Bhubaneswar Buzz

#OdiaPostAt11 ଖୁବ ଶୀଘ୍ର ଆସୁଛି ୫ କେଜିଆ ଦୃଶ୍ୟଭେଦୀ ଏଲପିଜି ସିଲିଣ୍ଡର – ଗ୍ୟାସର ପରିମାଣ ଦେଖି ବିନା ଓଜନରେ ଘରକୁ ଆଣି ପାରିବେ

transparent lp cylinder

The government is planning to introduce transparent cooking gas cylinders that will make it almost impossible for vendors to deliver lower-than-promised quantity and address one of the biggest complaints of liquefied natural gas (LPG) consumers.

ଇଣ୍ଡିଆନ ଅଏଲ କାର୍ପୋରେଶନ (IOC) ଏହି ସୁବିଧାର ଶୁଭ ଆରମ୍ଭ ଲୁଧିଆନାରେ କରି ସାରିଛନ୍ତି । ପ୍ରମୁଖ ସହରମାନଙ୍କରେ ଏହି ସୁବିଧା ପାଇଲଟ ପ୍ରୋଜେକ୍ଟ ଅଧାରରେ ଲାଗୁ ହୋଇଗଲାଣି । ୨୦୧୬-୧୭ ବର୍ଷ ପାଇଁ ଏହା ବାସ୍ତବରେ ପରିଣତ ହେବାକୁ ଯାଉଛି ।

ସାଧାରଣ ଏଲପିଜି ସିଲିଣ୍ଡର ସଂଯୋଗ ପରି ଉପଭୋକ୍ତାମାନଙ୍କୁ ଆବାସିକ ପ୍ରମାଣପତ୍ର ଦରକାର ପଡୁଥିଲା କିନ୍ତୁ ଏହାକୁ ନେବାକୁ ହେଲେ କେବଳ ସେମାନଙ୍କ ପରିଚୟ ପତ୍ର ଦେବାକୁ । ହେବ ସଂଯୋଗ ନେବାର ପ୍ରଥମରୁ ୧,୦୬୦ ଟଙ୍କା ଓ ପ୍ରେସର ରେଗୁଲେଟର ପାଇଁ ୨୫୦ ଟଙ୍କା ଦେବାକୁ ପଡ଼ିବ । ଏହାର ରିଫିଲିଂ ୫୨୩.୫୦ ରେ ଉପଲବ୍ଧ ହେବ ଯାହା ଅଣସବସିଡ଼ଯୁକ୍ତ ଗ୍ୟାସ ଦର ହିସାବରେ ସମୟକୁ ସମୟରେ କମିବ ବା ବଢ଼ିବ । ଏବେ ଏହା କେବଳ ପାଞ୍ଚ କେଜିଆ ସିଲିଣ୍ଡରରେ ଉପଲବ୍ଧ ହେଉଛି ।

ଅନ୍ୟ ଏକ ତଥ୍ୟ ଆଧାରରେ ଏହି ଟ୍ରାନ୍ସପାରେଣ୍ଟ ସିଲିଣ୍ଡର  ମୂଲ୍ୟ ପାଖାପାଖି ୨୫୦୦-୩୦୦୦ ଟଙ୍କା ମଧ୍ୟରେ ରହିବ । ଏହା ଷ୍ଟିଲ ସିଲିଣ୍ଡର ର ଦୁଇଗୁଣ ଦାମ ଏଥିପାଇଁ ଏଲପିଜି ବଣ୍ଟନକାରୀମାନେ ୧୪୦୦ ଟଙ୍କା ଜମାନତ ରଖିବେ । ସରକାର ଏବାବଦରେ ସିଲିଣ୍ଡର ଉତ୍ପାଦନ କରୁଥିବା କମ୍ପାନୀମାନଙ୍କ ପାଇଁ ଟେଣ୍ଡର ଡାକିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ଏହାର ଦର ଖସିବାର ଆଶା କରାଯାଉଛି ।
ଏଲପିଜି ସିଲିଣ୍ଡର ନୂଆ ସଂଯୋଗ ପାଇଁ ଦସ୍ତାବିଜ ଜୁଟାଇ ପାରୁନଥିବା ପରିବାର, ଅସାଧୁ ବିତରଣକାରୀଙ୍କ ଦ୍ବାରା ହନ୍ତସନ୍ତ ହେଉଥିବା ଗ୍ରାହକ, ଯେଉଁମାନେ ଅଧିକ ଥର ଭିନ୍ନ ଭିନ୍ନ ସହରରେ ରୁହନ୍ତି,  ଛୋଟ ପରିବାର ବା ବ୍ୟଚେଲରମାନଙ୍କ ପାଇଁ ବେଶ ଲାଭପ୍ରଦ ହେବ ।

ସମଗ୍ର ଦେଶରେ ଏହାର ଚବିଶି ଘଣ୍ଟା ଆଶୁ ସହାୟତା ନମ୍ବର ୧୯୦୬ ଉପଭୋକ୍ତାମାନଙ୍କ ପାଇଁ ରଖାଯାଇଛି । ମରାଠୀ, ଗୁଜରାଟି, ଓଡ଼ିଆ, ଆସମିୟ, ତାମିଲ, ତେଲୁଗୁ, କନ୍ନଡ଼,ଏବଂ ମାଲାୟଲମ, ହିନ୍ଦୀ, ଓ ଇଂରାଜୀ ଭାଷାରେରେ ଗ୍ରାହକମାନେ ଅଭିଯୋଗ ଦାଖଲ ଓ ସମାଧାନ ପାଇ ପାରିବେ ।

ଗ୍ରାହକ ସନ୍ତୁଷ୍ଟି ବଢ଼ାଇବା ପାଇଁ ମନ୍ତ୍ରଣାଳୟ  ଏହି LPG cylinder ଗୁଡ଼ିକୁ ଲୋ କାର୍ବନ ଷ୍ଟିଲରେ ତିଆରି କରିଛି । ଏହାର ଦୃଶ୍ୟଭେଦୀ ଅଂଶ ମିଶ୍ର ଧାତୁରେ ତିଆରି ।

ସବୁଠୁ ବଡ଼ କଥା ହେଲା ଏହାକୁ ବିନା ଓଜନ କରି ଆପଣ ଘରକୁ ଆଣିପାରିବେ । ଅନେକ ଅସାଧୁ ବିତରଣକାରୀ ଓଜନରେ ଠକିଥାଆନ୍ତି ସେଥିରୁ ଆପଣଙ୍କୁ ମୁକ୍ତି ମିଳିଯିବ । ଆପଣଙ୍କୁ ଉଚିତ ପରିମାଣରେ ମିଳୁଥିବା ଗ୍ୟାସକୁ ଦେଖି ଆପଣ ଆଶ୍ଵସ୍ତ ହେବେ । ଏହି ସୁବିଧା ଦ୍ବାରା ଅସାଧୁ ଡିଷ୍ଟ୍ରୀବୁଟରଙ୍କ ଖରାପ ଦିନ ଆସିଗଲା ଜାଣ ।

ଯେତେ ଶୀଘ୍ର ସମ୍ଭବ ପେଟ୍ରୋଲିୟମ ମନ୍ତ୍ରଣାଳୟ ଏହି ସିଲିଣ୍ଡରଗୁଡ଼ିକୁ ଦେଶର ପେଟ୍ରୋଲ ପମ୍ପ ଓ ଗ୍ରାମାଞ୍ଚଳର କିରାନା ବା ସଉଦା ଦୋକାନଗୁଡିକରେ ମିଳିବାର ବ୍ୟବସ୍ଥା କରିବାକୁ ଯାଉଛନ୍ତି ।
Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments