Bhubaneswar Buzz

#OdiaPost ଗୋପୀନାଥ ମହାନ୍ତି – ଓଡ଼ିଶାର ପ୍ରଥମ ଜ୍ଞାନପୀଠ ଓ ସାହିତ୍ୟ ଏକାଡେମୀ ସମ୍ମାନିତ ଔପନ୍ୟାସିକ

Gopinath mohanty bbsrbuzz

Pic Courtesy : Gopinathmohanty.in

Winner of the first ever Sahitya Akademi Award (1955) for his novel, “AMRUTARA SANTANA” and the first recipient from Odisha, of the highest literary award of the country, Jnanpith (1974) for his epic fiction, “MATIMATALA”, Dr. Gopinath Mohanty dominated the Odia literature for over four decades as a colossus and was hailed as one of the greatest prose writers in India.

Read more about him below :

 

ଔପନ୍ୟାସିକ ଗୋପୀନାଥ ମହାନ୍ତି  ୨୦ ଅପ୍ରେଲ ୧୯୧୪ ମସିହାରେ କଟକର ନାଗବଳି ଠାରେ ଜନ୍ମଗ୍ରହଣ କରିଥିଲେ  । ବିଚକ୍ଷଣ ପ୍ରତିଭା ସମ୍ପନ୍ନ ଗୋପୀନାଥଙ୍କ ବାଲ୍ୟକାଳରୁ ସାହିତ୍ୟ ରୁଚି ଥିବା ଜଣାଯାଏ । ସେ ମାତ୍ର ୨୯ ବର୍ଷ ବୟସରେ ଚର୍ଚ୍ଚିତ ପୁସ୍ତକ‘’ପରଜା’’ ଲେଖିବା ସମ୍ପୁର୍ଣ୍ଣ କରି ସାହିତ୍ୟ ଜଗତର ଚାଞ୍ଚଲ୍ୟ ସୃଷ୍ଟିକରିଥିଲେ । ତାର  ମାତ୍ର ୪ ବର୍ଷ ପରେ  ‘’ଅମୃତର ସନ୍ତାନ” ପ୍ରସ୍ତୁତ କରିଥିଲେ ।

ସେ ୧୯୩୮ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ । ତାଙ୍କ ସେବା ସମୟର ଅଧିକ କାଳ ଅବିଭକ୍ତ କୋରାପୁଟରେ କଟିଥିଲା । ସେ ଆଦିବାସୀଙ୍କ ଜୀବନଜାପାନକୁ ବହୁତ ନିକଟରୁ ନିରୀକ୍ଷଣ କରିଥିଲେ ଯାହା ତାଙ୍କ ରଚନାଗୁଡ଼ିକରୁ ଅନୁମେୟ । ତାଙ୍କର ଲେଖାଗୁଡ଼ିକ ସ୍ଵାଧୀନତା ପରର । ସେ କାଳର ସାଧାରଣ ଲୋକ, ଆଦିବାସୀ ଓ ଅନ୍ୟାନ୍ୟ ଜନଜାତିର ଗାଉଁଲି ସରଳ, ନିରଳସ ଜୀବନଧାରଣ ଆଦିକୁ ନେଇ ତାଙ୍କ ରଚନା ସମୃଦ୍ଧ ହୋଇଥିଲା । ତାଙ୍କ ଲେଖାରେ  ଓଡ଼ିଆ ଚଳଣୀ ସମତଳ ଓ ପାହାଡ଼ି ଜୀବନର କାହାଣୀ, ସାଧାରଣ ମଣିଷର କଥାଭାଷା ଆଦିର ବ୍ୟବହାର ଦେଖିବାକୁ ମିଳିଥାଏ । ‘ପରଜା’ ଓ’ ଅମୃତର ସନ୍ତାନ’ ସୃଜନଶୀଳ ସାହିତ୍ୟର ମୁକ୍ତା ସଦୃଶ । ଗୋପୀନାଥ ମହାନ୍ତିଙ୍କ ସୃଷ୍ଟି ସମ୍ଭାରରେ ଆଦିବାସୀ ଜନଜୀବନର ଚିତ୍ର ନିଖୁଣ ଭାବେ ପ୍ରତିଫଳିତ । କେବଳ ଆଦିବାସୀ ନୁହନ୍ତି ସମାଜର ତଳ ସ୍ତରର ସମସ୍ୟାକୁ ଚମତ୍କାର ଭାବରେ ଗୋପୀନାଥ ଚିତ୍ରଣ କରିଛନ୍ତି ।

୧୯୬୯ରେ ପ୍ରଶାସନିକ ସେବାରୁ ଅବସର ପରେ ଉତ୍କଳ ବିଶ୍ଵ ବିଦ୍ୟାଳୟରେ ୟୁଜିସି ଡିଷ୍ଟିଙ୍ଗୁଇସ ପରିଦର୍ଶନକାରୀ ପ୍ରଧ୍ୟାପକ ଓ ଦୁଇ ବର୍ଷ ରାଇଟର ଇନ ରେସିଡେନ୍ସ ଭାବେ କାର୍ଯ୍ୟ କରିଥିଲେ ।  ତାପରେ ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ ଜୋସ ଷ୍ଟେଟ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା । ୨୦ ଅଗଷ୍ଟ୧୯୯୧ରେ ସେ ଇହ ଲୀଳା ସମ୍ବରଣ କରିଥିଲେ ।

ସେ ୨୪ଟି ଉପନ୍ୟାସ, ୧୦ଟି କ୍ଷୁଦ୍ରଗଳ୍ପ, ୩ଟି ନାଟକ, ୨ଟି ଆତ୍ମଜୀବନୀ, ୨ଟି ନିବନ୍ଧ, କନ୍ଧ, ଗଡ଼ବା,  ସୌରା ଭାଷା ଉପରେ ୫ଟି ବହି ଲେଖିଛନ୍ତି । ଗୋପୀନାଥଙ୍କ ୪ଟି ଉପନ୍ୟାସ ପରଜା, ଦାନାପାଣି, ଲୟ ବିଲୟ, ଦାଦି ବୁଢ଼ା ଇଂରାଜୀରେ ଅନୁବାଦ କରାଯାଇଛି । ତାଙ୍କର ଅନେକ ଗପ ମଧ୍ୟ ଇଂରାଜୀ ଓ ସଂସ୍କୃତ ସମେତ ବାକି ଭାଷାରେ ଅନୁବାଦ କରାଯାଇଛି । ତାଳପତ୍ର ପୋଥିରେ ସେ ଅନେକ ବିରଳ ରଚନାର ସଂଗ୍ରହ ଛାଡ଼ିଯାଇଛନ୍ତି । ସେ କରିଥିବା ଆଦିବାସୀଙ୍କ ଉପରେ ଅଧ୍ୟୟନର ଆଲେଖ୍ୟ ଓ କଥା କ୍ୟାସେଟରେ ବି ଉପଲବ୍ଧ ଅଛି ।

ଗୋପୀନାଥ ମହାନ୍ତି ହେଉଛନ୍ତି  ଓଡ଼ିଶାର ପ୍ରଥମ ସମ୍ମାନଜନକ  ଜ୍ଞାନପୀଠ ଓ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା । ୧୯୫୫ରେ ‘’ଅମୃତ ସନ୍ତାନ’’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର (ଓଡ଼ିଶାରୁ ପ୍ରଥମ), ୧୯୭୦ରେ ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର, ୧୯୭୩ ରେ ‘’ମାଟି ମଟାଳ’’ ପାଇଁ  ଜ୍ଞାନପୀଠ (ଓଡ଼ିଶାରୁ ପ୍ରଥମ), ୧୯୭୯ରେ ସର୍ଜନାତ୍ମକ ଲେଖା ପାଇଁ ୟୁଜିସି ତରଫରୁ ଫେଲୋସିପ, ୧୯୭୬ରେ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ଡି ଲିଟ, ୧୯୮୧ ମସିହାରେ ପଦ୍ମ ବିଭୁଷଣ, ୧୯୯୩ରେ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସେ ସମ୍ମାନିତ ହୋଇଥିଲେ ।

“ଜୀବନରେ ସୁଆଦ ଅଛି, ମରଣ ନାହିଁ, ଦୁଃଖ ନାହିଁ ।“  – ଅମୃତର ସନ୍ତାନ

 

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments