Bhubaneswar Buzz

FactCheck: Viral ହୋଇଥିଵା ଏହି ଫଟୋ ପାରିଜାତ ଫୁଲ ନୁହେଁ । ପ୍ରକୃତ ପାରିଜାତ ଫୁଲ ଚିହ୍ନନ୍ତୁ

ଏପ୍ରିଲ ମାସ ଶେଷ ସପ୍ତାହରେ WhatsApp ରେ ଵାଇରାଲ ହୋଇଥିଵା ଏହି ପେପର କଟିଂଟିର ସତ୍ୟ ସାମ୍ନାକୁ ଆସିଛି । ନୟାଗଡ଼ ଜିଲ୍ଲାର ଵ୍ୟକ୍ତି ଜଣକ ନିଜ ଘରେ ଯେଉଁ ପାରିଜାତ ଫୁଲ ଫୁଟିଛି ବୋଲି ଦାବି କରିଛନ୍ତି, ତାହା ଭୁଲ ପ୍ରମାଣିତ ହୋଇଛି । ଉଦ୍ଭିଦ ପ୍ରେମୀ ଡାକ୍ତର ଦେଵାଶିଷ ଜେଠୀଙ୍କ ଅନୁୁୁ୍ଧ୍ୟାନରୁ ଜଣା ପଡ଼ିଲା ଯେ,

ପାରିଜାତ ଫୁଲଗୁଡ଼ିକ Magnoliaceae ପରିଵାରରେ Magnolia ଜାତି (genus)ରେ ଅନ୍ତର୍ଭୁକ୍ତ । ଏହାର ଅନେକ ପ୍ରଜାତି ଉପଲବ୍ଧ; ଫୁଲଗୁଡ଼ିକ ଅତି ସୁଗନ୍ଧିତ, ୧୦ ରୁ ଅଧିକ ପାଖୁଡ଼ାଵିଶିଷ୍ଟ , ପାଖୁଡ଼ାଗୁଡ଼ିକ ପରସ୍ପରଠାରୁ ମୁକ୍ତ, ପୁଂକେଶର ଓ ସ୍ତ୍ରୀକେଶର ମଧ୍ୟ ୧୦ରୁ ଅଧିକ ଏଵଂ ପରସ୍ପରଠାରୁ ମୁକ୍ତ । ଵୈଜ୍ଞାନିକ ମତ ଅନୁସାରେ Magnolia ହେଉଛି ଵିଵର୍ତ୍ତନରେ ସର୍ଵପ୍ରାଚୀନ ସପୁଷ୍ପକ ଉଦ୍ଭିଦ ଜାତି ତେଣୁ ପାଖୁଡ଼ା ଓ କେଶର ମୁକ୍ତାଵସ୍ଥାରେ ଥାଏ। ଏହି ଵୈଶିଷ୍ଟ୍ୟ ସହିତ ଫୁଲର ବହୁଵିଧ ରଙ୍ଗ, ବଡ଼ ଆକାର, ଲାଵଣ୍ୟ ଓ ଅତି ମଧୁର ସୁଗନ୍ଧ ପାଇଁ ଏହାକୁ ସ୍ଵର୍ଗୀୟ ଵିଵେଚନା କରାଯାଏ । ସ୍ଵର୍ଗୀୟ ଉପମା ଦେଵାର ମାନେ ନୁହେଁ ଯେ ଏ Magnolia ପୁଷ୍ପ ମର୍ତ୍ତ୍ୟରେ ଫୁଟେନାହିଁ । ଏହି ଚିତ୍ରରେ ପ୍ରଦତ୍ତ ଗଛଟି ଵାସ୍ତଵରେ Apocyanaceae ପରିଵାରର ଗଛ । ଏହାର ପାଖୁଡ଼ା ଓ ପୁଂକେଶରରୁ ପ୍ରତ୍ୟେକ ୫ଟି ମଧ୍ୟରେ ସୀମିତ ପୁଣି ପରସ୍ପର ସହ ସଂଯୁକ୍ତ ହୋଇଥାଏ, ସ୍ତ୍ରୀକେଶର ମାତ୍ର ଦୁଇଟି; ତେଣୁଏହା Magnolia ଵା ପାରିଜାତ ନୁହେଁ ।

ତେଵେ ପାରିଜାତ ଫୁଲ ଆପଣ ଦେଖିଵାକୁ ଚାହୁଁଥିଲେ ଦେଖନ୍ତୁ ଏହା କେମିତିକା :

ପ୍ରକୃତ ପାରିଜାତ ଫୁଲ

PPL ନ୍ୟୁଜ଼ର ଏହି ଵିଡ଼ିଓ କ୍ଲିପରେ ଆପଣ ଓଡ଼ିଶାରେ ଅସଲ ପାରିଜାତ ଫୁଲ ଫୁଟିଥିଵାର ଖବର ଦେଖିପାରିଵେ ।

 

Comments

comments