Bhubaneswar Buzz

BHARAT

କେତେ ନାଁରେ ଏଇ ଆମ ଭାରତ

କେତେ ନାଁରେ ଏଇ ଆମ ଭାରତ

ପୃଥିଵୀର ସମସ୍ତ ପ୍ରାଚୀନ କଳା, ସଂସ୍କୃତି, ଭାଷା, ଗଣିତ ଓ ଵିଜ୍ଞାନର ମୂଳଦୁଆ ଭାରତଵର୍ଷରେ ପଡ଼ିଥିଲା । ସେଇଥିପାଇଁ ଏ ଦେଶର ମହିମାଗାନ କରିଵାକୁ ଯାଇ କୁହାଯାଇଛି- “ଗାୟନ୍ତି ଦେଵାଃ କିଳ ଗୀତକାନି ଧାନ୍ଯାସ୍ତୁ ଯେ ଭାରତଭୂମିଭାଗେ । ସ୍ଵର୍ଗାପଵର୍ଗାସ୍ପଦହେତୁଭୂତେ ଭଵନ୍ତି ଭୂୟଃ ପୁରୁଷାଃ ସୁରତ୍ଵାତ୍ ।।” (ଵିଷ୍ଣୁ ପୁରାଣ(୨।୩।୨୪)) ଅର୍ଥାତ୍ “ଦେଵତା ଗୀତ ଗାୟନ…