Bhubaneswar Buzz

#OdiaPostAt11 ଆକବର ବିନା ଫ୍ରିଜରେ କେମିତି ଉଠାଉଥିଲେ ଥଣ୍ଡା ଥଣ୍ଡା କୁଲଫିର ମଜା?

Kesar-Kulfi

ଗରମ ଦିନରେ ରାବିଡି ବାଲା କୁଲଫିର ସ୍ବାଦ ନିଆରା । ଉଦୁଉଦିଆ ଖାରବେଳେ ଥଣ୍ଡା ଥଣ୍ଡା କୁଲଫିର ମଜା କହିଲେ

ନସରେ । ଆଜିକାଲି ଏମିତିବି ବଜାରରେ ମଲାଇ, କେଶର, ଚକଲେଟ ଆଦି ଫ୍ଲେଭରର କୁଲଫି ଉପଲବ୍ଧ ହେଲାଣି ।

ଯାହା ଇଛା ଖାଇ ପାରିବେ ।

ଆଜିର ଯୁଗ କେତେ ସୁବିଧା ହୋଇଗଲାଣି । ବରଫ ଟ୍ରେରେ ପାଣି ରଖିଦେଇ ସୁଇଚ ଅନ କରିଦେଲେ ମେସିନ ସବୁ କାମ

କରିଦେଉଛି । କିନ୍ତୁ ସେଇ ଯୁଗ କଥା ଅନୁମାନ କରନ୍ତୁ କିଛି ସୁବିଧା ନଥାଇ କୁଲଫି ର ମଜା କେମିତି ଉଠାଯାଉଥିଲା ???

ସେ ଥିଲା ଜଲାଲାଉଦ୍ଦିନ ଆକବରଙ୍କ ସମୟ । ବିନା ଫ୍ରିଜରେ ବାଦଶାହ ଆକବର କୁଲଫିର ମଜା ଉଠାଉଥିଲେ ସେ ପୁଣି

ଅସଲି ବରଫରେ ବସା କୁଲଫି ରୁ !!! ଆଜି ଆମେ ଆପଣଙ୍କ ସାଧାରଣ ଜ୍ଞାନ ବଢେଇବୁ କୁଲଫିର ଇତିହାସ ଜଣେଇ…

କୁଲଫି ଏକ ପରାସ୍ୟ ଶବ୍ଦ ଯାହାର ଅର୍ଥ “କୋନ ଆକାରର କପ’’ କୁଲଫି ଆକାର ତ ବାସ ସେମିତି ହିଁ । ଆକବରଙ୍କ

ଦରବାରରେ ଅବୁଲ ଫଜଲ ନାମକ ଜଣେ ଲେଖକ ଥିଲେ ଯିଏ ଆକବରଙ୍କ ଜୀବନୀରେ ତାଙ୍କର କୁଲଫି ପ୍ରତି ଥିବା

ପ୍ରେମ ଉଲ୍ଲେଖ କରିଥିଲେ । କୁଲଫି ତିଆରି ପ୍ରଣାଳୀ ପ୍ରାୟ ୫୦୦ ବର୍ଷର ତଳର ଲେଖା ହୋଇଥିବା “ଆଇନ ଇ

ଆକବରୀ” ରେ ଲିପିବଦ୍ଧ ରହିଛି ।

ଆକବରଙ୍କ ସମୟରେ ବହୁ ଯତ୍ନରେ ସିଧା ହିମାଳୟରୁ ଅଣାଯାଉଥିଲା ଏଥିପାଇଁ ହାତୀ ଘୋଡ଼ା ଆଦିର ସହାୟତା

ନିଆଯାଉଥିଲା । ଆଗ୍ରା ରୁ ହିମାଳୟ ପାଖାପାଖି ୫୦୦ ମାଇଲ ଦୂର । ଅର୍ଥାତ ଏତେ ଦୂର ଅତିକ୍ରମ କରି ବରଫ

ଆକବରଙ୍କ ମହଲରେ ପହଞ୍ଚୁଥିଲା । “ରିଲ୍ଲେ ରେସ’’ (ହାତକୁ ହାତ ବଢ଼ାଇ) ଜରିଆରେ ପ୍ରାୟ ପ୍ରତି ୧୮ ମାଇଲ

ବ୍ୟବଧାନରେ ଗୋଟିଏ ଲେଖାଏଁ ହାତୀ, ଘୋଡ଼ା, ସିପାହୀ ଟୋକେଇ ବଦଳେଇବା କାର୍ଯ୍ୟ କରୁଥିଲେ । ବଡ଼ ବଡ଼ ବରଫ

ଖଣ୍ଡକୁ ଝୋଟ କନାରେ ଘୋଡାଇ ଆଗ୍ରା ଆସିବା ବେଳକୁ ଛୋଟ ଛୋଟ ବରଫ ଖଣ୍ଡରେ ପରିଣତ ହେଇ ଯାଉଥିଲା ।

ଆଗରା ରେ ପହଞ୍ଚିବା ପରେ ତରଳି ନଯିବା ପାଇଁ ଏକ ସଂରକ୍ଷିତ କୋଠରୀରେ ରଖାଯାଉଥିଲା । ଆପଣଙ୍କୁ ଲାଗୁଥିବ

କେମିକାଲ ବ୍ୟବହାର ଆଧୁନିକ ଯୁଗର କିନ୍ତୁ ନା । ଆକବରଙ୍କ ସମୟରେ କେବେ କେବେ ସଲ୍ଟ ପିଟର ନାମକ ଏକ

ରସାୟନର ପ୍ରୟୋଗ କରାଯାଉଥିଲା ଯାହାକୁ ପାଣିରେ ମିଳାଇ ପାଣିକୁ ବସା ଯାଉଥିଲା । ପ୍ରଥମେ ସରବତ ତିଆରିରେ

ଲାଗୁଥିବା ବରଫ ପରେ ବାଦଶାହ ଓ ବେଗମଙ୍କ କୁଲଫି ତିଆରିରେ ଲାଗିଲା ।

ଯେମିତି ସମୟ ବିତି ଚାଲିଲା କୁଲଫି ଆଜି ଦୁନିଆର ବେଶୀ ଆଦୃତ ସ୍ଵଳ୍ପାହାରରେ ଗଣ୍ୟ ହେଉଛି । ନୁହେଁ କି ?

ପୁଣି ଆସନ୍ତା କାଲି…ରାତି ୧୧ ଟାରେ….

ଶୁଭ ରାତ୍ରୀ

Comments

comments