Bhubaneswar Buzz

#OdiaPost ଉତ୍ତର ପ୍ରଦେଶ କାନପୁରସ୍ଥିତ ଚମତ୍କାରୀ ଜଗନ୍ନାଥ ମନ୍ଦିର ଦେଉଛି ବର୍ଷା ଆଗମନର ସଙ୍କେତ

Jagannath Temple in UP predicts rain

Heard about this Jagannath Temple in Kanpur Uttarpradesh which predicts the rainfall date 15 days before?

ଚମତ୍କାରର ଦେଶ ଭାରତ ଏଇଠି  ଅନେକ ଘଟଣା ଦେଖିବାକୁ ମିଳେ  ଯାହାର ରହସ୍ୟ ଆଚମ୍ବିତ କରେ ଯେମିତିକି ଉତ୍ତରପ୍ରଦେଶର ଏକ ମନ୍ଦିର ବର୍ଷାର ସଂକେତ ଦେବାରେ ଅନେକ ବର୍ଷ ହେବ ଚର୍ଚ୍ଚାରେ ଅଛି କେବେ ବର୍ଷା ହେବ, ଏହି ମନ୍ଦିର ୧୫ ଦିନ ଆଗରୁ ସଂକେତ ଦିଏ ଯାହା ଦ୍ବାର ଚାଷୀକୁ ଫସଲ ରକ୍ଷା କରିବାରେ ସୁବିଧା ହୁଏ

kanpur-temple

ଉତ୍ତର ପ୍ରଦେଶର କାନପୁର ସହରରେ ଅବସ୍ଥିତ ଭଗବାନ ଜଗନ୍ନାଥଙ୍କ ମନ୍ଦିର ସ୍ଥାନୀୟ ଅଧିବାସୀ ଏହାକୁ ଠାକୁରଜୀ ବାବା ବୋଲି ମାନିଥାନ୍ତି ବର୍ଷା ହେବା ପୂର୍ବରୁ ଏହି ମନ୍ଦିର ଛାତରୁ ପାଣି ଗଳେ  ଲୋକମାନେ ଏହାକୁ ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ମାନିଥାନ୍ତି ସେମାନଙ୍କ କହିବା ମୁତାବିକ ଭଗବାନ ଜଗନ୍ନାଥ ଅତି କୃପାଳୁ ଅଟନ୍ତି ସେ ନିଜ ଭକ୍ତମାନଙ୍କୁ ଏହି ସୂଚନା ଦେଇ ସଚେତ କରିଥାଆନ୍ତି ଯାହା ଫଳରେ କୃଷକମାନେ ଚାଷବାସ ସମ୍ବନ୍ଧୀୟ ସଜବାଜ କରିବାରେ ସୁବିଧା ହୁଏ କିନ୍ତୁ ଏପରି ଚମତ୍କାର କିପରି ହୁଏ ଏହା ସମସ୍ତଙ୍କୁ ଅଗୋଚର

ଏହି ମନ୍ଦିର ଜନପଦରୁ ଆହୁରି ଭିତରକୁ ବିକାଶଖଣ୍ଡ ମୁଖ୍ୟାଳୟରୁ ତିନି କିଲୋମିଟର ଦୂର ବେହେଁଟା ଗ୍ରାମରେ ଅବସ୍ଥିତ ମନ୍ଦିରରେ ଭଗବାନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ କଳା ମୁଗୁନି ପଥରରେ ତିଆରି ମୁର୍ତ୍ତି ସହିତ ସୂର୍ଯ୍ୟ ଏବଂ ପଦ୍ମନାଭଙ୍କ ମୁର୍ତ୍ତି ଦେଖିବାକୁ ମିଳେ  ମନ୍ଦିରର କାନ୍ଥ ୧୪ ଫୁଟ ମୋଟେଇ ବିଶିଷ୍ଟ ବର୍ତ୍ତମାନ ଏହି ମନ୍ଦିରଟି ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ଅଛି ପୁରୀ ଭଳି ଏହି ମନ୍ଦିରରେ ପ୍ରତିବର୍ଷ ରଥଯାତ୍ରା ପାଳିତ ହୁଏ

1448899999mandir1

“ବିଶ୍ଵାସ କରାଯାଏ ଯେ ମନ୍ଦିରର ଗର୍ଭଗୃହର ଛାତରେ ଚମତ୍କାରୀ ଋତୁଚକ୍ରୀ ପଥର ଖଚିତ ହୋଇଛି ଯାହା ଫଳରେ ବର୍ଷା ଆଗମନର ଏକ ସପ୍ତାହ ପୂର୍ବରୁ ଏଥିରୁ ପାଣି ବୁନ୍ଦା ଝରିଥାଏ । ଆଉ ସବୁଠୁ ବଡ଼ ଆଶ୍ଚର୍ୟ କଥା ହେଉଛି ଏଥିରୁ ଝରୁଥିବା ପାଣି ଠିକ ବର୍ଷା ବୁନ୍ଦା ଭଳି । କେବଳ ଏତିକି ନୁହେଁ ଯେଉଁଦିନ ବର୍ଷା ହୁଏ ସେଇଦିନ ଏହି ପାଣି ଝରିବା ବନ୍ଦ ହୋଇଯାଏ । ଏହା ଜାଣି ଏଠାରେ ପୂଜା କରୁଥିବା ପୂଜାରୀ ବର୍ଷା ଆଗମନର  ସୂଚନା ଗ୍ରାମବାସୀଙ୍କୁ ଦେଇଥାନ୍ତି ।”

ସ୍ବତଃ ପାଣି ଗଳିବା ରହସ୍ୟ ସର୍ବେକ୍ଷଣ ପରେ ମଧ୍ୟ ସନ୍ଧାନ ମିଳିନାହିଁ ମନ୍ଦିର ପୂଜାରୀ ଦିନେଶ ଶୁକ୍ଲାଙ୍କ ମତରେ ଅନେକ ଥର ପ୍ରତ୍ନତତ୍ତ୍ଵ ବିଭାଗ ଅଧିକାରୀ, ଆଇଆଇଟି ବୈଜ୍ଞାନିକ ଏବଂ ବହୁ ପୁରୁଣା ବୈଜ୍ଞାନିକ ଏହାର ରହସ୍ୟ ଭେଦ କରିବାକୁ  ଅସମର୍ଥ ହୋଇଛନ୍ତି କିଛି ସର୍ବେକ୍ଷଣରୁ ଦାବୀ ହୋଇଛି ଯେ ଏହି ମନ୍ଦିର ୧୧ ଶ ଶତାବ୍ଦୀରେ ନିର୍ମାଣ ହୋଇଛି ଏହାର କେତେଥର ପୁନରୁଦ୍ଧାର ହୋଇଛି ତାହାର କୌଣସି ହିସାବ ବା ତଥ୍ୟ ନାହିଁ ଏହି ମନ୍ଦିର ବାବଦରେ ଅନେକ ମତ ପ୍ରକାଶ ପାଏ କେହି କୁହନ୍ତି ଏହି ମନ୍ଦିର ଏକ ବୌଦ୍ଧ ମଠ ସଦୃଶ ଅଟେ ଯାହାକୁ ଅଶୋକ ନିର୍ମାଣ କରିଥାଇ ପାରନ୍ତି  କାନ୍ଥରେ ଚିତ୍ରିତ ମୟୁର ଏବଂ ଚକ୍ର ଚିହ୍ନ ଦେଖି ଅନେକ କୁହନ୍ତି ଏହି ମନ୍ଦିର ଚକ୍ରବର୍ତ୍ତୀ ସମ୍ରାଟ ହର୍ଷବର୍ଦ୍ଧନଙ୍କ ସମୟରେ ସ୍ଥାପିତ ହୋଇଥାଇ ପାରେ ଏହି ଗ୍ରାମରେ ରହୁଥିବା ବୃଦ୍ଧ କୁହନ୍ତି ସେମାନଙ୍କ ପୂର୍ବ ପୁରୁଷ ସେମାନଙ୍କୁ ଅନେକ ପୁରାଣିକ କଥା କହି ଯାଇଛନ୍ତି ସେମାନଙ୍କ ଅନୁସାରେ ଯେବେ ଭଗବନ ହନୁମାନ ସୂର୍ଯ୍ୟକୁ ଗିଳି ବାହାର କରିଥିଲେ ଏହି ମନ୍ଦିର ସ୍ବତଃ ତିଆରି ହୋଇଥିଲା ଆହୁରି ମଧ୍ୟ ବିଶ୍ଵାସ ଅଛି ଭଗବାନ ରାମ ଏହି ମନ୍ଦିରକୁ ପରିଦର୍ଶନ କରିଥିଲେ  ଏହି ତଥ୍ୟରେ କେତେ ସତ୍ୟତା ଅଛି କେହି ଜାଣନ୍ତି ନାହିଁ

 

——————————————————————————————————————–

Author NISTHA RANJAN DASH (@DashNistha on twitter)
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments