Bhubaneswar Buzz

#OdiaPostAt11 କେନ୍ଦ୍ରାପଡ଼ାଜିଲ୍ଲାର ଶିଆଳିଆ – କୌଣସି ବି ଘରେ କବାଟ ଲାଗିନଥିବା ଏକ ଅଦ୍ଭୁତ ଗ୍ରାମ

doorless house odisha

Sialia in Rajkanika block is only one of its kind. The 150 houses in the village do not have doors.It is mostly inhabited by farmers and businessmen. Even the 45-year-old primary school and community centre, constructed three years ago, do not have doors.

ସେହି ଗ୍ରାମରେ କୌଣସି କଳହ ବା ବାଦବିବାଦ ଦେଖାଦେଲେ ମୋକଦ୍ଦମା କୋର୍ଟ କଚେରୀକୁ ଯାଏନି । ପୋଲିସ କେବେ ସେହି ଗ୍ରାମକୁ ଯାଏନି । ବିବାଦ ଆଲୋଚନା ମାଧ୍ୟମରେ ସେମାନଙ୍କ ମଧ୍ୟରେ ତୁଟିଯାଏ । କେଉଁ ଏକ ଅତୀତରୁ ଦୃଢ଼ ବିଶ୍ଵାସପୁର୍ଣ୍ଣ ପରମ୍ପରାକୁ ମାନି ଅଦ୍ୟାବଧି ବିନା ଝରକା ଏବଂ କବାଟ ବନ୍ଧରେ ଘର କରି ବେଶ୍ ସୁଖ ଶାନ୍ତିରେ ଜୀବନଯାପନ କରି ଆସୁଛନ୍ତି ଶିଆଳିଆ ଗ୍ରାମବାସୀ । ନା ଅଛି ଚୋରଙ୍କ ଭୟ ନା ଅଛି ହିଂସ୍ର ବାଘ ଭାଲୁଙ୍କ ଭୟ । କେନ୍ଦୁବାସୁଳେଈଙ୍କ ଛତ୍ରଛାୟା ତଳେ ନିର୍ଭୟରେ ବାସ କରୁଛନ୍ତି ଗ୍ରାମବାସୀ ।

ଏହା କେନ୍ଦ୍ରାପଡ଼ାର ରାଜକନିକା ସଦର ମହକୁମା ପୂର୍ବକୁ ଚାରି କିଲୋମିଟର ଦୂରରେ ଅବସ୍ଥିତ ଶିଆଳିଆ ଗାଁ । ଗ୍ରାମ ପ୍ରାୟ ୧ କିମି ଦୀର୍ଘ । ଏହି ଗାଁରେ ପ୍ରାୟ ୯୦ ଘର ଓ ୫୦୦ଟି ପରିବାର ବାସ କରନ୍ତି । ଗାଁର ଉତ୍ତର ଦିଗରେ ମୁକ୍ତ ଆକାଶ ତଳେ ଗ୍ରାମଦେବୀ କେନ୍ଦୁବାସୁଳେଈଙ୍କ ମନ୍ଦିର । ପୂଜାପୀଠର ଚାରି ପାଖରେ କେନ୍ଦୁ ବୃକ୍ଷମାନ ରହିଛି । ସେହି କେନ୍ଦୁବୃକ୍ଷର ନାମ ଅନୁସାରେ ଠାକୁରାଣୀଙ୍କ ନାମ କେନ୍ଦୁବାସୁଳେଈ । ଖରାରେ ଅଧିଷ୍ଠିତ ହୋଇଥିବାରୁ ତାଙ୍କ ଅନ୍ୟନାମ ଖରାଖାଇ ବୋଲି ସେ ଲୋକମୁଖରେ ପରିଚିତ । ବିପଦ ଆପଦରୁ ରକ୍ଷା ପାଇଁ ବାସୁଳେଈଙ୍କ ପାଦତଳେ ମାନସିକ ଧାରୀ ମାଟିଘୋଡ଼ା ଅର୍ପଣ କରିଥାନ୍ତି ।

କାହିଁ କେଉଁ ପିତୃପିତାମହ ଅମଳରୁ ଘରମାନଙ୍କରେ କବାଟ ଦ୍ଵାର ନାହିଁ । କାରଣ ମଧ୍ୟ ଜଣାନାହିଁ । ଗୋଟିଏ କଥା ଅତୀତରୁ ମାନି ଆସିଛନ୍ତି ସମସ୍ତେ । ଦିନେ ଜଣେ ସରଳ ଗ୍ରାମବାସୀ ଆଧୁନିକ ସଭ୍ୟତା ଅବଲମ୍ବୀ ଜଣେ ଧୂର୍ତ୍ତ ପ୍ରଭାବଶାଳୀ ଲୋକର କଥାରେ ପ୍ରଭାବିତ ହୋଇ ଘରର କବାଟ ଲଗାଇଲା । ଗ୍ରାମବାସୀ ମଧ୍ୟ ଏକାର୍ଯ୍ୟରେ ବାଧା ଦେଲେନାହିଁ ।  ଅଚାନକ ତା’ର ଘରଟି ପୋଡ଼ିଗଲା କିନ୍ତୁ ଅନ୍ୟ କୌଣସି ଘରକୁ ନିଆଁ ଡେଇଁଲା ନାହିଁ । ସେହି ରାତିରେ ତାକୁ ଦୈବବାଣୀ ହେଲା ଯେ, ତୁ ଆଉ ଭୁଲ କରେନା । ମୁଁ ପରା କବାଟ ଭଳି ତୋ ଦୁଆର ଜଗିଛି

doorless village deity bbsrbuzz

ଭିନ୍ନ ଧର୍ମୀୟ ଜଣେ ବ୍ୟକ୍ତି ଏକଦା ସେହି ଗ୍ରାମକୁ ଆସିଥିଲେ ଏବଂ ଠାକୁରାଣୀଙ୍କ ଠାରେ ତାଙ୍କର ବିଶ୍ଵାସ ନଥିଲା । ସେ ଏକ ଗୃହ ନିର୍ମାଣ କରି ସେଥିରେ କବାଟ ସ୍ଥାପନ କଲେ । କିଛି ଦିନ ମଧ୍ୟରେ ତାଙ୍କର ବଳଦ ମରିଗଲେ ଏବଂ ତାଙ୍କୁ ଦୁର୍ଦ୍ଦଶା ପଡ଼ିଲା । ସେହି ବ୍ୟକ୍ତି ସାତଟି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ । ରାଜସ୍ଵ ରେକର୍ଡରେ ସେହି ବ୍ୟକ୍ତିଙ୍କ ନାମ ‘ପଠାଣ କିଆରୀ’ ଭାବେ ଲିପିବଦ୍ଧ ଅଛି ।

ଏହି ଭଳି ଏକ ଦୈବୀଶକ୍ତିକୁ ବିଶ୍ଵାସ କରି ଶିଆଳିଆ ଗ୍ରାମର ଗ୍ରାମବାସୀମାନେ କାହିଁ କେଉଁ ଅତୀତରୁ ପରସ୍ପର ସହଯୋଗ ଭରା ଜୀବନଯାପନ କରି ଆସୁଛନ୍ତି ।

ଏମିତି ଅନ୍ୟ ଏକ ଗାଁ ମହାରାଷ୍ଟ୍ରର ଅହମଦ ନଗର ଜିଲ୍ଲାର ଶନି ଶିଙ୍ଘାପୁର ନାମରେ ମଧ୍ୟ ଅଛି | ଏହି ଗାଁରେ ମଧ୍ୟ କୌଣସି ଘରେ କବାଟ ନାହିଁ । ଏହି ଗାଁରୁ ଅନେକ ଥର ଓ ମନ୍ଦିରରୁ ମଧ୍ୟ ଚୋରି ହୋଇ ସାରିଛି । ତଥାପି ଏବେ ମଧ୍ୟ ସ୍ଵୟାମ୍ଭୁ ଶନିସ୍ଵରଙ୍କୁ ବିଶ୍ଵାସ କରି  ଘରେ କାବଟ ନଲଗାଇ ଲୋକେ ନିଜ ସମ୍ପତିକୁ ବିନା ତାଲାରେ ଛାଡି ଦିଅନ୍ତି  ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments