Bhubaneswar Buzz

ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଆଉ ଏକ ରେକର୍ଡ଼ – ମକାଚାଷ ପାଇଁ ଉଦ୍ୟାନ କୃଷି ବିଭାଗ ପୁରସ୍କାର

Pic courtesy: Alisa Sahu

Pic courtesy: Alisa Sahu

ମନରେଗା ଯୋଜନାର ସଫଳ ରୂପାୟନ ପାଇଁ ଦୁଇ ଦୁଇ ଥର କେନ୍ଦ୍ର ସରକାରଙ୍କଠାରୁ ପୁରସ୍କାର, ଭିନ୍ନକ୍ଷମ ଚିହ୍ନଟ ଓ ଥଇଥାନ କ୍ଷେତ୍ରରେ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କାର ଓ ଶିଶୁ ଶ୍ରମିକ ଶୁନ୍ୟ ଜିଲ୍ଲା ଭାବେ ଦେଶ ବିଦେଶରେ ଚର୍ଚ୍ଚିତ ହୋଇ ସୁନାମ ଅର୍ଜିଥିବା ଜିଲ୍ଲା ହେଉଛି ମୟୁରଭଞ୍ଜ । ଆଉ ଏବେ ଉଦ୍ୟାନକୃଷିରେ ସଫଳତା ପାଇଁ ମିଳିଛି ରାଜ୍ୟସରକାରଙ୍କ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପୁରସ୍କାର । ଏହାର ଶ୍ରେୟ ଯାଏ ମୟୁରଭଞ୍ଜର ତତ୍କାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲଙ୍କୁ । ଶ୍ରୀଯୁକ୍ତ ପାଟିଲ ଜିଲ୍ଲାକୁ ଉନ୍ନତି ପଥରେ ଆଗେଇ ନେଇ ବିକାଶର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।
୨୦୧୬ ବର୍ଷରେ ମୟୁରଭଞ୍ଜଜିଲ୍ଲାର ୧୨ ଗୋଟି ବ୍ଲକରେ ପରୀକ୍ଷା ମୂଳକ ଭାବେ ମକାଚାଷ ମାଧ୍ୟମରେ ଚାଷୀଙ୍କୁ ଉପାର୍ଜନର ରାସ୍ତା ଦେଖାଇ ସଫଳ ହୋଇପାରିଛନ୍ତି । ଯଶିପୁର ବ୍ଲକର ୨୭ ଗୋଟି ଗ୍ରାମରେ ୧୪୧.୨୫ ହେକ୍ଟର ପତିତ ଜମିରେ ମୋଟ ୧୮୧ ଜଣ ଚାଷୀଙ୍କୁ କୃଷି ବିଭାଗର ‘ଆତ୍ମା (AATMA)’ ପକ୍ଷରୁ ସହାୟତା ପ୍ରଦାନ କରଯାଇଥିଲା । ୬,୨୩୪ କୁଇଣ୍ଟାଲ କଞ୍ଚା ମକା ଉତ୍ପାଦନ କରାଯାଇ ସ୍ଥାନୀୟ ବଜାରରେ ୮୦ ଲକ୍ଷ ୮୫ ହଜାର ୩ ଶହ ଟଙ୍କାରେ ବିକ୍ରି ହୋଇଥିବା ବେଳେ ୭୪୮ କୁଇଣ୍ଟାଲ ଶୁଖିଲା ମକା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନକୁ ବିକ୍ରି ହୋଇ ୫,୫୧,୨୫୦/- ଟଙ୍କା ଚାଷୀ ରୋଜଗାର କରିଥିଲେ । ଯଶିପୁର ବ୍ଲକରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମକା ଚାଷ କରି ହଜାର ହଜାର ଟଙ୍କା ଲାଭ ପାଇଥିଲେ ।

ତଥ୍ୟ: ସୂର୍ଯ୍ୟପ୍ରଭା

Read more here

Comments

comments