Bhubaneswar Buzz

#OdiaPostAt11 ଓଡ଼ିଶାର ଇବ – ଭାରତର ସବୁଠୁ ଛୋଟ ନାମଧାରୀ ରେଳଷ୍ଟେସନ

ib-railway-satation_1414396661

The shortest named railway station in the country. Not to to be confused with Intelligence Bureau. Ib is a tiny village near Jharsuguda. Its claim to fame is its railway station.It has the shortest railway station name in India.

ଇବ ( IB ) – ଭାରତୀୟ ରେଳରେ ଷ୍ଟେସନ ମାନଙ୍କ ମଧ୍ୟରେ ସବୁଠୁ ଛୋଟ ନାମ । ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (ପୂର୍ବ: ବଙ୍ଗ ନାଗପୁର ରେଳପଥ) ଅନ୍ତର୍ଗତ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ଅବସ୍ଥିତ । ଏହାର ଦୁଇଟି ପ୍ଲାଟଫର୍ମ ଅଛି । ଏହାର ଷ୍ଟେସନ କୋଡ଼ ହେଉଛି IB । ଇବ ନଦୀ ପାଖରେ ଥିବାରୁ ଏହାର ନାମକରଣ ଏମିତି ହୋଇଛି । ୧୯୯୧ମସିହାରେ ବଙ୍ଗ ନାଗପୁର ରେଳପଥରୁ ନାଗପୁର – ଆସନୋଲ ମୁଖ୍ୟ ଲାଇନ ଖୋଲାଯାଇ ଇବ ଷ୍ଟେଶନର କାମ ଆରମ୍ଭ ହୋଇଥିଲା  । ୧୯୦୦ ମସିହାରେ ହାଓଡ଼ା – ନାଗପୁର – ମୁମ୍ବଈ ଲାଇନରେ ଇବ ଏକ ଷ୍ଟେସନର ମାନ୍ୟତା ପାଇଲା । ଏହା ୫ ଫୁଟ ୬ ଇଞ୍ଚ ବ୍ରଡ଼ଗଜ ଟ୍ରାକ ବିଶିଷ୍ଟ ଓ ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ହେଉଛି ୨୦୭ ମିଟର । ୧୯୬୯ -୭୦ ମସିହାରେ ଏହାର ବିଦ୍ୟୁତକରଣ ହୋଇଥିଲା ।

ଏହାର ନିକଟ ମୁଖ୍ୟ ଟ୍ରାଫିକ ପାସେଞ୍ଜର ଷ୍ଟେସନ ହେଉଛି ଟାଟାନଗର – ବିଲାସପୁର ସେକ୍ସନର ବ୍ରଜରାଜନଗର ଯାହା ଜାତୀୟ ରାଜପଥ ସଂଖ୍ୟା ୨୦୦ କୁ ସ୍ପର୍ଶ କରିଛି ।

ଇବ ଉପତ୍ୟକାରେ କୋଇଲା ଭରପୁର ହୋଇ ରହିଛି । ୧୯୦୦ ମସିହାରେ ଇବ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଖୋଳିବା ସମୟରେ ଅଚାନକ କୋଇଲା ଆବିଷ୍କାର ହୋଇଥିଲା । ଏହା ପରେ ଇବ ଭ୍ୟାଲି କୋଲଫିଲ୍ଡ ରୂପେ ପରିଗଣିତ ହେଲା । ଏହି ସ୍ଥାନ ପୂର୍ବ ଭାରତର ପ୍ରମୁଖ ଔଦ୍ୟୋଗିକ ଅଞ୍ଚଳ ଭାବେ ଖ୍ୟାତ । ପର୍ଯ୍ୟଟକମାନଙ୍କ ପାଇଁ ଏହି ସ୍ଥାନ ଓ ନଦୀ ଆଖ ପାଖରେ ଅନେକ ଦେଖିବା ଯୋଗ୍ୟ ଦୃଶ୍ୟପଟ୍ଟ ଅଛି ।

ଅନ୍ୟ ଏକ ଷ୍ଟେସନ ଗୁଜରାଟର ଓଡ଼ି (ODE) ସହରରେ ଅଛି, ଯାହାର ଷ୍ଟେସନ କୋଡ଼ ହେଉଛି OD । ଏହାର ଛୋଟ ଷ୍ଟେସନ କୋଡ଼ ପାଇଁ ଏହା ଇବ ସହ ସମକକ୍ଷ କିନ୍ତୁ ଛୋଟ ସ୍ଥାନର ନାମ ଦୃଷ୍ଟିରୁ କେବଳ IB ହିଁ ସ୍ୱତନ୍ତ୍ର ମାନ୍ୟତା ଲାଭ କରିଛି । କେବଳ ଇବର ଷ୍ଟେସନ ନାମ ଓ କୋଡ଼ ଦୁହେଁ ସମାନ ସବୁଠୁ ଛୋଟ ଅଛି । ସେହିପରି ଭାରତୀୟ ରେଳର ସବୁଠୁ ବଡ଼ ନାମଧାରୀ ଷ୍ଟେସନ ହେଉଛି ଆନ୍ଧ୍ରପ୍ରଦେଶର Venkatanarasimharajuvaripeta  ବା Venkatanarasimha Rajuvaripet

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments