Bhubaneswar Buzz

#OdiaPost : ରସଗୋଲା ଦିଵସରୁ ଆରମ୍ଭ ହେଉଛି ‘ଏଣ୍ଡ୍ରଏଡ଼ ରସଗୋଲା’ ଅଭିଯାନ

 

ଏଣ୍ଡ୍ରଏଡର ସଂସ୍କରଣଗୁଡ଼ିକ ସମୟ ସହ ପରିଵର୍ତ୍ତିତ ହୁଏ l ନୂତନ ସଂସ୍କରଣଗୁଡ଼ିକୁ ଇଂରାଜୀ ଵର୍ଣ୍ଣମାଳା କ୍ରମାଙ୍କରେ ପଡ଼ୁଥିବା କୌଣସି ମିଠାଦ୍ରଵ୍ୟ ନାମରେ ନାମିତ କରାଯାଏ ଗତ ଵର୍ଷ ଏଣ୍ଡ୍ରଏଡ଼ପାଇଁଓରୀଓନାମକୁ ଚୟନ କରାଯାଇଥିଲା ଆଉ ଏଵେଏଣ୍ଡ୍ରଏଡ ପିପାଇଁ ନାମ ବଛାଚାଲିଛି ୨୦୧୮ ଅଗଷ୍ଟ କିଂଵା ସେପ୍ଟେମ୍ବର ଵେଳକୁ ଏହାର ନଵମ ସଂସ୍କରଣଏଣ୍ଡ୍ରଏଡ ପିଏକ ମିଠାଦ୍ରଵ୍ୟ ନାମରେ ନାମିତ ହୋଇଯିବ ; ତାପରେକ଼୍ୟୁଏବଂ ପରେଆରପାଳି ପଡ଼ିବ ଏକାଦଶ ସଂସ୍କରଣଏଣ୍ଡ୍ରଏଡ ଆର୨୦୨୦ ଅଗଷ୍ଟ ଵେଳକୁ ଆସିଯିବାର ଅନୁମାନ କରାଯାଉଛି ଯାହାଏଣ୍ଡ୍ରଏଡ କ୍ୟୁଉନ୍ମୋଚନ ପରେ ଆଲୋଚନା ପରିସରକୁ ଆସିବ ସେତେଵେଳେ ଆରମ୍ଭ ହୋଇଯିବ ନାମ ଚୟନ ଲବି ଭାରତର କୋଣ ଅନୁକୋଣରୁ ଵିଭିନ୍ନ ନାମ ସବୁ ମତାମତ ଯୋଗେ ଗୂଗୁଲ ମୁଖ୍ୟାଳୟରେ ପହଞ୍ଚିବ ସେଥିରୁ ଗୋଟିଏ ନାମ ଚୟନ ହେବ ଆଵଶ୍ୟକ ସ୍ଥଳେ ଗୂଗୁଲ ତାଙ୍କ ଓପିନିୟନ ରିୱାର୍ଡ ଆପରେ କେତୋଟି ପ୍ରମୁଖ ନାମଗୁଡ଼ିକୁ ନେଇ ଜନସାଧାରଣଙ୍କ ମତଦାନ ଲୋଡ଼ିବେ, ଯେପରିଏଣ୍ଡ୍ରଏଡ ଏନପାଇଁ ନ୍ୟୁଟେଲା, ନେପୋଲିଅନ, ନୌଗତ ଓ ନୂରି ଆଦି ନାମଗୁଡ଼ିକ ମଧ୍ୟରୁନୌଗତଚୟନ ହୋଇଥିଲା ଵିଗତ ୧୦ ଵର୍ଷର ଇତିହାସ ମଧ୍ୟରେ, ପ୍ଲେ ଷ୍ଟୋରରୁ ଆପ ଡାଉନଲୋଡ଼ କରିବାରେ ଭାରତୀୟ ଗ୍ରାହକ ଅଗ୍ରଣୀ ଥିବା ସତ୍ତ୍ୱେ ଗୂଗୁଲ କୌଣସି ଭାରତୀୟ ମିଠାଦ୍ରଵ୍ୟ ନାମରେ ଏଣ୍ଡ୍ରଏଡ ସଂସ୍କରଣକୁ ନାମିତ କରିନାହାନ୍ତି ବଢ଼ୁଥିବା ଵ୍ୟଵସାୟକୁ ଦୃଷ୍ଟିରେ ରଖି ଗୂଗୁଲ ଭାରତର କୋଟି କୋଟି ଗୂଗଲ ଗ୍ରାହକଙ୍କ ଆହୁରି ଆପଣାର ହେବାପାଇଁ ଭାରତର ଅତି ପରିଚିତ ମିଠାଦ୍ରଵ୍ୟ ରସଗୋଲାକୁ ନେଇଆରସଂସ୍କରଣର ନାମକରଣ କରିବା ନିଶ୍ଚିତ ଭାଵରେ ଉପଯୁକ୍ତ ପଦକ୍ଷେପ ହେବ ଭାରତ ଓ ଵିଦେଶରେ ଅତି ପ୍ରିୟ ଆମର ରସଗୋଲା ଏହି ନାମକରଣ ପାଇଁ ସର୍ଵୋତ୍ତମ ହେବ ଏହା ଭାରତ ମିଠାର ପ୍ରତିନିଧିତ୍ୱ କରେ କହିଲେ ଅତ୍ୟୁକ୍ତି ହେବନାହିଁ ନାମଟି ସୁନ୍ଦର ଓ ଛୋଟ ଯେମିତି ରସଯୁକ୍ତ ଓ ମିଠା ସେମିତି ଏଣୁ ଗୂଗୁଲ ଆମ ଅନୁରୋଧ ନିଶ୍ଚୟ ରକ୍ଷା କରିବେ ବୋଲି କୁହନ୍ତିଅଖଣ୍ଡ ଓଡ଼ିଶାସଂଗଠନର ଆଵାହକ ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ ଏଣ୍ଡ୍ରଏଡକୁ ଆହୁରି ସ୍ୱାଦିଷ୍ଟ, ମଧୁମୟ ଓ ଦେଶୀୟ କରିବା ପାଇଁ ଏଵେଠୁ ଲବି ଆରମ୍ଭ ହୋଇଯିବା ଆଵଶ୍ୟକ ବୋଲି ଡା. ଜ୍ୟୈଷ୍ଠୀ ଆହ୍ୱାନ ଦେଇଛନ୍ତି ଡାକ୍ତର ଜ୍ୟୈଷ୍ଠୀଙ୍କ ସହ ଭୁଵନେଶ୍ୱର ବଜର କଥୋପକଥନ:

ଭୁ.. : କାହିଁକି ଏଏଣ୍ଡ୍ରଏଡରସଗୋଲାଅଭିଯାନ ?

ଡା.ଜ୍ୟୈଷ୍ଠୀ: ମିଠାଦ୍ରଵ୍ୟମାନଙ୍କ ମଧ୍ୟରେ ଆଗ ଧାଡ଼ିର ମିଠା ଭାବେ ପରିଗଣିତ ଏବଂ ସମଗ୍ର ଭାରତର ଖାଦ୍ୟ ସଂସ୍କୃତିରେ ବହୁଳ ଭାବେ ପ୍ରଚଳିତ ଏହାର ସ୍ୱତ୍ୱ ଦାବି କରିବାପାଇଁ ଭାରତର ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗିରହିଛି ପର୍ତ୍ତୁଗୀଜମାନେ ମଧ୍ୟ ଏହାର ଉଦ୍ଭାବନ ଦାବି କରୁଛନ୍ତି ଏଣୁ ମିଠାଦ୍ରଵ୍ୟ ଭିତରେ ଏହାର ମର୍ଯ୍ୟଦା ଅନୁମେୟ ଓଡ଼ିଶାରେ ୬୦୦ରୁ ଅଧିକ ଵର୍ଷ ଧରି ପ୍ରଚଳନ ହେବାର ଇତିହାସ ରହିଛି ଆନ୍ତର୍ଜାତିକ ସ୍ତରରେ ଏହାର ପରିଚୟ ଵୃଦ୍ଧି ପାଇଲେ ଆମର ସ୍ୱାଭିମାନ ବଢ଼ିବ

ଭୁ..: କେମିତି ଏହା ସଫଳ ହେବ ବୋଲି ଭାବୁଛନ୍ତି ?

ଡା.ଜ୍ୟୈଷ୍ଠୀ: ଭାରତର ମିଠାକୁ ଏଣ୍ଡ୍ରଏଡ ସଂସ୍କରଣର ନାମ ଦେବାକୁ ଦୀର୍ଘ ୫ ଵର୍ଷ ହେବ ଅଭିଯାନ ଚାଲିଆସୁଛି ଏଣ୍ଡ୍ରଏଡ କେରୁ ଆରମ୍ଭ କରି ଏନ ପର୍ଯ୍ୟନ୍ତ ଭାରତୀୟମାନେ ଵିଭିନ୍ନ ଆଞ୍ଚଳିକ ମିଠାଦ୍ରଵ୍ୟର ନାମ ପ୍ରସ୍ତାଵ ଦେଇ ଅନଲାଇନ କ୍ୟାମ୍ପେନ ଚଳାଇଆସୁଛନ୍ତି ଯଦିଓ ଏଯାଏଁ ଭାରତୀୟମାନେ ସଫଳ ହୋଇନାହାଁନ୍ତି, ଏହି ଶୁଭଯୋଗ କେଵଳ ରସଗୋଲା ଭାଗ୍ୟରେ ଅଛି ବୋଲି ଅନୁମାନ କରାଯାଉଛି

ଭୁ..: ଆଗକୁ ଦୁଇ ଵର୍ଷ ସମୟ ଅଛି ତେବେ ଏତେ ଶୀଘ୍ର କାହିଁକି ?

ଡା ଜ୍ୟୈଷ୍ଠୀ: ଏଣ୍ଡ୍ରଏଡର ଵର୍ଷକୁ ଗୋଟିଏ ସଂସ୍କରଣ ବାହାରୁଥିବା ଵେଳେ ୨୦୨୦ ଅଗଷ୍ଟ ଵେଳକୁ ୧୧ତମ ସଂସ୍କରଣ ଉନ୍ମୋଚନ ହେବାର ଆଶା କରାଯାଉଛି ଏହି ନାମକରଣ ଲବି ୨୦୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଯିବ ଏଵେଠୁ ମୂଳଦୂଆ ପଡ଼ିଥିଲେ ଆର ଵର୍ଷ ପାଇଁ ସମଗ୍ର ଭାରତର ଜନମତ ଆମ ସପକ୍ଷରେ ଆଣିପାରିବୁ ବୋଲି ଆଶାବାଦୀ ବଙ୍ଗୀୟମାନେ ଏଥିରେ ସହଯୋଗ ଦେଲେ ଆମ ପାଇଁ ପ୍ଲସ ପଏଣ୍ଟ ହେବ ୨୦୧୮ ରସଗୋଲା ଦିଵସରୁ ଆମେ ଅନଲାଇନ କ୍ୟାମ୍ପେନର ଶୁଭାରମ୍ଭ କରୁଛୁ

ଭୁ.: ଏଇ ଅଭିଯାନର ରୂପରେଖ କ?

ଡା.ଜ୍ୟୈଷ୍ଠୀ: ଅତି ଶୀଘ୍ର change.orgରେ ଏକ ଅନଲାଇନ ପିଟିସନ ଚଳାଇବାର ଯୋଜନା ରଖିଛୁ ତା ଵ୍ୟତୀତ ସମୟ ଆସିଲେ ଵ୍ୟକ୍ତିଗତ ସ୍ତରରେ ଗୂଗୁଲକୁ ସାମୁହିକ ଅନୁରୋଧ କରାଯିବା ପାଇଁ ସମସ୍ତଙ୍କୁ ନିବେଦନ କରିବୁ ଯେଉଁମାନେ ଏଣ୍ଡ୍ରଏଡ ମୋବାଇଲ ଧରୁଛନ୍ତି କିଂଵା ଗୁଗୁଲର ଜିମେଲ ଵ୍ୟଵହାର କରୁଛନ୍ତି, ସେଟିଂକୁ ଯାଇ ବିନା ଖର୍ଚ୍ଚରେ ଗୂଗୁଲକୁ ଏବାବଦରେ ମତାମତ ଦେଇହେବ ଏହା ସହ ଆମ ଉତ୍ସାହୀ ସଂଗଠନଅଖଣ୍ଡ ଓଡ଼ିଶାଗୂଗୁଲ ମୁଖ୍ୟାଳୟକୁ ପାହାଳ ରସଗୋଲା ଭେଟି ଦେବାପାଇଁ ଚିନ୍ତା କରୁଛି

 

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments