Bhubaneswar Buzz

Utkal Premiere League Cricket Tournament in Pune for Odias continues in its 2nd year, here are the updates

 

ପୁନେର ପ୍ରବାସୀ ଓଡ଼ିଆମାନଙ୍କ ଅନୁଷ୍ଠାନ ଉତ୍କଳ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି ଉତ୍କଳ ପ୍ରିମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଂଟ ର ଦ୍ବିତୀୟ ସଂସ୍କରଣ। ୮ ଦଳ ସାମିଲ ହୋଇଥିବା ଏହି ଟୁର୍ଣ୍ଣାମେଂଟରେ କେବଳ ଓଡ଼ିଆ ଖେଳାଳୀ ଖେଳୁଛନ୍ତି ଓ ଦଳଗୁଡିକର ନାମ ଓଡ଼ିଶାର ସହରଗୁଡିକ ଉପରେ ଆଧାରିତ। ଡିସେମ୍ବର ୨୩ ତାରିଖରେ ଟୁର୍ଣ୍ଣାମେଂଟର ଲିଗ ପର୍ଯ୍ୟାୟ ସମାପ୍ତ ହୋଇଛି।
୨୩ ତାରିଖରେ ଅନୁଷ୍ଠିତ ଅନ୍ତିମ ଲିଗ ମ୍ୟାଚଗୁଡିକ ଅନୁଷ୍ଠିତ ହୋଇଥିଲା। ଵ୍ରହ୍ମପୁର ବ୍ଲାଷ୍ଟରସ ଦଳ ଭୁବନେଶ୍ୱର ଜାଗୁଏର୍ସକୁ ୭ ଉଇକେଟରେ ପରାସ୍ତ କରିଥିଲା। ଦଳ ପକ୍ଷରୁ ଆକାଶ ବ୍ୟକ୍ତିଗତ ୪୨ ରନ ସଂଗ୍ରହକରି ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ।
ଏହିପରି ଦିନର ଦ୍ବିତୀୟ ମ୍ୟାଚରେ ସମ୍ବଲପୁର ସମୁରାଇସ ଦଳ ବଲାଙ୍ଗୀର ଷ୍ଟାରସ ଦଳକୁ ୩ ଉଇକେଟରେ ପରାସ୍ତ କରିଥିଲା। ଦଳ ପକ୍ଷରୁ ରମଣୀ ରଞ୍ଜନ ସୁତାର ୧୭ ରନ ଦେଇ ୪ଟି ଉଇକେଟ ହାସିଲ କରିଥିବାରୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରଥମ ସେମିଫାଇନାଲରେ ବଲାଙ୍ଗୀର ଷ୍ଟାରସ ଓ ଢେଙ୍କାନାଳ ଡାଇନାମାଇଟ୍ସ, ଦ୍ବିତୀୟ ସେମିଫାଇନାଲରେ ଵ୍ରହ୍ମପୁର ବ୍ଲାଷ୍ଟରସ ଓ ସମ୍ବଲପୁର ସମୁରାଇସ ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି।
ଆସନ୍ତା ୩୦ ଡିସେମ୍ବରରେ ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବା ସହିତ ଓଡ଼ିଆ ବନ୍ଧୁମିଳନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି।
ପୁନେର ହଜାର ହଜାର ଓଡ଼ିଆ ଅଧିବାସୀ ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଂଟର ମଜା ଉଠାଇବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିବା ଲକ୍ଷ କରାଯାଇଛି

Comments

comments