Bhubaneswar Buzz

#OdiaPostAt11 ୧୧୨ – ଏକକ ଆପାତକାଳୀନ ସେବା ୨୦୧୭ ଜାନୁଆରୀ ପହିଲାରୁ

emergency 112 india number

The single emergency number ‘112’ will be operational throughout India from January 1 to help people reach immediate services of police, ambulance and fire department.

ଯୁକ୍ତରାଷ୍ଟ୍ର ଆମେରିକା (US)ର 911 ହେଉଛି ଏକକ ଆପାତକାଳୀନ ସେବା ପାଇଁ ବ୍ୟବହୃତ ଟେଲିଫୋନ ନମ୍ବର । ଭାରତ ସରକାର ଏପରି ଅନୁରୂପ ବ୍ୟବସ୍ଥା ଭାରତସାରା ଲାଗୁ କରିବାକୁ ଯାଉଛନ୍ତି । ୨୦୧୭ ମସିହା  ଜାନୁଆରୀ ୧ ରୁ ସିଙ୍ଗଲ ଇମରଜେନ୍ସି ଦେୟମୁକ୍ତ ନମ୍ବର 112 ବ୍ୟବହାର ହେବ । ଲୋକଙ୍କ ପାଖରେ ଆଶୁ ସୁବିଧା ଯଥା ପୁଲିସି ସେବା, ଆମ୍ବୁଲାନ୍ସ , ଦମକଳ ଆଦି ପହଞ୍ଚେଇବାରେ ଏହା ଦରକାରରେ ଲାଗିବ । ଏହା ସିଧା ନିର୍ଦ୍ଦିଷ୍ଟ ବିଭାଗ ସହ ଯୋଗାଯୋଗ କରିବାରେ ସହାୟକ ହେବ । ନିକଟରେ ଦୂରସଞ୍ଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ପ୍ରସ୍ତାବକୁ ଗୃହିତ କରିଛନ୍ତି ।

ଯେଉଁ ସିମ ଓ ଲ୍ୟାଣ୍ଡ ଲାଇନଗୁଡ଼ିକରୁ ଆଉଟଗୋଇଂ କଲ ସୁବିଧାବନ୍ଦ ହୋଇଯାଇଥିବ ଓ ଅପରେଟରଙ୍କ ଦ୍ବାରା ଅସ୍ଥାୟୀ ସେବା ବହିର୍ଭୂତ ହୋଇଥିବ ସେଥିରେରେ ମଧ୍ୟ ଏହି ସେବା ଉପଲବ୍ଧ ହେବ । ଅସହାୟ ପରିସ୍ଥିତିରେ ଯେକୌଣସି ବ୍ୟକ୍ତି ଶୀଘ୍ର ସହାୟତା ପାଇଁ ୧୧୨କୁ କଲ କରିବେ ଯାହା ସିଧା ବିଭାଗୀୟଙ୍କ କାର୍ଯ୍ୟାଳୟକୁ ସଂଯୁକ୍ତ ହେବ । ସବୁ ଏକଜିଷ୍ଟିଂ ନମ୍ବର ୧୧୨ ଲାଗୁ ହେବାର ବର୍ଷକ ମଧ୍ୟରେ ପର୍ଯ୍ୟାୟ କ୍ରମେ ଏହି ସୁବିଧା ପାଇବେ ଯାହା ଏହାର ସଚେତନତା ଉପରେ ନିର୍ଭର କରେ ।

ଆହୁରି ମଧ୍ୟ ଜଣେ ବ୍ୟବାହାରକାରୀ ଏସଏମଏସ ର ସୁବିଧା ନେଇ ପାରିବେ । ଏକ SMS ପଠାଇଲେ ସିଷ୍ଟମ ସେ ସ୍ଥାନର ସୂଚନା ପାଇଯିବ । ସିଷ୍ଟମ ସଙ୍ଗେସଙ୍ଗେ ସେ ସ୍ଥାନର ତଥ୍ୟ ନିକଟତମ ସହାୟତା କେନ୍ଦ୍ରକୁ ପଠାଇଦେବ । ଫଳରେ ଆଶୁ ସହାୟତା ସେହି ସ୍ଥାନରେ ପହଞ୍ଚିପାରିବ ।

ଲୋକେ ୧୧୨ କୁ SOS – ପାନିକ ବଟନ ଭାବେ ଆଗାମୀ ମୋବାଇଲ ଫୋନଗୁଡ଼ିକରେ ପାଇବେ । ଜାନୁଅରୀ ୧ ରୁ ତିଆରି ହେଉଥିବା ମୋବାଇଲ ଫୋନଗୁଡ଼ିକ ଏହି ବୈଶିଷ୍ଟ୍ୟ ଯୋଡ଼ିବା ପାଇଁ ଆଇନ ଅନୁସାରେ ବାଧ୍ୟତାମୂଳକ । ଏହା ବ୍ୟତିତ ଇନ ବୁଇଲ୍ଟ ଜିପିଏସ ନାଭିଗେସନ ସିଷ୍ଟମ (in-built GPS navigation system)  ୨୦୧୮ ଜାନୁଆରୀ ୧ରୁ ସବୁ ଫୋନ ପାଇଁ ବାଧ୍ୟତାମୂଳକ ଅଟେ ।

ଭାରତରେ ଆଗରୁ ଅନେକ ଆପାତକାଳିନ ନମ୍ବର ବିଭିନ୍ନ ବିଭାଗ ପାଇଁ ଥିଲା ଯଥା ପୁଲିସ –  ୧୦୦, ଅଗ୍ନିଶମ – ୧୦୧, ଆମ୍ବୁଲାନ୍ସ – ୧୦୨ ଏବଂ ଆଶୁ ବିପର୍ଯ୍ୟୟ ପରିଚାଳନା – ୧୦୮ । ଟେଲିକମ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ଅପରେଟରମାନେ ଏସବୁକୁ ୧୧୨କୁ ବାଟେଇନେବା କାର୍ଯ୍ୟ ପ୍ରାୟତଃ ଆରମ୍ଭ କରି ସାରିଲେଣି ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments