Bhubaneswar Buzz

MCL କୁ ୨୫ ବର୍ଷ ପୂର୍ତ୍ତି -ଭାରତର ନମ୍ବର ୧ କୋଇଲା ଉତ୍ପାଦନକାରୀ କମ୍ପାନୀ ଭାବେ ଉଭା ହୋଇ ଓଡ଼ିଶାକୁ କଲା ଗୌରବାନ୍ଵୀତ

MAhanadi coalfields limited

ଏପ୍ରିଲ ୧-୩ ତାରିଖ ପର୍ଯ୍ୟନ୍ତ MCL ପାଳନ କରୁଛି ଏହାର ୨୫ ବର୍ଷ ପୂର୍ତ୍ତି ଉତ୍ସବ । ଏହାର ବୁର୍ଲା ସ୍ଥିତ ମୁଖ୍ୟାଳୟ ପରିସରରେ କେକ କାଟି କମ୍ପାନୀ ପରିଚାଳକ ନିର୍ଦ୍ଦେଶକ , ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ କର୍ମଚାରୀ ବୃନ୍ଦ ରୌପ୍ୟ ଜୟନ୍ତି ପାଳନ କରିଥିଲେ । ଏଥି ସହ ସଂଧ୍ୟା ବେଳେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆଯୋଜନ କରାଯାଇ କେନ୍ଦ୍ର ସରକାରଙ୍କ ଉନ୍ନୟନ ମୂଳକ ଅଭିଯାନର ବାର୍ତ୍ତା ଉପସ୍ଥାପନ କରାଯାଇଥିଲା ।

ଓଡ଼ିଶାରେ ଅବସ୍ଥିତ ଏବଂ ପରିଚାଳିତ ମହାନଦୀ କୋଇଲା କ୍ଷେତ୍ର ଲିଃ ହେଉଛି ‘କୋଇଲା ଇଣ୍ଡିଆ’ର ଏକ ଉପକ୍ରମ । ୧୯୯୨ ମସିହାରେ ‘ଦକ୍ଷିଣ ପୂର୍ବ କୋଇଲା ଖଣି ଲିଃରୁ ଅଲଗା ହୋଇ ସ୍ଥାପିତ ହୋଇଥିଲା । ଏବେ ଏହା ଦୁଇଟି ପ୍ରାଇଭେଟ କମ୍ପାନୀ MJSJ Coal Limited  & MNH Shakti Ltd ସହ ଅନୁବନ୍ଧିତ ଅଟେ । ମହାନଦୀ ଅବବାହିକାରେ ଏହାର ସାତଟି ଖୋଲା ଓ ତିନୋଟି ଭୂତଳ ଖଣି ଅଛି ।

MCL ୧୩୭.୯ ଅୟୁତ ଟନ ରେକର୍ଡ ପରିମାଣର ୧୩.୬ ବୃଦ୍ଧି ହାରରେ କୋଇଲା ଉତ୍ପାଦନ କରୁଛି । ଏହା ୧୪୦.୨୨ ଅୟୁତ ଟନ ଶୁଷ୍କ ଜାଳେଣୀ ଏହାର ଖାଉଟିଙ୍କୁ ଯୋଗାଇଥାଏ । ଏହା ଦ୍ଵାରା କୋଇଲା ଖନନ ୨୦୧୪ ବର୍ଷରେ ସେଇ ଏକା ସମୟ ତୁଳନାରେ ୧୪ ପ୍ରତିଶତ ବୃଦ୍ଧି ଘଟିଛି । ୧୯୯୨ରେ ଏହାର ପ୍ରାରମ୍ଭିକ ଉତ୍ପାଦନ ୨୩ ଅୟୁତ ଟନ ଥିଲା ।

ସୂଚନା ଯୋଗ୍ୟ ଯେ ଏମସିଏଲ ପରି COAL INDIA ଅଧିନରେ ଆଉ ଆଠଟି କୋଇଲା ଉତ୍ପାଦନକାରୀ କମ୍ପାନୀ ଭାରତରେ କୋଇଲା ଉତ୍ପାଦନ କରୁଛନ୍ତି ।

Author:

Nistha Ranjan Dash

(Audiologist & Speech Therapist)

VIMSAR, Burla, Sambalpur.

Comments

comments