Bhubaneswar Buzz

Manogya Digbalaya : A special showcase of Literary works of Manoj Das at Rajdhani Book Fair this January

Manoj Das rajdhani book fair 2017 bhubaneswar buzz

ଆସନ୍ତା ଜାନୁଆରୀ ୪ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ରାଜଧାନୀ ପୁସ୍ତକମେଳାରେ “ ମନୋଜ୍ଞ ଦିଗବଳୟ “ ନାମିତ ଏକ ବିଶେଷ ପ୍ରଦର୍ଶନୀ ଆୟୋଜିତ ହେବାକୁ ଯାଉଛି । ବିଶିଷ୍ଟ ସାରସ୍ଵତ ସାଧକ ଶ୍ରୀ ମନୋଜ ଦାସଙ୍କ ସମସ୍ତ ସାହିତ୍ୟ କୃତୀ ଏହିଠାରେ ସ୍ଥାନିତ ହେବ।୧୯୪୯ ମସିହାରେ ନବମ ଶ୍ରେଣୀର ଛାତ୍ର ଥିବା ସମୟରେ ଶ୍ରୀ ଦାସଙ୍କ ରଚିତ “ ଶତାବ୍ଦୀର ଆର୍ତ୍ତନାଦ “ ଠାରୁ ଆରମ୍ଭ କରି ଅଦ୍ୟାବଧି ପ୍ରକାଶିତ , ଲେଖକଙ୍କର ସମସ୍ତ ପୁସ୍ତକର ଏକ ଅନନ୍ୟ ସମାବେଶ ପାଠକ ମାନେ ଦେଖିବାର ସୁଯୋଗ ପାଇବେ । ବିଭିନ୍ନ ଭାଷାରେ ଅନୁଦିତ ପୁସ୍ତକ ତଥା ଅଧୁନା ଅମିଳକ ଓ ଦୁଷ୍ପ୍ରାପ୍ୟ ଏକାଧିକ ପୁସ୍ତକ ଏଠାରେ ପ୍ରଦର୍ଶିତ ହେବ । ଆମ ରାଜ୍ୟରେ ଏଭଳି ଲେଖକ – କୈନ୍ଦ୍ରିକ ପୁସ୍ତକ ପ୍ରଦର୍ଶନୀ ଅଭୂତପୂର୍ବ । ଏତଦବ୍ୟତୀତ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରକାଶନ ସଂସ୍ଥା ଦ୍ଵାରା ପ୍ରକାଶିତ , ଲେଖକଙ୍କର ଅଶୀରୁ ଊର୍ଦ୍ଧ୍ଵ ସଂଖ୍ୟକ ପୁସ୍ତକ ବିକ୍ରି କରିବାର ବ୍ୟବସ୍ଥା କରାଯାଇଛି । ଏକ ହିଁ ସ୍ଥାନରେ ଏକତ୍ରିତ ଆପଣାର ପ୍ରିୟ ଲେଖକଙ୍କର ସମସ୍ତ ପୁସ୍ତକର ସମ୍ଭାର ଦେଖିବା ଓ କ୍ରୟ କରିବାର ବିରଳ ସୁଯୋଗପାଠକମାନଙ୍କୁ ପ୍ରଦାନ କରିବାର ଲକ୍ଷ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀର ସାରସ୍ଵତ ଆନନ୍ଦ ଗ୍ରହଣ କରିବା ପାଇଁ ଉଦ୍ୟୋକ୍ତାଗଣ ଅନୁରୋଧ କରିଛନ୍ତି।

Comments

comments