Bhubaneswar Buzz

#OdiaPost : ଵାଣୀ ଆଵାହନ – କଵି ଚିନ୍ତାମଣି ମହାନ୍ତିଙ୍କ ରମ୍ୟ ରଚନା

ଵାଣି ଆଵାହନ
ସ୍ବର୍ଗତ କଵିଵର ଚିନ୍ତାମଣି ମହାନ୍ତି
(ରାଗ – ଚୋଖି)

ଆସ ଵାଣି ଵୀଣାପାଣି ଖିଳଵାଣୀ ଵିଶ୍ଵରାଣୀ
କାଵ୍ୟ-କଳା-ଠାକୁରାଣୀ କଵିଜନନୀ,
ତଵ ନୀରାଜନା ପାଇଁ ଆଶାବୋଳା ନେତ୍ରେ ଚାହିଁ-
ଅଛନ୍ତି ଵାସନ୍ତୀ ଲକ୍ଷ୍ମୀ ଫୁଲବରଣୀ;
ହର୍ଷେ ଉଭା ଵନ ସୁନ୍ଦରୀ
ଚାରୁ ଫୁଲ-ସିଂହାସନ ଵକ୍ଷରେ ଧରି । ୧।

ମଳୟ-ମାରୁତ-କରେ ଧରି ପଲ୍ଲଵ-ଚାମରେ
ଅଛି ତଵ ଅପେକ୍ଷାରେ ଖଟଣୀ ଆଶେ,
ଫୁଙ୍କେ ଶୁଭ ଶଙ୍ଖ ଅଳି ମହାଭାଵେ ଢଳି ଢଳି
ଗାଏ ପିକ ‘ଆଗମନୀ’ କୁଞ୍ଜ-ଆଵାସେ;
ଫେଇ ଚୂତ ପର୍ଣ୍ଣସମ୍ପୁଟ
ଟେକିଅଛି ଭେଟିବାକୁ ସ୍ୱର୍ଣ୍ଣମୁକୁଟ । ୨।

ଆସ ଦେହେ, ଆସ ପ୍ରାଣେ, ଆସ ମା’ ଅନ୍ତର ଧ୍ୟାନେ
ମଙ୍ଗଳ ଆକାଙ୍କ୍ଷା ହୃଦେ ଆଣ ସତ୍ୱର,
ଦିଅ ସାଧନାରେ ବଳ ଉତ୍ସାହ ଶକ୍ତି ପ୍ରବଳ
କର ଆତ୍ମା ସୁନିର୍ମଳ ସତ୍ୟ ସୁନ୍ଦର;
ପଦସେଵା ଯୋଗ୍ୟତା ତଵ
ପ୍ରଦାନ ଗୋ ଦେଵୀ ! ଭାଗ୍ୟେ ପୂର୍ଣ୍ଣ ବିଭଵ । ୩।

ଆଶୀର୍ଵାଦ ଜ୍ୟୋତିଜାଳେ ଧୁଅ ଉତ୍କଳ କପାଳେ
ମହିମା-ମୟୁଖେ ଉଠୁ ହସି ସେ ଖରେ,
ସ୍ୱର୍ଣ୍ଣମସୀ ଲେଖନୀରେ ଲେଖିଦିଅ ତାହା ଶିରେ
“ନଵଉଜ୍ଜୟିନୀ” ବୋଲି ସ୍ୱର୍ଣ୍ଣ ଅକ୍ଷରେ;
ଘେନି ତା’ର ଭକ୍ତି-ଆରତୀ
ଗଭୀର ଗୋପନ ବ୍ୟଥା ହର ଭାରତୀ । ୪।

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments