Bhubaneswar Buzz

#OdiaPostAt11 ଭୁବନେଶ୍ଵରର ରୁକୁଣା ରଥଯାତ୍ରା – ଶିବଙ୍କର ଏପରି ଏକ ରଥଯାତ୍ରା ସମଗ୍ର ବିଶ୍ଵରେ ବିରଳ

lingaraj rath yatra rukuna bbsrbuzz

ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଲକ୍ଷ୍ମୀରୂପୀ ରୁକ୍ମିଣୀ ରଥଯାତ୍ରାରେ ଯାଉଥିବା ହେତୁ ରୁକ୍ମିଣୀଙ୍କ ନାମରେ ଏହି ରଥକୁ ରୁକୁଣା ରଥ କୁହାଯାଏ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଉତ୍ସବରେ ଲିଙ୍ଗରାଜଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହାକୁ ଅଶୋକାଷ୍ଟମୀ କୁହାଯାଏ । ରୁକୁଣା  ରଥଯାତ୍ରାରେ ବିପୁଳ ଜନସମାଗମ ହୁଏ । କେବଳ ଭୁବନେଶ୍ଵରରେ ପାଳିତ ହେଉଥିବା ଏହି ଯାତ୍ରା ପୁରୀର ଜଗନ୍ନାଥଙ୍କ ରଥଯାତ୍ରା ଠାରୁ ମଧ୍ୟ ପୁରୁଣା ବୋଲି ପ୍ରମାଣ ମିଳେ । ସମଗ୍ର  ବିଶ୍ଵରେ ଶିବଙ୍କର ଏପରି ଏକ ରଥ ଯାତ୍ରା ବିରଳ । ଏହା ପାଳନର ପ୍ରକୃତ ତାତ୍ପର୍ଯ୍ୟ ଗବେଷକମାନେ ଏଯାଏଁ ସ୍ପଷ୍ଟ କରି ପାରି ନାହାନ୍ତି ।

Pic courtesy AR Shakti Nanda

Pic courtesy AR Shakti Nanda

ଆୟୋଜନ:

ଏହାର ସୁବନ୍ଦୋବସ୍ତ ପାଇଁ ମନ୍ଦିର ପ୍ରଶାସନ, ସେବାୟତ ଓ ଆରକ୍ଷୀ ବାହିନୀ ସଜ୍ଜିତ ହେଉଛନ୍ତି । ୧୭ ପ୍ଲାଟୁନ ସୁରକ୍ଷା ବଳ ସହ ଅସ୍ଥାୟୀ ଆଶ୍ରୟ ସ୍ଥଳୀ, ଜଳ ଯୋଗାଣ ଓ ଉତ୍ତାପ ନିୟନ୍ତ୍ରଣ ପାଇଁ ଭକ୍ତଙ୍କ ଉପରେ ଜଳ ସିଞ୍ଚନ ବ୍ୟବସ୍ଥା ହୋଇଛି । ମନ୍ଦିର ପାଇଁ ବ୍ୟବହୃତ ଯାନ ଚଳାଚଳ ପାଇଁ ଯାତାୟତ ମାର୍ଗ ବଦଳାଇ ଦିଆଯାଏ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପୋଲିସ ଫୋର୍ସ ମୁତୟନ କରାଯାଏ । ଆଲୋକମାଳାରେ ମନ୍ଦିରର ଚତୁଃପାଶ୍ୱର୍କୁ ସଜାଯାଏ । ଏବେ ଠାରୁ ଏକାମ୍ର କ୍ଷେତ୍ର ଏକ ପ୍ରକାର ଚଳଚଞ୍ଚଳ ହୋଇପଡିଛି । ରୁକୁଣା ରଥଯାତ୍ରା ଉପଲକ୍ଷେ ୬ଦିନିଆ ଜାତୀୟ ସ୍ତରୀୟ ଲିଙ୍ଗରାଜ ମହୋତ୍ସବ ସ୍ଥାନୀୟ ଲିଙ୍ଗରାଜ ଭଜନ ମଣ୍ଡପରେ ଆରମ୍ଭ ହେଉଛି ।

ରଥ ସମ୍ପର୍କରେ କିଛି ରୋଚକ ତଥ୍ୟ:

ରଥଟଣା ସରିବା ପରେ ରଥ ଯାଇ ମାଉସୀ ମା’ ଛକ ନିକଟରେ ଥିବା ରାମେଶ୍ଵର ମନ୍ଦିରରେ ରହେ । ଲୋକବାକ୍ୟରେ ପ୍ରଚଳିତ ଅଛି  ଅଛି “ରୁକୁଣ ରଥ ଅଣଲେଉଟା ଆଉ ନଫେରେ” । ଯେଉଁଭଳି ଭାବେ ରଥଟି ରାମେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ ସେହିଭଳି ପୁନର୍ବାର ପଛକୁ ଫେରିଥାଏ । ରଥର ପଛପଟେ ଦ୍ଵାର ଖୋଲାଯାଇ ଘୋଡା ଜୋଚାଯିବା ପରେ ଏହା ପଛକୁ ପଛ ଫେରିଥାଏ । ଜଗନ୍ନାଥ ମହାପ୍ରଭୁଙ୍କ ପରି ରଥ ଦକ୍ଷିଣ ମୋଡ ବା ବୁଲିନଥାଏ । ଏଇରଥ ଯେଉଁଆଡ଼େ ମୁହଁକରି ଯାଇଥାଏ ସେ ଆଡ଼ରୁ ଆଉ ମୁହଁ ଫେରାଏ ନାହିଁ । ବାହୁଡ଼ା ଦିନ ରଥର ଆଗପାଖର ସାଜସଜ୍ଜାକୁ ଆଣି ପଛ ପାଖରେ ଲଗାଇ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କଉ ବାହୁଡ଼ାଇ ଅଣାଯାଏ ।

ଧର୍ମୀୟ ବିଶ୍ଵାସ:

ଏକାମ୍ର ପୁରାଣ ଅନୁଯାୟୀ, ଏହି ନେତ ଉତ୍ସବ ରାତି (ରଥ ଜାତ ପୂର୍ବ ରାତି)ରେ କୌଣସି ବନ୍ଧ୍ୟାନାରୀ ମୁକ୍ତେଶ୍ଵର ମନ୍ଦିରର ମରିଚିକୁଣ୍ଡରେ ଉଲଗ୍ନ ହୋଇ ସ୍ନାନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ।

ଯାତ୍ରା ନିର୍ଘଣ୍ଟ:

ଆସନ୍ତା ୧୪ ତାରିଖ (ଗୁରୁବାର ଦିନ) ପହଣ୍ଡି ଅପରାହ୍ଣ ୨ ଟା, ରଥଟଣା ୪ ଟା, ସାହାଣମେଳା ୫.୩୦ ରୁ ଆରମ୍ଭ ହୋଇ ୬.୩୦ ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ଦ୍ଧାରିତ ହୋଇଛି ଶୁକ୍ରବାର ଠାରୁ ଭକ୍ତମାନେ ରଥ ଉପରେ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ନେତ ଉତ୍ସବ (ପୁରୋହିତଙ୍କ ଦ୍ବାରା ମାଜଣା) ପୂର୍ବ ଦିନ ସଂଧ୍ୟାରେ ଅନୁଷ୍ଠିତ ହେଉଛି ଅପ୍ରେଲ ରୁକୁଣା  ରଥରେ ମହାପ୍ରଭୁ ୫ ଦିନ ପାଇଁ ମାଉସୀ ଘରକୁ ଯିବେ ।  ଏପ୍ରିଲ ୧୮ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments