Bhubaneswar Buzz

#OdiaPostAt11 ମହାଡ଼ମ୍ବରରେ ପାଳିତ ହେଉଛି ଶ୍ରୀରାମ ନବମୀ – ମନ୍ଦିର ଓ ରାମଲୀଳା ସ୍ଥଳୀଗୁଡ଼ିକ ଉତ୍ସବମୁଖର

Ram Mandir

Ram Mandir

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମଦିନ ପବିତ୍ର ରାମନବମୀ ତିଥିରେ ସାରା ରାଜ୍ୟରେ ଆନନ୍ଦର ସହ ପାଳିତ ହେଉଛି ।

କିମ୍ବଦନ୍ତି ଅନୁଯାୟୀ ପବିତ୍ର ଚୈତ୍ର ଶୁକ୍ଲ  ନବମୀଦିନ ଦ୍ଵିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ  ଭରତଙ୍କୁ ଓ ସୁମିତ୍ରା  ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଇଥିଲେ । ବିଷ୍ଣୁଙ୍କ ସପ୍ତମ ଅବତାର ହେଉଛନ୍ତି ପ୍ରଭୁ ରାମଚନ୍ଦ୍ର । ଏହି ଦିନରେ ରାମ ସୀତାଙ୍କ ବିବାହ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଶ୍ରୀମନ୍ଦିରରେ ନବମୀ ଦିନ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଶ୍ରୀରାମଙ୍କ ଗୁପ୍ତ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ ହୋଇଥାଏ ।

ପାରମ୍ପରିକ ରୀତି ମତେ ନବମୀ ତିଥିରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କର ଫୁଲ ତୁଳସୀ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ରଥଯାତ୍ରା ଲାଗି ରଥ କାଠ ଚିରା କାର୍ଯ୍ୟ ଶୁଭାରମ୍ବ ହୁଏ ।

ରାମନବମୀ ଉପଲକ୍ଷେ  ହନୁମାନ ଚାଳିଶା, ନାମ ଯଜ୍ଞ, ଅଷ୍ଟପ୍ରହରୀ  ଓ ୧୦୮ କଳସ ଶୋଭାଯାତ୍ରା ପ୍ରଭୁତି  ଅନୁଷ୍ଠିତ ହୁଏ । ନଅଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ, ଆଦି ଚାଲେ ବିଶେଷ ଭାବରେ ରାମଚରିତ ମାନସ ପାଠ କରାଯାଏ । ଗାଁ ଗହଳିରେ ଥିବା ରାମଲୀଳା କୋଠିରେ ବିଶେଷ ପୂଜା ପାଠ ଅୟୋଜିତ ହୋଇଥାଏ । ଏହି ଦିନ ଠାରୁ ବିଧି ହିସାବରେ ନଅ ଦିନ କିମ୍ବା ମାସାଧିକ ଯାଏଁ ସମ୍ପୁର୍ଣ୍ଣ ରାମଲୀଳା ନାଟକ ମଞ୍ଚସ୍ଥ ଅନେକ ସ୍ଥାନରେ ହୁଏ । ରାମାୟଣ ମହାକାବ୍ୟର ସାତଗୋଟି କାଣ୍ଡର ବିଷୟବସ୍ତୁକୁ ନେଇ ଏହି ଯାତ୍ରା ଉପସ୍ଥାପିତ ହୋଇଥାଏ l କାଠ ମୁଖା ପରିଧାନ କରି ଅଭିନୟ କରିବା  ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଅଟେ  ।

(ଓଡ଼ିଶାର ମଙ୍ଗଳଯୋଡ଼ିରେ ରାମଲୀଳା  । ଛବି: ଓଡ଼ିଶା ମାଟିର କଥା  ବର୍ଡପ୍ରେସ)

ନୟାଗଡର ଓଡ଼ଗାଁରେ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିରରେ ରାମନବମୀ ମହାସମାରୋହରେ ପାଳିତ ହେଉଛି । ଜଗନ୍ନାଥଙ୍କ ନବ କଳେବର ପରି ଏଠାରେ ରାମନବମୀ ଯାତ୍ରାର ଦଶ ଦିନ ପୂର୍ବରୁ ରଘୁନାଥ ଦିବ୍ୟରୂପ ଧାରଣ କରିଥାନ୍ତି । ତାଙ୍କୁ ବନକ କୁହାଯାଏ ।

ଖଣ୍ଡା ବିରତ୍ବର ପ୍ରତିକ । ଦେଶର ବିଭିନ୍ନ ସ୍ଥାନରେ ରାମ ନବମୀ  ଓ ହନୁମାନ ଜୟନ୍ତୀ ଅବସରରେ ଖଣ୍ଡା ପ୍ରଦର୍ଶନ ହୋଇଥାଏ ।

ସେହିପରି ବୈଶାଖ ମାସ ଶୁକ୍ଳପକ୍ଷ ନବମୀକୁ ସୀତା ନବମୀ କୁହାଯାଏ । ଏହିଦିନରେ ସୀତା ଆବିର୍ଭାବ ହୋଇଥିଲେ ବୋଲି ଜନମାନସରେ ବିଶ୍ୱାସ ରହିଛି । ସୀତା ନବମୀକୁ ଜାନକୀ ନବମୀ ମଧ୍ୟ କହାଯାଏ ।

mangaljodi rama leela sita bibaha

ଇତିହାସରେ ଏହି ତିଥିରେ  ଠିକ ୭୯ ବର୍ଷ ତଳେ ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଜଗତର ପ୍ରଥମ କଥାଚିତ୍ର ସୀତା ବିବାହ ୧୯୩୬ ମସିହାରେ ମୁକ୍ତିଲାଭ କରିଥିଲା ।  ରାମ ଓ ସୀତାଙ୍କ ବିବାହ ଉପରେ ଆଧାରିତ ଏହି କଥାଚିତ୍ରରେ ଚଉଦଟି ଗୀତ ଥିଲା ଓ ସେଗୁଡ଼ିକୁ ଅଭିନୟ କରିଥିବା କଳାକାର ମାନେହିଁ ଗାୟନ କରିଥିଲେ । ଧ୍ୱନି ଥାଇ ଏହା ଓଡ଼ିଶାର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ।

 

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments