Bhubaneswar Buzz

1st Odia Wikisource workshop at New Delhi Jagannath Temple

odia wiki delhi

ଓଡ଼ିଆ ଉଇକିପାଠାଗାର ଇଣ୍ଟରନେଟରେ ଉପଲବ୍ଧ ଏକ ପାଠାଗାର । ଦୁର୍ମୂଲ୍ୟ ଓ ପୁରୁଣା ଅନେକ ଓଡ଼ିଆ ପୋଥି, ବହି ଆଦି ଏଥିରେ ପଢ଼ିବା ପାଇଁ ଉପଲବ୍ଧ ହେବାକୁ ଯାଉଛି । ତେବେ ଏଥିରେ ବହିମାନ ପଢ଼ିହେବା ସହ ସେସବୁରୁ ଲେଖା ନେଇ ଅନ୍ୟ ସ୍ଥାନରେ ବ୍ୟବହାର କରିହେବ ଓ ଗୁଗୁଲ ଆଦି ସର୍ଚ ଇଞ୍ଜିନରେ ଓଡ଼ିଆରେ ଖୋଜି ପାଇହେବ । ଏହି ପ୍ରକଳ୍ପରେ ଅଧିକ ବହି ଉପଲବ୍ଧ କରିବା ପାଇଁ ଅଧିକ ସ୍ୱେଚ୍ଛାସେବୀଙ୍କ ଅବଦାନ ଲୋଡ଼ା । ଏହି କର୍ମଶାଳାରେ ଆପଣ କିପରି ଓଡ଼ିଆ ବହିମାନ ଏଥିରେ ଉପଲବ୍ଧ କରାଇପାରିବେ ତାହା ଜାଣିବା ସହ ଓଡ଼ିଆରେ ଟାଇପ କରିବା ବାବଦରେ ଅଧିକ ଶିଖିପାରିବେ ।

ନିଶ୍ଚେ ଆସିବେ!!!
ଡିସେମ୍ବର ୧୪, ଅପରାହ୍‌ଣ ୨-୪ ଘଟିକା
ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର, ନୂଆ ଦିଲ୍ଲୀ

2 pm today
Jagannatha temple, Tyagaraj Nagar
(Near INA metro station, Delhi)

 

Comments

comments