Bhubaneswar Buzz

#OdiaPostAt11 ଜଗନ୍ନାଥଙ୍କ ରଥ ସେ ସମୟର ସଡ଼କ ପଥରେ ଚାଲୁଥିବା ଏକ ମାତ୍ର ଏବଂ ପ୍ରଥମ ବିଶାଳ ଭାରିଯାନ । ଆସନ୍ତୁ ଜାଣିବା Juggernaut ଶବ୍ଦର ସୃଷ୍ଟି ବାବଦରେ…

 

 

 jagannath rathyatra wheels

Juggernaut [(jug-uhr-nawt) ଅଟକୁନଥିବା ଅତି ନିର୍ଦୟ ଧ୍ୱଂସକାରୀ ଶକ୍ତି । ଏହି ଶବ୍ଦର ବ୍ୟବହାର ୟୁରୋପରେ ଉନ୍ନବିଂଶ ଶତାବ୍ଦୀରେ ବୃଦ୍ଧି ପାଇଥିଲା । ଏହାର ଅର୍ଥ ଶ୍ରୀମନ୍ଦିରର ରଥଯାତ୍ରା ଆଡକୁ ଇଂଗିତ କରେ । ଏକଦା ରଥଯାତ୍ରା ଭିଡ଼ ସମୟରେ ସହସ୍ରାଧିକ ଭକ୍ତମାନଙ୍କୁ ନନ୍ଦିଘୋଷ ରଥର ଚକ ଚାପି ଦେଇଥିଲା । ଅନ୍ୟ ଏକ ତଥ୍ୟ ଅନୁଯାୟୀ ଭକ୍ତ ମାନେ ନିଜେ ଚକ ତଳେ ନିଜ ପ୍ରାଣ ବିସର୍ଜନ କରିଥିଲେ । ଏହା ପରେ ଏହି ଖବର ସମଗ୍ର ବିଶ୍ଵରେ ବ୍ୟପିଯିବା ପରେ ଏହି ଶବ୍ଦର ପ୍ରଚଳନ ବଢିଥିଲା ।

 

ଆପଣ ଜାଣନ୍ତି କି ?

ଚତୁର୍ଦ୍ଦଶ ଶତାବ୍ଦୀର ଆରମ୍ଭ ବେଳକୁ (୧୩୨୧ ମସିହା) ଜଣେ ଫ୍ରାନ୍ସିସ୍କ ମିଶନାରୀ, ଫ୍ରିଆର ଓଡୋରିକ ୟୁରୋପକୁ ଏକ କାହାଣୀ ପ୍ରସାର କଲେ ଯେ, ହିନ୍ଦୁ ଦେବତା (ଜଗତର ନାଥ ଜଗନ୍ନାଥ)ଙ୍କୁ ଭାରତର ଦାଣ୍ଡରେ ଏକ ବିଶାଳ ଯାନରେ ବହନ କରି ସମ୍ପ୍ରଦାୟିକ ଧର୍ମୀୟ ପଟୁଆରରେ ନିଆଯାଉଛି । ସେ ଏହା ମଧ୍ୟ ଜଣାଇଲେ ଯେ ଭଗବନ ବିଷ୍ଣୁଙ୍କ ଶରଣାପନ୍ନ ହୋଇ ପରିତ୍ରାଣ ପାଇବା ପାଇଁ କିଛି ଶ୍ରଦ୍ଧାଳୁ ସ୍ଵଇଛାରେ ସେହି ଯାନର ଚକ ତଳେ ନିଜ ପ୍ରାଣବଳୀ ଦେଉଛନ୍ତି । ଏହି କାହାଣୀ ଏହାଠୁ ଆହୁରି ବଢେଇ ଚଢେଇ କୁହାଯାଇଥିଲା ଯାହା ସେଠାକାର ଲୋକଙ୍କ ମଧ୍ୟରେ ଏକ ଡର ଓ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଥିଲା ।

ସେ ଯାହା ହେଉ କିନ୍ତୁ ଏ ଖବର ସମଗ୍ର ୟୁରୋପକୁ ଖେଳିଯାଇଥିଲା । ଇଂରାଜୀ ଭାଷାଭାଷୀଙ୍କ ମନରେ ଏପରି ଏକ କାଳ୍ପନିକ ଧାରଣା ସୃଷ୍ଟି ହୋଇଥିଲା ଯେ ୧୯୦୦ ଶତାବ୍ଦୀ ବେଳକୁ ସେମାନେ JUGGERNAUT ଶବ୍ଦ ଏକ ବିଶାଳ ଭାରୀ ଯାନକୁ ସମ୍ବୋଧିତ କଲେ (ଯଥା ଏକ ବାଷ୍ପିୟ ଯାନ) ଯାହା ସାମନାରେ ପଡୁଥିବା ଯେକୌଣସି ଜିନିଷକୁ ଧ୍ଵଂସ କରିଦେବାର କ୍ଷମତା ରଖେ ।

ଏହି ଶବ୍ଦ ଓଡ଼ିଆ ‘ଜଗନ୍ନାଥ’ରୁ ସୃଷ୍ଟି ଏହି ଶବ୍ଦ ଚାର୍ଲସ ଡିକେନଙ୍କର ୧୮୪୪ରେ ପ୍ରକାଶିତ The Life and Adventures of Martin Chuzzlewit ରେ ଦେଖିବାକୁ ମିଳେ । ଅନେକ ଲେଖକ ଏହି ଶବ୍ଦକୁ ବଡ଼ ଯନ୍ତ୍ର, ଏକ ସାମୁହିକ ଲକ୍ଷ ପୁରଣ ପାଇଁ ଥିବା ଜନ ସମୁହ, ଶ୍ରେଷ୍ଠ ଦଳ ବା ଅନୁଷ୍ଠାନ, ଏକ ଲଢୁଆ ଜାହାଜ, କାହାକୁ ଡରୁନଥିବା ଜଣେ ସାହସିକ ବ୍ୟକ୍ତି ଏବଂ ଏକ ରାଜନୈତିକ ପରିବର୍ତ୍ତନ ଆଣିଥିବା ଅଭିଯାନ, ଏକ ବଳ କିମ୍ବା ବୁଦ୍ଧି ଯାହା ବିପକ୍ଷବାଦୀଙ୍କ ଉପରେ ସୁନିଶ୍ଚିତ ବିଜୟ ଲାଭ କରେ ଏବଂ ଏକ ପରାକ୍ରମୀ ଧ୍ବଂସକାରୀଶକ୍ତିକୁ juggernaut ନାମ ଦେଇଥାଆନ୍ତି ।

(The Car of Juggernaut, as depicted in the 1851 Illustrated London Reading Book Juggernaut cart in the ulsoor temple complex in Bangalore, India, around 1870)

(The Car of Juggernaut, as depicted in the 1851 Illustrated London Reading Book
Juggernaut cart in the ulsoor temple complex in Bangalore, India, around 1870)

 

ବ୍ରିଟିଶ ଇଂରାଜୀରେ : ଏକ ବିଶାଳ ଭାରୀ ଟ୍ରକ, ଏକ ନିଷ୍ଠୁର ଶକ୍ତିଶାଳୀ ବଳ, ଅଭିଯାନ, ପ୍ରଚାରଯାହା ନିଜ ପଥରେ ଭେଟୁଥିବା ସବୁକିଛି ଦଳି ଚାଲିଯାଏ , ଏକ ଭୟାନକ ଧ୍ଵଂସକାରୀ ଶକ୍ତି ଯାହା ଆତ୍ମାହୁତି ପାଇଁ ଅହ୍ଵାନ କରେ , ଏକ ଅନ୍ଧବିଶ୍ଵାସ ସମ୍ପନ୍ନ ଏକ ନିଷ୍ଠୁର ବଳି, ପୁରୀର ହିନ୍ଦୁ ଦେବତା – ଜଗନ୍ନାଥ (କୃଷ୍ଣଙ୍କ ପ୍ରତିମା) , ଏକ ବିଶାଳ ଲରି  ଯାହା ସମଗ୍ର ୟୁରୋପ ରାସ୍ତାରେ ଜିନିଷ/ମାଲ ପରିବହନ କରେ , ଷ୍ଟିମ ରୁଲର ଏବଂ ବ୍ୟାଟେରୀଂଗ୍ରାମ ଭଳି ଯନ୍ତ୍ର ପାତିକୁ ମଧ୍ୟ ସୂଚାଏ ।

Jagannath, literally “lord of the world,” from Sanskrit jagat “world” (literally “moving,” present participle of *jagati “he goes,” from PIE *gwa- “to go, come” (see come (v.)) + natha-s “lord, master,” from nathate “he helps, protects,” from PIE *na- “to help.” The first

A deity in HINDUISM considered a deliverer from sin. His image is carried on a large wagon in an annual procession in India and according to legend the wagon crushed worshipers who threw themselves under it.

ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସେ ସମୟର ସଡ଼କ ପଥରେ ଚାଲୁଥିବା ଏକ ମାତ୍ର ଏବଂ ପ୍ରଥମ ବିଶାଳ ଓ ଭାରି  ଯାନ ଥିଲା ଏହାର ବହନ କରିବା କ୍ଷମତା ମଧ୍ୟ ସର୍ବାଧିକ ଓଡ଼ିଆକାରିଗରଙ୍କ କଳ୍ପନା ଓ ଏହି କୃତି ପାଇଁ ଆମେ ଗର୍ବିତ ନୋହୁଁ କି ?

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments