Bhubaneswar Buzz

#OdiaPostAt11 ରାଜହଂସ ଦ୍ଵୀପ – ଏଇଠି ପ୍ରକୃତି ଅନେକ କିଛି ଉପହାର ଖାସ ଆପଣଙ୍କ ପାଇଁ ସାଇତି ରଖିଛି

rajhans island odisha bbsrbuzz

Rajhans is a small island in “Chilka” , Asia’s second largest Brackish water lagoon . This island named after the legendary bird “Rajhans ” , is as beautiful as the bird itself . It is an to be the ideal get-away. A 15-minute stroll had takes the tourist , from the protected waters of Chilika (where one could safely swim, sail, surf or pedal-boat), through a forested hill station, to the mighty ocean on the other side. Read more below:

ଚିଲିକା ମୁହାଣରେ ସେ ଛୋଟିଆ ଦ୍ବୀପ ତାର ନାମ ହେଉଛି ରାଜହଂସ । ଏଠାରେ ଦେଖିବାକୁ ମିଳୁଥିବା ରାଜହଂସ ପକ୍ଷୀ ପାଇଁ ଏହାର ନାମକରଣ ଏମିତି ।  ପୁରୀରୁ ମାତ୍ର ୭୦ କିମି, ସାତପଡ଼ାଠାରୁ ୧୮ କିମି ଚିଲିକା ଭିତର ଦେଇ ଗଲେ ମାତ୍ର ଦେଢ଼ଘଣ୍ଟାର ଯାତ୍ରା । ଏହା ଏପରି ଏକ ସ୍ଥାନ ଯେଉଁଠି ଗୋଟେ ପାଖେ ଉପକୂଳ ଓ ଅନ୍ୟ ପାଖେ ବଙ୍ଗୋପସାଗର ଓ ଏହାର ମଝି ମଝିଆ ସ୍ଥାନରେ ପାହାଡ଼ଟିରେ ଗଛପତ୍ର ପରିପୂର୍ଣ୍ଣ । ଏଇଠି ଆପଣ ଦୁଇଟି ଜଗତର ମିଶ୍ରଣ ଅନୁଭବ ପାଇବେ । ସାତପଡା ଯେହେତୁ ପ୍ରବାସୀ ପକ୍ଷୀଙ୍କ ପାଇଁ ସେତେ ପରିଚିତ ନୁହେଁ ମାତ୍ର ଏଠାରେ ଅନେକ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି । କାରଣ ପ୍ରସିଦ୍ଧ ନଳବଣ ସାତପଡ଼ାର ଅତି ନିକଟରେ ଅଛି । ସାତ ପଡ଼ାରୁ ନଳବଣରେ ପହଞ୍ଚିବା ପାଇଁ ଡଙ୍ଗାରେ ପ୍ରାୟ ୪ ଘଣ୍ଟା ସମୟ ଲାଗେ ।

ଏଇଠି ଆପଣ ପୁରା ଦିନଟିଏ କଟେଇ ପାରିବେ । ବୋଟିଂ,ମାଛମରା, ଶିଶୁମାର (ଡଲଫିନ) ଦେଖଣା, ସମୁଦ୍ର ପହଁରା ସହ ଏହାର ସୁନେଲି ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଗଡି ମଜା ଉଠାଇ ପାରିବେ । ଏଠାକାର ତାପମାତ୍ରା ହିଲଷ୍ଟେସନ ଭଳି ଅନୁଭବ ହୁଏ ।

ଏଇଠି ଆପଣଙ୍କୁ ଏମିତି ଲାଗିବ ଯେମିତି ପ୍ରକୃତିର ଅନେକ କିଛି ଗୁପ୍ତ ଜିନିଷ ଯେପରି ଆପଣଙ୍କୁ ଅପେକ୍ଷା କରିଛି । ବିଭିନ୍ନ ପ୍ରଜାତିର ପକ୍ଷୀ, କଙ୍କଡା, ଶିଶୁମାର, ଅନ୍ୟାନ୍ୟ ସାମୁଦ୍ରିକ ଓ ବଣ୍ୟ ଜୀବଜନ୍ତୁ ଦେଖିବାକୁ ପାଇବେ । ଏମାନେ ଆପଣଙ୍କ ଚାରିପାଖରେ ନିର୍ଭୟରେ ବୁଲୁଥିବାର ମିଳିବେ । ସ୍ଥାନୀୟ ମତ୍ସ୍ୟଜୀବୀ ମାଛଧରୁଥିବାର ଦୃଶ୍ୟ ଆପଣଂକ ଚକ୍ଷୁକୁ ଏଇଠି ବାନ୍ଧି ରଖିବ । ଏହାର ବାଲୁକା ଉପକୂଳରେ ଧାଡ଼ିଧାଡ଼ିକା ସଜେଇ ହୋଇ ରହିଥିବା ଝାଉଁ ବଣ, ବାଲିରେ ଗାତ ଭିତରୁ ଆଖି ମିଟିକା ମାରି କ୍ଷିପ୍ର ବେଗରେ ଦୌଡି ପଳାଉଥିବା ନାଲି କଙ୍କଡ଼ାର ଦୃଶ୍ୟ ପ୍ରକୃତି ପ୍ରେମୀଙ୍କୁ ମୁଗ୍ଧ କରିବ । ଏଇଠି ଶହସ୍ରାଧିକ ପ୍ରଜାତିର ଗାଛ, ଜୀବଜନ୍ତୁ , ଉରାଳ ପର୍ବତ, ସାଇବେରିଆ ଓ ଉତ୍ତର ଏସିଆରୁ ଆସିଥିବା ୧୫୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଏଇଠି ତାଙ୍କ ଘର ବସେଇଥିବାର ଦେଖିବାକୁ ପାଇବେ । ଏହା ସହ ନୌଯାତ୍ରା (ବୋଟିଂ) ଆପଣଙ୍କୁ ଏକ ସୁଖଦ ଅନୁଭୁତି ଦେବ ।

ଆପଣ ଏଠାର ଜଙ୍ଗଲକୁ ଭେଦ କରି ଆରପଖାକୁ ଯିବାପରେ ବେଦାନ୍ତ କୂଳ (ବିଚ) ଆପଣଙ୍କୁ ଅପେକ୍ଷା କରିଥିବ । ସେଇଠି ଆପଣ ଜେଲି ଫିସ , ଶାମୁକା, ଶଂଖ, ଆଦି ମଧ୍ୟ କୂଳରେ ଦେଖିବାକୁ ପାଇବେ ।

ବଙ୍ଗୋପସାଗର କୁ ଲାଗି ୧୧,୦୦୦ କିମି ପରିବ୍ୟାପ୍ତ ଚିଲିକା ହେଉଛି ବିଶ୍ବର ସବୁଠୁ ବଡ଼ ଲବଣାକ୍ତ ହ୍ରଦ କେବଳ ବର୍ଷା ଦିନେ ଏହାର ଜଳ ମଧୁର ଥାଏ କାରଣ ସ୍ଥଳଭାଗ ଆଡୁ ସାଗରକୁ ପାଣି ବୋହିଯାଇ ମିଶୁଥାଏ  ।

ଏଇଠି ଅନେକ ଅଦ୍ଭୁତ ନାମ ଥିବା ସ୍ଥାନ ଦେଖିବାକୁ ପାଇବେ ଯଥା ହନିମୁନ, ବ୍ରେକଫାଷ୍ଟ , କାଳିଜାଇ, ଆଖପାଖର ଦର୍ଶନୀୟ ସ୍ଥାନ ଗଡ଼କୃଷ୍ଣପ୍ରସାଦ (ରମ୍ଭା ରଜାଙ୍କ ଧ୍ବଂସାଭିମୁଖୀ ରାଜପ୍ରାସାଦ), ଚଡେଇଗୁହା ପର୍ବତ ଆଦି ।

ଥଣ୍ଡା ପବନ ସହ କଅଁଳିଆ ଖରାରେ ସ୍ପିଡ଼ବୋଟରେ ପାଣିକୁ କାଟି କାଟି ଆଗକୁ ବଢୁଥିବାବେଳେ ଆପଣଙ୍କ ମଜା ବହୁଗୁଣିତ ହୋଇ ଉଠିବ ନିଶ୍ଚୟ । ଏହାର ମନୋରମ ପରିବେଶରେ ଦିନ ଯାକ ବୁଲି ବୁଲି ଜମାରୁ ଥକି ପଡ଼ିବେ ନାହି । ମଧ୍ୟାହ୍ନ ଭୋଜନରେ ଏଠାକାର ଚିଙ୍ଗୁଡ଼ି ଓ କଙ୍କଡ଼ାର ସୁସ୍ବାଦୁ ବ୍ୟଞ୍ଜନ ଚାଖିବାକୁ ଜମାରୁ ପାସୋରି ଯିବେ ନାହିଁ । କେବଳ ଆପଣଙ୍କ ଆସିବା ହିଁ ବାକି ରହିଲା ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments