Bhubaneswar Buzz

#OdiaPost ଓଡ଼ିଶାରୁ ହିଁ ମୋର ପରିଚୟ ଆରମ୍ଭ । ବାରବାଟିକୁ କେବେ ଭୁଲିପାରିବିନାହିଁ – ମିଲଖା ସିଂହ

milkha-singh-bhubaneswar buzz

୨ ନଭେମ୍ବର ୨୦୧୬ରେ ଏକଲବ୍ୟ ପୁରସ୍କାର ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବକ୍ତୃତା ଆରମ୍ଭରୁ ଓଡ଼ିଶା ମାଟିର ଭୂୟସୀ ପ୍ରଶଂସା କରିଛନ୍ତି ବିଶିଷ୍ଟ କ୍ରୀଡ଼ାବିତ ମିଲଖା ସିଂହ । ସେ କହିଲେ ” ଉତ୍କଳ ମାଟିକୁ ମୁଁ କେବେ ଭୁଲି ପାରିବି ନାହିଁ । ଓଡ଼ିଶାରୁ ହିଁ ମୋର ପରିଚୟ ଆରମ୍ଭ ହୋଇଥିଲା ।”

କଟକ ବାରବାଟି ଷ୍ଟାଡିୟମରେ ୧୯୫୮ ନାସନାଲ ଗେମ୍ସ ଅଫ ଇଣ୍ଡିଆ ଆୟୋଜିତ ହୋଇଥିଲା । ସେ ଉଭୟ ୨୦୦ ଓ ୪୦୦ ମିଟର ଦୌଡ଼ରେ ଭାଗନେଇ ନୂଆ ରେକର୍ଡ଼ କରିଥିଲେ । ସେହି ବର୍ଷ ଏସୀୟ କ୍ରୀଡ଼ାରେ ଉଭୟ ବିଭାଗରେ ଭାଗ ନେଇ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ । ବାରବାଟି ଅନୁଭୂତି ତାଙ୍କୁ ପ୍ରେରଣା ଯୋଗାଇଥିଲା । ଏଥିପାଇଁ ଓଡ଼ିଶା ମାଟିକୁ ସେ ସଲାମ କରିଥିଲେ ।

ଅତୀତକୁ ମନେପକାଇ ମିଲଖା କୁହନ୍ତି…
“ଆପଣ ବିଶ୍ୱାସ କରିବେନି, ଭାରତୀୟ ସେନାର ଯୋଗଦେବା ଯାଏଁ ମୁଁ ଖାଲି ଦୌଡ଼ୁଥିଲି । ମାତ୍ର ମୋତେ ଅଲମ୍ପିକ, ଏସୀୟ କ୍ରୀଡ଼ା, ୧୦୦ ମି, ୨୦୦ ମି, ଏବଂ ୪୦୦ ମିଟର ଦୌଡ଼ ସମ୍ପର୍କରେ କିଛି ଜଣାନଥିଲା । ସେମାନେ ହିଁ ମୋତେ ସବୁ କିଛି ଶିଖାଇଥିଲେ । କଟକରେ ଯେତେବେଳେ ଉଭୟ ଇଭେଣ୍ଟରେ ରେକର୍ଡ଼ କଲି ସେଦିନ ରାତିରେ ମୋତେ ନିଦ ହୋଇନଥିଲା । ମୋତେ ଲାଗିଲା ପଡ଼ିଆ ଛୋଟ ଥିଲା । ସକାଳ ହେବା ମାତ୍ରେ ଫିତା ନେଇ ଗ୍ରାଉଣ୍ଡ ମାପିଲି । ଦୂରତା ଠିକ ଠାକ ଥିଲା । ତାପରେ ଯାଇ ଆଶ୍ୱସ୍ତ ହେଲି ଓ ନିଜକୁ ବିଶ୍ୱାସ କାଲି । ସେବେଠାରୁ ବାରବାଟି ମୋର ବିଶ୍ବସ୍ଥ ହୋଇଛି ।
ଓଡ଼ିଶା ପ୍ରତିଭାଙ୍କ ବାବଦରେ:
ଯେଉଁ ମିଲଖା ବାରବାଟିରୁ ତାର ପରିଚୟ ସୃଷ୍ଟି କରିଥିଲା, ମୁଁ ଚାହୁଁଛି ସେଇ ଓଡ଼ିଶାର ପୁଅ ଝିଅମାନେ କଠିନ ପରିଶ୍ରମ କରି ଜଣେ ଜଣେ ମିଲଖା ହୁଅନ୍ତୁ । ଶ୍ରାବଣୀ ନନ୍ଦ ଆମ ଦେଶର ଗୌରବ । ତାଙ୍କ ସହ ଦିପଦ କଥା ହେଲି ଭଲ ଲାଗିଲା । ସେ ପରବର୍ତ୍ତୀ ଅଲମ୍ପିକରେ ପଦକ ଜିତିବାକୁ ଆଶା ରଖିଥିବା ଜାଣି ଖୁସିଲାଗିଲା ।”

ଷାଠିଏ ଦଶକରେ ବିଶ୍ୱକ୍ରୀଡ଼ା ଜଗତରେ ଚହଳ ପକେଇଥିଲେ ପଞ୍ଜାବ ଜନ୍ମିତ ମିଲଖା ସିଂହ । ତାଙ୍କୁ ‘ ଫ୍ଲାଇଙ୍ଗ ଶିଖ ‘( Flying Sikh ) ବୋଲି ସମ୍ବୋଧିତ କରାଯାଏ । ପୁରୁଷ ଅଥଲେଟରେ ଭାରତ ବ୍ରିଟିଶ ଏମ୍ପାୟାର ଏବଂ ରାଜ୍ୟଗୋଷ୍ଠୀକ୍ରୀଡ଼ା ତରଫରୁ ୧୯୫୮ ମସିହାରେ ପ୍ରତିନିଧିତ୍ୱ କରିଥିଲେ । (କାର୍ଡ଼ିଫ ୪୪୦ ଗଜ) । ଏସୀୟ କ୍ରୀଡ଼ା ୧୯୫୮ ଟୋକିଓ ୨୦୦ ମିଟର, ୧୯୫୮ ଟୋକିଓ ୪୦୦ ମିଟର, ୧୯୬୨ ଜାକର୍ତ୍ତା ୪୦୦ ମିଟର, ୧୯୬୨ ଜାକର୍ତ୍ତା ୪x୪୦୦ ମିଟର ରିଲେ, ଭାରତୀୟ ଜାତୀୟ କ୍ରୀଡ଼ା ୧୯୬୪ କଲିକତା ୪୦୦ ମିଟରରେ ରେକର୍ଡ଼ କରିଥିଲେ ।  ଦୁର୍ଭାଗ୍ୟ ବଶତଃ ଅଲମ୍ପିକ ପଦକ ଅତି ନିକଟରୁ ହରାଇ ବସିଥିଲେ ।

———————————————————————————————————————–

By
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments