Bhubaneswar Buzz

ଅପେକ୍ଷା : A beautiful Odia Short Story by Sudhansu Sekhar

କଟକ କ୍ୟାଣ୍ଟନମେଣ୍ଟ ବାରବାଟୀ ଷ୍ଟାଡିୟମ ଛକ | ସେଦିନ ଥିଲା ଶୁକ୍ରବାର ଆଉ ମୁ ଅପେକ୍ଷା କରିଥିଲି ସେଇ “ପ୍ରିନ୍ସସସ ଅଫ ମାଇଁ ଫାମିଲି” ଲେଖା ହେଇଥିବା ଗାଢ଼ ନାଲି ରଙ୍ଗର ବଜାଜ ସନି ଗାଡିକୁ | ଏପଟେ ଘରକୁ ୭:୩୦ ପୂର୍ବରୁ ଯିବାକୁ ହବ ନ ହେଲେ ବାପାଙ୍କ ଗାଳି ସୁନିଶ୍ଚିତ | ସେପଟେ ଆଳୁଦମ-ଦହିବରା ଗାଡିରୁ ଆସୁଥିବା ସଦ୍ୟ ପ୍ରକାଶିତ ରାଜା ହିନ୍ଦୁସ୍ତାନୀ ଚଳଚିତ୍ରର “କିତନା ପ୍ୟାରା ତୁଝେ ରବ ନେ ବନୟା” | ମା କହିଥିଲେ ଯେ ଜାତକ ହିସାବରେ ଶୁକ୍ରବାରଟା ଭଲ | ବହୁତ ଭାବିଚିନ୍ତି ଆଜି ଭାବିଛି କହିଦେବି ମୋ ଭଲ ପାଇବା ଟା|

ଝିଅଟି ଇଂଲିଶ ସ୍କୁଲ ଯାଉଥିଲା ବେଳେ ମୁ ଓଡ଼ିଆ | ଏବେ ଏଣ୍ଟ୍ରାନ୍ସ ଦେବା ପାଇଁ ପ୍ରସ୍ତୁତି| କେବଳ ପଦାର୍ଥ ବିଜ୍ଞାନ ପାଇଁ ମିଶ୍ର ସାରଙ୍କ ପାଖକୁ ଟୁଇଶନ ଯାଉଥିଲି| ପ୍ରସ୍ତୁତି ଠିକଠାକ ଚାଲିଥିଲା କିନ୍ତୁ ମନରୁ ଶୋଭିତାର ଚେହେରା ଯାଉନି| ନା ଟା ଯେମିତି ତାଠୁ ଭି ବେଶୀ ସୁନ୍ଦର| ସରଳାର୍ଥ ଲେଖି ପାରୁ ନଥିବା ପିଲା ଆଜିକାଲି ଇଂଲିଶ ଗୀତ ଓ John Keatsର ପୋଏଟ୍ରି ପଢୁଛନ୍ତି |ସେପଟେ ଭାଇଙ୍କ କଲେଜରେ ଆସିଥିବା ସବୁ ନିର୍ବାଚନ ପୁଷିଙ୍ଗ କାର୍ଡରୁ କିଛି କିଛି ଧାଡି ନେଇ ଗୋଟେ ଚିଠି ଲେଖା ସରିଛି କେବେଠୁ|ଆର୍ଚିସଁ ଷ୍ଟୋର, ବକ୍ସିବଜାରରୁ ଗୋଟେ କାର୍ଡଭି ଆସିଛି | ମନରେ ଗୋଟିଏ ଚିନ୍ତା… ସେ କି ରାଜି ହେବ ଏ ସାଇକେଲ ଚଢ଼ୁଥିବା ପିଲାକୁ|

ଏମିତି ଭାବୁ ଭାବୁ ଗୋଟେ ହର୍ନ ଶବ୍ଦରେ ଚମକି ପଡି ପଛକୁ ଦେଖିଲା ବେଳକୁ ସେ | କଣ କରିବି ଜାଣି ନ ପାରି ସାଇକେଲ ଧରି ବାହାରି ଆସିଲି| କିଛି ବାଟ ଆସିଲା ପରେ ପୁଣି ଫେରିଲି ଆଉ ଭାବିଲି ଆଜି କହିଦେବି| ଆସିକି ତା ପଛରେ ଛିଡା ହେଲି | ହଠାତ କିଏ ଜଣେ ମୋତେ ଡାକିଲେ ଆଉ ମୁ ଦେଖିଲି କି ତା ଭଉଣୀ ଭି ତା ସହିତ| ତା ଭଉଣୀ ଆଉ ମୁ ଗୋଟେ କଲେଜରେ| ତା ଭଉଣୀ ଶୋଭିତା କୁ ମୋ ସହିତ ପରିଚୟ କରିଦେଲେ | ମୁ କଣ କହିବି କିଛି ନ ଜାଣି ଖାଲି ଏତିକି କହିଦେଲି “ତୁମେ ବହୁତ ସୁନ୍ଦର” ଆଉ ସେଠୁ ଚାଲି ଆସିଲି |

ଘରକୁ ଫେରୁ ଫେରୁ ୦୭:୫୦| ବାପାଙ୍କ ଗାଳି ଆରମ୍ଭ | ମୋତେ କିଛି ଶୁଣା ଯାଉ ନଥାଏ| ଚୁପଚାପ ମୋ ରୁମକୁ ଯାଇ ପଢିବା ପାଇଁ ବସିଲି| ମା ଆସି ଚୁଡା ଆଉ ମିକ୍ସଚର ଦେଇଗଲେ ଖାଇବା ପାଇଁ| କିଛି ଭଲ ଲାଗୁନଥିଲା| ୱାକମାନଟା ଧରି ଭାବିଲି କିଛି ଗୀତ ଶୁଣିବି.. ତଥାପି କିଛି ଭଲ ଲାଗୁ ନଥାଏ | ସେତେବେଳ Orkut କି Facebook ନଥିଲା କି ତା ଫୋଟୋ ଦେଖି ଖୁସି ହେବି |

ୟା ଭିତରେ ଗୋଟେ ବର୍ଷ ସରିଗଲା | କଲେଜରେ ରାଗିଙ୍ଗ ଖାଇ ଛୁଟିରେ ଆସିଛି | ସରସ୍ବତୀ ପୁଜା ଅଛି ଆଉ ମୁ ଟିକେ ବାହାରିଛି ଛକ ଆଡେ| ଏଇ ସମୟରେ ହଠାତ ମୋତେ ଲାଗିଲା କିଏ ଜଣେ ପଛରୁ ଆସୁଛନ୍ତି ଆଉ ମୁ ବୁଲି ଦେଖିଲାରୁ ସେଇ ଶୋଭିତା | ୟା ଭିତରେ ସେ ଯେମିତି ଆହୁରି ସୁନ୍ଦର ହେଇଯାଇଛି | ସେ ଜାଣିପାରିଲା ମୋତେ ଆଉ ହସିଦେଲା | ମୁ କିଛି ନ କହି ଆଗକୁ ଚାଲିଗଲି | ମୋ ସାଙ୍ଗ ମୋତେ ବହୁତ ପଚାରିବାରୁ ମୁ ସବୁ କହିଲି| ସେ କହିଲା ସାଙ୍ଗ ଆଜିତ ଆମ “Valentines Day”. ତୁ ଆଜି କହିଦେ ଆଉ ଯାହା ହବ ଦେଖିବା, କିଛି ହେଲେ ତୁ ତୋ କଲେଜ ପଳେଇବୁ| ବହୁତ ଭାବି ଭାବି ସ୍ଥିର କଲି ଆଜି ସନ୍ଧ୍ୟାରେ କହିବି ଆଉ ଯଦି କିଛି ହେଲା ୯:୩୦ ବସ ଧରି କଲେଜ ପଳେଇବି| ମୋ ରୁମରୁ ସେଇ ପୁରୁଣା ଚିଠି ଆଉ କାର୍ଡ ବାହାର କଲି ମୋ ଟ୍ରଙ୍କରୁ| ସିଧା ବାହାରି ଗଲି ତାଙ୍କ ଘର ଆଡେ| ଠିକ ସମୟରେ ଯାଇ ତାଙ୍କ ଘରେ କାରଣ ମୁ ଜାଣେ ସେଇ ସମୟରେ ତା ପିତାମାତା ସନ୍ଧ୍ୟାକାଳୀନ ଭ୍ରମଣରେ ଯାଇଥିବେ ଆଉ ଭାଇ କନିକା ଛକ ରେ ଖଟି ମାରୁଥିବ|

ହାତରେ ଚିଠି ଆଉ କାର୍ଡ| ଗେଟ ପାଖରେ ଛିଡା ହେଇ କଲିଙ୍ଗ ବେଲ ମାରି ଅପେକ୍ଷା କଲି| କିଛି ସମୟରେ ସେ ଆସି ଗେଟ ପାଖରେ| ତାକୁ ଦେଖି ମୁ ପୁଣି ସବୁ ଭୁଲି ଗଲି| କଣ କହିବି କି କଣ ଦେବି ତା ଆଗରୁ ପଚାରି ଦେଲି କି.. ଭାଇ ନାହିଁକି | ସେ କହିଲା “ନା ସେ ତ ଏବେ ନଥାଏ”| ମୋ ହାତରେ ଚିଠି ଦେଖି କହିଲା କି କିଛି ଦେବାର ଥିଲା ଯଦି ଦିଅ ମୁ ଦେଇଦେବି | ମୁ ଚିଠି ବଢାଉ ବଢାଉ ରହିଗଲି ଆଉ କହିଲି କି ନା ଥାଉ ମୁ ତାକୁ ଦେଇଦେବି | ସେ ଫିକ କିନା ହସିଦେଲା | ସେଇ ସ୍ମିତହାସ୍ୟ ମୋ’ର ଏବେ ଭି ମନେ ଅଛି | ସେଦିନ ଫେରି ମୁ ସ୍ଥିର କଲି ମୁ ବୋଧେ ଯୋଗ୍ୟ ନୁହେ ତା ପାଇଁ| ସେ ସେମିତିରେ ବହୁତ ଧନୀ ଲୋକ ଆଉ ଆମେ ମଧ୍ୟମବର୍ଗର ଲୋକ| ଚହଟା ପାଖେ ସେ ଚିଠି ଆଉ କାର୍ଡକୁ ଚିରି ଘରକୁ ଫେରି ଆସିଲି|

ଦୀର୍ଘ ୧୨ ବର୍ଷ ପରେ …
ୟା ଭିତରେ ମୁ ଆମେରିକା ଆସି ଯାଇଥାଏ କମ୍ପାନୀ କାମରେ | ନିଜକୁ ଆଗେଇ ନେଇଯିବା ପାଇଁ ସବୁବେଳେ କାମରେ ଲାଗିଥାଏ |ଦିନେ ଗୋଟେ ଶପିଂ ମଲରେ ବୁଲୁଥାଏ ମୋର ଚିରାଚରିତ ଷ୍ଟାରବୁକକ୍ସ କଫି ଧରି| ଶେଖର ଡାକ ଶୁଣି ପଛକୁ ଦେଖିଲି | ଏ କଣ .. ଶୋଭିତା ମୋ ସାମ୍ନାରେ.. | ମୁ Hi କହି ପଚାରିଲି ଆଉ ତମେ ଯେ ଏଠି… ଆଉ କଣ ବାହା ହେଇ ସ୍ଵାମୀ ସହିତ| ସେ କିଛି ନ କହି ହସିଦେଲା| କହିଲା ନା ଏ ଯାଏଁ ବାହା ହେଇନି ଆଉ ଏଠି ପଢୁଛି | ମୁ ସେଇ କ୍ୟାଫେଟେରିଆରେ ବସି କିଛି ସମୟ କଥା ହେବ ପାଇଁ କହିଲି | ସେ କିଛି ନ କହି ମୋ ସହିତ ଆସିଲା| ୟା ଭିତରେ ମୋର ସ୍ମୃତି ଫେରି ଆସିଲା ଧୀରେ ଧୀରେ | ସେ ମୋତେ ପଚାରିଲା ଆଉ ତମେ ଲାଲା ଭାଇଙ୍କୁ ଜାଣିଛ| ମୁ ହାଁ କହିଲି ଆଉ କହିଲି ସେ ତ ମୋର ଛୁଆ ବେଳର ସାଙ୍ଗ| ଆଉ ତମେ କେମିତି ଜାଣିଲ ପଚାରିଲାରୁ ସେ କହିଲେ ସେ ମୋ କଜିନ ଭାଇ ଆଉ ସେ ତମ କଥା ସବୁ କହିଛନ୍ତି| ମୁ ଟିକେ ଅପ୍ରସ୍ତୁତ ହେଇଗଲି | ମୋ କଥା ମାନେ ?? ସେ ହସି କହିଲା କିଛି ଖରାପ ନାହିଁ | ମୁ ପଚାରିଲି ଫିର ଭି | କହିଲେ ଏଇ କି ତମେ ଭଲ ପାଠ ପଢ ଆଉ ଏବେ ଆମେରିକାରେ ଅଛ | ମୁ ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଦେଲି କି ଯାହା ହଉ ମୁ ଲାଲାକୁ କିଛି କହିଁନି ଶୋଭିତା ବିଷୟରେ ନ ହେଲେ ମହାଭାରତ ହେଇଥାନ୍ତା | ସେ ପୁଣି ପଚାରିଲା ଆଚ୍ଛା ତମେ ମୋ ଭାଇଙ୍କୁ ଜାଣ| ମୁ କିଛି ନ ଭାବି ମନା କରିଦେଲି| ସେ ହସିଲା |
ମୁ ସେ ଯାଏଁ ଜାଣି ପାରିଲିନି କି ସେ କଣ ପାଇଁ ପଚାରିଲା | ମୁ ପଚାରିଲି କି କାହିଁ କଣ ହେଲା କି | ସେ କହିଲା କି ନାଇଁ ସେଇ ସରସ୍ବତୀ ପୂଜା… | ମୁ ବୁଝିପାରିଲି ଆଉ କିଛି ନ କହି ଚୁପ ରହିଲି | ମୁ ୟା ଭିତରେ ଜାଣିବାକୁ ଚେଷ୍ଟା କରୁଥିଲି କି ତା’ର ଏଙ୍ଗଜେମେଣ୍ଟ ହେଇଛି କି ନାହିଁ| ସେ ଜାଣି ପାରି ତା ହାତ ଉପରକୁ ଆଣି କହିଲା କି କିଛି ରିଂ ପିନ୍ଧିନି | ସେ ମୋତେ ପଚାରିଲା କି ଆଉ ତମେ ବାହା ହେଇନ | ମୁ କହିଲି ନା | ପଚାରିଲା ତା ହେଲେ ଗାର୍ଲଫ୍ରେଣ୍ଡ ତ ଥିବେ | ମୁ କହିଲି ନା ସେ ସବୁ ପାଇଁ ଆଉ ସମୟ ହେଲାଣି | ତା କପାଳ ଦେଖି ଜାଣିଲି କି ସେ ଟିକେ ରିଲାକ୍ସ ହେଲା ଏବେ | ମୁ କହିଲି କି ଏଇ ଜୁନରେ ନିର୍ବନ୍ଧ| ସେ ମୋତେ କଂଗ୍ରାଚୁଲେସନ୍ସ୍ କହିଲା | ମୁ ପଚାରିଲି ଆଉ ତମେ ଏଠି କେତେ ଦିନ ଯାଏଁ ପଢିବ| ସେ କହିଲା କି ସେମିତି କିଛି ଭାବିନି କିନ୍ତୁ ଏବେ ଭାବୁଛି ଏଠି କିଛି ଜବ ଦେଖି ରହିଯିବି | ୟା ଭିତରେ ବହୁତ ରାତି ହେଇ ଯାଇଥିଲା | ମୁ କହିଲି କି ଏକାଥରେ ଡିନର କରି ବାହାରି ଯିବା | ସେ ହସିଲା ଆଉ ମନା କଲା | ପୁଣି କେବେ ଦେଖା ହେଲେ ଏକାଠି ବସିବା | ସେ ଆସୁଛି କହି ଚାଲିଗଲା |

ମୁ ତା ଯିବା ବାଟକୁ ଅନେଇଥାଏ ଆଉ ସେଦିନ ଥିଲା ଶୁକ୍ରବାର|
ଭାବୁଥିଲି ଅପେକ୍ଷା କିଏ କଲା ଆଉ ଏବେ କରୁଛି |

Author : Sudhansu Sekhar (https://twitter.com/shhekhar)

Comments

comments