Bhubaneswar Buzz

ରାଜଧାନୀରେ ରଜ ସଜବାଜ ୨୦୧୬ – କଣ ପିନ୍ଧିବେ କଣ ଖାଇବେ କେଉଁଠିକୁ ଯିବେ #OdiaPost

RajaParba bhubaneswar buzz 1

 

Raja Parba is a four-day-long festival in which the second day signifies beginning of the solar month of Mithuna from which the season of rains starts. It inaugurates and welcomes the agricultural year all over Odisha

ରଜ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ । ଗାଁରୁ ସହର ପର୍ଯ୍ୟନ୍ତ ଚାରିଆଡେ ଦେଖାଗଲାଣି ରଜର ପରିବେଶ । କାମରୁ ବିରତି ନେଇ ରଜ ୩ ଦିନ କିପରି ଖେଳକୁଦ ଓ ମଉଜ ମଜଲିସରେ କଟିବ ସେଥପାଇଁ ସମସ୍ତେ ପ୍ରସ୍ତୁତ ହୋଇଗଲେଣି । ଏପଟେ ରଜ କିଣାବିକା ପାଇଁ ରାଜଧାନୀ ବଜାର ଚଳଚଂଚଳ ହୋଇ ପଡ଼ିଥିବା ବେଳେ ସେପଟେ  ମଉଜକୁ ଆହୁର ବଜାଇବାକୁ ସଜାବଜ ହୋଇଗଲାଣି ଓଲିଉଡ । ଏଇ ରଜରେ ରାଜଧାନୀରେ ଆପଣ କେମିତି ଅଧିକରୁ ଅଧିକ ମଜା ଉଠେଇ ପାରିବେ ସେଥିପାଇଁ ସହରରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ନେଇ ଆମ ଉପସ୍ଥାପନା ।

ପରୀଟିଏ ପରି ଘୁରି ବୁଲିବେ:

ସଜେଇ ହେବାପାଇଁ କାମଦାମରୁ ମିଳିଛି ଛୁଟି । ରଜ ସଜବାଜ ପାଇଁ ପ୍ରସ୍ତୁତ ସମସ୍ତେ । ଏହାକୁ ଆଖି ଆଗରେ ରଖି ଫ୍ୟାସନ ମାକେର୍କଟକୁ ଆସିଛି ଏଥିନିକ ଶାଢି, ସଲୁଆର କମିଜ, ଗାଉନ। ଧୀରେ ଧୀରେ ବଢ଼ିବାରେ ଲାଗିଛି ପାରମ୍ପରିକ ପୋଷକର ଚାହିଦା । ଏବେ ଯୁବପିଢ଼ି ମଧ୍ୟ ଯେକୌଣସି ପୂଜା ପାର୍ବଣରେ ପରମ୍ପରା ଓ ସଂସ୍କୃତିକୁ ସାଙ୍ଗରେ ନେଇ ଚାଲିବାକୁ ଚାହୁଁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଜରେ ଫେସନ ମାର୍କେଟକୁ ଆସିଛି ପାରମ୍ପରିକ ଚୁଡିଦାର ପଞ୍ଜାବି, ଶାଢ଼ି, ଅନାରକଲୀ ଓ ଇଣ୍ଡୋ ୱେଷ୍ଟର୍ଣ୍ଣ ଆପେରେଲ । ଏ ବାବଦରେ NIFTର ଫେସନ ଡିଜାଇନର ସୁନିଦ୍ଧି ଦତ୍ତ କୁହନ୍ତି, ଯଦି ଆପଣ ଏହି ରଜରେ କିଛି ଅଲଗା ଦେଖାଯିବାକୁ ଚାହୁଁଥାନ୍ତି, ତେବେ ପାରମ୍ପରିକ ଡ୍ରେସ ସହ କିଛି ୱେଷ୍ଟର୍ଣ୍ଣର ମିକ୍ସ ଅପ କରନ୍ତୁ । ଯାହାକି ଫେସନ ସହ ଆପଣଙ୍କୁ ମଧ ଏକ ଫ୍ୟୁଜନ ଲୁକ ଦେବ । ନିଜ ଫେସନକୁ ନେଇ ସବୁବେଳେ ପରୀକ୍ଷା କରିବାକୁ ଚାହୁଁଥିବା ମହିଳା ଓ ଝିଅମାନେ ଏହାକୁ ଆପଣେଇ ପାରିବେ । ଏଥିପାଇଁ ଆପଣ ଟ୍ରାଇବଲ ପ୍ରିଣ୍ଟର ଲଙ୍ଗ ସ୍କଟ ସହ ଆପଣ ସ୍ପେଗିଟି ଟପ୍ସକୁ ବ୍ୟବହାର କରିପାରିବେ । ଏହାସହ ଟ୍ରାଇବଲ ଓ ପିଗଟେଲ ପ୍ରିଣ୍ଟର ଚୁଡି ଓ କାନଫୁଲ ଭଲ ମାନିବ । ଶାଢ଼ି ହେଉଛି ଏଭରଗ୍ରୀନ ଷ୍ଟାଇଲ ଷ୍ଟେଟର୍ମେଣ୍ଟ ବର୍ତ୍ତମାନ ଗାଢ଼ ରଙ୍ଗ ଯୁବପିଢ଼ିଙ୍କ ବେଶୀ ପସନ୍ଦ ପାଲଟିଛି । ଗାଢ଼ ସେଫରନ, ଗୋଲାପି, ପିଚ, କୋରାଲ ଆଦି ରଙ୍ଗ ଏବେ ମାର୍କେଟରେ ଅଧିକ ପରିମାଣରେ ଉପଲବ୍ଧ । ତେବେ ଖାଲି ଆପଣଙ୍କୁ ବାଛିବାକୁ ପଡ଼ିବ କେଉଁ ରଙ୍ଗ ଆପଣଙ୍କୁ ଭଲ ମାନୁଛି । ସିମ୍ପଲ ରଙ୍ଗର ଶାଢି ସହ ଚାଇନିଜ କଲର ବ୍ଲାଉଜ, ବୋଟ ନେକ ବ୍ଲାଉଜ ଆପଣଙ୍କୁ ଏକ ଭିନ୍ନ ଲୁକ ଦେବ । ନିୟନ ରଙ୍ଗକୁ ଛାଡି କଳା ଜରି ଦିଆ ଶାଢି ମଧ୍ୟ ଯୁବପିଢିଙ୍କୁ ଭଲ ମାନିବ ତେବେ କଳା ରଂଗକୁ ଛାଡ଼ି ବଟଲ ଗ୍ରୀନ ଓ ନେଭି ବ୍ଲୁ  ରଙ୍ଗର ଶାଢ଼ି ପିନ୍ଧି ପାରିବେ । ଏବେ ମାର୍କେଟକୁ ସ୍ଵତନ୍ତ୍ର ଡିଜାଇନର କଟନ ଓ ନିୟନ ଶାଢ଼ୀ ଆସିଛି । ଶାଢିରେ ଯଦି ଅଧିକ କାମ ହୋଇଛି ତେବେ ଆପଣ ଛୋଟ ବଟନ ଷ୍ଟାଇଲର କାନଫୁଲ ପିନ୍ଧନ୍ତୁ । ଶାଢ଼ି ସିମ୍ପଲ ହୋଇଥିଲେ ଡିଜାଇନର ଫଙ୍କି କାନଫୁଲ ପିନ୍ଧନ୍ତୁ । ଶାଢି ଓ ଲଙ୍ଗ ସ୍କଟ ବ୍ୟତୀତ ଆପଣ ଚୁଡିଦାର ପଞ୍ଜାବି ଓ ଅନାରକଲିକୁ ମଧ୍ୟ ପିନ୍ଧିପାରିବେ । | ତେବେ ଏହାକୁ ଏକ ଷ୍ଟାଇଲିଷ୍ଟ ଲୁକ ଦେବା ପାଇଁ ହେଭି କାମ ଥିବା ଦୁପଟ୍ଟା ବା ଏଥନିକ କାମ ହୋଇଥିବା ଜ୍ୟାକେଟ ପିନ୍ଧି ପାରିବେ ।

 

ରଜ ପାନରେ ପାଟି ନାଲି:

ରଜ ଆସିଲେ ଘରେ ଘରେ ପିଠା, ମିଠା ନୂଆ ନୂଆ ଖାଦ୍ୟ ପଦାର୍ଥରେ ଭରିଯାଏ । ଏହା ସହିତ ରଜପାନ ଯେମିତି ଗୋଟେ ପରମ୍ପରା ଭାବେ ଯୋଡ଼ି ହୋଇଯାଇଛି । ଆଉ ଏହି ପରମ୍ପରା ବହୁ ପୁରାତନ କାଳରୁ ଚାଲି ଆସୁଛି । ପାନ ବିନା ରଜଟା ଯେମିତି ଅଧୁରା ଲାଗେ । ଆଉ ପାନ ହୋଇଗଲେ ରଜର ମଜା ଦୁଇଗୁଣ ହୋଇଯାଏ । ରଜକୁ ଆଖି ଆଗରେ ରଖି ପାନ ଦେକାନୀମାନେ ରଜପାନ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।

RajaParba bhubaneswar buzz 2

ଭୁବନେଶ୍ବରରେ ସିଆରପି ଛକ, ସହିଦ ନଗର, ମାଷ୍ଟର କ୍ୟାଣ୍ଟିନ  ଆଦି ଛକରେ ବିକ୍ରି ହେଉଛି ରଜପାନ । ରଜପାନରେ ସେ ୫୦ରୁ ଅଧିକ ପ୍ରକାରର ମସଲା। ବ୍ୟବହାର କରିଥାନ୍ତି । ଏହି ମିଠା ପାନପତ୍ର କଲିକତା ଏବଂ ବାଙ୍ଗାଲୋରରୁ ଆସିଥାଏ । ୫୦ ପ୍ରକାରରୁ ଅଧିକ ମସଲା ସେ ନିଜେ ପ୍ରସ୍ତୁତ ହୋଇଥାଏ ରଜ ସ୍ବତନ୍ତ୍ର ପାନ । ମସଲାର ନାମ-ଗୃଭା ଜେଲି, ଲିଚୁ ଜେଲି, ବ୍ଳାକବେରି ଜେଲି, ଅରେଞ୍ଜ ଜେଲି, ଚିକିନି ସୁପାରି, ନାଚ୍ଛା ସୁପାରି, ନିଲାମ ସୁପାରି, ଇଲାଇଟି ସୁପାରି, ଲବଙ୍ଗ ସୁପାରି, ନବ ସୁପାରି, ଚାନ୍ଦି ସୁପାରି, ସେକା ସୁପାରି, ବାବା ସୁପାରି, ନଡିଆ, ଚେରୀ, ହଲଚଲ, କେକ, ଷ୍ଟବେରୀ ଚୂନ, ନବରତ୍ନ, ଲକ୍ଷ୍ମୀ ଟାବଲେଟ, ମ୍ୟାଲେଙ୍ଗା ଜିଞ୍ଜର, ଚାରୁ ମଗଜ, ପାନ ମଧୁରୀ, ମୁଖ ବ୍ଳସ, ଖଜୁରୀ ମଳା, ଗୁତ୍କାନ, ଗୁକାନଣ୍ଡି, ଚନ୍ଦନ କସ୍ତୁରୀ, କବାକ ଚନ, ଲକ୍ଷ୍ମୀ ଚୂରା, ଦଲବା, ସାଧନା, ରସନା, ଗୋଲାପ ଜଳ, ଲାଇଲେନ ଗୁଆ, ମସୁରୀ ପସ୍ତା ବାଦାମ, ଗନ୍ଧସୁଣ୍ଡ, କଳା ମାଣକ, ପିପର ମେଣ୍ଟ, ଡାଲିଚିନି, ଅନାସି ଫୁଲ, ଆକ୍ରୋଟ, ଜାଇଫଳ, ଯାଇତ୍ରି,ବାବା ଇଲାଇଟି ଏହିପରି ୨୦୦ ପ୍ରକାରର ମସଲା ରହିଛି । ରଜର ମାସକ ପୂର୍ବରୁ ଏହି ମସଲା ପ୍ରସ୍ତୁତ ହୋଇଥାଏ ।

RajaParba bhubaneswar buzz 3

Pic courtesy: Prameya

ଏହାର ମୂଲ୍ୟ ୧୦ ରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ପ୍ରତି ଦିନ ସକାଳ ୬ ରୁ ରାତି ୧୦ ପର୍ଯ୍ୟନ୍ତ ଏହି ଦୋକାନ ଖୋଲା ରହେ । ଗୋଟିଏ ଗୋଟିଏ ପାନ ଦୋକାନୀ ରଜ ଘଡ଼ିରେ ୧୦ ହଜାରରୁ ଅଧିକ ବ୍ୟବସାୟ କରିଥାନ୍ତି । ଲୋକ ଯେତେ ଆଧୁନିକ ହୁଅନ୍ତୁ ନା ରଜରେ ପାନ ବିକ୍ରୀ ହେବାଟା ହେବ ।

 

ଏକାମ୍ର ହାଟ ପେଟ ପୂଜା  କଟକ ମୋତି ମହଲରେ ସ୍ଵତନ୍ତ୍ର ପିଠା:

ଏକାମ୍ର ହାଟରେ ଥିବା ବହୁପୁରୁଣା ବ୍ୟବସାୟ ପ୍ରତିଷ୍ଠାନ ‘ପେଟପୁଜା’ ଓ କଟକରେ ନୂଆ ଖୋଲିଥିବା “ମୋତି ମହଲ ତନ୍ଦୁରୀ ରେଷ୍ଟୁରାଣ୍ଟ” ରେ ମଧ୍ୟ ରଜ ପ୍ରସ୍ତୁତି ଜୋରଦାର ଚାଲିଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ପୋଡ଼ ପିଠାର ବ୍ୟବସ୍ଥା କରାଯାଉଛି । କେବଳ ‘ପେଟ ପୂଜା’ରେ ଝାଉଁକାଠ ଜାଳରେ ଏହି ପିଠା ପ୍ରସ୍ତୁତି ହେବ ବୋଲି ଜଣାପଡ଼ିଛି । ଏହାର ସ୍ବାଦ ନିଶ୍ଚିତ ଭାବେ ନିଆରା । କେବଳ ସେତିକି ନୁହେଁ, ଚକୁଳି ପିଠା ଓ ମାଂସ ତରକାରୀ ଲାଗି ପ୍ରସିଦ୍ଧି ଅର୍ଜନ କରିଥିବା ପେଟପୂଜାରେ ରଳ ଉସ୍ତବରେ ଚିକେନ ହାଣ୍ଡି ବିରିଆନିର ଫାମିଲ ମେନୁ ମିଳିପାରିବା । ଏହା ଚଳିତ ମାସ ୧୨ ରୁ ୧୭ ତାରିଖ ମଧ୍ୟରେ ଗ୍ରାହକମାନେ ପାଇପାରିବେ ।

Motimahal Raja PArba festival bhubaneswarbuzz

ପାତ୍ରପଡ଼ାଠାରେ୧୨୧ ଦୋଳିରେ ଝୁଲିବେ: 

ପାତ୍ରପଡାରେ ମଧ୍ୟ ରଜ ପାଇଁ ପ୍ରସ୍ତୁତ ଆରମ୍ଭ ହେଲାଣି । ପୁରା ଗ୍ରାମ୍ୟ ପରିବେଶ ଭିତରେ କରାଯିବ ଏହି ରଜ ମଉଜ କାର୍ଯ୍ୟକ୍ରମ । ମହାରାଜା କ୍ରିକେଟ ଆସୋସିଏସନ ପକ୍ଷରୁ କରାଯାଇଥିବା ବନୀକରଣ ସ୍ଥଳରେ ଏହା ଆୟୋଜିତ ହେବ । ଏଥିପାଇଁ ବନ୍ଧା ହେବ ୧୨୧ ଦୋଳି ।

RajaParba bhubaneswar buzz 4

ଖାଲି ସେତିକି ନୁହେଁ, ସକାଳୁ ସନ୍ଧ୍ୟା ଯାଏଁ କରାଯିବ ବିଭିନ୍ନ ପ୍ରତିଯୋଗିତା । ପ୍ରଥମ ଦିନରେ ପୁଚି ଖେଳ, ପଶାପାଲି, ଚେସ ଝୋଟି ଚିତା ଆଦି ପ୍ରତିଯୋଗିତା କରାଯାଇଥିବା ବେଳେ ଅପରାହ୍ଣରେ ପିଠା ତିଆରି, ଶଙ୍ଖ ଫୁଙ୍କା, ହୁଳହୁଳି ପକା, ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହା ବ୍ୟତୀତ ଦୋଳି ସ୍ଥାନରେ ସର୍ବସାଧାରଣଙ୍କ ପାଇଁ ୧୧ ଟି ଖାଦ୍ୟ ଷ୍ଟଲ ଲାଗିବ । ଯେଉଁଠାରେ ରଜ ପିଠାଠାରୁ ଆରମ୍ଭ କରି ରଜ ପାନ, ଥଣ୍ଡାପାନୀୟ ଆଦି ମିଳିବ । ଏହାବ୍ୟତୀତ ଦର୍ଶକଙ୍କ ପାଇଁ ମୀନାବଜାରର ମଧ୍ୟ ବ୍ୟବସ୍ଥା କରାଯାଉଛି । ଆସନ୍ତା ୧୪ ତାରିଖରୁ ତିନି ଦିନ ଦିନ ଧରି ଏଠାରେ ରଜ ଉତ୍ସବ ପାଳନ କରାଯିବ ।

ଧଉଳି ପାନ୍ଥିକାରେ ବିଶେଷ ଆୟୋଜନ:

ରଜ ପାଇଁ ରାଜଧାନୀ ପ୍ରସ୍ତୁତ । ପ୍ରତିବର୍ଷ ରଜ ଅବସରରେ କେବଳ ଭୁବନେଶ୍ଵର ପାନ୍ଥ ନିବାସରେ ରଜ ଦୋଳି ଓ ପିଠା ପଣାର ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଧଉଳି ପାନ୍ଥିକାରେ ମଧ୍ୟ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ଓଡ଼ିଶା ଟୁରିଷ୍ଟ ଗାଇଡ ଆସୋସିଏସନ, ଭାରତୀୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହେଉଛି । ୧୪, ୧୫ ଏବଂ ୧୬ ଏହି ତିନି ଦିନ ଧରି ଧଉଳି ପାନ୍ଥିକା ପରିସରରେ ରଜ ଉତ୍ସବ ଆୟୋଜିତ ହେବ । ଯେଉଁଠାରେ ପର୍ଯ୍ୟଟକଙ୍କ ପାଇଁ ୩ଟି ଦୋଳିର ବ୍ୟବସ୍ଥା କରାଯିବ । ଖାଲି ସେତିକି ନୁହେଁ, ପିଠା ପଣା ବିକ୍ରିବଟା ପାଇଁ ଗୋଟିଏ ଷ୍ଟଲ ମଧ୍ୟ କରାଯାଉଛି ।

ଯେଉଁଠି କାକରା, ଆରିସା, ମଣ୍ଡା ଓ ପୋଡ଼ ପିଠା ମିଳିବ । ରଜ ପାନ ପାଇଁ ପାନ୍ଥିକା ପରିସରରେ ଗୋଟିଏ ଷ୍ଟଲ କରାଯାଉଛି । ଏଠାରେ କେବଳ ରଜ ପିଠା ଓ ପାନ ବିକ୍ରି ବଟାର ବ୍ୟବସ୍ଥା କରାଯାଇନି ବରଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବ୍ରାଣ୍ଡ ପ୍ରମୋସନ ପାଇଁ ଗୋଟିଏ ଷ୍ଟଲର ବ୍ୟବସ୍ଥା ହେବ ।

ଚିତ୍ରକଳା ଓ ଝୋଟିଚିତ୍ର ପ୍ରଦର୍ଶନ:

ଧଉଳି ଆର୍ଟ କଲେଜର ଛାତ୍ରଛାତ୍ରୀମାନେ କିପରି ରଜ ଦିନ ଚିତ୍ରକଳାର ଲାଇଭ ଡେମୋନଷ୍ଟ୍ରେସନ କରିବେ ସେଥିପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପିଠାପଣା ପ୍ରସ୍ତୁତ ଦାୟିତ୍ବ ଧଉଳି ପାନ୍ତିକାକୁ ଦିଆଯାଇଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା କିରପି ଭାବେ ସ୍ଥାନୀୟ ଲୋକେ ରେଜଗାରକ୍ଷମ ହୋଇପାରିବେ ସେ ଉପରେ ଗୁରୁତ୍ବ ଦିଆଯାଇଛି । କାର୍ଯ୍ୟକ୍ରମ ବାବଦରେ ପର୍ଯ୍ୟଟକଙ୍କୁ ଅବଗତ କରାଇବା ପାଇଁ ରୋଡ ସାଇଡ ସାଇନେଜର ବ୍ୟବସ୍ଥା କରାଯାଉଛି । ଦୁଇଟି ଧଉଳି ପ୍ରବେଶ ପଥ ନିକଟରେ ସ୍ଥାନିତ ହେବାକୁ ସ୍ଥିର କରାଯାଇଥିବା ବେଳେ ଆଉ ଦୁଇଟି ଧଉଳି ଶିଳା ଲିପି ନିକଟସ୍ଥ ସ୍ଥାନରେ ଲଗାଯିବ । ପ୍ରତିଦିନ ଧଉଳିକୁ ଶହ ଶହ ପର୍ଯ୍ୟଟକ ଆସୁଥିବା ବେଳେ ସେମାନଙ୍କୁ ଓଡ଼ିଆ ସଂସ୍କୃତି ବାବଦରେ ଜଣାଇବାର ଏହା ଏକ ସହଜ ମାଧମ ।

 

ରଳ ଅପେକ୍ଷାରେ ଥିବା ଚଳିତବର୍ଷର ୩ଟି ଓଡ଼ିଆ ଫିଲ୍ମ ରବିବାର ମୁକ୍ତିଲାଭ କରୁଛି । ସେହିପରି ସହରର ସମସ୍ତ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରସ୍ତୁତି ଏବେଠାର ଆରମ୍ଭ ହୋଇସାରିଲାଣି ।

କେଉଁଠି ପାଳିବେ ରଜ:

ରାଜଧାନୀରେ ହର୍ବାଲହୋଲୀ ଆୟୋଜନ କରି ରାଜଧାନୀବାସୀଙ୍କ ମନ ଜିଣିଥିବା ସ୍ବପ୍ନା ପତି ଫାଉଣ୍ଡେସନ ଏଥର ଆୟୋଜନ କରିବାକୁ ଯାଉଛି ଏକ ନିଆର ରଜ ଉତ୍ସବ । ଏଥିପାଇଁ ଇଡକଲ ଅଡିଟୋରିୟମରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ସହରବାସୀଙ୍କୁ ଗାଁ ଅନୁଭୂତି ଦେବା ସହ ଦୋଳି, ପୋଡପିଠା, ରକୃପାନ ଆଦିର ବ୍ୟବସ୍ଥା ମଧ କରାଯାଇଛି ।

ସେହିପରି ମଶାଲ ଅନୁଷ୍ଠାନ ତରଫରୁ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହେଉଛି ୧୭ଶ ରାଜ୍ୟ ସ୍ତରୀୟ ରଜ ମହୋତ୍ସବ ଅନୁଷ୍ଠିତ ହେବ ସଂଧ୍ୟାରେ ରଜ କବିତା ଆସର ସହ ଶିଳ୍ପିକା ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରକାରର ଶୋ କରାଯିବ । ଏଥର ମୁଖ୍ୟ ଆକର୍ଷଣ ସାଜିବ ରାଜଧାନୀ ବାଘ ଓ ହରିଣ ନାଚ । ଯୁବତୀମାନଙ୍କ ପାଇଁ ପୁଚି ଖେଳ, ପିଠା ଓ ଝୋଟି ପ୍ରତିଯୋଗିତା ହେବ ସଂଧ୍ୟାରେ ମେଲୋଡି, ସମ୍ବଲପୁରୀ ନାଚ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ  ।

RajaParba bhubaneswar buzz 6

ରଜ ପାଇଁ ସଜବାଜ ଚାଲିଥବା ବେଳେ ଓଲିଉଡରେ ରବିବାରଠାରୁ ଆରମ୍ଭ ହେବ ରଜ ଲଢେଇ । ଏଥର ରଜରେ ଏକା ସଙ୍ଗରେ ୩ ଟିଚଳଚ୍ଚିତ୍ର ମୁକ୍ତିଲାଭ କରିବ । ୩ଟି ଯାକ ଚଳଚ୍ଚିତ୍ର ପ୍ରମୁଖ ଫିଲ୍ମ ବ୍ୟାନର ଦ୍ବାରା ପ୍ରଯୋଜିତ ହୋଇଥବାରୁ ଏଥର ରଜ ଲଢେଇ ବିଗତବର୍ଷ ଅପେକ୍ଷା ଅଧିକ ହେବ ବୋଲି ଅନୁମାନ କରାଯାଉଛି । ସାର୍ଥକ ବ୍ୟାନରରେ ପ୍ରସ୍ତୁତ ଚଳଚ୍ଚିତ୍ର ‘ପ୍ରେମରେ ପ୍ରେମରେ’ ୬୦ରୁ ଅଧକ ସିନେମା ହଲରେ ରିଲିଜ ହେବ । ଅରିନ୍ଦମ ଓ ଶୀତଲଙ୍କ ରୋମାଣ୍ଟିକ ଯୋଡିକୁ ଏଥରେ ଦର୍ଶକ ଭଲ ରୂପରେ ଦେଖବାକୁ ପାଇବେ । ସେହିପରି ହାଇ ବଜେଟ ଫିଲ୍ଲା “ଅଗସ୍ଥ୍ୟ’ରେ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ଝିଲିକଙ୍କ ଅନସ୍କ୍ରିନ ରୋମାନ୍ସ ସାଙ୍ଗକୁ ଅଭିନେତା ଆକାଶ ଦାସ ନାୟକଙ୍କ ଭିନ୍ନରୂପକୁ ଉପଭୋଗ କରିବେ ଦର୍ଶକ । ଅନ୍ୟପକ୍ଷରେ ଏହି ଦୁଇଟି ଚଳଚ୍ଚିତ୍ରକୁ ଟକ୍କର ଦେବ ତରଙ୍ଗ ସିନେ ପ୍ରଡକ୍ସନ ଦ୍ବାରା ପ୍ରସ୍ତୁତ ତଥା ବାବୁଶାନ ଓ ଏଲିନାଙ୍କ ଅଭିନୀତ ଫିଲ୍ମ ଲଭ ଷ୍ଟେଶନ ।  ଚଳଚ୍ଚିତ୍ରର କମେଡି ଓ ଏହାର ସଙ୍ଗୀତ ବେଶ ଉଚ୍ଚକୋଟୀର ହୋଇଛି । ଏହି ଫଳର ‘ଟୁଇଙ୍କଲ ଟୁଇଙ୍କଲ ଲିଟିଲ ଷ୍ଟାର’ ଆଇଟମଗୀତ ବେଶ ଆଦୃତ ହୋଇଛି ୫୦ରୁ ଅଧିକ ହଲରେ ଏହା ଏକା ସମୟରେ ରିଲିଜ ହେବ । ତେବେ ଏହି ୩ଟି ଚଳଚ୍ଚିତ୍ର ମଧରୁ କେଉଁଟି ରଜରେ ବାଜି ମାରି ଆପଣଙ୍କ ମନ ଜିଣିବ ତାହା ଦେଖବାକୁ ବାକି ରହିଲା ।

 

Pictures are used for representative purposes only.

References : Dharitri, Samaja and Prameya

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments