ଉ. ଲଵଣ, ଇକ୍ଷୁ, ସର୍ପ, ସୁରା, ଦୁଗ୍ଧ, ଦଧି, ଜଳ

୧୯୬. ବୌଦ୍ଧ, ଜୌନମାନେ, ମହାଵୀର ଯଥାକ୍ରମେ କେଉଁ ଭାଷାରେ ନିଜ ଧର୍ମ ମତ ପ୍ରଚାର କରିଥିଲେ?
ଉ. ପାଲି, ପ୍ରାକୃତ ଅପଭ୍ରଂଶ, ଅର୍ଦ୍ଧ ମାଗଧି

୧୯୭. ସାରଳା ଦାସ ତାଙ୍କ ଚଣ୍ଡୀ ପୁରାଣରେ ଦୁର୍ଗାଙ୍କୁ କାହାର ଅଵତାର ରୂପେ ଵର୍ଣ୍ଣନା କରିଛନ୍ତି?
ଉ. ଵିଷ୍ଣୁ

୧୯୮. ସାରଳା ଦାସଙ୍କ ଵିଲଙ୍କା ରାମାୟଣ କେଉଁ ଗ୍ରନ୍ଥ ଅଵଲମ୍ବନରେ ରଚିତ?
ଉ. ଅଦ୍ଭୁତ ରାମାୟଣ

୧୯୯. ହରିଵଂଶ କେତୋଟି ଖଣ୍ଡରେ ଵିଭକ୍ତ?
ଉ. ସାତଖଣ୍ଡ

୨୦୦. ଜଗନ୍ନାଥ ଦାସଙ୍କ ଭାଗଵତର ଦ୍ୱାଦଶ ସ୍କନ୍ଧକୁ କିଏ ରଚନା କରିଛନ୍ତି?
ଉ. ମହାଦେଵ ଦାସ
(ମାର୍କଣ୍ଡେୟ ପୁରାଣର ସୂଚନା ଅନୁଯାୟୀ ଏହାର ନକଲ କାର୍ଯ୍ୟ ମୁକୁନ୍ଦଦେଵଙ୍କ ୨୪ ଅଙ୍କ (୧୬୭୬-୭୭)ରେ ପରିସମାପ୍ତି ହୋଇଛି।)

୨୦୧. ଵିଷ୍ଣୁକେଶରୀ ପୁରାଣ କିଏ ରଚନା କରିଛନ୍ତି? ଏହାର ନାମକରଣ କିପରି ହୋଇଛି?
ଉ. ମହାଦେଵ ଦାସ, ଜଗନ୍ନାଥରୂପୀ ଵିଷ୍ଣୁ କେଶରୀ ରୂପ ଧାରଣ କରି ଥିଵାରୁ କଵି ଗ୍ରନ୍ଥଟିର ନାଁ ଵିଷ୍ଣୁକେଶରୀ ପୁରାଣ ନାମ ଦେଇଛନ୍ତି ।

୨୦୨. ଵିଷ୍ଣୁକେଶରୀ କେଉଁ ସମୟର କଵି ବୋଲି ନିର୍ଦ୍ଧାରଣ କରାଯାଇଛି?
ଉ. ସପ୍ତଦଶ ଶତାବ୍ଦୀର ତୃତୀୟ ଵା ଚତୁର୍ଦ୍ଦଶ ଦଶକ

୨୦୩. ଵିଷ୍ଣୁକେଶରୀ ପୁରାଣ କାହାର କଥୋପକଥନରେ ଘଟଣା ପ୍ରଵାହ ଵର୍ଣ୍ଣିତ ହୋଇଛି?
ଉ. ସୂତ ଶୌନକଙ୍କ ଜାଣିଵାର ଆଗ୍ରହରେ ମାନନ୍ଧାତା ଓ ପରାଶରଙ୍କ କଥୋପକଥନ

୨୦୪. ଵିଷ୍ଣୁକେଶରୀ ପୁରାଣରେ କେଉଁ କାହାଣୀ ମୁଖ୍ୟ ଉପଜୀଵ୍ୟ?
ଉ. ନୃସିଂହ ଅଵତାର

୨୦୫. ଵିଷ୍ଣୁକେଶରୀ ପୁରାଣ କେତେଗୋଟି ଖଣ୍ଡରେ ଵିଭକ୍ତ ହୋଇଛି?
ଉ. ପାଞ୍ଚଖଣ୍ଡ

୨୦୬. ପିତାମ୍ବର ଦାସଙ୍କ ଇଷ୍ଟଦେଵୀ କିଏ?
ଉ. ଶାରଦା

୨୦୭. ନୃସିଂହ ପୁରାଣର ମୂଳ ଉତ୍ସ କଅଣ?
ଉ. ସାମଵେଦ

୨୦୮. ପିତାମ୍ବର ଦାସ କାହାର ଆଦେଶରେ ନୃସିଂହ ପୁରାଣ ଲେଖିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି?
ଉ. ନୃସିଂହଙ୍କ ସ୍ୱପ୍ନାଦେଶ

୨୦୯. ବ୍ରାହ୍ମଣ ରାଜା କୃଷ୍ଣ ଵଲ୍ଲଭଙ୍କ ପୁତ୍ର ରୂପେ ଜନ୍ମ ନେଇ କିଏ ଦାରୁଣ ଓ ମୁରକୁ ଵିନାଶ କରିଛନ୍ତି?
ଉ. ଶେଷ ଓ ନୃସିଂହ

୨୧୦. ନୀଳାମ୍ବର ଦାସ କଅଣ ରଚନା କରିଛନ୍ତି?
ଉ. ପଦ୍ମ ପୁରାଣ, କୌମିନୀ ଭାରତ, ଦେଉଳତୋଳା ଆଦି ଗ୍ରନ୍ଥ

୨୧୧. କଵି ଦ୍ୱାରକା ଦାସ କେବେ କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ?
ଉ. ସପ୍ତଦଶ ଶତାବ୍ଦୀ (ପ୍ରଥମ ମୁକୁନ୍ଦଦେଵଙ୍କ ଦ୍ଵିତୀୟ ଅଙ୍କରେ), କଟକର ଧୂଳିଶ୍ୱର ଗ୍ରାମରେ

୨୧୨. ଭାଗଵତର ତ୍ରୟୋଦଶ ସ୍କନ୍ଧ କିଏ ରଚନା କରିଛନ୍ତି?
ଉ. ଦ୍ୱାରକା ଦାସ

୨୧୩. ରଚୟିତା – ପୁରାଣ ଗ୍ରନ୍ଥ

କୃଷ୍ଣ ସିଂହ (୧୭୨୯-୧୭୮୮) – ସଂସ୍କୃତ ମହାଭାରତର ଓଡ଼ିଆ ଅନୁଵାଦ
ଚୈତନ୍ୟ ଦାସ – ଵିଷ୍ଣୁଗର୍ଭ ପୁରାଣ (୧୩ଟି ଅଧ୍ୟାୟରେ ଵର୍ଣ୍ଣିତ)
ଗୌରାଙ୍ଗ ଦାସ – ଦାମୋଦର ପୁରାଣ
ନାରାୟଣ ରାୟଗୁରୁ – କୃଷ୍ଣକେଶରୀ ପୁରାଣ
କୃଷ୍ଣ ଚରଣ ପଟ୍ଟନାୟକ – କଲ୍କି ପୁରାଣ, ଵାମନ ପୁରାଣ
କେଶଵ ପଟ୍ଟନାୟକ – କେଶଵ ପୁରାଣ

ଓଡ଼ିଆରେ ଅଷ୍ଟାଦଶ ପୁରାଣ ମଧ୍ୟରୁ…

ପଦ୍ମନାଭ ଦାସ – ଵିଷ୍ଣୁ ପୁରାଣ
ଭାଗିରଥି ଦାସ ଓ ଦ୍ୱାରକା ଦାସ – ଶିଵ ପୁରାଣ
ଦ୍ବିଜ ଗଙ୍ଗାପାଣି – ଭଵିଷ୍ୟ ପୁରାଣ
ଘନଶ୍ୟାମ ପଟ୍ଟନାୟକ – ଗରୁଡ଼ ପୁରାଣ
ମାର୍କଣ୍ଡ ଦାସ – ବ୍ରହ୍ମାଣ୍ଡ ପୁରାଣ
କପିଳେଶ୍ୱର ନନ୍ଦ – ସ୍କନ୍ଦ ପୁରାଣ

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

 

MAOD 3 ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ BLOCK 2

 

୧. ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ ପାଞ୍ଚ ପୁରାଣ କଅଣ? ତାହାକୁ କିଏ ଲେଖିଥିଲେ?
ଉ. ମହାଭାରତ – ସାରଳା ଦାସ
ଦାଣ୍ଡି ରାମାୟଣ / ଜଗମୋହନ ରାମାୟଣ – ବଳରାମ ଦାସ
ଭାଗଵତ – ଜଗନ୍ନାଥ ଦାସ
ହରିଵଂଶ – ଅଚ୍ୟୁତାନନ୍ଦ ଦାସ
ନୃସିଂହ ପୁରାଣ – ପିତାମ୍ବର ଦାସ

୨. ନୃସିଂହ ପୁରାଣ କେତେ ଭାଗରେ ଵିଭକ୍ତି? ଏଥିରେ କେତେ ପଦ ରହିଛି?
ଉ. ସାତ ଭାଗ (ସାତ ରତ୍ନାକର ଵା ସାତ ସାଗରରେ ଵିଭକ୍ତ) , ୪୨,୮୨୦ ପଦ ( ପନ୍ଦର ସହସ୍ର ଶ୍ଳୋକ ବୋଲି ପୁରାଣ ପାଠ୍ୟରେ ଵର୍ଣ୍ଣିତ)

୩. ପିତାମ୍ବର ଦାସଙ୍କ ପୁତ୍ର ଗୌରାଙ୍ଗ ଦାସ କେଉଁ ପୁରାଣ ରଚନା କରିଥିଲେ?
ଉ. ଦାମୋଦର ପୁରାଣ

୪. ସଂସ୍କୃତରେ ହରିଵଂଶ ମହାଭାରତର କେଉଁ ପର୍ଵ ଭାଵରେ ଗୃହୀତ?
ଉ. ଖିଳ ପର୍ଵ (appendix)

୫. ଵିପ୍ର ପିତାମ୍ବର ଦାସ କେବେ, କେଉଁଠାରେ ଜନ୍ମଗ୍ରହଣ କରିଥିଲେ?
ଉ. ୧୭୩୫ ଖ୍ରୀଷ୍ଟାବ୍ଦରେ, ଋଷିକୂଲ୍ୟା ନିକଟ ତହଁର ଗ୍ରାମରେ

୬. ପିତାମ୍ବର ଦାସଙ୍କ ନୃସିଂହ ପୁରାଣର ଵର୍ଣ୍ଣନା ଅନୁସାରେ କେଉଁ ପୁରାଣ ପାଠ କଲେ ପଞ୍ଚପୁରାଣ ପାଠର ପୁଣ୍ୟ ମିଳେ?
ଉ. ନୃସିଂହ ପୁରାଣ

୭. ପିତାମ୍ବର ଦାସଙ୍କ ପିତା ଓ ପିତାମହ କିଏ ଥିଲେ?
ଉ. ବାଲୁକେଶ୍ଵର ଦାସ, ଲକ୍ଷ୍ମୀଧର ଦାସ

୮. ପିତାମ୍ବର ଦାସ ନୃସିଂହ ପୁରାଣ ଲେଖିଵା କେବେ ଆରମ୍ଭ କରିଥିଲେ?
ଉ. ୧୩.୮.୧୭୬୨ (ଵୀରକିଶୋର ଦେଵଙ୍କ ବତିଶ ଅଙ୍କରେ ସିଂହ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସୋମଵାର)

୯. ପିତାମ୍ବର ଦାସ ତାଙ୍କ ପୂର୍ଵ ଜନ୍ମରେ କେଉଁ ନାମରେ ଜନ୍ମ ହୋଇଥିଲେ ବୋଲି ଵର୍ଣ୍ଣନା କରିଛନ୍ତି?
ଉ. ପ୍ରଥମେ କାଳିଦାସ, ପରେ ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ସାରଳା ଦାସ, ମହାଦେଵ ଦାସ, ଓ ଶେଷରେ ସପ୍ତମ ଜନ୍ମକୁ ପିତାମ୍ବର ଦାସ

୧୦. ପିତାମ୍ବର ଦାସଙ୍କ ମତରେ ନୃସିଂହ ପୁରାଣ ରଚନା କଲା ଵେଳେ ତାଙ୍କ କଣ୍ଠରେ କିଏ ଅଵସ୍ଥାନ କରିଥିଲେ?
ଉ. ଦେଵୀ ଶାରଦା

୧୧. କିଏ କାହାକୁ ନୃସିଂହ ପୁରାଣ ଶୁଣାଇଛନ୍ତି?
ଉ. ଶୁକ ପରୀକ୍ଷିତଙ୍କୁ

୧୨. ଶମୀଋଷିଙ୍କ ପୁତ୍ର ରାଜା ପରୀକ୍ଷିତଙ୍କୁ କେତେ ଦିନରେ, କେମିତି ମୃତ୍ୟୁ ଘଟିଵ ବୋଲି ଅଭିଶାପ ଦେଇଛନ୍ତି?
ଉ. ୭ଦିନ, ସର୍ପ ଦଂଶନ

୧୩. ନୃସିଂହ ପୁରାଣ କେଉଁଠୁ ସମ୍ଭୂତ ହୋଇଛି ?
ଉ. ସାମଵେଦ

୧୪. ନୃସିଂହ ଓ ଶେଷଦେଵ କାହାଙ୍କର ପୁତ୍ର ଅଟନ୍ତି ? ଜ୍ୟେଷ୍ଠ କିଏ?
ଉ. ବଙ୍ଗଦେଶର କୃଷ୍ଣଵଲ୍ଲଭ ଓ ଭଗଵତୀ, ନୃସିଂହ ଜ୍ୟେଷ୍ଠ

୧୫. ରାଜା ପରୀକ୍ଷିତ କେଉଁ ଵଂଶର ରାଜା ଅଟନ୍ତି?
ଉ. ସୋମଵଂଶୀ

୧୬. ଶୁକମୁନି କାହାର ପୁତ୍ର ଅଟନ୍ତି?
ଉ. ଵେଦଵ୍ୟାସ

୧୭. ପ୍ରେମଭକ୍ତି ବ୍ରହ୍ମଗୀତା କିଏ ରଚନା କରିଛନ୍ତି?
ଉ. ଯଶୋଵନ୍ତ ଦାସ, ୧୪୭୦-୧୫୫୦

୧୮. ନୃସିଂହ ପୁରାଣ ଵର୍ଣ୍ଣନା ଅନୁସାରେ ଉର୍ଵଶୀଙ୍କ ଦୁଇ ପୁତ୍ରଙ୍କ ନାମ କଅଣ?
ଉ. ମୁର, ଦାରୁଣ

୧୯. ନୃସିଂହ ପୁରାଣ ଵର୍ଣ୍ଣନା ଅନୁସାରେ କାହାକୁ ମାରି ଶ୍ରୀହରି ମୁରାରୀ ବୋଲାଇଲେ?
ଉ. ମୁରାସୁର

୨୦. ମୁର ଓ ଦାରୁଣ କାହାଙ୍କର ବୀର୍ଯ୍ୟରୁ ଜାତ?
ଉ. ବ୍ରହ୍ମା

୨୧. ଇନ୍ଦ୍ରସଭାରେ କୌତୁକ ଶୁଣି କିଏ ହସିନଥିଲେ?
ଉ. ବ୍ରହ୍ମା

୨୨. ଇନ୍ଦ୍ରସଭାକୁ ଶେଷରେ କିଏ ପହଞ୍ଚିଥିଲେ?
ଉ. କାମଦେଵ

୨୩. କାମଦେଵଙ୍କ ପିତା କିଏ?
ଉ. ଵାସଵ

୨୪. କାମଦେଵ କ୍ରୋଧିତ ହୋଇ ପଞ୍ଚସର କାହାଙ୍କର ଅଙ୍ଗକୁ ନିକ୍ଷେପ କରିଥିଲେ?
ଉ. ବ୍ରହ୍ମା

୨୫. ଇନ୍ଦ୍ରସଭାରେ କିଏ ଆକର୍ଷକ ନୃତ୍ୟ କରୁଥିଲେ?
ଉ. ଉର୍ଵଶୀ

୨୬. କାମଦେଵ କାହିଁକି କ୍ରୋଧିତ ହୋଇଥିଲେ?
ଉ. ସମସ୍ତେ ଉର୍ଵଶୀଙ୍କ ନୃତ୍ୟରେ ନିମଗ୍ନ ଥିଵାରୁ ତାଙ୍କୁ ବସ ବୋଲି କେହି କହିନଥିଲେ

୨୭. ଇନ୍ଦ୍ରସଭାରେ ବ୍ରହ୍ମା କାମପ୍ରଵଣ ହୋଇ କାହାକୁ ଧରିଲେ?
ଉ. ଉର୍ଵଶୀ

୨୮. ଦେଵଙ୍କ ପୁତ୍ର ହୋଇ ମୁରାସୁର ଦୈତ୍ୟ କାହିଁକି ବୋଲାଇଲେ?
ଉ. ବ୍ରହ୍ମା ଦେଵସଭାରେ ରତିକ୍ରିୟା ପାପ ଯୋଗୁଁ ଅସୁର ପ୍ରକୃତି ସୃଷ୍ଟି

୨୯. ପ୍ରେମ ଭକ୍ତି ବ୍ରହ୍ମ ଗୀତା କେତୋଟି ଅଧ୍ୟାୟରେ ଵର୍ଣ୍ଣିତ?
ଉ. ୫ଟି

୩୦. କଵି ଯଶୋଵନ୍ତ କେଉଁ ତତ୍ତ୍ୱ ପ୍ରେମ ଭକ୍ତି ବ୍ରହ୍ମ ଗୀତାରେ ଵର୍ଣ୍ଣନା କରିଛନ୍ତି?
ଉ. ସୃଷ୍ଟି ତତ୍ତ୍ୱ, ରାଧାକୃଷ୍ଣ ତତ୍ତ୍ବ, ଜଗନ୍ନାଥ ତତ୍ତ୍ୱ, ମନ୍ତ୍ର ତତ୍ତ୍ୱ, ରାସ ତତ୍ତ୍ୱ

୩୧. ନିତ୍ୟରାଧାଙ୍କ ସ୍ବେଦବିନ୍ଦୁ କ୍ଷୀରସାଗରରେ ପଡି ସେଥିରୁ କିଏ ଜନ୍ମ ନେଇଛି?
ଉ. ନୀଳକନ୍ୟା

୩୨. ନୀଳକନ୍ୟାକୁ କିଏ ପାଳନ କରିଛନ୍ତି?
ଉ. ଵରୁଣ

୩୩. ନୀଳକନ୍ୟା କାହାକୁ ପତି ରୂପେ ପାଇଵାକୁ ଇଚ୍ଛା କରି ଗଙ୍ଗାନଦୀ କୂଳେ ବାଲୁକା ପୂଜା କରିଛନ୍ତି?
ଉ. ଵିଷ୍ଣୁ

୩୪. ନୀଳକନ୍ୟାର ରୂପରେ ମୁଗ୍ଧ ହୋଇ କିଏ ତାଙ୍କୁ ପତ୍ନୀରୂପେ ପାଇଵାକୁ ଇଚ୍ଛା କରିଛନ୍ତି?
ଉ. ଋଷି ସତ୍ୟ

୩୫. ସତ୍ୟ ଋଷି ଵିଷ୍ଣୁଙ୍କୁ ସନ୍ତୁଷ୍ଟ କରି କେଉଁ ବର ପାଆନ୍ତି ?
ନୀଳକନ୍ୟାକୁ ପତ୍ନୀରୂପେ ପାଇଵା

୩୬. ନୀଳକନ୍ୟା ଋଷି ସତ୍ୟଙ୍କୁ କେଉଁ ଅଭିଶାପ ଦେଇଛନ୍ତି?
ଉ. ନପୁଂଷକ

୩୭. ଉଭୟ ବର ଓ ଅଭିଶାପ ପାଇଁ ଋଷି ସତ୍ୟ କେଉଁ ରୂପେ ଜନ୍ମ ନେଇଛନ୍ତି?
ଉ. ଚନ୍ଦ୍ରସେଣା (ନପୁଂସକ ଓ ରାଧାର ସ୍ୱାମୀ)

୩୮. ହେତୁ ଉଦୟ ଅର୍ଥ କଅଣ?
ଆତ୍ମଜ୍ଞାନଯୁକ୍ତ ଚେତନା । ନାନାଦି ଵିଷୟ ବାସନା ଜନିତ ମନକୁ ସଂଯତ ଓ ସୁସ୍ଥ ରଖି ଆତ୍ମଜ୍ଞାନରେ ଜ୍ଞାନୀ ହେଵା ପାଇଁ ଚେତନାର ଉପଦେଶ ହିଁ ହେଉଛି ‘ହେତୁ ଉଦୟ’

୩୯. ହେତୁ ଉଦୟ ଭାଗଵତ କିଏ ରଚନା କରିଛନ୍ତି?
ଉ. ଶିଶୁ ଅନନ୍ତ ଦାସ

୪୦. ଶିଶୁ ଅନନ୍ତଙ୍କ ପ୍ରଧାନ ଶିଷ୍ୟ କିଏ ଥିଲେ?
ଉ. ସିଦ୍ଧବାରଙ୍ଗ

୪୧. ଶିଶୁଅନନ୍ତ ଦାସଙ୍କ ମାତାପିତାଙ୍କ ନାମ କଅଣ?
କପିଳ ଓ ଗୌରୀଦେଵୀ

୪୨. ହେତୁ ଉଦୟ ଭାଗଵତ ଆଦ୍ୟ ଓ ଶେଷରେ କାହାର ଵନ୍ଦନା କରାଯାଇଛି?
ଉ. ଗୁରୁ

୪୩. ହେତୁ ଉଦୟ ଭାଗଵତ ସମଗ୍ର ଗ୍ରନ୍ଥରେ କଵି କେଉଁ କଥା ଗୁରୁତ୍ତ୍ୱ ଦେଇଛନ୍ତି?
ଉ. ମନ, ଗୁରୁ

୪୪. ହେତୁ ଉଦୟ ଭାଗଵତରେ କେତୋଟି ଅଧ୍ୟାୟ ଅଛି?
ଉ. ଦଶଟି ଅଧ୍ୟାୟ

୪୫. ହେତୁ ଉଦୟ ଭାଗଵତ ଦ୍ଵିତୀୟ ଅଧ୍ୟାୟରୁ ଦଶମ ଅଧ୍ୟାୟ ପର୍ଯ୍ୟନ୍ତ କେଉଁ କଥୋପକଥନ ଵର୍ଣ୍ଣିତ ?
ହେତୁ ଓ ମନର

୪୬. ଓଡ଼ିଆ ସାହିତ୍ୟର ପ୍ରଥମ ନାରୀକଵି କିଏ?
ଉ. ମାଧଵୀ ଦାସୀ

୪୭. ଜଗୁ ଜୀଵନ ଶ୍ରୀହରି କଵିତା କିଏ ରଚନା କରିଛନ୍ତି?
ଉ. ମାଧଵୀ ଦାସୀ

୪୮. ମାଧଵୀ ଦାସୀ ଜଗୁ ଜୀଵନ ଶ୍ରୀହରି କଵିତାରେ ଵିଷ୍ଣୁ ସଦୟ ହୋଇଥିଵା କେଉଁ ଚରିତ୍ରମାନଙ୍କ କଥା ଉଠାଇଛନ୍ତି ?
ଉ. ପାଷାଣି ଅହଲ୍ୟା, ଦ୍ରୌପଦୀ, ହରିଣୀ, ଶବରୀ

୪୯. ମାଧଵୀ ଦାସୀ କାହାର ଭଉଣୀ ଥିଲେ? ତାଙ୍କର ଵୃତ୍ତି କଅଣ ଥିଲା?
ଉ. ଶିଖି ମହାନ୍ତି, ପ୍ରତାପରୁଦ୍ର ଦେଵଙ୍କ ପ୍ରଶାସନରେ ଜଣେ ମନ୍ଦିର କର୍ମଚାରୀ

୫୦. ଶ୍ରୀଚୈତନ୍ୟଙ୍କ କେତେଜଣ ପ୍ରଭାଵଶାଳୀ ଶିଷ୍ୟ ଥିଲେ? ସେମାନେ କିଏ?
ଉ. ୪, ସ୍ୱରୂପ ଦାମୋଦର, ରାୟ ଦାମୋଦର, ଶିଖି ମହାନ୍ତି ଓ ତାଙ୍କ ଭଉଣୀ ମାଧଵୀ ଦାସୀ

୫୧. ଗ୍ରନ୍ଥାକାରମାନେ ମାଧାଵୀଙ୍କୁ ଭକ୍ତଭାଵେ ଗ୍ରହଣ ନକରି ଅଧେଜଣ କାହିଁକି କହିଛନ୍ତି?
ଉ. ନାରୀ ହୋଇଥିଵାରୁ

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

 

MAOD 3 ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ BLOCK 3

 

୧. ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ କେଉଁ ରସ ମୁଖ୍ୟରସ ରୂପେ ଆତ୍ମପ୍ରକାଶ କରିଥିଲା? କାଵ୍ୟର ମୁଖ୍ୟ ଉପାଦାନ କିଏ ଥିଲା?
ଉ. ଶୃଙ୍ଗାର ରସ, ନାରୀ

୨. କିଏ ଓଡ଼ିଶାର ଶେଷ ହିନ୍ଦୁ ଶାସକ ମୁକୁନ୍ଦ ହରିଚନ୍ଦନଙ୍କ ଶକ୍ତିକୁ ପରାଜିତ କରି ଓଡ଼ିଶାରେ ମୁସଲମାନ ଶାସନର ଭିତ୍ତି ସ୍ଥାପନ କରିଥିଲେ?
ଉ. ବଙ୍ଗଳାର ଆଫଗାନ ନେତା ସୁଲେମାନ କରାନୀ

୩. ଜଗନ୍ନାଥ ମନ୍ଦିର ଉପରେ ଭଵିଷ୍ୟତରେ ଆକ୍ରମଣ ହେଵନାହିଁ ବୋଲି ରାଜା ମାନସିଂହ କାହା ସହିତ ଚୁକ୍ତି କରିଥିଲେ?
ଉ. ଦାଉଦ

୪. ଜାହାଙ୍ଗିରର ଶାସନ କରୁଥିଵା ସମୟରେ ହାସିମ ଖାଁର ଓଡ଼ିଶା ଆକ୍ରମଣ ଫଳରେ ପୁରୀ ପଣ୍ଡାମାନେ (ରାଜା ପୁରୁଷୋତ୍ତମ ଦେଵଙ୍କ ନିର୍ଦ୍ଦେଶରେ) ଜଗନ୍ନାଥଙ୍କୁ କେଉଁଠି ନେଇ ରଖିଥିଲେ?
ଉ. ଖୋର୍ଦ୍ଧାର ଗୋପାଳଜୀଙ୍କ ମନ୍ଦିରରେ

୫. ମୁସଲମାନ ସେନାପତି ମକ୍ରମ ଖାଁ କେଉଁ ମନ୍ଦିର ଭାଙ୍ଗିଵା ସହ ଖୋର୍ଦ୍ଧା ଆକ୍ରମଣ କରିଥିଲା?
ଉ. ସାକ୍ଷୀଗୋପାଳ ମନ୍ଦିର

୬. ରାଜା ଦିଵ୍ୟସିଂହଦେଵ କେତେ ଟଙ୍କା ଲାଞ୍ଚ ଦେଇ ଜମାଲ ଖାଁ ଅବ୍ଦୁଲ ଖାଁଠାରୁ ଜଗନ୍ନାଥ ମୂର୍ତ୍ତି ବଞ୍ଚାଇଥିଲେ?
ଉ. ୩୦,୦୦୦ଟଙ୍କା

୭. ମକ୍ରମ ଖାଁ, ମହମ୍ମଦ ଖାଁ, ଜମାନଉଲ୍ଲା ଇମାନ କୁଲି ଆଦି ଜଗନ୍ନାଥ ମନ୍ଦିରର କି କ୍ଷତି କରିଥିଲେ?
ଉ. ସିଂହଦ୍ଵାର କିଛି ଅଂଶ ଭାଙ୍ଗି, ଭୋଗମଣ୍ଡପର ଚକ୍ର ଓ ଜଗନ୍ନାଥଙ୍କ କାଷ୍ଠ ମୂର୍ତ୍ତି ନେଇଯାଇଥିଲେ, ମନ୍ଦିରର ଦକ୍ଷିଣ ଦ୍ୱାର ବନ୍ଦ କରିଦେଇଥିଲେ ।

୮. ମୁସଲମାନ ଆକ୍ରମଣ ଭୟରେ ଜଗନ୍ନାଥଙ୍କ ପ୍ରତିମାକୁ କେଉଁ କେଉଁ ସ୍ଥାନରେ ଲୁଚାଇ ରଖାଯାଉଥିଲା?
ଉ. ଚିଲିକା, ବାଣପୁର, ବୋଲଗଡ଼, ଟିକିଲି, ଗଞ୍ଜାମର ଆଠଗଡ଼, ସୋନପୁର ଆଦି ସ୍ଥାନରେ

୯. ମରହଟ୍ଟା ଶାସନ କାଳରେ ଜଗନ୍ନାଥଙ୍କ ସମ୍ଭନ୍ଧିତ କେଉଁ ସ୍ରୋତରୁ ପ୍ରଚୁର ଅର୍ଥ ଲାଭ କରୁଥିଲେ ?
ଉ. ତୀର୍ଥଯାତ୍ରୀ କର

୧୦. ମୁସଲମାନ ଶାସନ କାଳରେ କଚେରୀ ଭାଷା କଅଣ ଥିଲା?
ଉ. ପାର୍ଶି

୧୧. ଆକବର ଓ ସାହାଜାହାନ-ଔରଙ୍ଗଜେବ ଶାସନ ସମୟରେ ମୋଟ ଆୟରୁ ଯଥାକ୍ରମେ କେତେ ଭାଗ କର ଆକାରରେ ନେଉଥିଲେ ?
ଉ. ଏକତୃତୀୟାଂଶ, ଅର୍ଦ୍ଧେକ

୧୨. ମୁସଲମାନ ସଂସ୍କୃତି ହିନ୍ଦୁମାନଙ୍କ ଉପରେ କିପରି ପ୍ରଭାଵ ପଡ଼ିଥିଲା?
ଉ. ରେଶମ କନାର ଵ୍ୟଵହାର, ସୁରା ସାକୀ ଓ ସୁନା, ପୁଷ୍ପ ପ୍ରତି ଆଗ୍ରହ, ହିନ୍ଦୁ ରାଜାମାନଙ୍କ ବହୁପତ୍ନୀ ଗ୍ରହଣ ଓ ନାରୀପ୍ରତି ଭୋଗ ଆସକ୍ତି, ହିନ୍ଦୁ ରମଣୀଙ୍କ ମେହେନ୍ଦୀ, ପାନ, ଅଞ୍ଜନ, କାଜଲ, କୁଙ୍କୁମ, ଜାବକ, କର୍ଣ୍ଣଫୁଲ, ଝୁମୁକା, ନୋଥ, ହାର, ଦର୍ପଣ, କଙ୍ଗନ, ଚୁଡ଼ି, ଅଙ୍ଗରୀୟ ଆଦି ପରିଧାନ, ମୁସଲମାନ ରମଣୀଙ୍କ ପରି କେଶସଜ୍ଜା

୧୩. ମୁସଲମାନ ଶାସକମାନେ ମନ୍ଦିର ଧ୍ବଂସ କରି ସେଇ ସ୍ଥାନରେ କଅଣ ନିର୍ମାଣ କରୁଥିଲେ?
ଉ. ମସଜିଦ

୧୪. ସୁଭଦ୍ରା ପରିୟଣ କିଏ ରଚନା କରିଛନ୍ତି?
ଉପେନ୍ଦ୍ର ଭଞ୍ଜ

୧୫. ଉପେନ୍ଦ୍ର ଭଞ୍ଜ କେଉଁ କେଉଁ ଶୃଙ୍ଗାରୋଦ୍ଦୀପକ ଚିତ୍ର ପ୍ରଦାନ କରିଛନ୍ତି?
ଅର୍ଜୁନ ସୁଭଦ୍ରାଙ୍କ ପ୍ରତି ଆସକ୍ତ, ସତ୍ୟଵତୀ ସହିତ ପରାଶର ଋଷିଙ୍କ ରତିକ୍ରୀଡ଼ା, ଵାନରୀକନ୍ୟା ଅଞ୍ଜନାକୁ ପଵନ ଦେଵ ସ୍ନାନାନ୍ତେ ପଵନ ଦେଵତାଙ୍କ ରତି ପ୍ରାର୍ଥନା, ଵିଶ୍ଵାମିତ୍ର ଋଷି ତପ ଭଙ୍ଗ କରି ମେନକାଙ୍କ ସହିତ ରତିକ୍ରିଡ଼ା, ଇନ୍ଦ୍ରଙ୍କ ଦେଵସଭା ମଧ୍ୟରେ ଉର୍ଵଶୀ ହରଣ, କାମପୀଡ଼ିତ ଶ୍ରୀକୃଷ୍ଣ ଯମୁନା ତଟରେ ଶ୍ରୀରାଧାଙ୍କ ପଦଧାରଣ, ଜରତା ସହିତ ଋଷ୍ୟଶୃଙ୍ଗଙ୍କ ଵିଳାସ, ଚନ୍ଦ୍ର ଦେଵତାଙ୍କ ଗୁରୁପଟବି ତାରା ହରଣ ଆଦି

୧୬. ଛନ୍ଦଃଶାସ୍ତ୍ରର ପ୍ରଣେତା କିଏ?
ଉ. ମହାଦେଵ

୧୭. ଋକ୍ ଯଜୁଃ ସାମ ଅଥର୍ଵ ଵେଦରୁ ବ୍ରହ୍ମା ଯଥାକ୍ରମେ ପାଠ୍ୟ, ଗୀତ, ଅଭିନୟ ଓ ରସକୁ ନେଇ କେଉଁ ନାମରେ ପଞ୍ଚମ ଵେଦ ରଚନା କରିଥିଲେ?
ଉ. ଗାନ୍ଧର୍ଵ ଵେଦ

ସଙ୍ଗୀତ କଳା ଥିଵା ରଚନା – କଵି
————————————–
ସଙ୍ଗୀତ ଦର୍ପଣ – ଦାମୋଦର
ରାଗ ଵିନୋଦ – ସୋମନାଥ
ସଙ୍ଗୀତ ସାର ସଂଗ୍ରହ – ରାଜା ଜଗଜ୍ୟୋତି ମଲ୍ଲ
ସଙ୍ଗୀତ ଦାମୋଦର – ଶୁଭାକର
ସଙ୍ଗୀତ ନାରାୟଣ -ପୁରୁଷୋତ୍ତମ
ସଙ୍ଗୀତ ସାର – ପ୍ରତାପ ସିଂହଦେଵ
ରାଗମାଳା – ପୁଣ୍ଡରୀ
ରାଗତତ୍ତ୍ୱ ଵିବୋଧ – ଶ୍ରୀନିଵାସ (ଉତ୍ତର ଭାରତର କଵି)
ହିନ୍ଦୁସ୍ଥାନୀ ସଙ୍ଗୀତ ଉପରେ ପ୍ରାମାଣିକ ଗ୍ରନ୍ଥ – ଜୟପୁରର ରାଜା ପ୍ରତାପ ସିଂହ
ସଙ୍ଗୀତ ସାର – ଦେଶର ପ୍ରସିଦ୍ଧ ଆଚାର୍ଯ୍ୟମାନେ
ସଙ୍ଗୀତ ସାରାମୃତମ ଓ ରାଗ ଲକ୍ଷଣମ – ଦକ୍ଷିଣର ମରାଠା ରାଜା
ତୁଳଜେନ୍ଦ୍ର ଭୋଁସଳା
ଗୀତ ପ୍ରକାଶ / ଶ୍ରୀ କୃଷ୍ଣ ଦାସ ବଡ଼ ଜେନା
ସଙ୍ଗୀତ କଳ୍ପଳତା – ହଳଧର ମିଶ୍ର
ସଙ୍ଗୀତ ନାରାୟଣମ, ତାଳ ନିର୍ଣ୍ଣୟ – ପୁରୁଷୋତ୍ତମ ମିଶ୍ର
ସଙ୍ଗୀତ ସରଣୀ – ନାରାୟଣ ମିଶ୍ର
ନାଟ୍ୟ ମନୋରମା ଓ ସଙ୍ଗୀତାର୍ଣ୍ଣଵ ଚନ୍ଦ୍ରିକା – ରଘୁନାଥ ରଥ
ଅଭିନଵଦର୍ପଣ ପ୍ରକାଶ – ଯଦୁନାଥ ସିଂହ

୧୮. କିଏ ରାଜା ରାମଚନ୍ଦ୍ର ୨ୟଙ୍କୁ କାରାଗାରରେ ଆବଦ୍ଧ କରିବା ସଙ୍ଗେ ସଙ୍ଗେ ତାଙ୍କୁ ମୁସଲମାନ ଧର୍ମରେ ଦୀକ୍ଷିତ ହେବାପାଇଁ ବାଧ୍ୟ କରିଥିଲେ ?
ଉ. ମହମ୍ମଦ ତକିଖାଁ (ଓଡ଼ିଶାର ନାଏବ-ନାଜିମ୍ ଭାଵରେ ନିଯୁକ୍ତ ଥାଇ)

୧୯. ତକି ଖାଁର ଜୋର ଜବରଦସ୍ତି ଧର୍ମାନ୍ତରୀକରଣ ପରେ ରାଜା ରାମଚନ୍ଦ୍ର ୨ୟ କେଉଁ ନାମରେ ନାମିତ ହୋଇଥିଲେ?
ଉ. ହାଫିଜ୍ କାଦର

୨୦. ଆଲିବର୍ଦ୍ଦି ଖାଁ ନାଗପୁରର ରଘୁଜୀ ଭୌସଲାଙ୍କ ସହିତ ଏକ ଚୁକ୍ତିରେ ଵାର୍ଷିକ ୧୨ ଲକ୍ଷ ଟଙ୍କା ଚୌଥ ଦେଵାକୁ ସ୍ବୀକୃତି ହେଵା ପରେ

୨୧. ଓଡ଼ିଶା କେଵେଠାରୁ ମରହଟ୍ଟାମାନଙ୍କ ନିଜ ବ୍ୟକ୍ତିଙ୍କ ତତ୍ତ୍ଵାବଧାନରେ ଶାସିତ ହେବାକୁ ଲାଗିଲା ?
ଉ. ୧୭୫୧ ଖ୍ରୀ.ଅ.ରୁ

୨୨. ଇଂରେଜମାନେ କେବେ ଓଡ଼ିଶା ଅଧିକାର କଲେ?
ଉ. ୧୮୦୩ ଖ୍ରୀଅ

୨୩. ଵ୍ୟାକରଣ ଶାସ୍ତ୍ରର ଆଦିଗ୍ରନ୍ଥ କଅଣ?
ଉ. ନିରୁକ୍ତ ଓ ନିଘଣ୍ଟ

୨୪. ଯାସ୍କ ଵୈଦିକ ଉପମାଗୁଡ଼ିକର ଵିଵେଚନା କରିଵା ସଙ୍ଗେ ସଙ୍ଗେ କି କି ଭେଦ ପରିକଳ୍ପନା କରିଛନ୍ତି?
ଉ. ଭୂତୋପମା – (ଉପମିତ ଉପମାନରେ ପରିଣତ ହୁଏ)
ରୂପୋପମା – (ଉପମିତ ଓ ଉପମାନର ରୂପସାମ୍ୟ ଦେଖାଯାଏ)
ସିଦ୍ଧୋପମା -(ଉପମାନ ସର୍ଵ ସ୍ୱୀକୃତ ଓ ସିଦ୍ଧ ହୋଇଥାଏ)
ଲୁପ୍ତୋପମା ଵା ଅର୍ଥୋପମା – (ସାମ୍ୟ ଵ୍ୟକ୍ତ ନହୋଇ ଅଵ୍ୟକ୍ତ ରହିଥାଏ)

୨୫. ଉଷାଭିଳାଷ କିଏ ରଚନା କରିଛନ୍ତି?
ଉ. ଶିଶୁଶଙ୍କର

୨୬. ଗୀତଗୋଵିନ୍ଦର ଵସନ୍ତ ଵର୍ଣ୍ଣନାର କେତେକ ପଦ ସହ କେଉଁ କାଵ୍ୟର ଅବିକଳ ସାମଞ୍ଜସ୍ୟ ଦେଖାଯାଏ?
ଉ. ରସକଲ୍ଲୋଳ

୨୭. କାମଶାସ୍ତ୍ର କିଏ ରଚନା କରିଛନ୍ତି?
ଉ. ମହର୍ଷି ଵାତ୍ସାୟନ

୨୮. ପଣ୍ଡିତମାନଙ୍କ ମତରେ ବ୍ରହ୍ମା ସୃଷ୍ଟିର ଆଦ୍ୟରେ ମାନବଙ୍କର ପଥ ପ୍ରଦର୍ଶନ ନିମିତ୍ତ ଏକ ବୃହତ୍‌ଗ୍ରନ୍ଥ ପ୍ରସ୍ତୁତ କରିଥିଲେ, ଯେଉଁଥରେ ଧର୍ମ, ଅର୍ଥ, ଓ କାମ ସିଦ୍ଧାନ୍ତର ବିସ୍ତୃତ ଆଲୋଚନା କରାଯାଇଥିଲା । ତାହା କେତେ ଅଧ୍ୟାୟ ଵିଶିଷ୍ଟ ଥିଲା?
ଉ. ୧ଲକ୍ଷ ଅଧ୍ୟାୟ

୨୯ ବ୍ରହ୍ମାଙ୍କ ପୁତ୍ର ମନୁ ଧର୍ମଖଣ୍ଡ, ଵୃହସ୍ପତି ଅର୍ଥଖଣ୍ଡ ଓ ନନ୍ଦୀ (ଶିଵଙ୍କ ଅନୁଚର) ମାନଵର ମୂଳ ପ୍ରଵୃତ୍ତି ‘କାମ’ କୁ କେତେ ଅଧ୍ୟାୟରେ ସମ୍ୟକରୂପେ ନିରୂପଣ କଲେ?
ଉ. ୧୦୦୦ ଅଧ୍ୟାୟ
(ତତ୍ପରେ ଔଦ୍ଦାଳକ, ଶ୍ଵେତକେତୁ, ଦତ୍ତକ, ସୁଵର୍ଣ୍ଣନାଇ, ଘୋଟକମୁଖ ଆଦି ଅଚାର୍ଯ୍ୟଗଣ ତା’ର ଵିଭିନ୍ନ ଅଙ୍ଗୋପାଙ୍ଗର ଵିସ୍ତୃତ ବ୍ୟାଖ୍ୟା ପ୍ରସ୍ତୁତ କଲେ ।)

୩୦. ରୀତିକାଵ୍ୟମାନଙ୍କରେ ଯେଉଁ ଆଭିଜାତ୍ୟପୂର୍ଣ୍ଣ ଚିତ୍ର ପରିଲକ୍ଷିତ ହୋଇଥାଏ, ତା’ର ମୂଳ ପ୍ରେରଣା କେଉଁଠି ଅଛି?
ଉ. କାମଶାସ୍ତ୍ର-ଵର୍ଣ୍ଣିତ ନାଗରକ ଵୃତ୍ତିରେ ରହିଛି

୩୧. ରାଜଶେଖରଙ୍କ ‘କାଵ୍ୟ ମୀମାଂସା’ ଅନୁଯାୟୀ ପ୍ରଥମେ ବ୍ରହ୍ମାଙ୍କୁ ଶିବ ଅଳଙ୍କାରଶାସ୍ତ୍ର ସମ୍ବନ୍ଧରେ ଉପଦେଶ ଦେଇଥିଲେ ।
ବ୍ରହ୍ମା ଶିବଙ୍କ ଉପଦେଶକୁ ଅଠରଟି ଅଧୀକରଣରେ ବିଭକ୍ତ କରି ତାଙ୍କର ଅଠରଜଣ ଶିଷ୍ୟଙ୍କୁ ଶିକ୍ଷା ଦେଇଥିଲେ । ଏହି ଅଠରଜଣ
ଶିଷ୍ୟଙ୍କ ଦ୍ଵାରା ତାହା ଜଗତରେ ପ୍ରଚାର ଲାଭ କରିଥିଲା । ଵର୍ତ୍ତମାନ ଉପଲବ୍ଧ ହେଉଥିଵା ଅଳଙ୍କାରଶାସ୍ତ୍ରଗୁଡ଼ିକ ମଧ୍ୟରେ ‘ନାଟ୍ୟଶାସ୍ତ୍ର’ କୁ ଅଧିକ ପ୍ରାଚୀନ ବୋଲି ସ୍ଵୀକାର କରାଯାଇପାରେ । ଏହାର ରଚନାକର୍ତ୍ତା ଭରତ ବ୍ରହ୍ମାଙ୍କର ଅଠର ଜଣ ଶିଷ୍ୟଙ୍କ ମଧ୍ୟରୁ ଅନ୍ୟତମ ।
୩୨. ଵାକ୍ୟଂ ରସାତ୍ମକଂ କାଵ୍ୟମ୍ – କାହାର ଉକ୍ତି ?
ଉ. ଵିଶ୍ଵନାଥ କଵିରାଜ

୩୩. ନାଟ୍ୟଶାସ୍ତ୍ର କେତୋଟି ଅଧ୍ୟାୟରେ ଵିଭକ୍ତ?
ଉ. ୩୭ଟି ଅଧ୍ୟାୟ

୩୪. କିମ୍ବଦନ୍ତୀ ଅନୁଯାୟୀ ଅଗ୍ନିପୁରାଣ କିଏ ରଚନା କରିଛନ୍ତି ?
ଉ. ଵ୍ୟାସଦେଵ

୩୫. ପ୍ରାଚୀନତା ଅନୁଯାୟୀ, ନାଟ୍ୟଶାସ୍ତ୍ର ପରେ କେଉଁ ପୁରାଣ କୁ ଅଳଙ୍କରଶାସ୍ତ୍ର ରୂପେ ଗ୍ରହଣ କରାଯାଏ?
ଉ. ଅଗ୍ନିପୁରାଣ

୩୬. ଅଗ୍ନିପୁରାଣର କେଉଁ ଅଧ୍ୟାୟରେ ଅଳଙ୍କାର ଶାସ୍ତ୍ର ସମ୍ବନ୍ଧରେ ସମସ୍ତ ଵିଵରଣୀ ଅଛି?
ଉ. ୩୩୬-୩୪୬ ଅଧ୍ୟାୟ

୩୭. ଭାମହଙ୍କର କାଵ୍ୟାଳଙ୍କାର ଗ୍ରନ୍ଥରେ କେତୋଟି ପରିଚ୍ଛେଦ ଅଛି?
ଉ. ୬ଟି ପରିଚ୍ଛେଦ

୩୮. ଭାମହଙ୍କ ସମୟ କାଳ କେତେ ବୋଲି ଅନୁମାନ କରାଯାଏ?
ଉ. ଖ୍ରୀଅ ୫୦୦-୬୫୦ମଧ୍ୟରେ

୩୯. ଦଣ୍ଡିଙ୍କ କାଵ୍ୟାଦର୍ଶ ଗ୍ରନ୍ଥଟି କେତୋଟି ପରିଚ୍ଛେଦ ଵିଶିଷ୍ଟ?
ଉ. ୩ଟି ପରିଚ୍ଛେଦ

୪୦. ଦଣ୍ଡିଙ୍କ ସମୟ କାଳ କେତେ ବୋଲି ଅନୁମାନ କରାଯାଏ?
ଉ. ଖ୍ରୀଅ ୫୦୦-୬୫୦ମଧ୍ୟରେ

୪୨. ଉଦ୍ଭଟ୍ଟଙ୍କ ଅଳଙ୍କାର ସାର ସଙ୍ଗ୍ରହ ଗ୍ରନ୍ଥଟି କେତୋଟି ଵର୍ଗରେ ଵିଭକ୍ତ?
ଉ. ୬ଟି ଵର୍ଗ

୪୩. ଉଦ୍ଭଟ୍ଟଙ୍କ ସମୟ କାଳ କେତେ ବୋଲି ଅନୁମାନ କରାଯାଏ?
ଉ. ଖ୍ରୀଅ ଅଷ୍ଟମ ଶତାବ୍ଦୀ

୪୪. ଵାମନଙ୍କ କାଵ୍ୟାଳଙ୍କାର ସୂତ୍ର ଗ୍ରନ୍ଥଟି କେତୋଟି ଅଧ୍ୟାୟ ଵିଶିଷ୍ଟ?
ଉ. ୫ଟି ଅଧ୍ୟାୟ

୪୫. ଵାମନଙ୍କ ସମୟ କାଳ କେତେ ବୋଲି ଅନୁମାନ କରାଯାଏ?
ଉ. ଖ୍ରୀଅ ଅଷ୍ଟମ ଶତାବ୍ଦୀ ଶେଷାର୍ଦ୍ଧ ଓ ନଵମ ଶତାବ୍ଦୀ ପ୍ରଥମାର୍ଦ୍ଧ

୪୬. ରୁଦ୍ରଟଙ୍କ କେଉଁ ସମୟର ଆଳଙ୍କାରିକ?
ଉ. ଖ୍ରୀଅ ନଵମ ଶତାବ୍ଦୀ

୪୭. ରୁଦ୍ରଟଙ୍କ କାଵ୍ୟାଳଙ୍କାର ଗ୍ରନ୍ଥଟି କେତୋଟି ଅଧ୍ୟାୟ ଵିଶିଷ୍ଟ?
ଉ. ୧୬ଟି ଅଧ୍ୟାୟ

୪୮. ରୁଦ୍ରଭଟ୍ଟଙ୍କ ଶୃଙ୍ଗାର ତିଳକ ଗ୍ରନ୍ଥଟି କେତୋଟି ପରିଚ୍ଛେଦରେ ଵିଭକ୍ତ?
ଉ. ୩ଟି ପରିଚ୍ଛେଦ

୪୯. ଆନନ୍ଦଵର୍ଦ୍ଧନ କେଉଁ ସମୟର ଆଳଙ୍କାରିକ?
ଉ. ଖ୍ରୀଅ ନଵମ ଶତାବ୍ଦୀ

୫୦. ଆନନ୍ଦଵର୍ଦ୍ଧନଙ୍କ ଧ୍ବନ୍ୟାଲୋକ ଗ୍ରନ୍ଥଟି କେତୋଟି ଉଦ୍ୟୋତ ଵିଭକ୍ତ?
ଉ. ୪ଟି ଉଦ୍ୟୋତ

୫୧. ରାଜଶେଖରଙ୍କ କାଵ୍ୟ ମୀମାଂସା ଗ୍ରନ୍ଥଟି କେତୋଟି ପରିଚ୍ଛେଦ ଵିଶିଷ୍ଟ?
ଉ. ୧୮ଟି ପରିଚ୍ଛେଦ

୫୨. ରାଜଶେଖର କେଉଁ ସମୟର ଆଳଙ୍କାରିକ ଅଟନ୍ତି?
ଉ. ଖ୍ରୀଅ ଦଶମ ଶତାବ୍ଦୀ

୫୩. ଧନଞ୍ଜୟଙ୍କ କାଵ୍ୟ ଦଶରୂପକ ଗ୍ରନ୍ଥଟି କେତୋଟି ପ୍ରକାଶ ଵିଶିଷ୍ଟ?
ଉ. ୪ଟି ପ୍ରକାଶ

୫୪. ଧନଞ୍ଜୟ କେଉଁ ସମୟର ଆଳଙ୍କାରିକ ଅଟନ୍ତି?
ଉ. ଖ୍ରୀଅ ଦଶମ ଶତାବ୍ଦୀ

୫୫. କୁନ୍ତକଙ୍କ କାଵ୍ୟ ଵକ୍ରୋକ୍ତି ଜିଵୀତମ ଗ୍ରନ୍ଥଟି କେତୋଟି ଉନ୍ମେଷ ଵିଶିଷ୍ଟ?
ଉ. ୪ଟି ଉନ୍ମେଷ

୫୬. କୁନ୍ତକ କେଉଁ ସମୟର ଆଳଙ୍କାରିକ ଅଟନ୍ତି?
ଉ. ଖ୍ରୀଅ ଏକାଦଶ ଶତାବ୍ଦୀ

୫୭. ଭୋଜରାଜଙ୍କ କାଵ୍ୟ ‘ସରସ୍ୱତୀ କଣ୍ଠାଭରଣ’ ଗ୍ରନ୍ଥଟି କେତୋଟି ପରିଚ୍ଛେଦ ଵିଶିଷ୍ଟ?
ଉ. ୫ଟି ପରିଚ୍ଛେଦ

୫୮. ଭୋଜରାଜ କେଉଁ ସମୟର ଆଳଙ୍କାରିକ ଅଟନ୍ତି?
ଉ. ଖ୍ରୀଅ ଦଶମ ଶତାବ୍ଦୀ

୫୯. ଭୋଜରାଜ ପୂର୍ଵର କେଉଁ ଗ୍ରନ୍ଥ ଦ୍ୱାରା ପ୍ରଭାଵିତ ହୋଇଥିଵା ଜଣାଯାଏ?
ଉ. ଦଣ୍ଡିଙ୍କ କାଵ୍ୟାଦର୍ଶ

୬୦. କେଶଵ ମିଶ୍ରଙ୍କ ଅଳଙ୍କାର ଶେଖର ଗ୍ରନ୍ଥଟି କେତୋଟି ରତ୍ନରେ ଵିଭକ୍ତ?
ଉ. ୮ଟି ରତ୍ନ (ପ୍ରତ୍ୟେକ ରତ୍ନ କେତୋଟି ମରୀଚିରେ ଵିଭକ୍ତ)

୬୧. ରାଜଶେଖର କେଉଁ ସମୟର ଆଳଙ୍କାରିକ ଅଟନ୍ତି?
ଉ. ଖ୍ରୀଅ ଏକାଦଶ ଶତାବ୍ଦୀ

୬୨. କ୍ଷେମେନ୍ଦ୍ରଙ୍କ ଔଚିତ୍ୟ ଵିଚାର ଚର୍ଚ୍ଚା ଗ୍ରନ୍ଥଟି କେତୋଟି ଭାଗରେ ଵିଭକ୍ତ?
ଉ. ୩ଟି ଭାଗ ( କାରିକ, ଵୃତ୍ତି, ଓ ଉଦାହରଣ)

୬୩. କ୍ଷେମେନ୍ଦ୍ର କେଉଁ ସମୟର ଆଳଙ୍କାରିକ ଅଟନ୍ତି?
ଉ. ଖ୍ରୀଅ ଏକାଦଶ ଶତାବ୍ଦୀ

୬୪. ରାଜାନକ ମହିମ ଭଟ୍ଟଙ୍କ ଵ୍ୟକ୍ତି ଵିଵେକ ଗ୍ରନ୍ଥଟି କେତୋଟି ଵିମର୍ଶରେ ଵିଭକ୍ତ?
ଉ. ୩ଟି ଵିମର୍ଶ

୬୫. ରାଜାନକ ମହିମ ଭଟ୍ଟ କେଉଁ ସମୟର ଆଳଙ୍କାରିକ?
ଉ. ଖ୍ରୀଅ ଏକାଦଶ ଶତାବ୍ଦୀ

୬୬. ଆଚାର୍ଯ୍ୟ ମମ୍ମଟଙ୍କ କାଵ୍ୟ ପ୍ରକାଶ ଗ୍ରନ୍ଥଟି କେତୋଟି ଉଲ୍ଲାସରେ ଵିଭକ୍ତ?
ଉ. ୧୦ଟି ଉଲ୍ଲାସ

୬୭. ଆଚାର୍ଯ୍ୟ ମମ୍ମଟ କେଉଁ ସମୟର ଆଳଙ୍କାରିକ?
ଉ. ଖ୍ରୀଅ ଏକାଦଶ ଶତାବ୍ଦୀ

୬୮. ରୁଯ୍ୟକଙ୍କ ଅଳଙ୍କାର-ସର୍ଵସ ଗ୍ରନ୍ଥଟି କେତୋଟି ପରିଚ୍ଛେଦରେ ଵିଭକ୍ତ?
ଉ. ୫ଟି ପରିଚ୍ଛେଦ

୬୯. ରୁଯ୍ୟକ କେଉଁ ସମୟର ଆଳଙ୍କାରିକ?
ଉ. ଖ୍ରୀଅ ଦ୍ୱାଦଶ ଶତାବ୍ଦୀ

୭୦. ଵାଗ୍ ଭଟ୍ଟଙ୍କ ଵାଗ୍ଭଟ୍ଟାଳଙ୍କାର ଗ୍ରନ୍ଥଟି କେତୋଟି ଭାଗରେ ଵିଭକ୍ତ?
ଉ. ୩ଟି ଭାଗ ( ସୂତ୍ର, ଵୃତ୍ତି ଏଵଂ ଉଦାହରଣ)

୭୧. ଵାଗ୍ଭଟ୍ଟ କେଉଁ ସମୟର ଆଳଙ୍କାରିକ?
ଉ. ଖ୍ରୀଅ ଦ୍ୱାଦଶ ଶତାବ୍ଦୀ / ଚତୁର୍ଦ୍ଦଶ ଶତାବ୍ଦୀ ?

୭୨. ହେମଚନ୍ଦ୍ରଙ୍କ କାଵ୍ୟାନୁଶାସନଟି କେତୋଟି ଅଧ୍ୟାୟରେ ଵିଭକ୍ତ?
ଉ. ୮ଟି ଅଧ୍ୟାୟ

୭୩. ହେମଚନ୍ଦ୍ର କେଉଁ ସମୟର ଆଳଙ୍କାରିକ?
ଉ. ଖ୍ରୀଅ ୧୦୮୮-୧୧୭୨

୭୪. ଜୟଦେଵ ପୀୟୂଷଵର୍ଷଙ୍କ ଚନ୍ଦ୍ରଲୋକ ଗ୍ରନ୍ଥଟି କେତୋଟି ମୟୂଖରେ ଵିଭକ୍ତ?
ଉ. ୧୦ଟି ମୟୂଖ

୭୫. ଜୟଦେଵ ପୀୟୂଷଵର୍ଷ କେଉଁ ସମୟର ଆଳଙ୍କାରିକ?
ଉ. ଖ୍ରୀଅ ଦ୍ୱାଦଶ ଶତାବ୍ଦୀ

୭୬. ଭାନୁଦତ୍ତଙ୍କ ରସତରଙ୍ଗିଣୀ କେତୋଟି ତରଙ୍ଗରେ ଵିଭକ୍ତ?
ଉ. ୮ଟି ତରଙ୍ଗ (ସେ ରସମଞ୍ଜରୀ ମଧ୍ୟ ରଚନା କରିଥିଲେ)

୭୭. ଭାନୁଦତ୍ତ କେଉଁ ସମୟର ଆଳଙ୍କାରିକ?
ଉ. ଖ୍ରୀଅ ଚତୁର୍ଦ୍ଦଶ ଶତାବ୍ଦୀ

୭୮. ପଣ୍ଡିତ ଵିଦ୍ୟାଧରଙ୍କ ଏକାଵଳୀ ଗ୍ରନ୍ଥଟି କେତୋଟି ଉନ୍ମେଷରେ ଵିଭକ୍ତ?
ଉ. ୮ଟି ଉନ୍ମେଷ

୭୯. ପଣ୍ଡିତ ଵିଦ୍ୟାଧର କେଉଁ ସମୟର ଆଳଙ୍କାରିକ?
ଉ. ଖ୍ରୀଅ ଚତୁର୍ଦ୍ଦଶ ଶତାବ୍ଦୀ

୮୦. ଵିଶ୍ଵନାଥ କଵିରାଜଙ୍କ ସାହିତ୍ୟ ଦର୍ପଣ କେତୋଟି ପରିଚ୍ଛେଦ ଵିଶିଷ୍ଟ?
ଉ. ୧୦ଟି ପରିଚ୍ଛେଦ

୮୧. ଵିଶ୍ଵନାଥ କଵିରାଜ କେଉଁ। ସମୟର ଆଳଙ୍କାରିକ ଅଟନ୍ତି?
ଉ. ଖ୍ରୀଅ ପଞ୍ଚଦଶ ଶତାବ୍ଦୀ

୮୨. ଆଳଙ୍କାରିକ – ଗ୍ରନ୍ଥ
କଵିକର୍ଣ୍ଣପୂର୍ଵ – ଅଳଙ୍କାର କୌସ୍ତୁଭ (ଷୋଡ଼ଶ ଶତାବ୍ଦୀ)
କୁବଳୟାନନ୍ଦ – ଚିତ୍ରମୀମାଂସା (ସପ୍ତଦଶ ଶତାବ୍ଦୀ)
ପଣ୍ଡିତରାଜ ଜଗନ୍ନାଥ – ରସଗଙ୍ଗାଧର (ସପ୍ତଦଶ ଶତାବ୍ଦୀ)

୮୩. ଆଳଙ୍କାରିକ – ଓଡ଼ିଆ ଅଳଙ୍କାର ଶାସ୍ତ୍ର / ଗ୍ରନ୍ଥ
ନରସିଂହ ସେଣ – ଢଗମୁକ୍ତାଵଳୀ
ଉପେନ୍ଦ୍ରଭଞ୍ଜ – ରସପଞ୍ଚକ, ଚିତ୍ରକାଵ୍ୟ ବନ୍ଧୋଦୟ, ରସମଞ୍ଜରୀ
ଗଦାଧର ନାରାୟଣ ଭଞ୍ଜ – ରସ ମୁକ୍ତାଵଳୀ
ପିତାମ୍ବର ଅଗ୍ରଦେଵ – ଅଖିଳ ରସ ଚିନ୍ତାମଣି
ଯଦୁମଣି ରାଉତ – କଵି କଳ୍ପଦ୍ରୁମ

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

 

MAOD 3 ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ BLOCK 4

 

୧. ରହସ୍ୟ ମଞ୍ଜରୀ କାଵ୍ୟ କିଏ ରଚନା କରିଥିଲେ? ଏହା କାହା ଉପରେ ପର୍ଯ୍ୟଵେସିତ? ଏହା କେତେ ଛାନ୍ଦ ଵିଶିଷ୍ଟ ?
ଉ. ଦେଵ ଦୁର୍ଲ୍ଲଭ ଦାସ, ଗୋପୀପ୍ରେମର ଶ୍ରେଷ୍ଠତା, ୨୪ ଛାନ୍ଦ

୨.କଵି ଦେଵ ଦୁର୍ଲ୍ଲଭ ଦାସ ଵୈଷ୍ଣଵ ଧର୍ମର କେଉଁ ମାର୍ଗର ପ୍ରଚାରକ ଅଟନ୍ତି?
ଉ. ଶୁଦ୍ଧାଭକ୍ତି ଵା ପ୍ରେମଭକ୍ତି

୩. ଦେଵ ଦୁର୍ଲ୍ଲଭ ଦାସ କେଉଁ ସମୟର କଵି ଅଟନ୍ତି?
ଉ. ଷୋଡ଼ଶ ଶତାବ୍ଦୀର ଶେଷ – ସପ୍ତଦଶ ଶତାବ୍ଦୀର ଆଦ୍ୟ (ଅଚ୍ୟୁତାନନ୍ଦ ଦାସଙ୍କ ପରଵର୍ତ୍ତି କାଳ

୪. ଦେଵ ଦୁର୍ଲ୍ଲଭ ଦାସ କେଉଁଠାରେ ଅଵସ୍ଥାନ କରୁଥିଲେ?
ଉ. ପୁରୀରେ

୫. ଦେଵ ଦୁର୍ଲ୍ଲଭ ଦାସଙ୍କ ରହସ୍ୟ ମଞ୍ଜରୀ କଥାଵସ୍ତୁ ପୂର୍ଵ ଅନ୍ୟ କେଉଁ କଵିଙ୍କ ଵର୍ଣ୍ଣନାରେ ଦେଖିଵାକୁ ମିଳେ?
ଉ. ଅଚ୍ୟୁତାନନ୍ଦ ଦାସଙ୍କ (ଶୁନ୍ୟ ସଂହିତାର ଦଶମ ଅଧ୍ୟାୟରେ ଵର୍ଣ୍ଣିତ – ଶ୍ରୀକୃଷ୍ଣ ନିରାକାର ମନ୍ତ୍ରବଳରେ ଅଷ୍ଟପାଟ ଵଂଶୀକୁ ନିତ୍ୟରାସମଣ୍ଡଳରେ ରାଧାକୃଷ୍ଣଙ୍କ ରସଲୀଳା ପ୍ରଦର୍ଶନ କରାଇଥିଲେ ।)
( ଦୀନକୃଷ୍ଣ ଦାସଙ୍କ ନାମରତ୍ନ ଗୀତା, ଓ ଚାନ୍ଦକଵିଙ୍କ ଗୋପୀଚନ୍ଦନ କାଵ୍ୟରେ ଏହା ପୃଥକ ଭାଵେ ଵର୍ଣ୍ଣିତ )

୬. ଦେଵ ଦୁର୍ଲ୍ଲଭ ଦାସ ରହସ୍ୟ ମଞ୍ଜରୀର ନଵମ, ଷୋଡ଼ଶ, ଅଷ୍ଟାଦଶ, ଓ ଊନଵିଂଶ ଛନ୍ଦରେ ଯଥାକ୍ରମେ କଅଣ ଵର୍ଣ୍ଣନା କରିଛନ୍ତି?
ଉ. ନର୍ତ୍ତକୀମାନଙ୍କ ନୃତ୍ୟ, ଋତୁ ଵର୍ଣ୍ଣନା, ଉଦ୍ୟାନ କେଳି, ରସଲୀଳା

୭. ରହସ୍ୟ ମଞ୍ଜରୀରେ ନାୟକ ଓ ନାୟିକା କିଏ?
ଉ. ଶ୍ରୀକୃଷ୍ଣ, ରୁକ୍ମଣୀ (ପରକିୟା ନାୟିକା ଶ୍ରୀରାଧା)

୮. ରହସ୍ୟ ମଞ୍ଜରୀ କାଵ୍ୟରେ ଅଷ୍ଟପାଟଵଂଶୀ କେଉଁମାନେ?
ଉ. ରୁକ୍ମଣୀ, ମିତ୍ରବିନ୍ଦା, ସୁନନ୍ଦା, ସତ୍ୟଭାମା, ନାଗ୍ନଗିତ, ସୁଶୀଳା, ଜାମ୍ବଵତୀ, ଲକ୍ଷ୍ମଣା

୯. ରହସ୍ୟ ମଞ୍ଜରୀ କାଵ୍ୟ ଆରମ୍ଭରେ କାହାର ଵନ୍ଦନା ହୋଇଛି?
ଉ. ଜଗନ୍ନାଥ

୧୦. ରହସ୍ୟ ମଞ୍ଜରୀ କାଵ୍ୟ ଵର୍ଣ୍ଣନା ଅନୁଯାୟୀ ଯମନିକ ତୀର୍ଥକୁ ପ୍ରସିଦ୍ଧ ଦେଵତା ଯମେଶ୍ଵର କେଉଁ ତିଥିରେ ପାପ ପ୍ରକ୍ଷାଳନ ଉଦ୍ଦେଶ୍ୟରେ ଆସିଥାନ୍ତି?
ଉ. ମକର ସଙ୍କ୍ରାନ୍ତି

୧୧. ରହସ୍ୟ ମଞ୍ଜରୀ କାଵ୍ୟ ଵର୍ଣ୍ଣନା ଅନୁଯାୟୀ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ କେଉଁ ସବୁ ପଵିତ୍ର ସ୍ଥାନ ରହିଛି?
ଉ. କଳ୍ପଵଟ, ମୁକ୍ତିମଣ୍ଡପ, ଭୁଷଣ୍ଡକାକ, ରୋହିଣୀ କୁଣ୍ଡ, ସିଦ୍ଧଗଣପତି ଆଦି ସ୍ଥାନ

୧୨. ରହସ୍ୟ ମଞ୍ଜରୀ କାଵ୍ୟ ଵର୍ଣ୍ଣନା ଅନୁଯାୟୀ ଶ୍ରୀଜଗନ୍ନାଥଙ୍କୁ କଅଣ ଵର୍ଣ୍ଣନା କରାଯାଇଛି? ସେ କେଉଁଠି ଵିଦ୍ୟମାନ ଅଟନ୍ତି?
ଉ. ଯୋଗୀଶ୍ରେଷ୍ଠ, ଅଷ୍ଟଦଳପଦ୍ମ କେଶର ମଧ୍ୟରେ ମହଯୋଗୀ ପୀଠର ଦେଵତା

୧୩. କାହାର ଶରଣ ନେଇ କଵି ରହସ୍ୟ ମଞ୍ଜରୀ କାଵ୍ୟ ରଚନାରେ ଆଶାୟୀ ହୋଇଛନ୍ତି?
ଉ. ଜଗନ୍ନାଥ

୧୪. ଶ୍ରୀକୃଷ୍ଣଙ୍କର କେଉଁଠାରେ କେତୋଟି ଲୀଳା ରହିଛି?
ଉ. ଦ୍ୱାରକା – ପୂର୍ଣ୍ଣ, ମଥୁରା – ପୂର୍ଣ୍ଣତର, ଗୋପଲୀଳା – ପୂର୍ଣ୍ଣତମ

୧୫. ପୂର୍ଣ୍ଣତମ ଚନ୍ଦ୍ରୋଦୟ କିଏ ରଚନା କରିଛନ୍ତି? ଏହା କେଉଁ ଵିଷୟ ଆଧାରିତ?
ଉ. ଵୃନ୍ଦାଵତୀ ଦାସୀ, ଗୋପଲୀଳା ଵା ମାଧୁର୍ଯ୍ୟଲୀଳା

୧୬. ଵୃନ୍ଦାଵତୀ ଦାସୀଙ୍କ ମତରେ କୃଷ୍ଣଙ୍କୁ କିପରି ପାଇହେଵ ?
ଉ. ଗୋପୀ ଭାଵରେ, (ଏହି ଭାଵରେ କୃଷ୍ଣଙ୍କୁ ପତି ଭାଵରେ ଵରଣ କରାଯାଏ ।)

୧୭. ଵୃନ୍ଦାଵତୀ ଦାସୀଙ୍କ ପୂର୍ଣ୍ଣତମ ଚନ୍ଦ୍ରୋଦୟ ନାମକରଣର ଯଥାର୍ଥତା କଅଣ?
ଉ. ଗୋପଲୀଳା ଵା ମାଧୁର୍ଯ୍ୟଲୀଳା ହିଁ ପୂର୍ଣ୍ଣତମ ଥିଵାରୁ

୧୮. ଵୃନ୍ଦାଵତୀ ଦାସୀଙ୍କ ସମୟ କାଳ କେତେ ବୋଲି ଜଣାଯାଏ?
ଉ. ଅଷ୍ଟାଦଶ ଶତାବ୍ଦୀ

୧୯. ଵୃନ୍ଦାଵତୀ ଦାସୀ କେଉଁଠି ଵିଵାହ କରିଥିଲେ?
ଉ. ଖୋର୍ଦ୍ଧା ନିକଟ ମଳିପଡ଼ା ଗ୍ରାମର ଏକ ଵୈଷ୍ଣଵ ପରିଵାରରେ

୨୦. ଵୃନ୍ଦାଵତୀ ଦାସୀଙ୍କ ସ୍ୱାମୀ ଓ ପୁତ୍ରଙ୍କ ନାମ ଯଥାକ୍ରମେ କଅଣ?
ଉ. ଚନ୍ଦ୍ରଶେଖର ଦାସ, ଭୀମ ଦାସ/ମହାପାତ୍ର

୨୧. ଵୃନ୍ଦାଵତୀ ଦାସୀଙ୍କ ପୂର୍ଣ୍ଣତମ ଚନ୍ଦ୍ରୋଦୟର କେଉଁ ଅଧ୍ୟାୟରେ ନିଜର ପରିଚୟ ଦେଇଛନ୍ତି?
ଉ. ଵିଂଶ ଅଧ୍ୟାୟରେ

୨୨. ଵୃନ୍ଦାଵତୀ ଦାସୀଙ୍କ ଦୀକ୍ଷା ଗୁରୁଙ୍କ ନାମ କଅଣ ସେ କାହାଙ୍କର ଶିଷ୍ୟ ଥିଲେ?
ଉ. ଶ୍ରୀ ଦୟାଳୁ ଦାସ, ଅଭିରାମ

୨୩. ଵୃନ୍ଦାଵତୀ ଦାସୀଙ୍କ ପୁତ୍ର ଭୀମ ଦାସ / ମହାପାତ୍ର କଅଣ ରଚନା କରିଥିଲେ?
ଉ. ଭକ୍ତି ଚନ୍ଦ୍ରୋଦୟ

୨୪. ଵୃନ୍ଦାଵତୀ ଦାସୀ ଵୟସର କେଉଁ ସମୟରେ ପୂର୍ଣ୍ଣତମ ଚନ୍ଦ୍ରୋଦୟ ରଚନା କରିଥିଲେ ? ତାଙ୍କର ପ୍ରେରଣା କିଏ ଥିଲେ?
ଉ. ଵୃଦ୍ଧାଵସ୍ଥା, ସ୍ୱାମୀ

୨୫. ଵୃନ୍ଦାଵତୀ ଦାସୀ କୃଷ୍ଣଙ୍କୁ ସଖା କାହିଁକି କହିଛନ୍ତି?
ଉ. ଶ୍ରୀକୃଷ୍ଣ ସ୍ୱାମୀଙ୍କର ସଖାଥିଵାରୁ

୨୬. ପୂର୍ଣ୍ଣତମ ଚନ୍ଦ୍ରୋଦୟ କେତେ ଅଧ୍ୟାୟ ଵିଶିଷ୍ଟ? କେଉଁ ଵୃତ୍ତରେ ରଚିତ?
ଉ. ୨୦ ଅଧ୍ୟାୟ, ନଵାକ୍ଷରୀ ଵୃତ୍ତ
(ପ୍ରଥମ ଅଧ୍ୟାୟରେ ‘ଶ୍ରୀଗୁରୁଚରଣ ବର୍ଣ୍ଣନା’, ଦ୍ଵିତୀୟ ଅଧ୍ୟାୟରେ ଗ୍ରନ୍ଥସଂଗତି, ତୃତୀୟ ଅଧ୍ୟାୟରେ ପରମତତ୍ତ୍ଵ ଵିଧାନ, ଚତୁର୍ଥ ଅଧ୍ୟାୟରେ ସପତ ଆଵରଣ ଧାନ, ପଞ୍ଚମ ଅଧ୍ୟାୟରେ ଶ୍ରୀଅଙ୍ଗ ନିଶ୍ଚୟ, ଷଷ୍ଠ ଅଧ୍ୟାୟରେ ପ୍ରତ୍ୟଙ୍ଗ କଥନ, ସପ୍ତମ ଅଧ୍ୟାୟରେ ‘ଲକ୍ଷଣଧ୍ୟାନ’ ଵର୍ଣ୍ଣିତ । ସେହିପରି ଅଷ୍ଟମ ଅଧ୍ୟାୟର ଵିଷୟ ‘ବେଶନ’, ନବମ ଅଧ୍ୟାୟର ବିଷୟ ‘ଚରିତ ଧାନ’, ଦଶମ ଓ ଏକାଦଶ ଅଧ୍ୟାୟର ଵିଷୟ ‘ସେବାଧାନ’, ଦ୍ବାଦଶ, ତ୍ରୟୋଦଶ, ଚତୁର୍ଦ୍ଦଶ, ପଞ୍ଚଦଶ ଓ ଷୋଡ଼ଶ ଅଧ୍ୟାୟର ଵିଷୟ ‘ଗୁଣଧାନ’ ସପ୍ତଦଶ, ଅଷ୍ଟାଦଶ ଓ ଊନବିଂଶ ଅଧ୍ୟାୟର ଵିଷୟ ‘ନିଷଧାନ’ ରହିଛି । ଵିଂଶ ଅଧ୍ୟାୟରେ ନାରୀକଵି ଗ୍ରନ୍ଥଗଣନା ସହିତ ନିଜର ପରିଚୟ ଉଲ୍ଲେଖ କରିଛନ୍ତି ।)

୨୭. ଵୃନ୍ଦାଵତୀ ଦାସୀ ଵୈଷ୍ଣଵ ଧର୍ମରେ କେତେ ପ୍ରକାର ଉପାସନା ଥିଵା ଉଲ୍ଲେଖ କରିଛନ୍ତି?
ଉ. ୫ ପ୍ରକାର

୨୮. ଲାଵଣ୍ୟଵତୀ କାଵ୍ୟ କିଏ ରଚନା କରିଛନ୍ତି? ଏହା କେତୋଟି ଛାନ୍ଦ ଵିଶିଷ୍ଟ?
ଉ. ଉପେନ୍ଦ୍ର ଭଞ୍ଜ, ୪୮

୨୯. ଉପେନ୍ଦ୍ରଭଞ୍ଜ କେଉଁ ରାଜଵଂଶୀୟ ଥିଲେ? ତାଙ୍କ ପିତା ଓ ପିତାମହଙ୍କ ନାମ କଅଣ?
ଉ. ଘୁମୁସର, ନୀଳକଣ୍ଠ ଭଞ୍ଜ, ପ୍ରତାପ ଧନଞ୍ଜୟ ଭଞ୍ଜ (୧୬୧୧-୧୭୦୧)

୩୦. ପ୍ରତାପ ଧନଞ୍ଜୟ ଭଞ୍ଜ କଅଣ ରଚନା କରିଥିଲେ?
ଶ୍ରୀରାମ ଵିଳାସ, ତ୍ରିପୁରସୁନ୍ଦରୀ, ମଦନମଞ୍ଜରୀ, ଅନଙ୍ଗରେଖା, ଇଚ୍ଛାଵତୀ, ମରୁତ ଚଉତିଶା, ପଣ୍ଡିତବୋଧ ଚଉତିଶା ପ୍ରଭୃତି

୩୧. ନୀଳକଣ୍ଠ ଭଞ୍ଜ ତାଙ୍କ ରାଜ୍ୟରୁ ଵିତାଡ଼ିତ ହୋଇ କେଉଁଠି ଆଶ୍ରୟ ନେଇଥିଲେ?
ଉ. ତତ୍କାଳୀନ ନୟାଗଡ଼ ରାଜା ପୁରୁଷୋତ୍ତମ ସିଂହ ମାନଧାତାଙ୍କ ନିକଟରେ

୩୨. ଉପେନ୍ଦ୍ରଭଞ୍ଜ ନୟାଗଡ଼ର ରାଜକନ୍ୟାଙ୍କୁ ଵିଵାହ କରି କେଉଁ ଗ୍ରାମ ଯୌତୁକରେ ପାଇଥିଲେ?
ଉ. ଗଡ଼ ନିକଟସ୍ଥ ମାଳିସାହି ଗ୍ରାମ

୩୩. ଉପେନ୍ଦ୍ର ଭଞ୍ଜ କାହାକୁ ଦ୍ଵିତୀୟ ଵିଵାହ କରିଥିଲେ?
ଉ. ବାଣପୁର ରାଜକନ୍ୟା

୩୪. ଉପେନ୍ଦ୍ରଭଞ୍ଜ କାହାର ଉପାସକ ଥିଲେ? କେଉଁ ମନ୍ତ୍ର ସିଦ୍ଧ କରି କଵିତ୍ୱ ଶକ୍ତି ଲାଭ କରିଥିଲେ?
ଉ. ରାମଙ୍କର, ରାମ ତାରକ

୩୫. ଉପେନ୍ଦ୍ରଭଞ୍ଜଙ୍କ ପ୍ରମୁଖ ରଚନା ସବୁ କଅଣ?
ଉ. ଚିତ୍ରଲେଖା, ହେମମଞ୍ଜରୀ, ରସଲେଖା, କାମକଳା, ମନୋରମା, ପ୍ରେମଲତା, ଭାଵଵତୀ, ମୁକ୍ତାଵତୀ, ବ୍ରଜଲୀଳା, ଛାନ୍ଦଭୂଷଣ, ଷଡ଼ଋତୁ, କଳାକଉତୁକ, ସୁଭଦ୍ରାପରିଣୟ, ଵୈଦେହୀଶଵିଳାସ, ଅଵନାରସ ତରଙ୍ଗ, ରାମଲୀଳାମୃତ, ଶେଷ ଚରିତ, ପ୍ରେମସୁଧାନିଧ୍ଵ,
ରସିକହାରାବଳୀ, କୁଞ୍ଜଵିହାର, ରସପଞ୍ଚକ, ଲାବଣ୍ୟଵତୀ, ପୁରୁଷୋତ୍ତମ ମାହାତ୍ମ୍ୟ, ଗୀତାଭିଧାନ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ତ୍ରୈଲୋକମୋହିନୀ ଇତ୍ୟାଦି ।

୩୬. ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟର ଵୈଶିଷ୍ଟ୍ୟ କଅଣ?
ଉ. ତାଙ୍କ ରଚନା ଉପମା ଓ ଅର୍ଥ ଗୌରଵରେ ପରିପୂର୍ଣ୍ଣ ତେଣୁ ସେ ଶ୍ରେଷ୍ଠ ଆଳଙ୍କାରିକ କଵି । ଓଡ଼ିଆ ସାହିତ୍ୟକୁ ସଂସ୍କୃତ ସାହିତ୍ୟ ସମକକ୍ଷ ପାଇଁ ଯଥେଷ୍ଟ ପ୍ରୟାସ କରିଥିଲେ ।

୩୬. ଲାଵଣ୍ୟଵତୀ କାଵ୍ୟର ନାୟକ ଓ ନାୟିକା କିଏ?
ଉ. ଚନ୍ଦ୍ରଭାନୁ, ଲାଵଣ୍ୟଵତୀ

୩୭. ଲାଵଣ୍ୟଵତୀ କାଵ୍ୟର ପ୍ରଥମ ଓ ପଞ୍ଚମ ଛାନ୍ଦରେ କେତୋଟି ପଦ ଅଛି ? ଉଭୟ କେଉଁ ରାଗରେ ଚଚିତ ?
ଉ. ପ୍ରଥମ ଛାନ୍ଦ –  ୭୨ଟି ପଦ ନଳିନୀ ଗୌଡା, ପଞ୍ଚମ ଛାନ୍ଦ – ୩୨ଟି ପଦ କଲ୍ୟାଣ ଆହାରୀ

୩୮. ଲାଵଣ୍ୟଵତୀ କାହାଣୀ ଅନୁସାରେ ପଶା ଖେଳିଵାକୁ ଇଛା ହେଵାରୁ ଗୌରୀ ଏକାନ୍ତରେ ଯେଉଁ ମାନସ କନ୍ୟା ଜାତ କଲେ ତାହାଙ୍କର ନାମ କଅଣ?
ଉ. ବାଞ୍ଛାଵତୀ

୩୯. ବାଞ୍ଛାଵତୀଙ୍କୁ କିଏ ସ୍ପର୍ଶ କଲେ?
ଉ. ପ୍ରଭାକର

୪୦. ପ୍ରଭାକରଙ୍କୁ କଅଣ ଶୂନ୍ୟଵାଣୀ ହେଲା?
ଉ. ବଙ୍ଗଦେଶକୁ ଗଙ୍ଗାସାଗର ସଙ୍ଗମରେ ବାଞ୍ଛାଵତୀର ଜଡ଼ ଶରୀର ରଖି ସେଠାରେ ନିଜକୁ ଜଳରେ ଝାସଦେଲେ ପରଜନ୍ମରେ ସେହି କନ୍ୟାକୁ ପ୍ରାପ୍ତ ହେଵ

୪୧. ଲାଵଣ୍ୟଵତୀ କାହାଣୀ ଅନୁସାରେ କାଞ୍ଚି ରାଜାଙ୍କ ଓ ରାଣୀଙ୍କ ନାମ କଅଣ ? ତାଙ୍କ ଶିଶୁପୁତ୍ରଙ୍କ ନାମ କଅଣ ରଖାଗଲା?
ଉ. ଶଶି ଶେଖର, ଶଶିରେଖା, ପୁତ୍ର ନାମ ଚନ୍ଦ୍ରଭାନୁ

୪୩. ସମର ତରଙ୍ଗ କିଏ ରଚନା କରିଛନ୍ତି?
ଉ. କଵି ବ୍ରଜନାଥ ବଡ଼ଜେନା

୪୪. ସମର ତରଙ୍ଗରେ କେଉଁ ଯୁଦ୍ଧ ଵିଷୟ ରଚିତ?
ଉ. ଢେଙ୍କାନାଳର ରାଜା ତ୍ରିଲୋଚନ ମହୀନ୍ଦ୍ର ବହାଦୁର ଓ ମରହଟ୍ଟା ମଧ୍ୟରେ ୧୭୮୧ ମସିହା

୪୫. ସମର ତରଙ୍ଗ କାଵ୍ୟରେ କଅଣ ଵର୍ଣ୍ଣନା କରାଯାଇଛି?
ଉ. ଓଡ଼ିଶାର ଯୁଦ୍ଧପ୍ରଣାଳୀ, ଯୁଦ୍ଧରେ ବ୍ୟବହୃତ ଯୁଦ୍ଧାସ୍ତ୍ର, ସୈନ୍ୟମାନଙ୍କର ସାଜସଜ୍ଜା ପ୍ରଭୃତି ଵର୍ଣ୍ଣନା କରାଯାଇଛି।

୪୬. ସମର ତରଙ୍ଗ କାଵ୍ୟର ମୁଖ୍ୟ ରସ କଅଣ? କେତେ ଛାନ୍ଦ ଵିଶିଷ୍ଟ?
ଉ. ଵୀରରସ, ୭ ଛାନ୍ଦ

୪୭. ବ୍ରଜନାଥ ବଡ଼ଜେନା କେଉଁଠାରେ କେବେ ଜନ୍ମଗ୍ରହଣ କରିଥିଲେ?
ଉ. ଢେଙ୍କାନାଳ ଯୋରନ୍ଦା ମହିମାଗାଦୀ ନିକଟଵର୍ତ୍ତୀ କାବରା ଗ୍ରାମରେ ଆନୁମାନିକ ୧୭୩୦ ସାଲରେ

ବ୍ରଜନାଥଙ୍କର ପିତା ବାଲୁଙ୍କେଶ୍ଵର ପଟ୍ଟନାୟକ ମଧ୍ୟ କବି ଥିଲେ। ବ୍ରଜନାଥ ବଡ଼ଜେନା ବାଲୁଙ୍କେଶ୍ଵରଙ୍କର ତୃତୀୟ ପୁତ୍ର ଥିଲେ। ବାଲୁଙ୍କେଶ୍ଵରଙ୍କର ପ୍ରଥମ ପୁତ୍ର ଗୋପୀନାଥ, ମଧ୍ୟମ ପୁତ୍ର ଜଗନ୍ନାଥ ଏବଂ ଚତୁର୍ଥ ପୁତ୍ର ଲୋକନାଥ ମଧ୍ୟ କବିତା ରଚନାରେ ବେଶ୍ ପାରଙ୍ଗମ ଥିଲେ। ଜଗନ୍ନାଥ ‘କବି ଭୂଷଣ’ ଉପାଧି ପ୍ରାପ୍ତ ହୋଇଥିଲେ। ‘ବସନ୍ତ ରାସୋତ୍ସବ’ର ରଚୟିତା ହେଉଛନ୍ତି ଲୋକନାଥ । ତେଣୁ ବାଲୁଙ୍କେଶ୍ଵରଙ୍କର ଏହି ଚାରିଗୋଟି ପୁତ୍ର ମଧ୍ୟରେ ବ୍ରଜନାଥ ଥିଲେ ବେଶ୍ ପ୍ରତିଭାସମ୍ପନ୍ନ ।

୪୮. ବ୍ରଜନାଥ ବଡ଼ଜେନା କାହାଙ୍କର ଵଂଶଧର ବୋଲି ଲେଖିଛନ୍ତି?
ଉ. ଭକ୍ତ ରଘୁ ଅରକ୍ଷିତଙ୍କ
(ବ୍ରଜନାଥ ବଡ଼ଜେନାଙ୍କ ପୂର୍ଵଜମାନେ ଶ୍ରୀକ୍ଷେତ୍ରରେ ଅଵସ୍ଥାନ କରୁଥିଲେ । ଏହାପରେ ସେମାନେ ଓଡ଼ିଶା ଵା ଖୋର୍ଦ୍ଧାରେ କେତେକାଳ ଅବସ୍ଥାନ କଲା ଉତ୍ତାରୁ ତାଙ୍କର ଷଷ୍ଠ ପୁରୁଷ ଢେଙ୍କାନାଳକୁ ସ୍ଥାନାନ୍ତରିତ ହେଲେ । ଢେଙ୍କାନାଳ ଗଡ଼ଜାତରେ ମୁକ୍ତାଦେଈପୁର ଗ୍ରାମରେ ତାଙ୍କର ଛଅ ପୁରୁଷ ହେଲା ଅଵସ୍ଥାନ କଲେଣି । ତେବେ ବ୍ରଜନାଥ ବଡ଼େଜେନା ଲେଖିଛନ୍ତି ଯେ ତାଙ୍କର ‘ପଟ୍ଟନାୟକ’ ସଂଜ୍ଞା ରାଜପ୍ରଦତ୍ତ ଥିଲା ।)

୪୯. ବ୍ରଜନାଥ ବଡ଼ଜେନାଙ୍କ ବଡ଼ଜେନା ପଦଵୀ କେଉଁଠୁ ପ୍ରାପ୍ତ ହୋଇଥିଲା?
ଉ. ଢେଙ୍କାନାଳ ରାଜାଙ୍କଠାରୁ

୫୦. ବ୍ରଜନାଥ ବଡ଼ଜେନାଙ୍କୁ କେତେ ଵର୍ଷ ରାଜ କୋପ ପଡ଼ିଥଲା ବୋଲି ଉଲ୍ଲେଖ କରିଛନ୍ତି?
ଉ. ୭ଵର୍ଷ

୫୧. କଵି ‘ସମର ତରଙ୍ଗ’ କାଵ୍ୟ ରଚନା କରି କାହାକୁ ଶୁଣାଇଥିଲେ?
ଉ. ରାଜା ତ୍ରିଲୋଚନ ମହୀନ୍ଦ୍ର ବାହାଦୁରଙ୍କୁ

୫୨. ରାଜା ତ୍ରିଲୋଚନ ମହୀନ୍ଦ୍ର ବାହାଦୁର ସମର ତରଙ୍ଗ କାଵ୍ୟ ଶୁଣି
ଅତ୍ୟନ୍ତ ପ୍ରୀତ ହୋଇ କବିଙ୍କୁ କଅଣ ପ୍ରଦାନ କଲେ?
ଉ. କେତେ ପରିମାଣ ଜମି ଜାଗିରି ସ୍ୱରୂପ ପ୍ରଦାନ କଲେ । ବ୍ରାହ୍ମଣୀ ନଦୀ କୂଳରେ ଅପଙ୍ଗୀ ବିସରେ ନୂଆଗାଁ ନାମକ ଗୋଟିଏ ଗ୍ରାମକୁ ରାଜା ବଡ଼ଜେନାଙ୍କୁ ପାନପିକରେ ଦେଲେ । (ମାତ୍ର କେତେ ବର୍ଷ ପରେ ଏହି ଗ୍ରାମରୁ କିଛି ଲାଭାଂଶ ନ ପାଇବାରୁ କବି ପୁନଃ ରାଜାଙ୍କୁ ନିବେଦନ କରିଥିଲେ ।)

୫୨. ଚାଷ କାର୍ଯ୍ୟ କରିଵାକୁ ବ୍ରଜନାଥ ବଡ଼ଜେନା କେତେ ଧାନ କରଜ କରିଥିଲେ?
ଉ. ଚାରି ଭରଣ

୫୩. ବ୍ରଜନାଥ ବଡ଼ଜେନାଙ୍କ ଅନ୍ୟ କୃତି ସବୁ କଅଣ?
ଉ. ‘କେଳିକଳାନିଧି’, ‘ଵିଦେଶାନୁଚିନ୍ତା’, ‘ଵିଚକ୍ଷଣା’, ‘ଶ୍ୟାମରାସୋତ୍ସଵ’, ‘ଚଣ୍ଡୀମାଳଶ୍ରୀ’, ‘ଅମ୍ବିକା ଵିଳାସ’, ‘ଦଶପୋଈ’, ‘ଗୋପୀଵିଳାପ’, ‘ଚତୁର ବିନୋଦ’, ‘ସମର ତରଙ୍ଗ’, ‘ରାଜନଙ୍କୁ ଛଳୋକ୍ତି’, ‘ରାଜସଭା’ ଏବଂ ‘ଗୁଣ୍ଡିଚାଵିଜେ’ ଇତ୍ୟାଦି।

୫୪. କଵି ବ୍ରଜନାଥବଡ଼ଜେନାଙ୍କର ପିତା କିଏ ?
ଉ. ବାଲୁଙ୍କେଶ୍ବର ପଟ୍ଟନାୟକ

୫୫. ବ୍ରଜନାଥ ବଡ଼ଜେନା କେଉଁ କାବ୍ୟରେ ନିଜର ବଂଶ ପରିଚୟ ଦେଇଛନ୍ତି?
ଉ. କେଳି କଳାନିଧି

୫୬. ବଜ୍ରନାଥ ବଡ଼ଜେନା କେଉଁ କେଉଁ ଭାଷାରେ ପାରଙ୍ଗମ ଥିଲେ?
ଉ. ବଙ୍ଗଳା, ହିନ୍ଦୁସ୍ତାନୀ, ସଂସ୍କୃତ

୫୭. ଲାବଣ୍ୟବତୀଙ୍କ ସଖୀଙ୍କ ନାମ କଣ ଥିଲା?
ଉ. ପ୍ରଭାମଞ୍ଜୁଳା

୫୮. ଢେଙ୍କାନାଳର ପ୍ରଥମ ରାଜା କିଏ ଥିଲେ ବୋଲି ସମର ତରଙ୍ଗରେ ଉଲ୍ଲେଖ କରିଛନ୍ତି?
ଉ. ସିଂହ ଵିଦ୍ୟାଧର

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

 

MAOD 4 ଭାରତୀୟ କାଵ୍ୟତତ୍ତ୍ଵ BLOCK 1 ରସ ଓ ରୀତି

 

୧. ଅଳଙ୍କାର ଶାସ୍ତ୍ରରେ କେତୋଟି ମତଵାଦ ସୃଷ୍ଟି ହୋଇଛି? ସେଗୁଡ଼ିକ କଅଣ?
ଉ. ୬, ରସଵାଦ, ରୀତିଵାଦ, ଧ୍ଵନିଵାଦ, ଅଳଙ୍କାରଵାଦ, ଔଚିତ୍ୟଵାଦ ଓ ଵକ୍ରୋକ୍ତିଵାଦ

୨. ରସ ସମ୍ବନ୍ଧରେ ପ୍ରଥମ ଵିଵେଚନା କେଉଁଠି ଦେଖିଵାକୁ ମିଳେ?
ଉ. ଭରତଙ୍କ ନାଟ୍ୟଶାସ୍ତ୍ରରେ

୩. ପ୍ରଥମ ରସାଚାର୍ଯ୍ୟ ଭାଵେ କାହାକୁ ଗ୍ରହଣ କରାଯାଇଛି?
ଉ. ଭରତ

୪. କେଉଁମାନେ ରସକୁ କାଵ୍ୟର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଵା ଆତ୍ମା କହିଛନ୍ତି?
ଉ. ଆଚାର୍ଯ୍ୟ ମମ୍ମଟ, ରାଜଶେଖର, ଭୋଜରାଜ, ଵିଶ୍ଵନାଥ କଵିରାଜ, ପ୍ରତିହାରେନ୍ଦୁରାଜ, କଵି କର୍ଣ୍ଣପୁର, କେଶଵ ମିଶ୍ର, ଜଗନ୍ନାଥ

୫. ରସ ଶବ୍ଦ କିପରି ନିଷ୍ପନ୍ନ ହୋଇଛି? ଏହାର ଅର୍ଥ କଅଣ?
ଉ. ରସ୍ ଧାତୁରେ ଅଚ୍ ପ୍ରତ୍ୟୟ ଯୋଗେ ରସ, ଆସ୍ଵାଦନ

୬. ଭରତ ରସର ପରିଭାଷା କଅଣ ଦେଇଛନ୍ତି?
ଉ. “ଵିଭାଵାନୁଭାଵ ଵ୍ୟଭିଚାରି – ସଂଯୋଗାଦ୍ରସନିଷ୍ପତ୍ତିଃ” ଅର୍ଥାତ୍‌ ସ୍ଥାୟୀଭାବ ସହିତ ଵିଭାଵ, ଅନୁଭାଵ ଓ ସଂସ୍କରୀଭାଵର ସଂଯୋଗ ଘଟିଲେ ରସ ନିଷ୍ପତ୍ତି ହୋଇଥାଏ ।

୭. ଵିଶ୍ଵନାଥ କଵିରାଜଙ୍କ ମତରେ ରସର କେତୋଟି ଵୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ?
ଉ. ୧-ରସ ସତ୍ତ୍ୱଗୁଣ ଉଦ୍ରେକକାରୀ ୨- ରସ ଅଖଣ୍ଡ, ୩– ରସ ସ୍ବପ୍ରକାଶ, ୪-ରସ ଆନନ୍ଦମୟ, ୫-ରସ ଚିନ୍ମୟ, ୬-ରସଵେଦ୍ୟାନ୍ତର-ସ୍ପର୍ଶ ଶୂନ୍ୟ, ୭-ରସ ବ୍ରହ୍ମାନନ୍ଦ ସହୋଦର, ୮-ରସ ଲୋକୋତ୍ତର, ଚମତ୍କାର ପ୍ରାଣ, ୯- ରସ ଅଲୌକିକ ଓ ଅନିର୍ଵଚନୀୟ, ୧୦– ରସ ସହୃଦୟ ସଂଵେଦ୍ୟ ।

୮. ରସ କିପରି ଅଖଣ୍ଡ ?
ଉ. ରସକୁ ଖଣ୍ଡ ଖଣ୍ଡ କରି ଭୋଗ କରିବା ସମ୍ଭମଗର ହେଉନଥିବାରୁ ରସ ଅଖଣ୍ଡ। ଏହା ହେଉଛି ଏକ ନିରବଚ୍ଛିନ୍ନ ପ୍ରକ୍ରିୟା । ଵିଭାଵ, ଅନୁଭାଵ, ସଞ୍ଚାରୀଭାଵ ଆଦି ଵିଭିନ୍ନ ଭାଵକୁ ଅଵଲମ୍ବନ କରି ଏହା ଅନୁଭୂତ ହେଉଥିଵାରୁ ରସ ଅଖଣ୍ଡ । ଯେପରି ପ୍ରପାନକ ଵା ସରବତରେ ମଧୁର, ଲଵଣ, ଅମ୍ଳ, ଥଣ୍ଡା ଆଦିର ପୃଥକ ସ୍ଵାଦ ନ ଆସି ଗୋଟିଏ ସାମୂହିକ ସ୍ଵାଦ ଆସିଥାଏ, ଅନୁରୂପ ଵିଭାଵ, ଅନୁଭାଵ, ସଞ୍ଚାରୀ ଵା ଵ୍ୟଭିଗରୀ ଭାଵର ପୃଥକ ସତ୍ତା ରସ ଆସ୍ବାଦନ ସମୟରେ ଜାଣି ହୋଇନଥାଏ । ଏକ ସମ୍ମିଳିତ ପ୍ରକ୍ରିୟାଦ୍ଵାରା ରସ ଅନୁଭୂତ ହେଉଥିଵାରୁ ଏହା ଅଖଣ୍ଡ ।

୯. ରସ କିପରି ସ୍ୱପ୍ରକାଶ୍ୟ?
ଉ. ଵିଭାଵ, ଅନୁଭାଵ, ଏଵଂ ସଞ୍ଚାରୀଭାଵର ମିଳନ ଘଟିଲେ ଏହା ଆପେ ଆପେ ପ୍ରକାଶିତ ହୋଇଥାଏ । ଶବ୍ଦର ତିନୋଟି ଶକ୍ତି- ଅଭିଧା, ଲକ୍ଷଣା ଓ ଵ୍ୟଞ୍ଜନା ଵ୍ୟତିରେକେ ଅନ୍ୟ ଏକ ଅଲୌକିକ ଶକ୍ତି ଦ୍ଵାରା ଏହା ପ୍ରକାଶିତ ହୋଇଥାଏ । ରସଵ୍ୟଙ୍ଗ, ଵ୍ୟଞ୍ଜନାଗମ୍ୟ ହୋଇ ମଧ୍ୟ ଵ୍ୟଞ୍ଜନାପରି ଜ୍ଞାନ ଵିଶେଷ ହୋଇଥିଵାରୁ ଏହା ନିଜକୁ କେଵଳ ପ୍ରକାଶ କରିଵାର କ୍ଷମତା ରଖିଥାଏ; ସେଥିପାଇଁ ଏହା ସ୍ଵପ୍ରକାଶ୍ୟ ।

୧୦. ରସ କିପରି ଆନନ୍ଦମୟ?
ଉ. ରସ ଉପଭୋଗ ସମୟରେ ସହୃଦୟ ଆନନ୍ଦ ଵ୍ୟତୀତ ଅନ୍ୟ କିଛି ଉପଲବ୍ଧ କରିପାରି ନଥାଏ । ଏହି ସମୟରେ ସେ ଲୌକିକ ଜଗତର ସମସ୍ତ ଵିଷାଦ ଓ ଦୁଃଖକୁ ଵିସ୍ମରଣ ହୋଇଥାଏ ।

୧୧. ରସ କିପରି ଚିନ୍ମୟ?
ଉ. ଚିତ ବା ହୃଦୟକୁ ଯାହା ଵିସ୍ତାରିତ କରେ, ତାହା ଚିନ୍ମୟ। ରସ ଉପଭୋଗ ସମୟରେ କୌଣସି ପ୍ରକାର ଭାଵାତ୍ମକ ତିରୋଭାଵ ହୋଇ ନଥାଏ । ପୁଣି ରସୋପଭୋଗ ସମୟରେ ଅନ୍ୟ କୌଣସି ଭାଵ ଵା ଚେତନା ହୃଦୟକୁ ଆନ୍ଦୋଳିତ କରିପାରିନଥାଏ । ଲୌକିକ ଜଗତର ଇନ୍ଦ୍ରିୟାନୁଭାଵ ଏଥିରେ ବାଧା ସୃଷ୍ଟି କରିପାରି ନଥାଏ; ଵରଂ ହୃଦୟ ଏକ ଅଲୌକିକତାରେ ପରିପୂର୍ଣ୍ଣ ହୋଇଉଠୁଥିଵାରୁ, ତାହା ଚିନ୍ମୟ ।

୧୨. ରସ କିପରି ଵେଦ୍ୟାନ୍ତର ସ୍ପର୍ଶଶୂନ୍ୟ ?
ଉ. ରସାସ୍ଵାଦନ ସମୟରେ ଉପଭୋକ୍ତା ଜାଗତିକ ଜ୍ଞାନ ଶୂନ୍ୟ ହୋଇଥାଏ । ସେହି ସମୟରେ ସେ ଅନ୍ୟ କୌଣସିର ଅସ୍ତିତ୍ଵ ଉପଲବ୍ଧ କରିପାରୁନଥିଵାରୁ ତାହା ଵେଦ୍ୟାନ୍ତର ସ୍ପର୍ଶ ଶୂନ୍ୟ । ଉପଭୋକ୍ତା ସଂପୂର୍ଣ୍ଣ ତଲ୍ଲୀନ ଅଵସ୍ଥାରେ ନିଜକୁ ନିମଜ୍ଜିତ କରିଥାଏ । ସେତେଵେଳେ ସେ ଜାଗତିକ ଦୁଃଖ-ସୁଖଠାରୁ ଥାଏ ଯଥେଷ୍ଟ ଉର୍ଦ୍ଧ୍ବରେ ।

୧୩. ରସ କିପରି ବ୍ରହ୍ମାନନ୍ଦ ସହୋଦର?
ରସ ଉପଭୋକ୍ତାକୁ ସାଂସାରିକ ଉପଲବ୍ଧିଠାରୁ ଉର୍ଦ୍ଧ୍ୱମୁଖୀ କରାଇ ଦେଇଥାଏ । ତେବେ ଏହା ବ୍ରହ୍ମାସ୍ଵାଦ ନୁହେଁ । ଗୋଟିଏ ମାତା ଗର୍ଭରୁ ଦୁଇଟି ସନ୍ତାନ ଜନ୍ମ ହୋଇଥିଲେ ହେଁ ସେମାନଙ୍କ ମଧ୍ୟରେ ଯେପରି ଵିଲକ୍ଷଣ ପରିଦୃଷ୍ଟ ହୋଇଥାଏ, ସେହିପରି ବ୍ରହ୍ମାନନ୍ଦ ଓ ରସାନନ୍ଦ ଏକ ପ୍ରକାର ନୁହେଁ, ଯଦିଓ ଉପଭୋଗ ସମୟରେ ଏକପ୍ରକାର ଅନୁଭଵ ଆସିଥାଏ । ରସାସ୍ଵାଦ ଵେଳେ ସାମାଜିକ ଜାଗତିକ ଜ୍ଞାନଶୂନ୍ୟ ହୋଇଥାଏ । ଆସ୍ଵାଦନ ପରେ (ନାଟକ ଦର୍ଶନ ଵା ପୁସ୍ତକ ପଠନ ପରେ) ସେ ପୁଣି ଲୌକିକ ଜଗତକୁ ଫେରି ଆସିଥାଏ, ମାତ୍ର ବ୍ରହ୍ମାନନ୍ଦ ଲାଭପରେ ମଣିଷ ଆଉ ଲୌକିକ ଜଗତକୁ ଫେରି ନ ଥାଏ । ସେଥିପାଇଁ ତାହା ବ୍ରହ୍ମାସ୍ଵାଦ ସହୋଦର ।

୧୪. ରସ ଲୋକତ୍ତୋର ଚମତ୍କାର ପ୍ରାଣ କାହିଁକି?
ଉ. ରସ ଆସ୍ବାଦନର ଆନନ୍ଦ ସଂପୂର୍ଣ୍ଣ ରୂପେ ଅଲୌକିକ । ଏହା ଚିତ୍ତରେ ଵିସ୍ମୟ ଭାଵ ସୃଷ୍ଟି କରିଵା ସହିତ ଚିତ୍ତ ଵିସ୍ତାର ଘଟାଇଥାଏ । ଏହି ଆନନ୍ଦ ସହିତ ଵିସ୍ମୟ ଜଡ଼ିତ ଥିଵାରୁ ଏହା ଚମତ୍କାର ପ୍ରାଣ ଏହି ଅନୁଭଵକୁ କେଵଳ ସୂକ୍ଷ୍ମ ଜଗତରେ ଉପଲବଧୂ କରାଯାଇପାରେ ।

୧୫. ରସ ଅଲୌକିକ ଓ ଅନିର୍ଵାଚନୀୟ କାହିଁକି?
ଉ. ଏହା ସଵିକଳ୍ପକ ଵା ନିର୍ଵିକଳ୍ପକ ଜ୍ଞାନ ହୋଇନଥିଵାରୁ ତଥା ଲୌକିକ ଜଗତରେ ଏହାର ସ୍ଥିତି ନଥିଵାରୁ ରସ ଅଲୌକିକ ପୁଣି କୌଣସି ପରିଭାଷା ଵା ଵଚନ ଦ୍ଵାରା ଏହାକୁ ଵ୍ୟକ୍ତ କରାନଯାଇ ପାରେ । ଏହା କେଵଳ ଅନୁଭଵର ଵସ୍ତୁ। ଵିଭାଵାଦି ଅଲୌକିକ ଭାଵ ଦ୍ଵାରା ପ୍ରକାଶିତ ହେଉଥିଵାାରୁ ଅଲୌକିକ। ଏହାକୁ ପ୍ରକାଶ କରିଵାର ସୀମା ନିର୍ଦ୍ଧାରିତ ହୋଇପାରୁନଥିଵାରୁ ଏହା ଅନିର୍ଵାଚନୀୟ ।

୧୬ ରସ କିପରି ସହୃଦୟ ସଂଵେଦ୍ୟ ?
ଉ. କେଵଳ ସହୃଦୟ ଵ୍ୟକ୍ତି ହିଁ ରସ ଉପଭୋଗ କରିଵାକୁ ସମର୍ଥ । ମସ୍ତିଷ୍କଵିକୃତ ଵା ଚଣ୍ଡାଳ ଚରିତ୍ରର ଵ୍ୟକ୍ତିମାନେ ରସରୁ କୌଣସି ଖୁସି ଵା ଆନନ୍ଦ ପାଇପାରିନଥାନ୍ତି । ସହୃଦୟଙ୍କ ହୃଦୟ ହିଁ ରସର ପ୍ରକୃତ ସ୍ଥାନ ।

୧୭. ସ୍ଥାୟୀ ଭାଵ କିପରି କେଉଁଠି ଥାଏ?
ଉ. ଆତ୍ମା ସହ ଵାସନା ରୂପେ ସନ୍ନିଵିଷ୍ଟ ହୋଇ ମନର ଅଵଚେତନ ସ୍ତରରେ ସଂଜିଵୀତ ଥାଏ ।

୧୮. ସ୍ଥାୟୀଭାଵ କିପରି ରସରୂପ ଗ୍ରହଣ କରେ?
ଉ. ଵିଭାଵ, ଅନୁଭାଵ ସଂସ୍ପର୍ଶରେ ଆସିଲେ

୧୯. ଵିଭାଵ କଅଣ ? ଆଲମ୍ବନ ଓ ଉଦ୍ଦୀପନ ଵିଭାଵ କଅଣ?
ଉ. ରସ ଉତ୍ପତ୍ତି ନିମିତ୍ତ ଭାଵର ପ୍ରକାଶକ / ଯିଏ ଵିଶେଷ ରୂପରେ ଜଣାପଡ଼ନ୍ତି ତାହା ଵିଭାଵ । ଯାହା ପ୍ରରୋଚିତ କରେ ଵା ମାଧ୍ୟମ (ନାୟକ ପରସ୍ପର ଉପରେ ଆଶ୍ରୟ କରୁଥିଵାରୁ ସେମାନେ ଆଲମ୍ବନ ଵିଭାଵ) (ଚନ୍ଦ୍ର, ଵସନ୍ତ ଋତୁ, ନିର୍ଜନ ସ୍ଥାନ, ଉପଵନ, ଭ୍ରମର ଗୁଞ୍ଜନ ଆଦି ନାୟକ ନାୟିକାଙ୍କ ପ୍ରେମ ଭାଵ ଉଦ୍ଦୀପ୍ତ କରୁଥିଵାରୁ ସେମାନେ ଉଦ୍ଦୀପନ ଵିଭାଵ)

୨୦. ଅନୁଭାଵ କଅଣ?
ଉ. କାର୍ଯ୍ୟ / ଵିଶେଷଭାଵ ଯାହା ଅଙ୍କୁରିତ ହୋଇ ପ୍ରକାଶ କରେ /ପରିପ୍ରକାଶ ଵା ପ୍ରତିକ୍ରିୟା / ଶାରୀରିକ ଚେଷ୍ଟା / ଵିଭାଵଙ୍କ ଉପରାନ୍ତ ଯେଉଁ ଭାଵ ସୃଷ୍ଟି ହୁଏ (ସ୍ମିତହାସ୍ୟ, କଟାକ୍ଷପାତ, ଭୃଭଙ୍ଗୀ ଆଦି)

ଅନୁଭାଵ ୫ ପ୍ରକାର: କାୟିକ (ଶାରୀରିକ), ମାନସିକ, ଆହାର୍ଯ୍ୟ, ଵାଚିକ (ଵାଣୀ), ସାତ୍ତ୍ଵିକ(ଶରୀର ଅଙ୍ଗ ଵିକାର)

ସାତ୍ତ୍ଵିକ ଅନୁଭାଵ ସଙ୍ଖ୍ୟା ଆଠ -: ସମ୍ଭ, ସ୍ବେଦ, ରୋମାଞ୍ଚ, ସ୍ୱରଭଙ୍ଗ, ଵେପଥୁ, ଵୈଵର୍ଣ୍ଣ୍ୟ, ଅଶ୍ରୁ, ପ୍ରଳୟ

ନାୟିକାଙ୍କ ଅନୁଭାଵ ୨୮ ପ୍ରକାର

୨୧. ସଞ୍ଚାରୀ ଭାଵ/ ଵ୍ୟଭିଚାରୀ ଭାଵ କଅଣ?
ଉ. ଯାହା ଵିଶେଷରୂପେ ସମସ୍ତ ଅଙ୍ଗରେ ଵ୍ୟାପ୍ତ ହୋଇ ରତ୍ୟାଦି ସ୍ଥାୟୀ ଭାଵକୁ ସଞ୍ଚାରିତ ଵା ଅଭିଵ୍ୟକ୍ତ କରିଥାଏ

୨୩. ରସ କେତେ ପ୍ରକାର ?
ଉ. ୮+୧+୧+୧ ( ସାଧାରଣତଃ ୯ ଗ୍ରହଣ କରାଯାଇଛି)

୨୪. ନଵମ ରସଟି କଅଣ ତାହାକୁ କିଏ ଚିହ୍ନଟ କରିଥିଲେ?
ଉ. ଶାନ୍ତ ରସ,     ରୁଦ୍ରଟ, ଆନନ୍ଦଵର୍ଦ୍ଧନ, ଅଭିନଵ, ଜଗନ୍ନାଥ

୨୫. ଦଶମ ରସଟି କଅଣ ? ତାହାକୁ କିଏ ଚିହ୍ନଟ କରିଥିଲେ?
ଉ. ଵାତ୍ସଲ୍ୟ ରସ, ଵିଶ୍ଵନାଥ କଵିରାଜ

୨୬. ଏକାଦଶ ରସଟି କଅଣ? ତାହାକୁ କିଏ ଚିହ୍ନଟ କରିଥିଲେ?
ଉ. ଭକ୍ତିରସ, ଗୌଡ଼ିୟ ସମ୍ପ୍ରଦାୟର ଆଚାର୍ଯ୍ୟଗଣ ଵିଶେଷ କରି ରୂପଗୋସ୍ଵାମୀ

୨୭. ଵିଶ୍ଵନାଥ କଵିରାଜଙ୍କ ମତରେ ସଞ୍ଚାରୀ ଵା ଵ୍ୟଭିଚାରୀ ଭାଵ ସଂଖ୍ୟା କେତେ?
ଉ. ୩୩, ( ୨ ଗ୍ଲାନି, ୪ ଅସୂୟା, ୬ ଶ୍ରମ, ୭ ଆଳସ୍ୟ, ୯. ଚିନ୍ତା, ୧୦ ମୋହ, ୧୧ ସ୍ମୃତି, ୧୩ ଵ୍ରୀଡ଼ା, ୧୪ ଚପଳତା, ୧୫ ହର୍ଷ, ୧୬ ଆଵେଗ, ୫ ମଦ, ୧୭ ଜଡ଼ତା, ୨୭ ଔଗ୍ର୍ୟତା, ୨୪ ଵିବୋଧ, ୨୩ ସ୍ୱପ୍ନ, ୨୫ ଅମର୍ଷ, ୨୧ ନିଦ୍ରା, ୨୬ ଅଵିହିତ୍ୟା, ୨୦ ଔତ୍ସୁକ୍ୟ, ୩୦ ଉନ୍ମାଦ, ୩ ଶଙ୍କା, ୧୯ ଵିଷାଦ, ୧୨ ଧୃତି, ୧ ନିର୍ଵେଦ, ୮ ଦୈନ୍ୟ, ୨୨ ଅପସ୍ମାର, ୧୮ ଗର୍ଵ, ୩୧ ମରଣ, ୨୮ ମତି, ୨୯ ଵ୍ୟାଧି, ୩୨ ଵିତର୍କ, ୩୩ ଲଜ୍ଜା ?

(निर्वेद, ग्लानि, शंका, असूया, मद, श्रम, आलस्य, देन्य, चिंता, मोह, स्मृति, घृति, ब्रीडा, चपलता, हर्ष, आवेग, जड़ता, गर्व, विषाद, औत्सुक्य, निद्रा, अपस्मार, स्वप्न, विबोध, अमर्ष, अविहित्था, उग्रता, मति, व्याधि, उन्माद, मरण, वितर्क)

୨୮. ଶୃଙ୍ଗାର ରସ ଵିନା କାଵ୍ୟ ରସଶୂନ୍ୟ ହୋଇଥାଏ ବୋଲି କିଏ କହିଛନ୍ତି ?
ଉ. ଭୋଜରାଜ

୨୯. ଉଜ୍ଜ୍ୱଳ ରସ କେଉଁ ରସକୁ ବୁଝାଏ?
ଉ. ଶୃଙ୍ଗାର ରସ (ଗୌଡ଼ିୟ ଵୈଷ୍ଣଵ ଧର୍ମରେ)

୩୦. ଭରତ ନାୟକର ଦୃଷ୍ଟିଭଙ୍ଗୀ ଅନୁଯାୟୀ ଶୃଙ୍ଗାରକୁ କେତେ ଭାଗରେ ଵିଭକ୍ତ କରିଛନ୍ତି?
ଉ. ଧର୍ମ ଶୃଙ୍ଗାର – ପତ୍ନୀ ସହିତ ସମ୍ବନ୍ଧ
ଅର୍ଥ ଶୃଙ୍ଗାର – ଗଣିକା ସହ ସମ୍ବନ୍ଧ
କାମ ଶୃଙ୍ଗାର – କାମପ୍ରଵୃତ୍ତି ଚରିତାର୍ଥ ପାଇଁ ସମ୍ବନ୍ଧ

୩୧. ଭରତ ନାୟକ-ନାୟିକାଙ୍କ ସମ୍ପର୍କ ଅନୁଯାୟୀ ଶୃଙ୍ଗାରକୁ କେତେଭାଗରେ ଵିଭକ୍ତ କରିଛନ୍ତି?
ଉ. ସମ୍ଭୋଗ ଶୃଙ୍ଗାର – ମିଳନରେ କୌଣସି ବାଧା ନଥାଏ
ଵିପ୍ରଲମ୍ଭ / ଵିୟୋଗ ଶୃଙ୍ଗାର – ମିଳନରେ ବାଧା ଥିଲେ

୩୨. ଵିପ୍ରଲମ୍ଭ ଶୃଙ୍ଗାର କେତେ ପ୍ରକାର ? ତାହା ସବୁ କଅଣ?
ଉ. ୪, ପୂର୍ଵରାଗ, ମାନ / ଇର୍ଷାମାନ, ପ୍ରଵାସ, କରୁଣ

୩୩. ନାୟକ ନାୟିକା ଅନେକ ଦୂର ଅଗ୍ରସର ହୋଇଥିଲେ, ଏଵଂ କୌଣସି କାରଣରୁ ତାଙ୍କର ମିଳନ ହୋଇନପାରିଲେ ସେମାନଙ୍କ ଅଵସ୍ଥାକୁ କଅଣ କୁହାଯାଏ?
ଉ. ପୂର୍ଵରାଗ ଵିପ୍ରଲମ୍ଭ

୩୪. ଅତିଶୟ ପ୍ରେମ ହେତୁ ପ୍ରଣୟମାନ ସୃଷ୍ଟି ହେଵାଵେଳେ ନାୟକର ଅନ୍ୟ ନାରୀପ୍ରତି ଆସକ୍ତି ବା ସଂପର୍କ ଜାଣିଵାଦ୍ଵାରା ନାୟିକା ମନରେ ଯେଉଁ ଅଭିମାନ ସୃଷ୍ଟି ହୋଇଥାଏ, ତାହାକୁ କଅଣ କୁହାଯାଏ?
ଉ. ଈର୍ଷାମାନ ଵିପ୍ରଲମ୍ଭ

୩୫. ଦେଶାନ୍ତର ବା ଅନ୍ୟ କୌଣସି କାରଣଵଶତଃ ନାୟକ-ନାୟିକାଙ୍କ ମଧ୍ୟରେ ଯେଉଁ ଵିରହ ସୃଷ୍ଟି ହୁଏ, ତାହାକୁ କଅଣ କୁହାଯାଏ?
ଉ. ପ୍ରଵାସ ଵିପ୍ରଲମ୍ଭ

୩୬. ନାୟକ-ନାୟିକା ମଧ୍ୟରୁ କେହି ମୃତ୍ୟୁଵରଣ କରି ପୁନର୍ଵାର ସେହି ଜନ୍ମରେ ସେମାନଙ୍କର ମିଳନ ହେଵା ପୂର୍ଵରୁ ଯେଉଁ ଜଣକ ଜୀଵିତ ଥାଇ ଦାରୁଣ ଦୁଃଖ ଵା ଵିରହ ଅନୁଭଵ କରିଥାଏ, ତାହାକୁ କଅଣ କୁହାଯାଏ?
ଉ. କରୁଣ ଵିପ୍ରଲମ୍ଭ

୩୬. ହସ କେତେପ୍ରକାର ?
ଉ. ୩, ଉତ୍ତମ ଵ୍ୟକ୍ତିଙ୍କ ପାଖରେ – ସ୍ମିତ, ହସିତ,
ମଧ୍ୟମ ଵ୍ୟକ୍ତିଙ୍କ ପାଖରେ – ଵିହସିତ ଉପହସିତ
ଅଧମ ଵ୍ୟକ୍ତିଙ୍କ ପାଖରେ – ଅପହସିତ ଏଵଂ ଅତିହସିତ

୩୭. ରସ – ସ୍ଥାୟୀଭାଵ
ଶୃଙ୍ଗାର – ରତି
ହାସ୍ୟ – ହସ
କରୁଣ – ଶୋକ
ରୌଦ୍ର – କ୍ରୋଧ
ଵୀର – ଉତ୍ସାହ
ଭୟାନକ – ଭୟ
ଵିଭତ୍ସ – ଜୁଗୁପ୍ସା
ଅଦ୍ଭୁତ – ଵିସ୍ମୟ
ଶାନ୍ତ – ଶମ
ଵାତ୍ସଲ୍ୟ – ଵତ୍ସଳତା
ଭକ୍ତି – ଭକ୍ତି

ଵୀର ରସକୁ କିଏ ଚାରିଭେଦ କରିଥିଲେ? ସେଇ ଚାରିଭେଦ କଅଣ କଅଣ?
ଉ. ପଣ୍ଡିତ ଜଗନ୍ନାଥ (ରସଗଙ୍ଗାଧର ରଚୟିତା) । ଦାନ ଵୀର, ଦୟାଵୀର, ଯୁଦ୍ଧଵୀର, ଧର୍ମଵୀର

୩୮. ରସଵାଦ କାହିଁକି ସୃଷ୍ଟି ହେଲା?
ଉ. ଭରତଙ୍କ ରସ ସୂତ୍ରର ‘ସଂଯୋଗ’ ଓ ‘ନିଷ୍ପତ୍ତି’ ଶବ୍ଦକୁ ନେଇ ଆଚାର୍ଯ୍ୟମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେଵାରୁ

୩୯. ଆଚାର୍ଯ୍ୟ – ରସଵାଦ
ଭଟ୍ଟଲୋଲ୍ଲଟ – ଉତ୍ପତ୍ତିଵାଦ (ମୀମାଂସକ) (ମୂଳ ଚରିତ୍ରଠାରେ ରସର ଉତ୍ପତ୍ତି)
ଶ୍ରୀଶଙ୍କୁକ – ଅନୁମିତିଵାଦ (ମୀମାଂସକ) (ଅଭିନୟକୁ ମୂଳ ଚରିତ୍ର ଅନୁମାନ କରିଵା, ରସ ଅନୁମାନ ବୋଧ୍ୟ)
ଭଟ୍ଟନାୟକ – ଭୁକ୍ତିଵାଦ (ସାଙ୍ଖ୍ୟ) ( ପ୍ରକୃତ ସାମାଜିକଠାରେ ରସ ଅନୁଭୂତି ହୁଏ)
ଅଭିନଵଗୁପ୍ତ – ଅଭିଵ୍ୟକ୍ତିଵାଦ (ଆଳଙ୍କାରିକ) (ସାଧରଣୀକରଣ ଦ୍ୱାରା ସାମାଜିକ ବାସନା ଜାଗ୍ରତ ହୁଏ- ସାମାଜିକର ସ୍ଥାୟୀଭାଵ ଵିଭାଵ ଆଦି ସଂଯୋଗରେ ଅଭିଵ୍ୟକ୍ତ ହୁଏ)

୪୦. କିଏ ସାହିତ୍ୟକୁ ଶାସ୍ତ୍ରର ମର୍ଯ୍ୟାଦା ଦେଇଛନ୍ତି?
ଉ. ରାଜଶେଖର (‘ପଞ୍ଚମୀ’ ସାହିତ୍ୟ ଵିଦ୍ୟା ଲେଖି)

୪୧. ଜ୍ଞାନର ଚାରୋଟି ପ୍ରତିତୀ କଅଣ?
ଉ. ସତ୍ୟ, ମିଥ୍ୟା, ସାଦୃଶ୍ୟ, ସଂଶୟ

୪୨. ଚିତ୍ର ତୁରଗ ନ୍ୟାୟ କିଏ କେଉଁ ରସଵାଦରେ ଉଲ୍ଲେଖ କରିଥିଲେ?
ଉ. ଶ୍ରୀଶଙ୍କୁକ, ଅନୁମିତିଵାଦ

୪୩. ଭଟ୍ଟଲଲ୍ଲୋଟଙ୍କ ଉତ୍ପତ୍ତିଵାଦରେ କଅଣ ତ୍ରୁଟି ରହିଲା?
ଉ. * ମିଥ୍ୟାଜ୍ଞାନ ସତ୍ୟର ଆଧାର ହେଵା ସମ୍ଭଵ ନୁହେଁ ।
• ସାମାଜିକଠାରେ ରସର ସ୍ଥିତିକୁ ଅସ୍ବୀକାର
• କାର୍ଯ୍ୟ କାରଣର ସମ୍ବନ୍ଧ ଅସ୍ପଷ୍ଟ

୪୪. ଶ୍ରୀଶଙ୍କୁକଙ୍କ ଅନୁମିତିଵାଦରେ କଅଣ ତ୍ରୁଟି ରହିଲା?
ଉ. * ମତ ପ୍ରତ୍ୟକ୍ଷ ପ୍ରମାଣ ଆଧାରରେ ନହୋଇ ଅନୁମାନ ଉପରେ ପ୍ରତିଷ୍ଠିତ
• ଅନୁମାନ ଦ୍ୱାରା ମାତ୍ରା ଦୋଷ
• ସାମାଜିକ ନାୟକର ଭାଵକୁ ଅନୁମାନ କଲେ ରସାନୁଭଵ କଦାପି ଆନନ୍ଦସ୍ୱରୂପ ବୋଲି କୁହାଯାଇପାରିଵ ନାହିଁ

୪୫. ଭଟ୍ଟନାୟକଙ୍କ ଭୁକ୍ତିଵାଦ କାହିଁକି ଗ୍ରହଣୀୟ ହେଲାନାହିଁ ?
ଉ. * ସ୍ଥାୟୀ ଭାଵର ରସ ନିଷ୍ପତ୍ତି ପର୍ଯ୍ୟନ୍ତ ଯେଉଁ ଅଭିଧା, ଭାଵକତ୍ଵ ଓ ଭୋଜକତ୍ଵ – ତିନୋଟି ଵ୍ୟାପାର ସ୍ଵୀକାର କରିଛନ୍ତି, ତାହାର ନିର୍ଦ୍ଦିଷ୍ଟ ଆଧାର ସଂପର୍କରେ କୌଣସି ସୂଚନା ଦେଇନାହାନ୍ତି ।
* ଵ୍ୟଞ୍ଜନା ଶକ୍ତି ଉପରେ ଆଦୌ ଗୁରୁତ୍ବ ଦେଇନାହାନ୍ତି ।
* ‘ଭାଵକତ୍ଵ’ ଏବଂ ‘ଭୋଜକତ୍ଵ’ ଯେଉଁ ଦୁଇଟି ନୂତନ ଵ୍ୟାପାର ସଂପର୍କରେ ଅଵତାରଣା କରିଛନ୍ତି, ତାହା ଅନ୍ୟତ୍ର ଦେଖିଵାକୁ ମିଳୁନଥିଵାରୁ ଏହା ଆଲୋଚକମାନଙ୍କ ଦ୍ବାରା ଗ୍ରହଣୀୟ ହୋଇନାହିଁ।
* ଭୋଗ କାହାଦ୍ୱାରା ହୋଇଥାଏ ତାହା ଅସ୍ପଷ୍ଟ

୪୬. କେଉଁ ରସଵାଦ ଅଧିକ ଯୌକ୍ତିକ ଓ ଵାସ୍ତଵ ?
ଉ. ଅଭିଵ୍ୟକ୍ତିଵାଦ

୪୭. ଅଳଙ୍କାର ଶାସ୍ତ୍ର ସାହିତ୍ୟ ଦର୍ପଣ କେବେ ରଚନା ହୋଇଥିଵା ଅନୁମାନ କରାଯାଏ? ଏହା କେତୋଟି ପରିଚ୍ଛେଦ ଵିଶିଷ୍ଟ?
ଉ. ପଞ୍ଚଦଶ ଶତକ, ୧୦

୪୮. ରୀତି ଶବ୍ଦ କିପରି ନିଷ୍ପନ୍ନ ହୋଇଛି? ଏହାର ଅର୍ଥ କଅଣ?
ଉ. ରୀଙ୍ ଧାତୁରେ କ୍ତିନ୍ ପ୍ରତ୍ୟୟ ଯୋଗ ହୋଇ ରୀତି । ପଦମାନଙ୍କ ଯଥା ସ୍ଥାନରେ ପ୍ରୟୋଗ ହେଉଛି ରୀତି ।

୪୯. ଵାମନଙ୍କ ଆଲୋଚନାରେ ରୀତି କେତେ ପ୍ରକାର? ତାହା କଅଣ?
ଉ. ଵୈଦର୍ଭୀ, ଗୌଡୀ ଓ ପାଞ୍ଚାଳୀ

୫୦. ଵାମନ କାହାକୁ ଶ୍ରେଷ୍ଠ ରୀତି କହିଛନ୍ତି?
ଉ. ଵୈଦର୍ଭୀ

୫୧. ରୀତିକୁ ରସର ଉପକାରକ ଭାଵେ କିଏ ଗ୍ରହଣ କରିଛନ୍ତି?
ଉ. ଵିଶ୍ଵନାଥ କଵିରାଜ

୫୨. ରୁଦ୍ରଟ କେଉଁ ରୀତିକୁ ସ୍ୱୀକାର କରି ରୀତି ସଙ୍ଖ୍ୟା ୪କୁ ଵୃଦ୍ଧି କରିଥିଲେ?
ଉ. ଲାଟି

୫୩. ଭୋଜ କେଉଁ ଦୁଇଟି ନୂତନ ରୀତି ଉଦ୍ଭାଵନ କରି ରୀତି ସଙ୍ଖ୍ୟା ୬କୁ ଵୃଦ୍ଧି କରିଥିଲେ?
ଉ. ଅଵନ୍ତିକ, ମାଗଧି

୫୪. ଵୈଦର୍ଭୀ ରୀତି କାହାକୁ କୁହନ୍ତି?
ଉ. ମାଧୁର୍ଯ୍ୟ ଗୁଣଵ୍ୟଞ୍ଜକ ଵର୍ଷମାନଙ୍କଦ୍ୱାରା କୋମଳ ରଚନା, ସମାସହୀନା ବା ଅଳ୍ପ ସମାସଯୁକ୍ତ ରଚନାକୁ

୫୫. ଵୈଦଭୀରୀତିରେ କେଉଁ ଗୁଣ ପରିପ୍ରକାଶ ଘଟିଥାଏ?
ଉ. ମାଧୁର୍ଯ୍ୟଗୁଣ

୫୬. ମମ୍ମଟ ଓ ଵିଶ୍ୱନାଥ, ଵାମନଵାକ୍ୟ ଓ ପଦର ଵିଶିଷ୍ଟତା ପାଇଁ କେଉଁ ତିନିଗୁଣକୁ ଗ୍ରହଣ କରିଛନ୍ତି?
ଉ. ମାଧୁର୍ଯ୍ୟ, ଓଜଃ, ପ୍ରସାଦ

୫୭. ମାଧୁର୍ଯ୍ୟ କଅଣ?
ଚିତ୍ତର ଦ୍ରଵତ୍ୱକାରୀ ଆହ୍ଲାଦକୁ ମାଧୁର୍ଯ୍ୟ ବୋଲି କୁହାଯାଏ ।
ଏହି ମାଧୁର୍ଯ୍ୟ ସଂଭୋଗ, କରୁଣ, ଵିପ୍ରଲମ୍ବ ଓ ଶାନ୍ତରେ କ୍ରମାନ୍ୱୟ ଅଧିକ ହୁଏ । ⁠

୫୮. ମାଧୁର୍ଯ୍ୟ ଗୁଣ କମ ଓ ବେଶି କେଉଁଠି ପରିଲକ୍ଷିତ ହୁଏ?
ଉ. ସମ୍ଭୋଗ < କରୁଣ < ଵିପ୍ରଲମ୍ବ < ଶାନ୍ତ

୫୯. ସାଧାରଣତଃ ଵୈଦର୍ଭୀ ରୀତି କେଉଁ ରସରେ ଵ୍ୟଵହୃତ ହୋଇଥାଏ?
ଉ. ଶୃଙ୍ଗାର, କରୁଣ, ଶାନ୍ତ

୬୦. କେଉଁଗୁଡ଼ିକ ମାଧୁର୍ଯ୍ୟ ଵ୍ୟଞ୍ଜନ ନୁହଁନ୍ତି?
ଉ. ଟ, ଠ, ଡ, ଢ, ଣ୍ଟ, ଣ୍ଠ, ଣ୍ଡ, ଣ୍ଢ

୬୧. ଯେଉଁ ରଚନା ପାଠ କରିଵା ମାତ୍ରେ ସହୃଦୟମାନଙ୍କ ଚିତ୍ତଵୃତ୍ତି ଶିଥିଳ ହୋଇପଡ଼େ, ମନ ଆର୍ଦ୍ର ଓ କୋମଳ ହୋଇଉଠେ, ତାହା କେଉଁ ରୀତି ?
ଉ. ମାଧୁର୍ଯ୍ୟ ଵା ଵୈଦର୍ଭୀ ରୀତି

୬୨. ଵିଶ୍ଵନାଥ କଵିରାଜଙ୍କ ମତରେ ଦୀର୍ଘ ସମାସ ଓ ଓଜଗୁଣ ପ୍ରକାଶକ ଵର୍ଣ୍ଣ ଦ୍ୱାରା ରଚିତ ଆଡମ୍ବରପୂର୍ଣ୍ଣ ରଚନାକୁ କଅଣ କୁହନ୍ତି?
ଉ. ଗୌଡୀ ରୀତି

୬୩. ଆଳଙ୍କାରିକ ପୁରୁଷୋତ୍ତମଙ୍କ ମତରେ ବହୁ ସମାସଯୁକ୍ତ ମହାପ୍ରଣ ଅକ୍ଷରରେ ରଚିତ ଅନୁପ୍ରାସବହୁଳ, ଅଳ୍ପଵାକ୍ୟ ରଚନାକୁ କେଉଁ ରୀତି କୁହନ୍ତି?
ଉ. ଗୌଡୀ ରୀତି

୬୪. କେଉଁରୀତି ଓଜଃଗୁଣ ସମ୍ପନ୍ନ ?
ଉ. ଗୌଡୀ

୬୫. ଓଜଃଗୁଣ କଅଣ?
ଉ. ଚିତ୍ତର ଵିସ୍ତାର ରୂପ – ଦୀପ୍ତତ୍ବ, ତାହାର ଉତ୍ପାଦକ – ଓଜଃଗୁଣ ।
ବୀର (ଜିଣିଵାକୁ ଇଚ୍ଛା) < ଵିଭତ୍ସ (ତ୍ୟାଗକରିଵାକୁ ଇଚ୍ଛା) < ରୌଦ୍ର (ମାରିଵାର ଇଚ୍ଛା)

୬୬. ଵାମନ ଗୁଣକୁ କେତେ ଭାଗରେ ଵିଭକ୍ତ କରିଛନ୍ତି?
ଉ. ଶବ୍ଦ ଗୁଣ, ଅର୍ଥ ଗୁଣ

୬୭. ଓଜଃଗୁଣ ଵ୍ୟଞ୍ଜନଗୁଡ଼ିକ କଅଣ?
ଉ. ଟ, ଠ, ଡ, ଢ଼, ଣ, ଷ

୬୮. ଵିଶ୍ଵନାଥ କଵିରାଜଙ୍କ ମତରେ ‘ଵୈଦର୍ଭୀ ଓ ଗୌଡୀ ରୀତିରେ ପ୍ରଯୁକ୍ତ ଵର୍ଣ୍ଣଗୁଡିକ ଵ୍ୟତୀତ ଅଵଶିଷ୍ଟ ଵର୍ଷଯୁକ୍ତ ପାଞ୍ଚ ଵା ଛଅ ପଦ ଵିଶିଷ୍ଟ ସମାସଦ୍ଵାରା ସଂଶ୍ଳିଷ୍ଟ ରଚନାଵଳୀକୁ କେଉଁ ରୀତି କୁହାଯାଏ?
ଉ. ପାଞ୍ଚାଳୀ ରୀତି

୬୯. ଭୋଜରାଜଙ୍କ ମତରେ ପଞ୍ଚ ବା ଷଟସଂଖ୍ୟକ ପଦାନ୍ବିତ ଏଵଂ ଓଜଃ, କାନ୍ତି, ମାଧୁର୍ଯ୍ୟ, ସୌକୁମାର୍ଯ୍ୟ ଗୁଣସମ୍ପନ୍ନ ରଚନାଵଳୀକୁ କେଉଁ ରୀତି କୁହାଯାଏ?
ଉ. ପାଞ୍ଚାଳୀ ରୀତି

୭୦. ଵୈଦର୍ଭୀ ଓ ଗୌଡୀ ରୀତିର ମଧ୍ୟବର୍ତ୍ତୀ ରଚନାକୁ କେଉଁ ରୀତି କୁହାଯାଏ?
ଉ. ପାଞ୍ଚାଳୀ ରୀତି

୭୧. ପଞ୍ଚାଳୀ ରୀତିର ସର୍ବଶ୍ରେଷ୍ଠ ବୈଶିଷ୍ଟ୍ୟ କଅଣ ଅଟେ?
ଉ. ପ୍ରସାଦ ଗୁଣ
(ଯାହାଦ୍ଵାରା ଚିତ୍ତ ଆମୋଦିତ ଓ ପୁଲକିତ ହୋଇଥାଏ, ତାହା ପ୍ରସାଦ ଗୁଣ)।

୭୨. ଵୈଦର୍ଭୀ ରୀତି ଓ ପଞ୍ଚାଳୀ ରୀତି ମଧ୍ୟଵର୍ତ୍ତୀ ରଚନାକୁ କେଉଁ ରୀତି କୁହାଯାଏ?
ଉ. ଲାଟୀ ରୀତି

୭୩. ଵୈଦର୍ଭୀ ରୀତି ଓ ପଞ୍ଚାଳୀ ରୀତି ଯେଉଁଠାରେ ମିଶ୍ର ଭାଵେ ରହିଵେ ସେଇଠି କେଉଁ ରୀତି ହୁଏ ?
ଉ. ଲାଟୀ ରୀତି

୭୪. ମଧ୍ୟମ ସମାସଯୁକ୍ତ ରଚନା ଲାଟୀ ରୀତି ପଦଵାଚ୍ୟ ବୋଲି କିଏ କହିଥିଲେ?
ଉ. ରୁଦ୍ରଟ

୭୫. ଲାଟୀ ରୀତିର ପ୍ରୟୋଗ କେଉଁ ରସରେ ହୋଇଥାଏ ବୋଲି ରୁଦ୍ରଟ କହିଛନ୍ତି?
ଉ. ଉଗ୍ରରସ

୭୬. ରୀତି ଵାଦର ପ୍ରତିଷ୍ଠାତା କିଏ?
ଉ. ଵାମନ

୭୬. ଭୋଜଙ୍କ ମତରେ ଆଵନ୍ତିକ ରୀତି କେଉଁ ଦୁଇଟି ରୀତିର ମଧ୍ୟଵର୍ତ୍ତୀ ?
ଉ. ଵୈଦର୍ଭୀ ଓ ପଞ୍ଚାଳୀ

୭୭. ଭୋଜଙ୍କ ମତରେ କେଉଁଟି ଅସମ୍ପୂର୍ଣ୍ଣ ଦୋଷଯୁକ୍ତ ଖଣ୍ଡରୀତି ?
ଉ. ମାଗଧି

୭୮. କିଏ ଵୈଦର୍ଭୀକୁ ଉପନାଗରିକା, ଗୌଡୀକୁ ପରୁଷା, ପଞ୍ଚାଳୀକୁ କମଳାଵୃତ୍ତି ସହିତ ସମ୍ପର୍କିତ କରି ରୂପ ପ୍ରଦାନ କଲେ?
ଉ. ମମ୍ମଟ

୭୯. ରୀତିକୁ ଵକ୍ର – କଵି – ଵ୍ୟାପାର ବୋଲି କିଏ କହିଛନ୍ତି?
ଉ. କୁନ୍ତକ

୮୦. ରୀତି ଵିଭିନ୍ନ ପ୍ରଦେଶ ସହିତ ସମ୍ବନ୍ଧିତ ବୋଲି କିଏ ମତ ଦେଇଥିଲେ?
ଉ. ଭାମହ ଓ ଦଣ୍ଡି

୮୧. ରୀତିକୁ ମାର୍ଗ ଓ ପନ୍ଥା ଆଦି ପର୍ଯ୍ୟାୟରେ କିଏ ଆଲୋଚନା କରିଛନ୍ତି?
ଉ. ଭୋଜ

୮୨. ରୀତିକୁ ଵଚନ – ଵିନ୍ୟାସ – କ୍ରମ ରୂପେ କିଏ ମାନ୍ୟତା ଦେଇଛନ୍ତି?
ଉ. ଶାରଦା ତନୟ, ରାଜଶେଖର

୮୩. ରୀତିକୁ ରସର ଉପକାରକ କିଏ ଶୈଳୀ ରୂପେ କିଏ ଵର୍ଣ୍ଣନା କରିଛନ୍ତି?
ଉ. ଵିଶ୍ଵନାଥ କଵିରାଜ (ସାହିତ୍ୟ ଦର୍ପଣରେ)

୮୪. କିଏ ରୀତିକୁ ମାର୍ଗ କହି ଏହା କଵି ସ୍ଵଭାଵ ଉପରେ ଆଧାରିତ ବୋଲି କହିଛନ୍ତି?
ଉ. କୁନ୍ତକ (ଵକ୍ରୋକ୍ତି ଜୀଵିତମରେ)

୮୫. ଵାମନ ମତରେ, ରୀତି କେତେଵେଳେ କାଵ୍ୟର ଆତ୍ମା ହେଵ? ଉ. ଯେତେଵେଳେ ତାହା ଗୁଣ ଉପରେ ଅଵଲମ୍ବିତ ରହିଵ

୮୬. ଗୁଣ କଅଣ?
ଉ. ‘ଗୁଣ’ର ସାଧାରଣ ଅର୍ଥ ହେଉଛି କୌଣସି ଵସ୍ତୁ ଵା ଵ୍ୟକ୍ତିର ଵିଶେଷତା, ଶୋଭାକାରକ ଵା ଉତ୍କର୍ଷ-ଵିଧାୟକ ଧର୍ମ, ଦୋଷାଭାଵ ଇତ୍ୟାଦି । କାଵ୍ୟଶାସ୍ତ୍ରରେ ଗୁଣ କାଵ୍ୟକୁ ଦୋଷାଭାଵ, ଦୋଷର ଵିପରୀତ, କାଵ୍ୟର ଶୋଭାତିଶାୟୀ ଧର୍ମ, ରସରୂପୀ ଅଙ୍ଗୀର ଆଶ୍ରିତ, ରସରୂପ ଅଙ୍ଗୀର ଅନିଵାର୍ଯ୍ୟ ଧର୍ମ ତଥା ରସର ଉତ୍କର୍ଷ ହେତୁ ଆଦି ଅର୍ଥ ରୂପେ ଗ୍ରହଣ କରାଯାଇଥାଏ।

୮୭. ଗୁଣର ପ୍ରତିଷ୍ଠାତା ଆଚାର୍ଯ୍ୟ ଭାଵେ କାହାକୁ ଗ୍ରହଣ କରାଯାଇଛି?
ଉ. ଆଚାର୍ଯ୍ୟ ଵାମନ

୮୮. ଭରତ ମୁନି ଗୁଣର ସଙ୍ଖ୍ୟା କେତେ ବୋଲି କହିଛନ୍ତି?
ଉ. ଶ୍ଲେଷ, ପ୍ରାସାଦ, ସମତା, ସମାଧି, ମାଧୁର୍ଯ୍ୟ, ଓଜଃ, ପଦ-ସୌକୁମାର୍ଯ୍ୟ, ଅର୍ଥଵ୍ୟକ୍ତି, ଉଦାରତା ଓ କାନ୍ତି

୮୯. ଆଚାର୍ଯ୍ୟ ଵାମନ ଭରତଙ୍କ ଦଶ ଗୁଣକୁ ଶବ୍ଦ ଗୁଣ ଅର୍ଥ ଗୁଣ ଭାଵେ କେତେ ଭାଗରେ ଵିଭକ୍ତ କରିଛନ୍ତି?
ଉ. ଶବ୍ଦ ଗୁଣ ୧୦+ ଅର୍ଥ ଗୁଣ ୧୦

୯୦. ଭୋଜ ରାଜ ଗୁଣ ସଙ୍ଖ୍ୟା କେତେକୁ ଵୃଦ୍ଧି କରିଛନ୍ତି?
ଉ. ୨୪ (ଅତିରିକ୍ତ ଅନ୍ୟ ୧୪ ଗୁଣ ହେଲା: ଉଦାରତା, ଔଜିତ୍ୟ, ପ୍ରେୟସ, ସୁଶବ୍ଦତା, ସୌକ୍ଷମ, ଗାଁମ୍ଭିର୍ଯ୍ୟ, ଵିସ୍ତାର, ସଂକ୍ଷେପ, ସସ୍ମିତତ୍ତ୍ବ, ଭାଵିକ, ଗତି, ରୀତି, ଭକ୍ତି ଏଵଂ ପ୍ରୋଢ଼

୯୧. କିଏ ୨୪ ଶବ୍ଦ ଗୁଣକୁ ବାହ୍ୟ ଓ ଅର୍ଥଗୁଣକୁ ଆନ୍ତଃ ବୋଲି କହିଛନ୍ତି?
ଉ. ଆଚାର୍ଯ୍ୟ ଭୋଜରାଜ

୯୨. କୁନ୍ତକ କଵି ସ୍ଵଭାଵକୁ ପ୍ରମାଣ ଭାଵରେ ଗ୍ରହଣ କରି ଯେଉଁ ୩ଟି କାଵ୍ୟ ମାର୍ଗ ନିରୂପଣ କରିଛନ୍ତି ତାହା କଅଣ ?
ଉ. ସୁକୁମାର, ଵିଚିତ୍ର, ମାଧ୍ୟମ (ପ୍ରତ୍ୟେକ ମାର୍ଗକୁ ଦୁଇଟି ସାମାନ୍ୟ ଏଵଂ ଚାରୋଟି ଵିଶେଷ ଗୁଣ ଭାଵରେ ନିରୂପଣ କରିଛନ୍ତି)

୯୩. ଦଣ୍ଡିଙ୍କ ମତରେ ଓଜଃ ଗୁଣଯୁକ୍ତ ରଚନା ପାଇଁ କଅଣ ଆଵଶ୍ୟକ ହୁଏ?
ଉ. ସମାସ ବହୁଳତା, ଗାଢ଼ତ୍ବ ଅର୍ଥାତ ଅକ୍ଷର ଵିନ୍ୟାସର ସଂଶ୍ଲେଷ ତଥା ସଂଯୁକ୍ତାକ୍ଷରର ବହୁଳ ପ୍ରୟୋଗ ଆଵଶ୍ୟକ

୯୪. ପ୍ରସାଦ କଅଣ?
‘ପ୍ରସାଦ’ ଶବ୍ଦର ଅର୍ଥ ହେଉଛି ପ୍ରସନ୍ନତା, ଵିକଶିତ ହେଵା ଇତ୍ୟାଦି । ଭରତଙ୍କ ଅନୁଯାୟୀ ଯେଉଁ ରଚନାରେ ସ୍ଵଚ୍ଛତା, ସରଳତା ଏବଂ ସହଜ ଗ୍ରାହ୍ୟତା ରହିଥାଏ ଅର୍ଥାତ ଶୁଣିଵା ମାତ୍ରେ ଯାହାର ଅର୍ଥ ଚିତ୍ରରେ ପ୍ରକାଶିତ ହୋଇ ଉଠେ, ସେହି ରଚନାକୁ ପ୍ରସାଦ ଗୁଣଯୁକ୍ତ କୁହାଯାଇଥାଏ। ଦଣ୍ଡୀଙ୍କ ମତାନୁଯାୟୀ ପ୍ରସିଦ୍ଧ ଅର୍ଥରେ ଶବ୍ଦର ସେହି ପ୍ରୟୋଗକୁ ପ୍ରସାଦ କୁହାଯାଇଥାଏ। ଯାହା ଶୁଣିବା ମାତ୍ରେ ଅର୍ଥ ବୋଧଗମ୍ୟ ହୋଇଥାଏ। ଵାମନ ରଚନାଗତ ଶୈଥିଲ୍ୟକୁ ପ୍ରସାଦଗୁଣ ଭାଵରେ ଗ୍ରହଣ କରିଛନ୍ତି । ଧ୍ଵନିଵାଦୀଙ୍କ ମତରେ ସମସ୍ତ ରସ ଵା ରଚନାର ସେହି ଧର୍ମକୁ ପ୍ରସାଦ ଗୁଣ କୁହାଯାଇଥାଏ ଯାହା ସାମାଜିକ ମଧ୍ୟରେ ଅର୍ଥକୁ ଦୀର୍ଘ ଵ୍ୟାପ୍ତି କରାଯାଇଥାଏ। ଅର୍ଥ ସ୍ଵଚ୍ଛତା, ସ୍ପଷ୍ଟତା ଏବଂ ନିର୍ମଳତା ଏହି ଗୁଣର ଵିଶେଷତ୍ବ।

୯୫. ଗୁଣ ସଙ୍ଖ୍ୟା ପ୍ରକୃତରେ କେତେ ବୋଲି ଆଳଙ୍କାରିକମାନେ ସ୍ଥିର କରିଛନ୍ତି?
ଉ. ୩, ମାଧୁର୍ଯ୍ୟ, ଓଜଃ, ପ୍ରସାଦ

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

MAOD 4 ଭାରତୀୟ କାଵ୍ଯତତ୍ତ୍ଵ BLOCK 2 ଧ୍ୱନି ଓ ଔଚିତ୍ୟ

୧. ଧ୍ଵନିଵାଦର ପ୍ରତିଷ୍ଠାତା କିଏ?
ଉ. ଆନନ୍ଦଵର୍ଦ୍ଧନ

୨. ଆନନ୍ଦଵର୍ଦ୍ଧନଙ୍କ ଧ୍ଵନି ସମ୍ପର୍କିତ ଗ୍ରନ୍ଥ କଅଣ?
ଧ୍ବନ୍ୟାଲୋକ

୩. ଵ୍ୟଞ୍ଜନାଵୃତ୍ତି ଦ୍ୱାରା ଯେଉଁ ଅର୍ଥ ଵ୍ୟକ୍ତ ହୋଇଥାଏ ତାହାକୁ କଅଣ କୁହାଯାଏ?
ଉ. ଵ୍ୟଙ୍ଗ୍ୟ ଅର୍ଥ

୪. ଆନନ୍ଦଵର୍ଦ୍ଧନଙ୍କ ଧ୍ଵନି ସିଦ୍ଧାନ୍ତକୁ କିଏ ପୁନଃସ୍ଥାପିତ କରିଥିଲେ?
ଉ. ମମ୍ମଟ

୫. ଧ୍ବନ୍ୟାଲୋକର ଟୀକାକାର କିଏ?
ଉ. ଅଭିନଵ ଗୁପ୍ତ

୬. ଅଭିନଵ ଗୁପ୍ତଙ୍କ ଟୀକାର ନାମ କଅଣ?
ଉ. ଲୋଚନଟୀକା

୭. ଧ୍ଵନିକୁ ଅନ୍ୟ କେଉଁ ନାମରେ ଜଣାଯାଏ?
ଉ. ଧ୍ବନ୍ୟାର୍ଥ, ଵ୍ୟଙ୍ଗ୍ୟ, ଵ୍ୟଙ୍ଗାର୍ଥ, ପ୍ରତୀୟମାନ, ଅଵଗାମିତ, ଧୋତିତ

୮. ଅଭିଧା କଅଣ?
ଉ. ଅଭିଧା ହେଉଛି ଶବ୍ଦର ମୁଖ୍ୟ ଶକ୍ତି । ଏହା ବଳରେ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରେ । ଅଭିଧା ଶକ୍ତି ଦ୍ୱାରା ଲବ୍ଧ ଅର୍ଥକୁ ଅଭିଧେୟ ଅର୍ଥ, ଵାଚ୍ୟର୍ଥ ବା ଶବ୍ଦାର୍ଥ ବୋଲାଯାଏ । ଅଭିଧାନମାନଙ୍କରେ ଶବ୍ଦର ଅଭିଧା ଶକ୍ତି ପ୍ରକାଶ ପାଏ ।

୯. ଲକ୍ଷଣା କଅଣ?
ଉ. ଵାକ୍ୟର ଅଭିଧା ଶକ୍ତିଦ୍ୱାରା ମୁଖ୍ୟାର୍ଥ ଉପଲବ୍ଧିରେ ବାଧା ଆସିଲେ ଯେଉଁ ଶବ୍ଦଦ୍ୱାରା ଵାଚ୍ୟାର୍ଥ ସହ ସମ୍ବନ୍ଧିତ ପ୍ରକୃତ ଅର୍ଥ ବୋଧ ହୁଏ ତାହାର ନାମ ଲକ୍ଷଣା । ଲକ୍ଷଣା ଶକ୍ତିଦ୍ୱାରା ପ୍ରତୀତ ଅର୍ଥକୁ ଲକ୍ଷାର୍ଥ ବା ଲାକ୍ଷଣିକ ଅର୍ଥ କୁହାଯାଏ । ଵାଚ୍ୟାର୍ଥ ସ୍ମୃତିଦ୍ୱାରା ଜାତ ହେଉଥିଲା ଵେଳେ ଅନୁମାନ ଶକ୍ତିଦ୍ୱାରା ଲକ୍ଷାଣାର୍ଥ ଜ୍ଞାନ ହୁଏ । ଯେପରିକି କୁହାଯାଏ ‘କାଳିଙ୍ଗ ସାହସିକା’ । ଏଠାରେ କଳିଙ୍ଗ ଦେଶଟି କେବେହେଲେ ସାହସୀ ହୁଏ ନାହିଁ । ଏଠାରେ କଳିଙ୍ଗ ଶବ୍ଦର ଲକ୍ଷ୍ୟଣାର୍ଥ ହେଲା – କଳିଙ୍ଗଵାସୀ ।

୧୦. ଵ୍ୟଞ୍ଜନା କଅଣ?
ଉ. ଅଭିଧା ଓ ଲକ୍ଷଣା ନିଜ ନିଜ ଅର୍ଥ ବୁଝାଇ ବିରତ ରହିଲେ, ଅର୍ଥାତ୍ ବାତ୍ୟାର୍ଥ ଓ ଲକ୍ଷଣାର୍ଥ ଅଵଲମ୍ବନ ଓ ଅତିକ୍ରମ କରି ଶବ୍ଦ ଯେଉଁ ନୂତନ ଅର୍ଥ ପ୍ରକାଶ କରେ ତାହାର ନାମ ଵ୍ୟଞ୍ଜନା । ବ୍ୟଞ୍ଜନ ଶକ୍ତିଦ୍ୱାରା ପ୍ରାପ୍ତ ଅର୍ଥକୁ ଵ୍ୟାଙ୍ଗ୍ୟାର୍ଥ, ପ୍ରତୀୟମାନ ଅର୍ଥ, ଦ୍ୟୋତକ ଅର୍ଥ ଵା ଧ୍ୱନି କୁହାଯାଏ ।

(ଅଭିଧା ଶକ୍ତିଦ୍ୱାରା ଲାଭ କରାଯାଥିବା ମୁଖ୍ୟାର୍ଥ ହେଉଛି ବାତ୍ୟାର୍ଥ । ବ୍ୟଞ୍ଜନା ଶକ୍ତିଦ୍ଵାରା ଲାଲ କରାଯାଉଥିବା ଅର୍ଥ ବା ଧ୍ୱନି ବୋଲାଯାଏ ।)

୧୧. ଅନନ୍ଦଵର୍ଦ୍ଧନ ଧ୍ଵନିକୁକେତେ ଭାଗରେ ଵିଭକ୍ତ କରିଛନ୍ତି ? ତାହା କଅଣ କଅଣ?
ଉ. ଵସ୍ତୁ ଧ୍ଵନି – ଯେଉଁଠାରେ ଧ୍ୱନିତ ହେଉଥିଵା ପ୍ରତୀୟମାନ ଅର୍ଥ ଵସ୍ତୁମାତ୍ରାକୁ ବୁଝାଏ ସେଠାରେ ଵସ୍ତୁ ଧ୍ବନି ହୁଏ ।
ଅଳଙ୍କାର ଧ୍ଵନି – ଵାଚ୍ୟାର୍ଥ ଭିନ୍ନ ଵ୍ୟଙ୍ଗ୍ୟାର୍ଥରୁ କୌଣସି ଅଳଙ୍କାର ଅଭିଵ୍ୟଞ୍ଜିତ ହେଲେ ତାକୁ ଅଳଙ୍କାର ଧ୍ବନି କୁହାଯାଏ ।
ରସ ଧ୍ବନି – ରସ ଧ୍ବନି କହିଲେ ମୁଖ୍ୟତଃ ଶୃଙ୍ଗାର, କରୁଣ, ହାସ୍ୟ ଅଦିର ନଵରସ ରସାଭାଷ ଭାଵଭାଷାକୁ ବୁଝାଇଥାଏ ।

୧୨. ଆନନ୍ଦଵର୍ଦ୍ଧନ ଧ୍ୱନି କାଵ୍ୟକୁ କେତେ ଭେଦରେ ଵିଭକ୍ତ କରିଥିଲେ? ତାହା କଅଣ କଅଣ?
୩, ଧ୍ଵନି କାଵ୍ୟ, ଗୁଣିଭୂତ ଵ୍ୟଙ୍ଗ୍ୟ କାଵ୍ୟ, ଚିତ୍ର କାଵ୍ୟ

୧୩. ମମ୍ମଟ ଧ୍ୱନି କାଵ୍ୟକୁ କେତେ ଭେଦରେ ଵିଭକ୍ତ କରିଥିଲେ?
ଉ. ଶୁଦ୍ଧ ଭେଦ ୫୧, ସମୁଦାୟ ୧୦୪୫୫
ପ୍ରମୁଖ ପାଞ୍ଚ ଭେଦ: ଅର୍ଥାନ୍ତରସଂକ୍ରମିତଵାଚ୍ୟଧ୍ଵନି, ଅତ୍ୟନ୍ତ ତିରସ୍କୃତଵାଚ୍ୟଧ୍ଵନି, ଵସ୍ତୁଧ୍ଵନି, ଅଳଙ୍କାରଧ୍ଵନି ,ରସଧ୍ଵନି

୧୪. ଵ୍ୟଙ୍ଗ୍ୟ ଅର୍ଥ ଵା ପ୍ରତୀୟମାନ କେତେ ଭାଗରେ ଵିଭକ୍ତ ? ତାହା କଅଣ କଅଣ?
ଉ. ଵସ୍ତୁ, ଅଳଂକାର, ରସ

୧୫. ବସ୍ତୁ, ଅଳଂକାର, ରସ ଏହି ତିନି ପ୍ରକାର ଵ୍ୟଙ୍ଗାର୍ଥ ଯେଉଁଠାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଵେ, ସେଠାରେ ତାହାକୁ କଅଣ କୁହାଯାଏ?
ଉ. ଧ୍ବନି

୧୬. ବସ୍ତୁ, ଅଳଂକାର, ରସ ଏହି ତିନି ପ୍ରକାର ଵ୍ୟଙ୍ଗାର୍ଥ ଯେଉଁଠାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇ ନଥାଏ, ସେଠାରେ ତାକୁ କଅଣ କୁହାଯାଏ?
ଉ. ଗୁଣୀଭୂତ ଵ୍ୟଙ୍ଗ୍ୟ

୧୭. ଧ୍ଵନି ଶବ୍ଦ କିପରି ନିଷ୍ପନ୍ନ ହୋଇଛି?
ଉ. ଧ୍ଵନ୍ ଧାତୁରେ ଇ ପ୍ରତ୍ୟୟ ଯୁକ୍ତ ହୋଇ ଧ୍ଵନି (ଅର୍ଥ କାନକୁ ଶୁଭୁଥିଵା ନାଦ)

୧୮. ଆନନ୍ଦବର୍ଦ୍ଧନ ଧ୍ଵନିର ଆଲୋଚନା ସମୟରେ ଧ୍ଵନ୍ୟାଲୋକ ଗ୍ରନ୍ଥଟିକୁ କେତେ ଭାଗରେ ଵିଭକ୍ତ କରିଛନ୍ତି?
ଉ. ୨, କାରିକା ଓ ବୃତ୍ତି

୧୯. ଯେଉଁଠାରେ ଅର୍ଥ ନିଜକୁ ତଥା ଶବ୍ଦ ନିଜର ଅଭିଧାର୍ଥକୁ ଗୌଣକରି ସେହି ଅର୍ଥକୁ ପ୍ରକାଶିତ କରିଥାଏ, ସେହି କାବ୍ୟ ବ
ଵିଶେଷକୁ କଅଣ କହନ୍ତି?
ଉ. ଧ୍ବନି

୨୦. ଵ୍ୟାକରଣର କେଉଁ ସିଦ୍ଧାନ୍ତର ସଦୃଶ୍ୟ ଆଧାରରେ ଧ୍ଵନି ସିଦ୍ଧାନ୍ତର ପ୍ରତିଷ୍ଠା ହୋଇଥାଏ?
ଉ. ସ୍ପୋଟ ସିଦ୍ଧାନ୍ତର

୨୧. ଵସ୍ତୁ ଧ୍ଵନି, ଅଳଂକାର ଧ୍ଵନି, ରସ ଧ୍ଵନି ମଧ୍ୟରେ କେଉଁଟି ଶ୍ରେଷ୍ଠ?
ଉ. ରସ

୨୨. ଶବ୍ଦର ଅତିରିକ୍ତ କଳ୍ପନା ଜଣାଉଥିଵା ଶକ୍ତିକୁ କଅଣ କୁହାଯାଏ?
ଉ. ଵ୍ୟଞ୍ଜନା

୨୩. ଧ୍ବନ୍ୟାଲୋକର ଓଡ଼ିଆ ଅନୁଵାଦ କିଏ କରିଛନ୍ତି?
ଉ. କୁଳମଣି ମିଶ୍ର

୨୪. ରସ ଗଙ୍ଗାଧର କିଏ ରଚନା କରିଛନ୍ତି?
ଉ. ପଣ୍ଡିତରାଜ ଜଗନ୍ନାଥ

୨୫. ଆନନ୍ଦଵର୍ଦ୍ଧନ କେଉଁ ଭାଗରେ ଆଲୋଚ୍ୟ ଵିଷୟର ଵିଶଦ ଵିଵରଣୀ ପ୍ରଦାନ କରିଛନ୍ତି ?
ଉ. ଵୃତ୍ତିରେ
(କାରିକାରେ ଆଲୋଚିତ ହୋଇଥିବା ବିଷୟ ଗୁଡ଼ିକୁ ଅଧିକ ପ୍ରାଞ୍ଜଳ ତଥ୍ୟନିଷ୍ଠ କରିଵା ଉଦ୍ଦେଶ୍ୟରେ)

୨୬. ଚାରୋଟି ଵାକ୍ ମଧ୍ୟରୁ କେଉଁ ଵାକ୍ ଉପରେ ଵୈୟାକରଣମାନଙ୍କର ଧ୍ଵନିବାଦ ପ୍ରତିଷ୍ଠିତ ?
ଉ. ଵୈଖରୀ

୨୭. ମାନଵର ଵ୍ୟଵହାରିକ ଜୀଵନରେ ଵ୍ୟଵହୃତ ହେଉଥିଵା ଶବ୍ଦମାନଙ୍କର ମୁଖ୍ୟତଃ କେତୋଟି ରୂପର ପରିକଳ୍ପନା କରାଯାଇଛି? ଉକ୍ତ ରୂପଗୁଡ଼ିକ କଅଣ?
ଉ. ଵାଚ୍ୟାର୍ଥ, ଲକ୍ଷ୍ୟାର୍ଥ ଓ ଵ୍ୟଙ୍ଗାର୍ଥ

୨୮. ଶବ୍ଦରୂପଗୁଡ଼ିକ ତିନୋଟି ଵିଶିଷ୍ଟ ଶକ୍ତି ଦ୍ୱାରା ପ୍ରକାଶ ଲାଭ କରିଥାଏ । ତାହା କଅଣ?
ଉ. ଅଵିଧା, ଲକ୍ଷଣା, ଵ୍ୟଞ୍ଜନା

୨୯. କୌଣସି ଶବ୍ଦର ଶ୍ରଵଣମାତ୍ରେ ଯେଉଁ ସ୍ଵାଭାଵିକ ଅର୍ଥର ପରିପ୍ରକାଶ ଘଟିଥାଏ, ତାହାକୁ କଅଣ କୁହାଯାଏ?
ଉ. ଵାଚ୍ୟାର୍ଥ
Vācyārtha (वाच्यार्थ) : expressed meaning

୩୦. ଵାଚ୍ୟାର୍ଥ ଵ୍ୟାହତ ହେଵା ପରେ ତା’ ସ୍ଥାନରେ ଆରୋପିତ ଅନ୍ୟ ଅର୍ଥକୁ କଅଣ କୁହାଯାଏ?
ଉ. ଲକ୍ଷ୍ୟାର୍ଥ
lakṣyārtha (लक्ष्यार्थ) : the meaning expressed indirectly or implicitly.

୩୧. ଅଭିଧା, ତାତ୍ପର୍ଯ୍ୟ ଓ ଲକ୍ଷଣା ଏହି ତିନିଵୃତ୍ତ ନିଜ ନିଜ ଅର୍ଥ ବୁଝାଇ ଵିରତ ହେବା ପରେ ଯେଉଁ ଵୃତ୍ତି ମାଧ୍ୟମରେ ରସାଦି ଵ୍ୟଙ୍ଗ୍ୟ ଅର୍ଥବୋଧ ହୋଇଥାଏ, ତାହାକୁ କଅଣ କୁହାଯାଏ?
ଉ. ଚତୁର୍ଥୀ ବୃତ୍ତି ବା ଵ୍ୟଙ୍ଗ୍ୟାର୍ଥ
Vyaṅgārtha (व्यङ्गार्थ): suggested or implied sense

୩୨. ଵିଶ୍ଵନାଥ କଵିରାଜ ‘ସାହିତ୍ୟ ଦର୍ପଣ’ରେ କେତୋଟି କାରଣ ଦର୍ଶାଇ ଵାଚ୍ୟାର୍ଥ ଏଵଂ ଵ୍ୟଙ୍ଗ୍ୟାର୍ଥ ଭିନ୍ନ ବୋଲି କହିଛନ୍ତି? ତାହା କଅଣ?
ଉ. ନଅଟି – ବୋଦ୍ଧା, ସ୍ଵରୂପ, ସଙ୍ଖ୍ୟା, ନିମିତ୍ତ, କାର୍ଯ୍ୟ, ପ୍ରତୀତି, କାଳ, ଆଶ୍ରୟ, ଵିଷୟ

୩୩. ଯେଉଁ କାଵ୍ୟରେ ଵାଚ୍ୟାର୍ଥ ଅପେକ୍ଷା ପ୍ରତୀୟମାନ ଶବ୍ଦର ଚମତ୍କାରିତା ଅଧିକ ଅନୁଭୂତ ହୋଇଥାଏ, ତାହାକୁ କଅଣ କୁହାଯାଏ?
ଉ. ଧ୍ବନିକାବ୍ୟ
(ଵ୍ୟଙ୍ଗ୍ୟାର୍ଥର ମହନୀୟତା ଉକ୍ତ କାଵ୍ୟର ବୈଶିଷ୍ଟ୍ୟ ପ୍ରତିପାଦନ କରିଥାଏ । କେବଳ ଵାଚ୍ୟାର୍ଥ ଵୈଚିତ୍ୟପୂର୍ଣ୍ଣ ହେଲେ, ତାହା ଧ୍ଵନିକାଵ୍ୟରେ ପରିଣତ ହେଵ ନାହିଁ । ସେଥିପାଇଁ ଵାଚ୍ୟାର୍ଥର ସଙ୍ଗତି ମଧ୍ଯ ରକ୍ଷିତ ହେଵା ଆବଶ୍ୟକ । ତେଣୁ କାଵ୍ୟର ଶବ୍ଦ ବିନ୍ୟାସ ଭଙ୍ଗୀ ଏପରି ହେବା ଉଚିତ, ଯଦ୍ବାରା ତାହା ଵାଚ୍ୟାର୍ଥକୁ ସଂଯତ ଓ ସଂହତ ଭାଵେ ପ୍ରକାଶ କରିଵା ସଙ୍ଗେ ସଙ୍ଗେ ପ୍ରତୀୟମାନାର୍ଥ ବା ଵ୍ୟଙ୍ଗ୍ୟାର୍ଥର ପ୍ରାଧାନ୍ୟ ରକ୍ଷା କରିପାରିଵ । ଏହି ଧ୍ବନିଗତ ଵୈଶିଷ୍ଟ୍ୟ ହିଁ କାଵ୍ୟକୁ ଉତ୍ତମ ବା ଅଧମ କାଵ୍ୟରେ ପରିଣତ କରିପାରେ । ସେଥିପାଇଁ ଅଳଙ୍କାରଶାସ୍ତ୍ରରେ ଧ୍ଵନିକାଵ୍ୟ ସର୍ଵଶ୍ରେଷ୍ଠ କାଵ୍ୟର ମହତ୍ତ୍ଵ ଲାଭ କରିଛି ।)

୩୪. ରତିସିନ୍ଧୁ ସୁଲକ୍ଷଣା କିଏ ରଚନା କରିଛନ୍ତି?
ଉ. କେଶଵରାଜ

୩୫. ଯେଉଁ କାବ୍ୟରେ ଵାଚ୍ୟାର୍ଥର ଗୁରୁତ୍ଵ ଵ୍ୟଙ୍ଗ୍ୟାର୍ଥଠାରୁ ଅଧିକ ରହିଥାଏ ଅଥଵା ସମାନ ମନୋହର ଅବସ୍ଥାରେ ଥାଏ, ତାହାକୁ କେଉଁ କାଵ୍ୟ କୁହାଯାଇଥାଏ?
ଉ. ମଧ୍ୟମ କାଵ୍ୟ ଵା ଗୁଣୀଭୂତଵ୍ୟଙ୍ଗ୍ୟ କାଵ୍ୟ
( ଅନ୍ୟ କେତେକ ଏହାକୁ ଵ୍ୟଙ୍ଗାନିଷ୍ଠ ବୋଲି କହିଥାନ୍ତି। ଵାଚ୍ୟାର୍ଥ ତୁଳନାରେ ଵ୍ୟଙ୍ଗ୍ୟାର୍ଥର ସେପରି ପ୍ରାଧାନ୍ୟ ନଥିଲେ ହେଁ, ଵାଚ୍ୟାର୍ଥ ସମ୍ପୂର୍ଣ୍ଣ ଭାବେ ଉପେକ୍ଷଣୀୟ ହୋଇ ନ ଥାଏ । ମାତ୍ର ଵ୍ୟଙ୍ଗ୍ୟାର୍ଥର ମାଧୁର୍ଯ୍ୟ ଵାଚ୍ୟାର୍ଥ ତୁଳନାରେ ଗୌଣ ସ୍ଥାନ ଅଧୂକାର କରୁଥିଵାରୁ ଏହାର ନାମ ଗୁଣୀଭୂତଵ୍ୟଙ୍ଗ୍ୟ ହୋଇଛି ।)

୩୬. ଶବ୍ଦ ଓ ଅଳଙ୍କାରଯୁକ୍ତ ରଚନା ଥିଵା କାଵ୍ୟକୁ କେଉଁ କାଵ୍ୟ କୁହାଯାଏ?
ଉ. ଚିତ୍ର କାଵ୍ୟ ଵା ଅଧମ
(ଯେଉଁଠାରେ ଶବ୍ଦାଳଙ୍କାର ମୁଖ୍ୟ ସ୍ଥାନ ଲାଭ କରିଥାଏ ସେଠାରେ ଶବ୍ଦଚିତ୍ର ଓ ଯେଉଁଠାରେ ଅର୍ଥାଳଙ୍କାର ପ୍ରାଧାନ୍ୟ ଲାଭ କରିଥାଏ, ସେଠାରେ ଅର୍ଥଚିତ୍ର ହୋଇଥାଏ।)

୩୭. ଧ୍ବନି ଦୃଷ୍ଟିରୁ କାଵ୍ୟକୁ କେତେ ଭାଗରେ ଵିଭକ୍ତ କରାଯାଇଛି ?
ଉ. ଭତ୍ତମ, ମଧ୍ୟମ, ଅଧମ ଅଦି ତିନି ଭାଗରେ:
୧. ଉତ୍ତମ କାଵ୍ୟ – କାଵ୍ୟରେ ପ୍ରତୀୟମାନ ଅର୍ଥର ପ୍ରାଧାନ୍ୟ ଅଥଵା ଚମତ୍କାରିତା ରହିଲେ ତାକୁ ଉତ୍ତମ କାଵ୍ୟ ଵା ଧ୍ବନି କାଵ୍ୟ କୁହାଯାଏ । ଯଥା – ରସକଲ୍ଲୋଳ, ଲାଵଣ୍ୟଵତୀ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ, ମାନସିଂହଙ୍କ ସାଧବ ଝିଅ ଆଦି ନାଦ୍ୟ ।

ମଧ୍ଯମ କାଵ୍ୟ – ଧ୍ୱନିର ଉପସ୍ଥିତି ସତ୍ତ୍ବେ ଯଦି ଵାଚ୍ୟାର୍ଥର ଗୁରୁତ୍ବ ଅଵ୍ୟାହତ ରହେ ତେବେ ତାହାକୁ ଗୁଣିଭୂତ ଵ୍ୟଙ୍ଗ୍ୟ ଵା ମଧ୍ୟମକାଵ୍ୟ କୁହାଯାଏ । ଯଥା – ଵିଦଗ୍ଧ ଚିନ୍ତାମଣି, ଵୈଦେହୀଶ ଵିଳାସ ଇତ୍ୟାଦି

ଅଧମ କାଵ୍ୟ – ଏହି କାଵ୍ୟରେ ଧ୍ଵନି ନଥାଏ, ଶବ୍ଦ ଓ ଅର୍ଥାଳଂକାର ସମ୍ମିଳିତ ରଚନାକୁ ଚିତ୍ରକାଵ୍ୟ ଵା ଅଧମ କାଵ୍ୟ କୁହାଯାଏ ।
ଯଥା – ଚିତ୍ରକାଵ୍ୟ ବନ୍ଦୋଦୟ

୩୮. ଅଭିଧାର୍ଥ ଓ ଲକ୍ଷ୍ୟର୍ଥଦ୍ବାରା ଧ୍ବନି ଵ୍ୟଞ୍ଜିତ ହେଉଥିଵାରୁ ଏହାର ପ୍ରଥମେ ଦୁଇଟି ଭେଦ, ଯଥା – ଅଭିଧାମୂଳା ଧ୍ଵନି ଓ ଲକ୍ଷଣାମୂଳା ଧ୍ଵନିର ପରିକଳ୍ପନା କରାଯାଇଛି । କେତେକ ଏହାକୁ ଶାବ୍ଦୀ ଏବଂ ଆର୍ଥୀଧ୍ଵନି ବୋଲି କହିଥାନ୍ତି । ଆର୍ଥୀଧ୍ଵନି ଵା ଲକ୍ଷଣାମୂଳା ଧ୍ଵନିକୁ ଅଵିଵକ୍ଷିତ ଵାଚ୍ୟଧ୍ଵନି ଏବଂ ଶାବ୍ଦୀ ବା ଅଭିଧାମୂଳ ଧ୍ଵନିକୁ ଵିଵକ୍ଷିତାନ୍ୟପରଵାଚ୍ୟ ଧ୍ବନି କହିଥାନ୍ତି ।

ଲକ୍ଷଣାମୂଳା ଧ୍ଵନି ବା ଅଵିଵକ୍ଷିତଵାଚ୍ୟ ଧ୍ବନି : ଵକ୍ତା ନିଜର ଭାଵକୁ ସବୁ ସମୟରେ ଵାଚ୍ୟ ଅର୍ଥରେ ପ୍ରକାଶ କରଵାକୁ ଚାହିଁ ନ ଥାଏ । ଯେଉଁଠାରେ ଵ୍ୟଙ୍ଗାର୍ଥ ପ୍ରାପ୍ତିରେ ଵାଚ୍ୟାର୍ଥର ଵିଵକ୍ଷା ବା ପ୍ରୟୋଜନର ଅଭାଵ ରହିଥାଏ, ସେଠାରେ ଅଵିଵକ୍ଷିତ ଵାଚ୍ୟଧ୍ବନି ହୋଇଥାଏ । ଏହି ଧ୍ଵନିର ମୂଳରେ ଲକ୍ଷଣା ରହିଥାଏ । ଏଥିରେ ଵ୍ୟଙ୍ଗାର୍ଥ ଲକ୍ଷ୍ୟର୍ଥ ଉପରେ ଆଶ୍ରିତ ରହିଥିଵାରୁ ଏହାକୁ ଲକ୍ଷଣାମୂଳାଧ୍ଵନି ବୋଲି ମଧ୍ୟ କୁହାଯାଇଥାଏ ।

ଅଵିଵକ୍ଷିତ ଵାଚ୍ୟ ଧ୍ଵନି ଦୁଇ ଭାଗରେ ବିଭକ୍ତ, ଯଥା ଅର୍ଥାନ୍ତର ସଂକ୍ରମିତ ଵାଚ୍ୟଧ୍ବନି ଓ ଅତ୍ୟନ୍ତ ତିରସ୍କୃତ ଵାଚ୍ୟଧ୍ବନି ।

ଅର୍ଥାନ୍ତର ସଂକ୍ରମିତ ଵାଚ୍ୟଧ୍ବନି – ଯେତେଵେଳେ ଵାଚ୍ୟାର୍ଥ ପ୍ରସଙ୍ଗାନୁସାରେ ନିଜର ଅର୍ଥକୁ ତ୍ୟାଗ କରି ଅନ୍ୟ ଅର୍ଥରେ ସଂକ୍ରମଣ ବା ଗମନ କରିଥାଏ, ସେତେଵେଳେ ସେଠାରେ ଅର୍ଥାନ୍ତରସଂକ୍ରମିତ ଵାଚ୍ୟଧ୍ବନି ହୋଇଥାଏ । ଏହି ଧ୍ଵନିର ମୂଳରେ ଉପାଦାନଲକ୍ଷଣା ରହିଥାଏ । ଆଚାର୍ଯ୍ୟ ମମ୍ମଟ ଏହାର ଲକ୍ଷଣ ନିର୍ଦ୍ଦେଶ କରି କହିଛନ୍ତି-ଯେତେବେଳେ ଶବ୍ଦର ମୁଖ୍ୟ ଅର୍ଥ ପ୍ରକରଣର ଅନୁକୂଳ ନ ହୋଇ ନିଜର ଵିଶେଷ ଅର୍ଥାନ୍ତରଵ୍ୟସ୍ଥ୍ୟରେ ପରିଣତ ହୋଇଯାଇଥାଏ, ସେତେଵେଳେ ତାହା ସଂକ୍ରମିତ ଵାଚ୍ୟଧ୍ବନି ନାମରେ କଥିତ ହୋଇଥାଏ ।

ଅତ୍ୟନ୍ତତିରସ୍କୃତ ଵାଚ୍ୟ ଧ୍ବନି – ଯେଉଁ ଧ୍ବନିରେ ଵାଚ୍ୟାର୍ଥର ସର୍ଵଦା ତିରସ୍କାର ବା ପରିତ୍ୟାଗ ହୋଇଥାଏ, ସେଠାରେ ଅତ୍ୟନ୍ତତିରସ୍କୃତ ଵାଚ୍ୟଧ୍ବନି ହୋଇଥାଏ । ଏହି ଧ୍ବନିରେ ପ୍ରୟୋଜନନତୀ ଲକ୍ଷଣାର ଉପସ୍ଥିତି ରହିଥାଏ । ଵାଚ୍ୟାର୍ଥର ସମ୍ପୂର୍ଣ୍ଣ ପରିତ୍ୟାଗ କରାଯାଇ ଅନ୍ୟ ଏକ ସ୍ଵତନ୍ତ୍ର ଅର୍ଥ ପ୍ରକାଶିତ ହେଉଥିଵାରୁ ଏହା ଅତ୍ୟନ୍ତତିରସ୍କୃତ ଵାଚ୍ୟଧ୍ଵନି ।

୩୯. ପ୍ରକାଶିତ ଅର୍ଥ ଅସ୍ତ୍ୟର୍ଥକ, ମାତ୍ର ପ୍ରତିପାଦ୍ୟ ଅର୍ଥ ନିଷେଧାତ୍ମକ ହେଲେ କେଉଁ ଵାଚ୍ୟଧ୍ବନି ହୁଏ?
ଉ. ଅତ୍ୟନ୍ତ ତିରସ୍କୃତ ଵାଚ୍ୟଧ୍ବନି

୪୦. ଅଭିଧାମୂଳା ବା ଵିଵକ୍ଷିତାନ୍ୟପରଵାଚ୍ୟ ଧ୍ବନି : ଯେଉଁ ଧ୍ୱନିରେ ଵାଚ୍ୟାର୍ଥର ଵିଵକ୍ଷା ହୋଇଥାଏ, ଅର୍ଥାତ୍ ଵାଚ୍ୟାର୍ଥ ଉଭୟ ଅଭୀଷ୍ଟ ବା ଵ୍ୟଙ୍ଗ୍ୟନିଷ୍ଠ ହୋଇଥାଏ, ତାହାକୁ ଵିଵକ୍ଷିତାନ୍ୟପରବାଚ୍ୟ ଧ୍ବନି କୁହାଯାଏ ।

୪୧.ଯେଉଁ ଧ୍ଵନିର ମୂଳରେ ଅଭିଧା ରହିଥାଏ, ତାହା କେଉଁ ଧ୍ଵନି ଅଟେ?
ଉ. ଅଭିଧାମୂଳା ଧ୍ଵନି

୪୨. ଯେଉଁଠାରେ ଵାଚ୍ୟାର୍ଥ ନିଜେ ରହି ଵ୍ୟଙ୍ଗ୍ୟାର୍ଥକୁ ବୁଝାଏ, ତାହା ଵିଵକ୍ଷିତାନ୍ୟପରଵାଚ୍ୟ ଧ୍ବନି ନାମରେ ନାମିତ ।

୪୫. ଅଭିଧାମୂଳା ବା ଵିଵକ୍ଷିତାନ୍ୟପରବାଚ୍ୟ ଧ୍ବନି ଦୁଇ ଭାଗରେ ବିଭକ୍ତ, ଯଥା – ଅସଂଲକ୍ଷ୍ୟକ୍ରମ ଵ୍ୟଙ୍ଗ୍ୟଧ୍ବନି ଓ ସଂଲକ୍ଷ୍ୟକ୍ରମ ଵ୍ୟଙ୍ଗ୍ୟଧ୍ବନି ।

୪୬. କାଵ୍ୟରେ ମୁଖ୍ୟତଃ ତିନୋଟି ଧ୍ୱନି ଵିଶେଷ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସେହି ତିନୋଟି ଧ୍ବନି କଅଣ?
ଉ. ରସଧ୍ବନି, ଵସ୍ତୁଧ୍ଵନି ଓ ଅଳଙ୍କାର ଧ୍ବନି
(ରସଧ୍ବନି ଅସଂଲକ୍ଷ୍ୟକ୍ରମ ଵ୍ୟଙ୍ଗ୍ୟଧ୍ଵନିର ଅନ୍ତର୍ଭୁକ୍ତ ହୋଇଥିବା ସମୟରେ ଅନ୍ୟ ଦୁଇଟି ଧ୍ବନି ସଂଲକ୍ଷ୍ୟକ୍ରମଵ୍ୟଙ୍ଗ୍ୟ ଧ୍ବନି ଅନ୍ତର୍ଗତ ।)

୪୭. ଵାଚ୍ୟାର୍ଥ ପ୍ରତୀତିରେ ଯେଉଁଠାରେ ପର୍ଵାପର୍ଯ୍ୟ କ୍ରମ ରହିଥାଏ, ତାହାକୁ କଅଣ କୁହାଯାଏ?
ଉ. ସଂଲକ୍ଷ୍ୟକ୍ରମ ଵ୍ୟଙ୍ଗ୍ୟଧ୍ଵନି

୪୮. ସଂଲକ୍ଷ୍ୟକ୍ରମ ଵ୍ୟଙ୍ଗ୍ୟଧ୍ଵନି କେତେ ଭାଗରେ ଵିଭକ୍ତ ? ତାହା କଅଣ କଅଣ?
ଉ. ଵସ୍ତୁ ଧ୍ଵନି, ଅଳଙ୍କାର ଧ୍ଵନି

୪୯. ଯେତେବେଳେ ପ୍ରତୀୟମାନ ଅର୍ଥ ଗୋଟିଏ ଵିଷୟ ଅଥଵା ଵସ୍ତୁମାତ୍ରକୁ ସୂଚିତ କରେ, ସେତେଵେଳେ ତାହା କେଉଁ ଧ୍ଵନି ହୋଇଥାଏ ?
ଉ. ଵସ୍ତୁଧ୍ୱନି

୫୦. ଯେଉଁଥିରେ କେଵଳ ଗୋଟିଏ ଵସ୍ତୁ ଵା ଗୋଟିଏ ତଥ୍ୟ ମାତ୍ର ପରିଵେଷଣ କରାଯାଇଥାଏ ଵା ଅଭିଵ୍ୟଞ୍ଜିତ ହୋଇଥାଏ, ଅଥଚ ଅଳଙ୍କାର କିମ୍ବା ରସ ଵ୍ୟଞ୍ଜିତ ହୋଇ ନ ଥାଏ, ସେଠାରେ କେଉଁ ହୋଇଥାଏ ?
ଉ. ଵସ୍ତୁଧ୍ବନି

୫୧. ଯେତେଵେଳେ କୌଣସି ପଦରୁ ଵାଚ୍ୟାର୍ଥ ଵ୍ୟତୀତ ଵ୍ୟଙ୍ଗ୍ୟାର୍ଥରୁ କୌଣସି ଅଳଙ୍କାର ଵ୍ୟଞ୍ଜିତ ହୋଇଥାଏ ଅଥଵା ଅଭିଵ୍ୟଞ୍ଜିତ ପଦାର୍ଥ କାଳ୍ପନିକ ଏବଂ ଵାଚକ ଶବ୍ଦଦ୍ବାରା ଅଭିଵ୍ୟକ୍ତି ଲାଭ କରି ଏକ ଅଳଙ୍କାର ରୂପ ନିଏ, ସେଠାରେ କେଉଁ ଧ୍ଵନି ହୋଇଥାଏ?
ଉ. ଅଳଙ୍କାର ଧ୍ବନି

*** ଔଚିତ୍ୟ ***

୫୨. ଔଚିତ୍ୟଵାଦର ପ୍ରତିଷ୍ଠାତା କିଏ?
ଉ. ଆଚାର୍ଯ୍ୟ କ୍ଷେମେନ୍ଦ୍ର

୫୩. ଆଚାର୍ଯ୍ୟ କ୍ଷେମେନ୍ଦ୍ରଙ୍କ ଔଚିତ୍ୟ ସମ୍ପର୍କୀୟ ପ୍ରାମାଣିକ ଗ୍ରନ୍ଥଟି କଅଣ?
ଉ. ଔଚିତ୍ୟଵିଚାର ଚର୍ଚ୍ଚା

୫୪. ଆଚାର୍ଯ୍ୟ କ୍ଷେମେନ୍ଦ୍ର ଔଚିତ୍ୟରେ କେତେ ଭେଦ ନିର୍ଣ୍ଣୟ କରିଛନ୍ତି?
ଉ. ୨୭ (ପଦ, ଵାକ୍ୟ, ପ୍ରବନ୍ଧାର୍ଥ, ଗୁଣ, ଅଳଙ୍କାର, ରସ, କ୍ରିୟା, କାରକ, ଲିଙ୍ଗ, ଵଚନ, ଵିଶେଷଣ, ଉପସର୍ଗ, ନିପାତ, କାଳ, ଦେଶ, କୁଳ, ଵ୍ରତ, ତତ୍ତ୍ଵ, ଅଭିପ୍ରାୟ, ସ୍ଵଭାଵ, ସାରସଂଗ୍ରହ, ପ୍ରତିଭା, ଅଵସ୍ଥା, ଵିଚାର, ନାମ, ଆଶୀର୍ଵାଦ, ଵୃତ୍ତ)

୫୫. ଆଚାର୍ଯ୍ୟ କ୍ଷେମେନ୍ଦ୍ର ଔଚିତ୍ୟ ଵିଚାରର ମୂଳ ପ୍ରେରଣା କାହାଠାରୁ ପାଇଛନ୍ତି?
ଉ. ଆନନ୍ଦଵର୍ଦ୍ଧନ

୫୬. କ୍ଷେମେନ୍ଦ୍ର କାହାର ଶିଷ୍ୟ ଥିଲେ?
ଉ. ଅଭିନଵ ଗୁପ୍ତ

୫୭. ଅଭିନଵ ଗୁପ୍ତ କାହାର ଶିଷ୍ୟ ଥିଲେ?
ଉ. ଆନନ୍ଦଵର୍ଦ୍ଧନ

୫୮. ରସ ଓ ଔଚିତ୍ୟର ସମ୍ପର୍କ ଅତୁଟ ବୋଲି କିଏ ଵିଚାର କରିଥିଲେ?
ଉ. ଆନନ୍ଦଵର୍ଦ୍ଧନ

୫୯. କ୍ଷେମେନ୍ଦ୍ରଙ୍କ ଦ୍ଵାରା ରଚିତ ଔଚିତ୍ୟ ଵିଚାର ଚର୍ଚ୍ଚାର ଉପଜିଵ୍ୟ ଗ୍ରନ୍ଥ କେଉଁଟି?
ଉ. ଆନନ୍ଦଵର୍ଦ୍ଧନଙ୍କ ଧ୍ବନ୍ୟାଲୋକ

୬୦. କ୍ଷେମେନ୍ଦ୍ର ଵୃତ୍ତ ସମ୍ବନ୍ଧୀୟ ଔଚିତ୍ୟ ଵିଚାର କେଉଁ ସ୍ୱତନ୍ତ୍ର ଗ୍ରନ୍ଥରେ କରିଛନ୍ତି?
ଉ. ସୁଵୃତ୍ତ ତିଳକ

୬୧. ଔଚିତ୍ୟ କାହାର ଜିଵୀତ ଵା ପ୍ରାଣ ବୋଲି ଗୃହୀତ ହୋଇଛି?
ଉ. ରସ-ଧ୍ଵନି

***ଔଚିତ୍ୟର ସମସ୍ତ ପ୍ରକାର ଭେଦ ପଠନ କରନ୍ତୁ ।***
ପଦ ଔଚିତ୍ୟ, ଅଳଙ୍କାର ଔଚିତ୍ୟ, ତତ୍ତ୍ୱ ଔଚିତ୍ୟ, ଅଵସ୍ଥା ଔଚିତ୍ୟ, ରସ ଔଚିତ୍ୟ, ଵ୍ରତ ଔଚିତ୍ୟ, କାରକ ଔଚିତ୍ୟ, ଲିଙ୍ଗ ଔଚିତ୍ୟ, ଅଭିପ୍ରାୟ ଔଚିତ୍ୟ, ନାମ ଔଚିତ୍ୟ, ପ୍ରତିଭା ଔଚିତ୍ୟ, ଗୁଣ ଔଚିତ୍ୟ, ଵିଶେଷଣ ଔଚିତ୍ୟ, ଵିଚାର ଔଚିତ୍ୟ, ଵୃତ୍ତ ଔଚିତ୍ୟ, କୁଳ ଔଚିତ୍ୟ

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

MAOD 4 ଭାରତୀୟ କାଵ୍ଯତତ୍ତ୍ଵ BLOCK 3 ଵକ୍ରୋକ୍ତି

୧. ଵକ୍ରୋକ୍ତି ଅଥର୍ଵ ଵେଦରେ କେଉଁ ଅର୍ଥରେ ଵ୍ୟଵହୃତ ହୋଇଛି?
ଉ. କୁଟିଳ ଅର୍ଥରେ

୨. ଵକ୍ରୋକ୍ତି ‘ମେଘଦୂତ’ରେ କେଉଁ ଅର୍ଥରେ ଵ୍ୟଵହୃତ ହୋଇଛି?
ଉ. ବଙ୍କାମାର୍ଗ

୩. ‘ଵକ୍ରୋକ୍ତି ଅନ୍ୟ କେଉଁ ନାମରେ ମଧ୍ୟ ଜଣା?
ଉ. ଅତିଶୟୋକ୍ତି

୪. ‘ଶାସ୍ତ୍ର ତଥା ଲୋକରେ ଯେଉଁ ଵଚନ ଅଵ୍ୟକ୍ତ ତାହାର ନାମ ଵଚନ ଏବଂ ଅର୍ଥଵାଦ ଆଦିରେ ଯେଉଁ ଵକ୍ରତା ଦେଖାଯାଏ, ତାହାର ନାମ କାଵ୍ୟ ।’ କିଏ କହିଛନ୍ତି?
ଉ. ଭୋଜରାଜ

୫. “ଵକ୍ତା ଭିନ୍ନ ଉଦ୍ଦେଶ୍ୟରେ ଯେଉଁ ବାକ୍ୟ ପ୍ରୟୋଗ କରିଥାଏ, ଶ୍ରୋତା ଶ୍ଳେଷ କାକୁ ନେଇ ତା’ର ଅନ୍ୟପ୍ରକାର ଅର୍ଥ କଲେ, ଵକ୍ରୋକ୍ତି ଅଳଙ୍କାର ହୋଇଥାଏ ।” କିଏ ମତ ଦେଇଛନ୍ତି?
ଉ. ଆଚାର୍ଯ୍ୟ ମମ୍ମଟ

୬. କିଏ ଅଳଙ୍କାରକୁ କାଵ୍ୟର ସର୍ଵସ୍ଵରୂପେ ଵିଚାର କରିବା ସଙ୍ଗେ ସଙ୍ଗେ ‘ଵକ୍ରୋକ୍ତି’କୁ ଅଳଙ୍କାରର ପ୍ରାଣ ଭାଵରେ ଗ୍ରହଣ କରିଥିଲେ?
ଉ. ଭାମହ
(ତାଙ୍କ ମତରେ ଶବ୍ଦବକ୍ରତା ଓ ଅର୍ଥବକ୍ରତାରେ ସମନ୍ବିତ ଵକ୍ରୋକ୍ତି ଅଳଙ୍କାରର ଜନନୀ । ଅର୍ଥାତ୍ ଵକ୍ତାଭିଧେୟ ଶବ୍ଦୋକ୍ତି ବା ଶବ୍ଦାର୍ଥୋକ୍ତି ରୂପ ଵକ୍ରୋକ୍ତିର ଉପସ୍ଥିତି ପରେହିଁ କୌଣସି ଅଳଙ୍କାରର ଅସ୍ତିତ୍ଵ ସ୍ଵୀକୃତ ହୋଇଥାଏ।)

୭. “ସ୍ଵଭାଵୋକ୍ତିଠାରୁ ଭିନ୍ନ ଚମତ୍କାରପୂର୍ଣ ଉକ୍ତହିଁ ଵକ୍ରୋକ୍ତି ।” କିଏ କହିଛନ୍ତି?
ଉ. ଦଣ୍ଡି

୮. କିଏ ‘ଵକ୍ରୋକ୍ତି’ର ସୀମାକୁ ଅଧିକ ସଙ୍କୁଚିତ କରି ‘ଵକ୍ରୋକ୍ତି’କୁ ଏକ ଶବ୍ଦାଳଙ୍କାର ଭାବରେ ଗ୍ରହଣ କରି ଶ୍ଳେଷ ଵକ୍ରୋକ୍ତି ଓ କାକୁ ଵକ୍ରୋକ୍ତି – ଏହିପରି ତା’ର ଦୁଇଟି ଭେଦ ନିରୂପଣ କରିଛନ୍ତି ?
ଉ. ରୁଦ୍ରଟ

୯. ଭୋଜରାଜ ସମସ୍ତ ବାଙ୍ମୟକୁ କେତେ ଭାଗରେ ଵିଭକ୍ତ କରିଛନ୍ତି?
ଉ. ୩, ଵକ୍ରୋକ୍ତି, ରସୋକ୍ତି ଓ ସ୍ଵଭାଵୋକ୍ତି
(ଏହାକୁ ଅଧିକ ସ୍ପଷ୍ଟ କରିବାକୁ ଯାଇ ସେ କହିଛନ୍ତି, “ ଅଳଙ୍କାରର ପ୍ରଧାନତା ରହେ, ସେଠାରେ ଵକ୍ରୋକ୍ତି, ଗୁଣର ପ୍ରାଧାନ୍ୟ ସ୍ଵୀକୃତ ହେଲେ ସ୍ଵଭାଵୋକ୍ତି ଏବଂ ଵିଭାଵାଦିର ସଂଯୋଗରେ ରସର ନିଷ୍ପତ୍ତି ହେଲେ ରସୋକ୍ତି ହୋଇଥାଏ।)

୧୦. “ଵକ୍ତା ଅନ୍ୟ ଅଭିପ୍ରାୟରେ ଯେଉଁ ଵାକ୍ୟ ପ୍ରୟୋଗ କରିଥାଏ, ଶ୍ରୋତା ଶ୍ଳେଷ ବା କାକୁ ନେଇ ସେହି ଵାକ୍ୟର ଅନ୍ୟ ଅର୍ଥ କଲେ, ଵକ୍ରୋକ୍ତି ଅଳଙ୍କାର ହୁଏ।” କିଏ କହିଛନ୍ତି?
ଉ. ମମ୍ମଟ

୧୧. ମମ୍ମଟ ଵକ୍ରୋକ୍ତି ଅଳଙ୍କାରକୁ କେତେ ଭାଗରେ ଵିଭକ୍ତ କରିଛନ୍ତି? ତାହା କଅଣ?
ଉ. ଶ୍ଲେଷଵକ୍ରୋକ୍ତି ଓ କାକୁଵକ୍ରୋକ୍ତି ଭେଦରେ ଏହା ଦୁଇ ପ୍ରକାର

୧୨. କିଏ ଶବ୍ଦ ଏବଂ ଅର୍ଥକୁ ଅଳଙ୍କାର୍ଯ୍ୟ ଭାଵରେ ଏବଂ ଵକ୍ରୋକ୍ତିକୁ ତା’ର ଅଳଙ୍କାରଭାବେ ସ୍ୱୀକାର କରିଛନ୍ତି ?
ଉ. ଆଚାର୍ଯ୍ୟ କୁନ୍ତକ

୧୩. ଦଣ୍ଡି ସମସ୍ତ ବାଙ୍ମୟକୁ କେତେ ଭାଗରେ ଵିଭକ୍ତ କରିଛନ୍ତି? ତାହା କଅଣ?
ଉ. ୨, ଵକ୍ରୋକ୍ତି ଓ ସ୍ଵଭାଵୋକ୍ତି

୧୪. ଵକ୍ରୋକ୍ତି ଓ ସ୍ଵଭାଵୋକ୍ତି ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ବୋଲି କିଏ କହିଥିଲେ?
ଉ. ଆନନ୍ଦଵର୍ଦ୍ଧନ

୧୫. ଚିତ୍ରକାଵ୍ୟକୁ କିଏ ସ୍ଵଭାଵୋକ୍ତି ବୋଲି କିଏ କହିଥିଲେ?
ଉ. ଆନନ୍ଦଵର୍ଦ୍ଧନ

୧୬. କ୍ରେଚେଙ୍କ ମତାନୁଯାୟୀ ଆତ୍ମାର କେତୋଟି କ୍ରିୟା ଅଛି? ତାହା କଅଣ?
ଉ. ୨, ଵିଚାରାତ୍ମକ, ଵ୍ୟଵହାରାତ୍ମକ

୧୭. ଵିଚାରାତ୍ମକ ଜ୍ଞାନ କେତେ ପ୍ରକାର? ତାହା କଅଣ କଅଣ?
ଉ. ୨. ସହଜାନୁଭୂତ, ତର୍କମୂଳକ

୧୮. ଵ୍ୟଵହାରାତ୍ମକ ଜ୍ଞାନ କେତେ ପ୍ରକାର? ତାହା କଅଣ କଅଣ?
ଉ. ୨, ଆର୍ଥିକ, ନୈତିକ ଶାସ୍ତ୍ର

୧୯. କୁନ୍ତଙ୍କ ମତରେ ପ୍ରସିଦ୍ଧ କଥନରେ ଭିନ୍ନ ଵିଲକ୍ଷଣ ପ୍ରକାର ଵର୍ଣ୍ଣନାଶୈଳୀକୁ କଅଣ କୁହାଯାଏ?
ଉ. ଵକ୍ରୋକ୍ତି

୨୦. ଵକ୍ରୋକ୍ତିକୁ କିଏ କାଵ୍ୟର ଆତ୍ମା ଭାଵେ ଗ୍ରହଣ କରିଵା ସହ ଏହାର ଲକ୍ଷ୍ୟ ଲୋକତ୍ତୋର ଚମତ୍କାରକାରୀ ଵୈଚିତ୍ରର ସିଦ୍ଧି ବୋଲି କହିଛନ୍ତି?
ଉ. ଆଚାର୍ଯ୍ୟ କୁନ୍ତକ

୨୧. କୁନ୍ତକଙ୍କ ଵକ୍ରୋକ୍ତି ଜୀଵୀତମ ଗ୍ରନ୍ଥର କେତୋଟି ଭାଗ ରହିଛି, ତାହା କଅଣ?
ଉ. ୩, କାରିକା, ଵୃତ୍ତି, ଉଦାହରଣ

୨୩. ଓଡ଼ିଆ କାଵ୍ୟମାନଙ୍କରେ ଵକ୍ରୋକ୍ତି କେଉଁ ଭାଵେ ଗୃହୀତ? ଏହାର ପ୍ରୟୋଗ କେଉଁଥିରେ ହୋଇଛି?
ଉ. ବଙ୍କା କଥା ଵା ଚଟୁଳ କଥା, ପରିହାସ ଵାଣୀ ଵା ମଜାକଥାରେ ପ୍ରୟୋଗ

୨୪. କୁନ୍ତକ ଵକ୍ରୋକ୍ତିକୁ କେତେ ଭାଗରେ ଵିଭକ୍ତ କରିଛନ୍ତି?
ଉ. ୬, କର୍ମ ଵିନ୍ୟାସ ଵକ୍ରତା, ପଦ ପୂର୍ଵାର୍ଦ୍ଧ ଵକ୍ରତା, ପଦପରାର୍ଦ୍ଧ ଵକ୍ରତା, କାଵ୍ୟ ଵକ୍ରତା, ପ୍ରକରଣ ଵକ୍ରତା, ପ୍ରବନ୍ଧ ଵକ୍ରତା
(ପ୍ରତ୍ୟେକ ଭେଦରେ ଉପଭେଦ ଅଛି)

***ଵକ୍ରୋକ୍ତିର ପ୍ରକାର ଭେଦ ପୁସ୍ତକରୁ ପଠନ କରନ୍ତୁ***

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

MAOD 4 ଭାରତୀୟ କାଵ୍ଯତତ୍ତ୍ଵ BLOCK 4 ଛନ୍ଦ ଓ ଅଳଙ୍କାର

୧. କେଉଁ ଵୈଶିଷ୍ଟ୍ୟ ଯୋଗୁଁ ଛନ୍ଦ ଛନ୍ଦ ମଧ୍ୟରେ ପାର୍ଥକ୍ୟ ଜଣାପଡ଼େ?
ଉ. ଅକ୍ଷର ସଂଖ୍ୟା, ଯତିପାତ, ଓ ପଦ ଗଠନ ଶୈଳୀ

୨. ଛନ୍ଦ କିପରି ସୃଷ୍ଟି ହୁଏ?
ଉ. ଵିଭିନ୍ନ ଵର୍ଣ୍ଣ, ଧ୍ଵନି ଓ ଶବ୍ଦମାନଙ୍କର ଅନୁଶାସନ ମୂଳକ ବାରବାର ଵ୍ୟଵହାର ଦ୍ୱାରା ଛନ୍ଦ ସୃଷ୍ଟି ହୁଏ ।

୩. ଛନ୍ଦ ମାଧ୍ୟମରେ ସଙ୍ଗଠିତ ହୋଇଥିଵା ପଦକୁ ଆମେ କଅଣ କହିଥାଉ?
ଉ. ପଦ୍ୟ

୪. ବଙ୍ଗଳାଶ୍ରୀ ଛନ୍ଦରେ କେତେ ପାଦରେ ଏକ ପଦ ହୁଏ?
ଉ. ୨

୫. ଚୋଖି ଛନ୍ଦରେ କେତେ ପାଦରେ ଏକ ପଦ ହୁଏ?
ଉ. ୪

୬. ଚୋଖି ଛନ୍ଦର ଵୈଶିଷ୍ଟ୍ୟ କଅଣ ?
ଉ. ଚାରି ପାଦରେ ଏକ ପଦ, ପ୍ରଥମ ଦ୍ଵିତୀୟ ପାଦ ୨୯ ଅକ୍ଷର, ତୃତୀୟ ପାଦ ୯ ଅକ୍ଷର, ଚତୁର୍ଥ ୧୩ ଅକ୍ଷର ଵିଶିଷ୍ଟ ହୋଇଥାଏ । ପ୍ରଥମ ଓ ଦ୍ଵିତୀୟ ପାଦରେ ଷଷ୍ଠ, ଅଷ୍ଟମ, ଚତୁର୍ଦ୍ଦଶ, ଷୋଡ଼ଶ, ଵିଂଶ, ଚତୁର୍ଵିଂଶ ଶେଷ ଅକ୍ଷରଉପରେ ଯତିପାତ ହୁଏ । ତୃତୀୟ ପାଦର ଷଷ୍ଠ ଓ ଶେଷ ଅକ୍ଷର ଓ ଚତୁର୍ଥ ପାଦର ଷଷ୍ଠ, ଅଷ୍ଟମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ।

୭. ବଙ୍ଗଳାଶ୍ରୀ ଛନ୍ଦର ଵୈଶିଷ୍ଟ୍ୟ କଅଣ ?
ଉ. ଦୁଇପାଦରେ ଏକ ପଦ, ପ୍ରତ୍ୟେକ ପାଦ ୨୦ ଅକ୍ଷର ଵିଶିଷ୍ଟ, ପ୍ରତ୍ୟେକ ପାଦର ଷଷ୍ଠ, ଦ୍ୱାଦଶ, ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।

୮. ଛନ୍ଦର ଆଧାର କଅଣ?
ଉ. ସ୍ୱର

୯. ନାଦ କାହାକୁ କୁହନ୍ତି? ନାଦ କେତେ ପ୍ରକାର ?
ଉ. ନକାର ହେଉଛି ପ୍ରାଣଵାୟୁ ଏବଂ ଦକାର ହେଉଛି ଅଗ୍ନିଵାୟୁ । ଏହାର ସମ୍ମେଳନ ଦ୍ବାରା ଯେଉଁ ଧ୍ୱନି ସୃଷ୍ଟି ହୁଏ, ତାହାକୁ ନାଦ କହନ୍ତି । ନାଦର ଦୁଇ ଭାଗ: ଅନାହତ ନାଦ ଓ ଆହତ ନାଦ । ଶ୍ରୁତି ମଧୁର ଏବଂ ସଙ୍ଗୀତର ଉପଯୋଗୀ ଧ୍ଵନିକୁ “ନାଦ” କୁହାଯାଏ।

୧୦. ରାବ କାହାକୁ କୁହନ୍ତି?
କୌଣସି ଶୃଙ୍ଖଳା ନଥାଇ, ଛନ୍ଦ ନଥାଇ ଯେଉଁ ଧ୍ବନିର ଉତ୍ପନ୍ନ ହୋଇଥାଏ ମୁଖ୍ୟତଃ ରାବ କୁହାଯାଇଥାଏ। ରାବର ପରିସର ମଧ୍ୟରେ ଯାନ୍ତ୍ରିକ ଧ୍ବନି, କଳରବ, ଚିତ୍କାର, ହାସ୍ୟରୋଳ, ଯୁଦ୍ଧ ସମୟର ବିଭିନ୍ନ ମାରଣାସ୍ତ୍ର ଉତ୍ପନ୍ନ ଧ୍ବନି, ପଶୁପକ୍ଷୀଙ୍କର ଗର୍ଜନଙ୍କୁ ରାବ କୁହାଯିଵ ।

୧୧. ଗୀତଗୋଵିନ୍ଦରେ ଯଥାକ୍ରମେ କେତୋଟି ରାଗ ଓ ତାଳ ଵ୍ୟଵହାର କରାଯାଇଛି?
ଉ. ୧୧, ୬

୧୨. ସଙ୍ଗୀତଜ୍ଞ ଶ୍ୟାମସୁନ୍ଦର ଧୀରଙ୍କ ମତରେ ଯଥାକ୍ରମେ ଅନିୟମିତ ସମୟ ଓ ନିୟମିତ ସମୟ ମଧ୍ୟରେ ଵାକ୍ୟ ପ୍ରକାଶ ହେଲେ ତାହାକୁ କଅଣ କୁହାଯାଏ?
ଉ. ଗଦ୍ୟ, ପଦ୍ୟ

୧୩. ଏକକ ଗାନଧର୍ମ ଓ ଘୋଷାପଦ ନଥିଲେ ତାହାକୁ କଅଣ କୁହାଯାଏ?
ଉ. ଛାନ୍ଦ

୧୪. ଭାଗଵତ କେଉଁ ଛନ୍ଦରେ ରଚିତ? ତାହା ଲୋକପ୍ରିୟ ହୋଇ କେଉଁ ଵୃତ୍ତରେ ପରିଣତ ହୋଇଛି?
ଉ. ଗୁଜ୍ଜ୍ୱରୀ, ନଵାକ୍ଷରୀ ଵା ଭାଗଵତ ଵୃତ୍ତ

୧୫. ଛନ୍ଦ ଓ ଵୃତ୍ତ ଵା ଵାଣୀ ଓ ରାଗ ଯଥାକ୍ରମେ ପଦ୍ୟର କେଉଁ ଧର୍ମକୁ ସୂଚାଇଥାଆନ୍ତି?
ଉ. ପଦ୍ୟର ଆଵୃତ୍ତି ଧର୍ମିତା, ଗାନ ଧର୍ମିତା

୧୬. ଯେଉଁ ପଦ୍ୟ ରଚନାରେ ସମ ସଂଖ୍ୟକ ଅକ୍ଷର ପ୍ରତ୍ୟେକ ପାଦରେ ରଖାଯାଏ ତାହାକୁ କେଉଁ ଛନ୍ଦ କୁହାଯାଏ?
ଉ. ଵୃତ୍ତ ଛନ୍ଦ

୧୭. ଯେଉଁ ପଦ୍ୟ ରଚନାରେ ଅକ୍ଷର ସଂଖ୍ୟାରେ ଗୁରୁତ୍ବ ନଦେଇ “ମାତ୍ରା” ଉପରେ ଗୁରୁତ୍ୱ ପ୍ରଦାନ କରାଯାଏ, ତାହାକୁ କେଉଁ ଛନ୍ଦ କୁହାଯାଏ ?
ଉ. ଜାତିଛନ୍ଦ

୧୮. “ଵୃତ୍ତ”କୁ କେତେଭାଗରେ ଵିଭକ୍ତ କରାଯାଇଛି? ତାହା କଅଣ କଅଣ?
ଉ. (୧) ସମଵୃତ୍ତ (୨) ଅର୍ଦ୍ଧ ସମଵୃତ୍ତ ଓ (୩) ଵିଷମ ଵୃତ୍ତ

୧୯. ଯେଉଁଠାରେ ଗୋଟିଏ ପଦର ଚାରିପାଦର ଅକ୍ଷର ସଂଖ୍ୟା ସମାନ, ସେଠାରେ କେଉଁବୃତ୍ତ ହୋଇଥାଏ?
ଉ. ସମଵୃତ୍ତ

୨୦. ଯେଉଁଠାରେ ପ୍ରଥମପାଦର ଅକ୍ଷର ସଂଖ୍ୟା ତୃତୀୟ ପାଦର ଅକ୍ଷର ସଂଖ୍ୟା ସହ ସମାନ ଓ ଦ୍ଵିତୀୟ ପାଦର ଅକ୍ଷର ସଂଖ୍ୟା ଚତୁର୍ଥ ପାଦର ଅକ୍ଷର ସଂଖ୍ୟା ସଙ୍ଗେ ସମାନ ହୋଇଥାଏ, ସେଠାରେ କେଉଁବୃତ୍ତ ହୋଇଥାଏ?
ଉ. ଅର୍ଦ୍ଧ ସମଵୃତ୍ତ

୨୧. ଯେଉଁ ପଦ୍ୟର ପାଦମାନଙ୍କର ଅକ୍ଷର ସଂଖ୍ୟାରେ ସମତା ନଥାଏ, ସେଠାରେ କେଉଁ ଵୃତ୍ତ ହୋଇଥାଏ?
ଉ. ଵିଷମଵୃତ୍ତ

୨୨. ଅକ୍ଷର ଭିତ୍ତିରେ ଓଡ଼ିଆ ଛନ୍ଦକୁ କେତେ ଭାଗରେ ଵିଭକ୍ତ କରାଯାଇଥାଏ ? ସେଗୁଡ଼ିକ କଅଣ କଅଣ?
ଉ. (କ) ମିତ୍ରାକ୍ଷର (ଖ) ପୂର୍ଣ୍ଣମିତ୍ରାକ୍ଷର (ଗ) ଅମିତ୍ରାକ୍ଷର (ଘ) ଅପୂର୍ଣ୍ଣମିତ୍ରାକ୍ଷର

୨୩. ଯେଉଁ କଵିତାରେ ପାଦର ପ୍ରାନ୍ତ ଅକ୍ଷରର ମିଳନ ହୁଏ ଵା ସମାନତା ରହେ, ତାହାକୁ କେଉଁ ଛନ୍ଦ କୁହାଯାଏ?
ଉ. ମିତ୍ରାକ୍ଷର ଛନ୍ଦ

୨୪. ପାଦର ଅନ୍ତ୍ୟ ଅକ୍ଷର ସହ ଅନ୍ୟ ଅକ୍ଷରର ପୂର୍ଵଵର୍ତ୍ତୀ ସ୍ଵର ସହିତ ପରଵର୍ତ୍ତି ପାଦର ଅନ୍ୟ ଅକ୍ଷର ଓ ଅନ୍ୟ ଅକ୍ଷର ପୂର୍ଵଵର୍ତ୍ତୀ ସ୍ଵରର ମିଳନ ଘଟିଲେ କେଉଁ ଛନ୍ଦ ହୋଇଥାଏ?
ଉ. ପୂର୍ଣ୍ଣମିତ୍ରାକ୍ଷର ଛନ୍ଦ

୨୫. କେଉଁ ଛନ୍ଦରେ କେଵଳ ଅନ୍ତ୍ୟଅକ୍ଷରରେ ମିଳନ ଘଟିଥାଏ?
ଉ. ଅପୂର୍ଣ୍ଣମିତ୍ରାକ୍ଷର

୨୬. ଉତ୍କଳ କମଳା ଵିଳାସ ଦୀର୍ଘକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା । ଏଥିରେ କେଉଁ ଛନ୍ଦ ହୋଇଛି?
ଉ. ପୂର୍ଣ୍ଣମିତ୍ରାକ୍ଷର

୨୭. ଅମିତ୍ରାକ୍ଷର ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଏହି ଛନ୍ଦର କବିତାରେ ଅନ୍ତ୍ଯଅକ୍ଷର ମିଳନରେ ଶୃଙ୍ଖଳା ଦୃଷ୍ଟି ଗୋଚର ହୁଏନାହିଁ । ପ୍ରତ୍ୟେକ ପାଦର ଅଷ୍ଟମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ । ଛନ୍ଦର ପାଦ ସଂଖ୍ୟାରେ ମଧ୍ୟ ଶୃଙ୍ଖଳା ପରିଲକ୍ଷିତ ହୁଏ ନାହିଁ । ଛନ୍ଦରେ ପଦ ଓ ପାଦ ଵିଭାଜନ ନଥାଏ ।

୨୮. ଅମିତ୍ରାକ୍ଷର ଛନ୍ଦର (Blank verse) ସଫଳ ପ୍ରୟୋଗ କେଉଁ କାଵ୍ୟରେ ଦେଖିଵାକୁ ମିଳେ?
ଉ. କଵିଵର ରାଧାନାଥ ରାୟ ତାଙ୍କର ‘ମହାଯାତ୍ରା’ କାଵ୍ୟରେ ।
ପ୍ରାଚୀନ ଓଡ଼ିଆ କବିତାରେ ଏହି ଛନ୍ଦର ଵ୍ୟଵହାର ନଥିଲା । ଇଂଲିଶ ସାହିତ୍ୟରେ ଵ୍ୟଵହୃତ ହେଉଥିବା ଅମିତ୍ରାକ୍ଷର (Blank Verse) ର ଏହା ସଫଳ ପ୍ରୟୋଗ ।

୨୯. ଛନ୍ଦକୁ କେତେ ଭାଗରେ ଵିଭକ୍ତି କରାଯାଇଛି?
ଉ. ସମଛନ୍ଦ, ଵିଷମ ଛନ୍ଦ, ମୁକ୍ତଛନ୍ଦ

୩୦. ଯେଉଁ ପଦର ପ୍ରତ୍ୟେକ ପାଦ ସମାନ ଅକ୍ଷର ବିଶିଷ୍ଟ, ସେଗୁଡ଼ିକୁ
କେଉଁ ଛନ୍ଦ କୁହାଯାଏ?
ଉ. ସମଛନ୍ଦ (ବଙ୍ଗଳାଶ୍ରୀ, ନଟବାଣୀ, ରାମକେରୀ, ଗୁଜ୍ଜରୀ, କଳହଂ ସଦାର ପ୍ରଭୃତି ଛନ୍ଦକୁ ସମଛନ୍ଦ କୁହାଯାଏ।)

୩୧. ଯେଉଁ ଛନ୍ଦର ପାଦର ଅକ୍ଷର ସଂଖ୍ୟା ଅସମାନ ଓ ଯତିପାତରେ ଆରୋହ-ଅବରୋହ- ଆରୋହ ଘଟିଥାଏ, ତାହାକୁ କେଉଁ ଛନ୍ଦ କୁହାଯାଏ?
ଉ. ଵିଷମଛନ୍ଦ (ଵିଷମଛନ୍ଦରେ ପାଦସଂଖ୍ୟା ଦୁଇରୁ ଅଧିକ ହୋଇଥାଏ। ଶଙ୍କରାଭରଣ, କାମୋଦୀ, ରସକୂଲ୍ୟା, ଚୋଖି ଓ ଆଷାଢଶୁକ୍ଳ ପ୍ରଭୃତି ଵିଷମଛନ୍ଦ ଭାଵରେ ଗୃହୀତ ହୋଇଛି ।)

୩୨. ଯେଉଁ ଅନ୍ତର୍ଚ୍ଛନ୍ଦରେ କୌଣସି ନିର୍ଦ୍ଧାରିତ ଯତିପାତ ବା ଅକ୍ଷର ସଂଖ୍ୟା ନଥାଏ, ତାହାକୁ କଅଣ କୁହାଯାଏ?
ଉ. ମୁକ୍ତଛନ୍ଦ (କଵିତାର ପାରମ୍ପାରିକ ବନ୍ଧନକୁ ପରିତ୍ୟାଗ କରି ସ୍ୱଚ୍ଛନ୍ଦ ଓ ସାବଲୀଳ ପ୍ରକାଶଭଙ୍ଗୀକୁ ଏହି ଶୈଳୀରେ ପ୍ରାଧାନ୍ୟ ଦିଆଯାଏ। ଛନ୍ଦର ଅନ୍ତରୀଣ ସ୍ଵଚ୍ଛନ୍ଦ ଓ ସାବଲୀଳତା ଉପରେ ଏହି ଛନ୍ଦରେ ଗୁରୁତ୍ୱ ପ୍ରଦାନ କରାଯାଏ। କଥିତ ସ୍ଵର ଅନୁପାତରେ ଏହି ଛନ୍ଦର ଗତି ନିର୍ଦ୍ଧାରଣ କରିଥାଏ । ମୁକ୍ତଛନ୍ଦକୁ ଇଂଲିଶ ଭାଷାରେ Free Verse କୁହାଯାଏ । ବିଶିଷ୍ଟ ଇଂଲିଶ କବି ଦୁଇଟ୍‌ମ୍ୟାନ ଏହି ବନ୍ଦକୁ ପାଠକ ପ୍ରିୟ କରାଇଥିଲେ।)

୩୩. ଓଡ଼ିଆ ସାହିତ୍ୟରେ ମୁକ୍ତ ଛନ୍ଦ (Free verse) ଛନ୍ଦର ସଫଳ ପ୍ରୟୋଗ ପ୍ରଥମେ କିଏ କରିଥିଲେ?
ଉ. ସଚ୍ଚିଦାନନ୍ଦ ରାଉତରାୟ

୩୪. ରସକୁଲ୍ୟ ଛନ୍ଦର ଵୈଶିଷ୍ଟ୍ୟ କଅଣ?
ରସକୂଲ୍ୟା ଛନ୍ଦରେ ପ୍ରତ୍ୟେକ ପଦରେ ଛଅଟି ପାଦ ଥାଏ। ୧ମ, ୨ୟ, ୩ୟ, ଓ ୪ର୍ଥ ପାଦରେ ୧୧ଟି ଲେଖାଏଁ ଅକ୍ଷର ଥାଏ। ଏହି ପାଦ ଗୁଡିକର ଷଷ୍ଠ ଓ ଶେଷ ଅକ୍ଷରରେ ଯତିପାଦ ହୁଏ। ପଞ୍ଚମ ପାଦ ଆଠ ଅକ୍ଷର ବିଶିଷ୍ଟ ଓ ଏହି ପାଦର ଷଷ୍ଠ ଏବଂ ଅଷ୍ଟମ ଅକ୍ଷର ଉପରେ ଯତିପାତ ହୁଏ। ଷଷ୍ଠ ପାଦରେ ୨୦ଟି ଅକ୍ଷର ଥାଏ ଓ ଏହାର ଷଷ୍ଠ ଦ୍ବାଦଶ, ଅଷ୍ଟାଦଶ ଏବଂ ଶେଷ ଅକ୍ଷରରେ ଯତିପାତ ହୁଏ। ଗାନ ସମୟରେ ପଞ୍ଚମ ଓ ଶେଷ ପାଦ ଶେଷରେ ‘ଯେ’ ହୋଏ ପ୍ରଭୃତି ଯୋଗ କରାଯାଏ।

୩୫. ଗୁଜ୍ଜରୀ ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଏହାକୁ ନଵାକ୍ଷରୀଵୃତ୍ତ ଓ ଭାଗଵତଵାଣୀ ମଧ୍ୟ କୁହାଯାଏ । ଏହାର ଦୁଇପାଦରେ ଗୋଟିଏ ପଦ ହୁଏ ଓ ପ୍ରତି ପାଦର ଅକ୍ଷର ସଂଖ୍ୟା ନଅ । ପ୍ରତି ପାଦରେ ତୃତୀୟ, ପଞ୍ଚମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ
ଉଦାହରଣ: ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ। (ଭାଗଵତ)

୩୬. ଦାଣ୍ଡି ଛାନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଏହାର ଦୁଇପାଦରେ ଗୋଟିଏ ପଦ ହୁଏ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ନିର୍ଦ୍ଦିଷ୍ଟ ନୁହେଁ । ଗାୟକ ଗାନ ସମୟରେ ନିଜ ଗାନଶୈଳୀ ଅନୁଯାୟୀ ଯତିପାତ କରିଥାନ୍ତି । ଏହି ଛନ୍ଦରେ ଗାୟନର ସର୍ଜନାତ୍ମକ ସ୍ଵାଧୀନତା ରହିଛି । ସାରଳାଦାସଙ୍କ ମହାଭାରତ ଓ ବଳରାମ ଦାସଙ୍କ ଦାଣ୍ଡିରାମାୟଣ ଏହି ଵୃତ୍ତରେ ରଚିତ ହୋଇଛି । ଏହାକୁ ଛନ୍ଦ ନକହି ପ୍ରାୟତଃ ଵୃତ୍ତ କୁହାଯାଇଥାଏ।

୩୭. ଆଷାଢ଼ ଶୁକ୍ଳ ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଏହାର ପ୍ରତ୍ୟେକ ପଦରେ ଛଅଟି ପାଦ ଥାଏ। ପ୍ରଥମ, ଦ୍ବିତୀୟ, ତୃତୀୟ, ଚତୁର୍ଥ ଓ ଷଷ୍ଠ ପାଦଟି ଏଗାର ଅକ୍ଷର ବିଶିଷ୍ଟ । ପଞ୍ଚମ ପାଦଟି ଛଅ ଅକ୍ଷର ଵିଶିଷ୍ଟ ଅଟେ । ପଞ୍ଚମ ପାଦର ତୃତୀୟ ଓ ଶେଷ ଅକ୍ଷର ଉପରେ କେଵଳ ଯତିପାତ ହୋଇଥିବା ସମୟରେ ଅନ୍ୟ ପାଦଗୁଡ଼ିକର ପଞ୍ଚମ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ ।
୩୮. ନଟଵାଣୀ ଵା ଵିଭାସ କେଦାର ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଵିଭାସ କେଦାର ଛନ୍ଦରେ ଦୁଇ ପାଦରେ ଏକ ପଦ ହୁଏ । ପ୍ରତ୍ୟେକ ପାଦର ତୃତୀୟ, ଷଷ୍ଠ, ନଵମ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ। ପ୍ରତ୍ୟେକ ପାଦର ଅକ୍ଷର ସଙ୍ଖ୍ୟା ବାର।
ଉଦାହରଣ : “ ଐତିହାସିକ ଏ ଦୁର୍ଗ ବା’ରବାଟୀ’
ବୀର ରକ୍ତ ପିଣ୍ଡେ ଗଢାଯା’ର ମାଟି ।” (ଚିଲିକା)

୩୯. ରାମକେରୀ ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ରାମକେରୀ ଛନ୍ଦରେ ଦୁଇ ପାଦରେ ଏକ ପଦ ହୁଏ ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟ ଷୋହଳ। ପ୍ରତ୍ୟେକ ପାଦର ନଵମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ । ଏହାକୁ ମଧ୍ୟ ଷୋଡ଼ଶାକ୍ଷରୀ ଵୃତ୍ତ କୁହାଯାଏ।
ଉଦାହରଣ : (କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ’) କରନ୍ତି ମଥୁରା ବିଜୟେ’ ଦାଣ୍ଡେ ଦେଖ ସଙ୍ଗାତ । (କଳାକଳେବର ଚଉତିଶା)

୪୦. ଷୋଡ଼ଶାକ୍ଷରୀ ଵୃତ୍ତ କାହାକୁ କୁହାଯାଏ?
ଉ. ରାମକେରୀ ଛନ୍ଦକୁ

୪୧. ଦେଶାକ୍ଷ ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଏହି ଛନ୍ଦର ପ୍ରତ୍ୟେକ ପଦରେ ଛଅଗୋଟି ପାଦ ଥାଏ। ପ୍ରଥମ ସ୍ପରି ପାଦରେ ଏଗାର ଅକ୍ଷର, ପଞ୍ଚମ ପାଦରେ ଦଶ ଅକ୍ଷର ଓ ଷଷ୍ଠ ପାଦରେ ଏଗାର ଅକ୍ଷର ଥାଏ। ଚତୁର୍ଥ ପାଦର ଶେଷରେ କି, ଯେ, ଣ, ସେ ଆଦି ଲଗାଯାଇଥାଏ। ପ୍ରଥମ ସ୍ଫୁରିପାଦର ଷଷ୍ଠ ଓ ଏକାଦଶ ଅକ୍ଷର ଉପରେ ଯତିପାତ ହୁଏ। ପଞ୍ଚମ ପାଦର ତୃତୀୟ ଓ ଦଶମ ଅକ୍ଷର ଉପରେ ଯତିପାତ ହୋଇଥିଵ ସମୟରେ ଷଷ୍ଠ ପାଦରେ ଷଷ୍ଠ ଓ ଏକାଦଶ ଅକ୍ଷର ଉପରେ ଯତିପାତ ହୋଇଥାଏ।

୪୨. ଚିନ୍ତା ଦେଶାକ୍ଷ ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଏହି ଛନ୍ଦରେ ଦୁଇ ପାଦରେ ଏକ ପଦ ହୋଇଥାଏ । ପ୍ରତ୍ୟେକ ପାଦ ତେରଗୋଟି ଅକ୍ଷର ଵିଶିଷ୍ଟ । ପ୍ରତ୍ୟେକ ପାଦର ତୃତୀୟ, ଅଷ୍ଟମ ଓ ତ୍ରୟୋଦଶ ଅକ୍ଷର ଉପରେ ଯତିପାତ ହୋଇଥାଏ । ଉଦାହରଣ : “ଵୈଦେହୀ’ ଶ୍ରୀରାମ କି ସେ’ କରିଣୀ କରି’
ଵିନୋଦ’ ନଦୀରେ କୁଞ୍ଜ କୁଟୀରେ କରି ।” (ଵୈଦେହୀଶ ଵିଳାସ)

୪୩. କୁମ୍ଭକାମୋଦୀ ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଏହି ଛନ୍ଦରେ ଋରି ପାଦରେ ଏକ ପଦ ହୋଇଥାଏ। ପ୍ରତି ପାଦରେ ଅଠର ଅକ୍ଷର ରହିଥାଏ। ଏହାର ଷଷ୍ଠ, ଦ୍ବାଦଶ ପଞ୍ଚ ଦଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ
ଉଦାହରଣ : (ଇ ପୂର୍ବାନୁପ୍ରାସ’ ଦୀର୍ଘ ହ୍ରସ୍ଵ ବେନି’)
ନିୟମ’ ଏ ଛାନ୍ଦ’
ଇଚ୍ଛାରେ ଧୀରେ’ ପ୍ରସଙ୍ଗ ବିଧରେ ବଢିବ’ ଆନନ୍ଦ’ ।
(ଵିଦଗ୍ଧ ଚିନ୍ତାମଣି)

୪୪. ମାଳଵ ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଏହାର ଦୁଇ ପାଦର ଏକ ପଦ ହୋଇଥାଏ। ପ୍ରତ୍ୟେକ ପାଦରେ ଚଉଦଗୋଟି ଅକ୍ଷର ରହିଥାଏ। ଏହାର ଅଷ୍ଟମ, ଏକାଦଶ, ଦ୍ଵାଦଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।

୪୫. ଆହାରୀ ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଏହି ଛନ୍ଦରେ ଦୁଇ ପାଦରେ ଏକ ପଦ ହୋଇଥାଏ। ପ୍ରଥମ ପାଦ ବାରଗୋଟି ଅକ୍ଷର ବିଶିଷ୍ଟ ହୋଇଥିବା ସମୟରେ ଦ୍ଵିତୀୟ ପାଦ ତେରଗୋଟି ଅକ୍ଷର ବିଶିଷ୍ଟ ହୋଇଥାଏ। ପ୍ରଥମ ପାଦର ପଞ୍ଚମ, ସପ୍ତମ ଓ ଶେଷ ଅକ୍ଷର ଉପରେ ଯତିପାତ ହେଉଥିବା ସମୟରେ ଦ୍ଵିତୀୟ ପାଦର ଅଷ୍ଟମ ତଥା ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ।
ଉଦାହରଣ : (“ଚିନ୍ତା ରାଘଵ’ ମନେ’ ପ୍ରିୟାର ଭାଵ’) ରଜନୀ ଦିଵସ ତାଙ୍କୁ’ ସରୁ ନଥିବ’ ।
(ଵିଚିତ୍ର ରାମାୟଣ)

୪୬. ଚକ୍ରକୋଳି ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଏହି ଛନ୍ଦରେ ଦୁଇ ପାଦରେ ଏକ ପଦ ହୁଏ । ପ୍ରତ୍ୟେକ ପାଦରେ ଏଗାର ଅକ୍ଷର ରହିଥାଏ। ପ୍ରତ୍ୟେକ ପାଦର ଷଷ୍ଠ ଓ ଏବଂ ଶେଷ ଅକ୍ଷର ଉପରେ ଯତିପାତ ହୁଏ। ଉଦାହରଣ :
“ ଆସଇ ବସନ୍ତ ଶିଶିର ଅନ୍ତେ’
ଦିଶଇ ଧରଣୀ’ ଋରୁ କେମନ୍ତେ’ ସୌନ୍ଦର୍ଯ୍ୟ ତରଙ୍ଗେ’ ଭାସଇ ମହୀ’
ଭୁବନ ଆନନ୍ଦ’ ନୁହଇ କହି’ । (ଵସନ୍ତ)

୪୭.ଦାଣ୍ଡିଵୃତ୍ତ ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଦାଣ୍ଡିବୃରରେ ଦୁଇଟି ପାଦରେ ଏକ ପଦ ହୁଏ ମାତ୍ର ପାଦର ଅକ୍ଷର ସଂଖ୍ୟା ନିର୍ଦ୍ଦିଷ୍ଟ ନଥାଏ । ଅକ୍ଷର ସଂଖ୍ୟା ନିର୍ଦ୍ଦିଷ୍ଟ ନଥିଵାରୁ ଏହାର ଯତିପାତରେ ମଧ୍ୟ ନିର୍ଦ୍ଦିଷ୍ଟତା ରହେ ନାହିଁ । ଗାୟକ ତାହାର ସ୍ଵଚ୍ଛନ୍ଦ ଅନୁଯାୟୀ ଏହାକୁ ଗାନ ବା ଆବୃଦ୍ଧି କରିଥାଏ। ଦାଣ୍ଟିଵୃତ୍ତ ଓଡ଼ିଆ କାଵ୍ୟ ସାହିତ୍ୟରେ ଵ୍ୟଵହୃତ ଅନ୍ୟତମ ପ୍ରାଚୀନ ଛନ୍ଦ । ସାରଳା ଦାସଙ୍କ ମହାଭାରତ ଓ ବଳରାମ ଦାସଙ୍କ ଜଗମୋହନ ରାମାୟଣ (ଦାଣ୍ଡି ରାମାୟଣ) ଏହି ଛନ୍ଦରେ ରଚିତ।

୪୮. ଶଙ୍କରାଭରଣ ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଏହି ଛନ୍ଦରେ ଗରିପାଦରେ ଏକ ପଦ ହୁଏ। ଏହାର ପ୍ରଥମ, ଦ୍ବିତୀୟ ଓ ଚତୁର୍ଥ ଚଉଦ ଅକ୍ଷର ବିଶିଷ୍ଟ ହୋଇଥାଏ। ତୃତୀୟ ପାଦଟି ଆଠ ଅକ୍ଷର ଵିଶିଷ୍ଟ । ପ୍ରଥମ, ଦ୍ବିତୀୟ ଓ ଚତୁର୍ଥ ପାଦର ଅଷ୍ଟମ, ଏକାଦଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ। ତୃତୀୟ ପାଦର ଦ୍ଵିତୀୟ, ଷଷ୍ଠ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ । ଏହାର ପ୍ରଥମ ପାଦର ଅନ୍ୟଵର୍ଷ ସହ ଦ୍ଵିତୀୟ ପାଦର ଅନ୍ତ୍ୟଵର୍ଣ୍ଣ ଓ ତୃତୀୟ ପାଦର ଅନ୍ତ୍ୟଵର୍ଣ୍ଣ ସହ ଚତୁର୍ଥ ପାଦର ଅନ୍ତ୍ୟଵର୍ଣ୍ଣ ମିଳନ ଘଟିଥାଏ।

୪୯. କାମୋଦୀ ଛନ୍ଦର ଵୈଶିଷ୍ଟ୍ୟ କଅଣ?
ଉ. ଏହାର ପ୍ରତ୍ୟେକ ପଦରେ ଛଅଗୋଟି ପାଦ ଥାଏ। ପ୍ରଥମ ଦ୍ବିତୀୟ ଓ ଷଷ୍ଠ ପାଦ ତେଇଶ ଅକ୍ଷର ଵିଶିଷ୍ଟ । ତୃତୀୟ ପାଦ ଚାରି, ଚତୁର୍ଥ ଓ ପଞ୍ଚମ ପାଦ ନଅ ଅକ୍ଷର ବିଶିଷ୍ଟ। ପ୍ରଥମ, ଦ୍ବିତୀୟ ଓ ଷଷ୍ଠ ପାଦର ସପ୍ତମ ଚତୁର୍ଦ୍ଦଶ, ସପ୍ତଦଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ। ତୃତୀୟ ପାଦର ଶେଷ ଅକ୍ଷର, ଚତୁର୍ଥ ଓ ପଞ୍ଚମ ପାଦର ସପ୍ତମ ଓ ଶେଷ ଅକ୍ଷରରେ ଯତିପାତ ହୁଏ। ଦ୍ବିତୀୟ ଓ ଷଷ୍ଠ ପାଦର ଶେଷରେ ହେ, ରେ, ସେ ପ୍ରଭୃତି ସ୍ଵରମାତ୍ରିକ ପଦ ଯୋଗ କରାଯାଇଥାଏ। ଷଷ୍ଠ ପାଦ ପରେ ତୃତୀୟ ପାଦର ପୁନରାଵୃତ୍ତି ହୁଏ।

୫୦. ଶ୍ୟାମସୁନ୍ଦର ରାଜଗୁରୁ ଦଶ ପ୍ରକାର ଓଡ଼ିଆ ‘ଢଗ-ଵୃତ୍ତ’ରୁ ଭାଟିଆରୀ, କାଣ୍ଟାରବ, ତୋଡ଼ି, ଗଡ଼ମାଳିଆ, ଚିନ୍ତାଦେଶାକ୍ଷ ବା ଚିନ୍ତାଭୈରଵ, ଶୋକବରାଡ଼ି, ରାଜଵିଜେ, ଶୋକ କାମୋଦୀ ପ୍ରଭୃତି କେତେକ ଓଡ଼ିଆ ଵିଷମଵୃତ୍ତ ସୃଷ୍ଟି ହୋଇଅଛି ବୋଲି ନିର୍ଦ୍ଧାରଣ କରିଅଛନ୍ତି।

୫୧. ବୌଦ୍ଧ ସିଦ୍ଧାଚାର୍ଯ୍ୟ ଲୁଇପାଙ୍କ ‘କାୟା-ତରୁଚର୍ଯ୍ୟା’ ଦୋହାଟି କେଉଁ ରାଗରେ ରଚିତ?
ଉ. ପଟ୍ଟମଞ୍ଜରୀ ରାଗରେ

୫୨. ଶବରୀପାଙ୍କ ଶବର-ଶବରୀ-ପ୍ରେମଚର୍ଯ୍ୟା ଦୋହାଟି କେଉଁ ରାଗରେ ରଚିତ?
ଉ. ବଳାଡ୍‌ଡି ରାଗ

୫୩. ମରଶବର-ମୃତ୍ୟୁଚର୍ଯ୍ୟା ଦୋହାଟି କେଉଁ ରାଗରେ ରଚିତ
ଉ. ରାମକ୍ରୀ ରାଗ

୫୫. କାହ୍ନୁପା’ଙ୍କ ବାଟ-ଓଗାଳ ଚର୍ଯା ଦୋହାଟି କେଉଁ ରାଗରେ ରଚିତ?
ଉ. ପଟ୍ଟମଞ୍ଜରୀ

୫୬. ମତ୍ତ ମାତଙ୍ଗଚର୍ଯାଟି କେଉଁ ରାଗରେ ରଚିତ?
ଉ. ପଟ୍ଟମଞ୍ଜରୀ ରାଗରେ

୫୭. ଡୋମ୍ବୀ-ଚର୍ଯା ଦୋହାଟି କେଉଁ ରାଗରେ ରଚିତ?
ଉ. ଦେଶାକ୍ଷ

୫୮. ନୟବଳ-ଚର୍ଯା ଦୋହାଟି କେଉଁ ରାଗରେ ରଚିତ?
ଉ. ଭୈରଵୀ

୫୯. ନୌଯାତ୍ରା-ଚର୍ଯା ଦୋହାଟି କେଉଁ ରାଗରେ ରଚିତ ହୋଇଛି?
ଉ. କମୋଦୀ

(ସିଦ୍ଧକବିଗଣ ପଟ୍ଟମଞ୍ଜରୀ, ରାମକ୍ରୀ, ବଳା, ଦେଶାଖ, ଭୈରଵୀ, କାମୋଦ, ଗଉଡ଼ା, ଇନ୍ଦ୍ରତାଳ, ମଲ୍ଲାରୀ, ମଳସୀ ଗବୁଡ଼ା ଆଦି ରାଗ ସେମାନଙ୍କ ରଚନାରେ ଵ୍ୟଵହାର କରିଥିଵା ଦେଖାଯାଏ।)

୬୦. ବଚ୍ଛା ଦାସଙ୍କ କଳସା ଚଉତିଶା କେଉଁ ରାଗରେ ରଚିତ?
ଉ. ମାଳବ, ବରାଡ଼ି

୬୨. ସାରଳା ଦାସ ମହାଭାରତକୁ କେଉଁ ଵୃତ୍ତରେ ରଚନା କରିଛନ୍ତି?
ଉ. ଦାଣ୍ଡିଵୃତ୍ତ

୬୩. ଶ୍ୟାମସୁନ୍ଦର ରାଜଗୁରୁ ଓ ଲୋକରତ୍ନ କୁଞ୍ଜଵିହାରୀ ଦାଶଙ୍କ ମତରେ ଦାଣ୍ଡିଵୃତ୍ତ କେଉଁଥିରୁ ସମ୍ଭୂତ ହୋଇଛି ?
ଉ. ଓଡ଼ିଆ ଢଗଢମାଳିରୁ

୬୪. ଦାଣ୍ଡିଵୃତ୍ତର ନାମକରଣ କିପରି ହୋଇଛି?
ଉ. ଦାଣ୍ଡରେ ଲୋକ ବୋଲୁଥିଵା ଗୀତରୁ ସାଉଁଟି ଅଣାଯାଇଥିଵାରୁ

୬୫. ଓଡ଼ିଆ ସାହିତ୍ୟର ଵିପୁଳ ଛନ୍ଦ ପ୍ରୟୋଗ କେଉଁ କେଉଁ ସୂତ୍ରରୁ ସୃଷ୍ଟି ହୋଇଛି?
ଉ. ଲୋକଗୀତ, ପ୍ରାକୃତ, ସଂସ୍କୃତ

୬୬. ଅର୍ଜୁନ ଦାଶ ତାଙ୍କ ‘ରାମବିଭା’ କାବ୍ୟରେ କେଉଁ ଛନ୍ଦ ପ୍ରୟୋଗ କରିଛନ୍ତି?
ମଙ୍ଗଳ ଗୁଜରୀ ଛନ୍ଦ

୬୭. କାର୍ତ୍ତିକ ଦାସ ରୁକ୍ମିଣୀ ଵିଭା କାଵ୍ୟରେ କେଉଁ ଛନ୍ଦ ଵ୍ୟଵହାର କରିଛନ୍ତି?
ଉ. ଆଷାଢ଼-ଶୁକ୍ଳ ଛନ୍ଦ

୬୮. ବଳରାମ ଦାସ ତାଙ୍କର ‘ମୃଗୁଣୀ ସ୍ତୁତି’କୁ କେଉଁ ଵୃତ୍ତରେ ରଚନା କରିଛନ୍ତି?
ଉ. ଚତୁର୍ଦ୍ଦଶାକ୍ଷରୀ

୬୯. ଜଗନ୍ନାଥ ଦାସ ତାଙ୍କ ‘ମୃଗୁଣୀ ସ୍ତୁତି’କୁ କେଉଁ ଛାନ୍ଦର ରଚନା କରିଛନ୍ତି?
ଉ. ‘ଆଷାଢ଼ ଶୁକ୍ଳ’ ଛାନ୍ଦରେ

୭୦. ଦେଵ ଦୁର୍ଲଭ ଦାସ ‘ ରହସ୍ୟ ମଞ୍ଜରୀ’ କାଵ୍ୟରେ କେଉଁ ଛାନ୍ଦ ପ୍ରୟୋଗ କରିଛନ୍ତି?
ଉ. ‘ମହାର’ କଲ୍ୟାଣ ଆହାରୀ, କରୁଣା ରାଗବାରୀ ରାଗର ପ୍ରୟୋଗ କରିଛନ୍ତି ।

୭୧. ସେହିପରି ନରସିଂହ ସେଣ ‘ ପରିମଳା’ କାବ୍ୟରେ କେଉଁ ଛାନ୍ଦର ରଚନା କରିଛନ୍ତି?
ଉ. ଗୁଜ୍ଜରୀ, ଚକ୍ରକେଳୀ ଵାଣୀ

୭୨. ଵିଷ୍ଣୁ ଦାସ ‘ପ୍ରେମଲୋଚନା’ କାଵ୍ୟରେ କେଉଁ ରାଗର ଵ୍ୟଵହାର କରିଛନ୍ତି?
ଉ. ମଙ୍ଗଳ ଗୁଜ୍ଜରୀ ରାଗ

୭୩. କଵିସୂର୍ଯ୍ୟ ଗ୍ରନ୍ଥାଵଳୀରେ କେଉଁ ଗୀତରେ ରାଗ ନିର୍ଦ୍ଦେଶ କରାଯାଇ ନଥିଵା ଦେଖାଯାଏ?
ଉ. ଶ – ଗୀତରେ

• ଅଳଙ୍କାର *

୭୪. ଅଳଙ୍କାରକୁ କେତେ ଭାଗରେ ଵିଭକ୍ତ କରାଯାଇଛି?
ଉ. ୨, ଅର୍ଥାଳଙ୍କାର ଶବ୍ଦାଳଙ୍କାର

୭୫. ପଦରେ ଵିଭିନ୍ନାର୍ଥବୋଧକ ଶବ୍ଦର ପୁନଃ ପୁନଃ ଵ୍ୟଵହାର ହେଲେ, ତାହାକୁ କେଉଁ ଅଳଙ୍କାର କୁହାଯାଏ ?
ଉ. ଯମକ ଅଳଙ୍କାର

୭୬. ଯମକ ଅଳଙ୍କାରକୁ କେତେ ଭାଗରେ ବିଭକ୍ତ କରାଯାଇଛି? ତାହା କଅଣ କଅଣ?
ଉ. ୪, ଆଦ୍ୟଯମକ, ମଧ୍ୟଯମକ, ପ୍ରାନ୍ତଯମକ, ସର୍ଵଯମକ

୭୭. ପଦରେ ଵ୍ୟଵହୃତ ଗୋଟିଏ ଶବ୍ଦ ଦୁଇ ବା ତହିଁରୁ ଅଧିକ ଅର୍ଥ ପ୍ରକାଶ କଲେ, ତାହା କେଉଁ ଅଳଙ୍କାର ହୁଏ?
ଉ. ଶ୍ଲେଷ

୭୮. ଶ୍ଲେଷ ଅଳଙ୍କାର କେତେ ଭାଗରେ ଵିଭକ୍ତ ? ତାହା କଅଣ କଅଣ?
ଉ. ୩, ସଭଙ୍ଗ, ଅଭଙ୍ଗ, ଭଙ୍ଗାଭଙ୍ଗ

୭୯. ଏକ ପ୍ରକାର ଵ୍ୟଞ୍ଜନ ଵର୍ଣ୍ଣର ପୁନଃ ପୁନଃ ଆଵୃତ୍ତି ହେଲେ କେଉଁ ଅଳଙ୍କାର ହୁଏ?
ଉ. ଅନୁପ୍ରାସ ଅଳଙ୍କାର

୮୦. ଅନୁପ୍ରାସ କେତେ ପ୍ରକାର? ତାହା କଅଣ କଅଣ?
ଉ. ୫, ଛେକାନୁପ୍ରାସ, ଵୃତ୍ୟାନୁପ୍ରାସ, ଶ୍ରୁତ୍ୟାନୁପ୍ରାସ, ଅନ୍ତ୍ୟାନୁପ୍ରାସ, ଲାଟ୍ୟାନୁପ୍ରାସ

୮୧. ପଦରେ ଏକାଧିକ ଵ୍ୟଞ୍ଜନ ଵର୍ଣ୍ଣର ସାମ୍ୟ ଥାଇ ପର୍ଯ୍ୟାୟକ୍ରମେ ପୁନଃ ପୁନଃ ଆଵୃତ୍ତି ହେଲେ ତାହାକୁ କେଉଁ ଅଳଙ୍କାର କୁହାଯାଏ?
ଉ. ଛେକାନୁପ୍ରାସ

୮୨. ଯେଉଁ ପଦରେ ଗୋଟିଏ ଵ୍ୟଞ୍ଜନ ଵର୍ଣ୍ଣ କ୍ରମରହିତ ଅଥଵା ପର୍ଯ୍ୟାୟକ୍ରମେ ଵ୍ୟଵହୃତ ନହୋଇ ମଧ୍ୟ ପୁନଃ ପୁନଃ ଵ୍ୟଵହୃତ ହୁଏ, ତାହାକୁ କେଉଁ ଅଳଙ୍କାର କୁହାଯାଏ ?
ଉ. ଵୃତ୍ତ୍ୟାନୁପ୍ରାସ

୮୩. ଗୋଟିଏ ପଦରେ ତାଳୁ, ଦନ୍ତ, ମୁହାଁ ଵା ଓଷ୍ଠ ଆଦି ସ୍ଥାନରୁ ଉଚ୍ଚାରିତ ଵ୍ୟଞ୍ଜନ ଵର୍ଣ୍ଣ ଗୁଡ଼ିକର ପୁନଃ ପୁନଃ ଆଵୃତ୍ତି ହେଲେ, କେଉଁ ଅଳଙ୍କାର ହୋଇଥାଏ ?
ଉ. ଶ୍ରୁତ୍ୟାନୁପ୍ରାସ

୮୪. ଯେଉଁ ପଦରେ ପାଦରେ ପାଦର ଶେଷ ବା ଅନ୍ତ୍ୟଵର୍ଣ୍ଣ ଓ ଉପାନ୍ତ୍ୟଵର୍ଣ୍ଣ ସମତା ରହି ଵ୍ୟଞ୍ଜନଵର୍ଣ୍ଣର ପୁନଃ ପୁନଃ ଆଵୃତ୍ତି ହୋଇଥାଏ, ସେଠାରେ କେଉଁ ଅଳଙ୍କାର ହୁଏ?
ଉ. ଅନ୍ତ୍ୟାନୁପ୍ରାସ

୮୫. ପଦ ମଧ୍ୟରେ ଵ୍ୟଵହୃତ ଶବ୍ଦ ଗୁଡ଼ିକ ଅର୍ଥରେ ଭିନ୍ନତା ନଥାଇ ଭିନ୍ନ ଭିନ୍ନ ତାତ୍ପର୍ଯ୍ୟରେ ଵ୍ୟଵହୃତ ହେଲେ କେଉଁ ଅଳଙ୍କାର ହୁଏ ?
ଉ. ଲାଟାନୁପ୍ରାସ

୮୬. କେଉଁ ଅଳଙ୍କାର ଶବ୍ଦାଳଙ୍କାର ଅଂଶଵିଶେଷ ?
ଉ. ଯମକ, ଶ୍ଲେଷ, ଅନୁପ୍ରାସ

୮୭. କେଉଁ ଅଳଙ୍କାର ଅର୍ଥାଳଙ୍କାର ଅଂଶଵିଶେଷ ?
ଉ. ଉପମା, ରୂପକ, ଉତପ୍ରେକ୍ଷା, ଅର୍ଥାନ୍ତରନ୍ୟାସ

୮୮. ସମାନ ଧର୍ମ ଧାରଣ କରିଥିଵା ଦୁଇଟି ବସ୍ତୁ ମଧ୍ୟରେ ସାଦୃଶ୍ୟ କଥିତ ହେଲେ ସେଠାରେ କେଉଁ ଅଳଙ୍କାର ହୁଏ ?
ଉ. ଉପମା ଅଳଙ୍କାର

୮୯. ଯେଉଁ ଵସ୍ତୁକୁ ଵର୍ଣ୍ଣନା ବା ତୁଳନା କରାଯାଏ ତାହାକୁ କଅଣ କୁହାଯାଏ?
ଉ. ଉପମେୟ

୯୦. ଯେଉଁ ପ୍ରସିଦ୍ଧ ଵସ୍ତୁ ସହିତ ଏହାର ତୁଳନା କରାଯାଏ, ତାହାକୁ କଅଣ କୁହାଯାଏ?
ଉ. ଉପମାନ

୯୧. ଯେଉଁ ସମାନ ଧର୍ମ ନିମିତ୍ତ ଦୁଇ ଵସ୍ତୁ ମଧ୍ୟରେ ସାଦୃଶ୍ୟର ଵର୍ଣ୍ଣନା କରାଯାଇଥାଏ, ତାହାକୁ କଅଣ କୁହାଯାଏ?
ଉ. ସାଧାରଣ ଧର୍ମ

୯୨. ଉପମାନ ଓ ଉପମେୟର ସାଦୃଶ୍ୟ କଥନ କରୁଥିଵା ଶବ୍ଦଗୁଡ଼ିକୁ କେଉଁ ଶବ୍ଦ କୁହାଯାଏ?
ଉ. ଉପମାଵାଚକ

୯୪. ଉପମା ଅଳଙ୍କାର କେତେ ଭାଗରେ ଵିଭକ୍ତ? ତାହା କଅଣ କଅଣ?
ଉ. ୩, ପୂର୍ଣ୍ଣୋପମା, ଲୁପ୍ତୋପମା, ମାଳୋପମା

୯୫. ଯେଉଁ ପଦଟିରେ ଉପମା ଅଳଙ୍କାରର ସମସ୍ତ ଗୁଣ ଗୁଡ଼ିକର ସ୍ପଷ୍ଟ ଉଲ୍ଲେଖ ଥାଏ। ଯଥା- ଉପମେୟ, ଉପମାନ, ସାଧାରଣ ଧର୍ମ ଓ ଉପମା ଵାଚକ ଶବ୍ଦର ସ୍ପଷ୍ଟ ଉଲ୍ଲେଖ ଥାଏ ସେଠାରେ କେଉଁ ଅଳଙ୍କାର ହୋଇଥାଏ?
ଉ. ପୂର୍ଣ୍ଣୋପମା । (ଉଦାହରଣ – ଭଗ୍ନ ଘଟୁ ଆହା ସଲୀଳ ଯେସନ, ବହିଯାଉଅଛି ଆୟୁ ପ୍ରତିକ୍ଷଣ। (ଦରଵାର – ରାଧାନାଥ ରାୟ)
ଏହି ପଦଟିରେ – (୧) ଉପମେୟ – ଆୟୁ (୨) ଉପମା – ଜଳ (୩) ସାଧାରଣଧର୍ମ – ବହିଯିବା (୪) ଉପମା ଵାଚକ ଶବ୍ଦ – ଯେସନ
ଉପମେୟ, ଉପମାନ, ସାଧାରଣ ଧର୍ମ ଓ ଉପମାଵାଚକ ଶବ୍ଦର ସ୍ପଷ୍ଟ ଉଲ୍ଲେଖଥିଵାରୁ ଏଠାରେ ପୂର୍ଣ୍ଣୋପମା ଅଳଙ୍କାର ହୋଇଛି ।)

୯୬. ଯେଉଁ ପଦରେ ଉପମେୟ, ଉପମାନ, ସାଧାରଣ ଧର୍ମ ଓ ଉପମାଵାଚକ ଶବ୍ଦ ଅଥଵା ସାଧାରଣ ଧର୍ମ ମଧ୍ୟରୁ ଏଵଂ ଵା ଏକାଧିକ ଲକ୍ଷଣ ଲୁପ୍ତ ହୋଇଥାଏ; ତାହାକୁ କେଉଁ ଅଳଙ୍କାର କୁହାଯାଏ?
ଉ. ଲୁପ୍ତୋପମା

୯୭. ଗୋଟିଏ ଉପମେୟର ଏକାଧିକ ଉପମାନ ଥିଲେ କେଉଁ ଅଳଙ୍କାର ହୋଇଥାଏ?
ଉ. ମାଳୋପମା

୯୮. ଉପମାନ ଓ ଉପମେୟର ଅଭେଦ କଥନକୁ କେଉଁ ଅଳଙ୍କାର କୁହାଯାଏ ?
ଉ. ରୂପକ
(ରୂପକ ଅଳଙ୍କାରରେ ‘ପରି’ ଯଥା, ‘ଯେପରି’ ପ୍ରଭୃତି ଉପମାବାଚକ ଶବ୍ଦ ପ୍ରୟୋଗ ହୋଇନଥାଏ । ଉଦାହରଣ- ଆଶା ପାରିଜାତ ଫୁଟିଵ ହୃଦନନ୍ଦନ ଵନେ ଜ୍ଞାନ ଭକ୍ତି କର୍ମ ସୌରଭ ଵ୍ୟାପିଯିଵ ଭୂଵନ।
(କୁସୁମାଞ୍ଜଳି – ଭକ୍ତକଵି ମଧୁସୂଦନ ରାଓ))

୯୯. ରୂପକ ଅଳଙ୍କାର କେତେ ଭାଗରେ ଵିଭକ୍ତ? ତାହା କଅଣ କଅଣ?
ଉ. (୧) ପାରମ୍ପରିତ ରୂପକ ଅଳଙ୍କାର (୨) ସାଙ୍ଗ ରୂପକ ଅଳଙ୍କାର (୩) ନିରଙ୍ଗ ରୂପକ ଅଳଙ୍କାର

୧୦୦. ଯେଉଁ ପଦରେ ଗୋଟିଏ ଵସ୍ତୁରେ ଆରୋପ ନିମିତ୍ତ ଅନ୍ୟ ଏକ ନଵଵସ୍ତୁର ଆରୋପର ଆଵଶ୍ୟକତା ହୋଇଥାଏ, ସେଠାରେ କେଉଁ ଅଳଙ୍କାର ହୁଏ ?
ଉ. ପାରମ୍ପାରିତ ରୂପକ ଅଳଙ୍କାର

୧୦୧. ଯେଉଁଠାରେ ଅଙ୍ଗରେ କୌଣସି ଵସ୍ତୁର ଆରୋପ କରାଯାଇ ତାହାର ଅଙ୍ଗୀଭୂତ ଵସ୍ତୁମାନଙ୍କରେ ଅନ୍ୟ ସବୁ ଵସ୍ତୁମାନଙ୍କର ଆରୋପ କରାଯାଇଥାଏ, ସେଠାରେ କେଉଁ ଅଳଙ୍କାର ହୁଏ ?
ଉ. ସାଙ୍ଗରୂପକ ଅଳଙ୍କାର

୧୦୨. ଯେଉଁଠାରେ ଗୋଟିଏ ଉପମେୟର ଏକମାତ୍ର ଉପମାନର ଆରୋପ ଵ ଅଭେଦ କଥନ ହୋଇଥାଏ; ସେଠାରେ କେଉଁ ଅଳଙ୍କାର ହୁଏ?
ଉ. ନିରଙ୍ଗ ରୂପକ

୧୦୩. ପ୍ରକୃତ ପଦାର୍ଥରେ ଅପ୍ରକୃତ ପଦାର୍ଥର ତୁଳନା କରାଗଲେ କେଉଁ ଅଳଙ୍କାର ହୋଇଥାଏ?
ଉ. ଉତ୍ପ୍ରେକ୍ଷା
(ରୂପକ ଅଳଙ୍କାରରେ ଉପମେୟରେ ଉପମାନର ଅଭେଦ କଳ୍ପନା କରାଯାଇଥାଏ। ମାତ୍ର ଉତ୍ପ୍ରେକ୍ଷା ଅଳଙ୍କାରରେ ଉପମେୟ ଓ ଉପମାନର ସମ୍ଭାବନା (ତର୍କଣା) କରାଯାଇଥାଏ। ଏହି ଅଳଙ୍କାରରେ କି, ଅବା, ସତେବା, ବୋଧେ ପ୍ରଭୃତି ଵାଚକ ଶବ୍ଦ ଵ୍ୟଵହାର ହୋଇଥାଏ।)
ଉଦାହରଣ: ଚୁମି ଚରଣକୁ ଚିକୁର, ରାଜି ଦୋଳେ ଚରମେ
ମଦନକେତନ ଭଡଇ, କିବା ଶୋଭା-ଆଶ୍ରମେ ।
(ଚନ୍ଦ୍ରଭାଗା – କବିବର ରାଧାନାଥ ରାୟ)
ଏହି ପଦଟିରେ ନାୟିକା ଚନ୍ଦ୍ରଭାଗାର ଚିକୁର ରାଜି (କେଶଗୁଚ୍ଛକୁ) ଶୋଭା-ଆଶ୍ରମର ମଦନ-କେତନ ସହ ତର୍କଣା କରାଯାଇଛି । ଏହି ପଦଟିରେ ବାଚକ ଶବ୍ଦ ‘କିବା’ ବ୍ୟବହାର ହୋଇଛି। ଏଣୁ ଏଠାରେ ଉତ୍ପ୍ରେକ୍ଷା ଅଳଙ୍କାର ହୋଇଛି ।

୧୦୪. ଉତ୍ପ୍ରେକ୍ଷା ଅଳଙ୍କାର କେତେ ଭାଗରେ ଵିଭକ୍ତ ?
ଉ. ଵାଚ୍ୟୋତପ୍ରେକ୍ଷା ଅଳଙ୍କାର ଓ ପ୍ରତୀୟମାନ ଉତ୍ପ୍ରେକ୍ଷା ଅଳଙ୍କାର

୧୦୪. ଯେଉଁ ପଦରେ ଵାଚକ ଶବ୍ଦ (କି,ଅବା, ସତେ,ଯେବେ, ବା,ବୋଧେ) ଵ୍ୟଵହୃତ ହୋଇ ଉତ୍ପ୍ରେକ୍ଷା ଅଳଙ୍କାର ହୋଇଥାଏ, ସେହି ଅଳଙ୍କାରକୁ କେଉଁ ଅଳଙ୍କାର କୁହାଯାଏ ?
ଉ. ଵାଚ୍ୟୋତପ୍ରେକ୍ଷା ଅଳଙ୍କାର

୧୦୫. ଯେଉଁ ପଦରେ ଵାଚକ ଶବ୍ଦ (କି,ଅବା, ସତେ,ଯେବେ, ବା,ବୋଧେ) ଵ୍ୟଵହୃତ ନ ହୋଇ ଉତ୍ପ୍ରେକ୍ଷା ଅଳଙ୍କାର ହୋଇଥାଏ, ସେହି ଅଳଙ୍କାରକୁ କେଉଁ ଅଳଙ୍କାର କୁହାଯାଏ ?
ଉ. ପ୍ରତୀୟମାନ ଅଳଙ୍କାର

୧୦୬. ଗୋଟିଏ ତଥ୍ୟକୁ ଅନ୍ୟ ତଥ୍ୟ ଦ୍ବାରା ସମର୍ଥନ କରାଗଲେ ସେଠାରେ କେଉଁ ଅଳଙ୍କାର ହୁଏ?
ଉ. ଅର୍ଥାନ୍ତରନ୍ୟାସ ଅଳଙ୍କାର । (ଉଦାହରଣ –
କଳଙ୍କ ହିଁ ଥାଇ କଳାକାର-କୋଳେ
କରଇ ନେତ୍ର ରଞ୍ଜନ,
ସ୍ଵଭାବ-ସୁନ୍ଦର ଅଙ୍ଗକୁ ଜଗତେ
ନହୁଏ କିସ ମଣ୍ଡନ ?
(ପ୍ରଣୟ ଵଲ୍ଲରୀ– ଗଙ୍ଗାଧର ମେହେର)

ଏଠାରେ ସୁନ୍ଦର ଅଙ୍ଗରେ ଯାହା ପରିଧାନ କଲେ ସୁନ୍ଦର ଦେଖାଯାଏ – ଉକ୍ତିକୁ ଚନ୍ଦ୍ରରେ କଳଙ୍କ ଥିଲେ ମଧ୍ୟ ତାହା ଆଖକୁ ସୁନ୍ଦର ଦେଖାଯାଏ ଉକ୍ତି ଦ୍ଵାରା ସମର୍ଥନ କରାଯାଇଥିଵାରୁ; ଏଠାରେ ଅର୍ଥାନ୍ତରନ୍ୟାସ ଅଳଙ୍କାର ହେଲା।)

୧୦୭. ଗୋଟିଏ ଵସ୍ତୁର ଦର୍ଶନ ଦ୍ଵାରା ଆଉ ଏକ ଵସ୍ତୁର ଯଦି ସ୍ମରଣ ହୁଏ, ସେଠାରେ କେଉଁ ଅଳଙ୍କାର ହୁଏ?
ଉ. ସ୍ମରଣ ଅଳଙ୍କାର
(ଅନେକତ୍ର ଗୋଟିଏ ବସ୍ତୁର ସ୍ମରଣ ଦ୍ଵାରା ତାହାର ବିରୋଧୀ ବସ୍ତୁର ସ୍ମରଣ ଘଟିଲେ ମଧ୍ୟ ତାହାକୁ ସ୍ମରଣ ଅଳଙ୍କାର କୁହାଯାଇଥାଏ।)

୧୦୮. ପ୍ରକୃତ ଉପମାନକୁ ଉପମେୟ ଭାବରେ କଳ୍ପନା କରାଗଲେ ସେଠାରେ କେଉଁ ଅଳଙ୍କାର ହୁଏ?
ଉ. ପ୍ରତୀପ ଅଳଙ୍କାର
( ଏହି ଅଳଙ୍କାରରେ ଉପମାନଙ୍କୁ ଉପେକ୍ଷା କରାଯାଇ ଉପମେୟକୁ ପ୍ରାଧାନ୍ୟ ପ୍ରଦାନ କରାଯାଇଥାଏ ।)

୧୦୯. କାର୍ଯ୍ୟ, ଲିଙ୍ଗ ଓ ଵିଶେଷଣ ଆଦିର ସମାନ ପ୍ରୟୋଗ ଦ୍ଵାରା ପ୍ରକୃତ ଵସ୍ତୁଠାରେ ଅପ୍ରକୃତ ଵସ୍ତୁର ଆରୋପ କରାଗଲେ କେଉଁ ଅଳଙ୍କାର ହୁଏ?
ଉ. ସମାସୋକ୍ତି ଅଳଙ୍କାର

୧୧୦. ଯେଉଁ ପଦରେ ଏକାଧିକ ଅଳଙ୍କାର କ୍ଷୀରନୀର ପ୍ରାୟ ସଂପୂର୍ଣ୍ଣ ଭାଵରେ ମିଶି ଵର୍ଣ୍ଣିତ ହୋଇଥାନ୍ତି, ସେଠାରେ କେଉଁ ଅଳଙ୍କାର ହୁଏ?
ଉ. ସଙ୍କର ଅଳଙ୍କାର

୧୧୧. ଯେଉଁ ପଦରେ ଏକାଧିକ ଆଳଙ୍କାର ନିରପେକ୍ଷ ଭାଵରେ ସମ୍ମିଳିତ ହୋଇଥାନ୍ତି, ସେଠାରେ କେଉଁ ଅଳଙ୍କାର ହୁଏ?
ଉ. ସଂସୃଷ୍ଟି ଅଳଙ୍କାର

୧୧୨. ଗୋଟିଏ ପଦରେ ଵର୍ଣ୍ଣନା ସମୟରେ ଯଦି ଗୋଟିଏ ଵସ୍ତୁର ଅଭାଵରେ ସୁନ୍ଦର ଵସ୍ତୁ ଅସୁନ୍ଦର ଓ ରୁଚିକର ବସ୍ତୁ ଅରୁଚିକର ମନେହୁଏ ତେବେ ତାହା ବ କେଉଁ ଅଳଙ୍କାର ହୋଇଥାଏ?
ଉ. ଵିନୋକ୍ତି ଅଳଙ୍କାର

୧୧୩. ଯେଉଁ ପଦରେ ଉପମେୟର ଅଧଃକରଣ କରାଯାଇ ଉପମାନର ସିଦ୍ଧ ଅଧ୍ୟଵସାୟ କରାଯାଏ, ସେଠାରେ ଅତିଶୟୋକ୍ତି ଅଳଙ୍କାର ହୁଏ। ଉପମେୟକୁ ଉଲ୍ଲେଖ ନକରି ଉପମାନକୁ ଉଲ୍ଲେଖ କରାଯାଇ ଅଭେଦ କଥନ ବା ଵର୍ଣ୍ଣନାକୁ କେଉଁ ଅଳଙ୍କାର କୁହାଯାଏ?
ଉ. ଅଧ୍ୟଵସାୟ ଅଳଙ୍କାର

୧୧୪. ଅତିଶୟୋକ୍ତି ଅଳଙ୍କାରକୁ କେତେ ଭାଗରେ ଵିଭକ୍ତ? ତାହା କଅଣ କଅଣ?
ଉ. (୧) ଅଭେଦ ଅତିଶୟୋକ୍ତି, (୨) ଅସମ୍ଭଦ୍ଧ ଅତିଶୟୋକ୍ତି, (୩) ଅତ୍ୟନ୍ତ ଅତିଶୟୋକ୍ତି ଓ (୪) ସମ୍ଭାଵନା ଅତିଶୟୋକ୍ତି

୧୧୫. ଯେଉଁ ଵର୍ଣ୍ଣନାରେ କାରଣ ଥାଇ ମଧ୍ୟ କାର୍ଯ୍ୟର ଉତ୍ପତ୍ତି ହୁଏ ନାହିଁ, ତାହାକୁ କେଉଁ। ଅଳଙ୍କାର କୁହାଯାଏ?
ଉ. ଵିଶେଷୋକ୍ତି ଅଳଙ୍କାର

୧୧୬. ପ୍ରକୃତ ଵସ୍ତୁ ଯଥା ପ୍ରାଣୀ, ପଶୁପକ୍ଷୀ, ଶିଶୁ, ମହିଳା ଇତ୍ୟାଦି ତଥା ପ୍ରକୃତି (ନଦୀ, ପାହାଡ଼, ସାଗର) ସୁକ୍ଷ୍ମ ତଥା ଯଥାର୍ଥ ଵର୍ଣ୍ଣନା କରାଯାଇଥିଲେ କେଉଁ ଅଳଙ୍କାର ହୁଏ?
ଉ. ସ୍ଵଭାଵୋକ୍ତି ଅଳଙ୍କାର

୧୧୭. କୁଟିଳ ଵାଣୀ ଭାଵେ କାହାକୁ ଉଲ୍ଲେଖ କରାଯାଇଛି?
ଉ. ଵକ୍ରୋକ୍ତି

୧୧୮. ଵକ୍ରୋକ୍ତିକୁ କୁନ୍ତକ କେତେ ଭାଗରେ ଵିଭକ୍ତ କରିଛନ୍ତି? ଥ କଅଣ କଅଣ?
ଉ. ୬ – (କ) ଵର୍ଣ୍ଣ ଵିନ୍ୟାସ ଵକ୍ରତା, (ଖ) ପଦ-ପୂର୍ଵାର୍ଦ୍ଧ ଵକ୍ରତା, (ଗ) ପଦ-ପରାର୍ଦ୍ଧ ଵକ୍ରତା, (ଘ) ଵାକ୍ୟ ଵକ୍ରତା, (ଙ) ପ୍ରକରଣ ଵକ୍ରତା, (ଚ) ପ୍ରବନ୍ଧ ଵକ୍ରତା

୧୧୯. କଵିର ଅନୁଭଵ ଯେତେଵେଳେ ଶବ୍ଦ ମାଧ୍ୟମରେ ବାଙ୍ମୟ ରୂପ ପରିଗ୍ରହଣ କରେ, ସେତେଵେଳେ ତାହା ପଶ୍ଚାଦରେ ସମନ୍ୱିତ ତିନୋଟି ଗୁଣ କାର୍ଯ୍ୟ କରିଥାଏ । ସେଗୁଡ଼ିକ କଅଣ?
ଉ. ପ୍ରତିଭା, ନୈପୁଣ୍ୟ ଏବଂ ଅଭ୍ୟାସ

୧୨୦. ମମ୍ମଟଙ୍କ ମତ ଅନୁସାରେ କଵି ଉଚାଙ୍ଗ କାଵ୍ୟ ସୃଷ୍ଟି ପାଇଁ କେଉଁ ତିନୋଟି ଗୁଣର ସମନ୍ୱୟ ଦରକାର?
ଉ. ପ୍ରତିଭା, ନୈପୁଣ୍ୟ ଏବଂ ଅଭ୍ୟାସ

୧୨୧. ହେମଚନ୍ଦ୍ର ତାଙ୍କର ‘କାଵ୍ୟାନୁଶାସନ’ ଗ୍ରନ୍ଥରେ କଅଣ ନିପୁଣତାକୁ ପ୍ରତିଭାରେ ରୂପାନ୍ତରିତ କରିଥାଏ?
ଉ. ପ୍ରଜ୍ଞା (ନଵନଵୋନ୍ମେଷଶାଳିନୀ ପ୍ରଜ୍ଞା) (ନଵନଵୋଲ୍ଲେଖଶାଳିନୀ ପ୍ରଜ୍ଞା)

୧୨୨. ଚିତ୍ରକାଵ୍ୟ ବନ୍ଧୋଦୟ କିଏ ରଚନା କରିଛନ୍ତି?
ଉ. ଉପେନ୍ଦ୍ରଭଞ୍ଜ

୧୨୩. ଚିତ୍ରକାଵ୍ୟ କେଉଁ କଵିମାନେ ରଚନା କରିଛନ୍ତି?
ଉ. ଉପେନ୍ଦ୍ରଭଞ୍ଜ, ସଦାନନ୍ଦ, ଅଭିମନ୍ୟୁ

୧୨୪. ଉପେନ୍ଦ୍ରଭଞ୍ଜ କେଉଁ ସଂସ୍କୃତ ଗ୍ରନ୍ଥ ଅଧ୍ୟୟନ କରି ଚିତ୍ରକାଵ୍ୟ ରଚନା କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି?
ଉ. କଵିକଳ୍ପଲତା, ସାହିତ୍ୟ ରତ୍ନାକର, ମାଘକାଵ୍ୟ, ଛନ୍ଦମଞ୍ଜରୀ, ଛନ୍ଦ ରତ୍ନାକର

୧୨୫. ଦିଵ୍ୟନାରୀ (ସତ୍ତ୍ଵା) ଓ ନାୟକଙ୍କ ଯଥାକ୍ରମେ କେତୋଟି ସାତ୍ତ୍ଵିକ ଅଳଙ୍କାର ଵା ଗୁଣ ଵର୍ଣ୍ଣନା ହୋଇଛି?
ଉ. ୨୮, ୮
(ହାବ, ଭାଵ, ହେଳା (୩ଟି ଅଙ୍ଗଜ); ଶୋଭା, କାନ୍ତି, ଦୀପ୍ତି, ମାଧୁର୍ଯ୍ୟ, ପ୍ରଗଳ୍ଭତା, ଔଦାର୍ଯ୍ୟ, ଧୈର୍ଯ୍ୟ (୭ଟି ଅଯତ୍ନଯ), ଲୀଳା, ଵିଳାସ, ଵିଚ୍ଛିତ୍ତି, ଵିଦ୍ଧୋକ, କିଳକିଞ୍ଚିତ, ମୋଟ୍ଟାୟିତ, କୁଟ୍ଟମିତ, ଵିଭ୍ରମ, ଛନ୍ଦିତ, ମଦ, ଵିହୃତ, ତପନ, ମୌଗ୍‌ଧ୍ୟ, ଵିକ୍ଷେପ, କୁତୂହଳ, ହସିତ, ଚକିତ, କେଳି (୧୮ଟି ସ୍ଵଭାଵଜ) (ସାହିତ୍ୟ ଦର୍ପଣ)।

୧୨୬. ସାତ୍ତ୍ଵିକ ଅଳଙ୍କାର ସହିତ ନାୟିକାମାନଙ୍କର କେତୋଟି ଲକ୍ଷଣ ଦୃଶ୍ୟମାନ ହୁଏ?
ଉ. ୩୨ଟି
(କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ (୧୬/୧୯), ପ୍ରେମସୁଧାନିଧ୍ଵ (୮/୧୪), ସୀତା (ବୈଦେହୀଶ ବିଳାସ, ୧୦/୧୯) ପ୍ରଭୃତିଙ୍କର ୩୨ଟି ଯାକ ଲକ୍ଷଣ ଥିବା କୁହାଯାଇଛି । ଏସବୁ ହେଉଛି – ଆଖି, ପାଦ, ହାତ, ଅଧର, ଓଠ, ଜିଭ, ନଖ – ଏସବୁର ରକ୍ତିମା, ଵକ୍ଷ, ନଖ, କାନ୍ଧ, ନାକ, କଟି, ମୁଖ – ଏସବୁରେ ଉଚ୍ଚତା; କଟି, ଲଲାଟ, ଵକ୍ଷ – ଏସବୁରେ ଵିସ୍ତାର; ବେକ, ଜଙ୍ଘ, ଲିଙ୍ଗ – ଏସବୁରେ ଖର୍ଵତା; ନାଭି, ସ୍ଵର, ବୁଦ୍ଧି – ଏଥରେ ଗଭୀରତା; ନାକ, ବାହୁ, ଆଖି, ହନୁ, ଜାନୁ – ଏସବୁରେ ସୂକ୍ଷ୍ମତା; କେଶ, ବାହୁ, ଆଖୁ, ଅଙ୍ଗ, ଅଙ୍ଗୁଳି – ଏସବୁରେ ଦୀର୍ଘତା।

୧୨୭. ଉପେନ୍ଦ୍ରଭଞ୍ଜଙ୍କ ଵର୍ଣ୍ଣନା ଅନୁସାରେ ଦିଵ୍ୟନାରୀଙ୍କର ଯେଉଁ ଅଷ୍ଟ ଐଶ୍ବର୍ଯ୍ୟ ଥାଏ ତାହା କଅଣ କଅଣ?
ଉ. ଅଣିମା, ଲଘିମା, ବଶିତା, ଈଶିତା, ପ୍ରାକାମ୍ୟ, ମହିମା, କାମାବଶାୟିତା, ପ୍ରାପ୍ତି

୧୨୮. ଦିଵ୍ୟନାରୀ – କାହାଠାରୁ ଜାତ
ଲାଵଣ୍ୟଵତୀ – ପାର୍ଵତୀଙ୍କ ମାନସ କନ୍ୟା ପିଣ୍ଡରୁ
କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ – ଅପସରା ଗର୍ଭରୁ
ରସିକ ହାରାଵଳୀ – ଵିମଳାଙ୍କ ଵରଦାନରୁ
ରସଲେଖା – ଋଷି କନ୍ୟା ରତୀ ଦେଵୀଙ୍କ ରସୋଦୟ ଵନରେ ଜାତ

ପ୍ରସ୍ତୁତି: ନିଷ୍ଠା ରଞ୍ଜନ ଦାଶ (ଫୋନ – ୯୪୩୭୯୦୫୩୦୭)

Comments

comments