Bhubaneswar Buzz

#OdiaPost ଟିଟିଲାଗଡ଼ର ଚମତ୍କାରୀ ଦେଉଳ : ବାହାରେ ଗରମ ବଢ଼ିଲେ, ଭିତରେ ବଢ଼େ ଶୀତ

ବଲାଙ୍ଗୀରଜିଲ୍ଲାର ପ୍ରମୁଖ ଶୈବପୀଠଗୁଡ଼ିକ ମଧ୍ୟରୁ ଟିଟିଲାଗଡ଼ର ଧବଳେଶ୍ବର ପୀଠ ଅନ୍ୟତମ । ଏହି ଚମତ୍କାରୀ ଦେଉଳର ବିଶେଷତା ହେଲା ଦେଉଳରେ କୌଣସି ପଙ୍ଖା, କୁଲର ବା ବତାନୁକୁଳିତ ଯନ୍ତ୍ର ସ୍ଥାପନ ହୋଇନଥିଲେ ବି ଦେଉଳ ଭିତରେ ଥାଇ କେହିବି ବାତାନୁକୁଳିତ ଯନ୍ତ୍ର (AC) ପରି ଶୀତଳତା ଅନୁଭବ କରିଥାଏ । ଯେଉଁ ସମୟରେ ବାହାରର ତାପମାତ୍ରା ୫୦℃ ଥାଏ, ଠିକ ସେହି ସମୟରେ ଦେଉଳ ଭିତରର ତାପମାତ୍ରା ଥାଏ ମାତ୍ର ୧୦℃ । ଖରାଦିନେ ବାହାରର ତାପମାତ୍ରା ବଢ଼ିଲେ ଭିତରର ତାପମାତ୍ରା ଆଶ୍ଚର୍ଯ୍ୟଜନକ ଭାବେ କମିଥାଏ । ସମସ୍ତ କବାଟ ଝରକା ବନ୍ଦକରିଦେଲେ ସମ୍ପୂର୍ଣ୍ଣ ଦେଉଳଟି ଶୀତଳତାରେ ଭରିଯାଏ । ପୂଜକ ପ୍ରାୟତଃ ଦିନ ସମୟରେ କମ୍ବଳ ଘୋଡ଼ାଇହୋଇ ପୂଜା କାର୍ଯ୍ୟ କରିଥାନ୍ତି ।

ଏଇ ଅଦ୍ଭୁତ ଦେଉଳଟି ଟିଟିଲାଗଡ଼ର କୁମୁଡ଼ା ପଥର ପାହାଡ଼ରେ ଅବସ୍ଥିତ । ସାଧାରଣତଃ ଖରାଦିନେ ଏଇ କୁମୁଡ଼ା ପାହାଡ଼ ଉପରେ ତାପମାତ୍ରା ୫୫℃ ଛୁଇଁଥାଏ । ଟିଟଲାଗଡ଼ ଭାରତର ସବୁଠୁ ଉତ୍ତପ୍ତ ସ୍ଥାନ ଭାବେ ପରିଗଣିତ ହେଉଥିବାରୁ ଉତ୍ତପ୍ତ ଗଡ଼ (ତତଲାଗଡ଼) ରେ ଏପରି ଏକ ଶୀତଳ ସ୍ଥାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥାଏ । ଦେଉଳ ବାହାର ଓ ଭିତର ତାପମାତ୍ରାରେ ଅଦ୍ଭୁତପୂର୍ବ ତାରତମ୍ୟ ଥିବାରୁ ଏହା ଦେଶରେ ଚର୍ଚ୍ଚାର ପରିସରକୁ ଆସିଅଛି ।

TITLAGAD RA DHABALESWAR GUDI

ଟିଟଲାଗଡ କୁମଡା ପାହାଡ଼ ରେ ଥିବା ଧବଳେଶ୍ୱର ଶିବ ଗୁଡ଼ି ଉପରେ ଆଜତକ ର ରିପୋଟ ..ତତଲାଗଡେ ମନ୍ଦିର ଭିତରେ ଥଂଡା..video- Aajtak facebook.com/SambalpuriCulture

Posted by Sambalpuri culture on Sunday, April 9, 2017

ଏହି ଦେଉଳରେ ଶିବ ପାର୍ବତୀ ମୂର୍ତ୍ତି ପୂଜା ପାଆନ୍ତି । ଏହି ଦେଉଳର ଇତିହାସ ବାବଦରେ ବିଶେଷ ତଥ୍ୟ କିଛି ନଥିଲେ ହେଁ, ଶୁଣାଯାଏ ପାହାଡ଼ ଶିଖର ଗୁମ୍ଫାରେ ଆଦିବାସୀମାନେ ପ୍ରଥମେ ଶିବଙ୍କୁ ପୂଜା କରୁଥିଲେ । ପରେ ସୋମବଂଶୀ ରାଜାମାନେ ମଧ୍ୟ ଏଠାରେ ପୂଜାର୍ଚ୍ଚନା କରୁଥିଲେ । ପୂଜକଙ୍କ କହିବା ମତେ ଏ ଶୀତଳତା ଶିବ ପାର୍ବତୀଙ୍କ ପ୍ରତିମା ଯୋଗୁଁ ହୋଇଥାଏ । ଅନେକ କୁହନ୍ତି ଏ ଚମତ୍କାରିତା ବାସ୍ତୁଶାସ୍ତ୍ର ସମ୍ବନ୍ଧୀୟ । ଏଠିକାର ଅଧିବାସୀମାନେ କୁହନ୍ତି ଭଗବାନ ଶିବ ଉତ୍ତପ୍ତ ଇଲାକାରେ ଭକ୍ତମାନଙ୍କୁ ଶୀତଳତା ଅନୁଭବ ଦେଇ ଆଶୀର୍ବାଦ କରିଆସୁଛନ୍ତି । ଅନେକ ବୈଜ୍ଞାନିକ, ଐତିହାସିକ ଏବଂ ନୃତତ୍ତ୍ଵବିତ ଏଠାକୁ ଆସି ଗବେଷଣା ଚଳାଇ ଫେରିଥିଲେ ମଧ୍ୟ ଏଯାବତ ଏ ରହସ୍ୟର କାରଣ ଜାଣିବାରେ ଅସଫଳ ହୋଇଛନ୍ତି ।

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments