Bhubaneswar Buzz

#OdiaPostAt11 ଅଠର ଜଣ ଦିନ ମଜୁରିଆ ଓ ଦୁଇଜଣ ଭିନ୍ନକ୍ଷମ ଜିଣି ଆଣିଥିଲେ ଇଣ୍ଡିଆସ ଗଟ ଟ୍ୟାଲେଣ୍ଟ ୨୦୦୯

 

prince dance group bbsrbuzz

Prince Dance Group, a dance troupe based in Berhampur led by T. Krishna Mohan Reddy. It has won the reality show India’s Got Talent on Colors channel. The group is unique that the members are from a remote part of India and most of them are from disadvantaged sections of different parts of Ganjam district. Congratulations to them for their incredible act, commitment, choreography, versatility and sheer will to fight all odds and come out on top.

ପ୍ରିନ୍ସ ଡାନ୍ସ ଗୃପ ଓଡ଼ିଶା ପାଇଁ ଗୌରବ ଆଣିଲେ । ଓଡ଼ିଶା ମନୋରଞ୍ଜନ ଇତିହାସରେ ନୂଆ ଏକ ଅଧ୍ୟାୟ ଯୋଡ଼ିଲେ । ୧୧ ଜଣ ନିକଟତର ପ୍ରତିଦ୍ବନ୍ଦୀଙ୍କୁ ହରାଇ ଛଡେଇ ଆଣିଲେ ଇଣ୍ଡିଆସ ଗଟ ଟାଲେଣ୍ଟର ପ୍ରଥମ ସ୍ଥାନ । ସେମିଫାଇନାଲରେ ଦଶାବତାର ଉପସ୍ଥାପନ କରି ଦର୍ଶକଙ୍କୁ ମୁଗ୍ଧ କରିଦେଲେ । ଏସଏମଏସ ଟେଲି ଭୋଟିଂରେ ପାଇଲେ ବିପୁଳ ସମର୍ଥନ । ସର୍ବସାଧାରଣ, ମିଡ଼ିଆ, ଚଳଚ୍ଚିତ୍ର କଳାକାର, ଛାତ୍ରଛାତ୍ରୀ ବ୍ୟବସାୟ ଅନୁଷ୍ଠାନ ରାଜନେତା ଆଦି ସଭିଏଁ ସମର୍ଥନରେ ଲାଗି ପଡ଼ିଲେ । ଖୋଦ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଭୋଟ । ସୁଦର୍ଶନ ପଟ୍ଟନାୟକ ତାଙ୍କ ଉଦ୍ଦେଶ୍ୟରେ କଲେ ବାଲୁକା କଳା ମାଧ୍ୟମରେ ଭୋଟ ଭିକ୍ଷା । ବିରାଟ ବିରାଟ ହୋର୍ଡିଂ ଲାଗିଗଲା ସହରର ଛକମାନଙ୍କରେ । ଫାଇନାଲ ରାତିରେ ବଡ଼ ପରଦାରେ ପ୍ରଦର୍ଶନକୁ ସିଧା ପ୍ରସାରଣ କରାହେଲା  । ପ୍ରତ୍ୟେକ ଓଡ଼ିଆ ଆଶା ବନ୍ଧିଥିଲେ ଓ ଶୁଭମନାସିଥିଲେ ଏହି ଗୋଷ୍ଠୀର ସଫଳତା ପାଇଁ ।

କାର୍ଯ୍ୟକ୍ରମର ବିଚାରକ ତଥା ଓସ୍କାର ବିଜେତା ଶେଖର କପୁର ଏହି ପ୍ରଦର୍ଶନକୁ ଦେଖି ଆଚମ୍ବିତ ହୋଇ ଯାଇଥିଲେ ।  ସେ କହିଥିଲେ,” ମୁଁ ଏବେ ସୁଦ୍ଧା ଏଭଳି ପ୍ରଦର୍ଶନ କେଭେ ଦେଖିନାହିଁ । ଗୀତ, ନାଚ, କୋରିଓଗ୍ରାଫିରେ  ସଂଗଠିତ ଦଳଟି  ଚମତ୍କାର ଥିଲା । ଏହାକୁ ବ୍ୟକ୍ତ କରିବାକୁ ମୋତେ କିଛି ଭାଷା ଜୁଟୁନାହିଁ I ମୁଁ ବୁଝି ପାରୁନି ଏଭଳି ନୃତ୍ୟ ତୁମମାନଙ୍କୁ କିଏ ଶିଖେଇଲା …କେଉଁଠି ଏହାକୁ ଅଭ୍ୟାସ କଲ …”

ଯେତେବେଳେ ପ୍ରିନ୍ସ ଡାନ୍ସ ଗ୍ରୁପ ସାରେ ଯାହାଁସେ ଅଚ୍ଛା ପ୍ରଦର୍ଶନ କରୁଥିଲେ, ସେତେବେଳେ ଦେଶ ପ୍ରେମରେ ସଭିଙ୍କ ରୁମ ଟାଙ୍କୁରି ଉଠିଥିଲା । “ଏହା ସତରେ ଏକ ବିଶ୍ଵ ବିଜୟୀ ପ୍ରଦର୍ଶନ ଥିଲା” –ଶେଖର କପୁର

ସିନେ ତାରକା ସିଦ୍ଧାନ୍ତ ମହାପାତ୍ର ଉଲ୍ଲେଖ କରିଥିଲେ ଯେ, “ଏମାନେ ସ୍ଲମ ଡଗ ନୁହନ୍ତି ଏମାନେ ହେଉଛନ୍ତି ପ୍ରିନ୍ସ ଅଫ ସ୍ଲମ୍ସ ।”

୨୦ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଗୋଷ୍ଠୀର ସଦସ୍ୟ ଅଧିକାଂଶ ଗଂଜାମ ଜିଲ୍ଲାର ଓ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପଛୁଆ ଶ୍ରେଣୀ ଓ ଶ୍ରମିକ ଶ୍ରେଣୀର ଥିଲେ । ୨୬ ବର୍ଷିୟ କୃଷ୍ଣ କୁମାର ରେଡି ସେମାନଙ୍କ ନୃତ୍ୟ ଗୁରୁ ଓ ଦଳର ମୁଖ୍ୟ । ଦଳରେ କେବଳ କୃଷ୍ଣଙ୍କ ଛଡ଼ା ଅନ୍ୟ ସଦସ୍ୟ ମାନେ ଏକ ନିର୍ମାଣ କମ୍ପାନୀରେ କାମ କରୁଥିଲେ । ବସ୍ତିରେ କଟୁଥିଲା ତାଙ୍କ ଜୀବନ । ଦିନରେ ମଜୁରୀ ଲାଗି ସଂଧ୍ୟାରେ ନିଜ ଶୈଳୀରେ ନାଚ ଅଭ୍ୟାସ କରୁଥିଲେ । ଏମାନଙ୍କ ମଧ୍ୟରେ ପଦ୍ମନାଭ ସାହୁ (୨୪ ବର୍ଷ) ଓ ତେଲୁ ତାରିଣୀ (୧୩ ବର୍ଷ) ଦୁଇଜଣ ହେଉଛନ୍ତି ପୋଲିଓ ଆକ୍ରାନ୍ତ ଭିନ୍ନକ୍ଷମ । ନା ପୋଷାକ କିଣିବା ପାଇଁ ଏମାନଙ୍କ ପାଖରେ ପଇସା ଥିଲା ନା ଅତ୍ୟାଧୁନିକ ମ୍ୟୁଜିକ ସିଷ୍ଟମ ନା ନାଚ ଶିଖିବା ପାଇଁ ଖଣ୍ଡିଏ ଘର । ରୂପେଲି ବାର୍ନିଶ ରଙ୍ଗ ଥିଲା ଏମାନଙ୍କ ପରିଚୟ । ବ୍ରହ୍ମପୁରର ଆମ୍ବପୁଆ ଓ ବେଳାଭୂମି ବାଲି ଉପରେ ଷ୍ଟଣ୍ଡ ଶୋ ଅଭାସ କରୁଥିଲେ । ପୁଣି ସବୁଠୁ ନିଆରା ଥିଲା ସେମାନଙ୍କ ନୃତ୍ୟ କୌଶଳ । ତାହା ସମ୍ପୁର୍ଣ୍ଣ ତାଙ୍କ ନିଜର ଏଥିପାଇଁ କେହି ତାଙ୍କୁ ଶିକ୍ଷା ଦେଇନାହାନ୍ତି|

ଏହି ଦଳ ଯେବେ କଲର୍ସ ଟିଭି ଚ୍ୟାନେଲର ଅତି ଲୋକପ୍ରିୟ କାର୍ଯ୍ୟକ୍ରମ ଇଣ୍ଡିଆସ ଗଟ ଟ୍ୟାଲେଣ୍ଟରେ ଭାଗନେଲେ ସେବେଠୁ ଲୋକ ପ୍ରିୟତା ପାଇବା ଆରମ୍ଭ କଲେ  । ମଞ୍ଚରେ ନିଜର ନୃତ୍ୟ ପାରଦର୍ଶିତା ଦେଖାଇ ସେମାନେ ବିଚାରକ ଓ କୋଟି କୋଟି ଭାରତୀୟଙ୍କ ହୃଦୟ ଜିଣି ପାରିଲେ । ସେମାନେ ପ୍ରତିଯୋଗିତା ଜିଣି ୫୦ ଲକ୍ଷ ଟଙ୍କା ଓ ଏକ ମାରୁତି ରିଚ କାର ଉପହାରରେ ପାଇଲେ ।

ଦୃଢ଼ ସଂକଳ୍ପ, ଅଧ୍ୟବସାୟ, ଏବଂ ଏକ ମନ ହୋଇ କୌଣସି ବି ଲକ୍ଷ୍ୟ କୁ ପ୍ରାପ୍ତ କରି ହୁଏ ବୋଲି ପ୍ରମାଣ କରିଦେଲେ । ନିରାଶା, ଅଭାବ ଅନଟନ ଉପରେ ବିଜୟ ଲାଭ କିପରି କରିହେବ ଏକ ଉଦାହରଣ ଦେଇ ସେମାନେ ସମସ୍ତଙ୍କ ଆଖି ଖୋଲିଦେଲେ । ସମସ୍ତ ଓଡିଶାକୁ ଗର୍ବିତ କରିବା ସହ କଳାର ଏକ କୀର୍ତ୍ତିସ୍ଥମ୍ଭ ସ୍ଥାପନ କଲେ ।

ଏଥିରେ ସରକାର ତାଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ସହ ଏକ ଡାନ୍ସ ଏକାଡେମୀ ପାଇଁ ଚାରି ଏକର ଜମିର ବନ୍ଦୋବସ୍ତ କରିଛନ୍ତି । ଅନେକ ଥର ବିଦେଶରେ ମଧ୍ୟ ପରିବେଷଣ କରିସାରିଛନ୍ତି । ଏହି ଦଳ  କେବଳ ଓଡ଼ିଶା ନୁହେଁ ବିଦେଶରେ ସେମାନେ ତାଙ୍କ ପ୍ରତିଭା ଦେଖାଇ ଓଡ଼ିଶାର ଗାରିମା ବୃଦ୍ଧି କରିଛନ୍ତି ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments