Bhubaneswar Buzz

ମଞ୍ଚେଶ୍ଵରରେ ରେଳଡବା କାରୁଶାଳା ଛାତରେ ପ୍ରତିଷ୍ଠା ହେବ ୦.୬ ମେଗାୱାଟ ଶକ୍ତି ସମ୍ପନ୍ନ ସୌର ପ୍ଲାଣ୍ଟ

mancheswar carriage workshop 3

ପୂର୍ବତଟ ରେଳପଥ ଅନ୍ତର୍ଗତ ମଞ୍ଚେଶ୍ଵର ରେଲଡବା ମରାମତି କାରଖାନାପାଇଁ ଶକ୍ତି ଚାହିଦାମେଣ୍ଟାଇବା ପାଇଁ ନିରନ୍ତର  ସୌରଶକ୍ତି ଯୋଗାଣ ବ୍ୟବସ୍ଥା ହେବାକୁ ଯାଉଛି । ଏଥିପାଇଁ  ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ମଞ୍ଚେଶ୍ଵର ଠାରେ ପ୍ରତିଷ୍ଠା ହେବ ସୌର ଶକ୍ତି ପ୍ଲାଣ୍ଟ ।

 

୬୫୦୦ ବର୍ଗ ପରିମିତ କ୍ଷେତ୍ରରେ ୦.୬ ମେଗାୱାଟ ଶକ୍ତି ସମ୍ପନ୍ନ ସୌର ପ୍ଲାଣ୍ଟ ଘରୋଇ ସହଭାଗିତା ଭିତ୍ତିରେ ପ୍ରତିଷ୍ଠା ହେବ । ଏଥିପାଇଁ ୫.୨୫ କୋଟି ବ୍ୟୟବରାଦ କରାଯିବ । ଖୋଲା ବିଡିଂ ଜରିଆରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ ଏବଂ ଏପ୍ରିଲ ୭ ତାରିଖରେ ଏଥିପାଇଁ ଟେଣ୍ଡର ଡକାଯିବ ବୋଲି ମୁଖ୍ୟ କାରୁଶାଳା ପରିଚାଳକ ଏସକେ ପଂକଜ କୁହନ୍ତି ।
କାରୁଶାଳାର ଛାତରେ ଏହାକୁ ବସାଯିବ । ସର୍ବନିମ୍ନ ବିଡର ଏହାର ବିତରଣ, ସ୍ଥାପନ ରୂପାୟନ ଓ ସମସ୍ତ ଖର୍ଚ୍ଚ ବହନ ସହ ୨୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ବ ନେବେ । ୨୫ ବର୍ଷ ପରେ ରେଲବିଭାଗ ଏହି ପ୍ଲାଣ୍ଟର ମାଲିକାନା ପ୍ରାପ୍ତ ହେବ । ରେଳବିଭାଗ ଏଥିପାଇଁ ଦରକାର ପଡୁଥିବା ବିଦ୍ୟୁତ ଖର୍ଚ୍ଚ ଉଠାଇବ ।

ସୂଚନାଯୋଗ୍ୟ ଯେ ରେଳବାଇ ନିଜ ବ୍ୟବସ୍ଥାପକ ବିଲ୍ଡିଂ  ଛାତରେ ଏବେ ୨ KWp ସୌର ଫଟୋ ଭୋଲଟାଇକ କୋଷ ସ୍ଥାପନ କରିସାରିଛି ।

Author:

Nistha Ranjan Dash

(Audiologist & Speech Therapist)

VIMSAR, Burla, Sambalpur.

Comments

comments