Cast : Choudhury Bikash Das as Budha Sankhari
Rakhee Dash as Maa
Anusuya swain as Sakhi
Saswati Nanda Das as Nua Bahu
Director : SOumya RaTh
DOP : Manas Ranjan Sahoo
Co- Editor : Anubhab Meher
Make_up and costume : Artonfaceby_nill and Swagatika Swaggy
Write up : Abhishek Das ନିଷ୍ଠା ରଞ୍ଜନ ଦାଶ
A special mention : Rachit Tiwari Udayan Sarathi Raunak Raj
location of shoot : Astaranga ,Odisha

ଉଦୁଉଦିଆ ଖରାବେଳେ ଷାଠିଏ ବର୍ଷର ଏକ ବୁଢ଼ା ମୁଣ୍ଡରେ ଶଙ୍ଖା ଟୋକେଇ ଟେ ମୁଣ୍ଡେଇ ଗାଁ ମୁଣ୍ଡ ଆଡ଼ୁ ଚାଲି ଚାଲି ଆସୁଥାଏ।

ବୁଢ଼ା ଗାଁ କୁ ପଶୁ ପଶୁ, ଆମ ଘର ସାମନା ପକ୍କା ଉପରେ ନିଜ ଟୋକେଇ ଥୋଇ ବସି ପଡ଼ିଲା। ବୁଢ଼ା ଧୂଳିରେ ଆଣ୍ଠୁ ଯାକେ ବୁଡ଼ିଛି, ଅଷ୍ଟାଙ୍ଗ ଝାଳରେ ବୁଡ଼ି ଯାଇଥାଏ। ବୁଢ଼ାର ଜରାଜୀର୍ଣ୍ଣ ଅବସ୍ଥା ଦେଖି, ଯେ କେହି କହି ପାରିବେ, ଭୋକ ଏବଂ ଶୋଷରେ ରହି ରହି ଏହି ଅବସ୍ଥା ହେଇଛି ବୋଲି।

ମା’ ଚୁଡ଼ି ଦେଖିବା ପାଇଁ ନୂଆ ବୋହୂ ଙ୍କୁ କୁ ବି ଡାକିବାକୁ କହିଲେ। ନୂଆ ବୋହୂ, ଏବେ ଏବେ ବାହା ହେଇ ଏଇ ପରିବାର ର ସଦସ୍ୟା ହେଇଛନ୍ତି, ଗୋଟିଏ ଚାଉଳ ରେ ଗଢ଼ା, ଧୋବ ଫର ଫର ରଙ୍ଗ ଆଉ ସୁମିଷ୍ଟ ଭାଷୀ ମଣିଷ ଜଣେ ସେ। ସତେ ଯେମିତି ପରୀ ରାଇଜ ରୁ ସିଧା ମର୍ତ୍ତ୍ୟକୁ ଆସି ଯାଇଛନ୍ତି। ଏତେ ଲାଜକୁଳୀ ଆମ ବୋହୂ ମା’, କେତେ ବାଧ୍ୟ କଲା ପରେ ଶଙ୍ଖା ଦେଖିବା ପାଇଁ ପାଖକୁ ଆସିଲେ। ବୁଢ଼ା ବୋହୂ ଙ୍କର ଚମ୍ପା ଫୁଲ ପରି ମୁହଁ ଦେଖି ଏମିତି ତାଟକା ହୋଇ ଏନେଇ ରହିଲା ଯେମିତି, ଏମିତି ଅମାୟୀ ଆଉ ସୁନ୍ଦର ବୋହୂ କେବେ ଦେଖି ନଥିଲା।

ମୁଁ ଟିକେ ମୁଫଟ କିସମର ଝିଅ, ଯେତେବେଳେ ବୁଢ଼ା ନିଜକୁ ବୋହୂ ମା ଙ୍କର ବୁଢ଼ା ପୁଅ କହେ, ସମସ୍ତେ ଟିକେ ହସି ପକାନ୍ତି, ମୁଁ ସୁଯୋଗ ପାଇକି କହିଦେଲି, ” ବୋହୂ ସାଆନ୍ତାଣୀ ହେ ଆଚ୍ଛା ବୁଢ଼ା ପୁଅ ଟେ ପାଇଲ ଏକା, କପାଳ ତ।”
ବୋହୂ ମା ହସି ଦେଇ କହିଲେ,”ଦୂର୍।”

“ମା, କି ଶଙ୍ଖା ନବୁ ନେ।” କେତେ ବେଳକେ ମୁହଁ ଫୁଟିଲା ପରେ କହିଲା।
ବୋହୂ ଟି ଲାଜ ଛାଡ଼ି ଦେଇ କହିଲା,”ଆସ୍ମାନ୍ ତାରା ଶଙ୍ଖା ଅଛି?”
ବୁଢ଼ାଟି ରଙ୍ଗାଝିଲିରି, ବୋଉଳଫୁଲିଆ, ବିଛା ମାଳିଆ, ଚୁନଟିପି ଭଳି ବିଭିନ୍ନ ଧରଣ ର ଶଙ୍ଖା ଅଛି, ସେଇଥିରୁ ଗୋଟେ ନବାକୁ ଅନୁରୋଧ କରେ।
ଆଉ ଆଗ ଥରକୁ ଆସିଲେ ଆସ୍ ମାନ୍ ତାରା ବନେଇ ଆଣିବ ବୋଲି କହୁଚି।

ତା ପାଖେ ଥିବା, ନାନା ରଙ୍ଗ ଶଙ୍ଖା ରୁ ବୋହୂ ମା ମିଠା ସ୍ୱର ରେ ସବୁଜ ଚୁଡ଼ି ମାଗିଲେ। ଆଉ ନିଜ କୋମଳ ହାତ ବୁଢ଼ା ଦିଗରେ ବଢ଼ାଇ ଦେଲେ, ବୁଢ଼ା କାଳ ବିଳମ୍ବ ନ କରି ତାଙ୍କ ହାତରେ ଚୁଡ଼ି ପିନ୍ଧାଇ ଦେଲା।
ବୁଢ଼ା ତାଙ୍କୁ ପ୍ରଶଂସା କରିବାରେ ଥକୁ ନଥାଏ।

ମା ବୁଢ଼ା କୁ ଦାମ୍ ପଚାରିଲେ ଏବଂ କିଛି ଟଙ୍କା ଯାଚିଲେ, କିନ୍ତୁ ସେ ରୋକ୍ ଠୋକ୍ ମନା କରିଦେଲା ଆଉ କହିଲା,” ମା ଠଉଁ କଣ ଦାମ୍ ନେବି?”
ଏହା କହି ଶଙ୍ଖାରି ଶଙ୍ଖା ମୁଠାକ ରଖି, ଝୁଡ଼ି ଧରି ଉଠି ପଡ଼ିଲା ଆଉ ଏକ ଲୟ ରେ ଚାଲିବାକୁ ଲାଗିଲା, ମା କେତେ ଡାକିଲେ, ମୁଁ କେତେ ଡାକିଲି, ପଛରେ ଦୌଡ଼ି ଦୌଡ଼ି ବାରଣ୍ଡା ଯାଏ ଗଲି।
କିନ୍ତୁ ସେ ଆଉ ଫେରି ଚାହିଁଲା ନାହିଁ।

ରଜ ସମୟ ଆସିଲା
ସେ ଭାଵିଲା ଏଇଥର ସେ ନୂଆ ବୋଉପାଇଁ ଆସମାନ ତାରା ତିଆରି କରି ଦେଵ । କଷ୍ଟ ହେଉଥିଲେ ଵି ସେ ତିଆରି କଲା ।
ଦିନରାତି ସେ କାମରେ ଲାଗିରହିଲା ।

ଦୁଆର ବନ୍ଧରେ ଠିଆ ହୋଇ ମୋତେ ମା କୁ ଡାକୁଥିଲା। “ମା ମନା କଲେ, ଘରେ କେହି ନୂଆ ଚୁଡ଼ି ନେବେନି ଏବେ , ତମେ ଯାଅ।” ମୁଁ କହିଲା ପରେ, ମୋତେ ଆହୁରି ବାଧ୍ୟ କଲା ପରେ।
ମା’ ମୋତେ ବୋହୂ ମା’ ଙ୍କୁ ଡାକିବାକୁ ଆଖି ଠାର ରେ କହିଲେ।

ବୋହୂ ମା’ ଙ୍କ ର ରୂପ ଦେଖି ବୁଢ଼ା ଆଶ୍ଚର୍ଯ୍ୟ ଏବଂ ଅଜଣା ଭୟରେ ଆତଙ୍କିତ ହେଇ ପଡ଼ିଲା। ବୁଢ଼ାର ଦେହ ଥରି ଉଠିଲା, ମୁଣ୍ଡ ଘୁରେଇ ଗଲା।
ବୁଢ଼ା ଆଖି ବୁଜି ପକାଇଲା ଆଉ ଖୋଲିଲା ବେଳକୁ ସେ ଦେଖିଲା।

ନୂଆ ବୋଉଙ୍କ ହସ ହସ ମୁହଁ, ନାଲି ସିନ୍ଦୁର, ଶାଢ଼ୀ ରଙ୍ଗୀନ ଚୁଡ଼ି ଦଇବ ପୋଛି ଦେଇଥିଲା । ତା ବଦଳରେ ନୂଆ ବୋଉ ଧଳା ଶାଢ଼ୀ ପିନ୍ଧି ଠିଆ ହୋଇଥିଵାର ଦେଖିଵାକୁପାଇଲା ।