Bhubaneswar Buzz

#OdiaPostAt11 ଉତ୍କଳ ଟ୍ୟାନେରୀ ଜୋତା କାରଖାନା – ବୁଡ଼ିଗଲା ପଛେ ଗୁଣବତ୍ତା ସହ ସାଲିସ କରିନଥିଲେ ମଧୁବାବୁ

 

utkala gouraba madhusudan

Pic courtesy : @Proud_odia in twitter

Utkal Gourab Madhusudan Das  was the first graduate and advocate of Odisha. Known as ‘Madhu Babu’ by the common people, he worked for the political, social and economical upliftment of the people of Odisha and served his motherland as a lawyer, social reformer and patriot. He founded Utkal Sammilani which brought a revolution in the social and industrial development of Odisha.He founded the Utkal Tannery in 1905, a factory producing shoes and other leather products. In 1897 he founded the Odisha Art Ware Works. With his support, the Tarakasi(filigree) work of silver ornaments achieved commendable feet.

ସେତେବେଳେ ଓଡ଼ିଶାରୁ କଲିକତା ଓ ବିଦେଶକୁ ଅତି କମ ଦରରେ ଚମଡ଼ା ଓ ଛାଲ ଆଦି କଞ୍ଚାମାଲ ସବୁ ରପ୍ତାନୀ ହେଉଥିଲା ଏବଂ ସେଥିରୁ ତିଆରି ଜିନିଷ ଓଡ଼ିଆ ମାନଙ୍କୁ ଚଢ଼ା ଦାମରେ ବିକ୍ରୀ ହେଉଥିଲା । ଏସବୁ ଦେଖି ମଧୁବାବୁ ସହି ପାରିନଥିଲେ । ଏଥିରେ ଆମ ଚମାର କୁଶଳୀ କାରିଗରମାନେ ଅବହେଳିତ ହୋଇ ରହୁଥିଲେ । କଞ୍ଚାମାଲ ରପ୍ତାନୀ ଦେଶର ଅର୍ଥିକ ଅବସ୍ଥାକୁ ଦୋହଲାଇ ଦେଉଛି ବୋଲି ତାଙ୍କ ହୃତବୋଧ ହେଲା । କେବଳ ଶିଳ୍ପ ମାଧ୍ୟମରେ ନିଜ ଦେଶକୁ ସମୃଦ୍ଧ କରାଯାଇପାରିବ ତେଣୁ ରପ୍ତାନୀ ବଦଳରେ ଦେଶ ଭିତରେ ଶିଳ୍ପ ସ୍ଥାପନ ପାଇଁ ଏକ ଚମଡ଼ା କାରଖାନା ସ୍ଥାପନ ପାଇଁ ଯୋଜନା କଲେ । ଫଳରେ ତାଙ୍କ ପ୍ରଚେଷ୍ଟାରେ ୧୯୦୫  କଟକରେ ସେ ଉତ୍କଳ ଟ୍ୟାନେରୀ ନାମକ ଜୋତା କାରଖାନା ପ୍ରତିଷ୍ଠା ହେଲା । ଏଥିରୁ ନିର୍ମିତ ଚମଡ଼ା ମାଲ ପ୍ରସ୍ତୁତି ଆରମ୍ଭ କରିଦେଲେ । ସ୍ବତନ୍ତ୍ର ଭାବେ ଗୋଧି ଚମଡ଼ାରେ ତିଆରି ଜିନିଷ ସବୁ ତାଙ୍କୁ ରାଜସ୍ବ ଓ ବ୍ୟବସାୟିକ ଖ୍ୟାତି ଦେଇଥିଲା । ଦେଶ ବିଦେଶରେ ସର୍ବତ୍ର ସୁପରିଚିତ ମହିଷି ଶିଙ୍ଘ ଓ ହାତି-ଦାନ୍ତର ଉତ୍କୃଷ୍ଟ ଜିନିଷମାନ ଏଠାରେ ତିଆରି ହେଉଥିଲା । ଏଇ ଶିଳ୍ପ ସାହାଯ୍ୟରେ ଓଡ଼ିଆଙ୍କ ଶିଳ୍ପ କଳାକୁ ବିଶ୍ବ ଦରବାରରେ ଉପସ୍ଥାପନ କରି ଓଡ଼ିଆ କାରିଗରଙ୍କ ସ୍ବାଭିମାନ ପ୍ରତିଷ୍ଠା ପାଇଁ ପ୍ରେରଣା ଯୋଗାଇଥିଲେ ।

ମଧୁବାବୁ ପ୍ରୟୋଗିକ ଆଧରରେ ଉତ୍କଳ ଟ୍ୟାନେରୀକୁ ତାଙ୍କ କଟକ ସ୍ଥିତ ନିଜ ବାସଭବନରେ ଆରମ୍ଭ କଲେ ।

ପାଖାପାଖି ୩୦୦ କାରିଗର ନିୟୋଜିତ ହେଇଥିଲେ । ଏହି ଟ୍ୟାନେରୀ ଇଂଲଣ୍ଡ, ୟୁରୋପ, ଜାପାନ ଭଳି ଦେଶ ସହ କଣ୍ଟ୍ରାକ୍ଟ କରିଥିଲା । ପ୍ରଥମ ବିଶ୍ୱଯୁଦ୍ଧ ବେଳେ ବ୍ରିଟିଶ ସୈନିକମାନଙ୍କ ଲାଗି ଜୋତା ନିର୍ମାଣ କରିଥିଲା ଉତ୍କଳ ଟ୍ୟାନେରୀ ।

 

ଉତ୍କଳ ଟ୍ୟାନେରୀ ଜୋତା କାରଖାନାରେ ନିର୍ମିତ ହେଉଥିବା ଜୋତାର ମାନ ଇତ୍ୟାଦିର ଉତ୍କର୍ଷକୁ ଓଡିଶାର ମାନ ବଢାଇବା ପାଇଁ ପରିବ୍ୟାପ୍ତ କରିଥିଲେ । ଯେଉଁ ଜୋତା ଗୁଡ଼ିକ ଖରାପ ହୋଇ ଯାଉଥିଲା ଓଡ଼ିଶାର ନାମ ବଦନାମ ନହେବା ପାଇଁ ସେ ଗୁଡ଼ିକୁ ବଜାରକୁ ନ ଛାଡ଼ି ତାକୁ ପୋଡ଼ି ପକାଉଥିଲେ । ଏହା ଫଳରେ ସେ ବହୁତ କ୍ଷତି ସହିଥିଲେ । ଯାହାଫଳରେ ସେ ବ୍ୟବସାୟିକ ପ୍ରତିଯୋଗିତାରେ ତିଷ୍ଠିପାରି ନଥିଲେ । ଏକଦା ପ୍ରଶିକ୍ଷଣ ଦେଉଥିବା ମଧୁବାବୁ ନିଜେ ଜଣେ ଜୋତା କାରିଗର ହେବାକୁ ବାଧ୍ୟ ହେଲେ । ଏମିତି ହଜାର ହଜାର ଜୋତା ମାଗଣାରେ ଦେଇ ଦେଉଥିଲେ ଯେଉଁମାନେ ଅଭିଯୋଗ କାରୁଥିଲେ ଯେ ତାଙ୍କ କମ୍ପାନୀ ଜୋତା ବର୍ଷଟିଏ ବି ଯାଉନାହିଁ । ସାମାନ୍ୟ ଖୁଣ ଥିବା ଜୋତା ବିକିଲେ ନାହିଁ । ଗୁଣବତ୍ତା ସହ ସାଲିସ ମଧ୍ୟ କଲେ ନାହିଁ ଯାହା ତାଙ୍କୁ ଆର୍ଥିକ ଅନଟନ ଆଡ଼କୁ ଟାଣିନେଲା ।  କେବଳ ଖ୍ୟାତି ଏହି ଶିଳ୍ପକୁ ବଞ୍ଚାଇ ରଖିପାରି ନଥିଲା । ଆର୍ଥିକ ସମସ୍ୟା ଭିତରେ ଗତି କରି ଏହି ଅଗ୍ରଣୀ କମ୍ପାନୀ ଅତି ବେଶୀରେ ୨୫ ବର୍ଷ ଯାଏଁ ତିଷ୍ଠିରହିଲା । ଏହି ଶିଳ୍ପ ପ୍ରତିଷ୍ଠା ଓ ପରିଚାଳନାରେ ତାଙ୍କ ସମସ୍ତ ଧନସମ୍ପତି ବିନିଯୋଗ କରି ମଧୁବାବୁ ସର୍ବସ୍ବାନ୍ତ ହେଇଗଲେ । ୧୯୨୬ ମସିହାରେ ଉତ୍କଳ ଟ୍ୟାନେରି ବନ୍ଦ ହୋଇଗଲା । ସେହି ବର୍ଷ ନଭେମ୍ବର ୧୫ ତାରିଖରେ ଉତ୍କଳ ଟ୍ୟାନେରୀ ନିଲାମ ହୋଇଗଲା । ପରେ ୧୯୨୭ରେ ସରକାର ମଧୁବାବୁଙ୍କୁ ଦେବାଳିଆ ଘୋଷଣା କଲେ ।

ବିଫଳତା ତର୍ଜମା ବେଳେ ବିହାର ଓଡ଼ିଶା ସରକାରଙ୍କୁ ଇଣ୍ଡଷ୍ଟ୍ରୀଜ ଅଫ ବେଙ୍ଗଲ ଦେଇଥିବା ରିପୋର୍ଟ ଥିଲା ଏମିତି :

madhubabu utkal tannery

ମହାତ୍ମା ଗାନ୍ଧି ଓ ଉତ୍କଳ ଟ୍ୟାନେରୀ:

ମଧୁସୂଦନଙ୍କ ଅନୁରୋଧ କ୍ରମେ ମହାତ୍ମାଗାନ୍ଧୀ ୧୯୨୫ ଅଗଷ୍ଟ ୧୯ ତାରିଖରେ କଟକରେ ଉତ୍କଳ ଟ୍ୟାନେରି କାରଖାନା ଭ୍ରମଣ କରି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ । ଗାନ୍ଧି କହିଥିଲେ ଏହି ଶିଳ୍ପ ଅଛବ ମାନଙ୍କ ଥାଇଥାନ ପାଇଁ ଏକ ବ୍ୟବହାରିକ ସର୍ବଶ୍ରେଷ୍ଠ ସମାଧାନ । ଏଥିପାଇଁ ୧୯୨୫ ସାଲରେ ମହାତ୍ମାଗାନ୍ଧୀ ମଧୁସୂଦନଙ୍କ ପ୍ରତିଷ୍ଠିତ ଉଦ୍ୟୋଗମାନଙ୍କୁ କେବଳ ଅନୁଧ୍ୟାନ କରି ନ ଥିଲେ, ମଧୁସୂଦନଙ୍କ ପ୍ରତି ହାର୍ଦ୍ଦିକ ପ୍ରଶଂସା ଅଜାଡ଼ିଦେଇ ଏ ସମସ୍ତ କ୍ଷେତ୍ରରେ ତାହାଙ୍କୁ ନିଜର ଅଗ୍ରଜ ଓ ମାର୍ଗଦର୍ଶକ ଭାବରେ ସ୍ୱୀକୃତି ପ୍ରଦାନ କରିଥିଲେ ।

 

ତାଙ୍କର ଅଚ୍ଛେଦ୍ୟ ସଂପର୍କ ସ୍ଥାପିତ ହୋଇଥିଲା ଦେଶର ତଳ ସ୍ତରରେ ଅବସ୍ଥାନ କରୁଥିବା ଦଳିତ ଓ ଅବହେଳିତ ଜନଗୋଷ୍ଠୀ ସହିତ । ଉତ୍କଳ ଟ୍ୟାନେରିର ପ୍ରତିଷ୍ଠା ପରଠାରୁ ତାଙ୍କୁ ବହୁବାର ଦେଖିବାକୁ ମିଳୁଥିଲା ଟ୍ୟାନେରିର ପ୍ରାଙ୍ଗଣରେ ମୋଚି, ଚମାର, କେଳାମାନଙ୍କ ସହିତ ମଲାଗୋରୁ, ଗୋଧୀ, କୁମ୍ଭୀର ଆଦି ଜନ୍ତୁଙ୍କର ଚମଡ଼ା କାଟି, ଯୋତା ତିଆରି କରିବା ପ୍ରକ୍ରିୟା ମଧ୍ୟରେ । ଉତ୍କଳ ଟ୍ୟାନେରୀ ଚମାର ଅଚ୍ଛବ (ଦଳିତ) କାରିଗରଙ୍କ ଦେଇ ଚାଲୁଥିଲା ସେଠାରେ ମଧୁସୂଦନ ଓ କାରିଗରଙ୍କ ମଧ୍ୟରେ ଏକ ଅତୁଟପାରିବାରିକ ସ୍ନେହ ସାହାର୍ଯ୍ୟ ପୁର୍ଣ୍ଣ ପରିବେଶ ଲକ୍ଷ୍ୟ କରିଥିଲେ ।

ମଧୁବାବୁଙ୍କୁ କୃତଜ୍ଞତା ଦେଇ ସେ କହିଥିଲେ “Madhusudan Das had opened my eyes to the great crime against a part of humanity. He sought to make reparation by opening what might be called an ‘Educational tannery'”.( ସମାଜର ଗୋଟିଏ ଭାଗ ପ୍ରତି  ଆମେ ଯେଉଁ ଅମାନବୀୟ ଅପରାଧ କରିଚାଲିଛେ, ତା ବିରୋଧରେ ମଧୁସୂଦନ ଦାସ ମୋ ଆଖି ଖୋଲି ଦେଇଛନ୍ତି । ସେ ଏଠାରେ ମରାମତି କାର୍ଯ୍ୟ ପାଇଁ ଯାହା ଖୋଲି ରଖିଛନ୍ତି ସମ୍ଭବତଃ ଏହାକୁ ଏକ “ଶିକ୍ଷା ଟ୍ୟାନେରୀ” କୁହାଯାଇ ପାରେ ।)

“୯୮ ପ୍ରତିଶତରୁ ଉର୍ଦ୍ଧ୍ବ ଲୋକେ କୃଷିକ୍ଷେତ୍ରରେ ନିୟୋଜିତ ଅଛନ୍ତି । କେଉଁଠି କୃଷିକ୍ଷେତ୍ର ବିସ୍ତାର କରେ ନାହିଁ ଜନସଂଖ୍ୟା ବୃଦ୍ଧି ସହ କେବଳ ହାତ ସଂଖ୍ୟା ବୃଦ୍ଧି ହୁଏ । ତେଣୁ ଜୀବନ ଜୀବିକରେ ସମୃଦ୍ଧି ଆଣିବା ପାଇଁ କୃଷି ବ୍ୟତିତ ଆମକୁ ଅନ୍ୟ କାମରେ ନିୟୋଜିତ ହେବାକୁ ପଡ଼ିବ ।” ୧୯୨୪ ବିହାରର ୟଙ୍ଗମେନ୍ସ ଆସୋସିଏସ ନମଧୁବାବୁଙ୍କ ଏହି ଭାଷଣକୁ ଗାନ୍ଧିଙ୍କୁ ଅଭିଭୂତ କରିଥିଲା ।

ଶ୍ରୀ ଦାସଙ୍କ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠାନ ନୁହେଁ ବରଂ ଏକ ପ୍ରଶିକ୍ଷଣ କେନ୍ଦ୍ର ଥିଲା । ଯେଉଁଥିରେ ଅନେକ ଯୁବକ ଥିଲେ ଯିଏ  କାମଧନ୍ଦା ପାଇବା ପୁର୍ବରୁ ଅଣ କୁଶଳୀ ଥିଲେ । ଗାନ୍ଧିଜୀ ମଧୁବାବୁଙ୍କ ସହ ପ୍ରଭାବିତ ହୋଇ କଞ୍ଚାମାଲକୁ ଦେଶୀୟ ଶିଳ୍ପରେ ବ୍ୟବହାର କରି ସ୍ବଦେଶୀ ଦ୍ରବ୍ୟ ଉତ୍ପାଦନ ପାଇଁ ବାହାରି ଆସିଲେ ।

୧୯/୬/୧୯୨୭ ରେ ନବଜୀବନଙ୍କୁ ଏକ ପତ୍ର ମାଧ୍ୟମରେ ଲେଖିଲେ ଦେଶରେ କୋଟିକୋଟି ଟଙ୍କାର କଞ୍ଚାମାଲ ବାହାରୁଥିଲେ ହେଁ ଆମ ଅବହେଳା, ସୁସ୍ତି, ଏବଂ ଉଦ୍ଭାବନର କଳାର ବିକାଶ ନହେବାରୁ ଆମେ ବିଦେଶକୁ ରପ୍ତାନୀ କରିଦେଉଥିଲେ, ଏହି ଦିଗକୁ ମଧୁବାବୁ ଦୃଷ୍ଟି ଦେଇଥିବାରୁ ମୁଁ ଧନ୍ୟବାଦ ଜଣାଉଛି । ଆମେ ଜୀବଜନ୍ତୁଙ୍କ ଉତ୍ପାଦକୁ ଅବହେଳା କରୁଛୁ । ଆମ ହାତ ଏତେ କୁଶଳ ହୋଇନାହିଁ କି ଆମେ ବୈଷୟିକ ସ୍ତରରେ ସେତେ ବିକଶିତ ହେବା କଥା ହୋଇନାହୁଁ  । ପରିଣାମ ସ୍ବରୁପ ବଞ୍ଚିବାର କଳା ଆମ ମାଟିରୁ ଅପସାରି ଯାଉଛି ଆଉ ଆମେ ପାଶ୍ଚାତ୍ୟ କୁ ଅନୁକରଣ କରିବାକୁ ବାଧ୍ୟ ହେଉଛୁ ।” ଭାରତ ଏକ କୃଷି ପ୍ରଧାନ ଦେଶ ଦେଶର କୃଷକ ସମାଜ ଗୃହପାଳିତ ପଶୁଙ୍କ ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ ପଶୁ ଚମଡ଼ା ବିଦେଶକୁ ପର୍ଯ୍ୟାପ୍ତ ପରିମାଣରେ ରପ୍ତାନୀ ହେଉଛି । ଏହାକୁ ଆମ ଶିଳ୍ପରେ ବ୍ୟବହାର କରି ବହୁତ ଭଲ ରୋଜଗାର ବଢ଼ାଇ ହେବ । ମଧୁବାବୁଙ୍କ ଏହି ପ୍ରଦର୍ଶନାତ୍ମକ ଉଦ୍ୟମ ଉତ୍କଳ ଟ୍ୟାନେରୀରେ ପ୍ରଭାବିତ ହୋଇ ଗାନ୍ଧିଜୀ ସାବରମତୀଠାରେ ଏକ ଟ୍ୟାନେରୀ ସ୍ଥାପନ କରିଥିଲେ  । ମଧୁସୂଦନଙ୍କ ପାଖକୁ ମାର୍ଚ୍ଚ ୧୬, ୧୯୨୮ରେ ସାବରମତି ଆଶ୍ରମରୁ ଗାନ୍ଧିଙ୍କ ଦ୍ବାରା ପଠାଯାଇଥିବା ଚିଠି ଟି ଥିଲା ଏହିପରି:

Dear Friend,
After a great deal of thought and bother I have established at the Ashram a little bit of tannery without any power-driven machinery and without skilled assistance saved that of a man who has received a rough-and tumble experience of tanning in America and who is a crank like myself. Though I did not succeed in sharing your troubles and taking the load off your shoulders in connection with your own great national enterprise, your inspiration is partly responsible for the establishment of this little tannery at the Ashram. Can you please help me with a list of literature on the subject, a handbook on tanning and the like? If you think that there is nothing like this in English, will you out of your own wide and varied experience write out something that may be of use for propaganda, just a few hints? What is happening at the tannery? Who is in charge? I may add that my idea is to make the Ashram tannery a model for villages so that the villagers may be able to treat their own dead cattle and make use of the hide themselves. I have asked many people without success as to how I can skin dead cattle. Everybody knowing anything of tanning has something to say about hides after they are received from the village tanner; but nobody has yet told me if I take charge of a dead animal I can skin the carcass economically and hygienically and make use of other contents such as bones, intestine, etc., for purpose of manure.
Yours sincerely,
(M.K.Gandhi)
March 16, 1928

ମଧୁସୂଦନ ଦାସ, ରାଜ୍ୟରେ ପ୍ରଗତିର ଏକ ନୂତନ ଧାରା ଆରମ୍ଭ କରିଥିଲେ । ଏଥି ସହିତ, ଶିଳ୍ପଭିତ୍ତିକ ଗୁଣବତ୍ତା ପ୍ରତି ସଚେତନ ଉଦ୍ୟୋକ୍ତା ଭାବେ ତାଙ୍କର ଉତ୍କଳ ଟ୍ୟାନେରୀ  ଆଜି ବି ରାଜ୍ୟର ଅନେକ ଶିଳ୍ପ ପ୍ରତିଷ୍ଠାନ ପାଇଁ ଉଦାହରଣ ପାଲଟିଛି । ଓଡିଶାର ପାରମ୍ପରିକ କାର୍ଯ୍ୟ ଗୁଡ଼ିକ  ଯଥା ତାରକସି କାମ, ଶିଙ୍ଘ କାମ, ତନ୍ତକାମ ତଥା ତାଙ୍କ ଦ୍ୱାରା ପ୍ରତିଷ୍ଠିତ ।

ତାଙ୍କ ବାସଭବନ ପରିବର୍ତ୍ତିତ ସଂଗ୍ରହାଳୟ (ମଧୁସ୍ମୃତି)ରେ ଇଣ୍ଡିଆନ ଇଣ୍ଡଷ୍ଟ୍ରିଆଲ ଏଣ୍ଡ ଏଗ୍ରୀକଲଚରାଲ ଏକଜିବିସନ – ୧୯୦୬ରେ ଉତ୍କଳ ଟ୍ୟାନେରୀକୁ ମିଳିଥିବା ମାନପତ୍ର, ଉତ୍କଳ ଟ୍ୟାନେରୀ ସେଟପ ପରିଦର୍ଶନରେ ଆସିଥିବା ସାର ଏଡ଼ଵାର୍ଡ(ଲେ. ଗଭର୍ନର)ଙ୍କ ସ୍ପେସିମେନ ହସ୍ତାକ୍ଷର  ମଧ୍ୟ ସଂଗୃହିତ ହୋଇ ପ୍ରଦର୍ଶିତ ହେଉଅଛି ।

 

କିନ୍ତୁ ଦୁଃଖର ବିଷୟ ଏବେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ୱାବଲମ୍ବୀ ଭାରତର ନିଦର୍ଶନ – ଉତ୍କଳ  ଟ୍ୟାନେରୀ , ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ (ଓଏସଏପି)ର ଷଷ୍ଠ ବାଟାଲିୟନର ବାରାକ ହୋଇଥିବାରୁ ମଧୁବାବୁଙ୍କ କୃତୀର ଚିହ୍ନବର୍ଣ୍ଣ ନାହିଁ ।

 

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments