Bhubaneswar Buzz

#OdiaPostAt11 ଟେବୁଲ ଉପରେ ଛିଡ଼ାହୋଇ ପଢ଼ାଉଥିବା ଏହି ଛୋଟୁସାରଙ୍କୁ ଜାଣନ୍ତୁ

Pic courtesy PanjabiDharti

Pic courtesy PanjabiDharti

ହରିୟାଣାର ସାର ଆଜାଦ ସିଂ (ଛୋଟୁ ସାର ନାମରେ ଜଣା) ବୟସ ୨୨ ବର୍ଷ, ଓଜନ 2st ୧୩ lbs, ଉଚ୍ଚତା ମାତ୍ରା ତିନି ଫୁଟ । ବିଶ୍ଵର ସର୍ବନିମ୍ନ ଉଚ୍ଚତା ବିଶିଷ୍ଟ ଶିକ୍ଷକ ଭାବେ ଗୁଇନିସ ରେକର୍ଡରେ ସ୍ଥାନ ପାଇଛନ୍ତି । କଳାପଟାରେ ପହଞ୍ଚିବା ପାଇଁ ତାଙ୍କୁ ଟେବୁଲ ଉପରେ ଚଢିବାକୁ ପଡ଼େ । ମାତ୍ର ପାଞ୍ଚ ବରଷରୁ ହରମୋନ ଅସନ୍ତୁଳ ଘଟି ଉଚ୍ଚତା ବୃଦ୍ଧି ସ୍ଥିର ହୋଇଯାଇଥିଲା । ତାଙ୍କର ଦୃଢ଼ ଇଛା ଶକ୍ତି ବଳରେ ଶିକ୍ଷକ ହେବାରୁ ବଞ୍ଚିତ ହୋଇନଥିଲେ । ସେ ଏବେ କମ୍ପୁଟର ଶିକ୍ଷା ପ୍ରଦାନ କରୁଛନ୍ତି । ୧୮ ବୟସ ବୟସରେ ଏକ ଛୁଆ ଭାବେ ସର୍କସରେ କାମ କରିଥିଲେ । ତାଙ୍କ ଭଉଣୀ ମଧ୍ୟ ସେଇ ହରମୋନ ଅସମାନତା ରୋଗର ଶିକାର ଅଟନ୍ତି । ହରମୋନ ଇଂଜେକସନ କିଣିପାରିବାର ସାମର୍ଥ୍ୟ ତାଙ୍କ ପରିବାରର ନଥିଲା ବୋଲି ସେ ଏକ ସାକ୍ଷାତକାରରେ କୁହନ୍ତି ।

height-doesnt-matter india teacher 2 height-doesnt-matter india teacher 1

ଛୋଟ ମୋଟ ମାନସିକ ଆଘାତ, ଶାରୀରିକ ଅକ୍ଷମତା ନେଇ ବିବ୍ରତ ହୋଇ ପଡୁଥିବା ବ୍ୟକ୍ତିଙ୍କ ପାଇଁ ଛୋଟୁ ସାର ଏକ ପ୍ରେରଣା । ତେବେ ମନରେ କରିବାର ଅଦମ୍ୟ ସାହସ ଥିଲେ ଦୁନିଆରେ କୌଣସି ଜିନିଷ ଅସମ୍ଭବ ନୁହେଁ ।

——————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments