Bhubaneswar Buzz

#OdiaPostAt11 ଭ୍ରାମ୍ୟମାଣ ଲାଇବ୍ରେରୀ ଜରିଆରେ ବହି ପଢ଼ିବା ପାଇଁ ଉତ୍ସାହିତ କରନ୍ତି ଭୁବନେଶ୍ଵରର ଏହି ଦୁଇ ବନ୍ଧୁ -ଏବେ ବିଶ୍ଵରେ ଚର୍ଚ୍ଚିତ

Walking bookfairs bhubaneswar buzz 3

ଆପଣ ଯାତ୍ରା କରୁଥିବା ସମୟରେ କେତେ ଖଣ୍ଡ ବହି ସାଥିରେ ନେଇପାରିବେ ? ଏଥିରେ କିନ୍ତୁ ଆପଣ ଶତାବ୍ଦୀ ମିଶ୍ର ଓ ଅକ୍ଷୟ ରାଉତରାଏଙ୍କୁ ବଳିପାରିବେ ନାହିଁ ।

ଏହି ଦୁଇ ବନ୍ଧୁ ତାଙ୍କ ମହାନ ଉଦ୍ଦେଶ୍ୟ ନେଇ ସାଥିରେ ମନଲୋଭା ୪,୦୦୦ ଖଣ୍ଡ ବହି ନେଇ ତାଙ୍କ ଛୋଟିଆ ଭ୍ୟାନରେ ଭାରତରେ ଦୀର୍ଘ ୧୦,୦୦୦ କିମି (୬,୨୧୩ ମାଇଲ) ଅତିକ୍ରମ କରି ସାରିଛନ୍ତି ।

ସେମାନେ କୁହନ୍ତି ସହର, ନଗର ଓ ଗାଁ ଆଦିରେ ପୁସ୍ତକ ପଠନ ଅଭ୍ୟାସକୁ ଉତ୍ସାହିତ କରିବାପାଇଁ ଏଭଳି ପ୍ରୟାସ ଚଳାଇଛନ୍ତି କାରଣ ସେମାନେ ହୃତବୋଧ କରନ୍ତି ଯେ ‘’ଭାରତୀୟମାନେ ବହି ନିହାତି ପଢ଼ିବା ଉଚିତ’’ ।

ଏହି ଦୁଇଜଣ ସେମାନଙ୍କ ଅଭିଯାନ ଭାରତର ପୂର୍ବାଞ୍ଚଳ ତଥା ଭୁବନେଶ୍ଵରରୁ ୨୦୧୫ ମସିହାରେ ଆରମ୍ଭ କରିଥିଲେ । ଏମିତି ବୁଲୁବୁଲୁ ବ୍ରିଟିସ ବ୍ରଡ଼କାଷ୍ଟିଂ କମ୍ପାନୀ ସେମାନଙ୍କୁ ଉତ୍ତରପ୍ରଦେଶର ଭେଟିଥିଲେ । ସେତେବେଳକୁ ଉତ୍ତର ପ୍ରଦେଶ ସେମାନଙ୍କ ୧୭ ତମ ଭ୍ରମଣକରିଥିବା ରାଜ୍ୟ ହୋଇ ସାରିଥିଲା । ଏକ ସାକ୍ଷାତକାରରେ ବିବିସିକୁ କୁହନ୍ତି ଏହା ଏକ କ୍ଲାନ୍ତ ଦାୟକ ଯାତ୍ରା, ସେମାନେ ଯାହା କରିବାକୁ ଆଶା ରଖିଥିଲେ ତାହାକୁ ସେ ପାଇଛନ୍ତି । ଏମିତି ଅନେକ ଲେଖକ ଓ ଶହ ଶହ ଲୋକଙ୍କୁ ନୂଆ ପୁସ୍ତକ ପ୍ରେମୀ ଭାବେ ପାଇଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ତାଙ୍କଠାରୁ ବହି କିଣିଥିଲେ ।

ଚକଲଗା ପାଠାଗାର :

ଶ୍ରୀମତୀ ମିଶ୍ର କୁହନ୍ତି , “ଆମେ ଏପର୍ଯ୍ୟନ୍ତ ପ୍ରାୟ ୨,୦୦୦ ଖଣ୍ଡ ପୁସ୍ତକ ବିକ୍ରୀ କରିସାରିଛୁ ଆମର ଭଣ୍ଡାର ବଡ଼ ବଡ଼ ସହର ମାନଙ୍କରେ ପୁନଃ ଭରଣ କରୁ । ଆମେ ଭାବୁଛୁ ସ୍ଥାନୀୟ ଲେଖକ ତାଙ୍କ ନିଜ ଆଞ୍ଚଳିକ ଭାଷା ପ୍ରତି ଯତ୍ନବାନ ହେବେ ଯାହା ପାଠକଙ୍କୁ ଅଧିକ ଭଲ ଲାଗିବ ଏବଂ  ପୁସ୍ତକ ପଢ଼ିବା ପ୍ରତି ଆକର୍ଷିତ ହେବେ ଆମର ଏହି ମିନି ଭ୍ୟାନରେ ବିଭିନ୍ନ ଭାଷାର ବହି ଉପଲବ୍ଧ ଅଛି । ଆମର ବହିଗୁଡ଼ିକର ଦାମ ଟ୨୦୦ଙ୍କାରୁ ବେଶୀ ନାହିଁ । ସାଧାରଣତଃ ଆମେ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ଓଡ଼ିଶାର ଅଦିବାସୀ ଅଂଚଳ  ଆଦି ସ୍ଥାନରେ ଆମ ଡେରା ପକାଉ । ଅତି ଉପାନ୍ତ ଅଞ୍ଚଳରେ ଆମେ ପହଂଚି ପୁସ୍ତକ ପ୍ରେମୀଟିଏ ସୃଷ୍ଟି କରିପାରିଲେ ଆମ ଅଭିଯାନ ସଫଳ ହେଲା ବୋଲି ଭାବିବୁ । ଏହା ଅତି ବିଡ଼ମ୍ବନା ଯେ ଆମ ସମାଜରେ ଧନୀ ମାନେ ଗରିବଙ୍କ ପାଇଁ ଲେଖନ୍ତି ଓ ଗରିବଟିଏ ତାହାକୁ ପଢ଼ିବାକୁ ପାଇପାରିନଥାନ୍ତି ।“

କିନ୍ତୁ ପୁସ୍ତକ ବିକ୍ରୟ ସେମାନଙ୍କ ପ୍ରାଥମିକ ଉଦ୍ଦେଶ୍ୟ ନୁହେଁ । ସେମାନେ ବହି ଉଦ୍ଧାର ମଧ୍ୟ ଦେଇଥାନ୍ତି । ତାଙ୍କର ମହାନ ଉଦ୍ଦେଶ୍ୟ ହେଉଛି ପାଠକ ସୃଷ୍ଟି ସହ ପଢ଼ାରେ ସେମାନଙ୍କୁ ବ୍ରୀତ ରଖିବା ଏବଂ ପଠନର ମହତ୍ଵ ପ୍ରଚାର କରିବା ।

ଶ୍ରୀମାନ ରାଉତରାଏ କୁହନ୍ତି, “ଏମିତି ଆମେ ଆମ ଚାରିପାଖେ ଅନେକ ଜିନିଷ ଦେଖୁ । ଅସହିଷ୍ଣୁତା ଭଳି ମାନସିକତା ଲୋକେ ପଢୁନଥିବା କାରଣରୁ ହୁଏ । ପୁସ୍ତକ ପଠନ ଦ୍ଵାରା ଜ୍ଞାନୋଦୟ ହେବ । ଏହା ନୂଆ ନୂଆ ଉନ୍ନତ ଚିନ୍ତା ଉଦ୍ରେକ କରିବ ।

ସେ ଭେଟିଥିବା ଜଣେ ଶିକ୍ଷକଙ୍କ କଥା ବଖାଣନ୍ତି ଯେ, “ସେହି ଶିକ୍ଷକ ନିଜ ୨୦ ବର୍ଷର ଚାକିରୀ କାଳ ଭିତରେ ପାଠ୍ୟ କ୍ରମର ମାତ୍ରା ୧୫ – ୨୦ ଟି ବହି ପଢ଼ିଛନ୍ତି । ଆଉ ସେଇଠି ରହିଯାଏ ଏକ ଅସୁବିଧା । ଲୋକେ, ଶିକ୍ଷକ ଆଦି ସମସ୍ତେ ନିଜଠାରେ ଅଧିକ ଜ୍ଞାନ ଠୁଳ କରିବାକୁ ହେବ । ସେମାନଙ୍କ ଜ୍ଞାନର ପରିସୀମାକୁ ପ୍ରସାରିତ କରିବାକୁ ହେବ । ନିଜ ପଢ଼ା ବହିର୍ଭୁତ ଜ୍ଞାନ ଆହରଣ କରିବାକୁ ହେବ । ଏଥିରୁ ସମାଜ ଓ ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ ।

ଗଢ଼ିଉଠୁଥିବା ସପିଂ ମଲ ଅପେକ୍ଷା ଅଧିକ ସଂଖ୍ୟକ ପାଠାଗାର ସୃଷ୍ଟି ହେବା ଆବଶ୍ୟକ । କିନ୍ତୁ ଘଟୁଛି ଠିକ ଏହାର ବିପରୀତ” ।

ବ୍ୟୟ ବହୁଳ :

ଶ୍ରୀମତୀ ମିଶ୍ର କୁହନ୍ତି ବହିଗୁଡ଼ିକ ଆଜିକାଲି ବ୍ୟୟ ବହୁଳ ହୋଇ ଗଲାଣି । ଆଜି ସ୍ଵାଧିନ ଭାବେ ଠିଆ ହୋଇଥିବା ବହି ଦୋକାନଗୁଡ଼ିକ ବନ୍ଦ ହେବାକୁ ଲାଗିଛି । ଛୋଟ ସହର ମାନଙ୍କରେ ଏହି ସମ୍ୟସ୍ୟା ଆହୁରି ଜଟିଳ ହୋଇ ଉଠିଛି । ଅନେକ ସ୍ଥାନରେ ଏକ ଲାବରେରୀଟିଏ ମଧ୍ୟ ନାହିଁ ।

“ଏହାର ଅର୍ଥ ନୁହେଁ ଯେ ପାଠକ ନାହାନ୍ତି, ଏହାର ସୁବନ୍ଦୋବସ୍ତ ନହେବା କାରଣରୁ ପାଠକଟିଏ ପୁସ୍ତକର ଅପହଞ୍ଚ ହୁଏ” ।

ଶ୍ରୀମାନ ରାଉତରାଏ ଓ ଶ୍ରୀମାନ ମିଶ୍ର ଏହି ଅସୁବିଧାକୁ ଦୂରେଇବାକୁ ଚାହାନ୍ତି । ମିନି ଭ୍ୟାନରେ ଲାଇବ୍ରେରୀ ଅଭିଯାନ ସହ ଭୁବନେଶ୍ଵରରେ ଏକ ବହି ଦୋକାନ ମଧ୍ୟ ଚଳାଉଛନ୍ତି ।

“ଆମେ ସାରାବର୍ଷ ବହି ଗୁଡ଼ିକରେ ୨୦-୩୦% ରିହାତି ଦେଇଥାଉ । କାରଣ ଆମ ଦୋକାନ ଅତି ସାଧାରଣ ଧରଣର । ଏଥିପାଇଁ ଆମକୁ ବେଶୀ ଖର୍ଚ୍ଚ କରିବାକୁ ପଡ଼ୁନାହିଁ । ଆମର ଶୀତତାପ ନିୟନ୍ତ୍ରଣ ନାହିଁ କି ବିଦ୍ୟୁତ ସଂଯୋଗ ମଧ୍ୟ ନାହିଁ । ଆମେ ସୌରସେଲର ବିଦ୍ୟୁତ ବ୍ୟବହାର କରୁ” ।

“ଆମେ ମଧ୍ୟ ପଢ଼ିବା ପାଇଁ ପାଠକଙ୍କୁ ଏକ ଆସ୍ଥାନର ବ୍ୟବସ୍ଥା କରିଛୁ । ବହି ନକିଣିଲେ ମଧ୍ୟ ଏଥିପାଇଁ କୌଣସି ଦେୟ ଆଦାୟ କରୁନାହୁଁ” ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments