Bhubaneswar Buzz

#OdiaPostAt11 MOTHERS DAY ମାତୃ ଦେବୋ ଭବଃ

cards-of-Happy-Mothers-Day

 Mothers Day is a celebration honoring the mother of the family, as well as motherhood, maternal bonds, and the influence of mothers in society.

ଆମେ କହି ପରିବା ମଦର୍ସ ଡେ ପାଳନ ଆଧୁନିକ ଯୁଗର ଚିନ୍ତାଧାରା ଓ ପାଶ୍ଚାତ୍ୟ ସଂସ୍କୃତିରୁ ଆନୀତ । ଅବଶ୍ୟ ଏହା ଏକ ଶତାବ୍ଦୀରୁ ଅଧିକ ପୁରୁଣା ନୁହେଁ । ୧୯୦୮ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ କରି ମାତୃ ଦିବସ ପାଳନ କରାଯାଇଥିଲା । କିଛି ବର୍ଷ ହେବ ଭାରତରେ ଏବଂ ଅନ୍ୟାନ୍ୟ ଦେଶମାନଙ୍କରେ ମାତୃ ଦିବସ ପ୍ରତି ବର୍ଷ ମଇ ମାସର ଦ୍ଵିତୀୟ ରବିବାର ଦିନ ପାଳନ ହେଉଛି ।

ମଦର ଶବ୍ଦର ନାମକାରଣ:

ଆଧୁନିକ ଇଂରାଜୀ ଶବ୍ଦ MOTHER ଏବଂ ବିଶ୍ଵର ଅନେକ ଭାଷାରେ ମା’କୁ ବୁଝାଉଥିବା ଶବ୍ଦ ସକଳ ଭାଷାର ଜନନୀ ସଂସ୍କୃତ ବା ସମସାମୟିକ ଓଡ଼ିଆରୁ ସୃଷ୍ଟ । ମୁଁ ଦୃଢ଼ ମତ ଦେବି ଯେ Mother ଶବ୍ଦଟି  Dutch- moeder, German – Mutter, Irish- máthair, Latin – māter, Russian -mat, Persian – madar ଆଦି ସମସ୍ତ ସଂସ୍କୃତ  mātṛ (मातृ ) ଓ ଓଡ଼ିଆ ଶବ୍ଦ ମା ରୁ ସୃଷ୍ଟି । ଶିଶୁଟିର ପ୍ରଥମ ଡାକ ‘ମା’ ହିଁ ଅଟେ ।

ମାତୃ ପୂଜା ପାଳନର ଇତିହାସ :

ତଇତ୍ତିରିୟ ଉପନିଷଦ କ୍ରମେ ମାଙ୍କୁ ଭଗବାନ ରୂପେ ପୂଜା କରାଯାଏ । ଯାହା ଏହି ଶ୍ଲୋକରୁ ବୁଝାପଡ଼େ:

“ମାତୃ ଦେବୋ ଭବଃ । ପିତୃ ଦେବୋ ଭବଃ । ଆଚାର୍ଯ୍ୟ ଦେବୋ ଭବଃ । ଅତିଥି ଦେବୋ ଭବଃ ।”

(Matru Devo Bhavah, Pitru Devo Bhavah, Aachraaya Devo Bhavah, Atithi Devo Bhavah.)

ଏହି ପବିତ୍ର ଗ୍ରନ୍ଥ କାହିଁକି ମା’ଙ୍କୁ ସେ ଉଚ୍ଚ ସ୍ଥାନରେ ସମ୍ମାନିତ କରିଛନ୍ତି ତା’ର କାରଣ ହେଲା:

  • ମା’ ହିଁ ଆମର ସୃଷ୍ଟି କର୍ତ୍ତା ସେ ଆମକୁ ଜନ୍ମ ଦିଅନ୍ତି
  • ମା’ ଆମର ପ୍ରଥମ ଗୁରୁ ଅଟନ୍ତି ଯେ ଅନେକ ଜିନିଷ ଶିକ୍ଷା ଦିଅନ୍ତି ଆମକୁ ଜଗତ ସହ ପରିଚୟ କରାଇଥାନ୍ତି
  • ମା’ ଆମଠୁ ପ୍ରତି ଆଶାରେ ଏସବୁ କରିଥାନ୍ତି
  • ତା’ର ମମତା ଅତୁଳନୀୟ
  • ଆମକୁ ଖୁସି ଦେବାକୁ ଯାଇ ସେ ତା’ର ସବୁ ଖୁସି ଜଳାଞ୍ଜଳି ଦେଇପାରିବ

ପୁଣି ରାମାୟଣ କାହାଣୀରେ ରାବଣର ମୃତ୍ୟୁ ଅନ୍ତେ ବିଭିଷଣ ରାମ, ଲକ୍ଷ୍ମଣ ଓ ବାନରସେନାଙ୍କୁ ଲଙ୍କା ଆସି କିଛି ସମୟ ଅତିଥି ଭାବେ ବିତେଇବା ପାଇଁ ନିମନ୍ତ୍ରଣ କରନ୍ତି । ଏହାର ଉତ୍ତର ଦେଇ ରାମ କୁହନ୍ତି :

“अपि स्वर्णमयी लङ्का न मे लक्ष्मण रोचते जननी जन्मभूमिश्च स्वर्गादपि गरीयसी”

“ଲକ୍ଷ୍ମଣ, ଅତି ସ୍ବର୍ଣ୍ଣମୟୀ ଲଙ୍କା ମୋତେ ରୁଚୁନାହିଁ ଜନନୀ ଜନ୍ମଭୂମି ସର୍ବଦା ସ୍ବର୍ଗ ଠାରୁ ବି ବଡ଼ ।”

ଏହାଠୁ ଆହୁରି ଅଧିକ ପ୍ରମାଣ ଆଉ କଣ ଦେବୁ ?

ସପ୍ତ ମାତୃକା :

ସ୍ବାମୀ ଅଭୟ ଚରଣାରବିନ୍ଦ ଭକ୍ତି ବେଦାନ୍ତ ପ୍ରଭୁପାଦ କୁହନ୍ତି, ଯେ ମନୁଷ୍ୟମାନେ ତା’ର ଜୀବନ କାଳରେ ସାତ ଜଣ ମାଙ୍କ ସଂସ୍ପର୍ଶରେ ଆସନ୍ତି ଯଥା:

आदौ माता गुरौ पत्नी ब्राह्मणी राजपत्निका
धेनुर्धात्री तथा प्रथ्वी सप्तैता मातरः स्मृतः

ଜନ୍ମ କରିଥିବା ମା, ଗୁରୁଙ୍କ ପତ୍ନୀ, ବ୍ରାହ୍ମଣର ପତ୍ନୀ ବ୍ରାହ୍ମଣୀ, ରଜାଙ୍କ ପତ୍ନୀ, ଗାଈ, ସେବିକା ଏବଂ ପୃଥିବୀ ଆଦି ହେଉଛନ୍ତି ମାତା ।

(One who gave you birth, teacher’s wife, wife of a Brahmin, wife of a king, cow, nurse, and the earth are known as the seven [distinguished] mothers.)

ନାରୀତ୍ଵ ଓ ମାତୃତ୍ଵକୁ ସମ୍ମାନ ଭାରତୀୟ ସଂସ୍କୃତିରେ ଯୁଗ ଯୁଗ ଧରି ପ୍ରାଧାନ୍ୟ ପାଇ ଆସୁଛି ବୋଲି ପୁରାଣ ଶାସ୍ତ୍ରରୁ ଜଣାଯାଏ । ଏସବୁ ଆମ ସାମାଜିକ ନୀତି ନିୟମ ଆମ ପରମ୍ପରା ଓ ଧର୍ମ ଦ୍ବାରା ଏହା ପ୍ରଚଳିତ କରାଯାଇଛି ଓ ନିୟମ ଭାବେ ପାଳନ ହେଉଛି ।

ପ୍ରତ୍ୟେକ ମହିଳା ହେଉଛନ୍ତି ଜଣେ ମା’ର ପଦବାଚ୍ୟ । ସେ ଭଗବାନଙ୍କ ସମ ସମ୍ମାନ ପାଇବାର ଯୋଗ୍ୟା ଅଟନ୍ତି । ଆଉ ଏମିତି ପ୍ରତ୍ୟେକ କ୍ଷଣ ଆମେ ପାରମ୍ପରିକ ମାତୃ ଦିବସ ପାଳନ କରୁଛୁ!

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments