Bhubaneswar Buzz

#OdiaPostAt11 ଆଶାକର୍ମୀ ଯମୁନା ମଣି ସିଂହ – ସଚେତନତା ପ୍ରଚାର କରି ଗୁଣିଗାରେଡ଼ିରେ ବୁଡ଼ିରହିଥିବା ଗାଁକୁ ମ୍ୟାଲେରିଆ ମୁକ୍ତ କଲେ #ବିଶ୍ଵମ୍ୟାଲେରିଆଦିବସ ଉପଲକ୍ଷେ ଆମ ପ୍ରସ୍ତୁତି

jamuna mani narendra modi bbsrbuzz

Prime Minister Narendra Modi had praised an ASHA worker from Odisha for her valuable work in the service of society. During his 30-minute address in his ‘Mann in Baat’ programme broadcast on radio, he had discussed the work of Jamuna Mani Singh, who belongs to Balasore district and has bravely fought against malaria in the district.

ହଁ ଆପଣ ତେଣ୍ଡା ଗାଁର ନାମ ବୋଧେ ପ୍ରଥମ କରି ଶୁଣୁଛନ୍ତି । ଏ ହେଉଛି ବାଲେଶ୍ଵରର ଏକ ଆଦିବାସୀ ଅଧ୍ୟୁଷିତ ଗାଁ ଯେଉଁଠି ୨୮ ବର୍ଷୀୟା ଯମୁନା ମଣି ଆଶାକର୍ମୀ ଭାବେ କାର୍ଯ୍ୟରତ ଅଟନ୍ତି । ଏକଦା ମ୍ୟାଲେରିଆ ପ୍ରବଣ ଥିବା ଏହି ଗାଁ ଯମୁନା ମଣିଙ୍କ ଲାଗି ଏବେ ମ୍ୟାଲେରିଆ ମୁକ୍ତ । ଆଜି ଆମେ ଆପଣଙ୍କୁ ଯମୁନା ମଣିଙ୍କ କଥା ଜଣେଇବୁ ।

ସେତେବେଳ ଯାଏଁ ସେ ଜଣେ ସାଧାରଣ ଆଶାକର୍ମୀଟିଏ ଥିଲେ ଯେତେବେଳେ  ରେଡ଼ିଓରେ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ରେ ନରେନ୍ଦ୍ର ମୋଦୀଙ୍କ ମହଁରୁ ନିଜର ପ୍ରଶଂସା ଶୁଣିବାକୁ ପାଇଲେ । ପରେ ଦେଶବିଦେଶରୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସିଲା । ଜାତୀୟସ୍ତରର ଖବର ମୁଖ୍ୟାଂଶରେ ସ୍ଥାନ ପାଇଥିଲେ । ଏବେ ସେ ଆଶାକର୍ମୀଙ୍କ ପାଇଁ ଏକ ପ୍ରେରଣା ।

ନିଜର ୧୪ ତମ ‘ମନର କଥା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯମୁନା ମଣିଙ୍କୁ ଅତି ପ୍ରଶଂସା କରି ତାଙ୍କ ପ୍ରୟାସ ଲୋକଲୋଚନକୁ ଆଣିଲେ । ଯମୁନା ମଣି ତାଙ୍କ ଗାଁରେ ଅବିଶ୍ରାନ୍ତ ପରିଶ୍ରମ କରି ମ୍ୟାଲେରିଆ ମୂଳୋତ୍ପାଟନ ପାଇଁ ନେଇଥିବା ପଦକ୍ଷେପ ସମସ୍ତଙ୍କୁ ଅଭିଭୂତ କରିଥିଲା । ସେ ଦୀର୍ଘ ୫ ବର୍ଷ ଧରି ମ୍ୟାଲେରିଆ ପ୍ରବଣ ତେଣ୍ଡା ଓ ପଡ଼ୋଶୀ ଶିଆଳଘାଟି ଗାଁରେ ସଚେତନତା ପ୍ରଚାରପ୍ରସାର କରି ମାରାତ୍ମକ ମ୍ୟାଲେରିଆ ଓ ଜଳବାହିତ ରୋଗ ଯଥା ଅତିସାର (ଡାଇରିଆ)ର ସଫଳ ନିୟନ୍ତ୍ରଣ କରିଥିଲେ । ସେ ଏହାର ଏମିତି ସମାଧାନ କଲେ ଯେ ସେହି ଗ୍ରାମରୁ କେହି ଜଣେ ବି ମ୍ୟାଲେରିଆ ଜନିତ ମୃତ୍ୟୁର ଶିକାର ଆଉ ହେଲେ ନାହିଁ । ତାଙ୍କର କାର୍ଯ୍ୟ ପ୍ରତି ସମର୍ପଣ  ଭାବନା ଏବଂ ଅଦମ୍ୟ ଉତ୍ସାହ ଜରିଆରେ ସେହି ଗ୍ରାମରେ ପ୍ରତିକାର ସଚେତନତା ବାର୍ତ୍ତା ପ୍ରଚାର କରି ଲୋକମାନଙ୍କୁ ମ୍ୟାଲେରିଆ ମୁକାବିଲା କରିବାକୁ ପ୍ରବର୍ତ୍ତାଇଲେ ।ଏକ ଅତି କଠିନ ସମୟରେ ମ୍ୟାଲେରିଆ ଦାଉରୁ ସେହି ଗାଁକୁ ରକ୍ଷା କରିପାରିଥିଲେ ।

ସ୍ବାମୀ ଦେବେନ୍ଦ୍ର ସିଂହ ଜଣେ ଦିନ ମଜୁରିଆ । ନିଳଗିରି ବ୍ଲକରେ ଅଛି ତାଙ୍କ ନିଜ ଗାଁ । ନବମ ଶ୍ରେଣୀରୁ ପାଠ ଛାଡ଼ିଥିଲେ ଯମୁନା ମଣି । ୨୦୧୦ରେ ଆଶା (ASHA) ପ୍ରଶିକ୍ଷଣ ନେଇଥିଲେ ତାପରେ ଆଉ ସେ ଅଟକି ନଥିଲେ । ଏକ ମିଶନାରୀ ଉତ୍ସାହରେ ୨୮ ବର୍ଷୀୟା ଏହି ମହିଳା ଗୁଣିଗରେଡ଼ି ଓ ଝଡ଼ାଫୁଙ୍କା ଆଦି ଅନ୍ଧ ବିଶ୍ଵାସରେ ବୁଡ଼ିରହିଥିବାସେହି ଗାଁର ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣି ତାଙ୍କୁ ରୋଗମୁକ୍ତ କରିପାରିଲେ ।

ଯମୁନା ମଣି କୁହନ୍ତି, “ଗାଁରେ କେହି ଅସୁସ୍ଥ ହେଲେ ଆଗେ ଲୋକେ ଏହାକୁ ଡାହାଣୀ ଦୃଷ୍ଟି ପଡ଼ିଛି ବୋଲି ବିଶ୍ଵାସ କରୁଥିଲେ । ଝଡ଼ାଫୁଙ୍କା ପାଇଁ ଗୁଣିଆ ପାଖକୁ ଯିବାକୁ ପସନ୍ଦ କରୁଥିଲେ । ମୁଁ ସେମାନଙ୍କ ସହ କଥା ହେଲି । ତାଙ୍କୁ ବୁଝାଇଲି । ଗୁଣିଆ ପାଖକୁ ଯିବାକୁ ବାରଣ କଲି । ଆଜି ପର୍ଯ୍ୟନ୍ତ ମୁଁ  ୩୫ ଜଣ ମ୍ୟାଲେରିଆ ପଜିଟିଭରୋଗୀ ପାଇଥିଲି , ଠିକ ସମୟରେ ଚିକିତ୍ସା ଫଳରେ ସମସ୍ତେ ମ୍ୟାଲେରିଆ ଦାଉରୁ ବଞ୍ଚି ପାରିଥିଲେ ।”

ଏକ ଛୋଟିଆ ସ୍ବାସ୍ଥ୍ୟକର୍ମୀକୁ ନିଜ ତୁଣ୍ଡରେ ନେଇଥିବାରୁ ମୋଦିଙ୍କୁ ଅଶେଷ ସାଧୁବାଦ ଦେଇଥିଲେ । ମୋଦିଙ୍କ ପ୍ରଶଂସା ତାଙ୍କୁ ଲୋକଙ୍କ ପାଇଁ ଆହୁରି ଅଧିକ ସେବା କରିବାକୁ ଉତ୍ସାହିତ କରିଛି ବୋଲି ସେ କୁହନ୍ତି ।

ସ୍ବାଧିନତା ଦିବସରେ ଓଡ଼ିଶା ସରକାରଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ । ୨୦୧୬ ମସିହା ଫେବୃୟାରୀ ୭ ଓଡ଼ିଶା ଗସ୍ତରେ ନରେନ୍ଦ୍ର ମୋଦିଙ୍କ ନାଇଜର ଉଦ୍ଘାଟନୀ ସମାରୋହରେ ଏଥିପାଇଁ ତାଙ୍କୁ ସମ୍ମାନିତ କରିଥିଲେ ।

ଆମ ଦେଶରେ ସବୁଠି ଆଶାକର୍ମୀ ନିଯୁକ୍ତ ଅଛନ୍ତି ବୋଲି ଜାଣିଛୁ କିନ୍ତୁ କେବେ କେଉଁ ଆଶାକର୍ମୀଙ୍କ ବିଷୟରେ ଆପଣ ଶୁଣିଛନ୍ତି କି? ଅନେକ ଲୋକେ ସେମାନଙ୍କ ଫାଉଣ୍ଡେସନ ଜରିଆରେ ଜନହିତ କାମ କରି ଲୋକ ଲୋଚନକୁ ଆସିଛନ୍ତି । କିନ୍ତୁ ଓଡ଼ିଶାର ଏକ ଛୋଟିଆ ଗାଁ ଯମୁନା ମଣି ସେଇ ୱାନ ମ୍ୟାନ ଆର୍ମୀ ଯାହାଙ୍କ କେବଳ ସେବା ସମର୍ପିତ ଭାବନା ହିଁ ତାଙ୍କୁ ସଫଳତାର ଶିଖରରେ ପହଞ୍ଚାଇ ପାରିଲା ।

ତେବେ ସେ ଆମ ପାଇଁ ଏକ ଆଦର୍ଶ ନୁହଁନ୍ତି କି ?

 

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments